Bahuda Yatra 2025 - The Sakala
ପୁରୀ: ଆରମ୍ଭ ହେଲା ରଥ ଟଣା । ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହାରିଲେ ମହାବାହୁ। ଗଡ଼ିଲା ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ । ଧାର୍ଯ୍ୟ ସମୟ ଠାରୁ ପ୍ରାୟ ୧ ଘଣ୍ଟା ଆଗରୁ ରଥ ଟଣା ଆରମ୍ବ ହୋଇଛିୟ  ଗଜପତି ମହାରାଜ ଛେରାପହଁରା କରିବା ପରେ ପ୍ରଥମେ ଗଡ଼ିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷରେ ବିଜେ କରି ଆସୁଛନ୍ତି କାଳିଆ ଠାକୁର। ଶ୍ରୀମନ୍ଦିର ଅଭିମୁଖେ ୩ ଠାକୁରଙ୍କ ରଥଟଣା ଆରମ୍ଭ ହୋଇଛି । ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଛି। ୩ ଠାକୁରଙ୍କୁ ରଥରେ ଦର୍ଶନ କରି ଭାବ ବିହ୍ୱଳ ହୋଇପଡୁଛନ୍ତି ଭକ୍ତ ।
ଏ ଦୁର୍ଲଭ ଦର୍ଶନ ବର୍ଷକରେ ଥରେ ଦେଖିବାକୁ ମିଳିଥାଏ। ରଥାରୁଢ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ସ୍ବଚକ୍ଷୁରେ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ବଡ଼ ଦାଣ୍ଡରେ ପାଦ ରଖି ରଥ ଦଉଡିକୁ ଛୁଇଁ ଦେଲେ ସବୁ ପାପ ଧୋଇ ହୋଇଯାଏ। ଦାରୁ ବ୍ରହ୍ମଙ୍କ ଦର୍ଶନ ପାଇ ଭକ୍ତ ଆତ୍ମ ତୃପ୍ତି ହୋଇଛି । ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ଏବେ ପହଣ୍ଡି ସରିବାର ନୀତି ସମ୍ପର୍ଣ୍ଣ ହୋଇ ରଥ ଟଣା ଆରମ୍ଭ ହୋଇଛି।
ପୁରୀ: ଜନ୍ମବେଦୀରେ ଶେଷ ହୋଇଛି ମହାପ୍ରଭୁଙ୍କ ଲୀଳା। ଶ୍ରୀଗୁଣ୍ଡିଚା ମନ୍ଦିରରେ ସାତ ଦିନ ରହଣି ପରେ ଭାଇ-ଭଉଣୀଙ୍କୁ ସାଥୀରେ ଧରି ବାହୁଡ଼ିବେ କାଳିଆ ଠାକୁର। ପ୍ରଥମେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ ପହଣ୍ଡିରେ ସେବାୟତମାନେ ଆଣିଥିଲେ। ପରେ ପାରମ୍ପରିକ ବାଦ୍ୟର ତାଳେ ତାଳେ ଧାଡ଼ି ପହଣ୍ଡିରେ ତାଳଧ୍ୱଜ ରଥକୁ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କର ବିଜେ କରିବା ନୀତି ଆରମ୍ଭ ହୋଇଥିଲା। ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ପଛେ ପଛେ ଦେବୀ ମା’ସୁଭଦ୍ରା ଧାଡ଼ି ପହଣ୍ଡିରେ ଦର୍ପଦଳନ ରଥକୁ ବିଜେ କରିଥିଲେ। ପରେ ମହାପ୍ରଭୁ କାଳିଆ ସାଆନ୍ତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଧାଡ଼ି ପହଣ୍ଡିରେ ନନ୍ଦିଘୋଷ ରଥକୁ ବିଜେ  କରିଥିଲେ।
ଅପର‌ାହ୍‌ଣ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ନୀତି ବଢ଼ି ଅପରାହ୍‌ଣ ୪ଟାରେ ରଥଟଣା ଆରମ୍ଭ କରାଯିବା ଲାଗି ନୀତି ନିର୍ଘଣ୍ଟ ହୋଇଛି। ରଥଟଣା ସରିବା ପରେ ରଥ ଉପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ଏହା ପରଦିନ ଅର୍ଥାତ୍‌ ରବିବାର ରଥ ଉପରେ ସୁନାବେଶ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଦାରୁବିଗ୍ରହଙ୍କ ବାହୁଡ଼ା ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲାଗି ପୁଲିସ୍‌ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ପଞ୍ଚସ୍ତରୀୟ ସୁରକ୍ଷାବଳୟରେ ରହିଛି ପୁରୀ ସହର।
ଆଜି ବାହୁଡ଼ା; ମଧ୍ୟାହ୍ନ ୧୨ଟାରେ ପହଣ୍ଡି, ଅପରାହ୍ନ ୪ଟାରେ ରଥଟଣା
ପୁରୀ: ଜନ୍ମବେଦୀରେ ଶେଷ ହୋଇଛି ମହାପ୍ରଭୁଙ୍କ ଲୀଳା। ଏବେ ରତ୍ନବେଦୀକୁ ବାହୁଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି ଚତୁର୍ଦ୍ଧାବିଗ୍ରହ। ଶ୍ରୀଗୁଣ୍ଡିଚା ମନ୍ଦିରରେ ସାତ ଦିନ ରହଣି ପରେ ଭାଇ-ଭଉଣୀଙ୍କୁ ସାଥୀରେ ଧରି ବାହୁଡ଼ିବେ କାଳିଆ ଠାକୁର। ଏଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ଦାରୁବ୍ରହ୍ମଙ୍କୁ ଅପେକ୍ଷା କରି ରହିଛନ୍ତି ତିନିରଥ। ଶନିବାର ରଥାରୂଢ଼ ହୋଇ ଦାରୁବିଗ୍ରହ ଯିବେ ଶ୍ରୀମନ୍ଦିର ଅଭିମୁଖେ। ତେବେ ଦକ୍ଷିଣମୋଡ଼ ହୋଇ ନାକଚଣା ଦ୍ୱାରରେ ଲାଗିଥିବା ତିନିରଥକୁ ମହାରଣା ସେବକ ଓ ରଥ ବିଶେଷଜ୍ଞ କମିଟି ଯାଞ୍ଚ କରିସାରିଛନ୍ତି। ଅନ୍ୟପକ୍ଷରେ ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି।
ଶୁକ୍ରବାର ଥିଲା ସନ୍ଧ୍ୟା ଦର୍ଶନ। ସକାଳୁ ଆରମ୍ଭ ହୋଇଯାଇଥିଲା ଭକ୍ତଙ୍କ ଗହଳି। ଲମ୍ବା ଧାଡ଼ିରେ ବ୍ୟାରିକେଡ୍‌ ମଧ୍ୟ ଦେଇ ଶ୍ରଦ୍ଧାଳୁମାନେ ଜନ୍ମବେଦୀରେ ଦାରୁଦିଅଁଙ୍କୁ ଦର୍ଶନ କରିଥିଲେ। ଅନ୍ୟପକ୍ଷରେ ନୀତି ବି ସଅଳ ଚାଲିଥିଲା। ଏଥିସହ ଆଡପ ଅବଢ଼ା ବି ସଅଳ ବାହାରିଥିଲା। ଶେଷ ଆଡ଼ପ ଅବଢ଼ା ପାଇଁ ଭକ୍ତମାନେ ବେଶ୍‌ ଭିଡ଼ ଜମାଇଥିଲେ। ବାହୁଡ଼ା ଯାତ୍ରା ପ୍ରସ୍ତୁତି ପାଇଁ ସନ୍ଧ୍ୟା ଦର୍ଶନ ଅପରାହ୍ଣ ୫ଟାରେ ବନ୍ଦ କରାଯାଇଥିଲା। ଆଡ଼ପମଣ୍ଡପରେ ଚତୁର୍ଦ୍ଧାବିଗ୍ରହଙ୍କ ପହୁଡ଼ ଆଳତି ସରିବା ପରେ ଶ୍ରୀମୁଖ ଖଣ୍ଡୁଆ ନୀତି ସମ୍ପନ୍ନ ହୋଇଥିଲା। ପରେ ମହାପ୍ରଭୁଙ୍କ ବାହୁଟକଣ୍ଟ, ଚାରବନ୍ଧା ଓ କୁସୁମି ଲାଗି ନୀତି ପାଇଁ ଆରମ୍ଭ ହୋଇଥିଲା ପ୍ରସ୍ତୁତି।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ, ଶନିବାର ଭୋର୍‌ ୪ଟାରେ ମଙ୍ଗଳ ଆଳତି ହେବ। ଠାକୁର ଖେଚୁଡ଼ି ଭୋଗ ଖାଇସାରି ଶ୍ରୀମନ୍ଦିର ଅଭିମୁଖେ ବାହାରିବେ। ପୂର୍ବାହ୍ନ ୧୧ଟା ୪୫ରେ ମଙ୍ଗଳାର୍ପଣ ହୋଇ ମଧ୍ୟାହ୍ନ ୧୨ଟାରେ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ଅପର‌ାହ୍‌ଣ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ନୀତି ବଢ଼ି ଅପରାହ୍‌ଣ ୪ଟାରେ ରଥଟଣା ଆରମ୍ଭ କରାଯିବା ଲାଗି ନୀତି ନିର୍ଘଣ୍ଟ ହୋଇଛି। ରଥଟଣା ସରିବା ପରେ ରଥ ଉପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ଏହା ପରଦିନ ଅର୍ଥାତ୍‌ ରବିବାର ରଥ ଉପରେ ସୁନାବେଶ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଦାରୁବିଗ୍ରହଙ୍କ ବାହୁଡ଼ା ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲାଗି ପୁଲିସ୍‌ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ପଞ୍ଚସ୍ତରୀୟ ସୁରକ୍ଷାବଳୟରେ ରହିଛି ପୁରୀ ସହର।.