All Party Meeting - The Sakala
ସର୍ବଦଳୀୟ ବୈଠକରେ ଗୃହ ପରିଚାଳନା ପାଇଁ ସବୁ ଦଳର ସହଯୋଗ ଲୋଡିଲେ ବାଚସ୍ପତି
ଭୁବନେଶ୍ବର: ଆସନ୍ତାକାଲିଠୁ ବିଧାନସଭାର ବଜେଟ ଅଧିବେସନ ଆରମ୍ଭ ହେବ । ଏହା ପୂର୍ବରୁ ଆଜି ଶେଷ ହୋଇଛି ସର୍ବଦଳୀୟ ବୈଠକ । ବିଧାନସଭା ପରିସରରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଶେଷ ହୋଇଛି । ଗୃହ ପରିଚାଳନା ପାଇଁ ସବୁ ଦଳର ସହଯୋଗ ଲୋଡିଛନ୍ତି ବାଚସ୍ପତି । ଉଭୟ ଶାସକ ଓ ବିରୋଧୀ ଦଳ ବିଧାୟକଙ୍କ ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ । ୨୦ ତାରିଖରେ ୨୦୨୬-୨୭ ବଜେଟ୍ ଆଗତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି, ଆମେ ମୁଖ୍ୟତଃ ଚାଷୀ ପ୍ରସଙ୍ଗ ଉଠାଇବୁ । କଟନୀ ଛଟନୀ ବନ୍ଦ ହେଉ ନାହିଁ । ଏହାକୁ ଆମେ ବିଧାନସଭାରେ ପ୍ରଥମେ ଉଠାଇବୁ । ସେହିଭଳି କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି, ବାଚସ୍ପତି ବିରୋଧୀଙ୍କୁ ସମୟ ଦେବା ପାଇଁ ଆମେ ଅନୁରୋଧ କରିଛୁ । କୋଟିଆ, ଚାଷୀ, ନାରୀ ସୁରକ୍ଷା କଥା ଆମେ ଉଠାଇବୁ । ଏସଏସଟି, ଓବିସି କଥା ମଧ୍ୟ ଉଠାଇବୁ । ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବଜେଟ୍‌ ଅଧିବେଶନ ।
ନୂଆଦିଲ୍ଲୀ:  ଅପରେସନ ସିନ୍ଦୂର ଶେଷ ହେବା ପରେ ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଡକାଯାଇଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ, ଏହି ସଙ୍କଟର ଘଡ଼ିରେ ଆମେ ସରକାରଙ୍କ ସହିତ ଅଛୁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ବୈଠକରେ ଯୋଗ ଦେଇଥିଲେ। ବୈଠକରେ ସରକାର ବିରୋଧୀ ନେତାମାନଙ୍କୁ ଅପରେସନ ସିନ୍ଦୂର ପରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଏବଂ ଭବିଷ୍ୟତ ପ୍ରସ୍ତୁତି ବିଷୟରେ ସୂଚନା ଦେଇଛନ୍ତି।
ଶେଷ ହେଲା ସର୍ବଦଳୀୟ ବୈଠକ, ବିଧାନସଭା ଅଧିବେଶନ ସୁରୁଖୁରୁରେ ଚାଲିବା ନେଇ ସମସ୍ତଙ୍କ ସହଯୋଗ ଲୋଡ଼ିଲେ ବାଚସ୍ପତି
ଭୁବନେଶ୍ୱର: ଶେଷ ହେଲା ସର୍ବଦଳୀୟ ବୈଠକ । ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନ ପୂର୍ବରୁ ଆଜି ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ତେବେ ବିଧାନସଭା ଅଧିବେଶନ କେମିତି ସୁରୁଖୁରରେ ଚାଲିବ ସେ ନେଇ ଆଜି ଏହି ବୈଠକରେ ଆଲୋଚନା ହୋଇଛି । ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକରେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି ।
ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଆଇନ ମନ୍ତ୍ରୀଙ୍କ ସମେତ ଦଳୀୟ ନେତା ସାମିଲ ହୋଇଥିଲେ । ଆସନ୍ତାକାଲି ଦିନ ୧୧ଟାରୁ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ଅଧିବେଶନକୁ ସୁରୁଖୁରୁରେ ସମ୍ପାଦନ କରିବାକୁ ବିରୋଧୀଙ୍କ ସହଯୋଗ ଲୋଡିଛି ଶାସକ ଦଳ । ତେବେ ବଜେଟ ଆଲୋଚନ ସହ ରାଜ୍ୟପାଳଙ୍କ ଅଭିଭାଷଣ କିପରି ଭଲ ଭାବେ ଚାଲିବ, ସେ ଦିଗରେ ଆଲୋଚନା ହୋଇଛି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ତେବେ ବୈଠକରେ କଂଗ୍ରେସ ବିଧାୟକ ସାମିଲ ହୋଇ ନଥିଲେ ।
ବୈଠକ ପରେ ବାଚସ୍ପତି କହିଛନ୍ତି, ‘ବିଧାନସଭା ଅଧିବେଶନ କିପରି ସୂଚାରୁ ରୂପେ ସମ୍ପାଦନ ହେବ ସେ ନେଇ ସମସ୍ତଙ୍କ ମତାମତ ନିଆଗଲା । ଆସନ୍ତାକାଲି ସକାଳ ୧୧ଟାରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ରାଜ୍ୟପାଳଙ୍କ ଉଦବୋଧନରୁ ଅଧିବେଶନ ଆରମ୍ଭ ହେବ ।’
ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ‘ଗୃହ କିପରି ସୁରୁଖୁରରେ ଚାଲିବ ଆଲୋଚନା ହୋଇଛି । ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଓ ବଜେଟ ନେଇ ଆଲୋଚନା କଲୁ ।’
ସଂସଦର ଶୀତ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ବୈଠକରେ ସଂସଦ କାର୍ଯ୍ୟ ସୁରୁଖୁରରେ ଚଲାଇବା ସବୁ ଦଳର ସହ ଯୋଗ ଲୋଡିବେ ସରକାର । ଏଥିସହ ଶୀତ ଅଧିବେଶନରେ ଆଗତ ହେବାକୁ ଥିବା ବିଧେୟକ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବ । ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ଉଭୟ ଗୃହର ବହୁ ନେତା ସାମିଲ ହେବା ସୂଚନା ରହିଛି । ସୂଚନାଯୋଗ୍ୟ ଯେ ସର୍ବଦଳୀୟ ବୈଠକ ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲୋକସଭା ଏବଂ ରାଜାସଭାର ବିଭିନ୍ନ ଦଳର ନେତାମାନଙ୍କୁ ନିମନ୍ତ୍ରଣ ପଠାଇଛନ୍ତି।
ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୭ ଠାରୁ ଆରମ୍ଭ ହୋଇ ଡିସେମ୍ବର ୨୯ ପର୍ଯ୍ୟନ୍ତ ଚାଲିବ। ଏଥର ସର୍ବଦଳୀୟ ବୈଠକ ବଦଳରେ ବିଜନେସ ଆଡଭାଇଜରୀ କମିଟିର ବୈଠକ ଡାକିବାକୁ ନିଷ୍ପତ୍ତି ନିଆଯାଇଛି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଆସନ୍ତା ୧୦ରେ ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ
ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ବିଚାରବିମର୍ଷ କରିବା ପାଇଁ କମିଶନ ପକ୍ଷରୁ ବୈଠକ ଡକାଯାଇଛି । ଆସନ୍ତା ୧୦ ତାରିଖ ଗୀତ ଗୋବିନ୍ଦ ସଦନ ସଭାଗୃହରେ ପୂର୍ବାହ୍ନ ସାଢେ ୧୧ଟାରେ ବୈଠକ ହେବ । ବୈଠକରେ କୋଭିଡ କଟକଣା ମଧ୍ୟରେ କିଭଳି ନିର୍ବାଚନ ହେବ ସେ ନେଇ ମୁଖ୍ୟତଃ ଆଲୋଚନା ହେବା ସମ୍ଭାବନା ରହିଛି । ବୈଠକ ପରେ କମିଶନ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ।
ସେପଟେ ବୈଠକରେ ନିର୍ବାଚନ ନେଇ ମତ ରଖିବେ  ରାଜନୈତିକ ପାର୍ଟି । ଜିଲ୍ଲା ପରିଷଦଗୁଡ଼ିକର କାର୍ଯ୍ୟକାଳ ଆସନ୍ତା ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ସୁଦ୍ଧା ଶେଷ ହେବ । ନିୟମ ଅନୁସାରେ କାର୍ଯ୍ୟକାଳ ୫ବର୍ଷ ଶେଷ ହେବା ପୂର୍ବରୁ ପଞ୍ଚାୟତର ସାଧାରଣ ନିର୍ବାଚନ ହେବା ଆବଶ୍ୟକ । ଏଦୃଷ୍ଟିରୁ ମାର୍ଚ୍ଚ ସୁଦ୍ଧା ପଞ୍ଚାୟତ ନିର୍ବାଚନ ଶେଷ ହେବାକୁ ଯାଉଛି ।
ଆଫଗାନିସ୍ତାନ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ : କେନ୍ଦ୍ର ସରକାରଙ୍କ ସମର୍ଥନରେ ସବୁ ଦଳ
ନୂଆଦିଲ୍ଲୀ: ଆଫଗାନିସ୍ତାନର ସଙ୍କଟ ଉପରେ ଆଜି କେନ୍ଦ୍ର ସରକାର ଡାକିଥିବା ସର୍ବଦଳୀୟ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆଫଗାନିସ୍ତାନ ସ୍ଥିତି ସମ୍ପର୍କରେ ସମସ୍ତ ଦଳର ନେତାଙ୍କୁ ଅବଗତ କରାଇଛନ୍ତି। ବୈଠକରେ ବିରୋଧୀ ଦଳମାନଙ୍କୁ ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ସରକାରଙ୍କ ଉଦ୍ୟମ ସମ୍ପର୍କରେ ସୂଚନା ଦିଆଯାଇଥିଲା। ସୂଚନାନୁସାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବୈଠକରେ କହିଛନ୍ତି ଯେ ଆଫଗାନିସ୍ତାନର ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ନାଗରିକମାନଙ୍କୁ ଫେରାଇ ଆଣିବ ପାଇଁ ଭାରତ ଯଥା ସମ୍ଭବ ଉଦ୍ୟମ କରୁଛି। ଏହି ସଙ୍କଟ ସମୟରେ ଭାରତ ଆଫଗାନିସ୍ତାନର ଲୋକଙ୍କ ସହ ଛିଡା ହୋଇଛି। ତେବେ ଆଫଗାନିସ୍ତାନ ପ୍ରସଙ୍ଗରେ ସବୁ ଦଳ ସରକାରଙ୍କ ସହ ଅଛନ୍ତି ବୋଲି ବୈଠକ ପରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି ।
#WATCH "Govt strongly committed to ensuring full evacuation as soon as possible, doing everything to bring back our people from Afghanistan," says EAM Dr S Jaishankar after briefing all-party panel on the Afghanistan situation pic.twitter.com/GWkMZJUMOz
— ANI (@ANI) August 26, 2021
ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ଆଫଗାନିସ୍ତାନକୁ ତାଲିବାନ କବଜା ପରଠୁ ସେଠାକାରର ପରିସ୍ଥିତି ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କୁ ଜୟଶଙ୍କର ତାଜା ଅପଡେଟ୍‌ ଦେଇଛନ୍ତି । ସେ କହିଛନ୍ତି, ଆଫଗାନିସ୍ତାନରୁ ଏବେ ସୁଦ୍ଧା ୫୬୫ ଜଣଙ୍କୁ ଭାରତ ଅଣାଯାଇଛି । ସହାୟତା ପାଇଁ ପ୍ରାୟ ୧୫,୦୦୦ ଲୋକ ସରକାରଙ୍କ ଦ୍ଵାରା ସ୍ଥାପିତ ହେଲ୍ପ ଡେସ୍କ ସହ ଯୋଗାଯୋଗ କରିଛନ୍ତି। ବୈଦେଶିକ ମନ୍ତ୍ରାଳୟର ସ୍ପେଶାଲ୍‌ ସେଲ ଏବେ ଯାଏଁ ୩,୦୧୪ ଟି କଲ ଜବାବ ଦେଇଛି। ଏହା ବ୍ୟତୀତ ହ୍ବାଟସ୍‌ଆପ୍‌ ଜରିଆରେ ୭,୮୨୬ ଜବାବ ଦିଆଯାଇଥିବା ବେଳେ ଇମେଲ ମାଧ୍ୟମରେ ୩,୧୦୧ ପ୍ରଶ୍ନର ଉତ୍ତର ଦେଇଛନ୍ତି ସରକାର ଏହା ସହ ଆଫଗାନିସ୍ତାନରେ ଆମେରିକା, ରୁଷ୍ ଏବଂ ଚୀନ୍ ନେଇଥିବା ପଦକ୍ଷେପ ସମ୍ପର୍କରେ ବିରୋଧୀ ଦଳମାନଙ୍କୁ ଅବଗତ କରାଯାଇଥିଲା।
Under Operation 'Devi Shakti' we've done 6 evacuation flights. We'v brought back most of the Indians but not all of them as some of them couldn't make it for the flight y'day. We'll definitely try & bring out everybody. We've also brought out some Afghan citizens: Dr S Jaishankar pic.twitter.com/IA0V6F31Wm
— ANI (@ANI) August 26, 2021
ସରକାରଙ୍କ ତରଫରୁ ୬ ଜଣ ମନ୍ତ୍ରୀ ଏହି ବୈଠକରେ ଯୋଗ ଦେଇଥିଲେ। ସେମାନେ ହେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ, ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୁରଲୀଧରନ୍ ଏବଂ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମେଘୱାଲ। ସେହିପରି ଏନସିପି ନେତା ଶରଦ ପାୱାର, ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖର୍ଗେ, ଲୋକସଭାରେ କଂଗ୍ରେସ ଦଳର ନେତା ଧିର ରଂଜନ ଚୌଧୁରୀ, ଡିଏମକେର ଟିଆର ବାଲୁ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡ଼ା, ଅପନା ଦଳର ଅନୁପ୍ରିଆ ପଟେଲ ପ୍ରମୁଖ ଏହି ସର୍ବଦଳୀୟ ବୈଠକରେ ଯୋଗ ଦେଇଥିଲେ।
ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : 24 ମଇରୁ ତିନି ମାସ ପର୍ଯ୍ୟନ୍ତ ଘରକୁ ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଆଶା କର୍ମୀ
ସମଗ୍ର ଦେଶ ଗତ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ସହ ଲଢୁଛି। କରୋନାର ଏହି ଦ୍ବିତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି । ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ସହଯୋଗରେ କରୋନା ବିରୋଧରେ ଆମର ଲଢେଇକୁ ଆହୁରି ମଜବୁତ କରିବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗତ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ଓଡିଶାରେ ସଂକ୍ରମଣ ବଢୁଛି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ପରିସ୍ଥିତିକୁ ମୋଟାମୋଟି ଭାବରେ ନିୟନ୍ତ୍ରଣରେ ରଖିବା ସହ ରୋଗୀକୁ ସେବା ଯୋଗାଇ ଦେବା ଦିଗରେ କାମ କରିଚାଲିଛୁ । ଆମ ପ୍ରଶାସନ ଓ ସ୍ବାସ୍ଥ୍ୟକର୍ମୀ ମାନେ ଯେପରି ଦିନରାତି କାମ କରିଚାଲିଛନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସେମାନଙ୍କର ଉଚ୍ଚପ୍ରଶଂସା କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶର ଅନ୍ୟ ଭାଗର ଘଟଣା ଉପରେ ଓଡ଼ିଶା ତୀକ୍ଷଣ ନଜର ରଖିବା ସହ ସେମାନଙ୍କ ଅଭିଜ୍ଞତା ଭିତ୍ତିରେ ଆଗୁଆ ପଦକ୍ଷେପ ନେଉଛି ।
ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ କରିବା ସହିତ ICU-HDU ଶଯ୍ୟାରେ ବୃଦ୍ଧି କରାଯାଇଛି । ପ୍ରତି ଜିଲ୍ଲାରେ ଅକ୍‌ସିଜେନ ସଂଯୁକ୍ତ ଶଯ୍ୟାର ବ୍ୟବସ୍ଥା ମଧ୍ୟ କରାଯାଇଛି । ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ତ୍ରୁଟିଶୂନ୍ୟ ଅକ୍‌ସିଜେନ ଯୋଗାଣ ପାଇଁ ଅଧିକ ଅକ୍‌ସିଜେନ ସିଲିଣ୍ଡର, refilling ଓ ପରିବହନ କାର୍ଯ୍ୟ ତଦାରଖ କରାଯାଉଛି । ମୁଖ୍ୟ ଡାକ୍ତରଖାନା ଗୁଡିକରେ ଅକ୍‌ସେଜେନ ପ୍ଲାଣ୍ଟ ପ୍ରତିଷ୍ଠା ସହ ଅକ୍‌ସିଜେନ ସିଲିଣ୍ଡର ମଧ୍ୟ ଆମଦାନୀ କରାଯାଉଛି । ଜରୁରୀ ଔଷଧ ଓ ଅକ୍‌ସିଜେନ ଯୋଗାଣରେ ଯେପରି ଅସୁବିଧା ନ ହୁଏ, ସେଥିପ୍ରତି ଆମେ ସ୍ବତନ୍ତ୍ର ଦୃଷ୍ଟି ରଖିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଅନ୍ୟ ରାଜ୍ୟ କୁ ଅକ୍ସିଜେନ ଯୋଗାଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନିଜ ରାଜ୍ୟର ଚାହିଦା ପୂରଣ ସହିତ ଆଜି ଓଡିଶା ଅନ୍ୟ ରାଜ୍ୟକୁ ମଧ୍ୟ ଅକ୍‌ସିଜେନ ଯୋଗାଇ ବହୁ ମୂଲ୍ୟବାନ ଜୀବନ ରକ୍ଷା କରିପାରୁଛି । ଏହା ଓଡିଶା ପାଇଁ ନିଶ୍ଚିତ ଭାବରେ ଗୌରବର କଥା।
ରାଜ୍ୟରେ ଅକ୍‌ସିଜେନ ପରିଚାଳନା ବ୍ୟବସ୍ଥା ସୁଦୃଢ କରିବା ଏବଂ ଏଥିପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ପାଇଁ ଏକ ଟାକ୍‌ସଫୋର୍ସ ଗଠନ ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ଏହି ଲଢେଇରେ ସ୍ବାସ୍ଥ୍ୟ କର୍ମୀ ଓ ଡାକ୍ତରମାନଙ୍କ ସବୁଠାରୁ ଗୁରୁ ଦାୟିତ୍ବ ଥିବାରୁ ଏ କ୍ଷେତ୍ରରେ ମାନବ ସମ୍ବଳ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଛି ଏବଂ ୭୮୬ ଡାକ୍ତର ଓ ୫୧୩୭ ପାରାମେଡିକାଲ ଷ୍ଟାଫଙ୍କୁ ଇତି ମଧ୍ୟରେ ନିଯୁକ୍ତି ଦିଆଯାଇଛି । ଏହାସହିତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାରେ ଲୋକଙ୍କୁ ମାଗଣା ପରୀକ୍ଷା ଓ ରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଆଉଛି। ଘରୋଇ ଡାକ୍ତରଖାନା ମାନଙ୍କୁ ସାଥିରେ ନେଇ କୋଭିଡ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି। ଏହାଦ୍ବାରା ରୋଗୀ ଶୀଘ୍ର ଚିକିତ୍ସା ସେବା ପାଉଛନ୍ତି ଓ ସାରା ଦେଶରେ ଓଡିଶାର ମୃତ୍ୟୁ ହାର ସେଥିପାଇଁ କମ୍‌ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଲୋକଙ୍କୁ ସତର୍କ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହୁଏତ ଆଗକୁ କୋଭିଡର ଅନେକ ଲହର ଆସିପାରେ । ତେଣୁ ଆମକୁ ଦୀର୍ଘ ଲଢେଇ ପାଇଁ ପ୍ରସ୍ତୁତ ରହିବାକୁ ହେବ। କରୋନା ବିରୁଦ୍ଧରେ ସଫଳ ଲଢେଇ ପାଇଁ ଟିକାକରଣ ଆମର ମୁଖ୍ୟ ରଣକୌଶଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଆମର ଲୋକମାନେ ଯେପରି ଶୀଘ୍ର ଟିକା ପାଇପାରିବେ, ସେଥିପାଇଁ ଆମେ ବିଶ୍ବ ବଜାରରୁ ଟିକା କିଣିବା ପ୍ରକ୍ରିୟା ଆରମ୍ଭ କରିଛୁ। ଵୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ ଏବଂ କରୋନା ବିରୁଦ୍ଧରେ ଏହି ଲଢେଇରେ ଆମକୁ ମାର୍ଗ ଦେଖାଇବା ପାଇଁ ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ ସଂପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।
କୋଭିଡ ପରିଚାଳନାରେ ଗୋଷ୍ଠୀକୁ (community) ମୁଖ୍ୟ ସ୍ତମ୍ଭ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆରମ୍ଭରୁ ହିଁ ଗ୍ରାମ ପଞ୍ଚାୟତ ଓ ଗାଁ କଲ୍ୟାଣ ସମିତି ଏଥିରେ ସାମିଲ ଅଛନ୍ତି । ଲୋକଙ୍କୁ ସେବା ଯୋଗାଇବା ପାଇଁ ANM, ଆଶା, ଅଙ୍ଗନବାଡି କର୍ମୀ ଓ ମିଶନ ଶକ୍ତି ଗୋଷ୍ଠୀ ଆଦି ସମସ୍ତଙ୍କୁ ସାଥିରେ ନେଇ କୋଭିଡ ପରିଚାଳନା କାମ ଜାରି ରହିଛି ବୋଲି ସେ କହିଥିଲେ ।
ଆସନ୍ତା ମଇ ୨୪ ତାରିଖରୁ ୩ ମାସ ପାଇଁଁ ସାରା ରାଜ୍ୟରେ ଆଶା ଓ ANM ମାନେ ଘରକୁ ଘର ବୁଲି କୋଭିଡ ଲକ୍ଷଣ ଓ ଜଟିଳ ରୋଗ ସଂପର୍କରେ ସର୍ଭେ କରିବେ । ଏଥିପାଇଁ ସେମାନଙ୍କୁ ୩ ମାସ ପାଇଁ ମାସିକ ୧୦୦୦ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ପ୍ରତି ଗାରେ ଥିବା ଗାଁ କଲ୍ୟାଣ ସମିତି ମାନଙ୍କୁ ମଧ୍ୟ କୋଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ କାର୍ଯ୍ୟ ନିମନ୍ତେ ୧୦ ହଜାର ଟଙ୍କା ସହାୟତା ଦିଆଯିବ। ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇ ଥିଲେ୍
ସେହିପରି ଗୃହ ସଂଗରୋଧ ତଦାରଖ ଦାୟିତ୍ବରେ ଥିବା ଆଶାକର୍ମୀ ମାନଙ୍କୁ ମଧ୍ୟ ବାଇସାଇକେଲ, ଚପଲ, ଛତା, ଟର୍ଚ୍ଚ ଓ କପ୍‌ବୋର୍ଡ ଆଦି ପାଇଁ ଏକକାଳୀନ ୧୦ ହଜାର ଟଙ୍କା ସହାୟତା ଦିଆଯିବ। ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍‌ଡାଉନ କାର୍ଯ୍ୟକାରୀ କରିବା ଏବଂ ଗାଁର ଆବଶ୍ୟକତାକୁ ଦେଖି ଗାଁରେ TMC ଖୋଲିବା ବିଷୟ ନେଇ ସରପଞ୍ଚମାନେ ସେମାନଙ୍କର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିପାରିବେ । ଗତବର୍ଷ ତୁଳନାରେ ଏ ବର୍ଷ ଅନ୍ୟ ରାଜ୍ୟକୁ ଫେରୁଥିବା ଲୋକଙ୍କ ସଂଖ୍ୟା କମ୍‌ ଥିଲେ ମଧ୍ୟ ସରକାର ଜୋନାଲ TMC ଆରମ୍ଭ କରି ସାରିଛନ୍ତି।
କୋଭିଡ ଯୋଗୁ ଅନେକ ପରିବାରର ଆତ୍ମୀୟସ୍ବଜନଙ୍କ ଅସମୟରେ ବିୟୋଗ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ସେମାନଙ୍କ ପରିବାରର ଏହି ଦୁଃଖ ସମୟରେ ସରକାର ସେମାନଙ୍କ ସହିତ ରହିଛନ୍ତି ବୋଲି ସାହସ ଦେଇ ଥିଲେ ।
କୋଭିଡ ମୃତକଙ୍କ ପରିବାରର ବିଧବା ଓ ବାପା ମା ଙ୍କୁ ହରାଇ ଥିବା ପିଲା ମାନଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ସହିତ ପିଲାମାନଙ୍କ ପାଇଁ ମାଗଣା ଶିକ୍ଷା ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ବର୍ତ୍ତମାନ କୋଭିଡର ଦ୍ବିତୀୟ ଲହର ମଧ୍ୟରେ ଅଛୁ । ଆଗକୁ ଆମକୁ କେତେ ଲହର ଓ କେତେ variantର ମୁକାବିଲା କରିବାକୁ ହେବ, ତାହା କେହି ଜାଣିନାହିଁ ।
ଦ୍ବିତୀୟ ଲହରର ପ୍ରଭାବ ହ୍ରାସ କରିବା ପାଇଁ ଆମେ ଲକ୍‌ଡାଉନ କରିଛୁ। କିନ୍ତୁ କେବଳ ଲକ୍‌ଡାଉନ ଏହାର ସମାଧାନ ନୁହେଁ। କାରଣ ଏହାଦ୍ବାରା ଅନେକ ଲୋକଙ୍କ ଜୀବିକା ଗଭୀର ଭାବରେ ପ୍ରଭାବିତ ହେଉଛି । ଏହା ଏକ ଲମ୍ବା ଲଢେଇ । ତେଣୁ ଲୋକଙ୍କୁ ସଚେତନତା ଜରିଆରେ ପ୍ରସ୍ତୁତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେବା ସହ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା, ଅନାବଶ୍ୟକ ଭାବରେ ବାହାରେ ନ ବୁଲିବା ଏବଂ ଗହଳିକୁ ନ ଯିବା ଆଦି ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ଅନୁରୋଧ କରିଥିଲେ।
ଭୂତାଣୁକୁ ରୋକିବାରେ ଏହା ଆମର ମୁଖ୍ୟ ଅସ୍ତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ତେଣୁ ଏହି ସଚେତନତାର ବାର୍ତ୍ତା ଲୋକଙ୍କୁ ପାଖରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ବିଧାୟକ ମାନଙ୍କୁ ପରାମର୍ଶ ଦେବା ସହିତ କୋଭିଡ ପରିଚାଳନା କାର୍ଯ୍ୟ ବିଶେଷତଃ, ମିଶନ ଶକ୍ତି ଗ୍ରୃପ ଠାରୁ କିଣି ଗରିବ ଲୋକଙ୍କୁ ମାସ୍କ ବାଣ୍ଟିବା ପାଇଁ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଅତୀତରେ ଓଡିଶା ଅନେକ ଆହ୍ବାନକୁ ଦୃଢତାର ସହ ମୁକାବିଲା କରିଛି ଏବଂ ସମସ୍ତଙ୍କ ସହଯୋଗରେ କୋଭିଡ ଲଢେଇରେ ମଧ୍ୟ ଓଡିଶା ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ ।
ଯେହେତୁ ବିଧାୟକ ମାନେ ଅନେକ ଲୋକଙ୍କ ସହ ପ୍ରତିଦିନ ମିଶୁଛନ୍ତି, ତେଣୁ ନିଜର ଓ ନିଜ ପରିବାରର ଯତ୍ନ ନେବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ ।
“ପ୍ରତ୍ୟେକ ଜୀବନ ମୂଲ୍ୟବାନ’। ଏହି ନୀତିରେ ହିଁ ଆମେ କାମ କରିଚାଲିଛୁ ଏବଂ ଲୋକଙ୍କ ଜୀବନ ରକ୍ଷା ପାଇଁ ସରକାର ତାଙ୍କର ସମସ୍ତ ଉଦ୍ୟମ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ଏହି ଅବସରରେ ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ବିଧାୟକ ମାନଙ୍କୁ କୋଭିଡ଼ ସକ୍ରମଣ ରୋକିବା ଦିଗରେ କାମ କରିବା ପାଇଁ ବିଧାୟକ ମାନଙ୍କୁ ଶପଥ ପାଠ କରାଇଥିଲେ ।
ବୈଠକରେ ଵିଧାୟକ ମାନେ ସେମାନଙ୍କ ସୁଚିନ୍ତିତ ମତାମତ ଦେଇ ଥିଲେ ।
କରୋନା ମୁକାବିଲା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ମହାମାରୀ କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି କୋଭିଡ ମୁକାବିଲା ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୧୭ ତାରିଖରେ ବିଧାନସଭାର ସମ୍ମିଳନୀ କକ୍ଷରେ ବସିବ ବୈଠକ। ଆଲୋଚନାରେ ସମସ୍ତ ବିଧାୟକ ଭିଡିଓ କନଫରେନ୍ସିଂ ଜରିଆରେ ଅଂଶଗ୍ରହଣ କରିବେ। କରୋନା ମୁକାବିଲା ନେଇ ବୈଠକରେ ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ।
ରାଜ୍ୟରେ କରୋନା ମୁକାବିଲା ନେଇ ମିଳିତ ଉଦ୍ୟମର ଆବଶ୍ୟକତା ଥିଲା ବୋଲି ନରସିଂହ କହିଛନ୍ତି । ସର୍ବଦଳୀୟ ବୈଠକ ପାଇଁ କଂଗ୍ରେସ ପୂର୍ବରୁ ଦାବି କରିଥିଲା । ୨ୟ ଓ ୩ୟ ଲହରୀ ପାଇଁ ସରକାର କ’ଣ ପ୍ରସ୍ତୁତ କରିଛନ୍ତି ସେନେଇ ବୈଠକରେ ଆଲୋଚନା ହେବ ବୋଲି ନରସିଂହ ମିଶ୍ର କହିଛନ୍ତି ।
ବୈଠକ ପାଇଁ ବିଧାନସଭାର ନୂତନ ସମ୍ମିଳନୀ କକ୍ଷ ଓ ଜିଲ୍ଲାସ୍ତରରେ ବ୍ୟବସ୍ଥା କରାଯାଇଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଭୁବନେଶ୍ବରର କିଛି ସ୍ଥାନରେ ମଧ୍ୟ ବ୍ୟବସ୍ଥା କରାଯାଇଛି । ସମସ୍ତ ବିଧାୟକ ମାନେ ବୈଠକରେ ନିଜ ଅଞ୍ଚଳର କୋଭିଡ ସ୍ଥିତି ସମ୍ପର୍କରେ ଆଲୋଚନା କରିବେ ।