Petrol-diesel price - The Sakala

ଅଶୋଧିତ ତେଲ ୮୦ ଡଲାର ତଳକୁ ଖସିଲା ପରେ ବି ଦେଶରେ କମୁନି ପେଟ୍ରୋଲ, ଡିଜେଲ ଦର
ଲଣ୍ଡନ୍‌: ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ଲାଗି ଆମେରିକୀୟ ଫେଡେରାଲ ରିଜର୍ଭ ପରେ ବ୍ୟାଙ୍କ ଅଫ୍ ଇଂଲଣ୍ଡ ଏବଂ ସ୍ୱିସ୍ ବ୍ୟାଙ୍କ ସେମାନଙ୍କର ପ୍ରମୁଖ ସୁଧ ହାର ବୃଦ୍ଧି କରିଛନ୍ତି। କାରଣ ସାରା ବିଶ୍ବକୁ ଏବେ ମାନ୍ଦାବସ୍ଥା ଚିନ୍ତା ଘାରିଛି। ବିଶ୍ବ ବଜାରରେ ହ୍ରାସ ଘଟିବାରେ ଲାଗିଛି ଅଶୋଧିତ ତେଲ ଚାହିଦା। ଏଥିଯୋଗୁ ବଜାରରେ ଅଶୋଧିତ ତେଲ ଦରରେ ବୃହତ୍‌ ହ୍ରାସ ଘଟିଛି। ଏମିତିକି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୮୦ ଡଲାର ତଳକୁ ଖସିଆସିଛି। ଇତିମଧ୍ୟରେ ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟରେ ୪.୨୧ ପ୍ରତିଶତ ହ୍ରାସ ଘଟିଛି। ଏହା ସତ୍ତ୍ବେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର କମିବାର ନାମ ଧରୁନାହିଁ। କ୍ରମାଗତ ଭାବେ କିଛି ଦିନ ହେବ ଅନ୍ତଜାତୀୟ ବଜାରରେ ତେଲ ଦରରେ ରେକର୍ଡ ହ୍ରାସ ହେଉଥିଲେ ସୁଦ୍ଧା ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଖାଉଟିଙ୍କୁ କୌଣସି ପ୍ରକାଣ ଆଶ୍ବସ୍ତି ମିଳୁନାହିଁ। ଏହାକୁ ନେଇ ଏବେ ଘରୋଇ ବଜାରରେ ଖାଉଟିଙ୍କ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି।

ସପ୍ତାହର ଶେଷ ଦିବସ ଶୁକ୍ରବାର କାରବାରରେ ଆମେରିକାର ୱେଷ୍ଟଟେକ୍ସାସ୍‌ ଇଣ୍ଟର ମିଡିଏଟ୍‌ ମୂଲ୍ୟ ବ୍ୟାରେଲ ପିଛା ୭୯.୮୩ ଡଲାର ରହି ୮୦ ଡଲାର ତଳକୁ ଖସିଯାଇଛି। ସେହିପରି ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟରେ ୪.୨୧ ପ୍ରତିଶତ ହ୍ରାସ ଘଟି ୮୬.୬୫ ଡଲାରରେ କାରବାର ଶେଷ ହୋଇଛି। ଅଶୋଧିତ ତୈଳ ମୂଲ୍ୟରେ ଏଭଳି ହ୍ରାସ ସତ୍ତ୍ୱେ ଭାରତରେ ଦୀର୍ଘ ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବଦଳିନାହିଁ। ଏଭଳି ସମୟରେ ଆମେରିକୀୟ ଡଲାର ତୁଳନାରେ ଘରୋଇ ମୁଦ୍ରା ଟଙ୍କା ଦୁର୍ବଳ ହେବା ବେଡି ଉପରେ କୋରଡା ମାଡ଼ ସଦୃଶ ହୋଇଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିୟମ ମୂଲ୍ୟ ଏବେ ୮୧.୦୯ ସ୍ତରରେ ରହିଛି। ଟଙ୍କା ମୂଲ୍ୟରେ ହ୍ରାସ ଯୋଗୁ ଆଗାମୀ ଦିନରେ ଦେଶରେ ମୁଦ୍ରାସ୍ଫୀତି ଅଧିକ ବୃଦ୍ଧି ପାଇବା ସମ୍ଭାବନା ଦେଖାଦେଇଛି। ଯାହାର ଫଳ ସ୍ବରୂପ ଘରୋଇ ବଜାରରେ ଦରଦାମ୍‌ ଅତ୍ୟଧିକ ବଢ଼ିବା ନେଇ ଆଶାଙ୍କା ଦେଖାଦେଇଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଲାଗି ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ବାରମ୍ବାର ତା’ର ସୁଧହାର ବୃଦ୍ଧି ଘଟାଇବା ଯୋଗୁ ଭାରତୀୟ ଟଙ୍କା ଉପରେ ଚାପ ଆହୁରି ବୃଦ୍ଧି ପାଇବ ବୋଲି ଏବେଠୁ ଆଶା କରାଯାଉଛି। ଭାରତର ୮୫% ତୈଳ ଆବଶ୍ୟକତା ଏବଂ ୫୦% ଗ୍ୟାସ ଆବଶ୍ୟକତା ପୂରଣ କରିବାକୁ ଭାରତ ଆମଦାନୀ ଉପରେ ନିର୍ଭରଶୀଳ। ଏଭଳି ପରିସ୍ଥିତିରେ ଟଙ୍କା ମୂଲ୍ୟରେ ହ୍ରାସ ଘରୋଇ ବଜାରରେ ଇନ୍ଧନ ମୂଲ୍ୟ ଉପରେ ପଡିବ। ଏଠାରେ ସୂୂଚନାଯୋଗ୍ୟ ଯେ, ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୯୬.୭୨ ଟଙ୍କାରେ ଏବଂ ଡିଜେଲ ଲିଟର ପିଛା ୮୯.୬୨ ଟଙ୍କାରେ ବିକ୍ରି ହେଉଛି।

ବେଲଗାମ ତୈଳ ଦର: ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର
ନୂଆଦିଲ୍ଲୀ: ତେଲ ଦରରେ ଲାଗୁନି ଲଗାମ । ହୁ ହୁ ହୋଇ ବଢି ଚାଲିଛି ତୈଳ ଦର। ୧୦ ଦିନ ହେଲାଣି ବଢ଼ି ଚାଲିଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର । ଆଜି ପୁଣି ବୃଦ୍ଧି ପାଇଛି ତେଲ ଦର । ରାଜଧାନୀ ଦିଲ୍ଲୀରେ ୮୦ ପଇସା ଲେଖାଏଁ ବଢ଼ିଛି ତେଲ ଦର । ନୂଆ ଦର ଲାଗୁ ପରେ ଦିଲ୍ଲୀରେ ପେଟ୍ରୋଲ ୧୦୨ ଟଙ୍କା ୬୧ ପଇସାରେ ହୋଇଥିବା ବେଳେ, ଡିଜେଲ ଦର ୯୩ ଟଙ୍କା ୮୭ ପଇସାରେ ପହଞ୍ଚିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ୧୧୭ ଟଙ୍କା ୫୭ ପଇସାରେ ପହଞ୍ଚିଥିବାବେଳେ, ଡିଜେଲ ଦର ୧୦୧ ଟଙ୍କା ୭୯ ପଇସା ଛୁଇଁଛି । ଅନ୍ୟପଟେ ଚେନ୍ନାଇରେ ପେଟ୍ରୋଲ ଓ ଡିଜେଲ ଦର ୧୦୮ ଟଙ୍କା ୨୧ ପଇସାରେ ପହଞ୍ଚିଛି । କୋଲକାତାରେ ପେଟ୍ରୋଲ ଲିଟର ୮୪ ପଇସା ବୃଦ୍ଧି ପାଇ ୧୧୨ ଟଙ୍କା ୧୯ ପଇସାରେ ପହଞ୍ଚିଥିବା ବେଳେ, ଡିଜେଲ ୮୦ ପଇସା ବୃଦ୍ଧି ପାଇ ଲିଟର ପିଛା ଦର ୯୭ ଟଙ୍କା ୦୨ ପଇସା ଛୁଇଁଛି ।

ସେହିପରି ଆଜି ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦର ୮୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ନୂଆ ଦର ପରେ ରାଜଧାନୀରେ ପେଟ୍ରୋଲ ଦର ୧୦୯ ଟଙ୍କା ୬୮ ପଇସା ହୋଇଥିବାବେଳେ, ଡିଜେଲ ୯୯ ଟଙ୍କା ୩୮ ପଇସାରେ ପହଞ୍ଚିଛି ।

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର
ଭୁବନେଶ୍ୱର: ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର।  ସାଧାରଣ ଲୋକଙ୍କ ଉପରେ ପଡ଼ିଲା ଚଡ଼କ । ଶୁକ୍ରବାର ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଯାହାକି ଚାରି ଦିନ ମଧ୍ୟରେ ତୃତୀୟ ଥର ପାଇଁ ପୁଣି ଦର ବୃଦ୍ଧି ପାଇଛି । ପେଟ୍ରୋଲ ଲିଟର ପିଛା ୮୬ ପଇସା ଓ ଡିଜେଲ ଲିଟର ପିଛା ୮୫ ପଇସା ବୃଦ୍ଧି ପାଇଛି । ଅର୍ଥାତ ଚାରି ଦିନରେ ପେଟ୍ରୋଲ ଲିଟର ପିଛା ୨ଟଙ୍କା ୮୦ ପଇସା ଓ ଡିଜେଲ ଲିଟର ପିଛା ୨ ଟଙ୍କା ୬୭ପଇସା ବୃଦ୍ଧି ପାଇଛି । ଭାରତୀୟ ତତୈଳ ନିଗମ ଅନୁଯାୟୀ ରାଜଧାନୀ ଦିଲ୍ଲୀରେ ୮୦ ପଇସା ବୃଦ୍ଧି ପରେ ଆଜି ମାର୍ଚ୍ଚ ୨୫ ତାରିଖ ସକାଳ ୬ଟା ବେଳଠାରୁ ଦିଲ୍ଲୀରେ ଡିଜେଲ୍‌ ଲିଟର୍‌ପିଛା ଟ. ୮୯.୦୭ ଏବଂ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୯୭.୮୧ରେ ବିକ୍ରୟ ହେଉଛି।

ପୂର୍ବରୁ ଚଳିତ ସପ୍ତାହର ମଙ୍ଗଳବାର ଏବଂ ବୁଧବାର ଦିନ ଉପରୋକ୍ତ ତୈଳ ଦର ବୃଦ୍ଧି ପାଇଥିଲା। ଯଦି ପୂର୍ବ ରେକର୍ଡ ଦେଖାଯାଏ ତେବେ ତେଲ ଦର ପ୍ରତି ଥର ଲିଟର୍‌ପିଛା ମୂଲ୍ୟ ୮୦ ପଇସା ବୃଦ୍ଧି ପାଉଛି। ଭାରତରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ମୂଲ୍ୟ ଇନ୍ଧନର ଚାହିଦା, ଡଲାର୍‌ ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ଏବଂ ତୈଳଶୋଧନାଗାରର ବ୍ୟବହାର ଉପରେ ନିର୍ଭର କରେ। ଏହାଛଡ଼ା, ‘ଭାଟ୍‌’ ଏବଂ ପରିବହନ ମୂଲ୍ୟ ଆଧାରରେ ରାଜ୍ୟ ରାଜ୍ୟ ମଧ୍ୟରେ ଇନ୍ଧନ ମୂଲ୍ୟରେ ତଫାତ୍‌ ଦେଖା ଦେଇଥାଏ।

ଦର ବୃଦ୍ଧି ପରେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ୧୦୩ ଟଙ୍କା ୬୯ ପଇସାରୁ ୧୦୪ ଟଙ୍କା ୫୫ ପଇସାକୁ ବୃଦ୍ଧି ପାଇଛି । ସେହିପରି ଡିଜେଲ ଦର ଲିଟର ପିଛା ୯୩ ଟଙ୍କା ୪୪ ପଇସାରୁ ବୃଦ୍ଧି ପାଇ ୯୪ ଟଙ୍କା ୨୯ ପଇସାରେ ପହଞ୍ଚିଛି । ଲଗାତର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ଦୁଇଗୁଣ ହେବ ପେଟ୍ରୋଲ୍‌-ଡିଜେଲ୍‌ ଦର
ନୂଆଦିଲ୍ଲୀ : ରୁଷ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ସାରା ବିଶ୍ବରେ ତେଲ ତାତି ଢ଼େର ବଢ଼ିଯାଇଛି। ଋଷ୍‌ ଉପରେ ଆମେରିକା ସହିତ ପାଶ୍ଟାତ୍ୟ ଦେଶ ଗୁଡ଼ିକ କଡ଼ା ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି। ଏହାର କେତେକ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଆମେରିକା ଏବେ ଋଷ୍‌ର ତେଲ ଏବଂ ଗ୍ୟାସ୍‌ କ୍ଷେତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ସଙ୍କେତ ଦେଇଛି। ଏହାପରେ ଋଷ୍ ସୋମବାର ଏ ନେଇ ପ୍ରତିକ୍ରିୟା ଦେଇଛି। ୟୁରୋପକୁ ଗ୍ୟାସ୍‌ ସପ୍ଲାଇ ବନ୍ଦ କରିଦେବାକୁ ରୁଷ ଧମକ ଦେଇଛି। ପାଶ୍ଚାତ୍ୟ ଦେଶମାନଙ୍କ ପାଇଁ କ୍ରୁଡ୍‌ ଅଏଲ୍‌ ବ୍ୟାରେଲ୍‌ ପିଛା ୩୦୦ ଡଲାର୍‌ ପାର୍‌ କରାଇଦେଇପାରେ ବୋଲି ଚେତାବନୀ ଦେଇଛି ଋଷ୍‌। ଯଦି ଏହା ହୁଏ ତେବେ ପେଟ୍ରୋଲ ଏବଂ ଡିଜେଲ ଦର ଦୁଇ ଗୁଣ ହୋଇଯିବ।

ଯାହାକୁ ନେଇ ଏବେ ଆଶଙ୍କା ପ୍ରକାଶ କରାଗଲାଣି। ବର୍ତ୍ତମାନ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୩୯ ଡଲାର ଛୁଇଁଛି। ଏଭଳି ସମୟରେ ୫ ରାଜ୍ୟର ନିର୍ବାଚନ ସୋମବାର ଶେଷ ହୋଇଛି। ଗତ ନଭେମ୍ବର ୩ଠାରୁ ବଢ଼ି ନଥିବା ତେଲ ଦର ଖୁବ୍‌ ଶୀଘ୍ର ବଢ଼ିବ ଏ ନେଇ ମଧ୍ୟ ସମସ୍ତେ  ଆଶଙ୍କା ପ୍ରକାଶ କଲେଣି। କ୍ରୁଡ୍‌ ଅଏଲ ଆଧାରରେ ବର୍ତ୍ତମାନ ତେଲ ଦର ସଂଶୋଧନ କରାଗଲେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୧୯-୨୫ ଟଙ୍କା ବୃଦ୍ଧି ଘଟିବା ନେଇ ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ଏଭଳି ସମୟରେ କାଳେ ପେଟ୍ରୋଲ ଏବଂ ଡିଜେଲ ଦର ଏବେ ହଠାତ୍‌ ବଢ଼ିଯିବ ସେହି ଆଶଙ୍କାରେ ଦେଶର ପ୍ରାୟ ସମସ୍ତ ଭାଗରେ ଲୋକେ ପେଟ୍ରୋଲ ପମ୍ପଗୁଡିକରେ ନିଜର ଗାଡି ଟାଙ୍କି ଭତର୍ତ୍ତି କରିବାରେ ଲାଗିପଡ଼ିଛନ୍ତି।

ଏଥିପାଇଁ ତେଲ ଟାଙ୍କିରେ ଭିଡ଼ ଲାଗିରହିଛି। ରୁଷର ଡେପୁଟି ପ୍ରଧାନମନ୍ତ୍ରୀ ଆଲେକ୍‌ଜାଣ୍ଡାର ନୋଭାକ୍‌ ସରକାରୀ ଟେଲିଭିଜନରେ ବୟାନ ଦେଇ କହିଛନ୍ତି, ଏହା ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ଯେ ଯଦି ରୁଷ ତୈଳକୁ ଅଗ୍ରାହ୍ୟ କରାଯାଏ ତେବେ ବିଶ୍ୱ ବଜାରକୁ ଏହାର ଭୟାନକ ପରିଣାମ ଭୋଗିବାକୁ ପଡ଼ିବ। ଫଳସ୍ବରୂପ କ୍ରୁଡ୍‌ ଅଏଲ୍‌ର ମୂଲ୍ୟରେ ଏପରି ବୃଦ୍ଧି ହେବ ଯାହାର ଅନୁମାନ ମଧ୍ୟ କେହି ଲଗାଇ ପାରିବେନାହିଁ। ସମୟ ଆସିଲେ ଏହା ବ୍ୟାରେଲ୍‌ ପିଛା ୩୦୦ ଡଲାର ପାର୍‌ କରିପାରେ  ବୋଲି ସେ କହିଛନ୍ତି। ରୁଷରୁ ଯେଉଁ ତେଲ ୟୁରୋପକୁ ଯାଉଛି ତାହାର ପୂରଣ କରିବା ପାଇଁ ବର୍ଷକରୁ ମଧ୍ୟ ଅଧିକ ସମୟ ଲାଗିବ ବୋଲି ନୋଭାକ୍‌ କହିଛନ୍ତି।

ଏହାସହିତ ୟୁରୋପକୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ନୋଭାକ୍‌ ଆହୁରି କହିଛନ୍ତି ଯେ, ୟୁରୋପୀୟ ନେତା ଏନେଇ ବିଚାର କରି କୁହନ୍ତୁ ଯେ, ସେମାନେ କ’ଣ କରିବେ। ଯଦି ସେମାନେ ଋଷ୍‌କୁ ଏନର୍ଜି ସପ୍ଲାଇ ବନ୍ଦ କରନ୍ତି ତେବେ ତାହା କରନ୍ତୁ। ଆମେ ସେଥିପାଇଁ ପ୍ରସ୍ତୁତ। ଆମକୁ ତେଲ କେଉଁଠାରେ ବିକ୍ରି କରିବାକୁ ହେବ ତାହା ଭଲ ଭାବେ ଜଣା ବୋଲି ସେ କହିଛନ୍ତି।

ମୂଳ ଦର ୪ ଟଙ୍କା ବଢିଲେ ଖୁଚୁରା ବଢୁଛି ୨୦ ଟଙ୍କା
ଦେଶରେ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଲାଣି ତେଲ ଦର। ପେଟ୍ରୋଲ ଏବଂ ଡିଜେଲର ମୂଳ ଦରଠାରୁ ଢ଼େର ଉପରେ ବିକ୍ରି କରାଯାଉଛି ଖୁଚୁରା ଦର। ଯଦି ଆମେ ପେଟ୍ରୋଲ ଏବଂ ଡିଜେଲର ଗୋଟିଏ ବର୍ଷର ଦର ବୃଦ୍ଧି ଧାରାକୁ ଦେଖÒବା ଏହା ସ୍ପଷ୍ଟ ଜଣାପଡିବ। ଏକ ହିସାବ ଅନୁଯାୟୀ, ଗତ ବର୍ଷକ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଳ ଦର ଲିଟର ପିଛା ୪ ଟଙ୍କା ବୃଦ୍ଧି ଘଟିଥÒବାବେଳେ ବଜାରରେ ଖୁଚୁରା ଦର ଲିଟର ପିଛା ୨୦ ଟଙ୍କାରୁ ଅଧିକ ବୃଦ୍ଧି ଘଟିଛି। ଏହାର ମୁଖ୍ୟ କାରଣ ହେଉଛି, ୨୦୨୦ରେ ତେଲ ଉପରେ କେନ୍ଦ୍ର ସରକାର ଲାଗୁ କରିଥିବା ଉଚ୍ଚ ଟିକସ ହାର । ଦୀର୍ଘ ଦିନ ଧରି ଘରୋଇ ବଜାରରେ ତୈଳ ଦର ଅପରିବର୍ତ୍ତିତ ରହିବା ପରେ ଚଳିତମାସ ୪ଠାରୁ ପୁଣି ଥରେ ତେଲ ଦର ବଢ଼ିବା ଆରମ୍ଭ କରିଛି।

ମେ ପହିଲା ୨୦୨୦ରେ ପେଟ୍ରୋଲର ଖୁଚୁରା ମୂଲ୍ୟ ନୂଆଦିଲ୍ଲୀର ପମ୍ପଗୁଡିକରେ ୬୯ଟଙ୍କା ୫୯ ପଇସା ରହିଥିବାବେଳେ ସେ ସମୟରେ ଏହାର ମୂଳ ଦର ୨୭.୯୫ ଟଙ୍କା ରହିଥିଲା। ସେହିଭଳି ସେ ସମୟରେ ଦିଲ୍ଲୀରେ ଡିଜେଲର ଖୁଚୁରା ମୂଲ୍ୟ ୬୨ ଟଙ୍କା ୨୯ ପଇସା ରହିଥିବାବେଳେ ମୂଳ ଦର ୨୪ ଟଙ୍କା ୮୫ ପଇସା ରହିଥିଲା। ତେବେ ଚଳିତବର୍ଷ ମେ’ ମାସ ସୁଦ୍ଧା ବର୍ଷକ ମଧ୍ୟରେ ପେଟ୍ରୋଲର ମୂଳ ଦର ୩ ଟଙ୍କା ୫୩ ପଇସାରୁ ୩୧ ଟଙ୍କା ୪୮ ପଇସାକୁ ବୃଦ୍ଧି ପାଇଛି। କିନ୍ତୁ ଉପରୋକ୍ତ ସମୟରେ ପେଟ୍ରୋଲର ଖୁଚୁରା ମୂଲ୍ୟ ୨୦ ଟଙ୍କା ୮୧ ପଇସାରୁ ୯୦ ଟଙ୍କା ୪୦ ପଇସା ବୃଦ୍ଧି ହୋଇଛି। ସେହିଭଳି ଡିଜେଲର ମୂଳ ମୂଲ୍ୟ ୪ ଟଙ୍କା ୧୭ ପଇସା ବୃଦ୍ଧି ଘଟି ଖୁଚୁରା ମୂଲ୍ୟ ୨୦ ଟଙ୍କା ୩୨ ପଇସା ହୋଇ ବର୍ଷକରେ ଲିଟର ପିଛା ୮୨ ଟଙ୍କା ୬୧ ପଇସାରେ ପହଞ୍ଚିଛି। ଗତବର୍ଷ କେନ୍ଦ୍ର ସରକାରଙ୍କ ଦ୍ବାରା ତେଲ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି ଜରିଆରେ ଟିକସ ବୃଦ୍ଧି ଏବଂ ରାଜ୍ୟଗୁଡିକ ଦ୍ବାରା ଭାଟ୍‌ରେ ବୃଦ୍ଧି ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ାଇଛି।

ଗତ ବର୍ଷ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ୧୩ ଟଙ୍କା ଏବଂ ଡିଜେଲରେ ୧୬ ଟଙ୍କା ବୃଦ୍ଧି ପାଇଥିବାବେଳେ କରୋନା ମହାମାରୀ ଯୋଗୁଁ ତୈଳ ମୂଲ୍ୟ ହ୍ରାସ ପାଇଥିଲା। ମାତ୍ର ଦୁଇଟି ବୃଦ୍ଧି ଜରିଆରେ ପେଟ୍ରୋଲରେ ଉତ୍ପାଦ ଶୁଳ୍କରେ ୬୫% ବୃଦ୍ଧି କରାଯାଇ ଲିଟର ପିଛା ୧୯ ଟଙ୍କା ୯୮ ପଇସାରୁ ୩୨ ଟଙ୍କା ୯୮ ପଇସାକୁ ବୃଦ୍ଧି ଘଟିଛି। ସେହିଭଳି ଡିଜେଲ ଉପରେ ୭୯% ଉତ୍ପାଦ ଶୁଳ୍କ ବୃଦ୍ଧି କରାଯାଇ ଲିଟର ପିଛା ୧୫ଟଙ୍କା ୮୩ ପଇସାରୁ ୨୮ ଟଙ୍କା ୩୫ ପଇସାକୁ ବୃଦ୍ଧି ହୋଇଛି। ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟ ଉପରେ ବର୍ତ୍ତମାନ ଉତ୍ପାଦ ଶୁଳ୍କ ଯଥାକ୍ରମେ ୩୬% ଏବଂ ୩୪% ରହିଛି। ବୁଧବାର ବଜାରରେ ତେଲ ଦର ମହଙ୍ଗା ହୋଇ ପୁଣି ଏକ ନୂଆ ରେକର୍ଡ ପ୍ରତିଷ୍ଠା ହୋଇଥÒଲା। ରାଜ୍ୟଗୁଡିକର ବିଧାନସଭା ନିର୍ବାଚନ ଶେଷ ହେବା ପରେ ଘରୋଇ ବଜାରରେ ତେଲ ଦର ବଢ଼ିଛି। ବର୍ତ୍ତମାନ ଘରୋଇ ବଜାରରେ ତେଲ ଦର ଦୈନିକ ରେକର୍ଡ ସ୍ତର ଛୁଉଁଛି। ଆଜି ମଧ୍ୟ ଦେଶର ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ରାଜସ୍ତାନରେ ପେଟ୍ରୋଲ ଦର ଦେଶରେ ଶୀର୍ଷରେ ରହିଛି। ବାଣିଜ୍ୟିକ ରାଜଧାନୀ ମୁମ୍ବଇରେ ପେଟ୍ରୋଲ ଲିଟର ପିଛା ଶହେ ଟଙ୍କା ନିକଟତ୍ତର ହୋଇଛି। ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ପ୍ରଥମ କରି ଡିଜେଲ ଦର ଲିଟର ପିଛା ୯୦ ଟଙ୍କା ଅତିକ୍ରମ କରିଛି।