Shubhanshu Shukla - The Sakala
ମହାକାଶରୁ କେମିତି ଦିଶେ ଭାରତ? ଆରବ ସାଗର ଓ ହିମାଳୟ ଉପରୁ ନିଆଯାଇଥିବା ଅପୂର୍ବ ରାତ୍ରି ଦୃଶ୍ୟ ସେୟାର କଲା ISS
ମହାକାଶରୁ ଆମ ଦେଶ ଭାରତ କିପରି ଦେଖାଯାଏ, ତାହାର ଏକ ଚମତ୍କାର ଚିତ୍ର ସାମ୍ନାକୁ ଆସିଛି। ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ISS) ଦ୍ୱାରା ଏକ ସୁନ୍ଦର ରାତ୍ରିକାଳୀନ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି, ଯାହା ବର୍ତ୍ତମାନ ଇଣ୍ଟରନେଟରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।
ମହାକାଶରୁ ଦେଖାଗଲା ଭାରତର ଚମକ
ଆରବ ସାଗର ଏବଂ ହିମାଳୟ ଅଞ୍ଚଳ ଉପର ଦେଇ ଗତି କରିବା ସମୟରେ ଆଇଏସଏସ ଭାରତର ଏହି ଫଟୋ ଉଠାଇଛି। ଫଟୋରେ ହଜାର ହଜାର ସହରର ଆଲୋକରେ ଝଲସୁଥିବା ଭାରତୀୟ ଉପମହାଦେଶ ବେଶ୍ ଆକର୍ଷଣୀୟ ଦେଖାଯାଉଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (X) ରେ ଏହି ଫଟୋକୁ ପୋଷ୍ଟ କରି ଆଇଏସଏସ ଲେଖିଛି ଯେ, "ଆରବ ସାଗର ଓ ହିମାଳୟ ଉପର ଦେଇ ଉଡ଼ାଣ ଭରିବା ସମୟରେ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ ଉଠାଯାଇଥିବା ଭାରତର ଆଲୋକିତ ରାତ୍ରି ଦୃଶ୍ୟ।"
The well-lit nighttime cityscape of India pictured from the International Space Station as it soared over the Arabian Sea and across the Himalayas. pic.twitter.com/h7Gnlev539
— International Space Station (@Space_Station) March 11, 2026
ମହାକାଶଚାରୀଙ୍କ ଦୈନନ୍ଦିନ ଫଟୋଗ୍ରାଫି
ପୃଥିବୀ ପୃଷ୍ଠରୁ ପ୍ରାୟ ୪୦୦ କିଲୋମିଟର ଉପରେ ରହି ଆଇଏସଏସ ଦିନକୁ ୧୬ ଥର ପୃଥିବୀକୁ ପ୍ରଦକ୍ଷିଣ କରିଥାଏ। ଏହି ସମୟରେ ଏଥିରେ ଥିବା ମହାକାଶଚାରୀମାନେ ନିୟମିତ ଭାବେ ବିଭିନ୍ନ ସହର, ଉପକୂଳ ଏବଂ ପାଣିପାଗର ଫଟୋ କ୍ୟାପଚର କରିଥାନ୍ତି। ବିଶେଷ କରି ରାତି ସମୟରେ ଘନ ଜନବସତି ଓ ସହରାଞ୍ଚଳର ଆଲୋକରେ ଝଲସୁଥିବା ଭାରତର ଚିତ୍ର ସବୁବେଳେ ମହାକାଶଚାରୀ ଏବଂ ସାଧାରଣ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ।
ପୂର୍ବରୁ ମଧ୍ୟ ସାମ୍ନାକୁ ଆସିଛି ଏଭଳି ଦୃଶ୍ୟ
ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ୨୦୨୫ ମସିହାରେ ମଧ୍ୟ ନାସା (NASA) ପକ୍ଷରୁ ଆଇଏସଏସରୁ ଉଠାଯାଇଥିବା ଭାରତର ଏକ ରାତ୍ରିକାଳୀନ ଫଟୋ ଜାରି କରାଯାଇଥିଲା, ଯେଉଁଥିରେ ତାରାଭରା ଆକାଶ ତଳେ ଭାରତ ଉଜ୍ଜ୍ୱଳମୟ ଦିଶୁଥିଲା। ଏକାଧିକ ମିଶନରେ ଆଇଏସଏସରେ ୩୦୦ ରୁ ଅଧିକ ଦିନ ବିତାଇଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ମଧ୍ୟ ପୂର୍ବରୁ ମହାକାଶରୁ ଭାରତର ରାତ୍ରିକାଳୀନ ଦୃଶ୍ୟ ଦେଖିବାର ଅନୁଭୂତି ବର୍ଣ୍ଣନା କରିସାରିଛନ୍ତି। ସେହିପରି ନିକଟରେ ଆଇଏସଏସ ଯାଇଥିବା ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ମଧ୍ୟ ରାତିରେ ଆଲୋକିତ ଭାରତର ଏକ ଆକର୍ଷଣୀୟ ଟାଇମଲାପ୍ସ ଭିଡିଓ ସେୟାର କରିଥିଲେ, ଯାହା ମହାକାଶରୁ ଦେଖାଯାଉଥିବା ଭାରତର ଅନ୍ୟ ଏକ ରୂପକୁ ଦର୍ଶାଇଥିଲା।
ନୂଆଦିଲ୍ଲୀ: ଖୁବଶୀଘ୍ର ଲଞ୍ଚ୍ ହେବ ଆକ୍ସିଅମ୍-୪ ମିଶନ୍। ଏନେଇ ନାସା (NASA) ପକ୍ଷରୁ ନୂଆ ତାରିଖ ଘୋଷଣା କରାଯାଇଛି। ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା। ୬ ଥର ଘୁଞ୍ଚିଲା ପରେ ଆସିଲା ନାସାର ନୂଆ ତାରିଖ। ଜୁନ୍ ୨୫ରେ ମହାକାଶ ଯିବ ଆକ୍ସିଅମ୍-୪ ମିଶନ୍।
ଆସନ୍ତାକାଲି ଭାରତୀୟ ସମୟ ପୂର୍ବାହ୍ନ ୧୨ଟା ୧ରେ ଆକ୍ସିଓମ୍‌ ସ୍ପେସ୍‌ ଓ ସ୍ପେସେକ୍ସ ମିଶନ୍‌ ଲଞ୍ଚ ହେବ । ନାସାର କେନେଡ଼ି ସ୍ପେସ୍ ସେଣ୍ଟରରୁ ଫାଲକନ୍‌ ୩୯ଏରୁ ଲଞ୍ଚ ହେବ। ଇଣ୍ଟରନ୍ୟାସନାଲ ସ୍ପେସ ସେଣ୍ଟରରୁ ମିଶନ୍‌ ଲଞ୍ଚ ହେବାର ଥିଲା। ଜୁନ୍‌ ୧୯ ତାରିଖରେ ଲଞ୍ଚ ହେବାକୁ ଥିବା ଆକ୍ସିଓମ୍‌-୪ ମିଶନ୍‌ ଜୁନ୍‌ ୨୨ରେ ହେବାକୁ ଇସ୍ରୋ ତାରିଖ ଘୋଷଣା କରିଥିଲା। ହେଲେ ତ୍ରୁଟି ପାଇଁ ମିଶନ୍‌କୁ ବାତିଲ କରାଯାଇଥିଲା। ଆସନ୍ତାକାଲି ମିଶନ୍‌ ଲଞ୍ଚ ହେବା ପରେ ୨୬ ଜୁନ୍‌ ଭାରତୀୟ ସମୟ ଅପରାହ୍ନ ୪ଟା୩୦ରେ ଡକିଂ ହେବ।
ପ୍ରଥମେ ଆକ୍ସିଓମ୍‌-୪ ମିଶନ ଉତ୍‌କ୍ଷେପଣ ପାଇଁ ଗତ ମେ ୨୯ ତାରିଖ ଧାର୍ଯ୍ୟ ହୋଇଥିଲା। ଯାନ୍ତ୍ରିକ ଓ ପରିବେଶଗତ କାରଣରୁ ଅନେକ ଥର ବାତିଲ କରିବାକୁ ପଡିଥିଲା। ମୋଟ୍ ୬ ଥର ମିଶନ୍‌କୁ ସ୍ଥଗିତ କରାଯାଇଥିଲା। ନାସାର ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ୍‌ ସେଣ୍ଟରରୁ ମିଶନ୍‌ ଲଞ୍ଚ ହେବ। ତେବେ ସଫଳତାପୂର୍ବକ ମିଶନ ଲଞ୍ଚ ହେଉ ବୋଲି ସମସ୍ତ ଭାରତୀୟଙ୍କ ଆଶା।
ଭାରତ, ପୋଲାଣ୍ଡ ଓ ହେଙ୍ଗେରୀ ପାଇଁ ଏହି ମିଶନ୍ ଐତିହାସିକ କୁହାଯାଉଛି। କାରଣ ଏହି ଦେଶମାନଙ୍କର ମହାକାଶ ଯାତ୍ରୀଙ୍କୁ ପ୍ରଥମ ଥର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ପଠାଯିବ। ମିଶନ୍‌ରେ ସାମିଲ ୪ ମହାକାଶଚାରୀ ବର୍ତ୍ତମାନ ଫ୍ଲୋରିଡାର ଅଛନ୍ତି। ଆକ୍ସିଓମ୍‌-୪ ଏକ ଘରୋଇ ମହାକାଶ ମିଶନ୍, ଯାହା ଆକ୍ସିଓମ୍‌ ସ୍ପେସ୍‌, ନାସା ଓ ସ୍ପେସ୍‌ଏକ୍ସର ସହଯୋଗରେ ସଂଚାଳିତ ହେଉଛି। ଏହା ସ୍ପେସ୍‌ଏକ୍ସର ଫାଲକନ୍‌-୯ ରକେଟ୍‌ ଓ କ୍ରରୁ ଡ୍ରାଗନ୍‌ ଯାନ ଜରିଆରେ ମହାକାଶ ଯାତ୍ରୀଙ୍କୁ ସ୍ପେସ୍‌ ଷ୍ଟେସନ୍‌ରେ ପହଞ୍ଚାଇବ।
ମିଶନ୍‌ରେ ଭାରତର ଶୁଭାଂଶୁ ଶୁକ୍ଳା ଅଛନ୍ତି। ସେ ଇସ୍ରୋ ପକ୍ଷରୁ ପାଇଲଟ୍ ଭୂମିକା ତୁଲାଇବେ। ମିଶନ୍‌ର ଅବଧି ୧୪ ଦିନ ରହିବ। ଏଥିରେ ମହାକାଶ ଯାତ୍ରୀ ସ୍ପେସ୍‌ ଷ୍ଟେସନ୍‌ରେ ରହି ବୈଜ୍ଞାନିକ ପ୍ରୟୋଗର ଅନୁସନ୍ଧାନରେ ଭାଗ ନେବେ। ଭାରତର ମହାକାଶ ଯାତ୍ରା ଗଗନଯାନ ପାଇଁ ଏହି ମିଶନ୍ ଗୁରୁତ୍ୱପୂର୍ଣ୍ଣ ହେବ।