odisharoads - The Sakala

ରାଜପଥ କଡ଼ରେ ଚାହିଁବସିଛି ବିପଦ
୧୬ ନମ୍ବର ଜାତୀୟ ରାଜପଥର ଭୁବନେଶ୍ୱରରୁ ଖୋର୍ଦ୍ଧା ମଧ୍ୟରେ ଥିବା ସର୍ଭିସ ରାସ୍ତା କାମ ପ୍ରାୟ ସବୁସ୍ଥାନରେ ସରିଛି। କିନ୍ତୁ ଯାଁଳା ବଜାର ଉପରେ ଥିବା ଉଭୟ ପାର୍ଶ୍ୱରେ କେତେକ ସ୍ଥାନରେ ଡ୍ରେନ କାମ ମଧ୍ୟ ହୋଇନାହିଁ। ଛାଡ଼ିଦେଇ ଯାଇଥିବା ସର୍ଭିସ୍‌‌ ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି ଓ ରାସ୍ତାରେ ପଡ଼ିଥିବା ଗେଟି ଯୋଗୁଁଁ ଯାତାୟତରେ ଘୋର ଅସୁବିଧା ସୃଷ୍ଟି ହେଉଛି। ସେହିଭଳି ଗୋଟିଏ ପାର୍ଶ୍ୱରେ ରାସ୍ତା କାମ ସରିଥିବା ବେଳେ ଡ୍ରେନ ନିର୍ମାଣ ବିଳମ୍ବ ଯୋଗୁଁ କିଛି ପରିବାର ବହୁ ଅସୁବିଧାର ରହୁଥିବା ଅଭିଯୋଗ ହେଉଛି। ତେଣୁ ଠିକା ସଂସ୍ଥାର ମନମାନି ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିନ୍ତି।

ଗତ କିଛିବର୍ଷ ପୂର୍ବରୁ ୧୬ ନମ୍ବର ଜାତୀୟ ରାଜପଥ କାମ ଆରମ୍ଭ ହୋଇଥିଲା। ରାଜପଥର ବରମୁଣ୍ଡାରୁ ପିତାପଲ୍ଲୀ ପର୍ଯ୍ୟନ୍ତ ସମସ୍ତ ସମସ୍ତ ସ୍ଥାନରେ ସର୍ଭିସ୍‌‌ ରାସ୍ତା କାମ ସରିଛି। କିନ୍ତୁ ଯାଁଳା ବଜାରର ଦଶହରା ପଡ଼ିଆ ଠାରୁ ଫାଣ୍ଡି ପର୍ଯ୍ୟନ୍ତ ଲମ୍ବିଥିବା ସର୍ଭିସ୍‌‌ ରାସ୍ତା କାମ ସରିପାରି ନାହିଁ। ଏହି ରାସ୍ତାରେ କେବଳ ମେଣ୍ଟଲ ବିଛେଇ ଠିକା ସଂସ୍ଥା ଚମ୍ପଟ ମାରିଛି। ତେଣୁ ଏହି ୨ ଶହ ମିଟର ରାସ୍ତାରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି। ବଡ ବଡ ଗେଟି ପଡ଼ିଥିବାରୁ ଏହି ରାସ୍ତାରେ ଯାତାୟତ କରିବା ବଡ କଷ୍ଟକର ହୋଇପଡୁଛି। ବର୍ଷା ଦିନ ଆରମ୍ଭ ହୋଇଥିବାରୁ ଗର୍ତ୍ତଗୁଡିକରେ ପଣି ଜମିବା ଦ୍ୱାରା ଲୋକେ ଦୁର୍ଘଟଣାରେ ଶିକାର ହେଉଛନ୍ତି।ଉକ୍ତ ରାସ୍ତାରେ ସ୍ଥାନୀୟ ଯାଁଳା, ମୁଣ୍ଡମୁହାଣ, ଓଗାଳପଡ଼ା, କାଶିପୁର, ଅରିଶଲ ଆଦି ଅଞ୍ଚଳର ପ୍ରାୟ ୩୦ ହଜାର ଲୋକ ଯାତାୟତ କରନ୍ତି। ସେହିଭଳି ସବୁଦିନ ଶହ ବସ, ଟ୍ରକ ଓ ମୋଟର ସାଇକଲ ମଧ୍ୟ ଯାତାୟତ କରିଥାଏ। ଏହା ସହ ରାସ୍ତା ପାର୍ଶ୍ୱରେ ମଧ୍ୟ ବହୁ ବ୍ୟବସାୟିକ ଅନୁଷ୍ଠାନ ଓ ବ୍ୟାଙ୍କ ମଧ୍ୟ ଅଛି। ତେଣୁ ରାସ୍ତାର ଅବସ୍ଥା ଖରାପ ଥିବାରୁ ଅନେକ ସମୟରେ ଏହି ଗର୍ତ୍ତରେ ପଥଚାରୀ ଓ ମୋଟର ସାଇକଲ ଚାଳକ ମାନେ ଯାତାୟାତ ବେଳେ ପଡ଼ି ଆହତ ହେଉଛନ୍ତି। ରାଜପଥରେ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ବେଳେ ଉକ୍ତ ରାସ୍ତାରେ ରୋଗି ବୁହା ଯାନ (ଆମ୍ବୁଲାନ୍ସ) ଯାତାୟତ ବେଳେ ମଧ୍ୟ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି।

ସେହିଭଳି ଯାଁଳା ବଜାର ଭୁବନେଶ୍ୱରରୁ ଖୋର୍ଦ୍ଧା ପାର୍ଶ୍ୱରେ ମଧ୍ୟ ଡ୍ରେନ ନିର୍ମାଣ ବିଳମ୍ବ ଯୋଗୁଁ ପ୍ରାୟ ୮/୧୦ ପରିବାର ସହ କିଛି ଦୋକାନୀ ହଇରାଣ ହେଉଛନ୍ତି। ରାଜପଥ ବିଭାଗ ଏହି ସ୍ଥାନରେ ଜମି ଅଧିଗ୍ରହଣ କରି ସାରିଛି। କିନ୍ତୁ ଜମି ମାଲିକମାନଙ୍କୁ କ୍ଷତିପୂରଣ ବାବଦ ଅର୍ଥ ଦେଇ ନ ଥିବା କାରଣରୁ ଏଠାରେ ଡ୍ରେନ ନିର୍ମାଣ ବିଳମ୍ବ ହେଉଥିବା ଜମି ମାଲିକମାନେ ଅଭିଯୋଗ କରିଛନ୍ତି। ଜାତୀୟ ରାଜପଥର ସର୍ଭିସ୍‌‌ ରାସ୍ତା ଉଚ୍ଚରେ ଥିବା ବେଳେ ଏଠାରେ ଥିବା ଘର ଗୁଡିକ ପ୍ରାୟ ୩/୪ ଫୁଟ ତଳେ ରହିଛି। କାଳବୈଶାଖୀ ବର୍ଷା ହେଉ କି ମୌସୁମୀ ବର୍ଷା ସମୟରେ ରାଜପଥରୁ ଗଡ଼ୁଥିବା ପାଣି ଘରେ ପଶିଯାଉଛି।ଫଳରେ ଘରେ ଥିବା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ବୈଦ୍ୟୁତିକ ଜିନିଷ ଗୁଡିକ ପାଣିରେ ପଡ଼ି ନଷ୍ଟ ହେଉଛି। ତେଣୁ ଆଧାରଣ ଲୋକ ଅଜଥା କ୍ଷତି ସହୁଛନ୍ତି। ବର୍ଷା ସମୟରେ ଘରୁ ପାଣି ବୋହି ଲୋକଙ୍କୁ ନୟାନ୍ତ ହେବାକୁ ପଡୁଛି। ଉକ୍ତ ସ୍ଥାନରେ ଡ୍ରେନ କାମ ସରିଥିଲେ ରାଜପଥରୁ ଗଡ଼ୁଥିବା ପାଣି ଡ୍‌‌ରେନରେ ପଡ଼ି ଗଡ଼ିଯାଉଥାନ୍ତା। ଜାତୀୟ ରାଜପଥ ବିଭାଗର ଅବହେଳା ଯୋଗୁଁ ଡ୍ରେନ ନ ଥିବା କାରଣରୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡୁଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି। କେବେ ଏହି ସର୍ଭିସ ରାସ୍ତା ଓ ଡ୍‌‌ରେନ ସରିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ କର୍ତ୍ତୃପକ୍ଷ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି। ଏନେଇ ଜାତୀୟ ରାଜପଥ ବିଭାଗ ସହ ଯୋଗାଯୋଗ କରିଥିଲେ ହେଁ ସମ୍ଭବ ହୋଇନାହିଁ।