Cancer Patients - The Sakala

ମରିଗଲା ମାନବିକତା, କର୍କଟ ପୀଡ଼ିତାଙ୍କୁ ଅଳିଆଗଦାରେ ଫୋପାଡ଼ିଦେଲା ନାତି
ମୁମ୍ବାଇ: ମୁମ୍ବାଇରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। କର୍କଟ ରୋଗରେ ପୀଡିତା ଜଣେ ୬୦ ବର୍ଷୀୟା ମହିଳାଙ୍କୁ ତାଙ୍କ ନାତି ଡଷ୍ଟବିନ୍‌‌ରେ ଫୋପାଡି ଚାଲିଯାଇଛନ୍ତି। ଏ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଏହି ମହିଳାଙ୍କ ନାମ ଯଶୋଧା ଗାଏକ୍ୱାଡ। ଶନିବାର ସିଟି ଆରେ କଲୋନୀରେ ପୁଲିସ ଯଶୋଦାଙ୍କୁ ଅଳିଆ ଗଦାରେ ପାଇବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ନାତି ତାଙ୍କୁ ଅଳିଆ ଗଦାରେ ଛାଡି ଚାଲିଯାଇଛି ବୋଲି ଯଶୋଦା କହିଛନ୍ତି। ସକାଳେ ମହିଳାଙ୍କୁ ଠାବ କରାଯାଇଥିଲେ ମଧ୍ୟ ସନ୍ଧ୍ୟା ୫.୩୦ରେ ପୁଲିସ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। କେତୋଟି ହସ୍ପିଟାଲ ତାଙ୍କୁ ଭର୍ତ୍ତି କରିବାକୁ ମନା କରିବା ପରେ ପୁଲିସ ତାଙ୍କୁ କୁପେର ହସ୍ପିଟାଲରେ ଭର୍ତ୍ତି କରିଥିଲା। ମହିଳା ଜଣା ଚର୍ମ କର୍କଟ ରୋଗରେ ପୀଡିତ ବୋଲି ଜଣାଯାଇଛି। ମହିଳା ଜଣକ ତାଙ୍କୁ ଦୁଇଟି ଠିକଣା ପୁଲିସକୁ ଦେଇଛନ୍ତି। ଗୋଟିଏ ମାଲଦାର ହୋଇଥିବା ବେଳେ ଅନ୍ୟଟି କାଣ୍ଡିଭାଲି ବୋଲି ଜଣାଯାଇଛି।

ପୁଲିସ ତଦନ୍ତ କରୁଥିବା ବେଳେ ମହିଳାଙ୍କ ପରିବାର ଲୋକଙ୍କ ଆସିବାକୁ ପୁଲିସ ଅପେକ୍ଷା କରିଛି। ଅଲିଆ ଗଦାରେ ପଡିଥିବା ବେଳେ ମହିଳା ଜଣକ ହଲିଚଲି ପାରୁ ନଥିଲେ। ଜଣେ ମହିଳା ଅତ୍ୟନ୍ତ ଅସୁସ୍ଥ ଥିବା ବେଳେ ତାଙ୍କୁ କିପରି ଏହି ଅସ୍ୱାସ୍ଥ୍ୟକର ପରିବେଶରେ ଛାଡି ଦିଆଗଲା ବୋଲି ଆରେ ଥାନା ପୁଲିସ ଅଧିକାରୀ କହିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଓ ସାମାଜିକ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ଆରମ୍ଭ ହୋଇଛି। ଏବେ କୁପର ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା କରାଯାଉଛି। ଏ ଘଟଣାର ତଦନ୍ତ ଚାଲୁ ରହିବ ବୋଲି ପୁଲିସ କହିଛନ୍ତି।