Science - The Sakala

ଆକାଶ ନୀଳ କିନ୍ତୁ ମହାକାଶ କାହିଁକି କଳା? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ...
ନୂଆଦିଲ୍ଲୀ: ଆମେ ପ୍ରତିଦିନ ନୀଳ ଆକାଶ ଦେଖୁ। ହେଲେ ଆପଣ କେବେ ଭାବିଛନ୍ତି କି ଦିନବେଳା ଆକାଶ କାହିଁକି ନୀଳ ଦେଖାଯାଏ, ସନ୍ଧ୍ୟାରେ ନାଲି ଏବଂ ମହାକାଶ କାହିଁକି ସର୍ବଦା କଳା ରହିଥାଏ? ଏହି ସବୁ ପ୍ରଶ୍ନର ଉତ୍ତର ଆମ ପୃଥିବୀର ବାୟୁମଣ୍ଡଳ ସହ ଜଡିତ। ବାୟୁମଣ୍ଡଳରେ ଥିବା କ୍ଷୁଦ୍ର କଣିକା ଏବଂ ସୂର୍ଯ୍ୟକିରଣର ପ୍ରଭାବ ଯୋଗୁଁ ଆମେ ଆକାଶରେ ବିଭିନ୍ନ ରଙ୍ଗ ଦେଖିବାକୁ ପାଉ। ଆସନ୍ତୁ ଜାଣିବା ଏହା ପଛର ପ୍ରକୃତ ବୈଜ୍ଞାନିକ କାରଣ।

ଆକାଶ କାହିଁକି ନୀଳ ଦେଖାଯାଏ?

ପୃଥିବୀର ବାୟୁମଣ୍ଡଳ ଯୋଗୁଁ ଆକାଶର ରଙ୍ଗ ନୀଳ ଦେଖାଯାଏ। ବାୟୁମଣ୍ଡଳରେ ବିଭିନ୍ନ ଗ୍ୟାସ ଏବଂ ଧୂଳିକଣା ଭରି ରହିଥାଏ। ସୂର୍ଯ୍ୟକିରଣ ଯେତେବେଳେ ବାୟୁମଣ୍ଡଳରେ ପ୍ରବେଶ କରେ, ସେତେବେଳେ ଏହା ବିଭିନ୍ନ ଦିଗରେ ବିଚ୍ଛୁରିତ ହୁଏ। ବିଜ୍ଞାନ ଅନୁଯାୟୀ, ନୀଳ ରଙ୍ଗର ତରଙ୍ଗ ଦୈର୍ଘ୍ୟ (Wavelength) କମ ହୋଇଥିବାରୁ ଏହା ଅନ୍ୟ ରଙ୍ଗ ତୁଳନାରେ ଅଧିକ ବିଚ୍ଛୁରିତ ହୋଇଥାଏ। ଫଳରେ ଚାରିଆଡେ ନୀଳ ରଙ୍ଗ ଖେଳେଇ ହୋଇଯାଏ ଏବଂ ଆମକୁ ସବୁ ଦିଗରୁ ଆକାଶ ନୀଳ ଦେଖାଯାଏ।

ସୂର୍ଯ୍ୟାସ୍ତ ବେଳେ କାହିଁକି ନାଲି ଦିଶେ?

ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟ ଦିଗ୍‌ବଳୟ ନିକଟରେ ଥାଆନ୍ତି। ଏହି ସମୟରେ ସୂର୍ଯ୍ୟକିରଣକୁ ଆମ ପାଖରେ ପହଞ୍ଚିବା ପାଇଁ ବାୟୁମଣ୍ଡଳର ଏକ ମୋଟା ସ୍ତର ଦେଇ ଗତି କରିବାକୁ ପଡେ। ଏତେ ଦୀର୍ଘ ପଥ ଅତିକ୍ରମ କରିବା ବେଳେ ନୀଳ ରଙ୍ଗ ସମ୍ପୂର୍ଣ୍ଣ ବିଚ୍ଛୁରିତ ହୋଇ ଦୂରେଇ ଯାଏ। କିନ୍ତୁ ନାଲି ଏବଂ କମଳା ରଙ୍ଗର ତରଙ୍ଗ ଦୈର୍ଘ୍ୟ ଅଧିକ ହୋଇଥିବାରୁ ଏହା ଆମ ଆଖି ପର୍ଯ୍ୟନ୍ତ ପହଞ୍ଚି ପାରେ। ତେଣୁ ସୂର୍ଯ୍ୟାସ୍ତ ସମୟରେ ଆକାଶ ସୁନେଲି କିମ୍ବା ନାଲି ରଙ୍ଗର ଦେଖାଯାଏ। ବାୟୁମଣ୍ଡଳରେ ଥିବା ଧୂଳି ଓ ଧୂଆଁ ଏହି ନାଲି ରଙ୍ଗକୁ ଆହୁରି ଗାଢ କରିଦିଏ।

ମହାକାଶ କାହିଁକି ଅନ୍ଧକାରମୟ?

ଅନେକଙ୍କ ମନରେ ପ୍ରଶ୍ନ ଆସେ ଯେ ସୂର୍ଯ୍ୟ ଥାଇ ମଧ୍ୟ ମହାକାଶ କାହିଁକି କଳା ଦେଖାଯାଏ। ଏହାର ଉତ୍ତର ହେଉଛି, ମହାକାଶରେ କୌଣସି ବାୟୁମଣ୍ଡଳ ନାହିଁ। ସେଠାରେ ଆଲୋକକୁ ବିଚ୍ଛୁରିତ କରିବା ପାଇଁ କୌଣସି କଣିକା କିମ୍ବା ଅଣୁ ଉପସ୍ଥିତ ନଥାଏ। ଯେହେତୁ ସେଠାରେ ଆଲୋକର ବିଚ୍ଛୁରଣ ଘଟେ ନାହିଁ, ତେଣୁ ସୂର୍ଯ୍ୟ ଥାଇ ମଧ୍ୟ ମହାକାଶ ସର୍ବଦା ଅନ୍ଧକାରମୟ କିମ୍ବା କଳା ଦେଖାଯାଏ।

ଅନ୍ୟ ଗ୍ରହରେ ଆକାଶର ରଙ୍ଗ

ପୃଥିବୀ ପରି ଅନ୍ୟ ଗ୍ରହମାନଙ୍କର ବାୟୁମଣ୍ଡଳ ଭିନ୍ନ ହୋଇଥିବାରୁ ସେଠାରେ ଆକାଶର ରଙ୍ଗ ମଧ୍ୟ ଅଲଗା ହୋଇଥାଏ। ଉଦାହରଣ ସ୍ୱରୂପ, ମଙ୍ଗଳ ଗ୍ରହରେ ବାୟୁମଣ୍ଡଳ ପତଳା ଏବଂ ସେଠାରେ ଧୂଳିକଣା ଅଧିକ। ତେଣୁ ମଙ୍ଗଳ ଗ୍ରହରେ ଦିନବେଳା ଆକାଶ କମଳା ବା ନାଲି ଦେଖାଯାଏ ଏବଂ ସୂର୍ଯ୍ୟାସ୍ତ ସମୟରେ ଏହା ନୀଳ ରଙ୍ଗର ଦେଖାଯାଏ, ଯାହା ପୃଥିବୀର ଠିକ୍ ବିପରୀତ।

ମୟୂରଭଞ୍ଜରେ ବିଜ୍ଞାନରେ ୮୨.୭୫ ଓ ବାଣିଜ୍ୟରେ ୮୧.୯୪ ପ୍ରତିଶତ ପାସହାର
ବାରିପଦା: ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ବାରିପଦାରେ ସ୍ଥିତ ଉତ୍ତର ଓଡ଼ିଶା ଜୋନ୍ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଶାଖା କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତବର୍ଷ ଏହି ଜିଲ୍ଲାରେ ଯୁକ୍ତ ୨ ବିଜ୍ଞାନରେ ୫ହଜାର ୫୦୫ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ୫ହଜାର ୪୩୮ଜଣ ପରୀକ୍ଷା ଦେଇଥିଲେ। ସେଥି ମଧ୍ୟରୁ ୮୨.୭୫  ପ୍ରତିଶତ ହାରରେ ୪୫୦୦ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୨୦୭୨, ଦ୍ୱିତୀୟରେ ୧୨୭୦ ଓ ତୃତୀୟ ଶ୍ରେଣୀରେ ୧୧୩୭ ଜଣ ଅଛନ୍ତି।

୨୧ ପରକ୍ଷାର୍ଥୀ କମ୍ପାର୍ଟମେଣ୍ଟରେ ପାସ୍ କରିଥିବା ବେଳେ ୧୧ ଜଣ କପି କରି ଧରାପଡ଼ିଛନ୍ତି। ସେହିପରି ବାଣିଜ୍ୟରେ ଜିଲାରୁ ୧୧୦୭ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ୧୦୦୯ଜଣ ପରୀକ୍ଷା ଦେଇଥିଲେ। ୮୧.୯୪ ପ୍ରତିଶତ ହାରରେ ୮୯୪ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୨୧୩, ଦ୍ବିତୀୟରେ ୨୩୭ ଓ ତୃତୀୟ ଶ୍ରେଣୀରେ ୪୪୦ଜଣ ଅଛନ୍ତି। ୪ଜଣ ପରକ୍ଷାର୍ଥୀ କମ୍ପାର୍ଟମେଣ୍ଟରେ ପାସ୍ କରିଥିବା ବେଳେ ଦୁଇ ପରୀକ୍ଷାର୍ଥୀ କପି କରି ଧରାପଡ଼ିଥିଲେ ବୋଲି ଶିକ୍ଷା ପରିଷଦର ବାରିପଦା ଶାଖା କାର୍ଯ୍ୟାଳୟର ଉପ- ସଚିବ ଜୟଦେବ ପ୍ରମାଣିକ ପ୍ରକାଶ କରିଛନ୍ତି।

ଚିନ୍ତାରେ ବୈଜ୍ଞାନିକ: ପ୍ରଥମଥର ପାଇଁ ମନୁଷ୍ୟ ରକ୍ତରୁ ମିଳିଲା ମାଇକ୍ରୋପ୍ଲାଷ୍ଟିକ୍ କଣିକା
ଏମଷ୍ଟରଡମ(ଏଜେନ୍ସି): ବିଶ୍ବରେ ପ୍ରଥମ ଥର ପାଇଁ ମନୁଷ୍ୟ ରକ୍ତରୁ ମାଇକ୍ରୋପ୍ଲାଷ୍ଟିକ ମିଳିଛି। ଏହା ବୈଜ୍ଞାନିକଙ୍କ ଚିନ୍ତା ବୃଦ୍ଧି କରିଛି। ବୈଜ୍ଞାନିକଙ୍କ ଅଧ୍ୟୟନ ଅନୁଯାୟୀ ଏହି କ୍ଷୁଦ୍ର କଣିକା ୮୦ ପ୍ରତିଶତ ଲୋକଙ୍କଠାରେ ମିଳିଛି। ଏହି ମାଇକ୍ରୋପ୍ଲାଷ୍ଟିକ ମନୁଷ୍ୟ ଶରୀରରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବ । ଏହା ସହିତ ଅଙ୍ଗପ୍ରତ୍ୟଙ୍ଗରେ ଜମା ହୋଇ ରହିପାରିବ। ତେବେ ସ୍ବାସ୍ଥ୍ୟ ଉପରେ ଏହାର କି ପ୍ରଭାବ ପଡୁଛି ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ଏହା ଉପରେ ଅଧିକ ଗବେଷଣା ଜାରି ରହିଛି | ଗବେଷକମାନେ ଏହାକୁ ନେଇ ବହୁତ ଚିନ୍ତିତ ଅଛନ୍ତି । କାରଣ ଗବେଷଣାଗାରରେ ମାଇକ୍ରୋପ୍ଲାଷ୍ଟିକ ମଧ୍ୟଷ କୋଷିକା ପ୍ରତି କ୍ଷତି ପହଞ୍ଚାଇଥିଲା। ଏହା ପୂର୍ବରୁ ବାୟୁ ପ୍ରଦୂଷଣର କଣିକା ଗୁଡିକ ନିଶ୍ବାସପ୍ରଶ୍ବାସ ଦେଇ ଶରୀର ମଧ୍ୟରେ ପ୍ରବେଶ କରିଥାଏ ବୋଲି ଜଣାପଡିଥିଲା। ଏଥୁଯୋଗୁଁ ପ୍ରତି ବର୍ଷ ବିଶ୍ବର ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି। ପ୍ରତିଦିନ ପରିବେଶରେ ଅନେକ ପ୍ଲାଷ୍ଟିକ ଆର୍ବଜନା ପକାଯାଉଛି ଏବଂ ମାଇକ୍ରୋପ୍ଲାଷ୍ଟିକ ସମ୍ପୂର୍ଣ ପୃଥ୍ବୀକୁ ପ୍ରଦୂଷିତ କରୁଛି । ବିଶ୍ବର ସବୁଠାରୁ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟରୁ ମଧ୍ୟ ମାଇକ୍ରୋପ୍ଲାଷ୍ଟିକ ମିଳିଥିଲା। ଏହା ସମୁଦ୍ରର ସବୁଠାରୁ ଗଭୀରତମ ସ୍ଥାନରେ ମଧ୍ୟ ପହଞ୍ଚି ସାରିଛି। ଖାଇବା, ପିଇବା ଏବଂ ଶ୍ଵାସକ୍ରିୟା ମାଧ୍ୟମରେ ମନଷ୍ୟ ଶରୀରରେ ଏହି ଛୋଟ ଛୋଟ କଣିକା ଗୁଡିକୁ ମଧ୍ୟ ପ୍ରବେଶ କରିଥାଏ | ଏହି କଣିକାଗୁଡିକୁ ଶିଶୁ ଏବଂ ବୟସ୍କଙ୍କ ମୁହଁରୁ ମଧ୍ୟ ଚିହ୍ନଟ କରାଯାଇଛି।

ବୈଜ୍ଞାନିକମାନେ ଯାଞ୍ଚ ସମୟରେ ୨୨ ଜଣ ଅଜ୍ଞାତ ରକ୍ତଦାତାଙ୍କ ନମୁନା ପରୀକ୍ଷା କରିଥିଲେ। ଏମାନଙ୍କ ମଧ୍ୟରୁ ୧୭ ଜଣଙ୍କ ନମୁନାରୁ ମାଇକ୍ରୋପ୍ଲାଷ୍ଟିକ ମିଳିଥିଲା ଏଥୁରୁ ଅଧା ନମୁନାରେ ପିଇଟି ପ୍ଲାଷ୍ଟିକ ମିଳିଥିଲା ଏହାକୁ ଡ୍ରିଙ୍କସ ବୋତଲରେ ବ୍ୟବହାର କରାଯାଇଥାଏ। ଏହା ବ୍ୟତୀତ ଯାଞ୍ଚରେ ଏକ ତୃତୀୟାଂଶ ଲୋକଙ୍କ ଶରୀରରେ ପଲିଷ୍ଟିରିନି ମିଳିଥିଲା। ଏହାକୁ ଖାଦ୍ୟପଦାର୍ଥ ପ୍ୟାକେଜିଂ ଏବଂ ଅନ୍ୟ ଉତ୍ପାଦରେ ବ୍ୟବହାର କରାଯାଇଥାଏ। ଏକ ଚତୁର୍ଥାଶଂ ରକ୍ତ ନମୁନାରୁ ପଲିଥିଲିନି ମଧ୍ୟ ମିଳିଥିଲା। ଏହା ସାହାଯ୍ୟରେ ପ୍ଲାଷ୍ଟିକ ବ୍ୟାଗ ତିଆରି କରାଯାଇଥାଏ। ଏହି ଗବେଷଣା ବିଷୟରେ ପ୍ରଫେଶର ଡିଖ ବେଥାକ କହିଛନ୍ତି ଯେ ରକ୍ତରେ ପଲିମର କଣିକା ରହିଛି ବୋଲି ଏହି ଯାଞ୍ଚରୁ ଜାଣିବାକୁ ମିଳିଛି। ଏହା ଏକ ଗୁରୁତ୍ବପୂର୍ଣ୍ଣ ସନ୍ଧାନ। ଏବେ ଏହା ଅଧିକ ଯାଞ୍ଚ କରିବା ପାଇଁ ବୈଜ୍ଞାନିକମାନେ ଆଲୋଚନା କରୁଛନ୍ତି।

ମହାକାଶରେ ମୁତୟନ ହେଲା ବିଶ୍ୱର ଶକ୍ତିଶାଳୀ ଟେଲିସ୍କୋପ
ନ୍ୟୁୟର୍କ: ବିଶ୍ୱର ଶକ୍ତିଶାଳୀ ଜେମ୍ସ ୱେବ ସ୍ପେସ ଟେଲିସ୍କୋପ ସମ୍ପୂର୍ଣ ଭାବେ ମହାକାଶରେ ମୁତୟନ ହୋଇସାରିଛି । ଆମେରିକା ମହାକାଶ ଏଜେନ୍ସି ନାସାପକ୍ଷରୁ ଏହି ସୂଚନା ଦିଆଯାଇଛି । ଡିସେମ୍ବର ୨୫ରେ ଫ୍ରାନ୍ସର ଗୁଏନା ସ୍ଥିତ କୋରୋଉ ଲଞ୍ଚ ଷ୍ଟେସନରୁ ଏରିୟନ-୫ ଇସିଏ ରକେଟ ସାହାଯ୍ୟରେ ଏହି ଟେଲିସ୍କୋପକୁ ଲଞ୍ଚ କରାଯାଇଥିଲା । ଟେଲିସ୍କୋପର ଅନ୍ତିମ ମିରର ପ୍ୟାନେଲ ଶନିବାର ଖୋଲା ଯାଇଥିଲା । ଖୁବଶୀଘ୍ର ବିଶ୍ବର ଏହି ଶକ୍ତିଶାଳୀ ଟେଲିସ୍କୋପ କାର୍ଯ୍ୟ ଆରମ୍ଭ କରିବ । ନାସା ଅନୁଯାୟୀ ଅନ୍ତିମ ୱିଙ୍ଗକୁ ଖୋଲିବା ପାଇଁ ଦୀର୍ଘ ସମୟ ଲାଗିଥିଲା । କାରଣ ଟେଲିସ୍କୋପ ବଡ଼ ହୋଇଥିବାରୁ ଏହାକୁ ଭଙ୍ଗା ଯାଇ ମହାକାଶକୁ ପଠା ଯାଇଥିଲା । ଏହି ଟେଲିସ୍କୋପ ହବଲର ସ୍ଥାନ ନେବ । ମହାକାଶରୁ ପ୍ରାୟ ୧୫ ଲକ୍ଷ କି.ମି ଉପରେ ଏହାକୁ ମୁତୟନ କରାଯାଇଛି । ସୌର ବର୍ଯ୍ୟ ଏବଂ ଉଲକାପିଣ୍ଡ ଏହା ପାଇଁ ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଉଛି । ଏହି ଟେଲିସ୍କୋପ ସହାୟତାରେ ବିଶ୍ବ ବ୍ରହ୍ମାଣ୍ଡର ଅନେକ ରହସ୍ୟ ଖୋଲିବ ବୋଲି ଆଶା କରାଯାଉଛି ।

ବିଜ୍ଞାନର କରାମତି: ମଶାଙ୍କୁ ମାରିବେ ମଶା
ସମୟ ଯେତେ ଗଡ଼ିଚାଲିଛି, ବିଜ୍ଞାନ କ୍ଷେତ୍ରରେ ସେତେ ନୂଆ ନୂଆ ଜ୍ଞାନକୌଶଳର ବିକାଶ ହେବାରେ ଲାଗିଛି। ଏହି ଧାରାରେ ଏବେ ବିଜ୍ଞାନର ନୂଆ ଆବିଷ୍କାର ହେଉଛି ଜେନେଟିକାଲି ମୋଡିଫାୟାଡ୍‍ ମଶା। ଆମେରିକାର ଫ୍ଲୋରିଡାରେ ଏ ସମ୍ପର୍କରେ ଗବେଷଣା କରାଯାଇ ପ୍ରାୟ ୫ କୋଟି ଜେନେଟିକାଲି ମୋଡିଫାୟାଡ୍‍ ମଶା ସୃଷ୍ଟି କରାଯାଇ ପରିବେଶରେ ଛାଡ଼ିଦିଆଯିବ। ଏହି ମଶାମାନଙ୍କ ନାମ ରଖାଯାଇଛି ‘ଓଏକ୍ସ୫୦୩୪’। ବିଜ୍ଞାନାଗାରରେ ବିକଶିତ ହୋଇଥିବା ଏହି ମଶାମାନେ ବାହାରକୁ ଯାଇ ଅନ୍ୟ ମଶାମାନଙ୍କ ସହିତ ସମ୍ପର୍କ ରଖି ବଂଶବିସ୍ତାର କରିବେ। ସେଥିରୁ ଯେଉଁ ମଶା ଜନ୍ମନେବେ ସେମାନେ ଆଉ ରୋଗବାହକ ହୋଇପାରିବେ ନାହିଁ। ଏହି ମଶାମାନେ ମୁଖ୍ୟତଃ ‘ଏଡିସ୍‍ ଏଜିପ୍ଟି’ ପ୍ରଜାତିର ମଶାଙ୍କ ବଂଶ ବିସ୍ତାରକୁ ରୋକିବେ। କାରଣ ‘ଏଡିସ୍‍ ଏଜିପ୍ଟି’ ପ୍ରଜାତିର ମଶାଙ୍କ ଦ୍ୱାରା ହିଁ ହେଙ୍ଗୁ, ଜିକା ଓ ୱେଲୋ ଫିଭର ରୋଗ ବ୍ୟାପିଥାଏ। ସାଧାରଣ ମଶା ଓ ଜେନେଟିକାଲି ମୋଡିଫାୟାଡ୍‍ ମଶାରୁ ସୃଷ୍ଟି ହୋଇଥିବା ନୂଆ ପ୍ରଜାତିର ମଶାଙ୍କ ଶରୀରରେ ରୋଗ ବାହକ କ୍ଷମତା ନଷ୍ଟ ହୋଇଯିବ। ଜେନେଟିକାଲି ମୋଡିଫାୟାଡ୍‍ ମଶା ଯୋଗୁଁ କୀଟନାଶକ ଖର୍ଚ୍ଚ ମଧ୍ୟ ଯଥେଷ୍ଟ ହ୍ରାସ ହୋଇପାରିବ ବୋଲି ସୂଚନା ମିଳିଛି। ପ୍ରାଥମିକ ପର୍ଯ୍ୟାୟରେ ୭୫ କୋଟି ଜେନେଟିକାଲି ମୋଡିଫାୟାଡ୍‍ ମଶା ଲାଭା ପ୍ରସ୍ତୁତ ହୋଇଛି। ଏହାକୁ ପ୍ରସ୍ତୁତ କରୁଥିବା କମ୍ପାନୀକୁ ବିଲ୍‍ ଗେଟ୍‍ସ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।

ଏଭଳି ଏକ ଅଭୂତପୂର୍ବ ପ୍ରକଳ୍ପକୁ ଗତବର୍ଷ ଅଗଷ୍ଟମାସରୁ ଆମେରିକା ସରକାର ଅନୁମତି ପ୍ରଦାନ କରିଥିଲେ। ଏବେ ଏହାକୁ ନେଇ ଆହୁରି ପରୀକ୍ଷଣ ଜାରି ରହିଛି ଏବଂ ଆଗାମୀ ୧ ବର୍ଷ ଭିତରେ ଜେନେଟିକାଲି ମୋଡିଫାୟାଡ୍‍ ମଶାକୁ ଔପଚାରିକ ଭାବେ ପରିବେଶରେ ଛାଡ଼ି ଦିଆଯିବାର ଯୋଜନା ରହିଛି। ବର୍ତ୍ତମାନ ଏହି ପ୍ରକଳ୍ପ ଆମେରିକର ଫ୍ଲୋରିଡାରେ ଆରମ୍ଭ କରାଯାଇଛି। ଏଠାରେ ଚଳିତବର୍ଷ ୪୭ ଜଣ ଡେଙ୍ଗୁରେ ପୀଡ଼ିତ। ତେଣୁ ଏଠାରେ ଏହି ‘ଏଡିସ୍‍ ଏଜିପ୍ଟି’ ପ୍ରଜାତିର ମଶାଙ୍କ ବଂଶବିସ୍ତାରକୁ ସମୂଳେ ନାଶ କରିବା ପାଇଁ ‘ଜେନେଟିକାଲି ମୋଡିଫାୟାଡ୍‍ ମଶା’ ପ୍ରକଳ୍ପକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ। ଏହି ପ୍ରକଳ୍ପ ପାଇଁ ଆମେରିକାର ପରିବେଶ ବିଭାଗ ପକ୍ଷରୁ ମଧ୍ୟ ଅନୁମୋଦନ ମିଳିସାରିଛି। ଏଭଳି ଏକ ପରୀକ୍ଷଣ ୨୦୧୬ରେ ବ୍ରାଜିଲ୍‍ରେ ମଧ୍ୟ କରାଯାଇଥିଲ, ଯାହାର ଫଳ ସକାରାତ୍ମକ ଥିଲା।

ଏହି ପ୍ରକଳ୍ପ ସମ୍ପର୍କରେ ପରିବେଶବିତ୍‍ମାନେ କିନ୍ତୁ ଭିନ୍ନ ମତ ଦେଇଛନ୍ତି। ସେମାନେ କହିଛନ୍ତି ଯେ ଏହା ଦ୍ୱାରା ‘ଇକୋ ସିଷ୍ଟମ୍‍’ ବା ପରିବେଶ ସନ୍ତୁଳନ ବଦଳିଯିବ, ଯାହାକି ଭବିଷ୍ୟତ ପାଇଁ ଘାତକ ହୋଇପାରେ। ଏମିତି ବି ହୋଇପାରେ କି ‘ଜେନେଟିକାଲି ମୋଡିଫାୟାଡ୍‍ ମଶା’ଙ୍କଠାରୁ ଯଦି କୌଣସି ରୋଗ ସୃଷ୍ଟି ହେବ ତେବେ ତାହା ଅଧିକ ଘାତକ ହୋଇପାରେ।