ICC - The Sakala
ଟି-୨୦ ବିଶ୍ୱକପ: ଭାରତ ବିପକ୍ଷ ମ୍ୟାଚ ଖେଳିବ କି ପାକିସ୍ତାନ? ୪୮ ଘଣ୍ଟା ମଧ୍ୟରେ ଆସିପାରେ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇ-ଭୋଲ୍ଟେଜ ମ୍ୟାଚକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ମ୍ୟାଚ ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ (PCB) ନିଜର ବୟକଟ୍ ନିଷ୍ପତ୍ତି ବଦଳାଇପାରେ। ରିପୋର୍ଟ ଅନୁଯାୟୀ, ଆସନ୍ତା ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଏନେଇ ଏକ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ଆଇସିସିର ହସ୍ତକ୍ଷେପ ପରେ ପିସିବି ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର କରୁଛି।
ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହସିନ ନକଭି ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ଉପରେ ନିର୍ଭର କରୁଛି। ସୋମବାର ଦିନ ଉଭୟଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ନକଭି, ଯିଏକି ପାକିସ୍ତାନର ଗୃହମନ୍ତ୍ରୀ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି, ସେ ପ୍ରଧାନମନ୍ତ୍ରୀଙ୍କୁ ଆଇସିସି ସହ ହୋଇଥିବା ଆଲୋଚନା ବିଷୟରେ ଅବଗତ କରାଇବେ। ଯଦିଓ ପିସିବି ମ୍ୟାଚ ଖେଳିବାକୁ ଇଚ୍ଛା ପ୍ରକାଶ କରିପାରେ, କିନ୍ତୁ ସରକାରଙ୍କ ସବୁଜ ସଙ୍କେତ ବିନା କୌଣସି ପଦକ୍ଷେପ ନିଆଯାଇପାରିବ ନାହିଁ।
ଅନ୍ୟପକ୍ଷରେ, ବୟକଟ୍ ନିଷ୍ପତ୍ତିରୁ ଓହରିବା ପାଇଁ ପିସିବି ଆଇସିସି ନିକଟରେ ତିନୋଟି ମୁଖ୍ୟ ସର୍ତ୍ତ ରଖିଥିବା ଜଣାପଡିଛି। ପ୍ରଥମତଃ, ଆଇସିସି ରାଜସ୍ୱରେ ପାକିସ୍ତାନର ଅଂଶ ବୃଦ୍ଧି କରାଯାଉ। ଦ୍ୱିତୀୟତଃ, ଭାରତ ସହିତ ଦ୍ୱିପାକ୍ଷିକ କ୍ରିକେଟ ସିରିଜର ପୁନରୁଦ୍ଧାର ହେଉ। ତୃତୀୟରେ, 'ହ୍ୟାଣ୍ଡସେକ୍ ପ୍ରୋଟୋକଲ' ବା ଖେଳାଳିଙ୍କ ମଧ୍ୟରେ କରମର୍ଦ୍ଦନ ନିୟମର କଡାକଡି ପାଳନ କରାଯାଉ। ସୂଚନାଯୋଗ୍ୟ ଯେ, ୨୦୨୫ ଏସିଆ କପ ସମୟରେ ପାହାଲଗାମ ଆକ୍ରମଣ ପରେ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାକୁ ମନା କରିଦେଇଥିଲେ, ଯାହାକୁ ନେଇ ପିସିବି ଅସନ୍ତୋଷ ପ୍ରକାଶ କରିଥିଲା।
ଆଇସିସିର ଡେପୁଟି ଚେୟାରମ୍ୟାନ୍ ଇମ୍ରାନ ଖ୍ୱାଜା ଲାହୋର ଗସ୍ତ କରି ସ୍ପଷ୍ଟ କରିଛନ୍ତି ଯେ, ବୟକଟ୍ କରିବା କ୍ରିକେଟ ପାଇଁ ଶୁଭଙ୍କର ନୁହେଁ ଏବଂ ଏହା ଦୀର୍ଘସ୍ଥାୟୀ ହୋଇପାରିବ ନାହିଁ। ଭାରତ-ପାକିସ୍ତାନ ମ୍ୟାଚ୍ ଟୁର୍ଣ୍ଣାମେଣ୍ଟର ଆର୍ଥିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି ବିବାଦର ଶୀଘ୍ର ସମାଧାନ ପାଇଁ ବିଶ୍ୱ କ୍ରିକେଟ ସଂସ୍ଥା ପ୍ରୟାସ ଜାରି ରଖିଛି।
ଟି-୨୦ ବିଶ୍ୱକପ: ପାକିସ୍ତାନର ଭାରତ ବିପକ୍ଷ ମ୍ୟାଚ ବର୍ଜନ ନିଷ୍ପତ୍ତି, ଆଇସିସିକୁ ସମର୍ଥନ କଲା ବିସିସିଆଇ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୬ ରେ ଭାରତ ବିପକ୍ଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ମନା କରିବା ପରେ ତେଜିଛି ବିବାଦ । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)ର ଆଭିମୁଖ୍ୟକୁ ପୂର୍ଣ୍ଣ ସମର୍ଥନ ଜଣାଇଛି। ବିସିସିଆଇ ସ୍ପଷ୍ଟ କରିଛି ଯେ କ୍ରୀଡ଼ା ଭାବନା ବା 'ସ୍ପୋର୍ଟସମ୍ୟାନସିପ୍' ଉପରେ ଆଇସିସିର ଯୁକ୍ତି ଯଥାର୍ଥ ଅଟେ।
ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ଆଇସିସି ଖେଳୁଆଡ଼ ମନୋଭାବ ସମ୍ପର୍କରେ ଏକ ବଡ଼ ବୟାନ ଜାରି କରିଛି ଏବଂ ଆମେ ଆଇସିସି ସହ ସମ୍ପୂର୍ଣ୍ଣ ଏକମତ। ତେବେ ଆମେ ଆଇସିସି ସହ ବିଧିବଦ୍ଧ ଆଲୋଚନା କରିବା ପରେ ଯାଇ ଏନେଇ ଅଧିକ ମନ୍ତବ୍ୟ ଦେବୁ।" ସୂଚନାଯୋଗ୍ୟ ଯେ, ପାକିସ୍ତାନ ସରକାର ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ଯେ ପାକିସ୍ତାନ ଦଳ ବିଶ୍ୱକପରେ ଅଂଶଗ୍ରହଣ କରିବ, କିନ୍ତୁ ଫେବୃଆରୀ ୧୫ରେ ଧାର୍ଯ୍ୟ ହୋଇଥିବା ଭାରତ ବିପକ୍ଷ ମ୍ୟାଚରେ ପଡ଼ିଆକୁ ଓହ୍ଲାଇବ ନାହିଁ।
ପାକିସ୍ତାନର ଏପରି ଅଂଶଗ୍ରହଣ ନିଷ୍ପତ୍ତିକୁ ଆଇସିସି ସମାଲୋଚନା କରିଛି। ଆଇସିସି କହିଛି ଯେ, ଏକ ବିଶ୍ୱସ୍ତରୀୟ କ୍ରୀଡ଼ା ଇଭେଣ୍ଟରେ ନିଜ ଇଚ୍ଛା ମୁତାବକ ମ୍ୟାଚ୍ ଖେଳିବା କ୍ରୀଡ଼ା ନିୟମ ଓ ଭାବନା ବିରୋଧୀ। ଏଭଳି ନିଷ୍ପତ୍ତି ବିଶ୍ୱ କ୍ରିକେଟ ଏବଂ ପ୍ରଶଂସକଙ୍କ ସ୍ୱାର୍ଥରେ ନାହିଁ। ପାକିସ୍ତାନ କ୍ରିକେଟ ବୋର୍ଡ ଏହାର ଦୀର୍ଘମିଆଦି ପ୍ରଭାବ ବିଷୟରେ ଚିନ୍ତା କରି ଏକ ଉପଯୁକ୍ତ ସମାଧାନ ବାହାର କରିବ ବୋଲି ଆଇସିସି ଆଶା ରଖିଛି।
ଅନ୍ୟପକ୍ଷରେ, ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ କ୍ରିକେଟ ବୋର୍ଡ ଭାରତରେ ଖେଳିବାକୁ ମନା କରିବା ପରେ ଆଇସିସି ବିସିବି ବିପକ୍ଷରେ ବଡ ପଦକ୍ଷେପ ନେଇଛି। ବାଂଲାଦେଶ ବଦଳରେ ସ୍କଟଲ୍ୟାଣ୍ଡକୁ ଟୁର୍ଣ୍ଣାମେଣ୍ଟରେ ସାମିଲ କରାଯାଇଛି। ଫେବୃଆରୀ ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ ୨୦୨୬  ।
ଟି-୨୦ ବିଶ୍ୱକପ: ବାଂଲାଦେଶୀ ସାମ୍ବାଦିକଙ୍କ ପାଇଁ କଡ଼ା ଆଭିମୁଖ୍ୟ, ୮୦-୯୦ ଆବେଦନ ଉପରେ ରୋକ୍ ଲଗାଇଲା ଆଇସିସି
ନୂଆଦିଲ୍ଲୀ: ବାଂଲାଦେଶକୁ ଆଉ ଏକ ଝଟକା ଦେଇଛି ICC । ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ବାଂଲାଦେଶୀ ସାମ୍ବାଦିକଙ୍କ ମିଡିଆ ଆକ୍ରେଡିଟେସନ୍ (ଅନୁମୋଦନ) ପ୍ରକ୍ରିୟାରେ ପରିବର୍ତ୍ତନ କରିଛି। ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ଦଳ ଟୁର୍ଣ୍ଣାମେଣ୍ଟରୁ ଓହରିଯାଇଥିବା ବେଳେ ଏବେ ସେଠାକାର ସାମ୍ବାଦିକମାନଙ୍କ ପାଇଁ ନୂଆ ନିୟମାବଳୀ ପ୍ରସ୍ତୁତ କରୁଛି ଆଇସିସି ।
ରିପୋର୍ଟ ଅନୁଯାୟୀ, ପ୍ରାୟ ୮୦-୯୦ ଜଣ ବାଂଲାଦେଶୀ ସାମ୍ବାଦିକ ବିଶ୍ୱକପ କଭର୍ କରିବା ପାଇଁ ଆବେଦନ କରିଥିଲେ। ତେବେ ଆଇସିସି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଯଦି ବାଂଲାଦେଶ ଦଳ ଏହି ଇଭେଣ୍ଟରେ ଭାଗ ନେଇଥାନ୍ତା, ତଥାପି ଏତେ ସଂଖ୍ୟକ ସାମ୍ବାଦିକଙ୍କୁ ସୁଯୋଗ ଦେବା ସମ୍ଭବ ହୋଇନଥାନ୍ତା। ଦେଶ ପିଛା କୋଟା ଅନୁଯାୟୀ ସର୍ବାଧିକ ୪୦ ଜଣଙ୍କୁ ଅନୁମତି ମିଳିବାର ବ୍ୟବସ୍ଥା ରହିଛି। ଅନେକ ବାଂଲାଦେଶୀ ସାମ୍ବାଦିକ ଅଭିଯୋଗ କରିଥିଲେ ଯେ ସେମାନଙ୍କର ଆକ୍ରିଡିଟେସନ୍ ଆବେଦନକୁ ଆଇସିସି ଖାରଜ କରିଦେଇଛି। ଏହାର ଜବାବରେ ଆଇସିସି ସୂତ୍ରରୁ ପ୍ରକାଶ ଯେ, ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ଏବଂ ଅଂଶଗ୍ରହଣକାରୀ ଦଳରେ ପରିବର୍ତ୍ତନ ହୋଇଥିବାରୁ ଏହି ପ୍ରକ୍ରିୟାକୁ ସଂଶୋଧନ କରାଯାଉଛି।
ଢାକାରେ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ର ମିଡିଆ ମ୍ୟାନେଜର ଅମଜାଦ ହୋସେନ୍ କହିଛନ୍ତି ଯେ ସେମାନେ ଏହି ବିଷୟରେ ଆଇସିସି ନିକଟରୁ ସ୍ପଷ୍ଟୀକରଣ ମାଗିଛନ୍ତି। ଅନ୍ୟପଟେ କିଛି ବରିଷ୍ଠ ସାମ୍ବାଦିକ ଅଭିଯୋଗ କରିଛନ୍ତି ଯେ ଦୀର୍ଘ ବର୍ଷ ଧରି ବିଶ୍ୱକପ କଭର କରୁଥିବା ସତ୍ତ୍ୱେ ପ୍ରଥମ ଥର ପାଇଁ ସେମାନଙ୍କ ଆବେଦନ ଖାରଜ ହୋଇଛି।
ବର୍ତ୍ତମାନ ବାଂଲାଦେଶୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନୂତନ ଭାବେ ଆବେଦନ କରିବାକୁ ପଡିବ। ଆଇସିସି ପ୍ରତ୍ୟେକ ଆବେଦନକୁ ବ୍ୟକ୍ତିଗତ ଭାବେ (case-by-case) ଯାଞ୍ଚ କରି ନିଷ୍ପତ୍ତି ନେବ। ସୂଚନାଯୋଗ୍ୟ ଯେ, ବାଂଲାଦେଶ ଓହରିଯିବା ପରେ ସ୍କଟଲ୍ୟାଣ୍ଡକୁ ଟୁର୍ଣ୍ଣାମେଣ୍ଟରେ ସାମିଲ କରାଯାଇଛି ଏବଂ ଆସନ୍ତା ଫେବୃଆରୀ ୭ରୁ ବିଶ୍ୱକପ ଆରମ୍ଭ ହେବ।
ଟି-୨୦ ବିଶ୍ୱକପ୍‌ରୁ ବାଦ୍‌ ପଡିଲା ବାଂଲାଦେଶ: ସ୍କଟଲାଣ୍ଡକୁ ମିଳିଲା ସୁଯୋଗ, ମୋହର ମାରିଲା ଆଇସିସି
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍‌ରୁ ବାଦ୍‌ ପଡିଲା ବାଂଲାଦେଶ । ବାଂଲାଦେଶ ବଦଳରେ ସ୍କଟଲାଣ୍ଡ୍ ଖେଳିବ ଟ୍ୱେଣ୍ଟି-୨୦ ବିଶ୍ୱକପ୍ । ଏ ନେଇ ଆଇସିସି ନିଷ୍ପତ୍ତି ନେଇଛି ।  ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଆଉ ମାତ୍ର ଅଳ୍ପ ଦିନ ବାକି ଥିବାବେଳେ ଆନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ୍ (ICC) ଏହି ବଡ଼ ନିଷ୍ପତ୍ତି ନେଇଛି। ସୁରକ୍ଷା କାରଣ ଦର୍ଶାଇ ଭାରତ ଆସିବାକୁ ଅନିଚ୍ଛା ପ୍ରକାଶ କରିଥିବା ବାଂଲାଦେଶକୁ ଟୁର୍ଣ୍ଣାମେଣ୍ଟରୁ ଆନୁଷ୍ଠାନିକ ଭାବେ ବାଦ୍ ଦିଆଯାଇଛି। ଦୁବାଇରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଆଇସିସି ବାଂଲାଦେଶ ସ୍ଥାନରେ ସ୍କଟଲାଣ୍ଡକୁ ଟୁର୍ଣ୍ଣାମେଣ୍ଟରେ ସାମିଲ କରିଛି।
ଶୁକ୍ରବାର ଦିନ ଆଇସିସି ଅଧ୍ୟକ୍ଷ ଜୟ ଶାହାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ନିଷ୍ପତ୍ତି ନେବା ପାଇଁ ୨୪ ଘଣ୍ଟାର ସମୟ ସୀମା ଦିଆଯାଇଥିଲା। ତେବେ ଏହି ସମୟ ମଧ୍ୟରେ ବୋର୍ଡ କୌଣସି ଆନୁଷ୍ଠାନିକ ଉତ୍ତର ନଦେବାରୁ ଆଇସିସି ଏହି କଠୋର ପଦକ୍ଷେପ ଗ୍ରହଣ କରିଛି। ଶନିବାର, ଜାନୁଆରୀ ୨୪ରେ ଆଇସିସି ପକ୍ଷରୁ ବିସିବିକୁ ଏକ ଇମେଲ ମାଧ୍ୟମରେ ଏହି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯାଇଛି।
ସୂଚନା ଅନୁଯାୟୀ, ଆଇସିସିକୁ ଜଣାଇବା ପୂର୍ବରୁ ବାଂଲାଦେଶ କ୍ରିକେଟ୍ ବୋର୍ଡ ଢାକାରେ ସାମ୍ବାଦିକ ସମ୍ମିଳନୀ କରି ଦଳ ଭାରତ ଗସ୍ତ କରିବ ନାହିଁ ବୋଲି ଘୋଷଣା କରିଥିଲା, ଯାହା ପ୍ରୋଟୋକଲ୍ ଉଲ୍ଲଂଘନ ଅଟେ। ଅନ୍ୟପକ୍ଷରେ, ବାଂଲାଦେଶ ଏହି ପ୍ରସଙ୍ଗରେ ଆଇସିସିର ବିବାଦ ସମାଧାନ କମିଟିର ହସ୍ତକ୍ଷେପ ଲୋଡିଥିଲେ ମଧ୍ୟ କମିଟି ଶାସକ ସଂସ୍ଥାର ନିଷ୍ପତ୍ତିକୁ ବଦଳାଇବାକୁ ମନା କରିଦେଇଥିଲା।
ବାଂଲାଦେଶର ବହିଷ୍କାର ପରେ ବର୍ତ୍ତମାନ ସ୍କଟଲାଣ୍ଡ ଟି-୨୦ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବ। ଆଇସିସି ଟି-୨୦ ମାନ୍ୟତାରେ ଅନ୍ୟ ଦଳଙ୍କ ତୁଳନାରେ ସ୍କଟଲାଣ୍ଡ ଆଗରେ ଥିବାରୁ ଏହି ସୁଯୋଗ ମିଳିଛି। ସ୍କଟଲାଣ୍ଡକୁ ଗ୍ରୁପ୍‌-ସି (Group C)ରେ ରଖାଯାଇଛି। ଦଳ ଫେବୃଆରୀ ୭ରେ ୱେଷ୍ଟଇଣ୍ଡିଜ୍‌, ଫେବୃଆରୀ ୯ରେ ଇଟାଲୀ ଏବଂ ଫେବୃଆରୀ ୧୪ରେ ଇଂଲଣ୍ଡ ବିପକ୍ଷରେ କୋଲକାତାରେ ମ୍ୟାଚ୍ ଖେଳିବ। ଏହାପରେ ମୁମ୍ବାଇରେ ଫେବୃଆରୀ ୧୭ରେ ନେପାଳ ବିପକ୍ଷରେ ମୈଦାନକୁ ଓହ୍ଲାଇବ।
ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୬ ବର୍ଜନ କଲା ବାଂଲାଦେଶ; ବଦଳରେ ଏହି ଦଳକୁ ମିଳିପାରେ ସୁଯୋଗ...
ନୂଆଦିଲ୍ଲୀ: କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୬କୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି। ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ଦଳ ଭାରତ ଗସ୍ତ କରିବାକୁ ମନା କରିଦେଇଛି। ଏହି ଘଟଣା ପରେ ଆଇସିସି ତୁରନ୍ତ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଯାଉଛି।
ରିପୋର୍ଟ ଅନୁଯାୟୀ, ବାଂଲାଦେଶ ନିଜ ମ୍ୟାଚଗୁଡ଼ିକୁ ଭାରତ ବାହାରେ କୌଣସି ନିରପେକ୍ଷ ସ୍ଥାନରେ ଖେଳିବାକୁ ଦାବି କରିଥିଲା। କିନ୍ତୁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏହି ଦାବିକୁ ସିଧାସଳଖ ଖାରଜ କରିଦେଇଛି। ଆଇସିସି ସ୍ପଷ୍ଟ କରିଛି ଯେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଅଳ୍ପ ସମୟ ବାକି ଥିବାବେଳେ କାର୍ଯ୍ୟସୂଚୀ ବଦଳାଇବା ସମ୍ଭବ ନୁହେଁ ଏବଂ ଖେଳାଳିଙ୍କ ସୁରକ୍ଷା ନେଇ କୌଣସି ବିପଦ ନାହିଁ। ବାଂଲାଦେଶ ନିଜ ଜିଦରେ ଅଟଳ ରହିବାରୁ ଆଇସିସି ଏଭଳି କଡ଼ା ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି।
ବାଂଲାଦେଶ ଟୁର୍ଣ୍ଣାମେଣ୍ଟରୁ ଓହରିବା ପରେ ଏବେ ସ୍କଟଲ୍ୟାଣ୍ଡ ଦଳ ବିଶ୍ୱକପରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ବର୍ତ୍ତମାନ ଯୋଗ୍ୟତା ଅର୍ଜନ କରିନଥିବା ଦଳଗୁଡ଼ିକ ମଧ୍ୟରେ ସ୍କଟଲ୍ୟାଣ୍ଡର ମାନ୍ୟତା ସର୍ବାଧିକ ରହିଛି। ଆଇସିସି ନିୟମ ଅନୁଯାୟୀ, ଷ୍ଟାଣ୍ଡବାଇ ଟିମ୍ ଭାବେ ସ୍କଟଲ୍ୟାଣ୍ଡକୁ ବାଂଲାଦେଶ ବଦଳରେ ସୁଯୋଗ ମିଳିବ। ଟି-୨୦ ବିଶ୍ୱକପ ଇତିହାସରେ ଏହା ପ୍ରଥମ ଥର ହେବ ଯେତେବେଳେ ବାଂଲାଦେଶ ଅଂଶଗ୍ରହଣ କରିବ ନାହିଁ।
T-20 ବିଶ୍ବକପ୍: ଭାରତରୁ ମ୍ୟାଚ୍ ସ୍ଥାନାନ୍ତର ନେଇ ବାଂଲାଦେଶର ଆବଦେନକୁ ଖାରଜ କଲା ICC
ନୂଆଦିଲ୍ଲୀ: ବାଂଲାଦେଶକୁ ବଡ଼ ଝଟକା । ଭାରତରୁ ମ୍ୟାଚ୍ ସ୍ଥାନାନ୍ତର ଆବଦେନକୁ ଖାରଜ କଲା ICC । T-20 ବିଶ୍ବକପ୍ ମ୍ୟାଚ୍ ଭାରତରେ ନଖେଳିବାକୁ ଆବେଦନ କରିଥିଲା ବାଂଲାଦେଶ କ୍ରିକେଟ୍ ବୋର୍ଡ । ଆସନ୍ତା ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ପକ୍ଷରୁ କରାଯାଇଥିବା ସ୍ଥାନ ପରିବର୍ତ୍ତନ ଅନୁରୋଧକୁ ଅନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ୍ (ICC) ଖାରଜ କରିଦେଇଛି। ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ନିଜର ମ୍ୟାଚଗୁଡ଼ିକୁ ଭାରତ ବାହାରେ ସ୍ଥାନାନ୍ତର କରିବାକୁ ଦାବି କରିଥିଲା, କିନ୍ତୁ ଆଇସିସି ଏଥିରେ କୌଣସି ଯଥାର୍ଥତା ପାଇନାହିଁ।
ମଙ୍ଗଳବାର ଦିନ ଆଇସିସି ଏବଂ ବିସିବି ଅଧିକାରୀଙ୍କ ମଧ୍ୟରେ ଏକ ଅନଲାଇନ୍ ବୈଠକ ଅନୁଷ୍ଠିତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଆଇସିସି ସ୍ପଷ୍ଟ କରିଛି ଯେ ଭାରତରେ ବାଂଲାଦେଶ ଟିମ୍ ପାଇଁ କୌଣସି ନିର୍ଦ୍ଦିଷ୍ଟ କିମ୍ବା ବିଶ୍ୱାସଯୋଗ୍ୟ ବିପଦ ନାହିଁ। ତେଣୁ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ କିମ୍ବା ସ୍ଥାନରେ କୌଣସି ପରିବର୍ତ୍ତନ କରାଯିବାର ଆବଶ୍ୟକତା ନାହିଁ। ଆଇସିସି ଜାନୁଆରୀ ୧୦ ସୁଦ୍ଧା ଏନେଇ ଆନୁଷ୍ଠାନିକ ଲିଖିତ ନିଷ୍ପତ୍ତି ଜଣାଇବ ବୋଲି ଆଶା କରାଯାଉଛି।
ଆଇସିସିର ନିଷ୍ପତ୍ତି ପରେ ବାଂଲାଦେଶର ମ୍ୟାଚ୍ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ହିଁ ଖେଳାଯିବ। କାର୍ଯ୍ୟସୂଚୀ ଅନୁଯାୟୀ, ବାଂଲାଦେଶ କୋଲକାତାରେ ତିନୋଟି ଗ୍ରୁପ୍ ସି ମ୍ୟାଚ୍ ଖେଳିବ। ଫେବୃଆରୀ ୭ରେ ୱେଷ୍ଟଇଣ୍ଡିଜ୍, ଫେବୃଆରୀ ୯ରେ ଇଟାଲୀ ଏବଂ ଫେବୃଆରୀ ୧୪ରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍ ରହିଛି। ଏହା ପରେ ଫେବୃଆରୀ ୧୭ରେ ମୁମ୍ବାଇରେ ନେପାଳ ବିପକ୍ଷରେ ମ୍ୟାଚ୍ ଖେଳାଯିବ।
ସୂଚନାଯୋଗ୍ୟ ଯେ, ନିକଟରେ ବିସିସିଆଇ କୋଲକାତା ନାଇଟ୍ ରାଇଡର୍ସକୁ ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା, ଯାହା ପରେ ଦୁଇ ବୋର୍ଡ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ଏହାର ଜବାବରେ ବାଂଲାଦେଶ କ୍ରିକେଟ୍ ବୋର୍ଡ ନିଜ ଦେଶରେ ଆଇପିଏଲ୍ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହି ଘଟଣା ପରେ ହିଁ ବିସିବି ଖେଳାଳିଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଥିଲା।
ନୂଆଦିଲ୍ଲୀ: ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସମ୍ମାନ ଜଣାଇଲା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। ଏହି ଦୁଇ କିମ୍ବଦନ୍ତୀ ଭାରତୀୟ କ୍ରିକେଟର କିଛି ଦିନ ତଳେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ଉଭୟଙ୍କ କ୍ରିକେଟ କ୍ୟାରିଅରର କୀର୍ତ୍ତିମାନକୁ ସମ୍ମାନ ଜଣାଇ ICC ନିଜ ଏକ୍ସ ଆକାଉଣ୍ଟର ୱାଲପେପର ପରିବର୍ତ୍ତନ କରିଛି। ସେମାନେ ଏକାଠି ଖେଳିଥିବା ମ୍ୟାଚର ଫଟୋକୁ ସ୍ଥାନ ଦେଇଛି ଆଇସିସିର ‘ଏକ୍ସ’ ଆକାଉଣ୍ଟ।
ଦୁବାଇ: ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଚାମ୍ପିଅନ୍ସ ଟ୍ରଫିର ୯ମ ସଂସ୍କରଣ ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି। ୨୦୧୭ରେ ଶେଷଥର ପାଇଁ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ହୋଇଥିଲା ଓ ପୁରସ୍କାର ରାଶି ୨୮.୮୮ କୋଟି ଅର୍ଥାତ୍‌ ପାଖାପାଖି ୨୯ କୋଟି ଟଙ୍କା ଥିଲା। ଏଥର ଏହା ଦୁଇଗୁଣାରୁ ଅଧିକ ଅର୍ଥାତ ୬୦ କୋଟି ଟଙ୍କାରେ ପହଞ୍ଚିଛି। ମୋଟ ଉପରେ ପୁରସ୍କାର ରାଶିରେ ୫୩ ପ୍ରତିଶତ ବୃଦ୍ଧି ହୋଇଛି। ଏଥର ଚାମ୍ପିଅନ ଦଳକୁ ୧୯.୪୬ କୋଟି ଟଙ୍କା ପ୍ରଦାନ କରାଯିବ। ସେହିପରି ଉପବିଜେତା ଦଳକୁ ୯.୭୩ କୋଟି, ସେମିଫାଇନାଲରେ ପରାସ୍ତ ହୋଇଥିବା ଦୁଇ ଦଳକୁ ୪.୮୬ କୋଟି ଟଙ୍କା ଲେଖାଏ ପ୍ରଦାନ କରାଯିବ। ୫ମ ଓ ୬ଷ୍ଠ ସ୍ଥାନରେ ରହିବାକୁ ଥିବା ଦଳକୁ ୩.୦୪ କୋଟି ଟଙ୍କା ଲେଖାଏ, ୭ମ ଓ ୮ମ ସ୍ଥାନ ଦଳରେ ରହିବାକୁ ଥିବା ଦଳଗୁଡିକୁ ୧.୨୧ କୋଟି ଟଙ୍କା ଲେଖାଏ ପ୍ରଦାନ କରାଯିବ। ଗ୍ରୁପ ପର୍ଯ୍ୟାୟରେ ପ୍ରତ୍ୟେକ ବିଜୟ ପାଇଁ ୨୯.୫ ଲକ୍ଷ ଟଙ୍କା ପୁରସ୍କାର ସ୍ୱରୂପ ପ୍ରଦାନ କରାଯିବ। ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବାରୁ ସବୁ ଦଳକୁ ପାର୍ଟିସିପସନ ବାବଦରେ ୧.୦୮ କୋଟି ଟଙ୍କା ଲେଖାଏ ପ୍ରଦାନ କରାଯିବ।
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ବୈଠକ (ଆଇସିସି ) ରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଆସନ୍ତା ଫେବ୍ରୁଆରି ମାସରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିକୁ ନେଇ ଲାଗି ରହିଥିବା ଅଚଳାବସ୍ଥା ମଧ୍ୟ ଦୂର ହୋଇଛି। ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଭାରତ ତାର ସମସ୍ତ ମ୍ୟାଚ ନିରପେକ୍ଷ ସ୍ଥାନରେ ଖେଳିବ । ପାକିସ୍ତାନ ଟିମ ୨୦୨୭ ପର୍ଯ୍ୟନ୍ତ କୌଣସି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ ଆସିବେନି । ସେମାନଙ୍କ ମ୍ୟାଚ ମଧ୍ୟ ନିରପେକ୍ଷ ସ୍ଥାନରେ ଆୟୋଜିତ ହେବ ।
୨୦୨୫ ମହିଳା ଦିନିକିଆ ବିଶ୍ୱକପ, ୨୦୨୬ ଟି୨୦ ବିଶ୍ୱକପ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମିଳିତ ଭାବେ ଆୟୋଜନ ହେବ । ଆଇସିସି ଚାମ୍ପିୟନ୍ସ ଟ୍ରଫି ସମ୍ପର୍କରେ ପୂର୍ବରୁ ଘୋଷଣା କରିଥିଲେ ମଧ୍ୟ ଏବେ ବିଧିବଦ୍ଧ ଭାବେ ଏହାକୁ ଲାଗୁ କରାଯାଇଛି। ପିସିବି ନ୍ୟୁଟ୍ରାଲ ଭେନ୍ୟୁରେ ଭାରତ ସହ ତ୍ରିରାଷ୍ଟ୍ରୀୟ ସିରିଜ ଖେଳିବା ପାଇଁ ଅନୁରୋଧ କରିଛି ।ଅବଶ୍ୟ ଆଇସିସି ଓ ବିସିସିଆଇ ଏ ନେଇ ରାଜି ହୋଇ ନାହାନ୍ତି ।
ସେହିପରି ଭାରତ ଗ୍ରୁପରେ ପାକିସ୍ତାନ ରହିବା ପାଇଁ ଚାହିଁ ନ ଥିଲା । ଏହା ମଧ୍ୟ ଆଇସିସି ଖାରଜ କରିଦେଇଛି । ଚାମ୍ପିୟନ୍ସ ଟ୍ରଫିରେ ୨୦୨୫ ମାର୍ଚ୍ଚ ୧ ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ୨୦୦୮ ପାକିସ୍ତାନ ଶେଷ ଥର ପାଇଁ ଭାରତ ଗସ୍ତରେ ଯାଇଥିଲା । ମୁମ୍ବାଇ ଆତଙ୍କବାଦୀ ଘଟଣା ପରେ ଉଭୟ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳାଯାଇନି । କେବଳ ଆଇସିସି ମୁକାବିଲାରେ ଉଭୟ ଦେଶ ମଧ୍ୟରେ ମୁକାବିଲା ହେବ ।
ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆରମ୍ଭ ହୋଇଥିବା ଟି-୨୦ ବିଶ୍ୱକପ୍‌ର ୯ମ ସଂସ୍କରଣରେ ଆରମ୍ଭରୁ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଗୁରୁବାର ରାତିରେ ଗ୍ରୁପ୍‌ ଏ’ର ଏକ ମ୍ୟାଚ୍‌ରେ ଆସୋସିଏସଟ ଦେଶ ତଥା ଆୟୋଜକ ଆମେରିକା ଟେଷ୍ଟ ଖେଳୁଥିବା ପୂର୍ବତନ ଚାମ୍ପିଅନ ପାକିସ୍ତାନକୁ ସୁପର ଓଭରରେ ପରାସ୍ତ କରି ହଇଚଇ ସୃଷ୍ଟି କରିଛି। ଟି-୨୦ ବିଶ୍ୱକପ୍‌ ଇତିହାସରେ ଏହା ଅନ୍ୟତମ ଶ୍ରେଷ୍ଠ ବିପର୍ଯ୍ୟୟ ଭାବେ ପରିଗଣିତ ହେଉଛି। ତେବେ ବିଶ୍ୱକପ୍‌ରେ ଏଭଳି ବିପର୍ଯ୍ୟୟ ଆଦୌ ନୂଆ ନୁହଁ। ବିଶ୍ୱକପ୍‌ ଇତିହାସରେ ପୂର୍ବରୁ ଘଟିଥିବା ଏହି ଭଳି ସର୍ବବୃହତ୍‌ ୫ଟି ବିପର୍ଯ୍ୟୟକୁ ନେଇ ଆଲୋଚନା କରିବା।
୧. ପାକିସ୍ତାନକୁ ହରାଇଲା ଆମେରିକା (୨୦୨୪)
ଆୟୋଜକ ଭାବେ ପଦାର୍ପଣ କରିଥିବା ଆମେରିକା ପୂର୍ବରୁ ପାକିସ୍ତାନକୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଭେଟି ନଥିଲେ ମଧ୍ୟ ଗୁରୁବାର ପାକିସ୍ତାନକୁ ପରାସ୍ତ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୭ ୱିକେଟ ହରାଇ ୧୫୯ ରନ ସଂଗ୍ରହ କରିଥିଲା। ଜବାବରେ ଆମେରିକା ୩ ୱିକେଟ ହରାଇ ୧୫୯ ରନ ସଂଗ୍ରହ କରି ମ୍ୟାଚ୍‌ ଟାଇ ରଖିଥିଲା। ସୁପର ଓଭରରେ ପାକିସ୍ତାନ ପରାସ୍ତ ହୋଇଥିଲା। ଏଥିସହ ଆମେରିକା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ପୂର୍ଣ୍ଣ ସଦସ୍ୟତା ପାଇଥିବା ଦେଶଗୁଡିକ ସହ ୪ଥର ଭେଟିଛି। ଆମେରିକା ଜିମ୍ବାୱେକୁ ପୂର୍ବରୁ ୩ଥର ଭେଟି ସବୁଥର ପରାସ୍ତ ହୋଇଥିଲା। ଆମେରିକା ଏବେ ଆଇସିସି ମାନ୍ୟତାର ଦ୍ୱାଦଶ ସ୍ଥାନରେ ରହିଛି। ଅନ୍ୟପଟେ ପାକିସ୍ତାନ ଷଷ୍ଠ ସ୍ଥାନରେ ରହିଛି। ପାକିସ୍ତାନ ୨୦୦୯ରେ ଟାଇଟଲ ହାସଲ କରିଥିଲା ଓ ଗତ ୨୦୨୨ ସଂସ୍କରଣରେ ଫାଇନାଲରେ ଇଂଲଣ୍ଡଠାରୁ ପରାସ୍ତ ହୋଇ ରନର୍ସଅପ୍‌ ବିବେଚିତ ହୋଇଥିଲା।
୨.ଅଷ୍ଟ୍ରେଲିଆ ୫ ୱିକେଟ ଜିମ୍ବାୱେଠାରୁ ପରାସ୍ତ (୨୦୦୭)
ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ୨୦୦୭ରେ ଖେଳାଯାଇଥିଲା ଓ ଏଥିରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଭାରତ ଚାମ୍ପିଅନ ହୋଇଥିଲା। ଏହି ବିଶ୍ୱକପ୍‌ରେ ମଧ୍ୟ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା। ଗ୍ରୁପ୍‌ ବି’ର ଚତୁର୍ଥ ମ୍ୟାଚରେ ଜିମ୍ବାୱ ଗୋଟିଏ ବଲ୍‌ ବାକିଥାଇ ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇଥିଲା। ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୧୩୮ ରନ ସଂଗ୍ରହ କରିଥିଲା। ବ୍ରାଡ ହଗ୍‌ ସର୍ବାଧିକ ୩୫ ରନକରି ଅପରାଜିତ ରହିଥିଲେ। ଜିମ୍ବାୱେର ଏଲଟନ ଚିଗୁମ୍ବୁରା ସର୍ବାଧିକ ୩, ଗ୍ୟାରୀ ବ୍ରେଣ୍ଟ ୨ ୱିକେଟ ନେଇଥିଲେ। ଜବାବରେ ଜିମ୍ବାୱେ ୧୯.୫ ଓଭରରେ ୫ ୱିକେଟ ହରାଇ ୧୩୯ ରନକରି ବାଜି ମାରିଥିଲା। ବ୍ରେଣ୍ଡନ ଟେଲର ସର୍ବାଧିକ ଅପରାଜିତ ୬୦ ରନ ସଂଗ୍ରହ କରି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅଷ୍ଟ୍ରେଲିଆର ଷ୍ଟୁଆର୍ଟ କ୍ଲର୍କ ୨ ୱିକେଟ ନେଇଥିଲେ।
୩. ନେଦରଲାଣ୍ଡସଠାରୁ ୪ ୱିକେଟରେ ହାରିଥିଲା ଇଂଲଣ୍ଡ (୨୦୦୯)
୨୦୦୯ରେ ଇଂଲଣ୍ଡରେ ଆୟୋଜିତ ଟି-୨୦ ବିଶ୍ୱକପ୍‌ରେ ନେଦରଲାଣ୍ଡ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଶେଷ ବଲ୍‌ରେ ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରି ଏକ ବଡ଼ ବିପର୍ଯ୍ୟୟ ଘଟାଇବା ସହ ଚର୍ଚ୍ଚା ସୃଷ୍ଟି କରିଥିଲା। ଟସ୍‌ ହାରି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୧୬୨ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ଲୁକ୍‌ ରାଇଟ୍‌ ସର୍ବାଧିକ ୭୧ ରନ ସଂଗ୍ରହ କରିଥିଲେ। ଜବାବରେ ନେଦରଲାଣ୍ଡସ ୬ ୱିକେଟ ହରାଇ ଶେଷ ବଲରେ ହିଁ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ନେଦରଲାଣ୍ଡସ ତରଫରୁ ଟମ୍‌ ଡି ଗ୍ରୁଥ୍‌ ସର୍ବାଧି ୪୯, ପିଟର ବୋରେନ୍‌ ୩୦ ଓ ରିଆନ ଟେନ୍‌ ଡୋଶଚେଟ୍‌ ଅପରାଜିତ ୨୨ ରନକରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଇଂଲଣ୍ଡ ତରଫରୁ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ସର୍ବାଧିକ ୩ ୱିକେଟ ନେଇଥିଲେ। ଟମ୍‌ ଡି ଗ୍ରୁଥ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
୪. ପାକିସ୍ତାନକୁ ୧ ରନରେ ହରାଇଥିଲା ଜିମ୍ବାୱେ (୨୦୨୨)
ଟି-୨୦ ବିଶ୍ୱକପ୍‌ ଗତ ସଂସ୍କରଣ ଅର୍ଥାତ ୨୦୨୨ରେ ଜିମ୍ବାୱେ ଗ୍ରୁପ୍‌-୨ରେ ପାକିସ୍ତାନକୁ ୧ ରନରେ ପରାସ୍ତ କରି ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ଟସ୍‌ ଜିତି ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୧୩୦ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ସିନ ୱିଲିୟମ୍ସ ସର୍ବାଧିକ ୩୧ ରନ ସଂଗ୍ରହ କରିଥିଲେ ଓ ପାକିସ୍ତାନର ମହମ୍ମଦ ୱାସିମ ସର୍ବାଧିକ ୪, ସଦାବ ଖାନ୍‌ ୩ ୱିକେଟ ନେଇଥିଲେ। ଜବାବରେ ପାକିସ୍ତାନ ୮ ୱିକେଟ ହରାଇ ୧୨୯ ରନରେ ସୀମିତ ରହି ବିଜୟଠାରୁ ୨ ରନ ଦୂରରେ ରହିଯାଇଥିଲା। ସାନ ମାସୁଦ ସର୍ବାଧବକ ୪୪ ରନ ସଂଗ୍ରହ କରିଥିଲେ। ମୂଲ୍ୟବାନ ୩ ୱିକେଟ ନେଇ ଜିମ୍ବାୱେ ବୋଲର ସିକନ୍ଦର ରାଜା ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
୫. ୱେଷ୍ଟଇଣ୍ଡିଜକୁ ୬ ରନରେ ହରାଇଥିଲା ଆଫଗାନିସ୍ତାନ(୨୦୧୬)
ଭାରତରେ ଅନୁଷ୍ଠିତ ୨୦୧୬ ବିଶ୍ୱକପ୍‌ରେ ନବାଗତ ଆଫଗାନିସ୍ତାନ ୬ ରନରେ ଡ୍ୱେନ ବ୍ରାଭୋ, ଡାରେନ ସାମି ଓ ଆନ୍ଦ୍ରେ ରସେଲଙ୍କ ଭଳି ଖେଳାଳିଙ୍କୁ ନେଇ ଗଠିତ ୱେଷ୍ଟଇଣ୍ଡିଜକୁ ହରାଇ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ଟସ ହାରି ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୭ ୱିକେଟ ହରାଇ ୧୨୩ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ନାଜିବୁଲ୍ଲ ଜଡ୍ରାନ ସର୍ବାଧିକ ଅପରାଜିତ ୪୮ ରନ ସଂଗ୍ରହ କରି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୱେଷ୍ଟଇଣ୍ଡିଜ ସାମୁଏଲ ବଦ୍ରି ୩ ଓ ରସେଲ ୨ ୱିକେଟ ନେଇଥିଲେ। ଜବାବରେ ୱେଷ୍ଟଇଣ୍ଡିଜ ୮ ୱିକେଟ ହରାଇ ୧୧୮ ରନରେ ସୀମିତ ରହି ବିଜୟଠାରୁ ୭ ରନ ଦୂରରେ ରହିଯାଇଥିଲା। ଦଳ ପାଇଁ ବ୍ରାଭୋ ସର୍ବାଧିକ ୨୮ ରନ ସଂଗ୍ରହ କରିଥିଲେ। ଆଫଗାନିସ୍ତାନ ପାଇଁ ମହମ୍ମଦ ନବୀ ଓ ରସିଦ ଖାନ୍‌ ୨ଟି ଲେଖାଏ ୱିକେଟ ନେଇଥିଲେ।
ଆଇସିସି ବିଶ୍ୱକପ୍‌ ୨୦୨୩: ଇଂଲଣ୍ଡକୁ ୧୦୦ ରନରେ ହରାଇଲା ଭାରତ
ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ୍‌ ୨୦୨୩ । ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାର ବାଜପେୟୀ ଷ୍ଟାଡିୟମ୍‌ରେ ଆଜି ମୁହାଁମୁହିଁ ହୋଇଥିଲେ ଭାରତ-ଇଂଲଣ୍ଡ । ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ ଟିମ୍ । ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୨୨୯ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ଇଂଲଣ୍ଡକୁ ୨୩୦ରନର ଆବଶ୍ୟକତା ରହିଥିଲା । ଇଂଲଣ୍ଡ ୩୪.୫ ଓଭରରେ ସମସ୍ତ ୱିକେଟ ହରାଇ ୧୨୯ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଭାରତ ଏହି ମ୍ୟାଚକୁ ୧୦୦ ରନରେ ଜିତି ନେଇଛି।
ଇଂଲଣ୍ଡ ପକ୍ଷରୁ ଜନି ବେୟାରଷ୍ଟୋ ୨୩ ବଲରେ ୧୪ ରନ କରି ଆଉଟ ହୋଇଥିଲେ। ଦାୱିଦ ମଲାନ ୧୭ ବଲରେ ୧୬ ରନ କରି ଆଉଟ ହୋଇଥିଲେ। ଜୋ ରୁଟ୍‌ ଓ ବେନ ଷ୍ଟୋକ୍ସ କୌଣସି ରନ କରି ଆଉଟ ହୋଇଥିଲେ। ଜୋସ ବଟଲର ୨୩ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ମୋଇନ ଅଲ୍ଲୀ ୩୧ ବଲରେ ୧୫ ରନ କରି ଆଉଟ ହୋଇଥିଲେ। ଲାଏମ ଲିଭିଙ୍ଗଷ୍ଟୋନ ୪୬ ବଲରେ ୨୭ ରନ କରି ଆଉଟ ହୋଇଥିଲେ। କ୍ରିସ୍‌ ୱକ୍ସ ୨୦ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ଆଦିଲ ରସିଦ ୨୦ ବଲରେ ୧୩ ରନ କରି ଆଉଟ ହୋଇଥିଲେ। ଡେଭିଡ୍‌ ୱିଲି ୧୭ ବଲରେ ୧୬ ରନ କରି ଅପରାଜି ରହିଥିଲେ। ମାର୍କ ଉଡ୍‌ କୌଣସି ରନ ନ କରି ଆଉଟ ହୋଇଥିଲେ।
ଭରାତ ପକ୍ଷରୁ ମହମ୍ମଦ ସାମି ୪ ଟି ୱିକେଟ ନେଇଥିବା ବେଳେ ଯଶପ୍ରୀତ ବୁମରା ୩ଟି  ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ ନେଇଥିଲେ।
ନୂଆଦିଲ୍ଲୀ : ଅକ୍ଟୋବର ୫ରୁ ଭାରତରେ ଖେଳାଯିବ ବିଶ୍ୱକପ ୨୦୨୩। ବିଶ୍ବକପ୍‌ ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଥିବା ବେଳେ ଆଜି ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବିଶ୍ବକପ୍‌ର ପୁରସ୍କାର ରାଶି ଘୋଷଣା କରିଛି। ଆଇସିସି ଟୁର୍ନାମେଣ୍ଟ ପାଇଁ ମୋଟ୍‌ ୧୦ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ରାଶି ଘୋଷଣା କରିଛି। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୮୨.୯୩ କୋଟି ଟଙ୍କା।ଅକ୍ଟୋବର ୫ରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ। ନଭେମ୍ବର ୧୯ରେ ଟୁର୍ନାମେଣ୍ଟର ଫାଇନାଲ ଅନୁଷ୍ଠିତ ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉଭୟ  ଉଦ୍‌ଘାଟନ ଏବଂ ଫାଇନାଲ ମ୍ୟାଚ୍ ଖେଳାଯିବ।
ଅକ୍ଟୋବର ୫ରୁ ଆରମ୍ଭ ହେଉଥିବା କ୍ରିକେଟ୍‌ ମହାକୁମ୍ଭ ପାଇଁ ସାରା ବିଶ୍ୱରେ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳୁଛି। ନଭେମ୍ବର ୧୯ ପର୍ଯ୍ୟନ୍ତ ଘରୋଇ ଗ୍ରାଉଣ୍ଡରେ ଖେଳା ଯିବାକୁ ଥିବା ବିଶ୍ୱକପ୍‌ ପାଇଁ ଅଧିକାଂଶ ଷ୍ଟାଡିୟମ୍‌ରେ ସିଟ୍‌ ବୁକ୍‌ ସରିଗଲାଣି। ସେପଟେ ଆଇସିସି ଘୋଷଣା କରିଥିବା ପୁରସ୍କାର ରାଶିରେ ଚାମ୍ପିୟନ୍‌ ଟିମ୍‌କୁ ଚାରି ମିଲିୟନ ଆମେରିକୀୟ ଡଲାର ଅର୍ଥାତ ୩୩.୧୭ କୋଟି ମିଳିବ। ଏଥି ସହିତ ରନର୍ସ ଅପ୍‌ ଟିମ୍‌କୁ ଦୁଇ ନିୟୁତ ଆମେରିକୀୟ ଡଲାର ଅର୍ଥାତ ୧୬.୫୯ କୋଟି ଟଙ୍କା ମିଳିବ।
The total prize pool for #CWC23, including the cash prize for the winners, has been announced 💰
Details 👇
— ICC (@ICC) September 22, 2023
ବିଶ୍ବକପ୍‌ ଖେଳୁଥିବା ସମସ୍ତ ୧୦ଟି ଟିମ୍‌ ଗ୍ରୁପ୍ ପର୍ଯ୍ୟାୟରେ ଏକ ରାଉଣ୍ଡ-ରବିନ ଫର୍ମାଟରେ ପରସ୍ପରକୁ ଭେଟିବେ। ପଏଣ୍ଟ ଟେବୁଲର ଶ୍ରେଷ୍ଠ ଚାରିଟି ଦଳ ସେମିଫାଇନାଲରେ ପ୍ରବେଶ କରିବେ। ୧୦୧୯ରେ ମଧ୍ୟ ସମାନ ଫର୍ମାଟରେ ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା। ଚଳିତ ବିଶ୍ବକପ୍‌ର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍‌ ଜିତିଲେ ମଧ୍ୟ ପୁରସ୍କାର ରାଶି ଦେବାକୁ ଘୋଷଣା କରାଯାଇଛି। ଟିମ୍‌ ଗୁଡ଼ିକୁ ପ୍ରତ୍ୟେକ ବିଜୟ ପାଇଁ ୪୦,୦୦୦ ଆମେରିକୀୟ ଡଲାର (୩୩.୧୭ ଲକ୍ଷ ଟଙ୍କା) ମିଳିବ। ଗ୍ରୁପ୍ ପର୍ଯ୍ୟାୟ ଶେଷରେ ଯେଉଁ ଟିମ୍‌ ନକ୍ଆଉଟ୍‌ରେ ପହଞ୍ଚିବାରେ ବିଫଳ ହେବେ, ପ୍ରତ୍ୟେକଙ୍କୁ ୧୦୦,୦୦୦ ଡଲାର୍ (୮୨.୯୪ ଲକ୍ଷ) ମିଳିବ।
ବିଶ୍ୱକପରେ ୪୮ଟି ମ୍ୟାଚ୍ ଖେଳାଯିବ
ବିଶ୍ୱକପର ୧୩ ତମ ସଂସ୍କରଣରେ ୧୦ଟି ଦଳ ଟ୍ରଫି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଆୟୋଜକ ଭାରତ ବ୍ୟତୀତ ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ, ବାଂଲାଦେଶ, ପାକିସ୍ଥାନ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ନେଦରଲ୍ୟାଣ୍ଡର ଦଳ ଖେଳିବେ। ୧୦ ଟି ଦଳ ମଧ୍ୟରେ ମୋଟ ୪୮ ଟି ମ୍ୟାଚ୍ ଖେଳାଯିବ। ବିଶ୍ୱକପ ଆରମ୍ଭ ପୂର୍ବରୁ ପ୍ରତ୍ୟେକ ପ୍ରସ୍ତୁତି ପାଇଁ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିବେ।