skeletons - The Sakala
ବେଙ୍ଗାଲୁରୁ: କର୍ଣ୍ଣାଟକ ଦକ୍ଷିଣ କନ୍ନଡ ଜିଲ୍ଲା ସ୍ଥିତ ଧର୍ମସ୍ଥଳ ସହରରୁ ଯୌନ ଉତ୍ପୀଡ଼ନ, ହିଂସା ଏବଂ ହତ୍ୟାର ହୃଦୟ ବିଦାରକ କାହାଣୀର ପର୍ଦ୍ଦାଫାସ ହୋଇଛି। ମହିଳା, ଛାତ୍ରୀ, ନାବାଳିକା ଆଦିଙ୍କୁ ଅପହରଣ କରି କ୍ଷମତାଶାଳୀଙ୍କ ଯୌନସୁଖ ମେଣ୍ଟା ଯାଉଥିଲା। ନିର୍ଯାତନା ଦେବା ପରେ ହତ୍ୟା କରି ମୃତଦେହକୁ ଠିକଣାରେ ଲଗା ଯାଉଥିଲା। କୌଣସି ଗୋଟିଏ ସ୍ଥାନରେ ପୋତିଲେ ଜଣାପଡ଼ିବା ବୋଲି କର୍ମଚାରୀଙ୍କୁ ଲଗାଇ ଭିନ୍ନ ଭିନ୍ନ ସ୍ଥାନରେ ମୃତଦେହ ପୋତି କିମ୍ବା ଜଳାଇ ଦିଆଯାଉଥିଲା। ଏହାର କୌଣସି ଖବର ମଧ୍ୟ ମିଳୁ ନଥିଲା। ଦୀର୍ଘ ବର୍ଷ ଧରି ଏହି ମୃତ୍ୟୁ ଏବଂ ଅତ୍ୟାଚାରର ଖେଳ ଚାଲିଥିଲା। ସହରରୁ ଜଣଙ୍କ ପରେ ଜଣେ ଯୁବତୀ, ମହିଳା, ଛାତ୍ରୀ ନିଖୋଜ ହେବାରେ ଲାଗିଥିଲେ। ଅଭିଯୋଗ ସତ୍ତ୍ବେ ଯାଞ୍ଚ ଆଗେଇ ପାରୁ ନ ଥିଲା। ପୁଲିସ ପୀଡ଼ିତାଙ୍କ ଖୋଜ ଖବର ମଧ୍ୟ ପାଉ ନଥିଲା। କିଛି ଦିନ ପରେ ପୁଣି ମାମଲା ଦବି ଯାଉଥିଲା। ଶହେରୁ ଅଧିକ ମହିଳାଙ୍କ ମୃତଦେହ ଧର୍ମସ୍ଥଳର ଆଖପାଖରେ ପୋତା ଯାଇଛି। ଯିଏ ଏ ବିଷୟରେ ମୁହଁ ଖୋଲୁଥିଲା ତାକୁ ଧମକ ଦିଆଯାଉଥିଲା। ନ ମାନିଲେ ମାରି ଦିଆଯାଉଥିଲା। ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ମେଙ୍ଗାଲୁରୁର ନେତ୍ରାବତୀ ନଦୀକୂଳରେ ଥିବା ଏହି ମଞ୍ଜୁନାଥ ମନ୍ଦିରରେ ୧୯ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥିବା ଜଣେ ସଫେଇ କର୍ମୀ ଏହି ଦାବି କରିଛନ୍ତି।
ଅନେକ ବର୍ଷ ପର୍ଯ୍ୟନ୍ତ ସେ ଏହି ହତ୍ୟାର ମୂକସାକ୍ଷୀ ହୋଇ ରହିଥିଲେ। ଏହା ସତ୍ତ୍ବେ ତାଙ୍କ ପରିବାରର ଝିଅକୁ ମଧ୍ୟ ଛଡ଼ା ଯାଇ ନ ଥିଲା। ଏହା ଦେଖିବା ପରେ ଉକ୍ତ ସଫେଇ କର୍ମୀ ପରିବାର ସହ ଉକ୍ତ ଅଞ୍ଚଳ ଛାଡ଼ି ପଳାଇ ଥିଲେ। ଡରି ଡରି କର୍ଣ୍ଣାଟକ ଆଖପାଖ ରାଜ୍ୟରେ ଶରଣ ନେଉଥିଲେ। ମାତ୍ର ୧୯ ବର୍ଷର ଏହି ଯନ୍ତ୍ରଣା ତାଙ୍କୁ ଶାନ୍ତିରେ ବଞ୍ଚିବାକୁ ଦେଇ ନଥିଲା। ଶେଷରେ ସେ ବେଲ୍‌ଥାଗଣ୍ଡି କୋର୍ଟରେ ଏକ ଖପୁରୀ ସହ ହାଜର ହୋଇ ଏହି କରୁଣ କାହାଣୀ ବର୍ଣ୍ଣନା କରିଥିଲେ। ଏହି ମନ୍ଦିରରେ ହିନ୍ଦୂ ପୂଜା କରୁଥିବାବେଳେ ତାହାକୁ ଏକ ଜୈନ ପରିବାର ଚଳାଉ ଥିଲା। ଗତ ୧୧ ତାରିଖରେ କୋର୍ଟରେ ହାଜର ହୋଇ ଉକ୍ତ ବ୍ୟକ୍ତି ଏହି ତଥ୍ୟ ଦେଇଛନ୍ତି। ତାଙ୍କୁ କୋର୍ଟରେ ହାଜର କରିବା ସମୟରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସାରା ଶରୀର ମୁଖା ଲଗାଇ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କେବଳ ଦେଖିବା ପାଇଁ ଟିକେ ଫାଙ୍କ ରହିଥିଲା। ଜୀବନ ଏବଂ ପରିବାର ପ୍ରତି ବିପଦ ଥିବାରୁ ଏବଂ କେହି ତାଙ୍କ ପରିଚୟ ନ ଜାଣିବା ଲାଗି ଏହି ପଦକ୍ଷେପ ନିଆଯାଇଥିଲା। ବୟାନ ରେକର୍ଡ କରିବା ପରେ ତାଙ୍କୁ ଏକ ଅଜଣା ସ୍ଥାନକୁ ନେଇ ରଖା ଯାଇଥିଲା। ସେ କରିଥିବା ଦାବି ଯଦି ସତ୍ୟ ସାବ୍ୟସ୍ତ ହୁଏ ତେବେ ଏହା ଦେଶକୁ ଦୋହଲାଇ ଦେଇଥିବା ଖୁଲାସା ହେବ।
ଧର୍ମସ୍ଥଳର ପୂର୍ବରୁ କାମ କରୁଥିବା ଏହି ସଫେଇ କର୍ମୀ କହିଥିଲେ ଯେ ୧୯ ବର୍ଷ ହେଲା ଧର୍ମସ୍ଥଳ ଗାଁରେ ଅନେକ ମୃତଦେହକୁ ସେ ଠିକଣାରେ ଲଗାଇଛନ୍ତି। ଏମାନଙ୍କ ମଧ୍ୟରେ ଅନେକ ମହିଳା ଏବଂ ଯୁବତୀ ସାମିଲ ଅଛନ୍ତି। ତାଙ୍କ ଦେହରେ କପଡ଼ା ନ ଥିଲା କି ଅନ୍ତବସ୍ତ୍ର ପିନ୍ଧି ନ ଥିଲେ। ଶରୀରରେ କ୍ଷତ ଚିହ୍ନ ଥିଲା। ବେକ କାଟି ହତ୍ୟା କରାଯାଇଥିଲା। ସମସ୍ତେ ଯୌନ ଉତ୍ପୀଡନର ଶିକାର ହୋଇଥିବା ସ୍ପଷ୍ଟ ବାରି ହୋଇ ପଡୁଥିଲା। ୧୯୯୫ରୁ ୨୦୧୪ ମଧ୍ୟରେ ଏଭଳି କାଣ୍ଡ ଘଟିଥିଲା। ଏକ ପ୍ରଭବାଶାଳୀ ପରିବାର ଦ୍ବାରା ପରିଚାଳିତ ଏହି ମନ୍ଦିରରେ ପୂର୍ବରୁ ଏହି ଧାରା ଜାରି ରହିଥିଲା ବୋଲି କୁହାଯାଉଛି। ତେବେ ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ଅଭିଯୋଗ ହେବା ସତ୍ତ୍ବେ ପୁଲିସ ଏ ପର୍ଯ୍ୟନ୍ତ ମାମଲାର ତଦନ୍ତ ଆରମ୍ଭ କରିନାହିଁ। ସେ ପୂର୍ବରୁ ଦକ୍ଷିଣ କନ୍ନଡ ଜିଲ୍ଲାର ଏସଏସପିଙ୍କୁ ଚିଠି ଲେଖି ଏହି ଅଭିଯୋଗ କରିଥିଲେ। ସେ କୋର୍ଟ ଏବଂ ପୁଲିସକୁ ପ୍ରମାଣ ଦେବା ଲାଗି ଖପୁରୀ ଧରି କୋର୍ଟକୁ ଆସିଥିଲେ।
ଏହି ବ୍ୟକ୍ତି ଅଭିଯୋଗ କରିବା ପରେ ଅନେକ ପୀଡ଼ିତ ସାମ୍ନାକୁ ଆସିଲେଣି। ସୌଜନ୍ୟା (୨୦୧୨), ଅନନ୍ୟା (୨୦୦୩ ମେଡିକାଲ ଛାତ୍ରୀ), ନାରାୟଣ, ଯମୁନା, ବେଦାବଲ୍ଲି, ପଦ୍ମଲତା ଆଦିଙ୍କ ମାମଲାର ସତ୍ୟ ଏ ପର୍ଯ୍ୟନ୍ତ ସାମ୍‌ନାକୁ ଆସିନାହିଁ।