Deadline - The Sakala
ପାନ୍‌-ଆଧାର ଲିଙ୍କ୍‌ର ଶେଷ ଅବଧି ଡିସେମ୍ବର ୩୧ ତାରିଖ
ନୂଆଦିଲ୍ଲୀ: ଯଦି ଆପଣ ଏ ପର୍ଯ୍ୟନ୍ତ ଆପଣଙ୍କର ପାନ୍‌ କାର୍ଡକୁ ଆଧାର ସହିତ ଲିଙ୍କ୍ କରିନାହାଁନ୍ତି, ତେବେ ବିଳମ୍ବ କରନ୍ତୁ ନାହିଁ। ଡିସେମ୍ବର ୩୧ ସୁଦ୍ଧା ଏପରି କରିବାରେ ବିଫଳ ହେଲେ, ୨୦୨୬ ଜାନୁଆରୀ ପହିଲାରୁ ଆପଣଙ୍କର ପାନ୍‌ କାର୍ଡ ନିଷ୍କ୍ରିୟ ହୋଇଯିବ। ଏମିତିକି ପାନ୍‌ କାର୍ଡକୁ ଆଧାର ସହିତ ଲିଙ୍କ୍ କରାଯାଇ ନ ଥିଲେ ଆପଣ ଆୟକର ରିଟର୍ଣ୍ଣ (ଆଇଟିଆର୍‌) ଫାଇଲ୍ କରିପାରିବେ ନାହିଁ ଏବଂ ରିଫଣ୍ଡ ମଧ୍ୟ ପାଇପାରିବେ ନାହିଁ।
ଏମିତିକି  ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦରମା ଆସିବା ଏବଂ  କିମ୍ବା ଏସ୍‌ଆଇପି ଆର୍ଥ଄କ ଉତ୍ପାଦରେ ନିବେଶରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଯେଉଁମାନେ ୨୦୨୪ ଅକ୍ଟୋବର ପହିଲା ପୂର୍ବରୁ ସେମାନଙ୍କର ଆଧାର ପଞ୍ଜିକରଣ ଆଇଡି ବ୍ୟବହାର କରି ସେମାନଙ୍କର ପାନ୍‌ ପାଇଥିଲେ, ସେମାନଙ୍କୁ ଚଳିତବର୍ଷ ଡିସେମ୍ବର ୩୧ ସୁଦ୍ଧା ଏହାକୁ ଲିଙ୍କ୍ କରିବାକୁ ପଡିବ। ନିୟମ ଅନୁଯାୟୀ, ଯଦି ଆପଣଙ୍କର ପାନ୍‌ ନିଷ୍କ୍ରିୟ ହୋଇଯାଏ ଏବଂ ଆପଣ ଏହାକୁ ବ୍ୟାଙ୍କ କାରବାର କିମ୍ବା ଅନ୍ୟ କୌଣସି ସ୍ଥାନରେ ବ୍ୟବହାର କରନ୍ତି, ତେବେ ଏହା ବିବେଚନା କରାଯିବ ଯେ ଆପଣ ଆଇନ ଅନୁଯାୟୀ ପାନ୍‌ ପ୍ରଦାନ କରିନାହାଁନ୍ତି। ଏପରି କ୍ଷେତ୍ରରେ, ଆପଣଙ୍କୁ ଆୟକର ଆଇନର ଧାରା ୨୭୨ବି ଅନୁଯାୟୀ ୧୦,୦୦୦ ଟଙ୍କା ଜରିମାନା ଦେବାକୁ ପଡିପାରେ। ଆଇନର ଧାରା ୧୩୯ଏ ଅନୁଯାୟୀ ପଚରାଗଲେ ପାନ୍‌ଦେଖାଇବା ବାଧ୍ୟତାମୂଳକ।  ଆୟକର ଆଇନ ୧୯୬୧ ଅନୁଯାୟୀ, କିଛି ଲୋକଙ୍କୁ ପାନ୍‌ ସହିତ ଆଧାର ଲିଙ୍କ୍ କରିବାରୁ ମୁକ୍ତ କରାଯାଇଛି। ଏହି ବର୍ଗରେ ଆସାମ, ଜମ୍ମୁ ଏବଂ କାଶ୍ମୀର ଏବଂ ମେଘାଳୟର ଲୋକ, ଅଣ-ନିବାସୀ, ୮୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସର ଲୋକ ଏବଂ ବିଦେଶୀ ନାଗରିକ ଅନ୍ତର୍ଭୁକ୍ତ।
ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ କେନ୍ଦ୍ର ସରକାର ମାଗଣା ଆଧାର ଅପ୍‌ଡେଟ୍ ସମୟ ସୀମାରେ ବୃଦ୍ଧି କରିଛନ୍ତି। ଏହି ଅନୁଯାୟୀ, ଭାରତୀୟ ସ୍ବତନ୍ତ୍ର ପରିଚୟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ମାଗଣା ଅନଲାଇନ୍ ଆଧାର ଡକ୍ୟୁମେଣ୍ଟ ଅପଡେଟ୍ ସମୟ ସୀମା ଏକ ବର୍ଷ ବଢ଼ାଇ ଦେଇଛନ୍ତି। ଏହା ଲୋକମାନଙ୍କୁ ସେମାନଙ୍କର ଆଧାରରେ ସଠିକ୍ ସୂଚନା ଅପଡେଟ୍ କରିବାରେ ସାହାଯ୍ୟ କରିବ। ଯେଉଁମାନେ ବିବାହ, ଠିକଣା ପରିବର୍ତ୍ତନ କିମ୍ବା ଅନ୍ୟ କୌଣସି କାରଣରୁ ସେମାନଙ୍କର ଡକ୍ୟୁମେଣ୍ଟ ଅପଡେଟ୍ କରିବାକୁ ଚାହୁଛନ୍ତି, ସେମାନେ ଏବେ ଏହି କାମ ମାଗଣାରେ କରିପାରିବେ। ଏହି ମାଗଣା ସେବା କେବଳ ‘ମାଇଁଆଧାର’ ପୋର୍ଟାଲରେ ଉପଲବ୍ଧ, ଯାହା ଫଳରେ ଲୋକମାନେ ସହଜରେ ସେମାନଙ୍କର ସ୍ମାର୍ଟଫୋନ୍ କିମ୍ବା କମ୍ପ୍ୟୁଟରରୁ ଡକ୍ୟୁମେଣ୍ଟ ଦାଖଲ କରିପାରିବେ। ତେବେ ମାଗଣା ଆଧାର ଡକ୍ୟୁମେଣ୍ଟ ଅପଡେଟ୍ କରିବାର ଶେଷ ତାରିଖ ୨୦୨୫ ଜୁନ୍ ୧୪ରୁ ୨୦୨୬ ଜୁନ୍ ୧୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ଏହି ସମୟ ମଧ୍ୟରେ ଲୋକମାନେ ସେମାନଙ୍କର ଡକ୍ୟୁମେଣ୍ଟ ଅପଲୋଡ୍ କରି ଆଧାର କାର୍ଡରେ ଜନସଂଖ୍ୟାଗତ ସୂଚନା ଅପଡେଟ୍ କରିପାରିବେ ଏବଂ ଏଥିପାଇଁ, ଠିକଣା ପ୍ରମାଣ ଏବଂ ପରିଚୟ ପ୍ରମାଣ ସହିତ ଜଡିତ ଡକ୍ୟୁମେଣ୍ଟ ଅପଲୋଡ୍ କରିବାକୁ ପଡିବ। ୟୁଆଇଡିଏଆଇ ପକ୍ଷରୁ ଏକ୍ସ’ ରେ ଏହି ସୂଚନା ଦେଇଛି।
ପୋଷ୍ଟ ଅନୁଯାୟୀ, ଏହି ମାଗଣା ସେବା ଲକ୍ଷ ଲକ୍ଷ ଆଧାର କାର୍ଡ ଧାରକଙ୍କୁ ଲାଭ ପହଞ୍ଚାଇବା ପାଇଁ ହୋଇଛି। ଏହି ସମୟ ମଧ୍ୟରେ ଏହି ସେବା କେବଳ ‘ମାଇଁଆଧାର’ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ମାଗଣାରେ ଉପଲବ୍ଧ। ନିଜର ପରିଚୟ କିମ୍ବା ଠିକଣା ପ୍ରମାଣିତ କରିବା ପାଇଁ ଭୋଟର ପରିଚୟ ପତ୍ର, ବିଦ୍ୟୁତ୍ ବିଲ୍, ରାସନ୍ କାର୍ଡ ଏବଂ ପାସପୋର୍ଟ ଭଳି ଡକ୍ୟୁମେଣ୍ଟଗୁଡ଼ିକୁ ଅପଲୋଡ୍ କରାଯାଇପାରିବ। ଡକ୍ୟୁମେଣ୍ଟ ଗୁଡ଼ିକ ପିଡିଏଫ୍‌, ପିଏନ୍‌ଜି, କିମ୍ବା ଜେପିଇଜି ଫର୍ମାଟରେ ହେବା ଉଚିତ ଏବଂ ସେଗୁଡିକର ଆକାର ୨ ଏମ୍‌ବିରୁ କମ୍ ହେବା ଜରୁରୀ।