ABVP - The Sakala
ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ ବାଣୀବିହାରରେ ଆଜି ବିଜେପି ଯୁବମୋର୍ଚ୍ଚା ଏବଂ ଏବିଭିପି ନେତାମାନଙ୍କ ମଧ୍ୟରେ ମାରପିଟ୍ ଯୋଗୁଁ ଉତ୍ତେଜନା ସୃଷ୍ଟି ହୋଇଛି। ମାରପିଟ୍‌ରେ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ବିଜେପିର ଏହି ଦୁଇ ଛାତ୍ର ଓ ଯୁବ ମୋର୍ଚ୍ଚା ନେତାଙ୍କ ଏଭଳି ଗୋଷ୍ଠୀ ଗନ୍ଦଳ ପରିସ୍ଥିତିକୁ ଅଶାନ୍ତ କରିଦେଇଛି। ଊଭୟ ଗୋଷ୍ଠୀ ଥାନାର ଦ୍ବାରସ୍ଥ ହେବା ସମୟରେ ମଧ୍ୟ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି।
ନିର୍ବାଚନ ପୂର୍ବରୁ କ୍ୟାମ୍ପସ ମଧ୍ୟକୁ ଏକାଧିକ ଅଣଛାତ୍ର ଏବଂ ଅପରାଧୀ ପଶି ଆସିଛନ୍ତି। ଏପରିକି ସେମାନେ ହଷ୍ଟେଲ ଭିତରେ ରୁମ୍‌ କବ୍‌ଜା କରି ରହିଛନ୍ତି। ତେଣୁ ସେମାନଙ୍କୁ କ୍ୟାମ୍ପସ ଭିତରୁ ବିଦା କରିବା ପାଇଁ ହେମନ୍ତ ହାଁସଦା ଏବଂ ରାଜକୁମାର ପରିଡ଼ାଙ୍କ ନେତୃତ୍ୱରେ ଏକାଧିକ ବିଜେପି ଯୁବମୋର୍ଚ୍ଚା କର୍ମକର୍ତ୍ତା ଆଜି ଦିନରେ ଭିସିଙ୍କୁ ଭେଟି ଦାବିପତ୍ର ଦେଇଥିଲେ। କିନ୍ତୁ ଏବିଭିପିର କିଛି ନେତା ସେଠାରେ ପହଞ୍ଚି ଏହାର ବିରୋଧ କରିଥିଲେ। ଏବିଭିପି ରାଜ୍ୟ ବିଶ୍ୱବିଦ୍ୟାଳୟ ସଂଯୋଜକ ବାସୁଦେବ ପାଣିଗ୍ରାହୀ କହିଥିଲେ ଯେ ବାଣୀବିହାରରେ କେହି ଅଣଛାତ୍ର କି ଅପରାଧୀ ନୁହନ୍ତି। ଏଠାରେ ପରିସ୍ଥିତିକୁ ଅଶାନ୍ତ କରିବା ଲାଗି ଅମୂଳକ ଅଭିଯୋଗ କରାଯାଉଛି। ଏହାକୁ ନେଇ ଏବିଭିପି ଓ ଯୁବ ମୋର୍ଚ୍ଚା ନେତା ମୁହାଁମୁହିଁ ହୋଇଥିଲେ। ତେବେ କୁଳପତି (ଭିସି) ସେମାନଙ୍କୁ ବୁଝାସୁଝା କରି ବିଦା କରିଥିଲେ। ହେଲେ ଆଜି ସନ୍ଧ୍ୟାରେ ଏହି ଘଟଣାକୁ ନେଇ ଉଭୟ ଗୋଷ୍ଠୀ ପୁଣି ମୁହାଁମୁହିଁ ହୋଇଥିଲେ। ଦୁଇ ଗୋଷ୍ଠୀ ପରସ୍ପରକୁ ଲାଠି ଏବଂ ବାଡ଼ିରେ ଆକ୍ରମଣ କରିଥିଲେ। ଆକ୍ରମଣରେ ବାସୁଦେବ ପାଣିଗ୍ରାହୀ ଏବଂ ଅନ୍ୟ ପଟରୁ ଆଉ ଜଣେ ଛାତ୍ର ଆହତ ହୋଇଥିଲେ। ବାସୁଦେବ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ରାଜକୁମାର ପରିଡ଼ା କିଛି ଦିନ ହେବ ହତ୍ୟା ଧମକ ଦେଇ ଆସୁଛନ୍ତି। ଏପରିକି ତାଙ୍କ କଥା ନମାନିଲେ କ୍ୟାମ୍ପସରୁ ବିଦା କରିବାକୁ ଧମକ ଦେଇଥିଲେ। ଏହାକୁ ନେଇ ସେମାନେ ଆଜି ଆକ୍ରମଣ କରିଥିବା କହିଛନ୍ତି। ଖବର ପାଇ ପୁଲିସ ପହଞ୍ଚି ଉଭୟଙ୍କ ଗୋଷ୍ଠୀକୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ଏହାପରେ ଉଭୟ ଗୋଷ୍ଠୀ ପରସ୍ପର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସହିଦ ନଗର ଥାନା ଘେରାଉ କରିଥିବା ଜଣାପଡ଼ିଛି। ପୁଲିସ ଉଭୟଙ୍କୁ ବୁଝାସୁଝା କରି ପଠାଇବାକୁ ଉଦ୍ୟମ କରିଥିବା ବେଳେ ସେମାନେ କିନ୍ତୁ ଜିଦରେ ଅଟଳ ରହିଥିଲେ। ପୁଲିସ କହିଛି ଯେ ଉଭୟ ଗୋଟିଏ ଦଳର ବୋଲି କହୁଛନ୍ତି। କିଏ ଅସଲି କିଏ ନକଲି ତାହା ତଦନ୍ତ କଲେ ଜଣାପଡ଼ିବ। ଭିସିଙ୍କୁ ଦାବିପତ୍ର ଦେବାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଯାହା ସନ୍ଧ୍ୟାରେ ଉଗ୍ରରୂପ ନେଇ ମରଣାନ୍ତକ ଆକ୍ରମଣ ହୋଇଛି। ପୁଲିସ ତଦନ୍ତ କରୁଛି। ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଅଧିକାରୀ କହିଛନ୍ତି।
ରାଜ୍ୟ ସରକାର ନ୍ୟାୟ ଦେବାରେ ବିଫଳ, ଦୋଷୀକୁ କଠୋରରୁ କଠୋର ଦଣ୍ଡ ମିଳୁ: ଏବିଭିପି
ଭୁବନେଶ୍ବର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ବାଲେଶ୍ବରର FM କଲେଜ‌ରେ ଘଟିଥିବା ଯୌନ ଏବଂ ମାନସିକ ନିର୍ଯାତନାର ଭୟଙ୍କର ଘଟଣାର ଦୃଢ଼ ନିନ୍ଦା କରିଛି। ଯାହା ଜଣେ ଛାତ୍ରୀଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା। ଏହି ଅମାନବୀୟ କାର୍ଯ୍ୟ ସମଗ୍ର ଛାତ୍ର ସମାଜର ବିବେକକୁ ଦୋହଲାଇ ଦେଇଛି। ଘଟଣାର ପ୍ରଥମ ଦିନରୁ  ABVP ପୀଡିତାଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଥିଲା। ତାଙ୍କୁ ନୈତିକ ଏବଂ ଭାବପ୍ରବଣ ସମର୍ଥନ ଦେଇଥିଲା ଏବଂ ଦୋଷୀମାନଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା।
ABVP ତୁରନ୍ତ ଅଧ୍ୟକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲା ଏବଂ ନ୍ୟାୟ ଦାବି କରି ଅଧ୍ଯକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲା। ABVP ପୀଡିତାଙ୍କ ସହିତ ଠିଆ ହୋଇଥିଲା। ଛାତ୍ରୀ ଜଣକ ସାମାଜିକ ଗଣମାଧ୍ୟମରେ ଅଭିଯୋଗ କଲାପରେ ମଧ୍ୟ ରାଜ୍ୟ ସରକାରଙ୍କ ଦାୟିତ୍ବହୀନତା ପାଇଁ ଗୋଟେ ମୂଲ୍ୟବାନ ଜୀବନ ଆଜି ଚାଲିଗଲା। ପ୍ରଥମ ଦିନରୁ କଲେଜ କର୍ତ୍ତୃପକ୍ଷ ଏବଂ ଶିକ୍ଷା ବିଭାଗ ଘଟଣାକୁ ଗୁରୁତର ସହ ନେଇ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରିଥାନ୍ତେ ତାହେଲେ ଏପରି ଦୁର୍ଭାଗ୍ୟଜନକ ଘଟଣା ଆଜି ଘଟି ନ ଥାନ୍ତା। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଅପାରଗତା ଓ ଶିକ୍ଷା ବିଭାଗର ଦାୟିତ୍ବ ହୀନତା ସମସ୍ତଙ୍କ ସାମ୍ନାକୁ ଆସିଛି ବୋଲି ABVP କହିଛି।