RI ARI AMIN MAINS EXAM - The Sakala
ଭୁବନେଶ୍ବର: ଅଗଷ୍ଟ ୧ରୁ ଆରମ୍ଭ ହେବାକୁ ଥିବା ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର, ଅମିନ ପରୀକ୍ଷାର ମେନ ଏକ୍ସାମ ବାତିଲ କରାଯାଇଛି। ବାତିଲର କାରଣ ଏହି ପରୀକ୍ଷା ଦେଇଥିବା ସମସ୍ତ ଆଶାୟୀ ପ୍ରିଲିମ୍‌ ପାସ୍‌ କରିଥିଲେ। କିନ୍ତୁ ବିଜ୍ଞପ୍ତିରେ ଦର୍ଶାଯାଇଥିଲା ଯେ , ୫ ଗୁଣା ପିଲାଙ୍କୁ ମେନ୍ ପରୀକ୍ଷା ପାଇଁ ଚୟନ କରାଯିବ। ଏହାକୁ ଚ୍ୟାଲେଞ୍ଜ କରି ପିଟିସନ ଫାଇଲ କରାଯାଇଥିଲା। ଏହି ମାମଲାର ଶୁଣାଣୀ ଜଣିକିଆ ଖଣ୍ଡପୀଠ ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ କରିଥିଲେ।  ଏହି ପରୀକ୍ଷା ପାଇଁ ଅନ୍ୟ ଆଶାୟୀମାନେ ଅବେଦନ କରିପାରିବେ ନାହିଁ। କେବେଳ ଯେଉଁମାନେେ ଏହି ପରୀକ୍ଷା ପାଇଁ ପୂର୍ବରୁ ଆବେଦନ କରିଥିଲେ ସେମାନେ ହିଁ ଏହି ପରୀକ୍ଷା ଦେଇପାରିବେ। ପୁନଃ ପ୍ରିଲିମ ପରୀକ୍ଷା ହେବ। ଏହି ସମସ୍ତ ପ୍ରକ୍ରିୟା ଶୀଘ୍ର ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏଥିସହ RI, ARI, ଅମିନ, ICDS, SFS ପ୍ରିଲିମ୍‌ ପରୀକ୍ଷା ରଦ୍ଦ କରିଛି OSSSC। ଓଏସ୍‌ଏସ୍‌ଏସ୍‌ସି ପକ୍ଷରୁ ଅଗଷ୍ଟ ୧୫ ସୁଦ୍ଧା ପ୍ରିଲିମ ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକଶ ପାଇପାରେ ବୋଲି ଜଣାପଡ଼ିଛି।
ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ବାରା ୨୦୨୪ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ହୋଇଥିଲା ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର, ଅମିନ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡିଥିଲା। ପରୀକ୍ଷାରେ ଆଶାୟୀଙ୍କୁ ନିଯୁକ୍ତି ଦେବାକୁ କହି ସେମାନଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଖବର ଆସିଥିଲା। ଯାହା ପରେ ରାଜ୍ୟର କିଛି ଛାତ୍ର ସଙ୍ଗଠନ ଏହାକୁ ବିରୋଧ କରିବା ସହ ପରୀକ୍ଷାକୁ ବାତିଲ କରିବାକୁ ଦାବି କରିଥିଲେ।
ସୂଚନା ଅନୁଯାୟୀ, ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର, ଅମିନ ପରୀକ୍ଷା ଦେଇଥିବା ସମସ୍ତ ଆଶାୟୀ ପ୍ରିଲିମ୍‌ ପାସ୍‌ କରିଥିଲେ। ଏନେଇ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ପକ୍ଷରୁ ୨୩ ଏପ୍ରିଲରେ ସୂଚନା ଦିଆଯାଇଥିଲା।