Farmers - The Sakala

ବନ୍ଧକମୁକ୍ତ କୃଷିଋଣ ସୀମାକୁ ବୃଦ୍ଧି କଲେ ଭାରତୀୟ ରିଜର୍ଭ ବ୍ୟାଙ୍କ
ମୁମ୍ବାଇ: କୃଷି କ୍ଷେତ୍ରକୁ ସହାୟତା ଓ ବଢିଚାଲିଥିବା ଖର୍ଚ୍ଚର ଭରଣା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇ ବନ୍ଧକମୁକ୍ତ କୃଷିଋଣ ସୀମାକୁ ବୃଦ୍ଧି କରିଛନ୍ତି । କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଏହି ଋଣ ସୀମାକୁ ବର୍ତ୍ତମାନର ୧.୬ ଲକ୍ଷ କୋଟିରୁ ୨ ଲକ୍ଷ କୋଟିକୁ ବୃଦ୍ଧି କରାଯାଇଛି। ଏ ନେଇ ଆସନ୍ତା ଜାନୁଆରି ୧ରୁ ଆବଶ୍ୟକ ପଦକ୍ଷେପ ନେବା ଲାଗି ବ୍ୟାଙ୍କମାନଙ୍କୁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଏ ନେଇ କୃଷକମାନଙ୍କ ମଧ୍ୟରେ ସଚେତନା ବୃଦ୍ଧି ପାଇଁ ମଧ୍ୟ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୃଷକମାନଙ୍କ ଉପରେ ମୁଦ୍ରାସ୍ଫୀତିର ବଢିଚାଲିଥିବା ପ୍ରଭାବ ଏବଂ କୃଷି ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କୁ ବର୍ଦ୍ଧିତ ଆର୍ଥିକ ସୁବିଧା ପ୍ରଦାନ କରିବା ଏବଂ ବନ୍ଧକ ସମସ୍ୟା ବିନା ସେମାନଙ୍କର ପରିଚାଳନାଗତ ଏବଂ ଉନ୍ନୟନମୂଳକ ଆବଶ୍ୟକତା ପୂରଣ କରିବା ପାଇଁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ସମ୍ବଳ ସୁନିଶ୍ଚିତ କରିବା ।

ସବୁ ଚାଷୀଙ୍କୁ ମିଳିବ ସମବାୟ ବ୍ୟାଙ୍କ ଡେବିଟ୍‌‌ କାର୍ଡ
ଭୁବନେଶ୍ୱର: ସମବାୟ ବ୍ୟାଙ୍କଗୁଡ଼ିକରେ ଏଟିଏମ୍‌‌ ବ୍ୟବସ୍ଥାର ପୁନରୁଦ୍ଧାର ନିମନ୍ତେ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ପ୍ରତି ସମବାୟ ସମିତିରେ ଗୋଟିଏ ଲେଖାଏଁ ମାଇକ୍ରୋ ଏଟିଏମ୍‌‌ ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି। ଏଟିଏମ୍‌‌ ବ୍ୟବସ୍ଥାର ପୁନରୁଦ୍ଧାର ନିମନ୍ତେ ହେଉଥିବା ଦୀର୍ଘ ଦିନର ଦାବି ଉପରେ ବିଭାଗ ଏଭଳି ପଦକ୍ଷେପ ନେଇଛି। ତେବେ ମାଇକ୍ରୋ ଏଟିଏମ୍‌‌ରୁ ଚାଷୀମାନେ ସର୍ବାଧିକ ୫ ହଜାର ଟଙ୍କାର ନଗଦ ରାଶି ଉଠାଇ ପାରିବେ। ଏହାଠାରୁ ଅଧିକ ଟଙ୍କା ଉଠାଇବାକୁ ହେଲେ ଅନ୍ୟ ରାଷ୍ଟ୍ରାୟାତ୍ତ ବ୍ୟାଙ୍କଗୁଡ଼ିକ ଏଟିଏମ୍‌‌ର ସୁବିଧା ନେଇପାରିବେ। ସମବାୟ ବିଭାଗ ପକ୍ଷରୁ ମିଳିଥିବା ଡେବିଟ୍‌‌ କାର୍ଡକୁ ଅନ୍ୟ ବ୍ୟାଙ୍କର ଏଟିଏମ୍‌‌ କିଓସ୍କୋରେ ବ୍ୟବହାର କରାଯାଇପାରିବ।

ଏନେଇ ସମବାୟ ବ୍ୟାଙ୍କଗୁଡ଼ିକ ଅନ୍ୟ ସମସ୍ତ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ସହ ଅନୁବନ୍ଧିତ ହେବ। ଘରୋଇ ବ୍ୟାଙ୍କଗୁଡ଼ିକର ଏଟିଏମ୍‌‌ରୁ ଟଙ୍କା ଉଠାଇବା ନେଇ ବ୍ୟବସ୍ଥା ହେବ ନା ନାହିଁ ତାହା ସମ୍ପ୍ରତି ଜଣାପଡ଼ିନାହିଁ ବୋଲି ସମବାୟ ବିଭାଗର ଜନୈକ ଅଧିକାରୀ କହିଛନ୍ତି। ସେହିଭଳି ଏଟିଏମ୍‌‌ ସୁବିଧା ପାଇଁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ଏକ ବିସ୍ତୃତ ନିର୍ଦ୍ଦେଶନାମା ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ସମବାୟ ବ୍ୟାଙ୍କଗୁଡ଼ିକରେ ଚାଷୀମାନେ ଆକାଉଣ୍ଟ ଖୋଲୁଥିଲେ ମଧ୍ୟ ବଡ଼ ପରିମାଣର ଟଙ୍କା ଜମା କରୁନାହାଁନ୍ତି। ଏହା ପଛର ଏକ ବଡ଼ କାରଣ ହେଉଛି – ଏଟିଏମ୍‌‌ ସୁବିଧା ନମିଳିବା। ଏଟିଏମ୍‌‌ ସୁବିଧା ନମିଳିବା ହେତୁ ଚାଷୀମାନଙ୍କୁ ଟଙ୍କା ଉଠାଇବାକୁ ପଡ଼ିଲେ ସେମାନେ ବାଧ୍ୟ ହୋଇ ଶାଖା ବ୍ୟାଙ୍କକୁ ଯାଉଛନ୍ତି।

ଯାହା ଫଳରେ ଚାଷୀମାନେ ବାରମ୍ବାର ମାନୁଆଲ ପଦ୍ଧତିରେ ନଗଦ ରାଶି ଉଠାଇବାକୁ ଆଗ୍ରହ ଦେଖାଉନାହାଁନ୍ତି। ସେହିଭଳି ବ୍ୟାଙ୍କଗୁଡ଼ିକର ଆର୍ଥିକ କାରବାର ନ ବଢ଼ିଲେ ବ୍ୟାଙ୍କଗୁଡ଼ିକର ବିତ୍ତୀୟ ସ୍ଥିତିରେ ଉନ୍ନତି ଆସିବ ନାହିଁ ବିଭାଗ ଅନୁଭବ କରିଛି। ଏଣୁ ଚାଷୀମାନେ କିଭଳି ଏଟିଏମ୍‌‌ ଯୋଗେ ସମବାୟ ବ୍ୟାଙ୍କରୁ ଟଙ୍କା ଉଠାଇବେ ଓ ସମବାୟ ବ୍ୟାଙ୍କ ଖାତାକୁ ଅର୍ଥ ସଞ୍ଚୟ ଓ ଆର୍ଥିକ କାରବାରର ପ୍ରମୁଖ ମାଧ୍ୟମ ଭାବେ ଗ୍ରହଣ କରିବେ ସେନେଇ ବିଭାଗ ଧ୍ୟାନ କେନ୍ଦ୍ରୀଭୂତ କରିଛି। ସେହିଭଳି ପୁରୀ-ନିମାପଡ଼ା କୋଅପରେଟିଭ୍‌‌ ବ୍ୟାଙ୍କର ଜନୈକ ଅଧିକାରୀ କହିଛନ୍ତି ଯେ ଚାଷୀଙ୍କୁ ପୂର୍ବରୁ କିଛି ଡେବିଟ୍‌‌ କାର୍ଡ ମିଳିଥିଲା। ସେଗୁଡ଼ିକୁ ସମ୍ପ୍ରତି ଅକାମୀ କରିଦିଆଯାଇଛି।

ଏଟିଏମ୍‌‌ ବ୍ୟବସ୍ଥା ଲାଗୁ ହେଲେ ଏହାକୁ ସାନି କାର୍ଯ୍ୟକ୍ଷମ କରିବା ସହ ନୂଆ ଆବେଦନକାରୀଙ୍କୁ ଏଟିଏମ୍‌‌ କାର୍ଡ ପ୍ରଦାନ କରାଯିବ। ଜନୈକ ଚାଷୀ ଅବିନାଶ ପାତ୍ର କହିଛନ୍ତି ଯେ ସମବାୟ ବ୍ୟାଙ୍କରେ ମିଳୁଥିବା ସୁଧ ରିହାତି ତଥା ଅନ୍ୟ ସୁବିଧା ସୁଯୋଗ ଅନ୍ୟ ବ୍ୟାଙ୍କ ତୁଳନାରେ ଯଥେଷ୍ଟ ଭଲ। ମାତ୍ର ବ୍ୟାଙ୍କର ଅନଲାଇନକରଣ ସଠିକ ଭାବେ କରାଯାଇପାରୁନାହିଁ। ଏଟିଏମ୍‌‌ ସୁବିଧା ନମିଳିଲେ ପ୍ରତିଦିନ ଆର୍ଥିକ କାରବାରରେ ମଧ୍ୟ ଅସୁବିଧା ହେଉଛି। ଏଟିଏମ୍‌‌ ସୁବିଧା କାର୍ଯ୍ୟକ୍ଷମ ହେଲେ ଅଧିକ ଚାଷୀ ସମବାୟ ବ୍ୟାଙ୍କ ସହ ଯୋଡ଼ି ହେବେ।

କୃଷକମାନଙ୍କ ତଥ୍ୟକୁ ଡିଜିଟାଲାଇଜ କରିବା ପାଇଁ ତତ୍ପର ଜଳସମ୍ପଦ ବିଭାଗ, ଚାଷୀମାନଙ୍କୁ ସେବା ଯୋଗାଇ ଦେବା ହେବ ସହଜ
ଭୁବନେଶ୍ୱର: ରାଜ୍ୟରେ କୃଷକମାନଙ୍କର ସର୍ବାଙ୍ଗୀଣ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି । ବିଶେଷକରି ଟେକ୍ନୋଲୋଜିର ବ୍ୟବହାର କରି କୃଷକଙ୍କୁ ସହାୟତା ପ୍ରଦାନ କରାଯାଉଛି । ଏହିକ୍ରମରେ ଫାର୍ମର୍ସ ଡାଟାବେସ ମ୍ୟାନେଜମେଣ୍ଟ ସିଷ୍ଟମ(ଏଫଡିଏମଏସ) ମାଧ୍ୟମରେ ଆସନ୍ତା ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ପ୍ରାୟ ୨୫ ଲକ୍ଷ କୃଷକଙ୍କ ସମସ୍ତ ତଥ୍ୟକୁ ଡିଜିଟାଲାଇଜ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ(ପ୍ଲାନିଂ ଏବଂ ଡିଜାଇନିଂ)ଙ୍କ ପକ୍ଷରୁ ବିଭାଗୀୟ ସମସ୍ତ ଅଧସ୍ଥନ କାର୍ଯ୍ୟାଳୟକୁ ଚିଠି ଲେଖାଯାଇଛି । ଜଳେସେଚନ ସୁବିଧା ଥିବା ଅଞ୍ଚଳରେ କୃଷକଙ୍କ ସମସ୍ତ ତଥ୍ୟ ହାସଲ କରି ଏହାକୁ ଡିଜିଟାଲାଇଜ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଚିଠିରେ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟବ୍ୟାପୀ ବିଭିନ୍ନ ଜଳସେଚନ ପ୍ରକଳ୍ପ ଅଧିନସ୍ଥ କମାଣ୍ଡ ଏରିଆ ଅଞ୍ଚଳରେ ଥିବା କୃଷକମାନଙ୍କର ସମସ୍ତ ତଥ୍ୟ ସଂଗ୍ରହ ପାଇଁ ଏହି ଫାର୍ମର୍ସ ଡାଟାବେସ ମ୍ୟାନେଜମେଣ୍ଟ ସିଷ୍ଟମ(ଏଫଡିଏମଏସ)କୁ ବିକଶିତ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସିଷ୍ଟମ ଅଧିନରେ ରାଜ୍ୟବ୍ୟାପୀ ପ୍ରାୟ ୫୧ ଲକ୍ଷ ଚାଷୀଙ୍କ ସମସ୍ତ ତଥ୍ୟ ସଂଗ୍ରହ କରି ଏହାକୁ ଡିଜିଟାଲାଇଜ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା।

ସୂଚନା ଅନୁଯାୟୀ, ଏଯାବତ୍‌ ରାଜ୍ୟବ୍ୟାପୀ ବିଭିନ୍ନ ଇରିଗେସନ କମାଣ୍ଡ ଅଞ୍ଚଳର ପ୍ରାୟ ୧୭ ଲକ୍ଷ କୃଷକଙ୍କ ତଥ୍ୟ ସଂଗ୍ରହ କରାଯାଇ ସାରିଛି । ତନ୍ମଧ୍ୟରୁ ଗତ ୨୦୨୦ ମସିହା ମାର୍ଚ୍ଚ ମାସ ସୁଦ୍ଧା ପ୍ରାୟ ୧୩ ଲକ୍ଷ ଚାଷୀଙ୍କର ସମସ୍ତ ତଥ୍ୟକୁ ଡିଜିଟାଲାଇଜ କରାଯାଇଥିଲା । ଏହାପରେ ଜଳସମ୍ପଦ ବିଭାଗ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ପ୍ରାୟ ୨୫ ଲକ୍ଷ କୃଷକଙ୍କର ସମସ୍ତ ତଥ୍ୟକୁ ଡିଜିଟାଲାଇଜ କରିବାକୁ ଲକ୍ଷ୍ୟ ରଖିଛି । ଏହାଦ୍ୱାରା ଆବଶ୍ୟକତା ଅନୁଯାୟୀ ଚାଷୀମାନଙ୍କ ଉନ୍ନତି ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇପାରିବ ବୋଲି ଆଶା କରାଯାଉଛି । ଏଥିପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଏକ ଗୁଗଲ୍‌ ସିଟ୍‌ ପ୍ରସ୍ତୁତ କରାଯାଇଛି । ଜିଲ୍ଲାସ୍ତରରୁ ବିଭାଗୀୟ ଅଧିକାରୀମାନେ କୃଷକମାନଙ୍କର ସମସ୍ତ ତଥ୍ୟ ହାସଲ କରିବା ସହ ଏହାକୁ ଏହି ଗୁଗଲ ସିଟ୍‌ ଯୋଗେଁ ପ୍ରଦାନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯ। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷକ ଓଡ଼ିଶା ପୋର୍ଟାଲର ଶୁଭାରମ୍ଭ କରିଥିବା ବେଳେ ଏହାଦ୍ୱାରା ଚାଷୀମାନେ ସେମାନଙ୍କର ସମସ୍ତ ତଥ୍ୟ ପ୍ରଦାନ କରି ଆବଶ୍ୟକୀୟ ସେବା ଓ ପରାମର୍ଶ ପାଇପାରୁଛନ୍ତି। ସେହିପରି କୃଷକ ଓ କୃଷି ଉଦ୍ୟୋଗୀଙ୍କ ପାଇଁ ଗୋ ସୁଗମ ପୋର୍ଟାଲର ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି । ଏହା କୃଷକମାନଙ୍କ ପାଇଁ ଦେଶର ପ୍ରଥମ ସିଙ୍ଗଲ ୱିଣ୍ଡୋ ପ୍ଲାଟଫର୍ମ ହୋଇଥିବା ବେଳେଲ ଏହାଦ୍ୱାରା ରାଜ୍ୟବ୍ୟାପୀ ଚାଷୀ ବିଶେଷ ଭାବେ ଉପକୃତ ହୋଇପାରୁଛନ୍ତି।

ବଜେଟ୍ ୨୦୨୨-୨୩: ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ଏମଏସପି, କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାରକୁ ମିଳିବ ପ୍ରୋତ୍ସାହନ
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ୨୦୨୨-୨୩ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟରେ କୃଷକମାନଙ୍କ ସହ ଜଡିତ ଅନେକ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ତାଙ୍କ ଅଭିଭାଷଣରେ କୃଷକ ଶବ୍ଦକୁ ସମୁଦାୟ ୧୨ ଥର ଉଲ୍ଲେଖ କରିଛନ୍ତି। ଏହି ସମୟରେ ସରକାର ଜୈବିକ ଚାଷକୁ ପ୍ରୋତ୍ସାହିତ କରିବେ ବୋଲି ସେ କହିଛନ୍ତି। କଠିନ ଶସ୍ୟରୁ ନିର୍ମିତ ଦ୍ରବ୍ୟର ବ୍ରାଣ୍ଡିଂ ଦେଶ ବିଦଶରେ କରାଯିବ ।

ଏମଏସପି, ତୈଳବୀଜ ଚାଷକୁ ପ୍ରୋତ୍ସାହିତ କରିବା ସହିତ ଅର୍ଥମନ୍ତ୍ରୀ କୃଷକମାନଙ୍କୁ ଡିଜିଟାଲ ସେବା ଯୋଗାଇବାକୁ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ରେଳବାଇ କ୍ଷୁଦ୍ର କୃଷକ,  କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ନୂତନ ଉତ୍ପାଦ ଏବଂ ଦକ୍ଷ ଲଜିଷ୍ଟିକ୍ ସେବା ସୃଷ୍ଟି କରିବ।

ସିଧାସଳଖ କୃଷକଙ୍କ ଆକାଉଣ୍ଟରେ ଏମଏସପି ପ୍ରଦାନ କରାଯିବ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହି ଆର୍ଥିକ ବର୍ଷରେ ୧୬୩ ଲକ୍ଷ ଚାଷୀ ପ୍ରାୟ  ୧୨୦୮ ଲକ୍ଷ ମେଟ୍ରିକ୍ ଟନ୍ ଗହମ ଏବଂ ଚାଉଳ ଉତ୍ପାଦନ କରିବେ। ପ୍ରାୟ ୨.୩୭ ଲକ୍ଷ କୋଟି ଟଙ୍କାର ଏମଏସପି ସିଧାସଳଖ କୃଷକଙ୍କ ଆକାଉଣ୍ଟକୁ ଆସିବ। ଗଙ୍ଗା କୂଳର ୫ କିଲୋମିଟର ଦୂରତାରେ ପଡିଥିବା ଜମିରେ ଜୈବିକ ଚାଷକୁ ପ୍ରୋତ୍ସାହିତ କରାଯିବ |

ଫସଲର ମୂଲ୍ୟାଙ୍କନ ପାଇଁ କୃଷି ଜମି ଦଲିଲଗୁଡ଼ିକର ଡିଜିଟାଇଜେସନ୍ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। କୀଟନାଶକ ଏବଂ ପୁଷ୍ଟିକର ଖାଦ୍ୟ ସ୍ପ୍ରେ କରିବା ପାଇଁ କୃଷକ ଡ୍ରୋନର ବ୍ୟବହାରକୁ ପ୍ରୋତ୍ସାହିତ କରାଯିବ। ରାଜ୍ୟମାନଙ୍କୁ କୃଷି ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମ ବଦଳାଇବାକୁ କୁହାଯିବ ଯାହାଦ୍ୱାରା ଚାଷର ମୂଲ୍ୟ ହ୍ରାସ ହୋଇପାରିବ। କୃଷକମାନଙ୍କୁ ଉନ୍ନତ କିସମର ଫଳ ଏବଂ ପନିପରିବା ଗ୍ରହଣ କରିବାରେ ସାହାଯ୍ୟ କରିବାକୁ ରାଜ୍ୟଗୁଡିକ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବେ। କୃଷକମାନେ ଡିଜିଟାଲ୍ ସେବା ପାଇବେ, ଯେଉଁଥିରେ ଡକ୍ୟୁମେଣ୍ଟ୍, ସାର, ମଞ୍ଜି, ଔଷଧ ସମ୍ବନ୍ଧୀୟ ସେବା ଅନ୍ତର୍ଭୂକ୍ତ ହେବ।

କୃଷକମାନଙ୍କୁ ଡିଜିଟାଲ୍ ଏବଂ ହାଇ-ଟେକ୍ କରିବା ପାଇଁ ପିପିପି ମୋଡରେ ନୂତନ ଯୋଜନା ଆରମ୍ଭ ହେବ। କେନ୍-ବେତୱା ନଦୀ ସଂଯୋଗ ପ୍ରକଳ୍ପ ଆରମ୍ଭ ହେବ। ୪୪, ୬୦୫ ​​କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିଆଯିବ। ଏହା ୯.୦୮ଲକ୍ଷ ହେକ୍ଟର କୃଷି ଜମିକୁ ଜଳସେଚନ କରିବାରେ ସାହାଯ୍ୟ କରିବ। ଏହା ସହିତ ୬୨ ଲକ୍ଷ ଲୋକ ପାନୀୟ ଜଳ ପାଇବେ । ଏଗ୍ରି-ଆଧାରିତ ଷ୍ଟାର୍ଟଅପ୍ ଗୁଡିକ NABARD ମାଧ୍ୟମରେ ପାଣ୍ଠି ସୁବିଧା ପାଇବେ ।

ପିଏମ୍‍-କିସାନ ସହାୟତାରୁ ରାଜ୍ୟର ୧୪ ଲକ୍ଷ ଚାଷୀ ବଞ୍ଚିତ
ଭୁବନେଶ୍ୱର : ୪୨ ଲକ୍ଷ ଚାଷୀଙ୍କୁ ରାଜ୍ୟ ସରକାର ଦେଲେ ‘କାଳିଆ’ ରାଶି। ପ୍ରତି ଚାଷୀ ପରିବାରକୁ ୫ ହଜାର ଟଙ୍କା ଲେଖାଏଁ ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଛି। ଅନୁରୂପ ଭାବରେ କେନ୍ଦ୍ର ସରକାର ମଧ୍ୟ ରାଜ୍ୟର ୨୭.୮୩ ଲକ୍ଷ ଚାଷୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି। ପିଏମ୍‍-କିସାନ ଯୋଜନାରେ ଏହି ଅର୍ଥରାଶି ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ୫୫୬.୬ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ରାଜ୍ୟ ସରକାର ଦେଇଛନ୍ତି ୯୨୦ କୋଟି ଟଙ୍କା। ତେବେ ରାଜ୍ୟର ୪୨ ଲକ୍ଷ ଚାଷୀ ଥିବାବେଳେ କେନ୍ଦ୍ର ସରକାର ୨୭.୮୩ ଲକ୍ଷ ଚାଷୀଙ୍କୁ ସହାୟତା ଦେବାକୁ ନେଇ ଉଠିଛି ପ୍ରଶ୍ନ। ରାଜ୍ୟ ସରକାର ଭୂମିହୀନଚାଷୀ, ନାମମାତ୍ର ଚାଷୀ, ଭାଗଚାଷୀଙ୍କୁ ସହୟତା ହାତ ବଢ଼଼ାଇଥବାବେଳେ କେନ୍ଦ୍ର କାହିଁକି ଏହି ଗରିବ ଚାଷୀମାନଙ୍କୁ କାହିଁକି ସହାୟତା ପ୍ରଦାନ ଲାଗି ମୁହଁ ମୋଡ଼ିଛି ତାହାକୁ ନେଇ ଉଠିଛି ସ୍ୱାଭାବିକ ପ୍ରଶ୍ନ।

ରାଜ୍ୟର ମୋଟ ଚାଷୀଙ୍କ ମଧ୍ୟରୁ ଏକ ବଡ଼ ଅଂଶ ହେଉଛନ୍ତି ଭୂମିହୀନ, ଗରିବ, କ୍ଷୁଦ୍ର ଓ ନାମମାତ୍ର ଚାଷୀ। କିଛି ଚାଷୀ ଭାଗରେ ଚାଷ କରୁଛନ୍ତି। ଯେଉଁମାନେ ଆର୍ଥିକ ଭାବରେ ଅତ୍ୟନ୍ତ ଦୁର୍ବଳ ଓ ସହାୟତା ରାଶିର ବାସ୍ତବ ହକଦାର। ମାତ୍ର ସେହି ଚାଷୀମାନଙ୍କୁ କେନ୍ଦ୍ର ସରକାରଙ୍କ ‘ପିଏମ୍‍-କିସାନ’ ଯୋଜନାରେ ସାମିଲ କାହିଁକି କରାଯାଇନାହିଁ ତାହାର ଉତ୍ତର କାହାରି ପାଖରେ ନାହିଁ। ୭ମ କିସ୍ତିଠାରୁ ପିଏମ କିସାନର ୮ମ କିସ୍ତିରେ ୩.୧୨ ଲକ୍ଷ ଅଧିକ ଚାଷୀଙ୍କୁ ସହାୟତା ଦିଆଯାଇଥିବା ବିଜେପି ନେତାମାନେ ଯେଉଁ ଦାବି କରୁଛନ୍ତି ତାହାକୁ ସ୍ୱାଭାବିକ ଭାବରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ପିଏମ କିସାନ ଯୋଜନାରେ ରାଜ୍ୟର ୪୦.୫ ଲକ୍ଷ ଚାଷୀ ପଞ୍ଜିକୃତ ହୋଇଥିଲେ ହେଁ ଅବଶିଷ୍ଟ ଚାଷୀମାନଙ୍କୁ କାହିଁକି ସହାୟତା ଦେବାରେ କେନ୍ଦ୍ର ସରକାର କାର୍ପଣ୍ୟ କରିଛନ୍ତି ତାହା ସନ୍ଦେହ ସୃଷ୍ଟି କରିଛି। ବ୍ୟବସ୍ଥା ଅନୁସାରେ ପଞ୍ଜିକୃତ ଚାଷୀମାନଙ୍କୁ କେନ୍ଦ୍ର ବା ରାଜ୍ୟ ସରକାର ସହାୟତା ଯୋଗଇବେ। ତେବେ ପଞ୍ଜିକରଣ କରିଥିବା ସତ୍ୱେ ୧୪ ଲକ୍ଷରୁ ଅଧିକ ଚାଷୀ କାହିଁକି ପ୍ରଧାନମନ୍ତୀ କିସାନ ରାଶି ପାଇବେ ନାହିଁ ତାହାର ଉତ୍ତର ଓ କାରଣ କିଏ ରଖିବ ?

କେନ୍ଦ୍ରର ଏହି କୃଷି ସହାୟତାକୁ ବିଜେଡି ସାଧାରଣ ସମ୍ପାଦକ (ସଂଗଠନ) ପ୍ରଣବ ପ୍ରକାଶ ଦାସ ଭୂମିହୀନ ଗରିବ ଚାଷୀଙ୍କ ସହ ଦୃଢ଼ ଭାବରେ ଠିଆ ହୋଇଛନ୍ତି। ‘କାଳିଆ’ରେ ଯେପରି ଭୂମିହୀନ ଗରିବ ଚାଷୀଙ୍କୁ ସାମିଲ କରାଯାଇଛି; ଅନୁରୂପ ଭାବରେ ପିଏମ୍‍-କିସାନରେ ରାଜ୍ୟର ଗରିବ ଚାଷୀମାନଙ୍କୁ ସାମିଲ କରିବାକୁ ପଦକ୍ଷେପ ଗ୍ରହଣ ନିମନ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଣବପ୍ରକାଶ ଅନୁରୋଧ କରିଛନ୍ତି।