Kalia - The Sakala

ଉତ୍କଳ ଦିବସ ଅବସରରେ ହିତାଧିକାରୀ ଚାଷୀଙ୍କୁ ଆଜି କାଳିଆ କିସ୍ତି ଅର୍ଥ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ହିତାଧିକାରୀ ଚାଷୀଙ୍କୁ ମିଳିବ କାଳିଆ କିସ୍ତି । ଉତ୍କଳ ଦିବସ ଅବସରରେ ଆଜି ଚାଷୀମାନଙ୍କୁ କାଳିଆ କିସ୍ତି ଅର୍ଥ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ କାଳିଆ କିସ୍ତି ଅର୍ଥ ବଣ୍ଟନ କରାଯିବ । ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଥିବାରୁ ଏହି ଜିଲ୍ଲାର ହିତାଧିକାରୀଙ୍କୁ ଏହି ରାଶି ଉପନିର୍ବାଚନ ପରେ ପ୍ରଦାନ କରାଯିବ ।

୨୦୧୮ ଡିସେମ୍ବର ମାସରେ ରାଜ୍ୟର ଚାଷୀମାନଙ୍କ କଲ୍ୟାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ‘କାଳିଆ’ ଯୋଜନା ପ୍ରଚଳନ କରିଥିଲେ। ଏହି ଯୋଜନାରେ ପ୍ରତିବର୍ଷ ହିତାଧିକାରୀମାନଙ୍କୁ ଦୁଇଟି ପର୍ଯ୍ୟାୟରେ ୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ରାଜ୍ୟ ବଜେଟ୍‌‌ରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟୟବରାଦ କରାଯାଇଛି। ରାଜ୍ୟର ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ଓ ୫୩ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଯୋଜନା ହୋଇଛି। ଏହି ଅର୍ଥରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି।

ପବିତ୍ର ନୂଆଁଖାଇ ଅବସରରେ ରାଜ୍ୟର ୩୭ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀଙ୍କୁ ୭୪୩ କୋଟି ଟଙ୍କାର କାଳିଆ ସହାୟତା ଭେଟି ଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ପବିତ୍ର ନୂଆଁଖାଇ ଅବସରରେ ରାଜ୍ୟର ୩୭ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀଙ୍କୁ ୭୪୩ କୋଟି ଟଙ୍କାର କାଳିଆ ସହାୟତା ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨୦୨୧-୨୨ ବର୍ଷରେ ରବି ଫସଲ ପାଇଁ ‘କାଳିଆ’ ଯୋଜନାରେ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ସିଧା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ସହାୟତା ରାଶି ପଠାଯିବ । ଏଥିପାଇଁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସବୁ ବ୍ୟବସ୍ଥା କରାଯାଇଛି ।

ଏହି ଯୋଜନାରେ ପୂର୍ବରୁ ୧୮ ଲକ୍ଷ ଭୂମିହୀନ କୃଷକ ପରିବାରକୁ ୩୮୬ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । କାଳିଆ ଯୋଜନାରେ ଚାଷୀମାନେ ୩ଟି କିସ୍ତିରେ ୧୨ ହଜାର ୫୦୦ ଟଙ୍କା ପାଇଥାନ୍ତି । ଶେଷଥର ପାଇଁ ଏପ୍ରିଲ୧ ତାରିଖ ଦିନ ୩୪ଲକ୍ଷ ଚାଷୀଙ୍କୁ ୬୩୯.୯୪କୋଟି ଟଙ୍କା ଦିଆଯାଇଛି । ପୁରୀଜିଲ୍ଲା ବ୍ୟତିତ ସବୁ ଜିଲ୍ଲାର ଚାଷୀଙ୍କ ବ୍ୟାଙ୍କ ଖାତାକୁ ଏହି ଟଙ୍କା ଯାଇଥିଲା । ଏହାପୁର୍ବରୁ ୪୨ଲକ୍ଷ ଚାଷୀଙ୍କ ଖାତାକୁ ୯୨୦କୋଟି ଟଙ୍କା ପଠାଯାଇଥିଲା । ସାରା ଦେଶରେ ଚାଷୀ ମାନଙ୍କ ପାଇଁ କାଳିଆ ଯୋଜନା ହେଉଛି ସବୁଠାରୁ ଭଲ ଯୋଜନା ଏହି ଯୋଜନାରେ କ୍ଷୁଦ୍ର ନାମମାତ୍ର ଓ ଭୂମିହୀନ ଚାଷୀ ବେଶ ଉପକୃତ ହେଉଛନ୍ତି । ଏଯାଏଁ ୫ଟି କିସ୍ତିରେ ଚାଷୀଙ୍କ ଖାତାକୁ ଟଙ୍କା ଦିଆସରିଛି ।

ଆଜି ମିଳିବ ‘କାଳିଆ ସହାୟତା’ ରାଶି
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପବିତ୍ର ଅକ୍ଷୟ ତୃତୀୟ ଏବଂ କୃଷକ ଦିବସ ଅବସରରେ ଶୁକ୍ରବାର ରାଜ୍ୟର ଚାଷୀମାନଙ୍କୁ କାଳିଆ ସହାୟତା ରାଶି ପ୍ରଦାନ କରିବେ। ଖରିଫ-୨୦୨୧ ଫସଲ ବାବଦ ସହାୟତାରେ ଏହି ରାଶି ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଶୁକ୍ରବାର ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଦ୍ୱାରା ଏହି ସହାୟତା ପ୍ରଦାନ କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡ଼ିଛି। ଚଳିତ ଥର ପାଖାପାଖି ୯୨୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ବିଭିନ୍ନ କାରଣରୁ ସ୍ଥଗିତ ଥିବା ସହାୟତା ରାଶି ମଧ୍ୟ ଚାଷୀକୂଳଙ୍କୁ ମିଳିବ ବୋଲି ଜଣାପଡ଼ିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ଦିନରେ ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କରାଯାଇଥିଲା। ହେଲେ ସେହି ସମୟରେ ପିପିଲି ଉପନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାରୁ ନିର୍ବାଚନ ଆଚରଣ ବିଧି ବଳବତ୍ତର ରହିଥିଲା। ତେଣୁ ପିପିଲି ନିର୍ବାଚନ ମଣ୍ଡଳୀ ସମେତ ପୁରୀ ଜିଲ୍ଲା ହିତାଧିକାରୀଙ୍କୁ କାଳିଆ ସହାୟତା ପ୍ରଦାନ କରାଯାଇ ନ ଥିଲା। କରୋନା କାରଣରୁ ନିର୍ବାଚନ ସ୍ଥଗିତ ରହିଛି। ଏଥିସହିତ ଲାଗୁ ହୋଇଥିବା ଆଚରଣ ବିଧି ମଧ୍ୟ ପ୍ରତ୍ୟାହାର ହୋଇଯାଇଛି। ତେଣୁ ପୁରୀ ଜିଲ୍ଲାର ହିତାଧିକାରୀ ପୂର୍ବ ବକେୟା ରାଶି ପାଇବେ ବୋଲି କୁହାଯାଉଛି।