Shivraj Singh Chouhan - The Sakala
ମଧ୍ୟପ୍ରଦେଶରେ ମୁଗ କିଣାକୁ ନେଇ କୃଷକ ଆନ୍ଦୋଳନ ତୀବ୍ର: ଭୋପାଳରେ ଡେରା ପକାଇଲେ ଚାଷୀ, ସିଏମ୍ ହାଉସ୍ ଘେରାଉ ପାଇଁ ପ୍ରସ୍ତୁତି
ମଧ୍ୟପ୍ରଦେଶରେ ମୁଗର ୧୦୦ ପ୍ରତିଶତ ଏମ୍ଏସ୍ପି (MSP) କିଣା ଦାବିକୁ ନେଇ କୃଷକଙ୍କ ଆନ୍ଦୋଳନ ତୀବ୍ର ରୂପ ନେଇଛି। ନର୍ମଦାପୁରମ୍ରୁ ପଦଯାତ୍ରା କରି ଭୋପାଳରେ ପହଞ୍ଚିଥିବା ହଜାର ହଜାର ଚାଷୀ ଏବେ ରାଜଧାନୀର ସାବରକର ସେତୁ ନିକଟରେ ଡେରା ପକାଇଛନ୍ତି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ (ସିଏମ୍ ହାଉସ୍) ଘେରାଉ କରିବା ପାଇଁ ଚାଷୀମାନେ ପ୍ରସ୍ତୁତି ଚଳାଇଛନ୍ତି, ଯାହା ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ରାଜନୈତିକ ଆହ୍ୱାନ ସୃଷ୍ଟି କରିଛି।
କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ରାଜ୍ୟର ଚିଠି
ଆନ୍ଦୋଳନ ତୀବ୍ର ହେଉଥିବା ଦେଖି ରାଜ୍ୟ ସରକାର ଏବେ କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଛନ୍ତି। ମଧ୍ୟପ୍ରଦେଶର କୃଷି ମନ୍ତ୍ରୀ ଐଦଲ ସିଂହ କଂସାନା ଏହି ପ୍ରସଙ୍ଗରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଏକ ଚିଠି ଲେଖି ମୁଗ କିଣା ସୀମା ବୃଦ୍ଧି କରିବାକୁ ଦାବି କରିଛନ୍ତି। ସରକାର ଏବଂ କୃଷକ ପ୍ରତିନିଧିଙ୍କ ମଧ୍ୟରେ ଏକାଧିକ ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ବାହାରିପାରି ନାହିଁ।
କାହିଁକି ଆନ୍ଦୋଳନ କରୁଛନ୍ତି କୃଷକ?
କୃଷି ମନ୍ତ୍ରୀ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସମଗ୍ର ଦେଶର ମୋଟ ମୁଗ ଉତ୍ପାଦନରେ ମଧ୍ୟପ୍ରଦେଶର ଭାଗିଦାରୀ ପ୍ରାୟ ୪୦ ପ୍ରତିଶତ ରହିଛି। ରାଜ୍ୟରେ ମେ' ୧୪ରୁ ଜୁଲାଇ ୩, ୨୦୨୬ ମଧ୍ୟରେ ପ୍ରାୟ ୮.୦୬ ଲକ୍ଷ ମେଟ୍ରିକ୍ ଟନ୍ ମୁଗ ଉତ୍ପାଦନ ହୋଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ ମାତ୍ର ୪.୫୪ ଲକ୍ଷ ମେଟ୍ରିକ୍ ଟନ୍ କିଣିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। କିଣା ସୀମା କମ୍ ଥିବାରୁ ରାଜ୍ୟର ବହୁ ସଂଖ୍ୟକ ଚାଷୀ ଏମ୍ଏସ୍ପି (MSP) ଲାଭରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ଏଣୁ କୃଷକମାନେ ଉତ୍ପାଦିତ ସମସ୍ତ ମୁଗକୁ ସର୍ବନିମ୍ନ ସହାୟକ ମୂଲ୍ୟରେ କିଣିବାକୁ ଦାବି କରୁଛନ୍ତି।
ଭୋପାଳରେ କଡ଼ା ସୁରକ୍ଷା ବ୍ୟବସ୍ଥା
ମଙ୍ଗଳବାର ରାତିରେ କୃଷକମାନେ ଭୋପାଳର ବାହ୍ୟ ଇଲାକାରେ ପହଞ୍ଚିବା ପରେ ସେଠାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପୋଲିସ ପକ୍ଷରୁ ଏକାଧିକ ସ୍ଥାନରେ ବ୍ୟାରିକେଡିଂ କରି କୃଷକମାନଙ୍କୁ ଅଟକାଇବାକୁ ପ୍ରୟାସ କରାଯାଇଥିଲେ ମଧ୍ୟ ଆନ୍ଦୋଳନକାରୀମାନେ ଆଗକୁ ବଢ଼ିବାରେ ସଫଳ ହୋଇଥିଲେ। ଚାଷୀମାନଙ୍କର ଏହି ବିଶାଳ ପ୍ରଦର୍ଶନ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସରକାର ପାଇଁ ଚଳିତ ବର୍ଷର ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି।
ନୂଆଦିଲ୍ଲୀ: ବିଜେପିର ଜାତୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ସ୍ଥାନରେ ନିଯୁକ୍ତ ହେବେ ସ୍ଥାୟୀ ଅଧ୍ୟକ୍ଷ। କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ୨୦୨୩ରୁ ଶ୍ରୀ ନଡ୍ଡା ଦଳର କାମଚଳା ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ ପରିବର୍ତ୍ତନ କରାଯାଇ ନ ଥିଲା। ମାତ୍ର ଏବେ ନୂଆ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। ବିଶେଷ ଭାବରେ ଜାତିଗତ ଓ ଆଞ୍ଚଳିକ ସମୀକରଣ ସହ ଅଭିଜ୍ଞତା ଓ ଗ୍ରହଣୀୟତାକୁ ଦଳ ବିଶେଷ ଗୁରୁତ୍ୱ ଦେଉଛି। ଏହା ସହ ଜାତୀୟ ସଭାପତି ଚୟନରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)ର ଭୂମିକା କେଉଁ ପର୍ଯ୍ୟନ୍ତ ରହିବ, ତାହା ସ୍ଥିର ହୋଇ ନ ଥିବାରୁ ଏହି ପ୍ରକ୍ରିୟା ଶେଷ ହେବାକୁ କିଛିମାସ ଲାଗିପାରେ ବୋଲି ଦଳର ଆଭ୍ୟନ୍ତରୀଣ ସୂତ୍ରରୁ ସୂଚନା ମିଳିଛି।
ଗଣମାଧ୍ୟମଗୁଡ଼ିକରେ ବିଜେପି ସଭାପତି ନିର୍ବାଚନକୁ ନେଇ ଯାବତୀୟ ଆଲୋଚନା ଚାଲିଛି। ବଙ୍ଗାରୁ ଲକ୍ଷ୍ମଣଙ୍କ ପରେ ପ୍ରାୟ ଗତ ୨୦ ବର୍ଷ ଧରି ଦକ୍ଷିଣ ଭାରତରୁ କେହି ବିଜେପିର ଜାତୀୟ ସଭାପତି ହୋଇ ନାହାନ୍ତି। ସେହିପରି ଆଗାମୀ ଦିନରେ ତାମିଲନାଡ଼ୁ, ତେଲଙ୍ଗାନା, କେରଳରେ ବଧାନସଭା ନିର୍ବାଚନ ହେବ। ତେଣୁ ବିଜେପିର ପରବର୍ତ୍ତୀ ଜାତୀୟ ଅଧ୍ୟକ୍ଷ ଦକ୍ଷିଣ ଭାରତରୁ ହୋଇ ପାରନ୍ତି ବୋଲି କୁହାଯାଉଛି ଏବଂ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଓ ଦଳର ବରିଷ୍ଠ ନେତ୍ରୀ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ଟି ରାମାରାଓଙ୍କ ଝିଅ ପୁରନ୍ଦେଶ୍ୱରୀଙ୍କ ନାମ ମଧ୍ୟ ଏଥିପାଇଁ ଚର୍ଚ୍ଚା ହେଉଛି।
ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ୨୦୨୬ରେ ପଶ୍ଚିମବଙ୍ଗ, ତେଲଙ୍ଗାନା, କେରଳ, ଆସାମ ଓ ୨୦୨୭ରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାମ, ଗୋଆ, ମଣିପୁର ବିଧାନସଭା ନିର୍ବାଚନ ହେବ ଏବଂ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟ ଏହି ବର୍ଷ ଅନୁଷ୍ଠିତ ହେବ। ତେଣୁ ଏସବୁକୁ ଦୃଷ୍ଟିରେ ରଖି ଦଳ ସଭାପତି ନିଯୁକ୍ତି ସମ୍ପର୍କରେ ନିଷ୍ପତ୍ତି ନେବ। ସମ୍ପ୍ରତି ତିନିଜଣ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ, ମନୋହରଲାଲ ଖଟ୍ଟର, ଧର୍ମେନ୍ଦ୍ର ପ୍ରଧାନଙ୍କ ନାମକୁ ନେଇ ଦଳର ଶୀର୍ଷ ମହଲରେ ଚର୍ଚ୍ଚା ଚାଲିଛି। ସେହିପରି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ପୁରନ୍ଦେଶ୍ୱରୀଙ୍କ ସହ ଦୁଇ ଟାଣୁଆ ସଙ୍ଗଠକ ବି.ଏଲ୍‌.ସନ୍ତୋଷ ଓ ସୁନୀଲ ବଂଶଲଙ୍କ ନାମ ମଧ୍ୟ ଆଲୋଚନା ପରିଧିରେ ରହିଛି। ଦଳର କିଛି ନେତା ସାଧାରଣ ସମ୍ପାଦକ ବିନୋଦ ତାୱଡେ଼ଙ୍କ ନାମ ସମ୍ପର୍କରେ ମଧ୍ୟ ଚର୍ଚ୍ଚା କରୁଛନ୍ତି।
କୁହାଯାଉଛି ଯେ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ବିଜେପି ମୁଖ୍ୟତଃ ୩ଟି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଛି। ସଂଗଠନାତ୍ମକ ଅଭିଜ୍ଞତା, ଆଞ୍ଚଳିକ ସନ୍ତୁଳନ, ଜାତିଗତ ସମୀକରଣ ଏ କ୍ଷେତ୍ରରେ ପ୍ରାଥମିକତା ଗ୍ରହଣ କରିଛି। ଖୁବ୍‌ ଶୀଘ୍ର ସଭାପତି ନିର୍ବାଚନ ନିମନ୍ତେ ଏକ କେନ୍ଦ୍ରୀୟ କମିଟି ଗଠନ କରାଯିବ। ଦଳର ସମ୍ବିଧାନ ଅନୁଯାୟୀ ୫୦ ପ୍ରତିଶତ ସାଂଗଠନିକ ରାଜ୍ୟ ଶାଖାଙ୍କ ଅଧ୍ୟକ୍ଷ ନିଯୁକ୍ତି ପରେ ଜାତୀୟ ଅଧ୍ୟକ୍ଷ ନିର୍ବାଚନ ହେବ। ସମ୍ପ୍ରତି ବିଜେପିର ୩୭ଟି ରାଜ୍ୟ ଶାଖା ରହିଛି। ଏଥିରୁ ୨୬ଟିର ଅଧ୍ୟକ୍ଷ ଚୟନ ସରିଛି। ଚଳିତ ମାସ ପ୍ରାରମ୍ଭର ଦୁଇ ଦିନ ମଧ୍ୟରେ ବିଜେପି ୯ ରାଜ୍ୟର ନୂଆ ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ତେଣୁ ଜାତୀୟ ସଭାପତି ନିର୍ବାଚନ ନିମନ୍ତେ କୌଣସି ବାଧା ନାହିଁ।