BJD Jana Jagaran Yatra - The Sakala

ଆସନ୍ତାକାଲି ପୁରୀରେ ବିଜେଡ଼ିର ଜନଜାଗରଣ ଯାତ୍ରା
ଭୁବନେଶ୍ବର:  ରାଜ୍ୟରେ ଡବଲ ଇଞ୍ଜିନ ସରକାରକୁ ବର୍ଷେ ପୂରିଗଲା । ହେଲେ ନିର୍ବାଚନୀ ପ୍ରତିଶୃତି ସରକାର ପୂରଣ କଲେନି । ବିଜେପି ସରକାର ଦେଇଥିବା ପ୍ରତିଶୃତି ପ୍ରତାରଣାରେ ପରିଣତ ହୋଇଛି । ପ୍ରଭୁ ବଳଭଦ୍ର ପଡିଯିବା ଘଟଣା, ଆମ୍ବ ଟାକୁଆ ଖାଇ ମୃତ୍ୟୁ, ଚିକିଟି ମଦ ମୃତ୍ୟୁ, ଯୁବ-ଛାତ୍ର-ମହିଳାଙ୍କ ସମସ୍ୟା, ମହାନଦୀ, ପୋଲାଭରମ ପ୍ରସଙ୍ଗରେ ସରକାର ନିରବ ରହିବା ସହ୍ୟ ନୁହେଁ । ୬ଟି ଜିଲ୍ଲାରେ ହଇଜା ବ୍ୟାପିଛି । ଓଡ଼ିଆବାସୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ବିଜେପି ସରକାର । ପ୍ରତିଦିନ ୧୫ରୁ ଅଧିକ ହତ୍ୟା, ବଳାତ୍କାର ପରି ଘଟଣା ଘଟୁଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ଏହା ବିରୋଧରେ କାଲି ପୁରୀରେ ଜନଜାଗରଣ ଯାତ୍ରା କରିବ ବିଜେଡି । ଏଥିରେ ଯୁବ ଓ ଛାତ୍ରଙ୍କ ପାଇଁ ବେରୋଜଗାରକୁ ଦଳ ମୁଖ୍ୟ ପ୍ରସଙ୍ଗ କରିବ ।

ବର୍ଷକୁ ୨ କୋଟି ଚାକିରି କୁଆଡେ ଗଲା ? ବୃତ୍ତି ଅର୍ଥ ବଜେଟରେ ରଖାଯାଇନାହିଁ । ଓବିସି ସଂରକ୍ଷଣ ମେଡିକାଲ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଲାଗୁ କରିବା ନେଇ ବ୍ୟାପକ ଜନଜାଗରଣ ସୃଷ୍ଟି କରିବ ବିଜେଡି । ବିଜେପି ସରକାରରେ ନିଯୁକ୍ତି ଓ ଆତ୍ମନିଯୁକ୍ତିର କୌଣସି ସୁଯୋଗ ନାହିଁ । ପୂର୍ବ ସରକାର ସମୟରେ ୮ ହଜାର ସ୍କୁଲ ରୂପାନ୍ତରିତ ହୋଇଥିଲା । କହିକି କଣ ପାଇଁ ୨୦୨୪- ୨୫ରେ ଛାତ୍ର ସଂସଦ ନିର୍ବାଚନ କଲେନି ? କେନ୍ଦ୍ରରେ ୧୧ ବର୍ଷ ଭିତରେ ବଜେଟରେ ହୋଇଥିବା ବ୍ୟୟ ବରାଦର ମାତ୍ର ୪୨ ପ୍ରତିଶତ ଖର୍ଚ୍ଚ ହୋଇଛି । ଏଥିରେ ବିକାଶ କେମିତି ହେବ ବୋଲି ପ୍ରଶ୍ନ କରିଛି ବିଜେଡି । ୨୦୨୪- ୨୫ ରେ ଛାତ୍ର ସଂସଦ ନିର୍ବାଚନ କଣ ପାଇଁ ଅନୁଷ୍ଠିତ ହୋଇନଥିଲା ବୋଲି ଦଳ ପ୍ରଶ୍ନ କରିଛି । ତେଣୁ ଆସନ୍ତା କାଲି ଶ୍ରୀକ୍ଷେତ୍ରରୁ ବିଜେଡି ଯୁବ-ଛାତ୍ର ଜନତା ଦଳ ତାର ଜନ ଜାଗରଣ ଯାତ୍ରା ଆରମ୍ଭ କରିବ ବୋଲି ପୁରୀରେ ପ୍ରେସମିଟ କରି କହିଛି ।

ଜନ ଜାଗରଣ ଯାତ୍ରା ମାଧ୍ୟମରେ ଲୋକଙ୍କ ପାଖକୁ ଏହି ସବୁ ପ୍ରତାରଣାକୁ ନେବ ବିଜେଡି । ସମସ୍ୟା ସମାଧାନ କରିବା ପରିବର୍ତ୍ତେ ବିଜେପି ଉତ୍ସବ ମନାଉଛି । ବିଜେଡି ପ୍ରମୁଖ ବିରୋଧୀ ଦଳର ଭୂମିକା ନିର୍ବାହ କରୁଛି । ତେଣୁ ସରକାରଙ୍କ ଏକ ବର୍ଷର ବିଫଳତା ଲୋକଙ୍କ ପାଖକୁ ନେବ ବୋଲି କହିଛି ବିଜେଡି । ସମାବେଶରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଯୁବ ଓ ଛାତ୍ର ନେତା ସାମିଲ ହେବେ । କାଲି ପୁରୀ – କୋଣାର୍କ ବେଳାଭୂମି ରାସ୍ତାର ସ୍ବାମୀ ନାରାୟଣ ମନ୍ଦିରରେ ଜନ ଜାଗରଣ ଯାତ୍ରା ଅନୁଷ୍ଠିତ ହେବ। ପୁରୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ପୁରୀ ବିଧାୟକ ସୁନୀଲ ମହାନ୍ତି , ବିଧାୟକ ବ୍ୟୋମକେଶ ରାୟ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଯୁବ ବିଜେଡି ନେତା ପ୍ରଣବ ବଳବନ୍ତରାୟ ଉପସ୍ଥିତ ଥିଲେ ।