DGP YB Khurania - The Sakala

ଅଗଷ୍ଟ ୧୬ରେ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ ଅବସର ଗ୍ରହଣକୁ ସରକାରଙ୍କ ଅନୁମତି, ଅଗଷ୍ଟ ୭ରେ ନୂଆ ଡିଜିପି ଚୟନ ପାଇଁ ବୈଠକ
ଭୁବନେଶ୍ୱର: ଓଡ଼ିଶାର ପୋଲିସ ମହାନିର୍ଦ୍ଦେଶକ ବା ଡିଜିପି ୱାଇ.ବି ଖୁରାନିଆ ଆସନ୍ତା ଅଗଷ୍ଟ ୧୬ରେ ଅବସର ନେବେ। ଏ ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି । ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ନିଜ ଚାକିରି କାଳ ପୂରଣ କରିବା ପରେ ଅଗଷ୍ଟ ୧୬ ତାରିଖରୁ ଶ୍ରୀ ଖୁରାନିଆଙ୍କୁ ଅବସର ଗ୍ରହଣ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି।

ୱାଇ.ବି ଖୁରାନିଆ ଜଣେ ବରିଷ୍ଠ ୧୯୯୦-ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅଟନ୍ତି। ସେ ୨୦୨୪ ମସିହାରେ ଓଡ଼ିଶାର ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଆସନ୍ତା ମାସରେ ଶ୍ରୀ ଖୁରାନିଆ ପଦବୀରୁ ଅବସର ନେବାକୁ ଯାଉଥିବା ବେଳେ ରାଜ୍ୟର ପରବର୍ତ୍ତୀ ନୂଆ ଡିଜିପି ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସୂତ୍ରରୁ ପ୍ରକାଶ ଯେ, ନୂତନ ପୋଲିସ ମହାନିର୍ଦ୍ଦେଶକ ଚୟନ ପାଇଁ ଆସନ୍ତା ଅଗଷ୍ଟ ୭ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ଗତ ମେ' ମାସରେ ରାଜ୍ୟ ସରକାର ୧୧ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ଏକ ପ୍ୟାନେଲ୍ ୟୁପିଏସସି (UPSC) ନିକଟକୁ ପଠାଇଥିଲେ। ପ୍ରଚଳିତ ନିୟମ ଅନୁଯାୟୀ, ୟୁପିଏସସି ଚୟନ କମିଟି ବରିଷ୍ଠତା ଭିତ୍ତିରେ ଏହି ପ୍ୟାନେଲରୁ ୩ ଜଣ ଅଧିକାରୀଙ୍କ ନାମ ବାଛିବେ ଏବଂ ଚୂଡ଼ାନ୍ତ ନିଯୁକ୍ତି ପାଇଁ ସେମାନଙ୍କ ନାମ ରାଜ୍ୟ ସରକାରଙ୍କ ନିକଟକୁ ସୁପାରିସ କରିବେ। ଏହି ତାଲିକାରୁ ରାଜ୍ୟ ସରକାର ପରବର୍ତ୍ତୀ ଡିଜିପିଙ୍କୁ ନିଯୁକ୍ତି ଦେବେ।

ପୋଲିସ ବିଭାଗରେ ମାନବ ସମ୍ବଳ କମ୍‌ ରହିଛି, ଖାଲି ପଡ଼ିଛି ୩୩ ହଜାର ପଦବୀ: ଡିଜିପି
କଟକ: ଓଡ଼ିଶା ପୋଲିସରେ ଖାଲି ପଡ଼ିଛି ପ୍ରାୟ ୩୩ ହଜାର ପଦବୀ । ପୋଲିସ ବିଭାଗରେ ମାନବ ସମ୍ବଳ କମ୍ ରହିଛି ବୋଲି ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ. ବି. ଖୁରାନିଆ। ଏହା ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। ଜନସଂଖ୍ୟା ଅନୁସାରେ ପୋଲିସ ବିଭାଗରେ ମାନବ ସମ୍ବଳ କମ୍ ଅଛି ବୋଲି କହିଛନ୍ତି ଡିଜିପି ।

ଏହି ମାନବ ସମ୍ବଳ ଅଭାବକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିକଟରେ ପୋଲିସ ବିଭାଗରେ ୧୭,୦୦୦ ନୂତନ ପଦବୀ ସୃଷ୍ଟି କରିବାକୁ ଅନୁମୋଦନ ଦେଇଛନ୍ତି। ପୂର୍ବରୁ ଖାଲି ପଡ଼ିଥିବା ପ୍ରାୟ ୧୬,୦୦୦ ପଦବୀ ଏବଂ ଏହି ନୂତନ ପଦବୀକୁ ମିଶାଇଲେ ବର୍ତ୍ତମାନ ମୋଟ ପ୍ରାୟ ୩୩,୦୦୦ ପଦବୀ ଖାଲି ଥିବା ନେଇ ଡିଜିପି ସ୍ପଷ୍ଟ କରିଛନ୍ତି। ଖୁବଶୀଘ୍ର ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

କଟକଠାରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଡିଜିପି ଖୁରାନିଆ କହିଛନ୍ତି ଯେ ଓଡ଼ିଶାର ବର୍ଦ୍ଧିତ ଜନସଂଖ୍ୟା ତୁଳନାରେ ବର୍ତ୍ତମାନର ପୋଲିସ ବଳ ଯଥେଷ୍ଟ ନୁହେଁ। ଅନ୍ୟ କେତେକ ରାଜ୍ୟ ତୁଳନାରେ ଓଡ଼ିଶାରେ ପୋଲିସ-ଜନସଂଖ୍ୟା ଅନୁପାତ କମ୍ ରହିଛି, ଯାହା ପ୍ରଭାବଶାଳୀ ଆଇନ ପ୍ରବର୍ତ୍ତନ ଏବଂ ଜନସାଧାରଣଙ୍କ ସୁରକ୍ଷା ବଜାୟ ରଖିବାରେ ପ୍ରତିବନ୍ଧକ ସାଜୁଛି।

ପ୍ରସ୍ତାବିତ ନିଯୁକ୍ତି ପ୍ରକ୍ରିୟା ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆଣିବା ସହ ବର୍ତ୍ତମାନ କାର୍ଯ୍ୟରତ ପୋଲିସ ବାହିନୀ ଉପରେ କାର୍ଯ୍ୟଭାର ହ୍ରାସ କରିବାରେ ସହାୟକ ହେବ। ଏହି ବୃହତ ନିଯୁକ୍ତି ପ୍ରକ୍ରିୟା ଦ୍ୱାରା ଓଡ଼ିଶାର ହଜାର ହଜାର ପ୍ରାର୍ଥୀଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ଏହାସହ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉଭୟ ସ୍ଥାନରେ ଉନ୍ନତ ପୋଲିସ ସେବା ଯୋଗାଇବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଖୁରାନିଆ ପ୍ରକାଶ କରିଛନ୍ତି।

ନିଶାମୁକ୍ତ ହେବ ଓଡିଶା, ଏପ୍ରିଲ ୧ରୁ ଆରମ୍ଭ ହେବ ସ୍ବତନ୍ତ୍ର ଅଭିଯାନ
ଭୁବନେଶ୍ୱର: ନିଶାମୁକ୍ତ ହେବ ଓଡିଶା । ଏପ୍ରିଲ ୧ରୁ ଆରମ୍ଭ ହେବ ସ୍ବତନ୍ତ୍ର ଅଭିଯାନ । ଆସନ୍ତା ୩ ବର୍ଷ ଭିତରେ ନିଶା ବା ଗଞ୍ଜେଇର ମୁଲପୋଛ ପାଇଁ ଆରମ୍ଭ ହେବ ଅଭିଯାନ । ଶିକ୍ଷାନୁସ୍ଥାନ ୫୦୦ ମିଟର ଭିତରେ ନିଶା ଦ୍ରବ୍ୟ ବିକ୍ରି ଉପରେ ଡ୍ରାଇଭ ଚାଲିଥିଲା ଆଗକୁ ମଧ୍ୟ ଚାଲିବ ବୋଲି କହିଛନ୍ତି  ।

ରାଜ୍ୟକୁ ପସିପାରିବନି ସିଂଥେଟିକ୍ସ ଡ୍ରଗ୍ସ। ଶିକ୍ଷାନୁଷ୍ଠାନର ୫୦୦ ମିଟର ଭିତରେ ନିଶା ବିକ୍ରି ହେଲେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି ଡିଜିପି। ଏଥିପାଇଁ ସମସ୍ତ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ନିଶା ମାଫିଆଙ୍କୁ ଗିରଫ କରିବା ସହ ଦଣ୍ଡବିଧାନ ଦିଗରେ ମଧ୍ୟରେ ଓଡିଶା ପୋଲିସକୁ ବ୍ୟାପକ ସଫଳତା ମିଳିଛି । ୨୦୨୫ ଜାନୁଆରୀ ୧ରୁ ୨୦୨୬ ଫେବୃଆରୀ ୨୮ ମଧ୍ୟରେ  ମୋଟ 1,444 କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ ହୋଇଛି । 1346  କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ, ଜବତ ହୋଇଛି। 41.7  କୋଟି ଟଙ୍କା ମୂଲ୍ୟର  ବ୍ରାଉନସୁଗର ଓ 10.17  କୋଟି  ଟଙ୍କା ମୂଲ୍ୟର କଫ ସିରପ ଜବତ ହୋଇଛି। 200 କୋଟି ଟଙ୍କା ମୂଲ୍ୟର 1862 ଲିଟର ଗଞ୍ଜେଇ ତେଲ ଜବତ ହୋଇଛି । ୬୫୪ ଜଣ ଆନ୍ତଃରାଜ୍ୟ ନିଶା ବେପାରୀ ଗିରଫ ହୋଇଛନ୍ତି । ଏଥିସହିତ ନିଶା ବେପାରୀଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିବା ପାଇଁ 10 କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ବ୍ୟାଜପ୍ତି କରାଯାଇଛି।

STF ଦ୍ୱାରା ପ୍ରଶିକ୍ଷିତ K-9 ସ୍ନାଇଫର ଶ୍ଵାନଙ୍କ ସହାୟତାରେ ରାଜ୍ୟର ପ୍ରମୁଖ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡ ଗୁଡ଼ିକରେ କଡ଼ା ନଜର ରଖାଯାଇଛି। ଦଣ୍ଡବିଧାନ ସହିତ ସଚେତନତା ଓ ସଂସ୍କାର ଉପରେ ଓଡ଼ିଶା ପୋଲିସ ଗୁରୁତ୍ୱ ଦେଉଛି। ଓଡ଼ିଶାରେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଆର୍ଥିକ ଅନୁଦାନରେ 29ଟି ଜିଲ୍ଲାରେ 41 ଗୋଟି  ଓ ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନରେ 11ଗୋଟି ନିଶା ନିବାରଣ କେନ୍ଦ୍ର , ମୋଟ 52ଟି ନିଶା ନିବାରଣ କେନ୍ଦ୍ର କାର୍ଯ୍ୟ କରୁଛି। କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ନିଶା ନିବାରଣ କେନ୍ଦ୍ରରେ 15 ଜଣ ଓ  ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ କେନ୍ଦ୍ରରେ 30 ଜଣ ଲେଖାଁଏ ନିଶାସକ୍ତ ବ୍ୟକ୍ତିମାନଙ୍କ ପାଇଁ ମାଗଣାରେ ଏକମାସ ପର୍ଯନ୍ତ ରହିବା, ଖାଇବା, ଚିକିତ୍ସା ସହିତ ବୈଷୟିକ ତାଲିମ ଦିଆଯାଉଅଛି । ଏପର୍ଯ୍ୟନ୍ତ 19,395 ଜଣ ବ୍ୟକ୍ତି ନିଶାରୁ ନିବୃତ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଅଭ୍ୟାସଗତ ନିଶା ବ୍ୟବସାୟୀମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଓଡ଼ିଶା ପୋଲିସ କାର୍ଯାନୁଷ୍ଠାନ ଗ୍ରହଣ କରୁଛି । ନିଶା ବ୍ୟବସାୟୀମାନଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିବାକୁ NSA ଲଗାଯାଉଛି ।  ଏହି କ୍ରମରେ  ମୋଟ ୧୬ଟି ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି।

ଟପ୍‌ କ୍ୟାଡର ମାଓ ନେତା ଶୁକ୍ରୁକୁ ଘେରିଲେ ସୁରକ୍ଷାକର୍ମୀ, ଆସନ୍ତା ୩୧ ତାରିଖ ସୁଦ୍ଧା ରାଜ୍ୟରୁ ନିପାତ ହେବେ ମାଓବାଦୀ: ପୋଲିସ ଡିଜି
ଭୁବନେଶ୍ୱର: ରାୟଗଡ଼ା-କଳାହାଣ୍ଡି-କନ୍ଧମାଳ ଜଙ୍ଗଲ ସୀମାନ୍ତରେ ମାଓ ନେତା ଶୁକ୍ରୁକୁ ଘେରି ରହିଛି ସୁରକ୍ଷା ବାହିନୀ । ଚାଲିଛି ଜୋରଦାର୍  ଅପରେସନ । ଆସନ୍ତା ୩୧ ତାରିଖ ସୁଦ୍ଧା ଓଡିଶାରୁ ନିପାତ ହେବେ ମାଓବାଦୀ । ହାର୍ଡକୋର୍ ଶୁକ୍ରୁ ଠାରେ ହିଁ ଶେଷ ହେବ ମାଓ ଅପରେସନ । ମାଓ ଅପରେସନ ଏବେ ଶେଷ ପର୍ଯ୍ୟାୟରେ ବୋଲି ସୂଚନା ଦେଇଛନ୍ତି ଡିଜିପି ।  ସେପଟେ ମାଓବାଦୀଙ୍କୁ ଡିଜିପିଙ୍କ ଶେଷ ଚେତାବନୀ । ବନ୍ଧୁକ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହୁଅ । ହିଂସା ଛାଡି ଅହିଂସାର ରାସ୍ତା ଆପଣାଅ । ନହେଲେ ଜେସାକୁ ତେସା ନୀତି ଆପଣାଇବା ଓଡିଶା ପୋଲିସ । କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ମାଓ ଦମନ ଅଭିଯାନର ସମୟସୀମା ମାର୍ଚ୍ଚମାସ ୨୦୨୬ରେ ସରିବାକୁ ଯାଉଥିବାବେଳେ ମାଓ ଅପରେସନକୁ ଆହୁରି ଜୋରଦାର କରାଯାଇଛି। ସରକାରଙ୍କ ପକ୍ଷରୁ ଯେଉଁ ପୁନର୍ବାସ ଯୋଜନା କରାଯାଇଛି ତାର ଫାଇଦା ନେବାକୁ ଅପିଲ କରିଛନ୍ତି ପୋଲିସ ଡିଜି । ଏହାସହ ହତିୟାର ନେଇ ଆତ୍ମସମର୍ପଣ କଲେ ମିଳିବ ସରକାରୀ ସହାୟତା । କିନ୍ତୁ ହିଂସା ପଥ ଆପଣାଇଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ଡିଜିପି ୱାଇ.ବି. ଖୁରାନିଆ ।

ମାଓ ଦମନରେ ବଡ଼ ସଫଳତା: ବଲାଙ୍ଗୀର ଓ ବରଗଡ଼ ଜିଲ୍ଲା ମାଓମୁକ୍ତ ଘୋଷିତ
ଓଡ଼ିଶା ପୋଲିସ ପାଇଁ ଏକ ଐତିହାସିକ ସଫଳତା। ରାଜ୍ୟର ଆଉ ଦୁଇଟି ଜିଲ୍ଲା ବଲାଙ୍ଗୀର ଏବଂ ବରଗଡ଼କୁ ଆନୁଷ୍ଠାନିକ ଭାବେ ମାଓମୁକ୍ତ ଘୋଷଣା କରାଯାଇଛି। ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି. ଖୁରାନିଆ ରବିବାର ଦିନ ଏହି ଘୋଷଣା କରିଛନ୍ତି। ଏହି ଦୁଇ ଜିଲ୍ଲାରେ ସକ୍ରିୟ ଥିବା ମାଓବାଦୀମାନେ ଆତ୍ମସମର୍ପଣ କରିବା ପରେ ଏହି ବଡ଼ ପଦକ୍ଷେପ ନିଆଯାଇଛି।

ଛତିଶଗଡ଼ରେ ୧୫ ମାଓବାଦୀଙ୍କ ଆତ୍ମସମର୍ପଣ

ସୂଚନା ଅନୁଯାୟୀ, ବରଗଡ଼-ବଲାଙ୍ଗୀର-ମହାସମୁନ୍ଦ ଡିଭିଜନରେ ସକ୍ରିୟ ଥିବା ପ୍ରାୟ ୧୫ ଜଣ ମାଓବାଦୀ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୋଲିସର ତିନିଜଣ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଆତ୍ମସମର୍ପଣ ପରେ ଦୁଇ ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିବା ଡିଜିପି ସ୍ପଷ୍ଟ କରିଛନ୍ତି।

ଶାନ୍ତ ହେଲା ଗନ୍ଧମାର୍ଦ୍ଦନ ପାହାଡ଼

ଏହି ଘୋଷଣା ସହ ଐତିହାସିକ ଗନ୍ଧମାର୍ଦ୍ଦନ ପାହାଡ଼ ଅଞ୍ଚଳ ଏବେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହୋଇପାରିଛି। ଦୀର୍ଘ ଦିନ ଧରି ମାଓବାଦୀମାନେ ଏହି ପାହାଡ଼ିଆ ଅଞ୍ଚଳକୁ ନିଜର ଆଡ୍ଡାସ୍ଥଳୀ କରି ରଖିଥିଲେ। ତେବେ ପୋଲିସର ନିରନ୍ତର ଅପରେସନ୍, ସଠିକ୍ ଗୁଇନ୍ଦା ତଥ୍ୟ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗ ଯୋଗୁଁ ଏହି ସଫଳତା ମିଳିପାରିଛି ବୋଲି ଶ୍ରୀ ଖୁରାନିଆ କହିଛନ୍ତି।

୭ଟି ଜିଲ୍ଲା ହେଲା ମାଓମୁକ୍ତ

ବର୍ତ୍ତମାନ ସୁଦ୍ଧା ରାଜ୍ୟର ମୋଟ ୭ଟି ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରାଯାଇଛି। ସେଗୁଡ଼ିକ ହେଲା: ନୂଆପଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ବୌଦ୍ଧ, ବଲାଙ୍ଗୀର ଏବଂ ବରଗଡ଼। ତେବେ କନ୍ଧମାଳ, ରାୟଗଡ଼ା ଏବଂ କଳାହାଣ୍ଡି ଭଳି ତିନୋଟି ଜିଲ୍ଲାର କିଛି ଅଞ୍ଚଳରେ ଏବେ ମଧ୍ୟ ମାଓବାଦୀଙ୍କ ଗତିବିଧି ରହିଥିବା ପୋଲିସ ସୂଚନା ଦେଇଛି।

ବାଙ୍କୋ ଖଣିରୁ ବିସ୍ଫୋରକ ଲୁଟ୍‌ ଘଟଣା: ଲୁଟ୍‌ ହୋଇଥିବା ୫ ଟନ୍‌ ବିସ୍ଫୋରକରୁ ଜବତ ହେଲାଣି ୩.୮ ଟନ୍‌
ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନ‌ା ବାଙ୍କୋ ପଥର ଖଣିରୁ ୫ ହଜାର କିଲୋରୁ ଊର୍ଦ୍ଧ୍ବ ପରିମାଣର ବିସ୍ଫୋରକ ଲୁଟ୍ ଘଟଣା ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ପ୍ରତିକ୍ରିୟା ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି, ଲୁଟ୍‌ ହୋଇଥିବା ୫ ଟନ୍‌ ବିସ୍ଫୋରକରୁ ୩.୮ ଟନ୍‌ ଜବତ ହୋଇଛି। ଗତମାସ ୨୭ ତାରିଖ ରାତି ପର ଠାରୁ ଅପରେସନ୍‌ ଜାରି ରହିଛି। ଜଣେ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ବରେ ଏସ୍‌ଆଇଟି ତଦନ୍ତ ଜାରି ରହିଛି। ବିସ୍ଫୋରକ ଲୁଟ୍‌ ମାମଲାରେ ମାଓବାଦୀଙ୍କ ସମ୍ପୃକ୍ତିର ପ୍ରମାଣ ମିଳିଛି। ଏହି ଲିଙ୍କରେ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଅବଶିଷ୍ଟ ବିସ୍ଫୋରକକୁ ଜବତ କରିବା ପାଇଁ ଉଦ୍ୟମ ଜାରି ରହିଛି। ରାଉରକେଲାର ଏକ ପେଟ୍ରୋଲ୍‌ ପମ୍ପ୍‌ ନିକଟ ଗାଡ଼ିରୁ ବିସ୍ଫୋରକ ମିଳିଛି ବୋଲି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି।

ଖବର ଅନୁଯାୟୀ , ମେ’ ୨୭ ତାରିଖରେ ମାଓବାଦୀଙ୍କ ଦ୍ବାରା ବାଙ୍କୋ ପଥର ଖଣିକୁ ଯାଉଥିବା ୨୦୦ ପ୍ୟାକେଟ୍‌ ବିସ୍ଫୋରକ ଲୁଟ୍‌ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ମାମଲାକୁ ଗୁରୁତର ସହ ନେଇ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଘଟଣାସ୍ଥଳରେ ପହଞ୍ଚି ସମୀକ୍ଷା କରିଥିଲେ। ତାଙ୍କ ସହ ଆଇଜି(ଅପରେସନ) ଦୀପକ କୁମାର, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ, ରାଉରକେଲା ଏସ୍‌ପି ନୀତେଶ ୱାଧୱାନୀ, ସୁନ୍ଦରଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକର, ସ୍ୱତନ୍ତ୍ର ଗୁଇନ୍ଦା ଶାଖା ଅଧିକାରୀ ଓ ଝାଡ଼ଖଣ୍ଡ ପୁଲିସ ମଧ୍ୟ ସାମିଲ ହୋଇଥିଲେ। ଏହାପରେ ଡିଜିପି ଏନ୍‌ଆଇ୍ଏ ଟିମ୍‌ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଏହାର ତଦନ୍ତ ବର୍ତ୍ତମାନ ଏନ୍‌ଆଇଏ ଟିମ୍‌ କରୁଛି।