Dalai Lama - The Sakala

୯୦ ବର୍ଷ ବୟସରେ ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମାଙ୍କୁ ମିଳିଲା ସମ୍ମାନଜନକ 'ଗ୍ରାମୀ ଆୱାର୍ଡ'
ନୂଆଦିଲ୍ଲୀ: ୯୦ ବର୍ଷ ବୟସରେ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ନିଜର ପ୍ରଥମ ଗ୍ରାମୀ ପୁରସ୍କାର ଜିତିଛନ୍ତି। ଫେବୃଆରୀ ୧, ୨୦୨୬ରେ ଆମେରିକାର ଲସ୍ ଆଞ୍ଜେଲ୍ସରେ ଅନୁଷ୍ଠିତ ୬୮ତମ ବାର୍ଷିକ ଗ୍ରାମୀ ପୁରସ୍କାର ସମାରୋହରେ ତାଙ୍କର ସ୍ପୋକନ୍ ୱାର୍ଡ ଆଲବମ୍ ‘ମେଡିଟେସନ୍ସ: ଦ ରିଫ୍ଲେକ୍ସନ୍ସ ଅଫ୍ ହିଜ୍ ହୋଲିନେସ୍ ଦ ଦଲାଇ ଲାମା’ (Meditations: The Reflections of His Holiness the Dalai Lama) ପାଇଁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି।

ଦଲାଇ ଲାମାଙ୍କୁ ‘ଶ୍ରେଷ୍ଠ ଅଡିଓ ବୁକ୍, ନାରେସନ୍ ଏବଂ ଷ୍ଟୋରିଟେଲିଂ ରେକର୍ଡିଂ’ ବର୍ଗରେ ଏହି ପୁରସ୍କାର ମିଳିଛି। ଏହି ବର୍ଗରେ ଟ୍ରେଭର ନୋହ, କେତନଜୀ ବ୍ରାଉନ୍ ଜ୍ୟାକସନ ଏବଂ କ୍ୟାଥି ଗାର୍ଭରଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ମଧ୍ୟ ମନୋନୀତ ହୋଇଥିଲେ, କିନ୍ତୁ ଦଲାଇ ଲାମା ସମସ୍ତଙ୍କୁ ପଛରେ ପକାଇ ଏହି ସମ୍ମାନ ହାସଲ କରିଛନ୍ତି। ସମାରୋହରେ ତାଙ୍କ ଅନୁପସ୍ଥିତିରେ ସଙ୍ଗୀତଜ୍ଞ ରୁଫସ୍ ୱେନରାଇଟ୍ ତାଙ୍କ ପକ୍ଷରୁ ପୁରସ୍କାର ଗ୍ରହଣ କରିଥିଲେ।

ଏହି ବିଶେଷ ଆଲବମରେ ଦଲାଇ ଲାମା ବିଶିଷ୍ଟ ସରୋଦ ବାଦକ ଅମଜଦ ଅଲି ଖାନ ଏବଂ ତାଙ୍କ ଦୁଇ ପୁତ୍ର ଅମାନ ଅଲି ବଙ୍ଗାଶ ଓ ଆୟାନ ଅଲି ବଙ୍ଗାଶଙ୍କ ସହ ମିଳିତ ଭାବେ କାମ କରିଛନ୍ତି। ଏଥିରେ ଶାନ୍ତି, କରୁଣା, ଦୟା ଏବଂ ଆଶାର ସାର୍ବଜନୀନ ବାର୍ତ୍ତା ସହିତ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଏକ ଅପୂର୍ବ ମିଶ୍ରଣ ଦେଖିବାକୁ ମିଳିଛି।

ପୁରସ୍କାର ଜିତିବା ପରେ ପ୍ରତିକ୍ରିୟା ଦେଇ ଦଲାଇ ଲାମା କହିଛନ୍ତି, “ମୁଁ କୃତଜ୍ଞତା ଏବଂ ନମ୍ରତାର ସହ ଏହି ସମ୍ମାନ ଗ୍ରହଣ କରୁଛି। ମୁଁ ଏହାକୁ ବ୍ୟକ୍ତିଗତ ସଫଳତା ଭାବରେ ଦେଖୁନାହିଁ, ବରଂ ଏହା ଆମର ସାମୂହିକ ବିଶ୍ୱବ୍ୟାପୀ ଦାୟିତ୍ୱର ସ୍ୱୀକୃତି।” ସେ ଆହୁରି ମଧ୍ୟ କହିଛନ୍ତି ଯେ ଶାନ୍ତି, ପରିବେଶ ସୁରକ୍ଷା ଏବଂ ମାନବିକ ଏକତା ସମସ୍ତ ୮୦୦ କୋଟି ମଣିଷଙ୍କ କଲ୍ୟାଣ ପାଇଁ ଅତ୍ୟନ୍ତ ଆବଶ୍ୟକ।

ଏହି ଆଲବମ୍ ଜରିଆରେ ନୋବେଲ ଶାନ୍ତି ପୁରସ୍କାର ବିଜେତାଙ୍କ ଧ୍ୟାନମଗ୍ନ ଚିନ୍ତାଧାରା ଏବଂ ବାଣୀକୁ ସଙ୍ଗୀତ ମାଧ୍ୟମରେ ବିଶ୍ୱବ୍ୟାପୀ ପହଞ୍ଚାଇବା ପାଇଁ ପ୍ରୟାସ କରାଯାଇଛି।

ତିବ୍ବତୀୟ ବାଛିବେ ନୂଆ ଦଲାଇଲାମା
ଧର୍ମଶାଳା: ପରବର୍ତ୍ତୀ ଦଲାଇଲାମା କିଏ ହେବ ତାହାକୁ ନେଇ ସାରା ବିଶ୍ବର ନଜର ରହିଛି। ଏପରି ସମୟରେ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ବଡ଼ ଘୋଷଣା କରିଛନ୍ତି। ତେବେ ତାଙ୍କର ଏହି ଘୋଷଣା ଚୀନ୍‌କୁ ପସନ୍ଦ ଆସିନି। ତିବ୍ବତରେ ବୌଦ୍ଧ ଧର୍ମାବଲମ୍ବୀଙ୍କୁ ଅତ୍ୟାଚାର ଦେଉଥିବା ଏହି ବିସ୍ତାରବାଦୀ ଦେଶ ଧର୍ମଗୁରୁ ଚୟନରେ କେଁ ପୂରାଇଛି। ହିମାଚଳର ଧର୍ମାଶାଳାରେ ବୁଧବାରଠାରୁ ଆରମ୍ଭ ହୋଇଥିବା ୧୫ତମ ତିବ୍ବତୀୟ ଧାର୍ମିକ ସମ୍ମିଳନୀରେ ଦଲାଇଲାମା ନିଜର ପରବର୍ତ୍ତୀ ଉତ୍ତରାଧିକାରୀଙ୍କୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି। ଆଉ ଚୀନ୍‌କୁ ବଡ଼ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ଆଗକୁ ବି ଦଲାଇଲାମା ଅନୁଷ୍ଠାନ ଜାରି ରହିବ। ତାଙ୍କ ଅନ୍ତେ ତିବ୍ବତୀୟ ତଥା ବୌଦ୍ଧ ପରମ୍ପରା ଅନୁଯାୟୀ ପରବର୍ତ୍ତୀ ଉତ୍ତରାଧିକାରୀ ଚୟନ ହେବ। ନୂଆ ଦଲାଇଲାମା ଚୟନର ଦାୟିତ୍ବ ସେ ତିବ୍ବତୀୟ ସଂଗଠନ ଗାଦେନ ଫୋଡରଙ୍ଗ ଟ୍ରଷ୍ଟକୁ ପ୍ରଦାନ କରିଛନ୍ତି। ତିବ୍ବତୀୟ ଲୋକମାନେ ହିଁ ନୂଆ ଦଲାଇଲାମା ଚୟନ କରିବେ। ଏଥିରେ ଚୀନ୍‌ର କୌଣସି ଭୂମିକା ରହିବ ନାହିଁ। ଯଦି ଚୀନ୍‌ ଦଖଲ ଦେବାକୁ ପ୍ରୟାସ କରିବ ତେବେ ଏହାକୁ ବରଦାସ୍ତ କରାଯିବ ନାହିଁ। ତେବେ ଦଲାଇଲାମାଙ୍କ ଏହି ମନ୍ତବ୍ୟକୁ ଚୀନ୍‌ ଗ୍ରହଣ କରିପାରି ନାହିଁ। ଏହି ଘୋଷଣାକୁ ନେଇ ଚୀନ୍‌ କ୍ଷୁବ୍ଧ ହୋଇଯାଇଛି।

ବୌଦ୍ଧ ଧର୍ମ ଏବଂ ତିବ୍ବତରେ ଦଖଲ ଦେଉଥିବା ଏହି ରାଷ୍ଟ୍ର ପକ୍ଷରୁ କୁହାଯାଇଛି ଯେ ଉତ୍ତରାଧିକାରୀ ଚୟନ ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ନେବାକୁ ପଡ଼ିବ। ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ ଦଲାଇଲାମା, ପାଞ୍ଚେନ ଲାମା ଓ ଅନ୍ୟ ବୌଦ୍ଧ ନେତାଙ୍କ ପୁନର୍ଜନ୍ମ ପ୍ରକ୍ରିୟା ‘ଗୋଲ୍ଡେନ ଆର୍ଣ୍ଣ ଲଟେରି’ ଅନୁସାରେ କରାଯିବ। ସୂଚନାଯୋଗ୍ୟ ଯେ ଧର୍ମଶାଳା ସ୍ଥିତ ଦଲାଇଲାମା ଲାଇବ୍ରେରି ଆଣ୍ଡ ଆର୍କାଇଭରେ ଆରମ୍ଭ ହୋଇଥିବା ତିନି ଦିନିଆ ସମ୍ମିଳନୀରେ ବୌଦ୍ଧ ଧର୍ମର ବିଭିନ୍ନ ପରମ୍ପରାର ଲାମାମାନେ, ତିବ୍ବତୀୟ ସଂସଦ, ସଂଗଠନ ଏବଂ ସାରା ବିଶ୍ବରେ ଥିବା ତିବ୍ବତୀୟ ସମୁଦାୟର ପ୍ରତିନିଧି ଭାଗ ନେଉଛନ୍ତି। ବର୍ତ୍ତମାନର ଦଲାଇଲାମା ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଦଲାଇଲାମା ଅନୁଷ୍ଠାନକୁ ଜାରି ରଖିବାକୁ ତିବ୍ବତୀୟ ଲୋକ, ମଙ୍ଗୋଲିଆ, ଚୀନ ଏବଂ ସାରା ବିଶ୍ବରେ ଥିବା ବୌଦ୍ଧ ସଂପ୍ରଦାୟ ଦଲାଇଲାମାଙ୍କୁ ଅନୁରୋଧ କରିଥିଲେ। ଏହାକୁ ଗ୍ରହଣ କରାଯାଇଛି।