Dasamula Modaka - The Sakala
ଆଜି ମହାପ୍ରଭୁଙ୍କୁ ଲାଗି ହେବ ଦଶମୂଳ ମୋଦକ, ଜ୍ୱରରୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ: ଅଣସରରେ ଘରେ ଚାଲିଛି ଦାରୁବିଗ୍ରହଙ୍କ ଗୁପ୍ତ ସେବା। ଦଇତାପତିମାନେ ଠାକୁରଙ୍କ ସେବା କରୁଛନ୍ତି। ଆଜି (ଶନିବାର) ଏକାଦଶୀରେ ମହାପ୍ରଭୁ ଲାଗି ହେବେ ଦଶମୂଳ। ଜ୍ୱରରେ ପୀଡ଼ିତ ଦାରୁବିଗ୍ରହମାନେ ଏହି ଦଶମୂଳ ମୋଦକ ଲାଗି ହେଲେ ସୁସ୍ଥ ହୋଇଥାନ୍ତି। ତେଣୁ ଶ୍ରୀମନ୍ଦିରର ବୈଦ୍ୟ ସେବକମାନେ ମହାପ୍ରଭୁଙ୍କ ପାଇଁ ଦଶମୂଳ ମୋଦକ ପ୍ରସ୍ତୁତ କରି ଶୁକ୍ରବାର ମନ୍ଦିର ଗାରଦରେ ଦାଖଲ କରିଛନ୍ତି।
ଆୟୁର୍ବେଦିକ ପଦ୍ଧତି ଓ ଶାସ୍ତ୍ର ଅନୁସାରେ ମହାପ୍ରଭୁଙ୍କ ନିମନ୍ତେ ଦଶମୂଳ ମୋଦକ ପ୍ରସ୍ତୁତ ହୋଇଥାଏ। ବୈଦ୍ୟ ସେବକଙ୍କ ସୂଚନା ମୁତାବକ, ଦଶମୂଳ ହେଉଛି ମହାପ୍ରଭୁଙ୍କ ଔଷଧ। ଏକମାସ ପୂର୍ବରୁ ଏହାକୁ ସଂଗ୍ରହ କରିବାକୁ ପଡିଥାଏ। ସ୍ନାନ ପୂର୍ଣ୍ଣିମା ପରେ ଦଶମୂଳ ଯଥା ଗମ୍ଭାରୀ, ଫଣଫଣା, ଶାଳପନ୍ନି, କୃଷ୍ଣପନ୍ନି, ଅଗବଥୁ, ଲବିଂ କୋଳି, ବେଲ, ଅଙ୍କରାନ୍ତି, ଗୋଖରା ଏବଂ ନବାଙ୍କୁରୀକୁ ଶୁଖାଯାଇଥାଏ। ଭଲ ଭାବେ ଶୁଖିଗଲା ପରେ ଏହାକୁ ହେମଦସ୍ତାରେ କୁଟି ଗୁଣ୍ଡ କରାଯାଏ। ଏହି ଗୁଣ୍ଡକୁ ଗାମୁଛାରେ ଛଣାଯାଏ। ନୂଆ କାଠ ଚୁଲିରେ କଡେଇ ବସାଯାଇ ଖୁଆ, ସର୍କରା, ସର, ମହୁ, ଘିଅ ଓ ଅଳ୍ପ ଭାଙ୍ଗ ଇତ୍ୟାଦି ପକାଯାଇ ଦଶମୂଳକୁ ପାଗ କରାଯାଏ। ପାଗ ପରେ ତାହାକୁ କଳଳୀପତ୍ର ଉପରେ ରଖି ଥଣ୍ଡା କରାଯାଏ। ଥଣ୍ଡା ହେଲା ପରେ ଗୋଲାକାର ମୋଦକ ପ୍ରସ୍ତୁତ ହୁଏ। ତିନୋଟି କୁଡ଼ୁଆରେ ଦଶମୂଳ ମୋଦକକୁ ରଖି ଏହା ଉପରେ କର୍ପୁର ପକାଇ ତାଳପତ୍ର ଭୋଗେଇରେ ପ୍ୟାକିଂ କରାଯାଏ। ଦଶମୀ ତିଥିରେ ଶ୍ରୀମନ୍ଦିର ଗାରଦରେ ଏହାକୁ ଦାଖଲ କରାଯାଇଥାଏ। ଏହିସବୁ କାମ ଶୁଦ୍ଧପୁତ ଭାବେ ଏବଂ ମହାପ୍ରଭୁଙ୍କ ପ୍ରତି ନିଷ୍ଠା ରଖି କରାଯାଏ।
ଦଇତାପତି ସେବକଙ୍କ ମତରେ, ମହାପ୍ରଭୁ ମାନବୀୟ ଲୀଳା କରିଥାନ୍ତି। ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ୧୦୮ ଗଡ଼ୁ ଜଳରେ ସ୍ନାନ କରି ଜ୍ୱରରେ ପୀଡତ ହୁଅନ୍ତି। ଏହା ପରଠାରୁ ଆଷାଢ କୃଷ୍ଣ ଦଶମୀ ଯାଏ ମହାପ୍ରଭୁ ଧଳା ବସ୍ତ୍ର ପରିଧାନ କରିଥାନ୍ତି। ଠାକୁରଙ୍କୁ ଧଳା ପୁଷ୍ପ ଲାଗି ହୋଇଥାଏ। ଆଷାଢ କୃଷ୍ଣ ଏକାଦଶୀରେ ମହାପ୍ରଭୁ ବାରଲାଗି ପାଟ ପରିଧାନ କରିବେ। ଶ୍ରୀବିଗ୍ରହଙ୍କୁ ତୁଳସୀ ଲାଗି ହେବ। ଏହାପରେ ଜ୍ୱରରୁ ଉପଶମ ପାଇଁ ଦାରୁବିଗ୍ରହଙ୍କୁ ଦଶମୂଳ ଲାଗି କରାଯିବ।
ପୁରୀ: ଅଣବସର ଦଶମ ଦିନରେ ପହଞ୍ଚିଛି। ରାଜବୈଦ୍ୟ ପ୍ରଦାନ କରିଥିବା ଦଶମୂଳ ମୋଦକ ଲାଗି ପୂର୍ବରୁ ଚୋରି କରାଯାଇଥିବା ଅଭିଯୋଗ ଆସିଛି। ଗାରଦ ଘରୁ ଚୋରି କରିନେଲେ ଅମୁଣିଆ ମୋଦକ। ଶ୍ରୀମନ୍ଦିର ଗାରଦରେ ଜମାଥିବା ଦଶମୂଳ ମୋଦକ ଚୋରି ହୋଇଥିବା ନେଇ ମଙ୍ଗଳବାର ଅଭିଯୋଗ ଆସିଛି। ମହାପ୍ରଭୁ ସୁସ୍ଥ ହେବା ପାଇଁ ଆସିଥିବା ଦଶମୂଳ ମୋଦକ ଚୋରି ହୋଇଛି। ରାଜବୈଦ୍ୟ ଦେଇଥିବା ସମୁଦାୟ ୩୧୩ଟି ଅମୁଣିଆ ମୋଦକରୁ ୭୦ଟି କମ୍ ଥିବା ଦେଖିବାକୁ ମିଳିଥିଲା। ଅଣବସର ଏକାଦଶୀରେ ଅର୍ଥାତ ଗତ ୨୧ ତାରିଖ ରାତିରେ ମହାପ୍ରଭୁଙ୍କ ସର୍ବାଙ୍ଗ ପରେ ଦଶମୂଳ ମୋଦକ ଲାଗି ହେବାର ବିଧି ଥିବାବେଳେ ୭୦ଟି କମ୍ ଥିବା ଦେଖିବାକୁ ମିଳିଥିଲା। ତେବେ ମାରା ହୋଇଯାଇଥିବା ମୋଦକକୁ କିଭଳି ମହାପ୍ରଭୁଙ୍କୁ ଭୋଗ ସମର୍ପିତ କରାଗଲା ଏହି ଅପରାଧ ପାଇଁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି କରିଛନ୍ତି ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାସ ମହାପାତ୍ର। ଏହି ଚିଠିର ଏକ ନକଲ ଶ୍ରୀମନ୍ଦିର କମାଣ୍ଡର, ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନର ପ୍ରତିକ୍ରିୟା ବା ସୂଚନା ମିଳିନାହିଁ। ଆଉ ଦୁଇ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଥିବା ବେଳେ ଏଭଳି ବିଭ୍ରାଟ ଚିନ୍ତା ବଢାଇଛି।