RCBvsPBKS - The Sakala
ଅହମ୍ମଦାବାଦ୍‌: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଆଇପିଏଲ୍‌-୧୮ର ଗ୍ରାଣ୍ଡ ଫାଇନାଲ ସ୍ଥାନୀୟ ମୋଟେରା ଷ୍ଟାଡିୟମ୍‌ରେ ମଙ୍ଗଳବାର ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ଆରମ୍ଭରୁ ଖେଳି ଆସୁଥିଲେ ମଧ୍ୟ କେହି ଟାଇଟଲ ଜିତିବାରେ ସମର୍ଥ ହୋଇ ନାହାନ୍ତି। ଏଣୁ ଏଠାରେ ଆଜି ଯେଉଁ ଦଳ ବିଜୟୀ ହେବ ଆଇପିଏଲ୍‌ରେ ସେହି ଦଳ ନୂଆ ଚାମ୍ପିଅନ ହେବ। ଆଇପିଏଲ୍‌ ଇତିହାସରେ ବେଙ୍ଗାଲୁରୁ ସର୍ବଦା ତାରକା ଖେଳାଳିଙ୍କୁ ସାମିଲ କରିଆସିଛି। ଦଳ ଏହା ପୂର୍ବରୁ ୩ଥର ମଧ୍ୟ ଫାଇନାଲ ଖେଳିସାରିଛି। କିନ୍ତୁ ଥରେ ହେଲେ ଟାଇଟଲ ଜିତିବାକୁ ସମର୍ଥ ହୋଇନାହିଁ। ଏହି ଟିମ୍‌ର ଶ୍ରେଷ୍ଠ ତାରକା ବିରାଟ କୋହଲି ଆରମ୍ଭରୁ ଖେଳିଆସିଛନ୍ତି। ଖାସ୍‌ ତାଙ୍କ ଲାଗି ବେଙ୍ଗାଲୁରୁ ଏଠାରେ ଟାଇଟଲ ଜିତିବାକୁ କୌଣସି ପ୍ରଚେଷ୍ଟା ଛାଡିବ ନାହିଁ ବୋଲି ଅଧିନାୟକ ରଜତ ପାଟିଦାର କହିଛନ୍ତି। ଏହାର ଅର୍ଥ ଖେଳାଳିମାନେ ଯେପରି ହେଉ ବେଙ୍ଗାଲୁରୁକୁ ଚାମ୍ପିଅନ କରିବାକୁ ଜୋରଦାର ଉଦ୍ୟମ କରିବେ। ଅନ୍ୟ ପକ୍ଷରେ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଯୁବ ଖେଳାଳିଙ୍କୁ ନେଇ ପଞ୍ଜାବ କିଙ୍ଗ୍‌ସ ଏହି ଟୁର୍ଣ୍ଣାମେଣ୍ଟରେ ଦମ୍‌ଦାର ଖେଳିଛି। ଟାଇଟଲ ଜିତିବାକୁ ଏହି ଦଳର ସମସ୍ତ ପ୍ରକାର ଯୋଗ୍ୟତା ରହିଛି। ଏଣୁ ଆସନ୍ତାକାଲିର ଫାଇନାଲ ବେଙ୍ଗାଲୁରୁର ଭାବପ୍ରବଣତା ଓ ପଞ୍ଜାବର ଯୁବ ଉଦ୍ଦାମତା। ଏଣୁ ମ୍ୟାଚ୍‌ଟି ବେଶ ରୋମାଞ୍ଚକର ହେବ ବୋଲି ନିଃସନ୍ଦେହରେ କୁହାଯାଇପାରେ।
ବେଙ୍ଗାଲୁରୁ ବିପକ୍ଷରେ ପଞ୍ଜାବ ଟପ୍‌ ଅର୍ଡର ବ୍ୟାଟିଂ ଫେଲ୍‌
ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ୧୪ଟି ଲେଖାଏଁ ମ୍ୟାଚ୍‌ ଖେଳି ୯ ବିଜୟ ଓ ଗୋଟିଏ ବାତିଲ ମ୍ୟାଚ୍‌ରୁ ସମାନ ୧୯ ପଏଣ୍ଟ ଲେଖାଏଁ ସଂଗ୍ରହ କରିଥିଲେ। କିନ୍ତୁ ଉନ୍ନତ ରନ୍‌ ହାରରେ ପଞ୍ଜାବ ପଏଣ୍ଟ ଟେବଲରେ ପ୍ରଥମ ଓ ବେଙ୍ଗାଲୁରୁ ଦ୍ୱିତୀୟ ସ୍ଥାନରେ ରହିଥିଲା। ଏମାନଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରଥମ କ୍ୱାଲିଫାୟରକୁ ସହଜରେ ଜିତି ବେଙ୍ଗାଲୁରୁ ଫାଇନାଲରେ ପ୍ରବେଶ କରିଥିଲା। ଅନ୍ୟ ପକ୍ଷରେ ରୋମାଞ୍ଚକ ଦ୍ୱିତୀୟ କ୍ୱାଲିଫାୟରରେ ପଞ୍ଜାବ ଅଧିନାୟକ ଶ୍ରେୟସ ଆୟରଙ୍କ ବିସ୍ଫୋରକ ୮୭ ରନ୍‌ ବଳରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ହରାଇ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା। ଏହା ପରେ ଚଳିତ ଟୁର୍ଣ୍ଣାମେଣ୍ଟର ଫାଇନାଲ ଉଭୟଙ୍କ ମଧ୍ୟରେ ଚତୁର୍ଥ ମୁକାବିଲା ହେବ। ଏଣୁ ଉଭୟ ଦଳ ପରସ୍ପରର ଦକ୍ଷତା ଓ ଦୁର୍ବଳତା ସମ୍ପର୍କରେ ବେଶ ଅବଗତ। ଉଲ୍ଲେଖନୀୟ କଥା ହେଲା, ପଞ୍ଜାବ ଏହି ଟୁର୍ଣ୍ଣାମେଣ୍ଟରେ ୪ଟି ମ୍ୟାଚ୍‌ରେ ହାରିଥିଲାବେଳେ ଏହା ମଧ୍ୟରୁ ୨ଥର କେବଳ ବେଙ୍ଗାଲୁରୁଠାରୁ ହାରିଛି। ପଞ୍ଜାବର ଟପ୍‌ ଅର୍ଡରରେ ୩ଜଣ ବ୍ୟାଟର ଓ ଶେଷଭାଗରେ ପ୍ରବେଶ କରିଥିବା ଜୋଶ ଇଂଲିଶ ୧୦୦ରୁ ଅଧିକ ଷ୍ଟ୍ରାଇକ୍‌ ରେଟ୍‌ରେ ରନ ସଂଗ୍ରହ କରିଥିଲେ ମଧ୍ୟ ବେଙ୍ଗାଲୁରୁ ବିପକ୍ଷରେ ଏମାନେ ସମସ୍ତ ୩ଟି ଯାକ ମ୍ୟାଚ୍‌ରେ ଫେଲ୍‌ ମାରିଛନ୍ତି। ବେଙ୍ଗାଲୁରୁ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ ୫୩ ରନ୍‌ରେ ୪ଟି, ଦ୍ୱିତୀୟ ମ୍ୟାଚ୍‌ରେ ୭୬ ରନ୍‌ରେ ୪ଟି ଓ କ୍ୱାଲିଫାୟରରେ ୩୮ ରନ୍‌ରେ ୪ଟି ୱିକେଟ ହରାଇ ବିପଦରେ ପଡ଼ିଥିଲା। ଏଣୁ ଜୋଶ ହାଜ୍‌ଲେଉଡ୍‌, ଭୁବନେଶ୍ୱର କୁମାର, ୟଶ ଦୟାଲଙ୍କ ପେସ୍‌ ବିପକ୍ଷରେ ପଞ୍ଜାବ ଟପ୍‌ ଅର୍ଡର ଫେଲ ମାରିଛି। ଏମାନେ ଆସନ୍ତାକାଲି ମ୍ୟାଚ୍‌ରେ ସମାନ ପ୍ରଦର୍ଶନ କଲେ ବେଙ୍ଗାଲୁରୁ ଟାଇଟଲ ଜିତିବା ନିଶ୍ଚିତ।
ଫାଇନାଲ ବାତିଲ ହେଲେ ପଞ୍ଜାବ ଜିତିବ ଟାଇଟଲ
ପଞ୍ଜାବ କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଅହମ୍ମଦାବାଦ୍‌ର ମୋଟେରା ଷ୍ଟାଡିୟମ୍‌ରେ ଆସନ୍ତାକାଲି ଖେଳାଯିବାକୁ ଥିବା ଫାଇନାଲ ମୁକାବିଲାରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ ଏହା ଅଳ୍ପ ସମୟ ଲାଗି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କିନ୍ତୁ ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହେଲେ ୨ ଘଣ୍ଟା ଯାଏ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। ଏହା ପରେ ଖେଳ ଆରମ୍ଭ ହେଲେ ଓଭର ସଂଖ୍ୟା କମିବ ନାହିଁ। କିନ୍ତୁ ବର୍ଷା ନ ଛାଡିଲେ ଫାଇନାଲ ଖେଳ ରିଜର୍ଭ ଦିବସରେ ଖେଳାଯିବ। ରିଜର୍ଭ ଦିବସରେ ଯଦି ବର୍ଷା ଯୋଗୁ ଖେଳ ସ୍ଥଗିତ ରୁହେ, ତେବେ ପଏଣ୍ଟ ଟେବଲରେ ଆଗୁଆ ଥିବା ବା ପ୍ରଥମ ସ୍ଥାନରେ ଥିବା ପଞ୍ଜାବ ଚାମ୍ପିଅନ ହେବ।
ସମ୍ଭାବ୍ୟ ଦଳ
ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ : ଫିଲ୍‌ ସଲ୍ଟ, ବିରାଟ କୋହଲି, ମୟଙ୍କ ଅଗରୱାଲ୍‌, ରଜତ ପାଟିଦାର (ଅଧିନାୟକ), ଲିଆମ ଲିଭିଂଷ୍ଟୋନ, ଜିତେଶ ଶର୍ମା (ୱିକେଟ୍‌ରକ୍ଷକ), ରୋମାରିଓ ସେଫର୍ଡ, କ୍ରୁନାଲ ପାଣ୍ଡ୍ୟା, ଜୋଶ ହାଜଲେଉଡ୍‌, ଭୁବନେଶ୍ୱର କୁମାର, ୟଶ ଦୟାଲ, ସୂୟାଶ ଶର୍ମା।
ପଞ୍ଜାବ କିଙ୍ଗ୍‌ସ : ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ ସିଂହ, ଜୋଶ୍‌ ଇଂଲିଶ (ୱିକେଟରକ୍ଷକ), ଶ୍ରେୟସ ଆୟର (ଅଧିନାୟକ), ନେହାଲ ୱାଧେରା, ଶଶାଙ୍କ ସିଂହ, ମାର୍କସ ଷ୍ଟୋଇନିସ, ଆଜମାତୁଲ୍ଲା ଓମାରଜାଇ, କାଏଲ୍‌ ଜାମିସନ, ବିଜୟ ବୈଶ୍ୟକ, ଅର୍ଶଦୀପ୍‌ ସିଂହ, ୟୁଜବେନ୍ଦ୍ର ଚହଲ/ହର୍‌ପ୍ରୀତ୍‌ ବ୍ରାର।
ଆଇପିଏଲ୍‌-୧୮: ୯ ବର୍ଷ ପରେ ଫାଇନାଲରେ ବେଙ୍ଗାଲୁରୁ
ମୁଲାନପୁର: ଟେବଲ ଟପ୍ପର ପଞ୍ଜାବ କିଙ୍ଗ୍‌ସକୁ ୮ ୱିକେଟରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) -୧୮ର ଫାଇନାଲରେ ପ୍ରବେଶ କରିଛି। ଏହା ଫଳରେ ଦୀର୍ଘ ୯ ବର୍ଷ ପରେ ବେଙ୍ଗାଲରୁ ଆଇପିଏଲ୍‌ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଶେଷଥର ଲାଗି ୨୦୧୬ରେ ଦଳ ଫାଇନାଲରେ ସନ୍‌ରାଇଜର୍ସ ହାଇଦରାବାଦ୍‌ଠାରୁ ୮ ରନ୍‌ରେ ପରାଜିତ ହୋଇ ତୃତୀୟଥର ସକାଶେ ରନର୍ସ ଅପ୍‌ ହୋଇଥିଲା। ପୂର୍ବରୁ ୨୦୦୯, ୨୦୧୧ ଓ ୨୦୧୬ରେ ବେଙ୍ଗାଲୁରୁ ଫାଇନାଲରେ ପ୍ରବେଶ କରି ସବୁଥିରେ ହାରିଯାଇଥିଲା। ଅହମ୍ମଦାବାଦ୍‌ରେ ଜୁନ୍‌ ୩ ତାରିଖ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଠାରେ ଜୁନ୍‌ ୧ ତାରିଖ ଖେଳାଯିବାକୁ ଥିବା କ୍ୱାଲିଫାୟର-୨ର ବିଜେତା ସହ ବେଙ୍ଗାଲୁରୁ ଫାଇନାଲ ଖେଳିବ। ଆଜିର ମ୍ୟାଚ୍‌ରେ ପରାଜିତ ପଞ୍ଜାବ ଟିମ୍‌ ଜୁନ୍‌-୧ରେ ହେବାକୁ କ୍ୱାଲିଫାୟର-୨ରେ ଖେଳିବ। ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆସନ୍ତାକାଲି ଖେଳାଯିବାକୁ ଥିବା ଏଲିମିନେଟର ମୁକାବିଲାର ବିଜେତା ସହ ପଞ୍ଜାବର ମୁକାବିଲା କ୍ୱାଲିଫାୟର-୨ରେ ହେବ। ବିଜୟୀ ବେଙ୍ଗାଲୁରୁ ଦଳ ପକ୍ଷରୁ ୧୭ ରନ୍‌ରେ ୩ଟି ୱିକେଟ ନେଇଥିବା ସୂୟାଶ ଶର୍ମାଙ୍କୁ ମ୍ୟାଚ୍‌ ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଛି।
ଚଣ୍ଡିଗଡର ମୁଲାନପୁରରେ ଅନୁଷ୍ଠିତ ପ୍ରଥମ କ୍ୱାଲିଫାୟରରେ ବେଙ୍ଗାଲୁରୁ ବୋଲିଂର ଉଚିତ ମୁକାବିଲା କରି ନ ପାରି ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍‌ସ ୧୪.୧ ଓଭରରେ ମାତ୍ର ୧୦୧ ରନ୍‌ କରି ଅଲଆଉଟ ହୋଇଥିଲା। ଜବାବରେ ବେଙ୍ଗାଲୁରୁ ୧୦ ଓଭରରେ ୨ ୱିକେଟ ହରାଇ ବିଜୟ ଲାଗି ଆବଶ୍ୟକ ରନ୍‌ ସଂଗ୍ରହ କରିନେଇଥିଲା। ଅଧିନାୟକ ରଜତ ପାଟିଦାର ବିରାଟ ଛକା ମାରି ଏହି ମ୍ୟାଚ୍‌ରେ ବିରାଟ ବିଜୟ ସହ ଷ୍ଟାଡିୟମ୍‌ରେ ଉପସ୍ଥିତ ତଥା ଟେଲିଭିଜନରେ ଖେଳ ଦେଖୁଥିବା କୋଟି କୋଟି ବେଙ୍ଗାଲୁରୁ ଦର୍ଶକଙ୍କ ମନରେ ଆନନ୍ଦ ଖେଳାଇ ଦେଇଥÒଲେ। ପଞ୍ଜାବ ପ୍ରଦତ୍ତ ୧୦୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଦମ୍‌ର ସହ ଖେଳିଥିଲା। କିନ୍ତୁ ଦଳର ସୁପର ଷ୍ଟାର ବିରାଟ କୋହଲିଙ୍କୁ ୧୨ ରନ୍‌ରେ କାଏଲ ଜାମିସନ ଆଉଟ କରି ପଞ୍ଜାବ ଶିବିରରେ ଆନନ୍ଦ ଖେଳାଇଥିଲେ। ଏହା ପରେ ମୟଙ୍କ ଅଗରୱାଲ ୧୯ ରନ୍‌ରେ ମୁସୀର ଖାନ୍‌ଙ୍କ ଦ୍ୱାରା ଆଉଟ ହୋଇଥିଲେ। ୮୪ ରନ୍‌ରେ ଦ୍ୱିତୀୟ ୱିକେଟ ପଡ଼ିବା ପରେ ସଲ୍ଟ ଓ ଅଧିନାୟକ ପାଟିଦାର ଆଉ କୌଣସି କ୍ଷତି ହେବାକୁ ନ ଦେଇ ଦଳକୁ ୮ ୱିକେଟରେ ସହଜ ବିଜୟ ପ୍ରଦାନ କରିଥିଲେ। ସଲ୍ଟ ୨୭ ବଲ୍‌ରେ ୬ ଚୌକା ଓ ୩ ଛକା ସହ ୫୬ ଏବଂ ପାଟିଦାର ଶେଷ ବଲ୍‌ରେ ଛକା ମାରିବା ସହ ୮ ବଲ୍‌ରୁ ୧୫ ରନ୍‌ କରି ଅପରାଜିତ ରହିଥିଲେ।
ଦୁଇ ଅଙ୍କ ଛୁଇଁପାରିଲେନି ପଞ୍ଜାବର ୭ ବ୍ୟାଟର୍‌
ପୂର୍ବରୁ ବେଙ୍ଗାଲୁରୁ ବୋଲିଂର ଉଚିତ ମୁକାବିଲା କରି ନ ପାରି ପଞ୍ଜାବ କିଙ୍ଗ୍‌ସର ବ୍ୟାଟିଂ ତାସ ଘର ପରି ଭୁଷୁଡି ପଡ଼ିଥିଲା। ଦଳର ସମସ୍ତ ତାରକା ଓ ସଫଳ ବ୍ୟାଟର ଜଣଙ୍କ ପରେ ଜଣେ ପାଭିଲିୟନ ଫେରିଯାଇଥିଲେ। ସେମାନଙ୍କ ମଧ୍ୟରେ ମାତ୍ର ୩ଜଣ ଖେଳାଳି ଦୁଇ ଅଙ୍କରେ ପହଞ୍ଚିବାକୁ ସମର୍ଥ ହୋଇଥିଲେ। ମାର୍କସ ଷ୍ଟୋଇନିସ ସର୍ବାଧିକ ୨୬, ପ୍ରଭସିମରନ ସିଂ ଓ ଆଜମତୁଲ୍ଲା ଓମରଜାଇ ୧୮ ରନ୍‌ ଲେଖାଏଁ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଶ୍ରେୟସ ଆୟର ୨, ଜୋଶ ଇଂଲିଶ ୪, ଯୁବ ଓପନର ପ୍ରିୟାଂଶ ଆର୍ଯ୍ୟ ୭, ନେହାଲ ୱାଧେରା ୮, ଶଶାଙ୍କ ସିଂ ୩ ଓ ଡେବ୍ୟୁ କରିଥିବା ମୁସୀର ଖାନ୍‌ ଖାତା ଖୋଲିପାରି ନ ଥିଲେ। ଫଳରେ ଦଳ ଏପରି ଦୟନୀୟ ବ୍ୟାଟିଂ ପ୍ରଦର୍ଶନ କରିଥିଲା। ବେଙ୍ଗାଲୁରୁ ପକ୍ଷରୁ ଫାଷ୍ଟ ବୋଲର ଜୋଶ ହାଜ୍‌ଲେଉଡ ଓ ସ୍ପିନର ସୂୟାଶା ଶର୍ମା ୩ଟି ଲେଖାଏଁ ୱିକେଟ ନେଇ ପଞ୍ଜାବର ବ୍ୟାଟିଂ ଲାଇନ୍‌କୁ ଧ୍ୱଂସ କରିଦେଇଥିଲେ। ୟଶ ଦୟାଲ ୨ଜଣ, ଭୁବନେଶ୍ୱର କୁମାର ଓ ରୋମାରିଓ ସେଫର୍ଡ ଜଣେ ଲେଖାଏଁ ଖେଳାଳିଙ୍କୁ ଆଉଟ କରିଥିଲେ।