expresses concern - The Sakala

ପ୍ରତି ୮ ମିନିଟରେ ନିଖୋଜ ହେଉଛି ଜଣେ ଶିଶୁ, ଉଦବେଗ ଜଣାଇଲେ ସୁପ୍ରିମକୋର୍ଟ...
ନୂଆଦିଲ୍ଲୀ: ଭାରତରେ ଶିଶୁ ନିଖୋଜ, ଶିଶୁ ଅପହରଣ, ଶିଶୁ ଚାଲାଣ ଏବଂ ଶିଶୁ ବିକ୍ରି ଭଳି ଘଟଣା ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଦେଶରେ ପ୍ରତି ୮ ମିନିଟରେ ଜଣେ ଶିଶୁ ନିଖୋଜ ହେଉଛି। କେତେକ ଗଣମାଧ୍ୟମରେ ଏସଂକ୍ରାନ୍ତରେ ରିପୋର୍ଟ ପ୍ରକାଶ ପାଇଛି। ଏଭଳି ରିପୋର୍ଟ ଦେଖି ସୁପ୍ରିମ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଜଷ୍ଟିସ ବିଭି ନାଗରତ୍ନା ଏବଂ ଜଷ୍ଟିସ ଆର. ମହାଦେବନଙ୍କୁ ନେଇ ଗଠିତ ବେଞ୍ଚ ଏସଂପର୍କରେ କେନ୍ଦ୍ର ସରକାରଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି। ଏକ ଏନ୍‌ଜିଓ ପକ୍ଷରୁ ଆଗତ ଏସଂକ୍ରାନ୍ତ ପିଟିସନର ଶୁଣାଣି କରି କୋର୍ଟ କହିଲେ ଯେ ଏହା ଏକ ଗୁରୁତର ମାମଲା। ଏହାକୁ ରୋକିବା ଲାଗି ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା ଜଣାଇବାକୁ କହିଛନ୍ତି।

କୋର୍ଟ କହିଲେ ଯେ ପୋଷ୍ୟ ସନ୍ତାନ ନିୟମ କଠୋର ହୋଇଥିବାରୁ ଲୋକେ ଶିଶୁ ଚାଲାଣ କରୁଥିବାର ଖବର ମିଳିଛି। ତେଣୁ ସରକାର ପୋଷ୍ୟ ସନ୍ତାନ ନିୟମକୁ କୋହଳ କରିବାକୁ ପଦକ୍ଷେପ ନିଅନ୍ତୁ। ମିଳିଥିବା ସୂଚନା ଅନୁଯାୟୀ ଭାରତରେ ପ୍ରତିବର୍ଷ ୭୦ ହଜାରରୁ ଅଧିକ ଶିଶୁ ନିଖୋଜ ହୋଇଯାଉଛନ୍ତି।

ଝାଡାବାନ୍ତିକୁ ନେଇ ହାଇକୋର୍ଟଙ୍କ ଉଦବେଗ; ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଦେବାକୁ ସିଏମସିକୁ ନିର୍ଦ୍ଦେଶ
କଟକ: କିଛି ଦିନ ହେବ ଝାଡାବାନ୍ତି ଓ ହଇଜା ରୋଗ ବ୍ୟାପୁଥିବା ବେଳେ କଟକ ସହରର ପରିମଳ ବ୍ୟବସ୍ଥାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ବିଶେଷକରି ସହରର ବିପର୍ଯ୍ୟସ୍ତ ପରିମଳ ସହ ଦୂଷିତ ଖାଦ୍ୟ ବିକ୍ରି ଓ ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥା ସମ୍ପର୍କରେ ଆଡଭୋକେଟ କମିଟି ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ହାଇକୋର୍ଟ କଟକ ମହାନଗର ନିଗମ(ସିଏମସି) ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ତଲବ କରିଛନ୍ତି । ଝାଡାବାନ୍ତି ଓ ହଇଜା ନିରାକରଣ ପାଇଁ କଣ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ସତ୍ୟପାଠ ଦାଖଲ କରିବାକୁ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କଟକ ସହର ସମସ୍ୟା ପ୍ରସଂଗରେ ରୁଜୁ ମାମଲାର ଶୁଣାଣି କରି ଜଷ୍ଟିସ ସଂଗମ କୁମାର ସାହୁ ଓ ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝାଡାବାନ୍ତି ବ୍ୟାପୁଥିବା ବେଳେ କଟକ ଜିଲ୍ଲାର ମଧ୍ୟ କେତେକ ଅଞ୍ଚଳରେ ଏହି ରୋଗ ବ୍ୟାପୁଥିବା ଜଣାପଡିଛି । ଏଭଳି ସ୍ଥିତିରେ କଟକ ସହରରେ ମଧ୍ୟ ଦୂଷିତ ଜଳ ଓ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ପାଇଁ ରୋଗ ବ୍ୟାପିବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଏଣୁ ଏହାର ପ୍ରତିକାର ପାଇଁ ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ ଉପରେ ଅଦାଲତ ଗୁରୁତ୍ୱାରୋପ କରିଥିଲେ । କଟକ ଅତିରିକ୍ତ ଜିଲ୍ଲାପାଳ,ସିଏମସି କମିସନର ,ସିଟି ଇଞ୍ଜିନିୟର ଓ ୱାଟକୋର ଅଧିକାରୀ ଭର୍ଚୁଆଲରେ ଉପସ୍ଥିତ ରହି ସେମାନଙ୍କ ପକ୍ଷ ରଖିଥିଲେ । ସହରରେ ମୋଟ ୩ହଜାର ନଲକୂପରୁ ୨ହଜାର ନଳକୂପର ବିଶୋଧନ କରାଯାଇଛି ଓ ବିଭିନ୍ନ ରାସ୍ତାକଡ ଖାଦ୍ୟ ସାମଗ୍ରୀ ପ୍ରତିଷ୍ଠାନରେ ଚଢଉ କରାଯାଉଛି ବୋଲି କୁହାଯାଇଥିଲା । ଅନ୍ୟପଟରେ ରାସ୍ତାକଡ ଖାଦ୍ୟ ପସରାକୁ ୭ଦିନ ବନ୍ଦ ରଖାଯିବା ଉଚିତ ବୋଲି ଆଡଭୋକେଟ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ବେଳେ ଏ ସମ୍ପର୍କରେ ସମ୍ପୃକ୍ତ ବିଭାଗ ବିଚାର କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ୩ରେ ହେବ ବୋଲି ଧାର୍ଯ୍ୟ କରାଯାଇଛି ।