Drivers' union - The Sakala
ଭୁବନେଶ୍ୱର: ୭ ଦଫା ଦାବି ନେଇ ମଙ୍ଗଳବାରଠାରୁ ସାରା ରାଜ୍ୟରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବ ଓଡ଼ିଶା ଡ୍ରାଇଭର ମହାସଙ୍ଘ। ଦାବି ପୂରଣ ନହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ମାସେ ତଳେ ମହାସଂଘ ଏକ ସାମ୍ବାଦିକ ସମ୍ମିଳନୀ ଜରିଆାରେ ସରକାରଙ୍କ ଆଗରେ ଦାବି ଉପସ୍ଥାପନ କରିଥିଲା। କିନ୍ତୁ ଉକ୍ତ ଦାବି ପୂରଣ ହୋଇନଥିବାରୁ ମଙ୍ଗଳବାରଠାରୁ ରାଜ୍ୟର ସମସ୍ତ ଗାଡ଼ି ଚାଳକ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ଗାଡ଼ି ଚାଳକମାନଙ୍କ ଦ୍ୱାରା ଦିଆଯାଇଥିବା ଏହି ଆନ୍ଦୋଳନ ଡାକରାକୁ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଓ ଟ୍ରକ୍‌ ମାଲିକ ସଂଘ ସମର୍ଥନ ଜଣାଇଛି। ତେଣୁ ସାରା ରାଜ୍ୟରେ ଏହି ଆନ୍ଦୋଳନର ଜୋରଦାର୍‌ ପ୍ରଭାବ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି।
ମହାସଂଘ ପକ୍ଷରୁ କୁହାଯାଇଛି ଯେ ବିଗତ ଦିନରୁ ଡ୍ରାଇଭରମାନଙ୍କ ବିଭିିନ୍ନ ସମସ୍ୟା ସଂପର୍କରେ ସରକାରଙ୍କୁ ଅବଗତ କରାଯାଇଛି। ଏହି ସମୟ ମଧ୍ୟରେ ଡ୍ରାଇଭର୍‌ମାନଙ୍କର କେବଳ ଗୋଟିଏ ଦାବି ପୂରଣ ହୋଇଛି। ଗତ ମାର୍ଚ୍ଚ ୨୯ରୁ ୬ ଦିନ ପର୍ଯ୍ୟନ୍ତ ଗାନ୍ଧୀମାର୍ଗରେ ଡ୍ରାଇଭରମାନେ ଶାନ୍ତପୂର୍ଣ୍ଣ ଧାରଣା ଦେଇଥିଲେ। ହେଲେ ସରକାର ଡ୍ରାଇଭରମାନଙ୍କ ଦାବି ପୂରଣ ନେଇ କୌଣସି ପଦକ୍ଷେପ ନେଇନାହାନ୍ତି। ଫଳରେ ଡ୍ରାଇଭରମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ଏବଂ ସମସ୍ତ ଡ୍ରାଇଭର୍‌ ବଡ଼ ଆନ୍ଦୋଳନକୁ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ସୂଚନାଥାଉ କି, ମହାସଂଘର ଦାବିଗୁଡ଼ିକ ହେଲା, ଡ୍ରାଇଭର୍‌ ଉନ୍ନୟନ ବୋର୍ଡରେ ଅଟୋ ଚାଳକଙ୍କୁ ସାମିଲ କରିବା ସହ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ, ୬୦ ବର୍ଷ ପରେ ସ୍ୱତନ୍ତ୍ର ଭତ୍ତା, ଗାଡ଼ି ପାଇଁ ପାର୍କିଂସ୍ଥଳ ଓ ଡ୍ରାଇଭରଙ୍କ ବିଶ୍ରାମ ପାଇଁ ସ୍ଥାନ, ଖଣି ଖାଦାନ ଏବଂ କାରଖାନାରେ ୭୦ପ୍ରତିଶତ ଓଡ଼ିଆ ଡ୍ରାଇଭର ନିଯୁକ୍ତି ଓ ସେପ୍ଟେମ୍ବର ୧କୁ ଡ୍ରାଇଭର ଦିବସ ଘୋଷଣା ଇତ୍ୟାଦି।