Chhatishgarh - The Sakala

ବେକାରୀ ଯୁବବର୍ଗଙ୍କୁ ମାସିକ ଭତ୍ତା ଦେବେ ଛତିଶଗଡ଼ ସରକାର; ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ
ରାୟପୁର: ଯୁବବର୍ଗଙ୍କୁ ଛତିଶଗଡ଼ ସରକାରଙ୍କ ବଡ଼ ଭେଟି। ବେକାରୀ ଯୁବକଙ୍କୁ ମିଳିବ ମାସିକ ଭତ୍ତା। ବେକାରୀ ଯୁବକଙ୍କୁ ମାସିକ ଭତ୍ତା ଦେବାକୁ ଘୋଷଣା କରିଛନ୍ତି ଛତିଶଗଡ଼ ସରକାର । ସୋମବାର ବିଧାନସଭାରେ ବଜେଟ୍ ଉପସ୍ଥାପନ ବେଳେ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ବଜେଟରେ ବେରୋଜଗାରୀ ଯୁବକଙ୍କ ପାଇଁ ମାସିକ ୨୫ଶହ ଟଙ୍କା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଛତିଶଗଡ଼ ସରକାର ୨୦୨୩-୨୪ ପାଇଁ ୧ଲକ୍ଷ ୨୧ହଜାର ୫୦୦ କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଯାହା ସବୁଠାରୁ ବଡ଼ ବଜେଟ୍ ବୋଲି କୁହାଯାଉଛି । ବଜେଟରେ ବିଭିନ୍ନ ବର୍ଗକୁ ଗୁରୁତ୍ୱ ଦିଆଯାଇଛି । ଲୋକଙ୍କ ପାଇଁ କୌଣସି ନୂତନ ଟିକସ କିମ୍ବା ଟିକସ ବୃଦ୍ଧି ବିଷୟରେ କୌଣସି ଆଲୋଚନା ହୋଇନାହିଁ। ନାଭା ରାୟପୁରରୁ ଦୁର୍ଗ ପର୍ଯ୍ୟନ୍ତ ହାଲୁକା ମେଟ୍ରୋ ସେବା ଆରମ୍ଭ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବଜେଟ୍ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ୧୮ରୁ ୩୫ ବର୍ଷର ବେକାର ଯୁବକଯୁବତୀଙ୍କୁ ମାସକୁ ୨୫୦୦ ଟଙ୍କା ବେକାରୀ ଭତ୍ତା ଦେବାକୁ ଘୋଷଣା କରିଥିଲେ । ତେବେ ଯେଉଁମାନଙ୍କ ପରିବାରର ବାର୍ଷିକ ଆୟ ଅଢ଼େଇ ଲକ୍ଷରୁ କମ୍ ସେମାନଙ୍କୁ ଏହି ଭତ୍ତା ମିଳିବ । ସେହିପରି ଅଙ୍ଗନବାଡି ସହାୟିକାଙ୍କ ଭତ୍ତା ୩୫୫୦ରୁ ୫ ହଜାରକୁ ବୃଦ୍ଧି କରାଯାଇଛି । ସେହିଭଳି କୃଷି ବିଭାଗ ପାଇଁ ୧୦ହଜାର ୭୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଚଳିତ ବର୍ଷ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ଥିବାରୁ ବଘେଲ ସରକାରଙ୍କ ଏହା ନିର୍ବାଚନୀ ବଜେଟ୍ ବୋଲି ବିରୋଧୀ କହିଛନ୍ତି ।

ବଜେଟରେ ରାୟପୁରସ୍ଥିତ ଡାକ୍ତର ବି.ଆର ଆମ୍ବେଦକର ମେମୋରିଆଲ ହସ୍ପିଟାଲରେ ୭୦୦ ଶଯ୍ୟା ବିଶିଷ୍ଟ କୋଠା ନିର୍ମାଣ ପାଇଁ ୮୫ କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ଘୋଷଣା କରିଛନ୍ତି । ରାଜ୍ୟର ଦୁର୍ଗମ ଅଂଚଳରେ ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍ ସ୍ଥାପନ ପାଇଁ ବଜେଟରେ ୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଧର୍ମ ସଂସଦରେ ମହାତ୍ମା ଗାନ୍ଧୀଙ୍କୁ ଗାଳି, ନାଥୁରାମ ଗଡସେଙ୍କୁ ନମସ୍କାର
ରାୟପୁର: ରାୟପୁର ଧର୍ମ ସଂସଦ-୨୦୨୧ରେ ମହାରାଷ୍ଟ୍ରରୁ ଆସିଥିବା ସନ୍ଥ କାଳୀଚରଣ ମଞ୍ଚରୁ ମହାତ୍ମା ଗାନ୍ଧୀଙ୍କୁ ଗାଳି ଦେଇଛନ୍ତି। ସେ ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ନମସ୍କାର ମଧ୍ୟ କରିଛନ୍ତି। ଏହାର ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଣେ ସନ୍ଥଙ୍କ ମୁହଁରୁ ଏଭଳି ଭାଷା ଶୋଭାପାଏ ନାହିଁ ବୋଲି ଲୋକେ କହୁଛନ୍ତି। ଅନ୍ୟ ସାଧୁସନ୍ୟାସୀମାନେ ମଧ୍ୟ କାଳୀଚରଣଙ୍କ ମନ୍ତବ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି। କଂଗ୍ରେସ ଏବଂ ଆପ୍‌ ପକ୍ଷରୁ ଏହି ବୟାନକୁ ତୀବ୍ର ବିରୋଧ କରାଯାଇଛି। କଂଗ୍ରେସ ନେତା ପ୍ରମୋଦ ଦୁବେ ଏ ନେଇ ଟିକାରାପରା ଥାନାରେ ଏତଲା ରୁଜୁ କରିଛନ୍ତି। ସେ ଧର୍ମସଭାରେ ଗାନ୍ଧୀଙ୍କ ବିଷୟରେ ଭୁଲ୍‌ ସୂଚନା ପ୍ରଦାନ କରିଛନ୍ତି। ସେ କହିଥିଲେ ଯେ ରାଜନୀତି ମାଧ୍ୟମରେ ରାଷ୍ଟ୍ରକୁ କବ୍‌ଜା କରିବା ହିଁ ଇସ୍‌ଲାମର ଲକ୍ଷ୍ୟ। ୧୯୪୭ରେ ପାକିସ୍ତାନ ଏବଂ ବାଂଲାଦେଶକୁ କିପରି କବ୍‌ଜା କରାଗଲା ତାହା ଲୋକେ ଦେଖିଛନ୍ତି। ସେ ସମୟରେ ମୋହନଦାସ କରମଚାନ୍ଦ ଗାନ୍ଧୀ ଦେଶର ସତ୍ୟାନାଶ କରିଥିଲେ। ଗାନ୍ଧୀଙ୍କୁ ମାରିଥିବା ନାଥୁରାମ ଗଡସେଙ୍କୁ କାଳୀଚରଣ ନମସ୍କାର କରିଛନ୍ତି। କାର୍ଯ୍ୟକ୍ରମର ଆୟୋଜକ ତଥା ରାଜ୍ୟ ଗୋସେବା ଆୟୋଗର ଅଧ୍ୟକ୍ଷ ମହନ୍ତ ରାମସୁନ୍ଦର ଦାସ ଏହି ମନ୍ତବ୍ୟକୁ ବିରୋଧ କରି ମଞ୍ଚ ତ୍ୟାଗ କରିଥିଲେ।

ଧର୍ମ ସଂସଦର ଉଦ୍‌ଯାପନୀ ସମାରୋହରେ ଶନିବାର କାଳୀଚରଣ ଭାଷଣ ଦେଉଥିଲେ। ଏହି ସମୟରେ ଦର୍ଶକଙ୍କ ମଧ୍ୟରେ କଂଗ୍ରେସ ନେତା ପ୍ରମୋଦ ଦୁବେ, ବିଜେପି ନେତା ସଚ୍ଚିଦାନନ୍ଦ ଉପାସନେ ଏବଂ ନନ୍ଦକୁମାର ସାୟ ଉପସ୍ଥିତ ଥିଲେ। ଧର୍ମ ସଂସଦରେ କାଳୀଚରଣ କହିଥିଲେ ଯେ ରାଜା ଅର୍ଥାତ ସାଂସଦ, ବିଧାୟକ, ଦେଶର ମନ୍ତ୍ରୀ, ପ୍ରଧାନମନ୍ତ୍ରୀ କଟ୍ଟର ହିନ୍ଦୁବାଦୀ ହେବା ଉଚିତ। ଲୋକ ସବୁବେଳେ ଭୋଟ ଦେବାକୁ ଯାଉନାହାନ୍ତି, ଏପରି ହେଲେ ଦେଶରେ ଇସଲାମର ପ୍ରଭାବ ବଢ଼ିବ। ଲୋକ ଘରୁ ବାହାରି ଭୋଟ ଦେବା ଉଚିତ ଏବଂ ଯେକୌଣସି ଦଳର ହେଲେ ମଧ୍ୟ କଟ୍ଟର ହିନ୍ଦୁତ୍ବାବାଦୀ ରାଜାଙ୍କୁ ଚୟନ କରିବା ଉଚିତ। ସାରା ଦେଶରେ ଧର୍ମାନ୍ତରଣ ଚାଲିଛି। ଦେଶର ଜାତି ବ୍ୟବସ୍ଥା ଯୋଗୁଁ ଏପରି ହେଉଛି। ସମାଜରେ ଯେଉଁ ବର୍ଗର ଲୋକଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ମିଳୁନାହିଁ , ସ୍ନେହ ମିଳୁନି ସେମାନେ ଅନ୍ୟଧର୍ମ ଆପଣାଉଛନ୍ତି। ଜାତି ବ୍ୟବସ୍ଥାକୁ ଶେଷ କରିଦେଲେ ଏହା ଦୂର ହୋଇଯିବ। ଦୁଇ ଦିନ ଚାଲିଥିବା ଏହି ଧର୍ମ ସଂସଦରେ ସାରା ଦେଶର ସନ୍ଥ-ମହାତ୍ମା ସାମିଲ ହୋଇଥିଲେ। ମହନ୍ତ ରାମସୁନ୍ଦର ଦାସ କାଳୀଚରଣଙ୍କ ମନ୍ତବ୍ୟକୁ ମଞ୍ଚରୁ ବିରୋଧ କରିଥିଲେ। ସେ ଏହି କାର୍ଯ୍ୟକ୍ରମରେ ଜଡ଼ିତ ନଥିବା କହିଛନ୍ତି। ମଞ୍ଚରେ ମହାତ୍ମାଙ୍କୁ ଗାଳି ଦିଆଯାଇଛି। ଏହାକୁ ଆମେ ତୀବ୍ର ବିରୋଧ କରୁଛୁ। ଧର୍ମ ସଂସଦରେ ଏଭଳି ବୟାନ ଦେବା ଅନୁଚିତ। ଏହା କହି ସେ ମଞ୍ଚରୁ ପଳାଇଥିଲେ। ଓଡ଼ିଶାରେ ମଧ୍ୟ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶପାଇଛି। ସାଧୁସନ୍ଥମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି।

ଧୋକାଦେଲା ଛତିଶଗଡ଼; ସମ୍ଭାଳିନେଲା ଓଡିଶା । ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି ଓ ହୀରାକୁଦ କର୍ତ୍ତୃପକ୍ଷଙ୍କ ସଠିକ ପଦକ୍ଷେପ ଯୋଗୁଁ ଟଳିଲା ବଡ଼ ବନ୍ୟା ଆଶଙ୍କା
ସମ୍ବଲପୁର: ଏଥର ବେଶ୍ ସତର୍କତାର ସହ ମହାନଦୀ ବନ୍ୟାକୁ ରାଜ୍ୟ ସରକାର ପରିଚାଳନା କରିଛନ୍ତି। ଛତିଶଗଡ଼ ସରକାର ରୁଲ୍ କର୍ଭକୁ ବେଖାତିର କରି ହଠାତ ପାଣି ଛାଡ଼ିଦେଇଥିବାରୁ ଓଡ଼ିଶା ପାଇଁ ସଂକଟଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି ଓ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କ ଠିକ୍ ସମୟରେ ପଦକ୍ଷେପ ଯୋଗୁ ମହାନଦୀରେ ବଡ଼ ବନ୍ୟା ଆଶଙ୍କାକୁ ଟାଳିଦିଆଯାଇପାରିଛି।

ଗତ କିଛି ଦିନ ପୂର୍ବରୁ ଓଡ଼ିଶାରେ ଲଘୁଚାପ ଜନିତ ଲଗାଣ ବର୍ଷା ହୋଇଥିଲା। ଏପରିକି ଡ୍ୟାମର ଉପରମୁଣ୍ଡ ଅର୍ଥାତ୍ ଛତିଶଗଡ଼ରେ ମଧ୍ୟ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଥିଲା। ତେବେ ବିନା ଆଗୁଆ ସୂଚନାରେ ଛତିଶଗଡ଼ ତିଆରି କରିଥିବା ବ୍ୟାରେଜର ଗେଟ୍ ଖୋଲି ଥିଲା। ଏହା ଫଳରେ ଏକ ସଙ୍ଗରେ ବନ୍ୟା ପାଣି ହୀରାକୁଦ ଡ୍ୟାମ ମଧ୍ୟକୁ ପ୍ରବେଶ କରିଥିଲା। ଲକ୍ଷାଧିକ କ୍ୟୁସେକ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ବିଚଳିତ ନ ହୋଇ ସୁପରିଚାଳନା କରିଥିଲେ । ଫଳରେ ଏକ ବଡ ଧରଣର ବନ୍ୟା ଟଳିଥିଲା। ପୂର୍ବରୁ ଏସଆରସି ଏକ ମଧ୍ୟମ ଧରଣର ବନ୍ୟା ହେବ ବୋଲି ସୂଚନା ଦେଇଥିଲେ।

ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା; ମାତ୍ର ଅଗଷ୍ଟ ଶେଷ ସୁଦ୍ଧା ଭଲ ବର୍ଷା ହେଲା ନାହିଁ । ରୁଲ କର୍ଭ ଅନୁଯାୟୀ ହୀରାକୁଦ ଜଳସ୍ତର ତଳେ ରହିଥିଲା। ତେବେ ସେପ୍ଟେମ୍ବର ମଧ୍ୟ ଭାଗରେ ଭଲ ବର୍ଷା ହେବାରୁ ଜଳସ୍ତର ବୃଦ୍ଧି ପାଇଥିଲା। ଅଗଷ୍ଟ ମାସରେ ୭୦ ପ୍ରତିଶତ ବର୍ଷା ହୋଇଥିଲେ ସୁଦ୍ଧା ଉପରମୁଣ୍ଡରୁ ମାତ୍ର ୩୧ ପ୍ରତିଶତ ପାଣି ଜଳଭଣ୍ଡାରରେ ପ୍ରବେଶ କରିଥିଲା । ଶେଷ ସମୟରେ ଜଳଭଣ୍ଡାରକୁ ଉପରମୁଣ୍ଡରୁ ୨ ଲକ୍ଷରୁ ଊର୍ଦ୍ଧ୍ବ କ୍ୟୁସେକ ଜଳ ପ୍ରବେଶ କରିଥିଲା। ଗତ ୧୯ ତାରିଖ ମଧ୍ୟାହ୍ନ ୧୨ଟାରେ ସର୍ବାଧିକ ୩ ଲକ୍ଷ ୧୯ ହଜାର ୧୩୯ ଘନଫୁଟ ଜଳ ପ୍ରବେଶ କରିଥିଲା। ରୁଲ କର୍ଭ ଅନୁଯାୟୀ ଗେଟ୍ ଖୋଲା ଯାଇଥିଲା । ଚଳିତ ବର୍ଷ ୟୁନିକ ହାଇଡ୍ରୋ ମେଟ୍ରୋଲିଜିକାଲ ଇୟର ଭାବେ ବିବେଚନା କରାଯାଇଛି। ହୀରାକୁଦ ନଦୀବନ୍ଧର ଜଳକୁ ନିୟନ୍ତ୍ରଣ କରାଯାଇ ପାରୁଛି। ତେଲ ନଦୀର ଜଳକୁ ନିୟନ୍ତ୍ରଣ ପାଇଁ ସେଭଳି ବ୍ୟବସ୍ଥା ରହିନାହିଁ । ତେଲ ନଦୀ ଅବବାହିକାରେ ବର୍ଷା ହେଲେ ଜଳସ୍ତର ବୃଦ୍ଧି ପାଇଥାଏ। ଏଭଳି ସ୍ଥଳେ ତେଲ ନଦୀରେ ଭଲ ବର୍ଷା ହୋଇଥିଲା । ସେହି ବର୍ଷା ଜଳ ନିଷ୍କାସନ ପରେ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଳ ନିଷ୍କାସନ କରିଥିଲେ ବୋଲି ମହାନଦୀ ଅବବାହିକା ମୁଖ୍ୟ ଯନ୍ତ୍ରୀ ଇଂ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ମାଓପ୍ରବଣ ଅଞ୍ଚଳରେ ଜ୍ଞାନର ଦୀପ ଜାଳିବାକୁ ପଣ କରିଛନ୍ତି ଶିକ୍ଷକ ମଙ୍ଗଳରାମ, ନିଜ ଘରକୁ କରିଛନ୍ତି ବିଦ୍ୟାଳୟ
ଅଜ୍ଞାନର ଅନ୍ଧକାରରୁ ଯିଏ ଆଲୋକ ଦେଖାନ୍ତି ସେ ହେଉଛନ୍ତି ଗୁରୁ। ଏଭଳି ଜଣେ ଶିକ୍ଷକ ହେଉଛନ୍ତି ଛତିଶଗଡ଼ର କାେଙ୍କର ଜିଲ୍ଲାର ମଙ୍ଗଳ ରାମ ଉସେଣ୍ଡି। ଯିଏକି ଏହି ମାଓପ୍ରବଣ ଅଞ୍ଚଳରେ ଜ୍ଞାନର ଦୀପ ଜାଳିବାକୁ ପଣ କରିଛନ୍ତି। ମଙ୍ଗଳରାମ ହେଉଛନ୍ତି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ। ଯିଏ କି ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ନିଜ ଘରକୁ ବିଦ୍ୟାଳୟରେ ପରିବର୍ତ୍ତନ କରିଦେଇଛନ୍ତି। ଗ୍ରାମବାସୀମାନେ କୁହନ୍ତି ଯେ, ଗତ ଅଢ଼େଇ ବର୍ଷ ଧରି ମଙ୍ଗଳରାମଙ୍କ ଘରେ ପିଲାମାନେ ପାଠ ପଢୁଛନ୍ତି। ଘର ଭିତରେ ଏବଂ ଅଗଣାରେ ପିଲାମାନେ ପାଠପଢୁଥିବାବେଳେ ଘର ଚାରିପଟେ ପିଲାମାନେ ଖେଳକୁଦ କରିଥାନ୍ତି। ପିଲାମାନଙ୍କର ଭବିଷ୍ୟତ ସୁରକ୍ଷା ପାଇଁ ମଙ୍ଗଳରାମ ଏହି ପଦକ୍ଷେପ ନେଇଛନ୍ତି। ଏଥିରେ ଗ୍ରାମବାସୀମାନେ ମଧ୍ୟ ତାଙ୍କର ବହୁତ ସହଯୋଗ କରନ୍ତି। ବାସ୍ତବରେ ଗାଁର ପ୍ରାଥମିକ ବିଦ୍ୟାଳୟ ଘରଗୁଡ଼ିକ ସଙ୍କଟାପନ୍ନ ଅବସ୍ଥାରେ ରହିଛି। ଏଥିପାଇଁ ଗ୍ରାମବାସୀମାନେ ଜିଲ୍ଲା ମୁଖ୍ୟାଳୟର ଅଧିକାରୀଙ୍କୁ ବହୁବାର ଜଣାଇଥିଲେ ସୁଦ୍ଧା ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା। ଶେଷରେ ମଙ୍ଗଳରାମ ନିଜ ଘରକୁ ବିଦ୍ୟାଳୟରେ ପରିଣତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏସମ୍ପର୍କରେ ମଙ୍ଗଳରାମ କୁହନ୍ତି, ଉପରକାମତା ଗ୍ରାମରେ ଏକମାତ୍ର ପ୍ରାଥମିକ ବିଦ୍ୟାଳୟ ଅଛି। ଯାହାର ଅବସ୍ଥା ନ କହିବା ଭଲ। ତେଣୁ ଏଠାରେ ପିଲାମାନେ ପାଠ ପଢ଼ିବା ସୁରକ୍ଷିତ ନୁହେଁ। ଏହାପରେ ସେ ପିଲାମାନଙ୍କୁ ନିଜ ଘରେ ପାଠ ପଢ଼େଇବାକୁ ନିଷ୍ପତ୍ତି ନେଲେ। ଏଠାରେ ଏବେ ୩୦ ଜଣ ପିଲା ଅଧ୍ୟୟନ କରୁଛନ୍ତି। ଏଠାରେ ପ୍ରକାଶ ଥାଉ କି, ଉପରକାମତା ଏକ ମାଓପ୍ରବଣ ଅଞ୍ଚଳ।

ଛତିଶଗଡ଼ ସୁକ୍‌ମାରେ ସୁରକ୍ଷାକର୍ମୀ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ; ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ମୃତ
ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲ୍ଲାର ଚିନ୍ତାଗୁମ୍ଫା ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ । ଏନ୍‌କାଉଣ୍ଟରେ ଜଣେ ନକ୍ସଲ ପ୍ରାଣ ହରାଇଥିବା ସୂଚନା ମିଳିଛି। ଚିନ୍ତାଗୁମ୍ଫା ପୋଲିସ ଷ୍ଟେସନ ଅନ୍ତର୍ଗତ ମିନପା ଗାଁରେ ଏହି ଏନ୍‌କାଉଣ୍ଟର ଘଟିଛି । ଏବେବି ଜଙ୍ଗଲରେ କୁମ୍ବିଂ ଅପରେସନ ଜାରି ରହିଛି । ସର୍ଚ୍ଚ ଅପରେସନ୍ ବେଳେ ଏହି ଗୁଳିକାଣ୍ଡ ଘଟିଥିବା ସୁକ୍‌ମା ଏସ୍‌ପି ସୁନିଲ ଶର୍ମା କହିଛନ୍ତି । ରାୟପୁରଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଏହି ଏନ୍‌କାଉଣ୍ଟର ଘଟିଛି । ଡିଷ୍ଟିର୍ଟ ରିଜର୍ଭ ପୋଲିସ ଏବଂ ସେଣ୍ଟ୍ରୋଲ ରିଜର୍ଭ ପୋଲିସ ଏବଂ ସିଆରପିଏଫ୍ ଯବାନ ଏହି ଅପରେସନରେ ସାମିଲ ଅଛନ୍ତି । ପ୍ରାୟ ଦେଢ଼ ଘଣ୍ଟା ଧରି ଗୁଳିକାଣ୍ଡ ଜାରି ରହିଥିଲା । ଏହା ପରେ ଜଣେ ପୁରୁଷ ନକ୍ସଲଙ୍କ ମୃତଦେହ ମିଳିଛି । ଘଟଣାସ୍ଥଳରେ ପ୍ରବଳ ରକ୍ତ ଛିଟା ପଡ଼ିଥିବା ଅନ୍ୟ କିଛି ନକ୍ସଲ ମଧ୍ୟ ଆହତ ହୋଇଛନ୍ତି । କିନ୍ତୁ ସାଥି ନକ୍ସଲ ସେମାନଙ୍କୁ ଜଙ୍ଗଲ ଭିତରକୁ ନେବାରେ ସଫଳ ହୋଇଥିବା ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ମାଓବାଦୀମାନଙ୍କ ସହିଦ ସପ୍ତାହକୁ ଦୃଷ୍ଟିରେ ରଖ୍ ଯବାନମାନେ ସେହି ଅଞ୍ଚଳରେ କୁମ୍ବି ଅପରେଶନ କରୁଥିବା ବେଳେ ଯବାନମାନଙ୍କୁ ଦେଖୁ ଦେଖୁ ମାଓବାଦୀମାନେ ଗୁଳି ଚାଳନା କରିଥିଲେ। ତେବେ ଯବାନମାନେ ମଧ୍ୟ ଏହାର ପାଲଟା ଜବାବରେ ଗୁଳିଚାଳନା କରିଥିଲେ। ବର୍ତ୍ତମାନ ମଧ୍ୟ ସେହି ଅଞ୍ଚଳରେ ଗୁଳି ବିନିମୟ ଚାଲିଥିବା ଜଣାପଡ଼ିଛି ।

ପୋଲିସ ଏନକାଉଣ୍ଟରରେ ହାର୍ଡକୋର ମାଓବାଦୀ ମୃତ, ବହୁ ମାଓ ସାମଗ୍ରୀ ଜବତ
ମାଲକାନଗିରି : ପୋଲିସ ଗୁଳିରେ ଟଳିଲା ଜଣେ ଦୁର୍ଦାନ୍ତ ମାଓବାଦୀର ମୁଣ୍ଡ । ମାଲକାନଗିରି ସୀମାନ୍ତ ଛତିଶଗଡ ଦନ୍ତେୱାଡା ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ହାର୍ଡକୋର ମାଓବାଦୀର ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ପୁଲିସ ପ୍ରଚୁର ପରିମାଣର ମାଓ ସାମଗ୍ରୀ ଯେପରି ବିସ୍ଫୋରକ, ଗୋଟିଏ ଦେଶୀ ବନ୍ଧୁକ, ୨ଟି ଲ୍ୟାଣ୍ଡମାଇନ, ୫ଟି ଗ୍ରେନେଡ, କିଛି ଜିଲୋଟିନ ଷ୍ଟିକ, ମାଓବାଦୀଙ୍କ କିଟ ବ୍ୟାଗ, ପୋଷାକ ଜବତ ହୋଇଛି ।

ଛତିଶଗଡ କିରାଣ୍ଡୁଲ ଥାନା ଅନ୍ତର୍ଗତ ବେଙ୍ଗପାଲି ଜଙ୍ଗଲ ଭିତରେ ମାଓବାଦୀମାନେ ଏକ ଶିବିର କରି ରହିଥିଲେ । ଏହି ସୂଚନା ଡିଆରଜି ବାହିନୀ ପାଇବା ପରେ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଯବାନ ଓ ମାଓବାଦୀଙ୍କ ମଧ୍ୟରେ ୨ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା ।

କରୋନା ଚଡକରେ ଭୟଭୀତ ଲାଲ ସେନା, ଆତ୍ମସମର୍ପଣ କଲେ ମାଓ ଦମ୍ପତ୍ତି
ରାଜ୍ୟରେ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ପ୍ରତିଦିନ ଲକ୍ଷାଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ବହୁତ ଲୋକ ମୃତ୍ୟୁବରଣ କରୁଛନ୍ତି । ସହରରୁ ଗାଁକୁ ବ୍ୟାପିଥିବା କରୋନା ଏବେ ଲାଲବାହିନୀରେ ଆତଙ୍କ ସୃଷ୍ଟି କରିଛି । ଆଜି ଛତିଶଗଡ଼ ବସ୍ତର ଆଇଜି ପି ସୁନ୍ଦର ରାଜଙ୍କ ନିକଟରେ ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ଅର୍ଜୁନ୍ ତାତି ଓ ଲକ୍ଷ୍ମୀ ପଦା ଆତ୍ମସମର୍ପଣ କରିଛନ୍ତି । ଛତିଶଗଡ କାଙ୍କେର ଜିଲ୍ଲାର ପ୍ରତାପପୁର ଏରିଆ କମିଟିରେ ସକ୍ରିୟ ଥିବା ଏହି ମାଓ ଦମ୍ପତ୍ତି କିଛି ଦିନ ହେବ କରୋନାରେ ସଂକ୍ରମିତ ହୋଇଥିଲେ । ପରେ ଚିକିତ୍ସା ପାଇଁ ସବୁଆଡେ ବୁଲିବା ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବାଧ୍ୟ ହୋଇ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।

ତେବେ ସେମାନଙ୍କ କରୋନା ପରୀକ୍ଷା କରାଯାଇଥିବା ବେଳେ ସେମାନେ କୋଭିଡ ପଜିଟିଭ ଥିବା ଜଣାପଡିଛି । ଗତ କିଛି ଦିନ ଧରି ମାଓବାଦୀଙ୍କୁ କରୋନା ନେଇ ଚର୍ଚ୍ଚା ହେଉଥିଲା । ଅନେକ ମାଓବାଦୀ କରୋନା ଓ ଫୁଡ ପଏଜନ ଯୋଗୁଁ ପ୍ରାଣ ହରାଇବା ସହ ଅନେକ ଆକ୍ରାନ୍ତ ଥିବା ଜଣାପଡିବା ପରେ ଆତ୍ମସମର୍ପଣ କରି ଚିକିତ୍ସା ସୁବିଧା ପାଇବା ପାଇଁ ପୁଲିସ ଆହ୍ୱାନ ଦେଇଥିଲା । ଏହି କ୍ରମରେ ମାଓ ଦମ୍ପତି ଆତ୍ମସମର୍ପଣ କରିଥିଲେ । ଏମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଛି । ସୁସ୍ଥ ହେବା ପରେ ଏମାନଙ୍କ ଆତ୍ମସମର୍ପଣ ପ୍ରକ୍ରିୟା କରାଯିବ ବୋଲି ବସ୍ତର ଆଇଜି ସୁନ୍ଦରରାଜ ପି. ସୁଚନା ଦେଇଛନ୍ତି ।