Agriculture - The Sakala

ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡକୁ ସ୍କଚ୍‌‌-୨୦୨୩ ପୁରସ୍କାର
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ କୃଷି ବିପଣନ (ଓଏସ୍‌‌ଏଏମ୍‌‌) ବୋର୍ଡକୁ ସ୍କଚ୍‌‌-୨୦୨୩ ପୁରସ୍କାର ମିଳିଛି। କୃଷିରେ ରୌପ୍ୟ ବର୍ଗରେ ଇ-ନାମ୍‌‌ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶା ସରକାରଙ୍କ ସମବାୟ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ରାଜ୍ୟର ସମସ୍ତ ୬୬ ନିୟନ୍ତ୍ରିତ ବଜାର କମିଟି ସଫଳତାର ସହ ଇ-ନାମ୍‌‌ ପ୍ଲାଟଫର୍ମରେ ସ୍ଥାନିତ ହୋଇଛି। ଏହି ଇ-ନାମ୍‌‌ ବ୍ୟବସ୍ଥା ଜରିଆରେ କୃଷିଜାତ ଦ୍ରବ୍ୟ ପାନ୍‌‌ ଇଣ୍ଡିଆ ସ୍ତରରେ ଅନ୍‌‌ଲାଇନ୍‌‌ ଉପଲବ୍ଧ ହୋଇପାରିଛି। ଏହା କୃଷିଜାତ ଦ୍ରବ୍ୟର ସମସ୍ତ କ୍ରେତା ଏବଂ ବିକ୍ରେତାଙ୍କୁ ଏପିଏମ୍‌‌ସି (କୃଷି ଉତ୍ପାଦନ ବିପଣନ କମିଟି)/ ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌‌ସି) ମାଧ୍ୟମରେ ଯୋଡ଼ିବା ଲକ୍ଷ୍ୟରେ ପ୍ରସ୍ତୁତ ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ‘୫-ଟି’ ଶାସନ ପଦ୍ଧତିରେ ଓଡ଼ିଶାର ସମବାୟ ସ୍ଥାପତ୍ୟକୁ ଲୋକଙ୍କ ଆବଶ୍ୟକତା ସହିତ ସମତୁଲ କରି ବିକାଶ ଆଣିବାକୁ ଏହି ଉଦ୍ୟମ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ଅନୁସରଣ କରି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ରାଜ୍ୟର ସମସ୍ତ ୬୬ଟି ଆର୍‌‌ଏମ୍‌‌ସିକୁ ଇ-ନାମ୍‌‌ ପୋର୍ଟାଲରେ ସଫଳତାର ସହ ଅପ୍‌‌ଲୋଡିଂ କରାଯାଇଛି। ଓଡ଼ିଶା ଦେଶର ଅନେକ କୃଷିଭିତ୍ତିକ ଉନ୍ନତ ରାଜ୍ୟକୁ ବହୁ ପଛରେ ପକାଇଛି ଏବଂ ସମସ୍ତ ଆରଏମ୍‌‌ସି ଅଧୀନରେ ଏହାର କୃଷି ବଜାରରେ ୧୦୦ ପ୍ରତିଶତ ଅନନ୍ୟ ସଫଳତା ହାସଲ କରିଛି। ୨୦୧୭ରେ ଇ-ନାମ୍‌‌ ପ୍ଲାଟଫର୍ମରେ କେବଳ ୧୦ଟି ଆର୍‌‌ଏମ୍‌‌ସି ଥିବାବେଳେ ଓଡ଼ିଶା ଦେଶର ଅନେକ କୃଷିଭିତ୍ତିକ ଉନ୍ନତ ରାଜ୍ୟକୁ ବହୁ ପଛରେ ପକାଇଛି ଏବଂ ସମସ୍ତ ଆରଏମ୍‌‌ସି ଅଧୀନରେ ଏହାର କୃଷି ବଜାରରେ ୧୦୦ ପ୍ରତିଶତ ଅନନ୍ୟ ସଫଳତା ହାସଲ କରିଛି।

ଗୋଟିଏ ପାଦ ଆଗକୁ ବଢ଼଼ି ବିଭାଗ ୪୦୧ ସଂଖ୍ୟକ କୃଷକ ଉତ୍ପାଦକ ସଂଗଠନ (ଏଫପିଓ)କୁ କୃଷି-ବଜାର ପ୍ଲାଟଫର୍ମରେ ସାମିଲ କରିଛି। ଏହି ଏଫ୍‌‌ପିଓର ସଦସ୍ୟ ଭାବରେ ପ୍ରାୟ ୪୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଡବ୍ଲୁଏସ୍‌‌ଏଚ୍‌‌ଜି) ବର୍ତ୍ତମାନ ସେମାନଙ୍କର ଉତ୍ପାଦର ବିକ୍ରିବଟା ଏହି ଅନ୍‌‌ଲାଇନ୍‌‌ ପ୍ଲାଟଫର୍ମ ମାଧ୍ୟମରେ କରି ଲାଭ ପାଇବାର ବ୍ୟବସ୍ଥା ହୋଇଛି। ରାଜ୍ୟରେ କାର୍ଯ୍ୟ କରୁଥିବା ଏହି ସମସ୍ତ କ୍ଷୁଦ୍ର ଏବଂ ମଧ୍ୟମ ବଜାରକୁ ଏହି ଇଲେକ୍ଟ୍ରୋନିକ ପ୍ଲାଟଫର୍ମ ସହିତ ଯୋଡ଼ିବା ଏବଂ ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା କ୍ଷୁଦ୍ର/ନାମମାତ୍ର ଚାଷୀମାନେ କିଭଳି ସେମାନଙ୍କ ଉତ୍ପାଦିତ କୃଷିଜାତ ଦ୍ରବ୍ୟକୁ ଅନଲାଇନ୍‌‌ ବଜାର ବ୍ୟବସ୍ଥାରେ କାରବାର କରି ଲାଭ ଉଠାଇ ପାରିବେ ସେଥିପାଇଁ ଯୋଜନା କରାଯାଇ ଟିମ୍‌‌-ସମବାୟ ଉଦ୍ୟମ ଜାରିରଖିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହି ପୁରସ୍କାର ପାଇଁ ମନ୍ତ୍ରୀ ଶ୍ରୀ ନାୟକ ଓଏସ୍‌‌ଏମ୍‌‌ ବୋର୍ଡ ଓ ଟିମ୍‌‌ କୋ-ପରେସନକୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ରାଜ୍ୟର କୃଷକମାନଙ୍କ ହିତ ପାଇଁ ‘୫-ଟି’ ଶାସନାଦେଶ ଅନୁୟାୟୀ ସ୍ୱଚ୍ଛତା ବଜାୟ ରଖି ଏହି ଟିମ୍‌‌ ସମାନ ଉତ୍ସାହର ସହ କାର୍ଯ୍ୟ ଜାରିରଖିବ ବୋଲି ଆଶାବ୍ୟକ୍ତ କରିଛନ୍ତି।

କେନ୍ଦ୍ର ଖାଉଟି ମନ୍ତ୍ରୀଙ୍କ ନିକଟରେ ଚାଷୀଙ୍କ ହକ୍‍ ଦାବିକଲା ବିଜେଡି; ବକେୟା ପଡ଼ିଛି ୨୦ ହଜାର କୋଟି
ଭୁବନେଶ୍ୱର: ଓଡ଼ିଶାକୁ ନିରନ୍ତର କେନ୍ଦ୍ର ଅବହେଳାର ସୀମା ଟପିଛି। କୃଷି, ଜଳସେଚନ, ଖଣିଜ ସମ୍ପଦ, ରେଳବାଇ, ଜିଏସ୍‍ଟି ଭାଗ, ହସ୍ତତନ୍ତ ଓ ହସ୍ତ ଶିଳ୍ପ, ଟେଲି ଯୋଗାଯୋଗ ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା କ୍ରମାଗତ ଭାବେ କେନ୍ଦ୍ର ଅବହେଳାର ଶିକାର ହୋଇ ଚାଲିଛି। ବିଜେଡି ସାଂସଦ, ରାଜ୍ୟ ସରକାର, ବିଭାଗୀୟ ସଚିବ ଓ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏ ନେଇ କେନ୍ଦ୍ର ନିକଟରେ ଦାବି କରି ଚାଲିଛନ୍ତି; ତଥାପି କେନ୍ଦ୍ର ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁନାହିଁ। ମାତ୍ର ରାଜ୍ୟ ତଥା ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ଏସବୁ ପ୍ରସଙ୍ଗ ଉପରେ ଯତ୍ନବାନ ହୋଇ ଧ୍ୟାନ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଉପରେ ବାରମ୍ବାର ଚାପ ପକାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ରାଜ୍ୟର ବିଜେଡି ସାଂସଦମାନେ ଗତକାଲି କେନ୍ଦ୍ର ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ବର୍ଷ ବର୍ଷ ଧରି କେନ୍ଦ୍ର ସରକାରଙ୍କ ଉପରେ ବକେୟା ୨୦ ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ଦାବି କରିଛନ୍ତି। ଖାଦ୍ୟ ସୁରକ୍ଷା ରିଆତି ବାବଦରେ ୧୪୨୯୨.୫୧ କୋଟି ଟଙ୍କା ଏବଂ ସୁଧ ବାବଦରେ ଓଡ଼ିଶା ସରକାର ବହନ କରିଥିବା ୬୧୮୭ କୋଟି ଟଙ୍କା ପ୍ରଦାନ କରିବାକୁ ବିଜେଡି ସଂସଦୀୟ ଦଳ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଦଳ ପକ୍ଷରୁ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାରେ ସମଗ୍ର ଦେଶରେ ଆଗୁଆ ରହିଛି। ସେହିପରି ଏକ ଅଗ୍ରଣୀ ରାଜ୍ୟ ଭାବେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‍)କୁ ଚାଉଳ ଯୋଗାଣ କରିଆସୁଛି। ଓଡ଼ିଶାରୁ ଚାଉଳ ସଂଗ୍ରହ ଦାୟିତ୍ୱ କେନ୍ଦ୍ର ସରକାରଙ୍କ ଉପରେ ନ୍ୟସ୍ତ ରହିଛି; କିନ୍ତୁ ଓଡ଼ିଶାର ଚାଷୀମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ରାଜ୍ୟ ସରକାର ଭାରତ ସରକାରଙ୍କ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏହି ବୁଝାମଣାପତ୍ର ଜରିଆରେ ଭାରତ ସରକାରଙ୍କ ପକ୍ଷରୁ ରାଜ୍ୟ ସରକାର ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କରୁଛନ୍ତି। ନିୟମ ଅନୁସାରେ ରାଜ୍ୟ ସରକାର ବହନ କରିଥିବା ଖର୍ଚ୍ଚକୁ କେନ୍ଦ୍ର ସରକାର ଭରଣା କରିବାର ବ୍ୟବସ୍ଥା ରହିଛି; କିନ୍ତୁ ଓଡ଼ିଶାକୁ ଏହି ଅର୍ଥ ଦେବାରେ କେନ୍ଦ୍ର ସରକାର ଅବହେଳା କରି ଚାଲିଛନ୍ତି। ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ ଉପରେ ୨୦ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ବକେୟା ରହିଲାଣି। ଖାଦ୍ୟ ସବ୍‍ସିଡି ବାବଦରେ କେନ୍ଦ୍ର ସରକାରଙ୍କ ଉପରେ ୧୪,୨୯୨.୫୧ କୋଟି ଟଙ୍କା ବକେୟା ପଡ଼ିଛି। ଏହାମଧ୍ୟରୁ ୧୧,୬୮୯.୨୧ କୋଟି ପ୍ରୋଭିଜିନାଲ ଖାଦ୍ୟ ସବ୍‍ସିଡି ଏବଂ ୨୬୦୩.୩୦ କୋଟି ଟଙ୍କା ଆଡଭାନ୍ସ ସବ୍‍ସିଡି ବାବଦରେ ବକେୟା ରହିଛି। ସେହିପରି କେନ୍ଦ୍ର ସରକାର ଠିକ୍‍ ସମୟରେ ସବ୍‍ସିଡି ଅର୍ଥ ପ୍ରଦାନ କରୁ ନଥିବାରୁ ଏହି ଅର୍ଥକୁ ଭରଣା କରିବାକୁ ରାଜ୍ୟ ସରକାର ବିଭିନ୍ନ ସଂସ୍ଥାରୁ ଋଣ କରିବାକୁ ବାଧ୍ୟ ହେଉଛନ୍ତି। ଏଥିପାଇଁ ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ଅତିରିକ୍ତ ସୁଧ ବାବଦରେ ୬୧୮୭ କୋଟି ଟଙ୍କା ବ୍ୟୟ କରିଛି। ତେଣୁ ଏହି ଅର୍ଥ କେନ୍ଦ୍ର ସରକାର ଭରଣା କରିବାର ଆବଶ୍ୟକତା ରହିଛି ବୋଲି ବିଜେଡି ସଂସଦୀୟ ଦଳ ଦାବି କରିଛି।

ଧାନ ଉତ୍ପାଦନରେ ଓଡ଼ିଶା ଏବେ ସମଗ୍ର ଦେଶରେ ଏକ ଅଗ୍ରଣୀ ରାଜ୍ୟର ମାନ୍ୟତା ପାଇଛି। ଧାନ ଉତ୍ପାଦନ ବୃଦ୍ଧି ପରେ ଏହାର କ୍ରୟ ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି ଏବଂ ଚାଷୀଙ୍କ ଦେୟ ୨୪ ଘଣ୍ଟା ମଧ୍ୟରେ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଉଛି; ମାତ୍ର କେନ୍ଦ୍ର ସରକାର ଏହି ଅର୍ଥ ପ୍ରଦାନ କରିବାରେ ବିଳମ୍ବ କରୁଥିବାରୁ ରାଜ୍ୟ ସରକାରଙ୍କୁ ଏହି ଅର୍ଥ ଅନ୍ୟତ୍ର ଯୋଗାଡ଼ ସହ ସୁଧ ଦେବାକୁ ପଡ଼ୁଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର କୃଷକ ଲକ୍ଷ ଲକ୍ଷ କୃଷକ ବିଶେଷକରି ପଶ୍ଚିମ ଓଡ଼ିଶାର କୃଷକଙ୍କ ସ୍ୱାର୍ଥ ବ୍ୟାହତ ହେଉଥିବାରୁ ବିଜେଡି ସାଂସଦମାନେ ଏହି ବକେୟା ଅର୍ଥ ରାଶି ଯଥାଶୀଘ୍ର ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଏହି ସଂସଦୀୟ ପ୍ରତିନିଧି ଦଳରେ ଡକ୍ଟର ଅମର ପଟ୍ଟନାୟକ, ପିନାକୀ ମିଶ୍ର, ଡକ୍ଟର ସସ୍ମିତ ପାତ୍ର, ଭର୍ତୃହରି ମହତାବ, ଡକ୍ଟର ଅଚ୍ୟୁତ ସାମନ୍ତ, ମାନସ ମଙ୍ଗରାଜ, ସୁଲତା ଦେଓ, ଚନ୍ଦ୍ରାଣୀ ମୁର୍ମୁ, ନିରଞ୍ଜନ ବିଶି, ପ୍ରମିଳା ବିଶୋଇ, ମଞ୍ଜୁଲତା ମଣ୍ଡଳ, ଶର୍ମିଷ୍ଠା ସେଠୀ ପ୍ରମୁଖ ସାମିଲ ହୋଇଥିଲେ।

ପଡ଼ିଲାନି ମହାମାରୀର ପ୍ରଭାବ : ୨୦୨୦-୨୧ରେ କୃଷି ଉତ୍ପାଦ ରପ୍ତାନି ବଢ଼ିଲା ୧୭.୫%
ବିଗତ ବର୍ଷେ ହେବ ଦେଶରେ ଲାଗି ରହିଛି କରୋନା ସଂକ୍ରମଣ। ଏଥଯୋଗୁ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ଦେଖାଦେଇଛି ମାନ୍ଦାବସ୍ଥା। କିନ୍ତୁ ଏସବୁ ମଧ୍ୟରେ କୃଷି ହେଉଛି ଏକ ମାତ୍ର ଶିଳ୍ପ ଯେ କି ଏହି ସମୟରେ ଅଭିବୃଦ୍ଦି ହାସଲ କରିଛି। ୨୦୨୦-୨୧ରେ କୃଷି ଉତ୍ପାଦ ରପ୍ତାନିରେ ୧୭.୫% ଅଭିବୃଦ୍‌ଦି ପରିଲକ୍ଷିତ ହୋଇଛି ଯାହା ଚଳିତବର୍ଷ ମହାମାରୀର ପୁନରାବୃତ୍ତି ପ୍ରଦର୍ଶନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | କରୋନା ମାହାମାରୀ ର ସଂକ୍ରମଣ ରୋକିବାକୁ ସମ୍ପ୍ରତି ଦେଶରେ ଲକ୍‌ଡାଉନ୍‌ ଲାଗୁ କରାଯିବା ସତ୍ତ୍ବେ ଏହାର ପ୍ରଭାବ କୃଷି ଉତ୍ପାଦ ଉତ୍ପାଦନ ଉପରେ କୌଣସି ପ୍ରଭାବ ପକାଇପାରିନାହିଁ। ଏହାର ମୂଳ କାରଣ ହେଉଛି ଉତ୍ତମ ମୌସୁୁମୀ ଏ କ୍ଷେତ୍ରରେ ଅନୁକୂଳ ପରିବେଶ ସୃଷ୍ଟି କରିଛି।

୨୦୨୦-୨୧ରେ ଭାରତର କୃଷି ରପ୍ତାନି ୧୭.୫ ପ୍ରତିଶତ ବୃଦ୍ଧି ପାଇ ୪୧.୮ ବିଲିୟନ ଡ଼ଲାରରେ ପହଞ୍ଚିଛି। ୨୦୧୯-୨୦ ବର୍ଷରେ ଦେଶର ସାମଗ୍ରିକ ବାଣିଜ୍ୟ ରପ୍ତାନି ୩୧୩.୪ ବିଲିୟନ ଡ଼ଲାରରୁ ୭.୨ ପ୍ରତିଶତ ହ୍ରାସ ହୋଇ ୨୯୦.୮ ବିଲିୟନ ଡ଼ଲାରରେ ପହଞ୍ଚିଛି। ଏହା ୨୦୧୩-୧୪ ପରଠାରୁ ଶ୍ରେଷ୍ଠ ରହିଛି। କାରଣ ୨୦୧୩-୧୪ରେ ଦେଶର କୃଷି କ୍ଷେତ୍ରରେ ରପ୍ତାନି ୪୩.୨୫ ବିଲିୟନ ଡ଼ଲାର ରହିଥିଲା। ଯଦିବା ବିଶ୍ବ ବଜାରରେ କମୋଡିଟିଗୁଡିକର ଦର ବଢ଼ିଛି ତଥାପି ଉତ୍ତମ ମୌସୁମୀ ଯୋଗୁ କୃଷି କ୍ଷେତ୍ରରେ ଉତ୍ପାଦନ ଭଲ ରହିଛି।

ତେବେ କରୋନା ମହାମାରୀର ପ୍ରଭାବ ରପ୍ତାନି ଉପରେ କୌଣସି ପ୍ରଭାବ ପକାଇପାରିନାହିଁ। ଚଳିତଥର ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଭାବ ସ୍ବଭାବିକ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଥିବାବେଳେ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଖାଦ୍ୟ ମୂଲ୍ୟ ସୂଚକାଙ୍କ ଏପ୍ରିଲରେ ୮୩ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ମହାମାରୀ ଯୋଗୁ ଅନେକ ବନ୍ଦରରେ ଲୋଡିଂ / ଅନଲୋଡିଂ କାର୍ଯ୍ୟକଳାପରେ ଯଥେଷ୍ଟ ହ୍ରାସ ଘଟିଛି। | ଗତ ୧୦-୧୫ ଆସୁଥିବା ଜାହାଜ ସଂଖ୍ୟା ମଧ୍ୟ ହ୍ରାସ ପାଇଛି, କାରଣ ଜାହାଜ ମାଲିକମାନେ ଭାରତରୁ ମାଲ ପରିବହନ କରିବାକୁ ଦ୍ୱିଧା ପ୍ରକାଶ କରୁଛନ୍ତି। ଚାଉଳ ରପ୍ତାନି ପାଇଁ ଏକ ପ୍ରମୁଖ ବନ୍ଦର ଆନ୍ଧ୍ରପ୍ରଦେଶର କାକିନାଡାରେ କେବଳ ୨୦ ଟି ବର୍ଜ (ପ୍ରତ୍ୟେକ ୪୦୦-୫୦୦ ଟନ୍) ମାଲ୍‌ ଲୋଡ୍ ଅନୁମତି ଦିଆଯାଇଛି। ସେହିପରି ଭାଇଜାଗ ବନ୍ଦରରେ ମଧ୍ୟ ସକାଳ ୬ ରୁ ୧୧ ପର୍ଯ୍ୟନ୍ତ ଲୋଡିଂ ୟ ଉପରେ ପ୍ରତିବନ୍ଧକ ଲଗାଇଛି। ଗତ ବର୍ଷର କୃଷି-ରପ୍ତାନି ଅଭିବୃଦ୍ଧି ଅଣ-ବାସମତି ଚାଉଳ ଦ୍ୱାରା ପରିଚାଳିତ ହୋଇଥିଲା । ଏହି ସମୟରେ ରେକର୍ଡ ୧୩.୦୯ ନିୟୁତ ଟନ୍ର ୪.୮୦ ବିଲିୟନ ଡ଼ଲାରର ଚାଉଳ ଦେଶ ବାହାରକୁ ପଠାଯାିଛି। ଏହା ବିଶ୍ବରେ ଭାରତକୁ ସବୁଠାରୁ ବଡ ଚାଉଳ ରପ୍ତାନକାରୀ ଭାବେ ପରିଚୟ ଦେଇଛି। ମହାମାରୀ ଯୋଗୁ ବର୍ତ୍ତମାନ କିଛି ସମସ୍ୟା ହୋଇପାରେ, ଆମର ଚାଉଳ ସବୁଠାରୁ ପ୍ରତିଯୋଗିତାକ୍ଷମ ହୋଇଥିବା ଯୋଗୁ ଚଳିତବର୍ଷ ରପ୍ତାନି ଭଲ ହେବା ଉଚିତ ବୋଲି ଓଲାମ ଏଗ୍ରୋ ଇଣ୍ଡିଆ ଲିମିଟେଡର ଉପାଧ୍ୟକ୍ଷ ନିତିନ ଗୁପ୍ତା କହିଛନ୍ତି।