Agriculture news - The Sakala

ଭାରତରୁ ଆମ୍ବ ଆମଦାନୀ ଉପରେ କଟକଣା ଲଗାଇଲା ନେପାଳ, କୀଟନାଶକ ପ୍ରୟୋଗକୁ ନେଇ ଆଶଙ୍କା
ଭାରତରୁ ନେପାଳକୁ ହେଉଥିବା ଆମ୍ବ ଆମଦାନୀ ଉପରେ କଟକଣା ଲଗାଇଛନ୍ତି ନେପାଳ ସରକାର। ଭାରତୀୟ ଆମ୍ବରେ ଅଧିକ ପରିମାଣର କୀଟନାଶକ ବ୍ୟବହାର ହେଉଥିବା ଅଭିଯୋଗ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ଉପଯୁକ୍ତ କ୍ୱାରେଣ୍ଟାଇନ୍ (quarantine) ବ୍ୟବସ୍ଥାର ଅଭାବ ଦର୍ଶାଇ ନେପାଳ ଏହି ପଦକ୍ଷେପ ନେଇଛି। ବିଶେଷ କରି ମଧେଶ ପ୍ରଦେଶ ସୀମାରେ କ୍ୱାରେଣ୍ଟାଇନ୍ ସୁବିଧା ନଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ସରକାରୀ ଅଧିକାରୀମାନେ ପ୍ରକାଶ କରିଛନ୍ତି।

ସ୍ଥାନୀୟ ଚାଷୀଙ୍କ ପାଇଁ ସୁଯୋଗ

ଆମଦାନୀ ଉପରେ ରୋକ୍ ଲଗାଯିବା ଫଳରେ ଏବେ ନେପାଳର ସ୍ଥାନୀୟ ବଜାରଗୁଡ଼ିକରେ କେବଳ ଦେଶୀୟ ଆମ୍ବ ଦେଖିବାକୁ ମିଳୁଛି। ମଧେଶ ପ୍ରଦେଶର ଭୂମି ପରିଚାଳନା, କୃଷି ଏବଂ ସମବାୟ ମନ୍ତ୍ରଣାଳୟର ସୂଚନା ଅଧିକାରୀ ଅଜୟ ଜ୍ଞାୱାଲୀ କହିଛନ୍ତି ଯେ, ଏହି କଟକଣା ସ୍ଥାନୀୟ ଚାଷୀଙ୍କ ପାଇଁ ବେଶ୍ ଲାଭଦାୟକ ସାବ୍ୟସ୍ତ ହୋଇଛି। ଚଳିତ ଋତୁରେ ସେମାନଙ୍କୁ ଆଉ ଭାରତୀୟ ଫଳ ସହ ପ୍ରତିଯୋଗିତା କରିବାକୁ ପଡ଼ିବ ନାହିଁ, ଯାହାକି ସ୍ଥାନୀୟ ଉତ୍ପାଦନକୁ ପ୍ରୋତ୍ସାହିତ କରିବ।

ଉତ୍ପାଦନ ଏବଂ ଚାହିଦାକୁ ନେଇ ଚିନ୍ତା

କଟକଣା ଯୋଗୁଁ ସ୍ଥାନୀୟ ଚାଷୀ ଉପକୃତ ହେଉଥିଲେ ମଧ୍ୟ, ଦେଶର ମୋଟ ଚାହିଦା ପୂରଣ କରିବା ପାଇଁ ଘରୋଇ ଉତ୍ପାଦନ ଯଥେଷ୍ଟ ନହୋଇପାରେ ବୋଲି ଶ୍ରୀ ଜ୍ଞାୱାଲୀ ଆଶଙ୍କା ପ୍ରକାଶ କରିଛନ୍ତି। ବିଶେଷକରି ଫଳରସ ବା ଜୁସ୍ ପ୍ରସ୍ତୁତ କରୁଥିବା ଶିଳ୍ପଗୁଡ଼ିକ ଏହାଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ରହିଛି। ନେପାଳରେ ମୁଖ୍ୟତଃ ସିରାହା, ସପ୍ତରୀ ଏବଂ ଧନୁଷା ଜିଲ୍ଲାରେ ବହୁଳ ମାତ୍ରାରେ ଆମ୍ବ ଉତ୍ପାଦନ ହୋଇଥାଏ ଏବଂ ମେ’ ମଧ୍ୟଭାଗରୁ ଜୁଲାଇ ମଧ୍ୟଭାଗ ପର୍ଯ୍ୟନ୍ତ ଏଠାରେ ଆମ୍ବ ଅମଳ କରାଯାଏ।

ପଡ଼ିଲାନି ମହାମାରୀର ପ୍ରଭାବ : ୨୦୨୦-୨୧ରେ କୃଷି ଉତ୍ପାଦ ରପ୍ତାନି ବଢ଼ିଲା ୧୭.୫%
ବିଗତ ବର୍ଷେ ହେବ ଦେଶରେ ଲାଗି ରହିଛି କରୋନା ସଂକ୍ରମଣ। ଏଥଯୋଗୁ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ଦେଖାଦେଇଛି ମାନ୍ଦାବସ୍ଥା। କିନ୍ତୁ ଏସବୁ ମଧ୍ୟରେ କୃଷି ହେଉଛି ଏକ ମାତ୍ର ଶିଳ୍ପ ଯେ କି ଏହି ସମୟରେ ଅଭିବୃଦ୍ଦି ହାସଲ କରିଛି। ୨୦୨୦-୨୧ରେ କୃଷି ଉତ୍ପାଦ ରପ୍ତାନିରେ ୧୭.୫% ଅଭିବୃଦ୍‌ଦି ପରିଲକ୍ଷିତ ହୋଇଛି ଯାହା ଚଳିତବର୍ଷ ମହାମାରୀର ପୁନରାବୃତ୍ତି ପ୍ରଦର୍ଶନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | କରୋନା ମାହାମାରୀ ର ସଂକ୍ରମଣ ରୋକିବାକୁ ସମ୍ପ୍ରତି ଦେଶରେ ଲକ୍‌ଡାଉନ୍‌ ଲାଗୁ କରାଯିବା ସତ୍ତ୍ବେ ଏହାର ପ୍ରଭାବ କୃଷି ଉତ୍ପାଦ ଉତ୍ପାଦନ ଉପରେ କୌଣସି ପ୍ରଭାବ ପକାଇପାରିନାହିଁ। ଏହାର ମୂଳ କାରଣ ହେଉଛି ଉତ୍ତମ ମୌସୁୁମୀ ଏ କ୍ଷେତ୍ରରେ ଅନୁକୂଳ ପରିବେଶ ସୃଷ୍ଟି କରିଛି।

୨୦୨୦-୨୧ରେ ଭାରତର କୃଷି ରପ୍ତାନି ୧୭.୫ ପ୍ରତିଶତ ବୃଦ୍ଧି ପାଇ ୪୧.୮ ବିଲିୟନ ଡ଼ଲାରରେ ପହଞ୍ଚିଛି। ୨୦୧୯-୨୦ ବର୍ଷରେ ଦେଶର ସାମଗ୍ରିକ ବାଣିଜ୍ୟ ରପ୍ତାନି ୩୧୩.୪ ବିଲିୟନ ଡ଼ଲାରରୁ ୭.୨ ପ୍ରତିଶତ ହ୍ରାସ ହୋଇ ୨୯୦.୮ ବିଲିୟନ ଡ଼ଲାରରେ ପହଞ୍ଚିଛି। ଏହା ୨୦୧୩-୧୪ ପରଠାରୁ ଶ୍ରେଷ୍ଠ ରହିଛି। କାରଣ ୨୦୧୩-୧୪ରେ ଦେଶର କୃଷି କ୍ଷେତ୍ରରେ ରପ୍ତାନି ୪୩.୨୫ ବିଲିୟନ ଡ଼ଲାର ରହିଥିଲା। ଯଦିବା ବିଶ୍ବ ବଜାରରେ କମୋଡିଟିଗୁଡିକର ଦର ବଢ଼ିଛି ତଥାପି ଉତ୍ତମ ମୌସୁମୀ ଯୋଗୁ କୃଷି କ୍ଷେତ୍ରରେ ଉତ୍ପାଦନ ଭଲ ରହିଛି।

ତେବେ କରୋନା ମହାମାରୀର ପ୍ରଭାବ ରପ୍ତାନି ଉପରେ କୌଣସି ପ୍ରଭାବ ପକାଇପାରିନାହିଁ। ଚଳିତଥର ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଭାବ ସ୍ବଭାବିକ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଥିବାବେଳେ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଖାଦ୍ୟ ମୂଲ୍ୟ ସୂଚକାଙ୍କ ଏପ୍ରିଲରେ ୮୩ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ମହାମାରୀ ଯୋଗୁ ଅନେକ ବନ୍ଦରରେ ଲୋଡିଂ / ଅନଲୋଡିଂ କାର୍ଯ୍ୟକଳାପରେ ଯଥେଷ୍ଟ ହ୍ରାସ ଘଟିଛି। | ଗତ ୧୦-୧୫ ଆସୁଥିବା ଜାହାଜ ସଂଖ୍ୟା ମଧ୍ୟ ହ୍ରାସ ପାଇଛି, କାରଣ ଜାହାଜ ମାଲିକମାନେ ଭାରତରୁ ମାଲ ପରିବହନ କରିବାକୁ ଦ୍ୱିଧା ପ୍ରକାଶ କରୁଛନ୍ତି। ଚାଉଳ ରପ୍ତାନି ପାଇଁ ଏକ ପ୍ରମୁଖ ବନ୍ଦର ଆନ୍ଧ୍ରପ୍ରଦେଶର କାକିନାଡାରେ କେବଳ ୨୦ ଟି ବର୍ଜ (ପ୍ରତ୍ୟେକ ୪୦୦-୫୦୦ ଟନ୍) ମାଲ୍‌ ଲୋଡ୍ ଅନୁମତି ଦିଆଯାଇଛି। ସେହିପରି ଭାଇଜାଗ ବନ୍ଦରରେ ମଧ୍ୟ ସକାଳ ୬ ରୁ ୧୧ ପର୍ଯ୍ୟନ୍ତ ଲୋଡିଂ ୟ ଉପରେ ପ୍ରତିବନ୍ଧକ ଲଗାଇଛି। ଗତ ବର୍ଷର କୃଷି-ରପ୍ତାନି ଅଭିବୃଦ୍ଧି ଅଣ-ବାସମତି ଚାଉଳ ଦ୍ୱାରା ପରିଚାଳିତ ହୋଇଥିଲା । ଏହି ସମୟରେ ରେକର୍ଡ ୧୩.୦୯ ନିୟୁତ ଟନ୍ର ୪.୮୦ ବିଲିୟନ ଡ଼ଲାରର ଚାଉଳ ଦେଶ ବାହାରକୁ ପଠାଯାିଛି। ଏହା ବିଶ୍ବରେ ଭାରତକୁ ସବୁଠାରୁ ବଡ ଚାଉଳ ରପ୍ତାନକାରୀ ଭାବେ ପରିଚୟ ଦେଇଛି। ମହାମାରୀ ଯୋଗୁ ବର୍ତ୍ତମାନ କିଛି ସମସ୍ୟା ହୋଇପାରେ, ଆମର ଚାଉଳ ସବୁଠାରୁ ପ୍ରତିଯୋଗିତାକ୍ଷମ ହୋଇଥିବା ଯୋଗୁ ଚଳିତବର୍ଷ ରପ୍ତାନି ଭଲ ହେବା ଉଚିତ ବୋଲି ଓଲାମ ଏଗ୍ରୋ ଇଣ୍ଡିଆ ଲିମିଟେଡର ଉପାଧ୍ୟକ୍ଷ ନିତିନ ଗୁପ୍ତା କହିଛନ୍ତି।