Census 2027 - The Sakala
ଜନଗଣନାରେ ନିୟୋଜିତ ଘରୋଇ ଶିକ୍ଷକଙ୍କୁ ଅଟକାଇଲେ ସ୍କୁଲ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଜନଗଣନାରେ ନିୟୋଜିତ ଶିକ୍ଷକଙ୍କୁ ଅଟକାଇଲେ ସ୍କୁଲ ବିରୋଧରେ ନିଆଯିବ ଆକ୍ସନ୍ । ଜନଗଣନା ଡ୍ୟୁଟି କରିବେ ଘରୋଇ ସ୍କୁଲ ଶିକ୍ଷକ । ମନା କଲେ ହେବ କଡା କାର୍ଯ୍ୟାନୁଷ୍ଠାନ। ଜନଗଣନା ୨୦୨୭ କାର୍ଯ୍ୟରେ ଶିକ୍ଷକ ଓ ସ୍କୁଲ କର୍ମଚାରୀଙ୍କ ଅନିର୍ବାଯ୍ୟ ସାମିଲ୍ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ । କିଛି ସ୍କୁଲ୍‌ କର୍ତ୍ତୃପକ୍ଷ ଶିକ୍ଷକଙ୍କୁ ରିଲିଜ୍‌ କରୁନଥିବା ନଜରକୁ ଆସିଛି । ଏନେଇ କଡ଼ା ନିର୍ଦ୍ଦେଶ ଜାରି କରିଛି ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ । ‘ସେନସସ୍ ଆକ୍ଟ-୧୯୪୮’ ଅନୁସାରେ ଜନଗଣନା କାର୍ଯ୍ୟ ବାଧ୍ୟତାମୂଳକ । ଜନଗଣନାରେ ନିଯୁକ୍ତ ଶିକ୍ଷକ, କର୍ମଚାରୀଙ୍କୁ ରିଲିଭ୍ କରିବା ବାଧ୍ୟତାମୂଳକ । ଅଯଥାରେ ଜନଗଣନା କାମରୁ ଶିକ୍ଷକଙ୍କୁ ବଞ୍ଚିତ କରାଯିବ ନାହିଁ । ନିର୍ଦ୍ଦେଶକୁ ଅମାନ୍ୟ କଲେ ସ୍କୁଲ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛି ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ।
ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସରକାରୀ ଓ ବେସରକାରୀ ସ୍କୁଲକୁ ତୁରନ୍ତ ନିର୍ଦ୍ଦେଶ ଜାରି କରିବାକୁ କୁହାଯାଇଛି । କିଛି ଘରୋଇ ସ୍କୁଲ କର୍ତ୍ତୃପକ୍ଷ ନିଜ ଶିକ୍ଷକମାନଙ୍କୁ ଜନଗଣନା କାର୍ଯ୍ୟ ପାଇଁ ଛାଡୁନଥିବା ନେଇ ସରକାରଙ୍କ ପାଖରେ ଅଭିଯୋଗ ହୋଇଥିଲା । ଏହାକୁ ଗମ୍ଭୀରତାର ସହ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନ ଗଣନା, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗର ନିଷ୍ପତ୍ତି
ଭୁବନେଶ୍ୱର: ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନଗଣନା। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗର ନିଷ୍ପତ୍ତି । ଜନଗଣନା ନିର୍ଦ୍ଦେଶକ ଓ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବୈଠକ ପରେ ନିଷ୍ପତି । ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲ ରାଜସ୍ୱ ବିଭାଗ। ଏହା ସହ ଜନଗଣନା ସମୟରେ କେମିତି ସ୍କୁଲରେ ପାଠ ପଢ଼ାରେ ସମସ୍ୟା ନ ହେବ ତାକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ।
ଯେଉଁମାନେ ଜନଗଣନା କାମରେ ନିୟୋଜିତ ହୋଇଛନ୍ତି ସେମାନଙ୍କ ପ୍ରାଥମିକ ଆବଶ୍ୟକତା ମନିଟରିଙ୍ଗ କରିବେ ଜିଲ୍ଲପାଳ । ଜନ ଗଣନା ଅଧିକାରୀ ଙ୍କ ସୁରକ୍ଷା ପାଇଁ ଗୃହ ବିଭାଗ ସହ ଆଲୋଚନା ହୋଇଛି ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ । ଅପରାଧୀ ଓ ଗ୍ରୀଷ୍ମ ପ୍ରବାହଠାରୁ ସୁରକ୍ଷା ପାଇଁ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ। ଯେଉଁ ଶିକ୍ଷକ ଏହି କାମରେ ନିୟୋଜିତ ଅଛନ୍ତି ସେହି ସ୍କୁଲରେ ଶିକ୍ଷାଦାନ ଓ ମିଡ଼ ମିଲ ଯେପରି ପ୍ରଭାବିତ ହେବ ନାହିଁ ସେଥିପ୍ରତି ଧ୍ୟାନ ଦେବେ ।
ତାତି ଓ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା, ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ପ୍ରଥମ ପର୍ଯ୍ୟାୟ ଜନଗଣନା (ହାଉସଲିଷ୍ଟିଂ ଓ ହାଉସିଂ ସେନ୍ସସ୍‌) କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ଗମ୍ଭୀର ହୋଇଛନ୍ତି। ଗତ କିଛି ଦିନ ମଧ୍ୟରେ କାର୍ଯ୍ୟରତ ଗଣନାକାରୀଙ୍କ ସମ୍ପର୍କରେ ଆସିଥିବା ଅତ୍ୟନ୍ତ ଦୁଃଖଦ ଖବର ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଜରୁରୀ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଗତ ୧୬ ଏପ୍ରିଲରୁ ଆରମ୍ଭ ହୋଇଥିବା ଏହି ଗଣନା ପ୍ରକ୍ରିୟା ଆସନ୍ତା ମେ ୧୫ ପର୍ଯ୍ୟନ୍ତ ଚାଲିବ। ତେବେ ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାମ୍ନାକୁ ଆସିଥିବା ଘଟଣାଗୁଡ଼ିକ ଚିନ୍ତା ବଢ଼ାଇଛି। ସୋନପୁର ଜିଲ୍ଲାରେ ଜଣେ ଗଣନାକାରୀଙ୍କ କାର୍ଯ୍ୟରୁ ଫେରିବା ପରେ ହୃଦଘାତରେ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ସେହିପରି ମୟୂରଭଞ୍ଜ ଜିଲ୍ଲାରେ ଜଣେ ମହିଳା ଗଣନାକାରୀ ନିଖୋଜ ହୋଇଯାଇଥିବା ବେଳେ ବାଲେଶ୍ୱରରୁ ଦୁର୍ଘଟଣା ଓ ହିଟ୍‌ଷ୍ଟ୍ରୋକ୍ (ଅଂଶୁଘାତ) ସମ୍ବନ୍ଧୀୟ ତିନୋଟି ମାମଲା ଏବଂ ରାଉରକେଲାରୁ ଗୋଟିଏ ଦୁର୍ଘଟଣାଜନିତ ଖବର ମିଳିଛି।
ଏହି ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ଅରବିନ୍ଦ କୁମାର ପାଢ଼ୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବାକୁ କହିଛନ୍ତି। ବିଶେଷ ଭାବେ ଗ୍ରୀଷ୍ମ ପ୍ରବାହ ବା ତାତିଜନିତ ସମସ୍ୟାକୁ ମୁକାବିଲା କରିବା, କାର୍ଯ୍ୟ ସମୟରେ ରହିଥିବା ବିପଦଗୁଡ଼ିକୁ ଚିହ୍ନଟ କରିବା ଏବଂ ଗଣନାକାରୀମାନଙ୍କୁ ନିୟମିତ ଭାବେ ଟ୍ରାକ୍ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ଏହାଛଡ଼ା, କାର୍ଯ୍ୟରେ ନିୟୋଜିତ ସମସ୍ତ ଗଣନାକାରୀଙ୍କୁ ସେମାନଙ୍କ ସୁରକ୍ଷା ସମ୍ବନ୍ଧରେ ସଚେତନ କରାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ଯାହାଫଳରେ ନିର୍ଘଣ୍ଟ ସମୟ ମଧ୍ୟରେ ସୁରୁଖୁରୁରେ ଓ ନିର୍ଭୁଲ ଭାବେ ତଥ୍ୟ ସଂଗ୍ରହ କାର୍ଯ୍ୟ ଶେଷ କରାଯାଇପାରିବ।
ଆଜିଠାରୁ ଓଡ଼ିଶା ସହ ୧୧ ରାଜ୍ୟରେ ଜନଗଣନା, ଲୋକଙ୍କୁ ପଚରାଯିବ ୩୩ ପ୍ରଶ୍ନ
ଭୁବନେଶ୍ୱର: ଦେଶରେ ଆଜିଠୁ ଆରମ୍ଭ ହେଉଛି ଜନଗଣନା । ଦୁଇଟି ପର୍ଯ୍ୟାୟରେ ଚାଲିବ ଏହି ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ସହ ୧୧ଟି ରାଜ୍ୟରେ ଜନଗଣନା କରାଯିବ। କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ପ୍ରଥମଥର ପାଇଁ ସମ୍ପୂର୍ଣ୍ଣ ଡିଜିଟାଲ୍‌ ମାଧ୍ୟମରେ ଜନଗଣନା କରାଯିବ। ପ୍ରଥମ ୧୫ ଦିନ ସ୍ୱଗଣନା ହେବ । ଏପ୍ରିଲ ୧୬ ତାରିଖଠାରୁ ମେ ୧୫ ତାରିଖ ଯାଏ ଜନଗଣନାକାରୀ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ବୋଲି ସରକାର ସୂଚନା ଦେଇଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ନୂତନ ବ୍ୟବସ୍ଥା ଭାବେ ସେଲ୍ଫ୍‌-ଏନ୍ୟୁମେରେସନ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହା ଅନୁସାରେ ଏପ୍ରିଲ୍‌ ୧ ଠାରୁ ୧୫ ପର୍ଯ୍ୟନ୍ତ ଲୋକମାନେ ନିଜେ ଅନଲାଇନ୍‌ ମାଧ୍ୟମରେ ତାଙ୍କର ପରିବାର ଓ ଘର ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ କରିବେ। ଏହା ପରେ ଏପ୍ରିଲ୍‌ ୧୬ ଠାରୁ ମେ ୧୫ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଜିଲ୍ଲାରେ ଘରେ ଘରେ ଯାଇ ସରକାରୀ କର୍ମଚାରୀମାନେ ସର୍ଭେ କାମ କରିବେ। ପ୍ରାୟ ୧ ଲକ୍ଷରୁ ଅଧିକ ଏନ୍ୟୁମେରେଟର୍‌ ଓ ସୁପରଭାଇଜର୍‌ ଏହି କାର୍ଯ୍ୟରେ ନିଯୁକ୍ତ ହେବେ। ଏହି ପର୍ଯ୍ୟାୟରେ ଘରର ପ୍ରକାର, ପାଣି, ବିଦ୍ୟୁତ୍‌, ଶୌଚାଳୟ, ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କିତ ପ୍ରାୟ ୩୩ଟି ପ୍ରଶ୍ନ ପଚାରାଯିବ। ଏହି ସମସ୍ତ ତଥ୍ୟ ମୋବାଇଲ୍‌ ଆପ୍‌ ମାଧ୍ୟମରେ ସଂଗ୍ରହ କରାଯିବ। ଏଥର ଜନଗଣନା ପାଇଁ କୌଣସି ଡକ୍ୟୁମେଣ୍ଟ ଦେବା ଦରକାର ହେବ ନାହିଁ। ସରକାର କହିଛନ୍ତି ଯେ ଏହାକୁ ସହଜ ଓ ସୁବିଧାଜନକ କରିବା ପାଇଁ ଏମିତି ବ୍ୟବସ୍ଥା ନିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଯାହା ୨୦୨୭ ଫେବ୍ରୁଆରୀରେ ହେବ, ଯେଉଁଥିରେ ଲୋକସଂଖ୍ୟା, ଆର୍ଥିକ ଓ ସାମାଜିକ ତଥ୍ୟ ସଂଗ୍ରହ କରାଯିବ। ଏଥିରେ ଜାତି ସମ୍ପର୍କିତ ତଥ୍ୟ ମଧ୍ୟ ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି।
ଜନଗଣନା ୨୦୨୭: ଏବେ ଲିଭ୍-ଇନ୍ ଯୋଡ଼ି ବିବେଚିତ ହେବେ ବିବାହିତ, ଅନଲାଇନ୍ ସେଲ୍ଫ-ଏନୁମେରେସନ୍ ପାଇଁ ନୂଆ ନିୟମ
ଭାରତରେ ଆଗାମୀ ଜନଗଣନା ୨୦୨୭ (Census 2027) ର ପ୍ରଥମ ପର୍ଯ୍ୟାୟ ଅର୍ଥାତ୍ ହାଉସ୍-ଲିଷ୍ଟିଂ (Houselisting) ପ୍ରକ୍ରିୟା ଏପ୍ରିଲ୍ ୧, ୨୦୨୬ ରୁ ଆରମ୍ଭ ହେବାକୁ ଯାଉଛି। ଏଥର ଜନଗଣନା ପ୍ରକ୍ରିୟାରେ ଅନେକ ବଡ଼ ପରିବର୍ତ୍ତନ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ, ଏବେ ଏକାଠି ରହୁଥିବା ତଥା ନିଜ ସମ୍ପର୍କକୁ 'ସ୍ଥିର' (Stable union) ମାନୁଥିବା ଲିଭ୍-ଇନ୍ ଯୋଡ଼ି (Live-in couples) ଙ୍କୁ ଜନଗଣନାରେ 'ବିବାହିତ' ଭାବରେ ଗଣନା କରାଯିବ। ଆଜି ରେଜିଷ୍ଟ୍ରାର ଜେନେରାଲ୍ ଏବଂ ସେନ୍ସସ୍ କମିଶନର୍ ମୃତ୍ୟୁଞ୍ଜୟ କୁମାର ନାରାୟଣ (Mritunjay Kumar Narayan) ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ପ୍ରକ୍ରିୟାର ସମ୍ପୂର୍ଣ୍ଣ ରୂପରେଖ ସମ୍ପର୍କରେ ସୂଚନା ଦେବେ।
ଅନଲାଇନ୍ ସେଲ୍ଫ-ଏନୁମେରେସନ୍ ବ୍ୟବସ୍ଥା
ଏଥର ଜନଗଣନା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ୍ ମାଧ୍ୟମରେ କରାଯିବ। ନାଗରିକମାନଙ୍କ ସୁବିଧା ପାଇଁ ସେଲ୍ଫ-ଏନୁମେରେସନ୍ (Self-enumeration) ବା ସ୍ୱୟଂ-ଗଣନା ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହାଦ୍ୱାରା ଲୋକମାନେ ଘରକୁ କୌଣସି ଅଧିକାରୀ ଆସିବା ପୂର୍ବରୁ ଏକ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ୍ ମାଧ୍ୟମରେ ନିଜର ଏବଂ ନିଜ ପରିବାରର ତଥ୍ୟ ଅନଲାଇନରେ ଦାଖଲ କରିପାରିବେ। ଏହି ସୁବିଧା ଇଂରାଜୀ ସମେତ ୧୫ଟି ଭାରତୀୟ ଭାଷାରେ ଉପଲବ୍ଧ ହେବ। ଏହାଦ୍ୱାରା ତଥ୍ୟ ସଂଗ୍ରହ ପ୍ରକ୍ରିୟା ଅଧିକ ସହଜ ଓ ତ୍ରୁଟିମୁକ୍ତ ହୋଇପାରିବ।
ଲିଭ୍-ଇନ୍ ରିଲେସନ୍‌ସିପ୍‌କୁ ନେଇ ସ୍ପଷ୍ଟୀକରଣ
ଜନଗଣନା ପୋର୍ଟାଲରେ ଥିବା ଏକ ପ୍ରଶ୍ନର ଉତ୍ତରରେ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ, ଯଦି କୌଣସି ଯୋଡ଼ି ଲିଭ୍-ଇନ୍ ସମ୍ପର୍କରେ ଅଛନ୍ତି ଏବଂ ସେମାନେ ନିଜ ସମ୍ପର୍କକୁ ଏକ "ସ୍ଥିର ସମ୍ପର୍କ" (Stable union) ଭାବରେ ଗ୍ରହଣ କରୁଛନ୍ତି, ତେବେ ଜନଗଣନା ସମୟରେ ସେମାନଙ୍କୁ ବିବାହିତ ଦମ୍ପତି ଭାବରେ ହିଁ ଗ୍ରହଣ କରାଯିବ। ଏହି ବିଷୟରେ ପୂର୍ବରୁ ମଧ୍ୟ ଅଘୋଷିତ ଭାବେ ସମାନ ନିୟମ ପାଳନ କରାଯାଉଥିଲା, କିନ୍ତୁ ପ୍ରଥମ ଥର ପାଇଁ ସରକାରୀ ସ୍ତରରେ ଏହାକୁ ସ୍ପଷ୍ଟ କରାଯାଇଛି। କୌଣସି ପ୍ରମାଣପତ୍ର ଦାଖଲ କରିବାର ଆବଶ୍ୟକତା ନାହିଁ; ଲୋକଙ୍କ ଘୋଷଣା ହିଁ ଚୂଡ଼ାନ୍ତ ବିବେଚିତ ହେବ।
ପ୍ରଥମ ପର୍ଯ୍ୟାୟରେ ରହିବ ୩୩ଟି ପ୍ରଶ୍ନ
ଏପ୍ରିଲ୍ ୧ ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଚାଲିବାକୁ ଥିବା ହାଉସ୍-ଲିଷ୍ଟିଂ (Houselisting) ପର୍ଯ୍ୟାୟରେ ମୋଟ ୩୩ଟି ପ୍ରଶ୍ନ ପଚରାଯିବ। ଏଥିରେ ମୁଖ୍ୟତଃ ପରିବାରରେ କେତେ ଜଣ ବିବାହିତ ଦମ୍ପତି ଅଛନ୍ତି, ଇଣ୍ଟରନେଟ୍ ସୁବିଧା, ମୋବାଇଲ୍ ଫୋନ୍, ମୁଖ୍ୟ ଖାଦ୍ୟଶସ୍ୟ (Cereal consumed), ପିଇବା ପାଣି, ବିଦ୍ୟୁତ୍ ଏବଂ ଏଲପିଜି (LPG) ବା ପିଏନଜି (PNG) ସଂଯୋଗ ପରି ପ୍ରସଙ୍ଗଗୁଡ଼ିକ ସାମିଲ ରହିଛି। ଗତ ୨୦୧୧ ଜନଗଣନାରେ ୨୯ଟି ପ୍ରଶ୍ନ ଥିବାବେଳେ ଏଥର ଏହାକୁ ବୃଦ୍ଧି କରାଯାଇଛି। ପରବର୍ତ୍ତୀ ସମୟରେ, ଫେବୃଆରୀ ୨୦୨୭ ରେ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା କରାଯିବ ଯେଉଁଥିରେ ଜନସଂଖ୍ୟା ସହ ଜାତିଗତ ତଥ୍ୟ ମଧ୍ୟ ସଂଗ୍ରହ ହେବ।
ଜନଗଣନା ପାଇଁ ଖର୍ଚ୍ଚ ହେବ ୧୧ ହଜାର ୭୧୮ କୋଟି ଟଙ୍କା, ପ୍ରଥମ ପର୍ଯ୍ୟାୟରେ ଘର ତାଲିକା ଓ ଗୃହ ଗଣନା ହେବ..
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୨୦୨୭ ଜନଗଣନା ସମ୍ପର୍କରେ ଏକ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୧୧,୭୧୮ କୋଟି ଟଙ୍କାର ବଜେଟ ପାରିତ ହୋଇଛି। ଦ୍ୱିତୀୟତଃ, କୋଇଲା କିମ୍ବା ଶକ୍ତି କ୍ଷେତ୍ରରେ ଏକ ବଡ଼ ସଂସ୍କାର କରାଯାଇଛି। ତୃତୀୟତଃ, କୃଷକମାନଙ୍କ ସହ ଜଡିତ ଏକ ନିଷ୍ପତ୍ତି ନିଆଯାଇଛି।
କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୨୦୨୭ ଜନଗଣନା ପ୍ରଥମ ଡିଜିଟାଲ ଜନଗଣନା ହେବ। ତଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଜନଗଣନାର ଡିଜିଟାଲ ଡିଜାଇନ ପ୍ରସ୍ତୁତ କରାଯାଇଛି। ଏହା ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟ ୧ ଏପ୍ରିଲରୁ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଘର ତାଲିକା ଏବଂ ଗୃହ ଗଣନା ହେବ। ଦ୍ୱିତୀୟ ପର୍ଯ୍ୟାୟ ଫେବୃଆରୀ ୨୦୨୭ରେ ଜନଗଣନା ହେବ।
ନୂଆଦିଲ୍ଲୀ:  ଜନଗଣନା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଦେଶର ଅଧିକାଂଶ ଅଞ୍ଚଳରେ, ୧ ମାର୍ଚ୍ଚ ୨୦୨୭ ମଧ୍ୟରାତ୍ରିକୁ ଜନଗଣନା ପାଇଁ ମୂଳ ତାରିଖ ଭାବରେ ବିବେଚନା କରାଯିବ। ତଥାପି, ଲଦାଖ, ଜମ୍ମୁ ଏବଂ କଶ୍ମୀରର କିଛି ଅଂଶ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଭଳି ଥଣ୍ଡା ଏବଂ ତୁଷାରପାତ ଅଞ୍ଚଳଗୁଡ଼ିକରେ ଏହି ତାରିଖ ୧ ଅକ୍ଟୋବର ୨୦୨୬ ସ୍ଥିର କରାଯାଇଛି। ଏହି ଅଞ୍ଚଳଗୁଡ଼ିକ ପାଇଁ କଷ୍ଟକର ପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।
୨୦୧୯ ମସିହାରେ ଜାରି ହୋଇଥିବା ପୁରୁଣା ନିର୍ଦ୍ଦେଶକୁ ବାତିଲ କରି ଏହି ନୂତନ ବିଜ୍ଞପ୍ତି କାର୍ଯ୍ୟକାରୀ କରାଯାଇଛି। ସରକାରଙ୍କ ଏହି ପଦକ୍ଷେପ ଦେଶର ଜନସଂଖ୍ୟା, ସାମାଜିକ-ଆର୍ଥିକ ଅବସ୍ଥା ଏବଂ ଯୋଜନା ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବ, ଯାହା ନୀତି ନିର୍ଦ୍ଧାରଣରେ ସାହାଯ୍ୟ କରିବ। ବିଜ୍ଞପ୍ତି ପ୍ରକାଶ ସହିତ, ଜନଗଣନା ମଧ୍ୟ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି। ୧୮୭୨ ମସିହାରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ଏହା ୧୬ତମ ଜନଗଣନା। ସ୍ବାଧୀନତା ପରେ ଏହା ୮ତମ ଜନଗଣନା।
୨୦୧୧ ମସିହାରେ ହୋଇଥିବା ଜନଗଣନା ପରି ୨୦୨୭ ମସିହାରେ ହେବାକୁ ଥିବା ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟକୁ ଘର ତାଲିକା କିମ୍ବା ଘର ଗଣନା କୁହାଯାଏ। ଏଥିରେ ପ୍ରତ୍ୟେକ ପରିବାରର ଘରର ଅବସ୍ଥା, ଏଥିରେ ଉପଲବ୍ଧ ସୁବିଧା ଏବଂ ସମ୍ପତ୍ତି ସମ୍ପର୍କିତ ସୂଚନା ସଂଗ୍ରହ କରାଯିବ। ଏହା ପରେ, ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା ହେବ, ଯେଉଁଥିରେ ପ୍ରତ୍ୟେକ ଘରେ ରହୁଥିବା ବ୍ୟକ୍ତିଙ୍କ ଜନସଂଖ୍ୟାଗତ (ଯେପରିକି ବୟସ, ଲିଙ୍ଗ), ସାମାଜିକ-ଅର୍ଥନୈତିକ (ଯେପରିକି ଶିକ୍ଷା, ନିଯୁକ୍ତି), ସାଂସ୍କୃତିକ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରାପ୍ତ ହେବ।