EPFO Claim - The Sakala
ନୂଆଦିଲ୍ଲୀ: ଆଗାମୀ ଦିନରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ସଦସ୍ୟମାନଙ୍କୁ ସେମାନଙ୍କର ଆକାଉଣ୍ଟରୁ ଟଙ୍କା ଉଠାଇବା ନିୟମରେ ଏକ ବଡ଼ ପରିବର୍ତ୍ତନ ହୋଇପାରେ। ଯାହାଫଳରେ ଜରୁରୀ ସମୟରେ ସଦସ୍ୟଙ୍କୁ ଆଉ ଚାକିରି ଛାଡିବାକୁ ପଡିବନାହିଁ କିମ୍ବା ଅବସର ପାଇଁ ଅପେକ୍ଷା କରିବାକୁ ପଡିବନାହିଁ। କାରଣ କେନ୍ଦ୍ର ସରକାର ଅବସରକାଳୀନ ପାଣ୍ଠିରୁ ଟଙ୍କା ଉଠାଇବା ପାଇଁ କର୍ମଚାରୀମାନଙ୍କ ଲାଗି ରହିଥିବା କଠୋର ନିୟମକୁ କୋହଳ କରିବା ବିଷୟରେ ବିଚାର କରୁଛନ୍ତି। ଏହି ଅନୁଯାୟୀ, ଇପିଏଫ୍‌ ସଦସ୍ୟମାନେ ପ୍ରତି ୧୦ ବର୍ଷରେ ଥରେ ସମ୍ପୂର୍ଣ୍ଣ ରାଶି କିମ୍ବା ଏହାର କିଛି ଅଂଶ ଉଠାଇବାକୁ ଅନୁମତି ପାଇପାରିବେ। ପ୍ରଚଳିୀତ ନିୟମରେ ଜଣେ ସଦସ୍ୟ ଅବସର ପରେ ହିଁ ପିଏଫ୍‌ର ସମ୍ପୂର୍ଣ୍ଣ ରାଶି ଉଠାଇପାରିବେ। ଏହାବ୍ୟତୀତ, ସାଧାରଣତଃ ୫୮ ବର୍ଷ ବୟସରେ କିମ୍ବା ଯଦି ଆପଣ ଦୁଇ ମାସରୁ ଅଧିକ ସମୟ ପାଇଁ ବେକାର ଅଛନ୍ତି ତେବେ ଟଙ୍କା ଉଠାଇହେବ।
ରିପୋର୍ଟ ଅନୁଯାୟୀ, ଯଦି ଏହି ପରିବର୍ତ୍ତନଗୁଡ଼ିକ କାର୍ଯ୍ୟକାରୀ ହୁଏ, ତେବେ ସଦସ୍ୟମାନେ ୩୦ ବର୍ଷ ବୟସରେ ମଧ୍ୟ ଇପିଏଫ୍‌ରୁ ସେମାନଙ୍କର ସମ୍ପୂର୍ଣ୍ଣ ଅର୍ଥ ରାଶି ଉଠାଇପାରିବେ। ଏହା ସଦସ୍ୟମାନଙ୍କୁ ସେମାନଙ୍କର ଇପିଏଫ୍‌ ସଞ୍ଚୟ କିପରି ବ୍ୟବହାର କରିବେ ତାହା ବାଛିବାକୁ ଅନୁମତି ଦେବ। ସରକାର ପ୍ରତି ୧୦0 ବର୍ଷରେ ସଂଗୃହୀତ କର୍ପସ୍‌ ବା ବଳକା ଅର୍ଥରୁ କେବଳ ୬୦ ପ୍ରତିଶତ ଉଠାଇବାକୁ ଅନୁମତି ଦେଇପାରନ୍ତି, ଯାହା ଉପରେ ଏବେ ବିଚାର ଚାଲିଛି। ସମ୍ପ୍ରତି ଦେଶରେ ଇପିଏଫ୍‌ଓର ୭.୪ କୋଟିରୁ ଅଧିକ ସଦସ୍ୟ ରହିଛନ୍ତି। ଇପିଏଫ୍‌ଓରେ ପଡିରହିଥିବା କର୍ମଚାରୀଙ୍କ ବଳକା ରାଶି ପରିମାଣ ପ୍ରାୟ ୨୫ ଲକ୍ଷ କୋଟି ଟଙ୍କା ହେବ। ବର୍ତ୍ତମାନ ଇପିଏଫ୍‌ରୁ ଆଂଶିକ ଅର୍ଥ ଉଠାଣ ଅନୁମତି କେବଳ ଗୃହ, ଜୁରୀକାଳୀନ ଚିକିତ୍ସା, ଶିକ୍ଷା କିମ୍ବା ବିବାହ ଭଳି ବିଶେଷ ଆବଶ୍ୟକତା କ୍ଷେତ୍ରରେ ସୀମିତ।
ଇପିଏଫ୍‌ ସଦସ୍ୟମାନେ ଜମି କିଣିବା କିମ୍ବା ଘର ନିର୍ମାଣ କରିବା ପାଇଁ ସେମାନଙ୍କର ଜମାର ୯୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ଉଠାଣ କରିପାରିବେ। ପୂର୍ବରୁ, କେବଳ ସେହି ଲୋକମାନେ ଯେଉଁମାନଙ୍କର ସଞ୍ଚୟ ୫ ବର୍ଷ ଧରି ସ୍ଥିର ଭାବରେ ବୃଦ୍ଧି ଜାରି ରହିଥିଲା ସେମାନେ ଗୃହ ଆବଶ୍ୟକ ସମୟରେ ୯୦ ପ୍ରତିଶତ ଟଙ୍କା ଉଠାଇପାରିବେ, କିନ୍ତୁ ବର୍ତ୍ତମାନ ଏହି ସୀମାକୁ ତିନି ବର୍ଷକୁ ହ୍ରାସ କରାଯାଇଛି। ଇପିଏଫ୍‌ଓ ମଧ୍ୟ ଅଗ୍ରିମ ଦାବି ସୀମା ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି, ଯାହାପାଇଁ ଅବସର ପାଣ୍ଠିରୁ ଅତିରିକ୍ତ ଅନୁମୋଦନ ଦରକାର ହେବନି। ଏହା ସଦସ୍ୟମାନଙ୍କୁ ଜରୁରୀ ସମୟରେ ଶୀଘ୍ର ପାଣ୍ଠି ପାଇବାରେ ସାହାଯ୍ୟ କରିବ ବୋଲି ସଂଗଠନ ପକ୍ଷରୁ ଜୁନ୍ ୨୪ରେ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି।