Jagannath Ratha Yatra 2025 - The Sakala
ପୁରୀ: ଭାଇ-ଭଉଣୀଙ୍କୁ ସାଥୀରେ ଧରି ନବଦିନାତ୍ମକ ଯାତ୍ରାରେ ଆସିଥିବା ମହାପ୍ରଭୁ ଏବେ ଜନ୍ମବେଦୀରେ ଲୀଳା କରୁଛନ୍ତି। ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ଅଛନ୍ତି ତିନିରଥ। ଆସନ୍ତା ୫ ତାରିଖରେ ବାହୁଡ଼ା ଯାତ୍ରା। ଏଥିପାଇଁ ବୁଧବାର ତିନିରଥର ହେବ ଦକ୍ଷିଣ ମୋଡ଼। ଅର୍ଥାତ୍‌ ତିନିରଥକୁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ନିଆଯିବ। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବୈଷୟିକ ଟିମ୍‌ ଦ୍ୱାରା ମଙ୍ଗଳବାର ତିନିରଥର ଯାଞ୍ଚ କରାଯାଇଛି। ତିନିରଥର ମହାରଣା ସେବକ, ଭୋଇ ସେବକ, କମାର ସେବକଙ୍କ ଉପସ୍ଥିତିରେ ଆବଶ୍ୟକ ଛୋଟମୋଟ ମରାମତି ହୋଇଛି।
ରଥଯାତ୍ରାରେ ତିନିରଥ ପ୍ରାୟ ୨.୬କିମି ବଡ଼ଦାଣ୍ଡରେ ଗଡ଼ିଥିଲା। ଶ୍ରଦ୍ଧାଳୁମାନେ ସିଂହଦ୍ୱାରରୁ ଶରଧାବାଲି ପର୍ଯ୍ୟନ୍ତ ରଥ ଟାଣିଥିଲେ। ତେଣୁ ରଥରେ କେଉଁଠି କ’ଣ ତ୍ରୁଟି ଥାଇପାରେ,‌ ସେଥିଲାଗି ମଙ୍ଗଳବାର ପୂର୍ତ୍ତ ବିଭାଗ ନେତୃତ୍ୱରେ ଯାଞ୍ଚ କରାଯାଇଥିଲା। କେତେକ ଜାଗାରେ କଣ୍ଟା ଖସିଥିବା ବେଳେ ତାହାକୁ ବାଡ଼ାଯାଇଛି। ଫାଟ ଜାଗାରେ ପହିପାତିଆ ଓ ଲୁହା କ୍ଲାମ୍ପ୍‌ ଦିଆଯାଇ ମରାମତି ହୋଇଛି। ବଡ଼ ଠାକୁରଙ୍କର ତାଳଧ୍ୱଜ ରଥର ୯ଚକରେ ୧୮ଖଣ୍ଡ ପହିପାତିଆ (ପ୍ଲେଟ୍‌) ଏବଂ ନନ୍ଦିଘୋଷ ରଥରେ ୨ଖଣ୍ଡ ପହିପାତିଆ ବାଡ଼ିଆ ଯାଇଛି। ଗୋଟିଏ ପ୍ଲେଟ୍‌ର ଚଉଡ଼ା ୬ ଇଞ୍ଚ ଏବଂ ଲମ୍ବ ୨ଫୁଟ୍‌ ରହିଥିଲା। ଏହାକୁ ଚକ ପହି ଫାଙ୍କ ଜାଗାରେ ଦୁଇପଟେ ଦିଆଯାଇ ସେଟ୍‌ କରାଯାଇଛି। ସେହିପରି ଖସିଥିବା ବଳାକୁ ଠିକ୍‌ ଭାବେ ଲଗାଯାଇଥିବା ବେଳେ ଅନ୍ୟ ଛୋଟମୋଟ ଯାହା ବି ତ୍ରୁଟି ଥିଲା, ତାହାର ସମାଧାନ କରାଯାଇଛି। ଏଥିପାଇଁ ରେଲୱେ ଜଗ୍‌ ବ୍ୟବହାର କରାଯାଇଥିଲା। ଏହାସହ ବଡ଼ଦାଣ୍ଡରେ ବାଲି ବି ପକାଯାଇଛି। ଆସନ୍ତାକାଲି ପ୍ରଥମେ ସୁଭଦ୍ରାଙ୍କ ରଥ ଏବଂ ପରେ ଅନ୍ୟ ଦୁଇରଥ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ରହିବ। ଦକ୍ଷିଣ ମୋଡ଼ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ବୁଧବାର ମଧ୍ୟାହ୍ନ ସାଢ଼େ ୧୨ଟାରେ ରଥ ଆଜ୍ଞାମାଳ ବିଜେ ପରେ ଦକ୍ଷିଣ ମୋଡ଼ ହେବ ବୋଲି ସ୍ଥିର କରାଯାଇଛି। ସୂଚନାଥାଉ କି, ଦକ୍ଷିଣୀ ମୋଡ଼ ପୂର୍ବରୁ ବୈଷୟିକ ଟିମ୍‌ ଦ୍ୱାରା ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଏହି ଯାଞ୍ଚ କରାଯାଇଥିଲା।
ବଡ଼ଦାଣ୍ଡରେ ଗଡ଼ିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ
ପୁରୀ: ବଡ଼ଦାଣ୍ଡରେ ଗଡ଼ିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ । ଘଣ୍ଟ, ହୁଳହୁଳିରେ ପ୍ରକମ୍ପିତ ବଡ଼ଦାଣ୍ଡ । ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ରଥଯାତ୍ରାର ପ୍ରଥମ ଦିନରେ ରଥା ଟଣା ସରିଛି। ଶୁକ୍ରବାର ଅପରାହ୍ନ ସାଢ଼େ ୪ରେ ରଥଟଣା ଆରମ୍ଭ ହୋଇଥିଲା। ବଡ଼ ଠାକୁର ବଳଭଦ୍ରଙ୍କ ରଥକୁ ପ୍ରଥମେ ଭିଡ଼ି ନେଇଥିଲେ ଭକ୍ତ। ଏହା ପରେ ମା’ ସୁଭଦ୍ରାଙ୍କ ରଥକୁ ଟାଣିଥିଲେ ଭକ୍ତ। ଶେଷରେ ଶ୍ରୀଜଗନ୍ନାଥଙ୍କ ରଥ ଟଣା ହୋଇଥିଲା। ତେବେ ପ୍ରଥମ ଦିନର ରଥ ଟଣା ପରେ ବଳଭଦ୍ରଙ୍କ ତାଳଧ୍ବଜ ରଥ ବଳଗଣ୍ଡି ଛକରେ ଅଟକିଥିଲା। ସେହିଭଳି ମରିଚିକୋଟ ଟାଉନ ଥାନା ନିକଟରେ ଅଟକିଲା ମା’ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଅଳ୍ପ ବାଟ ଟଣା ଗଡ଼ି ସିଂହଦ୍ବାର ନିକଟରେ ହିଁ ଅଟକିଥିଲା ନନ୍ଦିଘୋଷ ରଥ। ଶନିବାର ସକାଳୁ ଅର୍ଥାତ ଆଜି ପୁଣି ରଥ ଟଣା ଆରମ୍ଭ ହୋଇଛି।
ଭୁବନେଶ୍ୱର: ଚଳିତବର୍ଷ ପୁରୀ ରଥଯାତ୍ରାରେ ମହାବିଭ୍ରାଟ ଦେଖିବାକୁ ମିଳିଛି। ନନ୍ଦିଘୋଷ ରଥ ମାତ୍ର ଦୁଇ ପାହୁଣ୍ଡ ଆଗକୁ ଗଡ଼ି ସିଂହଦୁଆର ସାମ୍ନାରେ ଛିଡ଼ା ହୋଇଛି। ରଥ ଚାରିପଟେ କଡର଼୍ନ ଭିତରେ ମାତ୍ରାଧିକ ଭିଆଇପି ଓ ଭିଭିଆଇପି ପାସ୍‌ଧାରୀଙ୍କ ଭିଡ଼ ଯୋଗୁଁ ଏଭଳି ବିଭ୍ରାଟ ଘଟିଥିବା ଅଭିଯୋଗ ହେଉଛି। ସୁରକ୍ଷା କଡ଼ନ୍‌ ଭିତରେ ଏତେ ମାତ୍ରାରେ ଭିଡ଼ ଯୋଗୁଁ ରଥ ଟାଣିବା ସମ୍ଭବ ହୋଇ ନ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଭିଡ଼ ହ୍ରାସ ପାଇଁ ଚେଷ୍ଟା କରାଯାଇଥିଲେ ବି ସମ୍ଭବ ହୋଇନଥିଲା। କଡ଼ନ୍‌ ଭିତରୁ ଯେତିକି ଲୋକଙ୍କୁ ଖାଲି କରାଯାଉଥିଲା। ପୁଣି କିଛି ସମୟ ଭିତରେ ସେତିକି ଭିଡ଼ ହୋଇଯାଉଥିଲା। ସମସ୍ତେ ପାସ୍‌ ଧରି କର୍ଡନ୍‌ ଭିତରକୁ ପ୍ରବେଶ କରୁଥିବାରୁ ପୁଲିସ କାହାକୁ ଅଟକାଇ ପାରୁନଥିଲା। ଶେଷରେ ଏଭଳି ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। ଏଥିସହ କିଛି ଯୁବକମାନେ ମଧ୍ୟ ପ୍ରଧାନମନ୍ତ୍ରୀ ଓ ବିଭିନ୍ନ ମନ୍ତ୍ରୀଙ୍କ ଫଟୋ ସମ୍ବଳିତ ସ୍ୱେଚ୍ଛାସେବୀ ଆଇଡି କାର୍ଡ ପକାଇ କଡର଼୍ନ ଭିତରେ ଭିଡ଼ ଜମାଇଥିଲେ। ରଥଯାତ୍ରାରେ ଏଭଳି ବିଭ୍ରାଟ ବିଗତ ୫୦ ବର୍ଷ ଭିତରେ କେବେ ହୋଇ ନ ଥିଲା ବୋଲି ଜଗନ୍ନାଥ ପ୍ରେମୀ କ୍ଷୋଭର ସହ କହିଛନ୍ତି।
ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭ ହୋଇଥିଲା। ମାତ୍ର କର୍ଡନ ଭିତରେ ପାସଧାରୀଙ୍କ ଭିଡ଼ ଯୋଗୁଁ ପୁଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ସେହିଭଳି ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ମରିଚିକୋଟ ଛକ ଯାଏ ଯାଇ ପାରିଥିଲା। ମାତ୍ର ସନ୍ଧ୍ୟା ୭ଟା ସୁଦ୍ଧା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବିଲ୍‌କୁଲ୍‌ ବି ଟଣା ହୋଇ ପାରିନଥିଲା। କର୍ଡନ ଭିତରୁ ପୁଲିସ ପାସ୍‌ଧାରୀମାନଙ୍କୁ ହଟାଇବାକୁ ବହୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲା। ରଥ ଟଣା ହୋଇ ନ ପାରିବା ଯୋଗୁଁ ଶେଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ। ବହୁ ବିଳମ୍ବ ହୋଇଯାଇଥିବାରୁ ଶେଷରେ ନନ୍ଦିଘୋଷ ରଥ କେବଳ ଗୋଟିଏ ପାହୁଣ୍ଡ ଆଗକୁ ଗଡ଼ିଥିଲା। ତା’ପରେ ରଥ ଟଣା ବନ୍ଦ ହୋଇଥିଲା। ଆସନ୍ତାକାଲି ସକାଳ ୯ଟାରୁ ରଥଟଣା ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଥିଲେ। ପୂର୍ବରୁ ରଥଯାତ୍ରା ସମୟରେ ବି ପାସ୍‌ ବଣ୍ଟନ କରାଯାଉଥିଲା। ଭିଆଇ ଓ ଭିଭିଆଇପି ଶ୍ରେଣୀର ଲୋକମାନେ ପାସ୍‌ ନେଇ ରଥ ନିକଟକୁ ଯାଉଥିଲେ। ମାତ୍ର ଏତେ ମାତ୍ରାରେ ପାସ୍‌ଧାରୀ କେବେ ରଥ ନିକଟରେ ଭିଡ଼ ହେଇନଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।
ବିଶେଷକରି ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଦୁଇ ଜଣ ପ୍ରଭାବଶାଳୀ କ୍ୟାବିନେଟ୍‌ ମନ୍ତ୍ରୀ ହଜାର ହଜାର ସଂଖ୍ୟାରେ ପାସ୍‌ ବାଣ୍ଟିବାରୁ ଏଭଳି ସମସ୍ୟା ଉପୁଜିଥିବା ଅଭିଯୋଗ ହେଉଛି। ଉଭୟ ମନ୍ତ୍ରୀ ପାଖାପାଖି ୬ରୁ ୭ହଜାର ପାସ୍‌ ବାଣ୍ଟିଥିବାବେଳେ ଅନ୍ୟମାନେ ବି ୪ରୁ ୫ ହଜାର ପାସ୍‌ ବାଣ୍ଟିଥିଲେ। ତେଣୁ ପାଖାପାଖି ୧୫ରୁ ୨୦ ହଜାର ପାସ୍‌ଧାରୀ ପରିବାର ସହ ରଥକୁ ଘେରି ରହିଥିଲେ। କିଛି ଯୁବକ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଫଟୋ ସମ୍ବଳିତ ଆଇଡି କାର୍ଡ ପକାଇ କଡନ୍‌ ଭିତରେ ବୁଲୁଥିଲେ। ପୁଲିସ ସେମାନଙ୍କୁ ଭିତରକୁ ଯିବାକୁ ବାରଣ କରିଥିଲେ ହେଁ ସେମାନେ ଶୁଣି ନ ଥିଲେ। ରଥଯାତ୍ରାରେ ଏଭଳି ମହାବିଭ୍ରାଟ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କୁ କୁଠାରଘାତ କରିଛି। ସରକାରଙ୍କ ଏତାଦୃଶ କାର୍ଯ୍ୟକୁ ସେମାନେ ଦୃଢ଼ ନିନ୍ଦା କରିଛନ୍ତି। ପୂର୍ବବର୍ଷ ବଡ଼ଠାକୁରଙ୍କୁ ପକାଇ ଦେବା ଘଟଣାରେ ସରକାର କିଛି କାର୍ଯ୍ୟାନୁଷ୍ଠାନ ନେଲେନି। ଏବେ ବି ରଥଯାତ୍ରା ଏଭଳି ବିଭ୍ରାଟ ଦେଖିବାକୁ ମିଳୁଛି। ବାସ୍ତବରେ ସରକାର ଏସବୁ ପରିଚାଳନା କରିବାରେ ସାମର୍ଥ୍ୟ ରଖୁନାହାନ୍ତି ବୋଲି ଜଗନ୍ନାଥ ପ୍ରେମୀ ଅଭିଯୋଗ କରିଛନ୍ତି।
ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ବର୍ଷିଲେ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ
ପୁରୀ: ପୁରୀ ପଶ୍ଚିମବଙ୍ଗର ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଗୁରୁବାର ପ୍ରବଳ ବର୍ଷିଛନ୍ତି ଗୋବର୍ଦ୍ଧନ ପୀଠ ମୁଖ୍ୟ ତଥା ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି, ଏହି ମନ୍ଦିରର ନିର୍ମାଣ ଧର୍ମୀୟ ଭାବନା ପାଇଁ ନୁହେଁ, ଆୟ ପାଇଁ ଏହା କରାଯାଇଛି। ବହୁତ ସଂଖ୍ୟାରେ ଭକ୍ତ ପଶ୍ଚିମବଙ୍ଗରୁ ପୁରୀକୁ ଆସିଥାନ୍ତ। ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାଣିଶୁଣି ଦୀଘାରେ ଜଗନ୍ନାଥ ମନ୍ଦିର କରିଛନ୍ତି।