planecrash - The Sakala
ହୋମି ଜାହାଙ୍ଗୀର ଭାବା: ମହାନ ବୈଜ୍ଞାନିକ ତଥା ଭାରତୀୟ ପରମାଣୁ କାର୍ଯ୍ୟକ୍ରମର ପିତା କୁହାଯାଉଥିବା ହୋମି ଜାହାଙ୍ଗୀର ଭାବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ୧୯୬୬ ଜାନୁଆରୀ ୨୪ରେ ଏୟାର ଇଣ୍ଡିଆ ବିମାନ ୧୦୧ ଜେନେଭା ବିମାନବନ୍ଦରରେ ଅବତରଣ କରିବା ପୂର୍ବରୁ ବରଫ ପାହାଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ବିପିନ ରାୱତ: ଦେଶର ପ୍ରଥମ ପ୍ରତିରକ୍ଷା ମୁଖ୍ୟ (ସିଡ଼ିଏସ୍‌‌) ଜେନେରାଲ ବିପିନ ରାୱତ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ୨୦୨୧ ଡ଼ିସେମ୍ବର ୮ରେ ସେ ସୁଲୁରରୁ ୱେଲିଂଟନ ଯାଉଥିବା ସମୟରେ ତାମିଲନାଡୁର କୁନୁରରେ ତାଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନରେ ତାଙ୍କ ପତ୍ନୀ ଏବଂ ଅନ୍ୟ ୧୧ ଜଣ ମଧ୍ୟ ବିମାନରେ ଥିଲେ।
ୱାଇଏସ୍‌‌ ରାଜଶେଖର ରେଡ୍ଡୀ: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍‌‌ ରାଜଶେଖର ରେଡ୍ଡୀ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ୨ ସେପ୍‌‌ଟେମ୍ବର ୨୦୦୯ରେ ଖରାପ ପାଗ ଯୋଗୁଁଁ ତାଙ୍କର ହେଲିକପ୍ଟର ଆନ୍ଧ୍ରର ନଲ୍ଲାମଲ ପର୍ବତରେ ମାଡ଼ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଡୋର୍ଜି ଖାଣ୍ଡୁ: ଅରୁଣାଚଳ ପ୍ରଦେଶର ତତ୍‌‌କାଳୀନ ମୁଖ୍ୟମନ୍ତ୍ରୀ ଡୋର୍ଜି ଖାଣ୍ଡୁ ୨୦୧୧ ଏପ୍ରିଲ ୩୦ରେ ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ନିୟନ୍ତ୍ରଣ ହରାଇ ତାଙ୍କର ପବନ ହଂସ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ ପାଞ୍ଚ ଦିନ ପରେ ତୱାଙ୍ଗରେ ଏହାର ଭଗ୍ନାବଶେଷ ମିଳିଥିଲା।
ଓପି ଜିନ୍ଦଲ ଏବଂ ସୁରେନ୍ଦର ସିଂହ: ପ୍ରସିଦ୍ଧ ଶିଳ୍ପପତି ତଥା ହରିୟାଣା ଶକ୍ତି ମନ୍ତ୍ରୀ ଓପି ଜିନ୍ଦଲ ଏବଂ କୃଷି ମନ୍ତ୍ରୀ ସୁରେନ୍ଦର ସିଂହ ୨୦୦୫ ରେ ଏକ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କର କିଙ୍ଗ କୋବ୍ରା ହେଲିକପ୍ଟର ଦିଲ୍ଲୀରୁ ଚଣ୍ଡିଗଡ଼ ଯାଉଥିବା ବେଳେ ଉତ୍ତରପ୍ରଦେଶର ସହାରନପୁରରେ ଦୁର୍ଘଟଣାର ଶିକାର ହୋଇଥିଲା।
ମାଧବରାଓ ସିନ୍ଧିଆ: ପୂର୍ବତନ ରେଳମନ୍ତ୍ରୀ ମାଧବରାଓ ସିନ୍ଧିଆ ୩୦ ସେପ୍‌‌ଟେମ୍ବର ୨୦୦୧ରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। କାନପୁରରେ ଏକ ରାଜନୈତିକ ରାଲିକୁ ଯାଉଥିବା ସମୟରେ ତାଙ୍କ ବିମାନ ଦୁର୍ଘଟଣାରେ ହୋଇଥିଲା।
ସଞ୍ଜୟ ଗାନ୍ଧୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁଅ ତଥା ବରିଷ୍ଠ କଂଗ୍ରେସ ନେତା ସଞ୍ଜୟ ଗାନ୍ଧୀଙ୍କର ବିମାନ ଦୁର୍ଘଟଣା ଯୋଗୁଁଁ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ୨୩ ଜୁନ୍‌‌ ୧୯୮୦ରେ ଘଟିଥିଲା। ଦିଲ୍ଲୀର ସଫଦରଜଙ୍ଗ ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ ସେ ଚଳାଉଥିବା ଗ୍ଲାଇଡର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଜିଏମ୍‌‌ ସି ବାଲାଯୋଗୀ: ଲୋକସଭା ବାଚସ୍ପତି ତଥା ତେଲୁଗୁ ଦେଶମ ନେତା ଜିଏମ୍‌‌ ସି ବାଲାଯୋଗୀଙ୍କ ୩ ମାର୍ଚ୍ଚ ୨୦୦୨ରେ ଆନ୍ଧ୍ର ପ୍ରଦେଶରେ ଏକ ହେଲିକପ୍‌‌ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଦୁର୍ବଳ ଦୃଶ୍ୟମାନତା ଯୋଗୁଁଁ ପୋଖରୀକୁ ମାଟି ଭାବି ପାଇଲଟ ବେଲ୍‌‌ ୨୦୬ ହେଲିକପ୍ଟରକୁ ଅବତରଣ କରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ମୋହନ କୁମାରମଙ୍ଗଲମ: କଂଗ୍ରେସ ନେତା ମୋହନ କୁମାରମଙ୍ଗଲମ ୧୯୭୩ରେ ନୂଆଦିଲ୍ଲୀ ନିକଟରେ ଏକ ଇଣ୍ଡିଆନ୍‌‌ ଏୟାରଲାଇନ୍ସ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ।
ସୁରେନ୍ଦ୍ର ନାଥ: ୧୯୯୪ ଜୁଲାଇ ୯ ତାରିଖରେ ହିମାଚଳ ପ୍ରଦେଶରେ ସରକାରଙ୍କ ସୁପର-କିଙ୍ଗ୍‌‌ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ପଞ୍ଜାବ ରାଜ୍ୟପାଳ ସୁରେନ୍ଦ୍ର ନାଥ ଓ ତାଙ୍କ ପରିବାରର ନଅ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା।
ଅହମଦାବାଦ: ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଜଣେ ଯାତ୍ରୀ ବଞ୍ଚିଯାଇଥିବା ଖବର ଆସିଛି। ଅହମଦାବାଦ ପୁଲିସ କମିଶନର ଜିଏସ ମଲିକ କହିଛନ୍ତି, ‘ପୁଲିସ ସିଟ 11A ରେ ଜଣେ ବଞ୍ଚିଥିବା ବ୍ୟକ୍ତିଙ୍କୁ ପାଇଛନ୍ତି। ବ୍ୟକ୍ତିଙ୍କୁ ହସ୍ପିଟାଲରେ ରଖାଯାଇଛି ଏବଂ ତାଙ୍କର ଚିକିତ୍ସା ଚାଲିଛି। ମୃତ୍ୟୁ ସଂଖ୍ୟା ବିଷୟରେ ଏପର୍ଯ୍ୟନ୍ତ କିଛି କହିହେବ ନାହିଁ। ବିମାନଟି ଏକ ଆବାସିକ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ।
ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁସାରେ, ବଞ୍ଚିଥିବା ୪୦ ବର୍ଷୀୟ ବ୍ୟକ୍ତି ବିଶ୍ୱାସ କୁମାର ରମେଶ ସେହି ସମୟର କାହାଣୀ କହିଥିଲେ। ସେ କହିଥିଲେ, ଉଡ଼ାଣ ଭରିବାର ୩୦ ସେକେଣ୍ଡ ପରେ ଜୋରରେ ଶବ୍ଦ ହୋଇଥିଲା ଏବଂ ତା’ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏସବୁ ବହୁତ ଶୀଘ୍ର ଘଟିଥିଲା। ଯେତେବେଳେ ମୁଁ ଉଠିଲି, ମୋ ଚାରିପାଖରେ ମୃତଦେହ ବିଛାଡ଼ି ହୋଇ ପଡ଼ିଥିଲା। ବିମାନର ଖଣ୍ଡଗୁଡ଼ିକ ମୋ ଚାରିପାଖରେ ବିଛାଡ଼ି ହୋଇ ପଡ଼ିଥିଲା। କେହି ଜଣେ ମୋତେ ଧରି ଆମ୍ବୁଲାନ୍ସରେ ବସାଇ ହସ୍ପିଟାଲକୁ ନେଇଗଲେ।’
ବ୍ରିଟିଶ ନାଗରିକ ବିଶ୍ୱାସ କିଛି ଦିନ ପାଇଁ ତାଙ୍କ ପରିବାରକୁ ଭେଟିବାକୁ ଭାରତ ଆସିଥିଲେ ଏବଂ ତାଙ୍କ ଭାଇ ଅଜୟ କୁମାର ରମେଶ (୪୫)ଙ୍କ ସହ ୟୁକେ ଫେରୁଥିଲେ। ବିଶ୍ୱାସ କହିଛନ୍ତି ଯେ ସେ ୨୦ ବର୍ଷ ଧରି ଲଣ୍ଡନରେ ରହୁଛନ୍ତି। ତାଙ୍କ ସ୍ତ୍ରୀ ଏବଂ ପିଲାମାନେ ମଧ୍ୟ ଲଣ୍ଡନରେ ରୁହନ୍ତି।
ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଗୁରୁବାର ଏୟାର ଇଣ୍ଡିଆର B-୭୮୭ ଡ୍ରିମଲାଇନର ବିମାନ, ଯାହା AI-୧୭୧ ଫ୍ଲାଇଟ ଯୋଗେ ଅହମ୍ମଦାବାଦରୁ ଲଣ୍ଡନର ଗାଟୱିକ ଯାତ୍ରା କରୁଥିଲା। ମେଘନାନୀ ନଗରର ଆବାସିକ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ବିଜେ ମେଡିକାଲ କଲେଜ ମେଘନାନୀ ନଗର ଅଞ୍ଚଳରେ ଅବସ୍ଥିତ। ଏହି ବିମାନ ଉଡ଼ାଣ ଭରିବାର ୫ ମିନିଟ ପରେ ଏହି ମେଡିକାଲ କଲେଜର ହଷ୍ଟେଲ କୋଠା ଉପରେ ଖସିପଡ଼ିଥିଲା। ହଷ୍ଟେଲ ଉପରେ ଏକ କ୍ୟାଣ୍ଟିନ ଅଛି, ଯେଉଁଠାରେ ଅପରାହ୍ନରେ ଡାକ୍ତରୀ ଛାତ୍ରମାନେ ମଧ୍ୟାହ୍ନ ଭୋଜନ କରିବାକୁ ଆସନ୍ତି। ଏହି ଦୁର୍ଘଟଣାରେ ୨୦ ଜଣ ଛାତ୍ରଙ୍କ ମୃତ୍ୟୁ ହେବାର ସମ୍ଭାବନା ଥିବା କୁହାଯାଉଛି। ହେଲେ ଏନେଇ ସରକାରୀ ଭାବରେ ନିଶ୍ଚିତ କରାଯାଇନାହିଁ।
ବିଜେ ମେଡିକାଲ କଲେଜର ହଷ୍ଟେଲ ଉପରେ ପଡ଼ିଥିବା ଏୟାର ଇଣ୍ଡିଆ ବିମାନର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଫଟୋରେ ଦେଖାଯାଉଛି ଯେ ବିମାନର ପଛ ଭାଗ ହଷ୍ଟେଲ କୋଠା ଉପରେ ଝୁଲୁଛି। ସେହି ସମୟରେ, ଆଗ ଅଂଶ ସମ୍ପୂର୍ଣ୍ଣ ଜଳିଯାଇଛି, ଯାହା ଯୋଗୁଁ ଧୂଆଁ ଉଠିବା ଦେଖାଯାଉଛି। ବର୍ତ୍ତମାନ, NDRFର ତିନୋଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଏହା ବ୍ୟତୀତ NDRFର ଦୁଇଟି ଟିମ୍‌ ଭଦୋଦରାରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିଛନ୍ତି। ଅହମ୍ମଦାବାଦର ସିଭିଲ ହସ୍ପିଟାଲ ପର୍ଯ୍ୟନ୍ତ ଏକ ଗ୍ରିନ କରିଡର ସୃଷ୍ଟି କରାଯାଇଛି। ଆହତମାନଙ୍କୁ ସେଠାରେ ଭର୍ତ୍ତି କରାଯାଉଛି। ଅହମ୍ମଦାବାଦର ମ୍ୟୁନିସିପାଲ କମିଶନର ଏବଂ ପୋଲିସ କମିଶନର ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।
ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ନବୀନଙ୍କ ଦୁଃଖ ପ୍ରକାଶ
ଭୁବନେଶ୍ବର: ଗୁଜରାଟର ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଏୟାର ଇଣ୍ଡିଆର ଏଆଇ-୧୭୧ ଯାତ୍ରୀବାହୀ ବିମାନ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବେଳେ ମେଘାନୀନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୨୪୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖବର ଜାଣିବା ପରେ ବିଜେଡ଼ି ସୁପ୍ରିମୋ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣାରେ ପ୍ରଭାବିତଙ୍କ ପ୍ରତି ସେ ପ୍ରାର୍ଥନା ଓ ସମବେଦନା ଜଣାଇଛନ୍ତି। ଗୁରୁତରଥିବା ସମସ୍ତେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ବୋଲି ସେ କହିଛନ୍ତି।
Deeply anguished to learn about the disastrous crash of #Ahmedabad– London Air India flight with hundreds of people onboard. My thoughts and prayers are with the families deeply affected in the tragic #planecrash.
— Naveen Patnaik (@Naveen_Odisha) June 12, 2025
୨୪୨ ଜଣ ଯାତ୍ରୀଙ୍କ ମଧ୍ଯରେ ଭାରତୀୟ ଯାତ୍ରୀଙ୍କ ସଂଖ୍ୟା ୧୬୯ ରହିଛି। ବ୍ରିଟେନର ୫୩, ପର୍ତ୍ତୁଗାଲର ୭, କାନାଡାର ଜଣେ ଯାତ୍ରୀ ରହିଥିବାବେଳେ ୨ ଜଣ ପାଇଲଟ ଓ ୧୦ ଜଣ କ୍ରିୟୁ ମେମ୍ବର ରହିଥିଲେ। ଏହି ଭୟାବହ ଦୁର୍ଘଟଣାରେ ବର୍ତ୍ତମାନ ସଠିକ ମୃତାହତଙ୍କ ସଂଖ୍ୟା ଜଣାପଡ଼ି ନ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଜାତୀୟ ଗଣମାଧ୍ଯମରେ ମୃତକଙ୍କ ସଂଖ୍ୟା ୧୦୦ରୁ ଅଧିକ ବୋଲି ଅନୁମାନ କରାଯାଉଛି।
ଅହମ୍ମଦାବାଦରେ ବଡ଼ ବିମାନ ଦୁର୍ଘଟଣା: ବିମାନରେ ଥିଲେ ଗୁଜରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ !
ନୂଆଦିଲ୍ଲୀ: ଗୁଜରାଟର ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ୨୪୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାତ୍ରୀଙ୍କ ମଧ୍ୟରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଥିଲେ ବୋଲି ସାମ୍ନାକୁ ଆସିଛି। ଏନେଇ ସ୍ପଷ୍ଟ ସୂଚନା ମିଳି ନ ଥିବା ବେଳେ ସେ ଏହି ଧ୍ବଂସ ହୋଇଥିବା ବିମାନରେ ଯାତ୍ରା କରୁଥିବା ଚର୍ଚ୍ଚା ହେଉଛି।
ସୂଚନା ଅନୁଯାୟୀ, ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଯାତ୍ରୀବାହୀ ବିମାନ ଏଆଇ-୧୭୧ ଲଣ୍ଡନ ଯାଉଥିଲା। ହେଲେ ଉଡ଼ାଣର କିଛି ମିନିଟ୍ ପରେ ବିମାନଟି ଅହମ୍ମଦାବାଦର ମେଘାନୀନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବର୍ତ୍ତମାନ ମୃତାହତଙ୍କ ସଂଖ୍ୟା ସାମ୍ନାକୁ ଆସିନଥିବା ବେଳେ ଉଦ୍ଧାର କର୍ଯ୍ୟ ଜାରି ରହିଛି। ଏଥିପାଇଁ ସହରର ରାସ୍ତାଗୁଡ଼ିକୁ ବନ୍ଦ କରିଦିଆଯାଇଛି ଏବଂ ତୁରନ୍ତ ହସ୍ପିଟାଲରେ ୧୨୦୦ ଶଯ୍ୟା ବ୍ୟବସ୍ଥା କରାଯାଇଛି।
ରୂପାଣୀ ଅଗଷ୍ଟ ୨୦୧୬ରୁ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ, ଏବଂ ୨୦୨୨ରେ ରାଜ୍ୟ ନିର୍ବାଚନ ପୂର୍ବରୁ ଇସ୍ତଫା ଦେଇଥିଲେ।