Detective Sherdil - The Sakala

ଓଟିଟିରେ ‘ଡିଟେକ୍ଟିଭ୍‌ ଶେରଦିଲ୍’
ପଞ୍ଜାବୀ ସୁପରଷ୍ଟାର୍‌ ଦିଲଜିତ୍‌ ଦୋସାଞ୍ଜ ବଲିଉଡ୍‌ରେ ମଧ୍ୟ ସଫଳ ହୋଇଛନ୍ତି। ଦିଲଜିତ୍‌ ତାଙ୍କର ଆଗାମୀ ଫିଲ୍ମରେ ସଂପୂର୍ଣ୍ଣ ଭିନ୍ନ ଅନ୍ଦାଜରେ ଦର୍ଶକଙ୍କ ମନୋରଞ୍ଜନ କରିବେ। ‘ଡିଟେକ୍ଟିଭ୍‌ ଶେରଦିଲ୍’ରେ ସେ ଡିଟେକ୍ଟିଭ୍‌ ଭୂମିକାରେ ନଜର ଆସିବେ। ରବି ଛାବଡ଼ିଆ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ପ୍ରଥମ ଥର ପାଇଁ ରବି ଏହି ଫିଲ୍ମ ମାଧ୍ୟମରେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଦେଇଛନ୍ତି। ଫିଲ୍ମଟିର ସୁଟିଂ ଯଦିଓ ବହୁତ ଦିନରୁ ସରିଲାଣି କିନ୍ତୁ କିଛି କାରଣ ବଶତଃ ଏହା ଅଟକି ରହିଥିଲା। ଏବେ ଏହା ଓଟିଟି ପ୍ଲାଟଫର୍ମ ଜି୫ରେ ଜୁନ୍‌ ୨୦ରେ ରିଲିଜ୍‌ ହେବ। ଫିଲ୍ମର ସୁଟିଂ ବୁଦାପେଷ୍ଟରେ କରାଯାଇଛି। ଫିଲ୍ମର କାହାଣୀ ଜଣେ ନିଆରା ଡିଟେକ୍ଟିଭଙ୍କ ଚାରିପଟେ ଘୂରି ବୁଲୁଛି। ଦିଲଜିତ୍‌ଙ୍କ ସହ ଏଥିରେ ଡାଏନା ପେଣ୍ଟି, ବୋମନ୍‌ ଇରାନି ଏବଂ ଚଙ୍କି ପାଣ୍ଡେ ମଧ୍ୟ ନଜର ଆସିବେ। ଦିଲଜିତ୍‌ ଶେଷ ଥର ପାଇଁ ‘ଜଟ୍‌ ଆଣ୍ଡ ଜୁଲିଏଟ୍‌ ୩’ରେ ନଜର ଆସିଥିଲେ।