puri ratha yatra 2025 - The Sakala
ପୁରୀ: ଭାଇ-ଭଉଣୀଙ୍କୁ ସାଥୀରେ ଧରି ନବଦିନାତ୍ମକ ଯାତ୍ରାରେ ଆସିଥିବା ମହାପ୍ରଭୁ ଏବେ ଜନ୍ମବେଦୀରେ ଲୀଳା କରୁଛନ୍ତି। ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ଅଛନ୍ତି ତିନିରଥ। ଆସନ୍ତା ୫ ତାରିଖରେ ବାହୁଡ଼ା ଯାତ୍ରା। ଏଥିପାଇଁ ବୁଧବାର ତିନିରଥର ହେବ ଦକ୍ଷିଣ ମୋଡ଼। ଅର୍ଥାତ୍‌ ତିନିରଥକୁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ନିଆଯିବ। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବୈଷୟିକ ଟିମ୍‌ ଦ୍ୱାରା ମଙ୍ଗଳବାର ତିନିରଥର ଯାଞ୍ଚ କରାଯାଇଛି। ତିନିରଥର ମହାରଣା ସେବକ, ଭୋଇ ସେବକ, କମାର ସେବକଙ୍କ ଉପସ୍ଥିତିରେ ଆବଶ୍ୟକ ଛୋଟମୋଟ ମରାମତି ହୋଇଛି।
ରଥଯାତ୍ରାରେ ତିନିରଥ ପ୍ରାୟ ୨.୬କିମି ବଡ଼ଦାଣ୍ଡରେ ଗଡ଼ିଥିଲା। ଶ୍ରଦ୍ଧାଳୁମାନେ ସିଂହଦ୍ୱାରରୁ ଶରଧାବାଲି ପର୍ଯ୍ୟନ୍ତ ରଥ ଟାଣିଥିଲେ। ତେଣୁ ରଥରେ କେଉଁଠି କ’ଣ ତ୍ରୁଟି ଥାଇପାରେ,‌ ସେଥିଲାଗି ମଙ୍ଗଳବାର ପୂର୍ତ୍ତ ବିଭାଗ ନେତୃତ୍ୱରେ ଯାଞ୍ଚ କରାଯାଇଥିଲା। କେତେକ ଜାଗାରେ କଣ୍ଟା ଖସିଥିବା ବେଳେ ତାହାକୁ ବାଡ଼ାଯାଇଛି। ଫାଟ ଜାଗାରେ ପହିପାତିଆ ଓ ଲୁହା କ୍ଲାମ୍ପ୍‌ ଦିଆଯାଇ ମରାମତି ହୋଇଛି। ବଡ଼ ଠାକୁରଙ୍କର ତାଳଧ୍ୱଜ ରଥର ୯ଚକରେ ୧୮ଖଣ୍ଡ ପହିପାତିଆ (ପ୍ଲେଟ୍‌) ଏବଂ ନନ୍ଦିଘୋଷ ରଥରେ ୨ଖଣ୍ଡ ପହିପାତିଆ ବାଡ଼ିଆ ଯାଇଛି। ଗୋଟିଏ ପ୍ଲେଟ୍‌ର ଚଉଡ଼ା ୬ ଇଞ୍ଚ ଏବଂ ଲମ୍ବ ୨ଫୁଟ୍‌ ରହିଥିଲା। ଏହାକୁ ଚକ ପହି ଫାଙ୍କ ଜାଗାରେ ଦୁଇପଟେ ଦିଆଯାଇ ସେଟ୍‌ କରାଯାଇଛି। ସେହିପରି ଖସିଥିବା ବଳାକୁ ଠିକ୍‌ ଭାବେ ଲଗାଯାଇଥିବା ବେଳେ ଅନ୍ୟ ଛୋଟମୋଟ ଯାହା ବି ତ୍ରୁଟି ଥିଲା, ତାହାର ସମାଧାନ କରାଯାଇଛି। ଏଥିପାଇଁ ରେଲୱେ ଜଗ୍‌ ବ୍ୟବହାର କରାଯାଇଥିଲା। ଏହାସହ ବଡ଼ଦାଣ୍ଡରେ ବାଲି ବି ପକାଯାଇଛି। ଆସନ୍ତାକାଲି ପ୍ରଥମେ ସୁଭଦ୍ରାଙ୍କ ରଥ ଏବଂ ପରେ ଅନ୍ୟ ଦୁଇରଥ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ରହିବ। ଦକ୍ଷିଣ ମୋଡ଼ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ବୁଧବାର ମଧ୍ୟାହ୍ନ ସାଢ଼େ ୧୨ଟାରେ ରଥ ଆଜ୍ଞାମାଳ ବିଜେ ପରେ ଦକ୍ଷିଣ ମୋଡ଼ ହେବ ବୋଲି ସ୍ଥିର କରାଯାଇଛି। ସୂଚନାଥାଉ କି, ଦକ୍ଷିଣୀ ମୋଡ଼ ପୂର୍ବରୁ ବୈଷୟିକ ଟିମ୍‌ ଦ୍ୱାରା ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଏହି ଯାଞ୍ଚ କରାଯାଇଥିଲା।
ଭୁବନେଶ୍ବର: ଗତ ୩ ଦଶନ୍ଧି ମଧ୍ୟରେ ଯାହା ଘଟି ନ ଥିଲା, ତାହା ଗତକାଲି ଘଟିଲା। ଗତକାଲି ଶରଧାବାଲିରେ ଗୋଟିଏ ବି ରଥ ପହଞ୍ଚି ପାରିଲା ନାହିଁ । ରାତି ହେବା ପୂର୍ବରୁ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇ ପାରିଲା ନାହିଁ, ଶେଷରେ ରାତିରେ ଆଲୁଅ ଲଗାଇ ନନ୍ଦିଘୋଷ ରଥକୁ କେଇ ହାତ ଟଣାଯାଇ ବିଧି ରକ୍ଷା କରାଗଲା। ଯାହାକୁ ନେଇ ଭକ୍ତଙ୍କ ମନରେ ତୀବ୍ର ଅସନ୍ତୋଷ, ସେବାୟତମାନଙ୍କ ମନରେ କ୍ଷୋଭ ଦେଖିବାକୁ ମିଳିିଥିଲା। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ଆମେ ଏଠାରେ କାହାରିକୁ ଦୋଷ ଦେଉ ନାହୁଁ, ହେଲେ ଆମ ରାଜ୍ୟର ସବୁଠାରୁ ବଡ଼ ଉତ୍ସବ ସମୟରେ ଘଟଣା ଯେଉଁଭଳି ଭାବେ ଘଟିଲା, ତା’ ଉପରେ ଆମର ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ ନ କରି ରହି ପାରୁନାହୁଁ ବୋଲି କହିଛନ୍ତି।
We aren’t here to point fingers or blame the administration for yesterday’s inordinate delay in pulling the Nandighosha chariot. But it’s impossible not to voice our deep concern and anguish over how things unfolded during the most sacred event in our State.
It’s hard to forget… pic.twitter.com/VWZ6wvYaZV
— Naveen Patnaik (@Naveen_Odisha) June 28, 2025
ଗତ ବର୍ଷ ବଳଭଦ୍ରଙ୍କୁ ପହଣ୍ଡିବେଳେ ଯେପରି ଅବହେଳା ପ୍ରଦର୍ଶନ କରାଗଲା, ସେଥିପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ। ଯାହା ଅଗଣିତ ଭକ୍ତଙ୍କୁ ଆନ୍ଦୋଳିତ କରିଥିଲ। ଏହାକୁ ଭୁଲିବା କଷ୍ଟ। ଏ ବର୍ଷ ଆମେ ଆମେ ଦେଖିଲୁ ନନ୍ଦିଘୋଷ ରଥ ସିଂହଦ୍ୱାର ନିକଟରେ ସନ୍ଧ୍ୟା ୭:୪୫ ପର୍ୟ୍ୟନ୍ତ ଅଟକି ରହିଥିଲା । ଦିନ ଶେଷ ହେବା ପୂର୍ବରୁ ମାତ୍ର କିଛି ମିଟର ଗତି କରିଥିଲା। ଏହା ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ସମ୍ପୂର୍ଣ୍ଣ ଭାବେ ନିରାଶ ଓ ହତାଶ କରିଛି।  ଭିଡ଼ ପରିଚାଳନାରେ ତ୍ରୁଟି ଯୋଗୁଁ ଶହ ଶହ ଭକ୍ତ ମଧ୍ୟ ଆହତ ହୋଇଛନ୍ତି।
ଆମେ କେବଳ ପ୍ରାର୍ଥନା କରିବା ଯେ: ମହାପ୍ରଭୁ ଜଗନ୍ନାଥ ଏହି ବର୍ଷ ଏହି ଦିବ୍ୟ ଉତ୍ସବକୁ ବିପର୍ଯ୍ୟସ୍ତ କରିଥିବା ଭୟଙ୍କର ଅବ୍ୟବସ୍ଥା ପାଇଁ ଦାୟୀ ସମସ୍ତଙ୍କୁ କ୍ଷମା କରନ୍ତୁ। ସରକାର ଏଥିପ୍ରତି ଧ୍ୟାନ ଦେବା ସହ, ଆତ୍ମସମୀକ୍ଷା କରିବା ଦରକାର ବୋଲି ନବୀନ କହିଛନ୍ତି।
କାହିଁକି ଏପରି ଅବ୍ୟବସ୍ଥା ହେଲା ଓ ଏହା ପଛରେ କିଏ ଦାୟୀ ତାହାକୁ ଖୋଜିବା ପରିବର୍ତ୍ତେ ଆଇନମନ୍ତ୍ରୀ ଏହାକୁ ସାଧାରଣ କଥା ବୋଲି କହି ଏହାକୁ ଘୋଡ଼ାଇ ଦେବାକୁ ପ୍ରୟାସ କଲେ। ସବୁବର୍ଷ ଏପରି ହୁଏ ବୋଲି କହି ଘଟଣାକୁ ଗୁରୁତ୍ୱହିନ କରିବାକୁ ଉଦ୍ୟମ କଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ସବୁକିଛି ମହାପ୍ରଭୁଙ୍କ ଇଚ୍ଛାରେ ହୋଇଛି ବୋଲି କହି ନିଜ ପିଠି ଥାପୁଡ଼େଇଲେ। ଯାହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।
ଭୁବନେଶ୍ୱର: ଏଥର ରଥଯାତ୍ରାର ଆୟୋଜନ ଅନ୍ୟ ବର୍ଷ ଅପେକ୍ଷା ଅଧିକ ଭଲ ହୋଇଥିଲା। ତା’ ସତ୍ତ୍ୱେ ରଥ ଚାଲିଲା ନାହିଁ। ମୁଁ ଜଣେ ଜଗନ୍ନାଥ ବିଶ୍ଵାସୀ ଭକ୍ତ। ମୋର ଜେତ ଦୂର ଧାରଣା ଗତ ୫୦/୬୦ ବର୍ଷ ଭିତରେ ରଥ ଚାଲିବାରେ ଏ ବର୍ଷ ପରି ଦୃଷ୍ଟାନ୍ତ ନାହିଁ। କାହିଁକି ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ଏ ଲୀଳା ? ଟି.ଭି ରେ ପଣ୍ଡିତ ମାନେ କହୁଛନ୍ତି ସାଲବେଗ ବା ଯାଜପୁରର ୧୨ ବର୍ଷର ବାଳକକୁ ଜଗନ୍ନାଥ ଅପେକ୍ଷା କରିଥିଲେ। ମୁଁ ଗୋଟିଏ ଦୁର୍ବଳମନା ବ୍ୟକ୍ତି। ମୋ ମନରେ ବହୁତ ଦ୍ବନ୍ଦ ଓ ଆଶଙ୍କା ଆସୁଛି। ତା ଭିତରେ ଗତ ବର୍ଷର ରଥଯାତ୍ରାରେ ଘଟିଥିବା ଘଟଣା ଆନ୍ଦୋଳିତ କରୁଛି। ଗତ ବର୍ଷ ବଳଭଦ୍ରଙ୍କୁ ପହଣ୍ଡିବେଳେ ଯେପରି ଅବହେଳା ପ୍ରଦର୍ଶନ କରାଗଲା, ସେଥିପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ। ଏପରି ଅବହେଳା ପାଇଁ ଚତୁର୍ଦ୍ଧାମୂର୍ତ୍ତିଙ୍କର କଣ ଅସନ୍ତୋଷ ଅଛି କି ? ମୋର ଅନୁରୋଧ ଆମର ଭୁଲ ପାଇଁ ଆମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ କିମ୍ବା ଗଜପତି ପ୍ରଭୁଙ୍କ ପାଖରେ କ୍ଷମା ମାଗି ଓଡିଶା ବାସୀଙ୍କୁ ଅଧିକ କ୍ଷତିରୁ ରକ୍ଷା କରନ୍ତୁ।
କୋକିଳାବେନ୍ ହସ୍ପିଟାଲରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ ଦେଖିଲେ ନବୀନ
ଭୁବନେଶ୍ବର: ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଲୀଳାଖେଳ। ସାରା ଦୁନିଆରୁ ଛୁଟିଆସିଛନ୍ତି ଭକ୍ତ। ବଡ଼ଦାଣ୍ଡ ପାଲଟିଛି ଜନସମୁଦ୍ର। ସେପଟେ ଚିକିତ୍ସିତ ଅବସ୍ଥାରେ ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମୁମ୍ବାଇ କୋକିଳାବେନ-ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର ପରେ ଆରୋଗ୍ୟ ଲାଭ କରୁଥିବା ନବୀନ ଆଜି ନନ୍ଦିଘୋଷ ଟିଭି ଜରିଆରେ ଦେଖିଛନ୍ତି ରଥାଯାତ୍ରା ସିଧାପ୍ରସାରଣ। ଡାକ୍ତରଖାନା ଶଯ୍ୟାରେ ରହି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା ସହ ରାଜ୍ଯବାସୀଙ୍କ କଲ୍ୟାଣ କାମନା କରିଛନ୍ତି ନବୀନ।
ସର୍ଭିକାଲ ଆର୍ଥ୍ରାଇଟିସରେ ପୀଡ଼ିତ ନବୀନଙ୍କ ସଫଳ ଅସ୍ତ୍ରୋପଚାର ପରେ ଏବେ ତାଙ୍କର ଫିଜିଓଥେରାପି ଚାଲିଛି। ରଥଯାତ୍ରା ଅବସରରେ ବିଜେଡି ନେତା, ସାଂସଦ ଓ ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକମାନେ ମଧ୍ଯ ଶ୍ରୀଜଗନ୍ନାଥଙ୍କ ନିକଟରେ ନିଜ ପ୍ରିୟ ନେତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଶୀଘ୍ର ସଂପୂର୍ଣ୍ଣ ସୁସ୍ଥ ହୋଇ ସେ ଓଡ଼ିଶା ଫେରିଆସିବେ ବୋଲି କାଳିଆଠାକୁର ପାଖରେ ପ୍ରାର୍ଥନା କରିଛନ୍ତି ଦଳୀୟ ନେତା।
ପୁରୀ: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ବଡ଼ ଦେଉଳରୁ ଭଉଣୀ ଭାଇଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଆସିଛନ୍ତି କାଳିଆ ସାଆନ୍ତ। ରଥରେ ବିଜେ କରି ନବଦିନାତ୍ମକ ଯାତ୍ରାରେ ଯିବେ ଚତୁର୍ଦ୍ଧାମୂର୍ତ୍ତି।ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଛେରାପହଁରା ପରେ ଆରମ୍ଭ ହୋଇଛି ରଥଟଣା। ମହାରାଜା ଗଜପତି ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କରିବା ପରେ ରଥରୁ ଚାରମାଳ ଫିଟାଯାଇଥିଲା। ଘୋଡା ଏବଂ ସାରଥୀ ମଧ୍ଯ ବନ୍ଧା ହୋଇଥିଲା।  ଏହା ପରେ ପ୍ରଥମେ ଗଡ଼ିଥିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ତାଳଧ୍ୱଜ ରଥ ପ୍ରଥମେ ଗଡ଼ିବା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ଆରମ୍ଭ ହୋଇଥିଲା। ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଛି। ତିନିଠାକୁରଙ୍କ ରଥ ଦଉଡି ଛୁଇଁବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ । ଥାରୁଢ଼ କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ଦେଶ-ବିଦେଶରୁ ଭକ୍ତ ଆସି ପୁରୀ ପହଞ୍ଚିଛନ୍ତି।
ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରିବା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି।
ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି, ଚଳିତବର୍ଷ ପୁଲିସ ବ୍ୟବସ୍ଥାକୁ ୮ଟି ଭାଗରେ ବିଭକ୍ତ କରାଯାଇଛି। ଟ୍ରାଫିକ୍‌ ବ୍ୟବସ୍ଥା, ଶ୍ରୀମନ୍ଦିର ଭିତର ସୁରକ୍ଷା, କର୍ଡନ ଭିତର ସୁରକ୍ଷା, କର୍ଡନ ବାହାର ସୁରକ୍ଷା, ଗହଳି ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା, କୋଷ୍ଟାଲ୍‌ ବ୍ୟବସ୍ଥା ମଧ୍ୟ କରାଯାଇଛି। ପ୍ରଥମ ଥର ପାଇଁ ଇଣ୍ଟିଗ୍ରେଟେଡ୍‌ କମାଣ୍ଡ୍‌ ଆଣ୍ଡ୍‌ କଣ୍ଟ୍ରୋଲ୍‌ ସିଷ୍ଟମ୍‌ କରାଯାଇଛି। ଏହି ଇଣ୍ଟିଗ୍ରେଟେଡ୍‌ କଣ୍ଟ୍ରୋଲ ରୁମ୍‌ରେ ରହି ୨୭୫ଟି ଏଆଇ କ୍ୟାମେରା ମାଧ୍ୟମରେ ଉତ୍ତରା ଛକରୁ ପୁରୀ ସହର, ପୁରୀରୁ କୋଣାର୍କ ଓ ପୁରୀ ସହରାଞ୍ଚଳର କୌଣସିଠାରେ ଟ୍ରାଫିକ୍‌ ଜାମ୍‌  ସମସ୍ୟା‌ର ମୁକାବିଲା ପାଇଁ ନିଷ୍ପତ୍ତି ନେଇହେବ। ସେହିପରି ଆଣ୍ଟି ଡ୍ରୋନ୍‌ ସିଷ୍ଟମ୍‌, ବହୁ ସଂଖ୍ୟାରେ ଆଣ୍ଟି ସାବୋଟାଜ୍‌ ଟିମ୍‌, ଡଗ୍‌ ସ୍କ୍ବାଡ୍‌ ମୁତୟନ ରହିଛି।
ସେହିପରି ଚଳିତବର୍ଷ ୨୧ ଆଇପିଏସ୍‌, ୧୨ଶହ ଅଫିସରଙ୍କ ସହିତ ୨୦୫ ପ୍ଲାଟୁନ୍‌ ପୁଲିସ ଫୋର୍ସର ବ୍ୟବସ୍ଥା କରାଯାଇଛି। ଜଳପଥ ତଟ ସୁରକ୍ଷା ପାଇଁ ମେରାଇନ୍‌ ପୁଲିସ ଟିମ୍‌, କୋଷ୍ଟଗାର୍ଡ, ନୌବାହିନୀ (ନାଭାଲ୍‌)ର ପାଟ୍ରୋଲିଂ ରହିବ। କୋଷ୍ଟଗାର୍ଡର ଆଉ ଏକ ଟିମ୍‌ ଆକାଶମାର୍ଗରୁ ସମୁଦ୍ରକୂଳକୁ ତୀକ୍ଷ୍ଣ ନଜର ରଖିବେ। ଟ୍ରାଫିକ୍‌ ବ୍ୟବସ୍ଥାର ସୁବନ୍ଦୋବସ୍ତ କରିବା ପାଇଁ ଏକ ନୂଆ ଆପ୍‌ ଖୋଲାଯିବ। ଏହି ଆପ୍‌ ମାଧ୍ୟମରେ ଲୋକମାନେ ଯା’ଆସ କରିବାକୁ ଅନୁରୋଧ କରାଯାଇଛି।
ବେଦାନ୍ତ ଆଲୁମିନିୟମ ରଥଯାତ୍ରା ୨୦୨୫ ପାଳନ ପାଇଁ ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ସହଭାଗୀ ହୋଇଛି
ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ରଥଯାତ୍ରା ଉପଲକ୍ଷେ ପୁରୀ ଅନ୍ତର୍ଜାତୀୟ ବେଳାଭୂମିରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ଭବ୍ୟ ବାଲୁକା ମୂର୍ତ୍ତି ଉନ୍ମୋଚନ କରିଛି।  ଏହି ମହାନ କଳାକୃତିଟି  ପ୍ରସିଦ୍ଧ ବାଲୁକା ଶିଳ୍ପୀ ଶ୍ରୀ ମାନସ କୁମାର ସାହୁଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି, ଯାହାଙ୍କର ଅନନ୍ୟ ସୃଷ୍ଟି ତାଙ୍କୁ ପୂର୍ବରୁ ବିଶ୍ୱସ୍ତରୀୟ ସ୍ୱୀକୃତି ଦେଇଛି। ୧୫ ଫୁଟ ଲମ୍ବ ଏବଂ ୬ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମୂର୍ତ୍ତିଟିକୁ ୧୦ ଟନ୍ ବାଲି ବ୍ୟବହାର କରି ତିଆରି କରାଯାଇଥିଲା। ଏହାକୁ ତିଆରି କରିବା ପାଇଁ ଦୁଇଦିନ ସମୟ ଲାଗିଥିଲା। ମୂର୍ତ୍ତିଟିକୁ ବିଭିନ୍ନ ପ୍ରକାରର ରଙ୍ଗ ଏବଂ ଫୁଲ ମାଳାରେ ସଜ୍ଜିତ କରାଯାଇଥିଲା।  ଏହି ଆକର୍ଷଣୀୟ ମୂର୍ତ୍ତିଟି ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। କୋଣାର୍କର ଜଣେ ପ୍ରସିଦ୍ଧ ମୂର୍ତ୍ତିକାର ଏବଂ ଐତିହ୍ୟ ସଂରକ୍ଷଣକାରୀ ପଦ୍ମଶ୍ରୀ ପ୍ରଭାକର ମହାରଣା ଏହି କୃତିକୁ ପ୍ରଶଂସା କରିଥିଲେ, ଯାହା ଏହାର ସାଂସ୍କୃତିକ ଗୁରୁତ୍ୱକୁ ଆହୁରି ସୁଦୃଢ଼ ​​କରିଥିଲା।
ଏହି ଅବସରରେ ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, “ରଥଯାତ୍ରା କେବଳ ଏକ ଉତ୍ସବ ନୁହେଁ; ଏହା ମହାପ୍ରଭୁ ଜଗନ୍ନାଥ ଏବଂ ଭକ୍ତଙ୍କ ମଧ୍ୟରେ ବିଶ୍ୱାସ, ସମ୍ପ୍ରଦାୟ ଏବଂ ଅନନ୍ତ ବନ୍ଧନର ଏକ ଉତ୍ସବ। ଆମେ ବାଲୁକା କଳା ମାଧ୍ୟମରେ ଏହି ପବିତ୍ର ପରମ୍ପରାକୁ ସମର୍ଥନ ଓ ପାଳନ କରି ଗର୍ବିତ, ଯାହାକି ଓଡ଼ିଶାର ସଂସ୍କୃତିରେ ଗଭୀର ଭାବରେ ରୂପାୟିତ।
ବେଦାନ୍ତ ଆଲୁମିନିୟମ ପ୍ରତିବର୍ଷ ରଥଯାତ୍ରା ପାଳନକୁ ଗର୍ବର ସହିତ ସମର୍ଥନ କରିବ ସହ ଓଡ଼ିଶାର ଆଧ୍ୟାତ୍ମିକ ଏବଂ କଳାତ୍ମକ ପରିଚୟକୁ ସଂରକ୍ଷଣ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ପୁନଃନିର୍ଦ୍ଦେଶ କରେ। ସବୁବର୍ଷ ଭଳି ଏବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ରଥଯାତ୍ରା ଏବଂ ବାହୁଡା ଯାତ୍ରା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଆୟୋଜନ କରିବ, ଯେଉଁଥିରେ ଅର୍ଣ୍ଣଛତ୍ର-ଭଣ୍ଡାର ମାଧ୍ୟମରେ ଖାଦ୍ୟ ବଣ୍ଟନ, ପାନୀୟ ଜଳ ଏବଂ ଭକ୍ତଙ୍କ ପାଇଁ ଜଳଖିଆର ବ୍ୟବସ୍ତା କରାଯିବା ସହିତ ଏକ ଶାନ୍ତିପୂର୍ଣ୍ଣ ଭଜନ ସନ୍ଧ୍ୟାର ମଧ୍ୟ ଆୟୋଜନ କରାଯିବ, ଯେଉଁଥିରେ ମହାପ୍ରସାଦ ଏବଂ ନିର୍ମାଲ୍ୟ ବଣ୍ଟନ କରାଯିବ।
ସାଂସ୍କୃତିକ ଉତ୍ସବ ଠାରୁ ଉପରେ ରହି, ବେଦାନ୍ତ ଆଲୁମିନିୟମ ଉତ୍ତରଦାୟିତ୍ୱ ସହିତ ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଗ୍ରାମୀଣ ବିକାଶ ଏବଂ ତୃଣମୂଳ ସ୍ତରରେ ଖେଳ-କୁଦ ଓ ସଂସ୍କୃତି ମାଧ୍ୟମରେ ସ୍ଥାନୀୟ ସମୁଦାୟଙ୍କୁ ସଶକ୍ତ କରିବା ପ୍ରତି ପ୍ରତିଶ୍ରୁତିବଦ୍ଧ। ଏହି ପ୍ରୟାସଗୁଡ଼ିକ ବେଦାନ୍ତ ଆଲୁମିନିୟମର ସଂଚାଳନ କ୍ଷେତ୍ର ଭିତରେ ଓ ବାହାରେ ପରିବର୍ତ୍ତନ ଆଣିବା ଉଦ୍ୟମକୁ ଉଲ୍ଲେଖ କରେ, ଯାହା ଓଡିଶାର ସାମୁଦାୟିକ ବିକାଶ ଓ ସାମୂହିକ ଉନ୍ନତି ପାଇଁ ଏକ ଅନୁଭୂତି ତିଆରି କରେ। ସ୍ଥାନୀୟ ପ୍ରାଧିକାରୀ ଓ ସମୁଦାୟ ଅଧିକାରୀମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ସ୍ଥାପନ କରି, କମ୍ପାନୀ ନିଶ୍ଚିତ କରୁଛି ଯେ ତାଙ୍କର ହସ୍ତକ୍ଷେପ ଦ୍ୱାରା ନିଜସ୍ୱ ଆର୍ଥିକ ସାମାଜିକ ଉନ୍ନତି ଲାଗି ଦୃଶ୍ୟମାନ ପରିଣାମ ଆସୁଛି। ଯତ୍ନ ଓ ଭାଗିଦାରିର ମୂଲ୍ୟବୋଧରେ ଭିତ୍ତି କରି, ବେଦାନ୍ତର ସାମାଜିକ ପ୍ରଭାବ ଉଦ୍ୟମଗୁଡ଼ିକ କଳାହାଣ୍ଡି ଜିଲ୍ଲାର ୬୭ଟି ଗାଁରେ ୧.୫ ଲକ୍ଷ ଲୋକ ଓ ଓଡିଶାର ବିଭିନ୍ନ ଅଞ୍ଚଳରେ ୫ ଲକ୍ଷ ଲୋକଙ୍କ ଜୀବନରେ ସ୍ପର୍ଶ କରିଛି।
ପୁରୀ: ଆଉମାତ୍ର ୩ ଦିନ ପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଶ୍ରୀମନ୍ଦିର ଛାଡି ନବଦିନାତ୍ମକ ଯାତ୍ରା କରିବେ ଦାରୁବିଗ୍ରହ। ଏଥିପାଇଁ ତିନିରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୋମବାର ରୂପକାର ସେବକମାନେ ତିନି ରଥର ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଚିତ୍ରକାରମାନଙ୍କୁ ରଙ୍ଗ ଦେବା ପାଇଁ ହସ୍ତାନ୍ତର କରିଛନ୍ତି। ଚିତ୍ରକାରମାନେ ରଙ୍ଗ କାର୍ଯ୍ୟ ପାଇଁ ପ୍ରଭାଗୁଡ଼ିକରେ ଧଳା ପ୍ରାଇମର ବୋଳା ଶେଷ କରିଛନ୍ତି। ପ୍ରାଇମର ଶୁଖିଲା ପରେ ରଙ୍ଗ ଚିତ୍ର ଆଙ୍କିବେ। ତାଳଧ୍ୱଜ ରଥ ପ୍ରଭାରେ ଖୋଦେଇ ରୂପରେ ରଙ୍ଗ ଚିତ୍ର ସହ ପ୍ରଭା ମଝି ଭାଗରେ ପଦ୍ମ କଢି, ଦୁଇ ପାର୍ଶ୍ୱରେ ଶିବ ଏବଂ ନାରଦଙ୍କ ଚିତ୍ର ଅଙ୍କନ କରାଯିବ। ଦର୍ପଦଳନ ରଥ ପ୍ରଭାରେ ପଦ୍ମ କଢି ସହ ପ୍ରଭା ଦୁଇପଟେ ଗଙ୍ଗା, ଯମୁନାଙ୍କ ଚିତ୍ର ଏବଂ ନନ୍ଦିଘୋଷ ରଥ ପ୍ରଭାରେ ପଦ୍ମ କଢି ସହ ଦୁଇ ପାର୍ଶ୍ୱରେ ଇନ୍ଦ୍ର ଏବଂ ବ୍ରହ୍ମାଙ୍କ ଚିତ୍ର ଅଙ୍କନ ହେବ। ଏତଦ୍‌ବ୍ୟତୀତ ଚିତ୍ରକାର ସେବକମାନେ ତିନି ରଥର ସିଂହାସନ ବେଦୀ ତିନି ପାର୍ଶ୍ୱରେ ଗାଈ ପଲ୍ଲ ଚିତ୍ର ଅଙ୍କନ ଶେଷ କରିଛନ୍ତି। ନନ୍ଦିଘୋଷ ରଥର ଚକ, ଦଣ୍ଡା, ଗୁଜ, ବାହ୍ୟ ଅଂଶଗୁଡ଼ିକରେ ଆବଶ୍ୟକୀୟ ରଙ୍ଗ ଶେଷ କରି ତାଳଧ୍ୱଜ ରଥ ଏବଂ ଦର୍ପଦଳନ ରଥର ବାହ୍ୟ ଅଂଶରେ ରଙ୍ଗ କାର୍ଯ୍ୟ ଶେଷ ସ୍ପର୍ଶ ଦେଉଛନ୍ତି। ଏଥିସହ ଘୋଡ଼ା, ସାରଥୀଙ୍କ ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦରଜୀ ସେବକମାନେ ତିନି ରଥର ୧୨ଟି ଚନ୍ଦ୍ରଶାଳୀ , ୧୨ଟି ଅଁଳାଶ୍ରୀ, କନା କାର୍ଯ୍ୟ ଶେଷ ହେବାସହ ମହାପ୍ରଭୁଙ୍କ ପହଣ୍ଡି ପାଇଁ ଚକା ଅପସରା କାର୍ଯ୍ୟ ଶେଷ କରିଛନ୍ତି। ଏବେ କନକ ମୁଣ୍ଡି ପାଇଁ ଚାନ୍ଦୁଆ ସହ ଉଡା ଚାନ୍ଦୁଆ ଏବଂ ସାରଥି ପୋଷାକ ଆରମ୍ଭ କରିଛନ୍ତି। ଦୋଳବେଦୀ ପରିସର ଅସ୍ଥାୟୀ କମାରଶାଳରେ କମାର ସେବକମାନେ ତିନିରଥର ୪ଟି ଲେଖାଏଁ ପ୍ରଭା ବିଡିଆ କଣ୍ଟା ନିର୍ମାଣ କରୁଛନ୍ତି।
ଭୁବନେଶ୍ୱର : ପୁରୀ ଛତିଶା ନିଯୋଗ ସେବାୟତ ମାନଙ୍କର ଏକ ପ୍ରିତିନିଧି ଦଳ ଆଜି ସନ୍ଧ୍ୟାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନ ନବୀନ ନିବାସରେ ଭେଟିଥିଲେ। ଏହି ସାକ୍ଷାତ ସମୟରେ ସେମାନେ ଶ୍ରୀମନ୍ଦିରର ତଥା ପୁରୀ ସହରର ବିକାଶ ପାଇଁ ନବୀନ ପଟ୍ଟନାୟକ ସରକାର ସମୟରେ ହୋଇଥିବା ବିଭିନ୍ନ କାର୍ଯ୍ୟ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ‘ପୁରୀ ଆପଣ ବହୁତ କିଛି କରିଛନ୍ତି । ରଥଯାତ୍ରାକୁ ନିଶ୍ଚୟ ଆସିବେ’ ବୋଲି ସେବାୟତମାନେ ଶ୍ରୀ ପଟ୍ଟନାୟକଙ୍କୁ ଆମନ୍ତ୍ରଣ କରିଥିଲେ ।
ଜୁନ ୨୭ ତାରିଖରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବରେ ପାଳନ କରିବା ପାଇଁ ଶ୍ରୀ ପଟ୍ଟନାୟକ ସେବାୟତ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ସାକ୍ଷାତ ସମୟରେ ସାଂସଦ ଶ୍ରୀ ଶୁଭାଶୀଷ ଖୁଣ୍ଟିଆ ଉପସ୍ଥିତ ଥିଲେ।
ଅନମାନଙ୍କ ମଧ୍ୟରେ ସର୍ବଶ୍ରୀ ସାଇନା ଖୁଣ୍ଟିଆ, ଗୌରହରି ପ୍ରଧାନ, ଲୋକନାଥ ମହାସୁଆର, ରବିଶଙ୍କର ପଢିଆରୀ, କାଶୀନାଥ ମହାସୁଆର, ଦାମୋଦର ପ୍ରତିହାରୀ, ହରିଆ ସୁଆର, ଅସିତ୍‌ ମେକାପ, କୃଷ୍ଣଚନ୍ଦ୍ର ଗୋଚ୍ଛିକାର ଓ ଜମେଶ୍ୱର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ବର: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ସମୟ ପାଖେଇ ଆସୁଛି। ଆସନ୍ତା ୨୭ ତାରିଖ ଦିନ ପୁରୀରେ ରଥଯାତ୍ରାର ଆୟୋଜନ ହେବ। ଏହି ଅବସରରେ ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପାଟିଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନକ ଡ. ଅରବିନ୍ଦ କୁମାର ପାଢ଼ୀ ଆଜି ଭେଟି ରଥଯାତ୍ରାରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛନ୍ତି। ତାଙ୍କୁ ନିମନ୍ତ୍ରଣ କରାଯାଇଥିବା ନେଇ ରାଜ୍ୟପାଳ ଏହି ସୂଚନା ଦେଇଛନ୍ତି।
ଆଜି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ କୁମାର ପାଢ଼ୀ ରାଜଭବନରେ ମୋ ସହିତ ସାକ୍ଷାତକରି ଆସନ୍ତା ପବିତ୍ର ରଥଯାତ୍ରା ପାଇଁ ନିମନ୍ତ୍ରଣ ଦେଇଛନ୍ତି।
ରଥଯାତ୍ରା ଓଡ଼ିଶାର ଧାର୍ମିକ ଓ ସାଂସ୍କୃତିକ ଐତିହ୍ୟର ଏକ ଜ୍ୱଳନ୍ତ ଚିହ୍ନ। ଏହି ଅବସରରେ ଲକ୍ଷ-ଲକ୍ଷ ଭକ୍ତ ଏକତ୍ରିତ ହୋଇ ମହାପ୍ରଭୁଙ୍କ ଦିବ୍ୟ… pic.twitter.com/iee3Sc77Ud
— Dr. Hari Babu Kambhampati (@DrHariBabuK) June 17, 2025
ସାମାଜିକ ଗଣମାଧ୍ୟମ ‘ଏକ୍ସ’ ମାଧ୍ୟମରେ ସୂଚନା ଦେଇ ରାଜ୍ୟପାଳ କହିଛନ୍ତି, ଆଜି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ କୁମାର ପାଢ଼ୀ ରାଜଭବନରେ ମୋ ସହିତ ସାକ୍ଷାତକରି ଆସନ୍ତା ପବିତ୍ର ରଥଯାତ୍ରା ପାଇଁ ନିମନ୍ତ୍ରଣ ଦେଇଛନ୍ତି। ରଥଯାତ୍ରା ଓଡ଼ିଶାର ଧାର୍ମିକ ଓ ସାଂସ୍କୃତିକ ଐତିହ୍ୟର ଏକ ଜ୍ୱଳନ୍ତ ଚିହ୍ନ। ଏହି ଅବସରରେ ଲକ୍ଷ-ଲକ୍ଷ ଭକ୍ତ ଏକତ୍ରିତ ହୋଇ ମହାପ୍ରଭୁଙ୍କ ଦିବ୍ୟ ଯାତ୍ରାକୁ ଭକ୍ତି, ଶ୍ରଦ୍ଧା ଓ ଉତ୍ସାହ ସହ ପାଳନ କରନ୍ତି। ମୁଁ ଏହି ପବିତ୍ର ଅବସରରେ ଅଂଶଗ୍ରହଣ କରିବାକୁ ଅପେକ୍ଷା କରୁଛି।
ପୁରୀ : ଜୁନ୍‌ ୨୭ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। କାଳିଆ ଠାକୁରଙ୍କ ଦିବ୍ୟ ଓ ଭବ୍ୟ ରଥଯାତ୍ରା ଦେଖିବାକୁ ଭକ୍ତ ଅପେକ୍ଷା କରିଥିବା ବେଳେ ପ୍ରଶାସନ ମଧ୍ୟ ସମସ୍ତ ପ୍ରକାର ପ୍ରସ୍ତୁତି କରିବାରେ ଲାଗିଛନ୍ତି। ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା ସହ ଏଆଇ କ୍ୟାମେରା ଲଗାଇବା ପାଇଁ ପ୍ରଶାସନ ଯୋଜନାକରିଛି। ତେବେ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ରଥଯାତ୍ରାର କଣ ନୀତି ନିର୍ଘଣ୍ଟ ହୋଇଛି, ଆସନ୍ତୁ ଜାଣିବା….
ଜୁନ୍‌ ୨୭- ରଥଯାତ୍ରା
ସକାଳ ୯ଟାରେ ତିନିରଥକୁ ପ୍ରତିଷ୍ଠା କରାଯିବ। ୯ଟା ୧୫ରେ ମଙ୍ଗଳାର୍ପଣ ପରେ ସାଢେ ୯ଟାରୁ ଆରମ୍ଭ ହେବ ଠାକୁରଙ୍କ ପହଣ୍ଡି। ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ଦାରୁବିଗ୍ରହମାନେ ରଥାରୁଢ ହେବା ପରେ ମଦନମୋହନ ବିଜେ କରିବେ। ଚିତା ଲାଗି ପରେ ବେଶ ଶେଷ ହେବ। ଅପରାହ୍ନ ସାଢେ ୨ଟାରୁ ୪ଟା ମଧ୍ୟରେ ଛେରାପହଁରା ଶେଷ ହେବା ପରେ ଚାରମାଳ ଫିଟାଯାଇ ଘୋଡା ଓ ସାରଥି ଲାଗିବେ। ଏହାପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି।
ଜୁଲାଇ ୫ – ବାହୁଡ଼ା ଯାତ୍ରା
ମଧ୍ୟାହ୍ନ ୧୨ଟାରୁ ବାହୁଡା ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ସାଢେ ୨ଟାରେ ପହଣ୍ଡି ଶେଷ ହେବ। ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ଶେଷ ହୋଇ ଅପରାହ୍ନ ୪ଟାରେ ରଥଟଣା ଯିବ।
ଜୁଲାଇ ୬-ସୁନା ବେଶ
ଜୁଲାଇ ୬ ତାରିଖ ଅପରାହ୍ନ ୫ଟାରୁ ସନ୍ଧ୍ୟା ସାଢେ ୬ଟା ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ରାତି ୧୦ରୁ ୧୧ଟା ମଧ୍ୟରେ ବେଶ ମଇଲମ କରାଯିବ। ୭ ତାରିଖ ରାତି ୮ଟାରେ ଅଧରପଣା ନୀତି ସମ୍ପନ୍ନ ହେବ।
ଜୁଲାଇ ୮-ନୀଳାଦ୍ରିବିଜେ
୮ତାରିଖରେ ମହାପ୍ରଭୁ ନୀଳାଦ୍ରିବିଜେ ଅର୍ଥାତ୍‌ ରତ୍ନସିଂହାସନକୁ ବିଜେ କରିବେ ବୋଲି ନୀତି ଚୂଡ଼ାନ୍ତ ହୋଇଛି।