Food items - The Sakala

ୱାର୍ଣ୍ଣିଂ ସଂକେତ ସହ ବିକ୍ରି ହେବ ଖାଦ୍ୟ ପଦାର୍ଥ
ନାଗପୁର: ଜଙ୍କ୍‌‌ ତଥା ଫାଷ୍ଟ ଫୁଡ୍‌‌ ନକରାତ୍ମକ ପ୍ରଭାବ ନେଇ ଲୋକଙ୍କୁ ସଚେତନ କରିବାକୁ ସରକାର କଡ଼ା ପଦକ୍ଷେପ ନେବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏବେ ସିଗାରେଟ୍‌‌ ଭଳି ସିଙ୍ଗଡ଼ା ଓ ଜିଲାପି ଭଳି ଲୋକପ୍ରିୟ ଖାଦ୍ୟ ପଦାର୍ଥ ୱାର୍ଣ୍ଣିଂ ତଥା ଚେତାବନୀ ସଂକେତ ସହ ବିକ୍ରି ହେବ। ତମାଖୁ ଭଳି ଜଙ୍କ ଫୁଡ ଉପରେ ପ୍ରଥମଥର ପାଇଁ ଚେତାବନୀ ସଂକେତ ଲେଖାଯିବାର ବ୍ୟବସ୍ଥା କରାଯାଉଛି। ଏବେ ଛୋଟ ପିଲାଙ୍କ ମଧ୍ୟରେ ମୋଟାପଣ ଓ ସହରର ଯୁବକଙ୍କ ଆବଶ୍ୟକତାଠାରୁ ଅଧିକ ଓଜନକୁ ନେଇ ଚିନ୍ତା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଖାଦ୍ୟ ପଦାର୍ଥଗୁଡିକ ଉପରେ ୱାର୍ଣ୍ଣିଂ ସାଇନ ଲଗାଇବାକୁ ଯୋଜନା କରୁଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏମ୍ସ ସମେତ ଏକାଧିକ କେନ୍ଦ୍ରୀୟ ସଂସ୍ଥାକୁ ଏଭଳି ସାଇନ୍‌‌ ତଥା ପୋଷ୍ଟ ଲଗାଇବାକୁ ଆଦେଶ ଦେଇଛି। ‘ପ୍ରତିଦିନ ଜଳଖିଆ ସମୟରେ କେତେ ଚର୍ବି ଓ ମିଠା ଶରୀରକୁ ନେଉଛନ୍ତି’ ତାହା ଖାଦ୍ୟର ପ୍ୟାକେଟ୍‌‌ରେ ଲେଖାଯିବ। ଏହା ଦ୍ୱାରା ଲୋକଙ୍କୁ ମିଠା ଓ ତେଲର ହାନିକାରକ ପ୍ରଭାବ ବିଷୟରେ ସଚେତନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସିଙ୍ଗଡ଼ା, ଜିଲାପି ସହ ଏହି ତାଲିକାରେ ଲଡ଼ୁ, ବଡ଼ାପାଓ, ପକୁଡି ଓ ଅନ୍ୟ ତୈଳ ଓ ମିଠା ଯୁକ୍ତ ଖାଦ୍ୟ ପଦାର୍ଥକୁ ସାମିଲ କରାଯିବ। ଖୁବଶୀଘ୍ର ଜଳିଖିଆ ଦୋକାନ, କାଫେ ଓ ଅନ୍ୟ ସର୍ବସାଧାରଣ ସ୍ଥାନରେ ଏହି ଚେତାବନୀ ସଂକେତ ଲଗାଯିବାକୁ ଯୋଜନା କରାଯାଉଛି। ଏକ ରିପୋର୍ଟ ମୁତାବକ ୨୦୫୦ ସୁଦ୍ଧା ୪୪.୯ କୋଟି ଭାରତୀୟ ମେଦବହୁଳତାର ଶିକାର ହେବେ ବୋଲି ଅନୁମାନ କରାଯାଉଛି। ଏହି ଦୃଷ୍ଟିକୋଣରୁ ଭାରତ ଏବେ ଆମେରିକାର ପଛକୁ ରହିବ ବୋଲି ଆଶଙ୍କା। ତେବେ ଏଭଳି ଖାଦ୍ୟକୁ ନିଷିଦ୍ଧ କରାଯିବ ନାହିଁ। କିନ୍ତୁ ଅନାବଶ୍ୟକ ମିଠା ଓ ତେଲ ଶରୀରକୁ ନେବା ସମ୍ପର୍କରେ ସଚେତନ କରାଇବା ଲକ୍ଷ୍ୟରେ ଏହିଭଳି ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି। ଗୋଟିଏ ଗୋଲାପ ଜାମୁରେ ୫ ଚାମଚ ଚିନି ଥାଏ ଓ ଏହାକୁ ଲୋକେ ଜାଣିବା ଉଚିତ ବୋଲି ଡାଇବେଟୋଲୋଜିଷ୍ଟ ସୁନୀଲ ଗୁପ୍ତା କହିଛନ୍ତି। ତେଣୁ ଏହାକୁ ଖାଇବା ପୂର୍ବରୁ ଲୋକେ ଦୁଇଥର ଚିନ୍ତା କରିବେ। ମଧୁମେହ, ହୃଦ୍‌ରୋଗ, ହାରଇପରଟେନସନ ଭଳି ଅଣସଂକ୍ରମଣ ରୋଗକୁ ରୋକିବା ଓ ଏ ନେଇ ସଚେତନତା ପାଇଁ ଏପରି କରିବାର ଆବଶ୍ୟକତା ରହିଛି ବୋଲି କୁହାଯାଉଛି।