self-immolation - The Sakala
ଭୁବନେଶ୍ବର: ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା ନିଆଁରେ ସାରା ଓଡ଼ିଶା ଜଳୁଛି।  ଏହି ଘଟଣାକୁ ନେଇ ଦିଲ୍ଲୀରେ କଂଗ୍ରେସ ପ୍ରେସମିଟ୍ କରିଛି। ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲମ୍ବା କହିଛନ୍ତି ଯେ, ୧୧ଦିନ ନ୍ୟାୟ ମାଗିଲା କିନ୍ତୁ ମିଳିଲାନି। ଯାହା ପାଇଁ ଧାରଣା ଦେଲା। ଅଭିଯୁକ୍ତଙ୍କୁ ପ୍ରିନ୍ସପାଲ୍ ଡ଼ାକିଲେ କିନ୍ତୁ ଛାତ୍ରୀଙ୍କୁ ଡାକି ବଦନାମ କଲେ। ଡବଲ ଇଞ୍ଜିନ ସରକାରରେ ନାରୀ କେତେ ସୁରକ୍ଷିତ ଆପଣ ଏଇଠୁ ଜାଣିଥିବେ । ୪୦ହଜାର ମହିଳା ଓଡ଼ିଶାର ନିଖୋଜ । ଅଭିଯୁକ୍ତ HOD ସମୀର ସାହୁକୁ କାହିଁକି ସୁରକ୍ଷା ଦେଲେ । ବିଜେପିର କର୍ମକର୍ତ୍ତା କ୍ଷମତାକୁ ଦୁଷ୍କର୍ମ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଓଡ଼ିଶା ଏକବର୍ଷ ପୂର୍ତ୍ତି ଅବସରରେ ଆସି ରୋଡ ଶୋ’ କଲେ କିନ୍ତୁ ସେହି ଛାତ୍ରୀଙ୍କୁ ଭେଟିଲେ ନାହିଁ ।  ଆଜି ରାଷ୍ଟ୍ରପତି ସେହି ଏମ୍ସ ହସ୍ପିଟାଲକୁ ଯାଉଛନ୍ତି ସେହି ୯୫ପ୍ରତିଶତ ପୋଡ଼ିଯାଇଥିବା ଛାତ୍ରୀ ଓ ତାଙ୍କ ପରିବାରଙ୍କୁ ଭେଟି ତାଙ୍କୁ ନ୍ୟାୟ ଦେବେ ବୋଲି ଆଶା । କାହିଁକି ନା ସେ ଓଡ଼ିଶାର ଝିଅ । କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ସରକାର । ଯାହା ପାଇଁ ମହିଳା ମାନଙ୍କ ଉପରେ ଅତ୍ୟାଚାର ଓଡ଼ିଶାରେ ବଢୁଛି। ସାଂସଦ ଚିଠି ଲେଖୁଛନ୍ତି କିନ୍ତୁ ତାଙ୍କୁ କେହି ବି ଖାତିର କଲେ ନାହିଁ । କେମିତି ଶାସନ ଚାଲୁଛି ତାହା ବେଶ ବାରି ହୋଇପଡୁଛି।
AVBP ଛାତ୍ରୀର ଗୁହାରୀ ଶୁଣିଲେନି ପ୍ରଧାନମନ୍ତ୍ରୀ । କେମିତି କା ପ୍ରଧାନମନ୍ତ୍ରୀ ନିଜ ସଂଗଠନର ନେତ୍ରୀଙ୍କୁ ଭେଟିଲେନି। ଅପରାଧୀଙ୍କୁ ବଞ୍ଚାଇବା ପାଇଁ ସରକାର ପୁରା ଲାଗି ପଡିଛନ୍ତି । ଆମକୁ ଦୁଃଖ ଲାଗୁଛି କି ପୁଣି ଏହି ମହିଳା ପ୍ରସଙ୍ଗକୁ ନେଇ କହିବାକୁ ପଡ଼ିଲା। କିନ୍ତୁ ତା ପରେ ବି AVBP ର କର୍ମକର୍ତ୍ତା ଆମ ନେତ୍ରୀଙ୍କୁ ଭେଟିବାକୁ ଦେଉନାହାନ୍ତି । ମୁଁ ମହାମହିମ ରାଷ୍ଟ୍ରପତିଙ୍କ ନିକଟରେ ନିବେଦନ କରୁଛି କି ସେହି ଜୀବନ ମରଣ ସହ ସଂଗ୍ରହ କରୁଥିବା ଛାତ୍ରୀକୁ ଭେଟନ୍ତୁ। ସରକାରଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଅନ୍ତୁ। ରାଷ୍ଟ୍ରୀୟ ମହିଳା ଆୟୋଗ କେଉଁଠି ଲୁଚିଛନ୍ତି। କିଏ ତାଙ୍କ ଉପରେ ଚାପ ପକାଉଛନ୍ତି। କାହିଁକି ହସ୍ପିଟାଲ ଯାଇ ସେହି ଛାତ୍ରୀଙ୍କୁ ଭେଟିବାକୁ ଯାଇ ନାହାନ୍ତି। ତାହା ହିଁ ତାଙ୍କ ଭୂମିକା ଉପରେ ପ୍ରଶ୍ନ ଉଠୁଛି ? ବିଜେପି ଚାପରେ ଚେପା ହୋଇ ଭୁବନେଶ୍ୱର ଯାଇନାହାନ୍ତି । ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଲାଗୁ ହେଉ । କାହିଁକି ନା ଓଡ଼ିଶାରେ ସରକାର ନାହିଁ । ଶାସନ କଳ ଚାଲୁ ନାହିଁ ବୋଲି ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲମ୍ବା କହିଛନ୍ତି।