OTET question paper - The Sakala

ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣା; ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ରାଜ୍ୟ ସରକାର: ବିଜେଡି
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅପରାଗତା ଲାଗି ଗତ ଏକ ବର୍ଷ ମଧ୍ୟରେ ୧୩ଟି ପରୀକ୍ଷାରେ ପରିଚାଳନାଗତ ତ୍ରୁଟି ଓ ପ୍ରଶ୍ନପତ୍ର ପ୍ରଘଟ ଲାଗି ଛାତ୍ର ସମାଜ ହତୋତ୍ସାହିତ ହୋଇଥିଲା ବେଳେ ସରକାର ନିଦାବିଷ୍ଣୁ ପାଲଟିଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି।

ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ, ବିଜେପି ସରକାର ରାଜ୍ୟରେ କ୍ଷମତାକୁ ଆସିଲା ପରେ ଓପିଏସ୍‌ସି, ଓଏସ୍‌ଏସ୍‌ସି ଓ ଓଏସ୍‌ଏସ୍‌ଏସ୍‌ସି ଦ୍ୱାରା ପରିଚାଳିତ କୌଣସି ପରୀକ୍ଷା ସୂଚାରୁ ଢଙ୍ଗରେ ପରିଚାଳନା କରିପାରିନାହାନ୍ତି। ଆରଆଇ, ଅମିନ, ଆଇସିଡିଏସ୍‌ ସୁପରଭାଇଜର୍‌, ଏକ୍ସସାଇଜ୍‌ ଓ ପୋଲିସ ସବଇନ୍ସପେକ୍ଟର, ଓଡିଶା ସିଭିଲ୍‌ ସର୍ଭିସ୍‌, ଏସ୍‌ଡିଆଇପିଆରଓ ଏବଂ ପରିଶେଷରେ ଓଟିଇଟି ଭଳି ସମସ୍ତ ପରୀକ୍ଷାରେ ଦେଖାଦେଇଥିବା ବିଭ୍ରାଟକୁ ରୋକିବାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଧର୍ମକୁ ଆଖିଠାର ସଦୃଶ୍ୟ ୧ କୋଟି ଟଙ୍କାର ଫାଇନ ଓ ୧୦ ବର୍ଷର ଜେଲ ଦଣ୍ଡର ଆଇନ ପ୍ରଣୟନ କଲେ ମଧ୍ୟ ସ୍ଥିତିରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ।

ଡ. ମହାନ୍ତି ଆହୁରି ମଧ୍ୟ କହିଥିଲେ ଯେ, ଆରଆଇ, ଅମିନ ପରୀକ୍ଷା ବିଭ୍ରାଟରେ ବିଜେପି ନେତାଙ୍କ ସଂପୃକ୍ତି ଥିବାର ଅଭିଯୋଗ ଆସିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ। ଚଳିତ ଫେବ୍ରୁଆରୀ ମାସରେ ମାନ୍ୟବର ହାଇକୋର୍ଟ ଓଡିଶା ଜୁଡିସିିଆଲ ସର୍ଭିସ ପରୀକ୍ଷାର ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ କାରଣରୁ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ଦେବାକୁ ଓପିଏସ୍‌ସିକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନାହିଁ। ନିଯୁକ୍ତି ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଚୟନ କରିବା କ୍ଷେତ୍ରରେ ପକ୍ଷପାତିତା ପ୍ରଦର୍ଶନ କରି ସରକାର ଯଦି ସେମାନଙ୍କ ଭବିଷ୍ୟତ ସହ ଖେଳିବେ, ତାହା ହେଲେ ସଂପୂର୍ଣ୍ଣ ଶିକ୍ଷାବ୍ୟବସ୍ଥା ଭୁଶୁଡି ପଡିବ। ବାରମ୍ବାର ପରୀକ୍ଷା ବାତିଲ ହେବା ଯୋଗୁ ଛାତ୍ରଛାତ୍ରୀମାନଙ୍କ ଶାରୀରିକ, ମାନସିକ ଯନ୍ତ୍ରଣା ଓ ସମୟର ଅପଚୟକୁ ଦୃଷ୍ଟିରେ ରଖି କ୍ଷତିପୂରଣ ସହାୟତା ରାଶି ରାଜ୍ୟ ସରକାର ପ୍ରଦାନ କରନ୍ତୁ। ଓଟିଇଟି ପରୀକ୍ଷା ବିଭ୍ରାଟରେ ବୋର୍ଡ ସଭାପତି, ଉପସଭାପତି ଓ ବିଦ୍ୟାଳୟ ଏବଂ ଗଣଶିକ୍ଷାମନ୍ତ୍ରୀ ସମ ପରିମାଣରେ ଦାୟୀ ହୋଇଥିବା ବେଳେ ରାଜ୍ୟ ସରକାର କେବଳ ଡାଟାଏଣ୍ଟି ଅପରେଟର ଓ ଅଧସ୍ତନ କର୍ମଚାରୀଙ୍କୁ ଗିରଫ କରି ବାହାଦୁରୀ ନେବାକୁ ଚେଷ୍ଟା କରୁଛନ୍ତି। ଛାତ୍ର ସମାଜର ଉଦ୍‌ବେଗ ସରକାର ଯଦି ହୃଦବୋଧ କରୁଥିବେ, ବୋର୍ଡ ସଭାପତି ଏବଂ ଉପସଭାପତିଙ୍କ ବିରୋଧରେ ଦୃଷ୍ଟାନ୍ତମୂକଳ କାର୍ଯ୍ୟାନୁଷ୍ଠାନ ନେବା ସହ ଗଣଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବିଜେଡି ଦାବି କରିଛି।