old age pension - The Sakala

ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଅବମାନନା: ଦୁଇ ମାସ ପରେ ବି ନ୍ୟାୟ ଅପେକ୍ଷାରେ ୯୦ ବର୍ଷୀୟା ବୃଦ୍ଧା
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ପ୍ରଶାସନିକ ଅବହେଳାର ଏକ ଚରମ ସୀମା ଦେଖିବାକୁ ମିଳିଛି। ଖୋଦ୍ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଉପସ୍ଥିତିରେ ଜଣେ ଅସହାୟ ବୃଦ୍ଧାଙ୍କୁ ସହାୟତା ପାଇଁ ନିର୍ଦ୍ଦେଶ ମିଳିବା ପରେ ମଧ୍ୟ ଦୁଇ ମାସ ହେଲା ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ବ୍ରହ୍ମପୁର ଗ୍ରାମର ୯୦ ବର୍ଷୀୟା ବୃଦ୍ଧା କମା ବେହେରା ଏବେ ମଧ୍ୟ ମୁଠେ ଚାଉଳ ଓ ସରକାରୀ ଭତା ପାଇଁ ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି।

ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ’ କଲେ ଅଧିକାରୀ

ପାଖାପାଖି ଦୁଇ ମାସ ପୂର୍ବେ କୃଷ୍ଣପ୍ରସାଦ ବ୍ଲକର ଏକ ପଞ୍ଚାୟତରେ ରାସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ସ୍ଥାନୀୟ ବିଧାୟିକା ଉପାସନା ମହାପାତ୍ର ଉପସ୍ଥିତ ଥିଲେ। ସେହି ସମୟରେ ବୃଦ୍ଧା କମା ବେହେରା ମନ୍ତ୍ରୀଙ୍କ ସମ୍ମୁଖରେ ନିଜର ଦୁଃଖ ଜଣାଇଥିଲେ। ବୃଦ୍ଧାଙ୍କ ଅବସ୍ଥା ଦେଖି ମନ୍ତ୍ରୀ ତୁରନ୍ତ ତାଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ୩୫ କେଜି ଚାଉଳ ଓ ବାର୍ଦ୍ଧକ୍ୟ ଭତା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଡମ୍ବନାର ବିଷୟ, ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଦୁଇ ମାସ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବୃଦ୍ଧାଙ୍କ ପାଖରେ କୌଣସି ସହାୟତା ପହଞ୍ଚିନାହିଁ।

ଅସନ୍ତୋଷରେ ଅଞ୍ଚଳବାସୀ

ମନ୍ତ୍ରୀଙ୍କ ସ୍ପଷ୍ଟ ଆଦେଶ ସତ୍ତ୍ୱେ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କର ଏଭଳି ମନୋଭାବକୁ ନେଇ ବ୍ରହ୍ମପୁର ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସାଧାରଣ ଲୋକେ ପ୍ରଶ୍ନ କରୁଛନ୍ତି ଯେ, ଯଦି ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ କଥାକୁ ପ୍ରଶାସନିକ ଅଧିକାରୀମାନେ ଖାତିର କରୁନାହାନ୍ତି, ତେବେ ଜଣେ ସାଧାରଣ ନାଗରିକର ଗୁହାରି କିଏ ଶୁଣିବ? ବୟସର ସାୟାହ୍ନରେ ପହଞ୍ଚିଥିବା କମା ବେହେରା କେବେ ନ୍ୟାୟ ପାଇବେ ଏବଂ ପ୍ରଶାସନ କେବେ ନିଦରୁ ଉଠିବ, ତାହା ଏବେ ଦେଖିବାକୁ ବାକି ରହିଲା।

ଭତ୍ତା ପାଇଁ ଘୁଷୁଡ଼ି ଘୁଷୁଡ଼ି ଗଲେ ୮୦ ବର୍ଷୀୟ ବୃଦ୍ଧ
କେନ୍ଦ୍ରାପଡ଼ା: ଭତ୍ତା ଟଙ୍କା ପାଇଁ ୮୦ ବର୍ଷୀୟ ଜଣେ ବୃଦ୍ଧ ରାସ୍ତାରେ ଘୁଷୁଡ଼ି ଘୁଷୁଡ଼ି ପଞ୍ଚାୟତ ଅଫିସ୍‌କୁ ଯିବା ଭଳି ଏକ ଅପ୍ରୀତିକର ଘଟଣା ଆଜି କେନ୍ଦ୍ରାପଡ଼ା ଜିଲ୍ଲା‌‌ରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ବୃଦ୍ଧଜଣଙ୍କ ହେଲେ, କେନ୍ଦ୍ରାପଡ଼ା ବ୍ଲକ୍‌ ଅନ୍ତର୍ଗତ କୋର ପଞ୍ଚାୟତ, କୋର ଗ୍ରାମର ଶ୍ରୀଧର ସାହୁ।

ସୂଚନାନୁଯାୟୀ, ବାର୍ଧକ୍ୟଜନିତ ରୋଗ ମାଡ଼ି ବସିବା ଦିନଠାରୁ ଶ୍ରୀଧର ଆଉ ଭତ୍ତା ପାଇଁ ପଞ୍ଚାୟତ ଅଫିସ୍‌ ଯାଇ ପାରୁନଥିଲେ। ସେବେଠାରୁ ତାଙ୍କ ଝିଅ ପଞ୍ଚାୟତ ଅଫିସ୍‌ରୁ ଭତ୍ତା ଟଙ୍କା ଉଠାଇ ଆସୁଥିଲେ। କିନ୍ତୁ ଚଳିତଥର ପଞ୍ଚାୟତ ଅଧିକାରୀ ତାଙ୍କୁ ଭତ୍ତା ଟଙ୍କା ଦେବା ପାଇଁ ରୋକଠୋକ୍‌ ମନା କରିଦେଇଥିଲେ। ଖୋଦ୍‌ ଶ୍ରୀଧର ନ ଆସିଲେ ଭତ୍ତା ଦିଆଯିବ ନାହିଁ ବୋଲି କହିଥିଲେ। ତେଣୁ ଭତ୍ତା ଟଙ୍କାରେ କଷ୍ଟେମଷ୍ଟେ ମାସକ ଗୁଜୁରାଣ ମେଣ୍ଟାଉଥିବା ଶ୍ରୀଧର ଅନ୍ୟ କୌଣସି ଉପାୟ ନ ପାଇ ଆଜି ନିଜେ ରାସ୍ତାକୁ ବାହାରିଥିଲେ। ଚଲାବୁଲା କରିପାରୁନଥିବାରୁ ସେ ରାସ୍ତାରେ ଘୁଷୁଡ଼ି ଘୁଷୁଡ଼ି ପଞ୍ଚାୟତ ଅଫିସ୍‌ ଅଭିମୁଖେ ଯାଉଥିଲେ। ଏହା‌ ଦେଖି କିଛି ପଥଚାରୀ ତାଙ୍କୁ ପଚରାଉଚରା କରିବାରୁ ପ୍ରକୃତ ଘଟଣା ପଦାକୁ ଆସିଥିଲା। କିଛି ସହୃଦୟ ବ୍ୟକ୍ତି ଏ ସଂପର୍କରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ଖବର ପାଇ ଅଧିକାରୀଜଣଙ୍କ ସେଠାକୁ ଆସି ଶ୍ରୀଧରଙ୍କୁ ଭତ୍ତା ଦେଇଥିଲେ। ଅପରପକ୍ଷେ, ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।