ratha Yatra 2025 - The Sakala
ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ରଥଯାତ୍ରାର ପ୍ରଥମ ଦିନରେ ରଥା ଟଣା ସରିଛି। ଶୁକ୍ରବାର ଅପରାହ୍ନ ସାଢ଼େ ୪ରେ ରଥଟଣା ଆରମ୍ଭ ହୋଇଥିଲା। ବଡ଼ ଠାକୁର ବଳଭଦ୍ରଙ୍କ ରଥକୁ ପ୍ରଥମେ ଭିଡ଼ି ନେଇଥିଲେ ଭକ୍ତ। ଏହା ପରେ ମା’ ସୁଭଦ୍ରାଙ୍କ ରଥକୁ ଟାଣିଥିଲେ ଭକ୍ତ। ଶେଷରେ ଶ୍ରୀଜଗନ୍ନାଥଙ୍କ ରଥ ଟଣା ହୋଇଥିଲା। ତେବେ ପ୍ରଥମ ଦିନର ରଥ ଟଣା ପରେ ବଳଭଦ୍ରଙ୍କ ତାଳଧ୍ବଜ ରଥ ବଳଗଣ୍ଡି ଛକରେ ଅଟକିଛି। ସେହିଭଳି ମରିଚିକୋଟ ଟାଉନ ଥାନା ନିକଟରେ ଅଟକିଲା ମା’ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଅଳ୍ପ ବାଟ ଟଣା ଗଡ଼ି ସିଂହଦ୍ବାର ନିକଟରେ ହିଁ ଅଟକିଛି ନନ୍ଦିଘୋଷ ରଥ। ଶନିବାର ସକାଳ ସାଢ଼େ ୯ଟାରୁ ପୁଣି ରଥ ଟଣା ହେବ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।
ଜଣେ ଭକ୍ତଙ୍କ କହିବା ଅନୁଯାୟୀ, କର୍ଡନ ପାସ ଅବ୍ୟବସ୍ଥା ଓ  କ୍ରାଉଡ ମ୍ୟାନେଜ ମେଣ୍ଟକୁ ସଠିକ ପରିଚାଳନା କରାଯାଇ ନ  ଥିବା ଯୋଗୁଁ ଏପରି ଅବ୍ୟବସ୍ଥା ଘଟିଛି। ଫଳରେ ନନ୍ଦିଘୋଷ ରଥ ଯେଉଁଠି ଥିଲା, ସେଇଠି ଅଟକି ରହିଛି। ରାତି ୮ଟା ପରେ ରଥକୁ ଟାଣିବାକୁ ଉଦ୍ୟମ କରାଯାଇଥିଲା। ହେଲେ ପରେ ଏହାକୁ ବନ୍ଦ କରି ଦିଆଯାଇଥିଲା। ଆସନ୍ତାକାଲି ସକାଳ ୯ଟା ୩୦ରେ ପୁଣି ରଥଟଣା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଥିଲେ। ସବୁ ନୀତି ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ସମ୍ପନ୍ନ ହୋଇଥିଲେ ହେଁ , ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡ଼ି ପାରି ନ ଥିଲା। ଫଳରେ ଭକ୍ତଙ୍କ ମନରେ ଖୁବ ଅସନ୍ତୋଷ ଦେଖିବାକୁ ମିଳିଛି।
ପୁରୀ: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ବଡ଼ ଦେଉଳରୁ ଭଉଣୀ ଭାଇଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଆସିଛନ୍ତି କାଳିଆ ସାଆନ୍ତ। ରଥରେ ବିଜେ କରି ନବଦିନାତ୍ମକ ଯାତ୍ରାରେ ଯିବେ ଚତୁର୍ଦ୍ଧାମୂର୍ତ୍ତି।ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଛେରାପହଁରା ପରେ ଆରମ୍ଭ ହୋଇଛି ରଥଟଣା। ମହାରାଜା ଗଜପତି ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କରିବା ପରେ ରଥରୁ ଚାରମାଳ ଫିଟାଯାଇଥିଲା। ଘୋଡା ଏବଂ ସାରଥୀ ମଧ୍ଯ ବନ୍ଧା ହୋଇଥିଲା।  ଏହା ପରେ ପ୍ରଥମେ ଗଡ଼ିଥିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ତାଳଧ୍ୱଜ ରଥ ପ୍ରଥମେ ଗଡ଼ିବା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ଆରମ୍ଭ ହୋଇଥିଲା। ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଛି। ତିନିଠାକୁରଙ୍କ ରଥ ଦଉଡି ଛୁଇଁବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ । ଥାରୁଢ଼ କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ଦେଶ-ବିଦେଶରୁ ଭକ୍ତ ଆସି ପୁରୀ ପହଞ୍ଚିଛନ୍ତି।
ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରିବା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି।
ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି, ଚଳିତବର୍ଷ ପୁଲିସ ବ୍ୟବସ୍ଥାକୁ ୮ଟି ଭାଗରେ ବିଭକ୍ତ କରାଯାଇଛି। ଟ୍ରାଫିକ୍‌ ବ୍ୟବସ୍ଥା, ଶ୍ରୀମନ୍ଦିର ଭିତର ସୁରକ୍ଷା, କର୍ଡନ ଭିତର ସୁରକ୍ଷା, କର୍ଡନ ବାହାର ସୁରକ୍ଷା, ଗହଳି ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା, କୋଷ୍ଟାଲ୍‌ ବ୍ୟବସ୍ଥା ମଧ୍ୟ କରାଯାଇଛି। ପ୍ରଥମ ଥର ପାଇଁ ଇଣ୍ଟିଗ୍ରେଟେଡ୍‌ କମାଣ୍ଡ୍‌ ଆଣ୍ଡ୍‌ କଣ୍ଟ୍ରୋଲ୍‌ ସିଷ୍ଟମ୍‌ କରାଯାଇଛି। ଏହି ଇଣ୍ଟିଗ୍ରେଟେଡ୍‌ କଣ୍ଟ୍ରୋଲ ରୁମ୍‌ରେ ରହି ୨୭୫ଟି ଏଆଇ କ୍ୟାମେରା ମାଧ୍ୟମରେ ଉତ୍ତରା ଛକରୁ ପୁରୀ ସହର, ପୁରୀରୁ କୋଣାର୍କ ଓ ପୁରୀ ସହରାଞ୍ଚଳର କୌଣସିଠାରେ ଟ୍ରାଫିକ୍‌ ଜାମ୍‌  ସମସ୍ୟା‌ର ମୁକାବିଲା ପାଇଁ ନିଷ୍ପତ୍ତି ନେଇହେବ। ସେହିପରି ଆଣ୍ଟି ଡ୍ରୋନ୍‌ ସିଷ୍ଟମ୍‌, ବହୁ ସଂଖ୍ୟାରେ ଆଣ୍ଟି ସାବୋଟାଜ୍‌ ଟିମ୍‌, ଡଗ୍‌ ସ୍କ୍ବାଡ୍‌ ମୁତୟନ ରହିଛି।
ସେହିପରି ଚଳିତବର୍ଷ ୨୧ ଆଇପିଏସ୍‌, ୧୨ଶହ ଅଫିସରଙ୍କ ସହିତ ୨୦୫ ପ୍ଲାଟୁନ୍‌ ପୁଲିସ ଫୋର୍ସର ବ୍ୟବସ୍ଥା କରାଯାଇଛି। ଜଳପଥ ତଟ ସୁରକ୍ଷା ପାଇଁ ମେରାଇନ୍‌ ପୁଲିସ ଟିମ୍‌, କୋଷ୍ଟଗାର୍ଡ, ନୌବାହିନୀ (ନାଭାଲ୍‌)ର ପାଟ୍ରୋଲିଂ ରହିବ। କୋଷ୍ଟଗାର୍ଡର ଆଉ ଏକ ଟିମ୍‌ ଆକାଶମାର୍ଗରୁ ସମୁଦ୍ରକୂଳକୁ ତୀକ୍ଷ୍ଣ ନଜର ରଖିବେ। ଟ୍ରାଫିକ୍‌ ବ୍ୟବସ୍ଥାର ସୁବନ୍ଦୋବସ୍ତ କରିବା ପାଇଁ ଏକ ନୂଆ ଆପ୍‌ ଖୋଲାଯିବ। ଏହି ଆପ୍‌ ମାଧ୍ୟମରେ ଲୋକମାନେ ଯା’ଆସ କରିବାକୁ ଅନୁରୋଧ କରାଯାଇଛି।
ପୁରୀ : ଜୁନ୍‌ ୨୭ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। କାଳିଆ ଠାକୁରଙ୍କ ଦିବ୍ୟ ଓ ଭବ୍ୟ ରଥଯାତ୍ରା ଦେଖିବାକୁ ଭକ୍ତ ଅପେକ୍ଷା କରିଥିବା ବେଳେ ପ୍ରଶାସନ ମଧ୍ୟ ସମସ୍ତ ପ୍ରକାର ପ୍ରସ୍ତୁତି କରିବାରେ ଲାଗିଛନ୍ତି। ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା ସହ ଏଆଇ କ୍ୟାମେରା ଲଗାଇବା ପାଇଁ ପ୍ରଶାସନ ଯୋଜନାକରିଛି। ତେବେ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ରଥଯାତ୍ରାର କଣ ନୀତି ନିର୍ଘଣ୍ଟ ହୋଇଛି, ଆସନ୍ତୁ ଜାଣିବା….
ଜୁନ୍‌ ୨୭- ରଥଯାତ୍ରା
ସକାଳ ୯ଟାରେ ତିନିରଥକୁ ପ୍ରତିଷ୍ଠା କରାଯିବ। ୯ଟା ୧୫ରେ ମଙ୍ଗଳାର୍ପଣ ପରେ ସାଢେ ୯ଟାରୁ ଆରମ୍ଭ ହେବ ଠାକୁରଙ୍କ ପହଣ୍ଡି। ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ଦାରୁବିଗ୍ରହମାନେ ରଥାରୁଢ ହେବା ପରେ ମଦନମୋହନ ବିଜେ କରିବେ। ଚିତା ଲାଗି ପରେ ବେଶ ଶେଷ ହେବ। ଅପରାହ୍ନ ସାଢେ ୨ଟାରୁ ୪ଟା ମଧ୍ୟରେ ଛେରାପହଁରା ଶେଷ ହେବା ପରେ ଚାରମାଳ ଫିଟାଯାଇ ଘୋଡା ଓ ସାରଥି ଲାଗିବେ। ଏହାପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି।
ଜୁଲାଇ ୫ – ବାହୁଡ଼ା ଯାତ୍ରା
ମଧ୍ୟାହ୍ନ ୧୨ଟାରୁ ବାହୁଡା ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ସାଢେ ୨ଟାରେ ପହଣ୍ଡି ଶେଷ ହେବ। ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ଶେଷ ହୋଇ ଅପରାହ୍ନ ୪ଟାରେ ରଥଟଣା ଯିବ।
ଜୁଲାଇ ୬-ସୁନା ବେଶ
ଜୁଲାଇ ୬ ତାରିଖ ଅପରାହ୍ନ ୫ଟାରୁ ସନ୍ଧ୍ୟା ସାଢେ ୬ଟା ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ରାତି ୧୦ରୁ ୧୧ଟା ମଧ୍ୟରେ ବେଶ ମଇଲମ କରାଯିବ। ୭ ତାରିଖ ରାତି ୮ଟାରେ ଅଧରପଣା ନୀତି ସମ୍ପନ୍ନ ହେବ।
ଜୁଲାଇ ୮-ନୀଳାଦ୍ରିବିଜେ
୮ତାରିଖରେ ମହାପ୍ରଭୁ ନୀଳାଦ୍ରିବିଜେ ଅର୍ଥାତ୍‌ ରତ୍ନସିଂହାସନକୁ ବିଜେ କରିବେ ବୋଲି ନୀତି ଚୂଡ଼ାନ୍ତ ହୋଇଛି।
ପୁରୀ: ଆସନ୍ତା ଜୁନ୍‌ ୧୧ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ। ଏହାପରେ ରଥଯାତ୍ରା, ବାହୁଡ଼ା, ସୁନାବେଶ, ନୀଳାଦ୍ରିବିଜେ ଆଦି ବିଶେଷ ପର୍ବପର୍ବାଣୀ ରହିଛି। ଏହିସବୁ ପର୍ବପର୍ବାଣୀ ସମୟରେ ଠାକୁରଙ୍କ ନୀତିକାନ୍ତି କିପରି ସୁଚାରୂ ରୂପେ ସମ୍ପାଦନ କରାଯିବ ସେ ନେଇ ବୁଧବାର ଅନୁଷ୍ଠିତ ହୋଇଥିଲା ଛତିଶା ନିଯୋଗ ବୈଠକ। ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ନାନଯାତ୍ରା, ନବଯୌବନ ଦର୍ଶନ, ରଥଯାତ୍ରା, ବାହୁଡା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ଆଦି ନୀତି ନିର୍ଘଣ୍ଟ ହୋଇଛି।
ଛତିଶା ନିଯୋଗ ବୈଠକରେ ରାଜେନ୍ଦ୍ରାଭିଷକଠାରୁ ନୀଳାଦ୍ରୀବିଜେ ପର୍ଯ୍ୟନ୍ତ ନୀତିକାନ୍ତି ସମ୍ପର୍କରେ ଆଲୋଚନା କରାଯାଇ ଏହାକୁ ଅନୁମୋଦନ କରାଯାଇଛି। ଜୁନ୍‌ ୨୭ରେ ପଡୁଥିବା ରଥଯାତ୍ରା ନୀତିକାନ୍ତି କିପରି ଶୃଙ୍ଖଳିତ ହୋଇପାରିବ ସେ ନେଇ ନୀତି ନିର୍ଘଣ୍ଟ କରାଯାଇଛି। ସେହିଦିନ ସକାଳ ୯ଟାରେ ତିନିରଥକୁ ପ୍ରତିଷ୍ଠା କରାଯିବ। ୯ଟା ୧୫ରେ ମଙ୍ଗଳାର୍ପଣ ପରେ ସାଢେ ୯ଟାରୁ ଆରମ୍ଭ ହେବ ଠାକୁରଙ୍କ ପହଣ୍ଡି। ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ଦାରୁବିଗ୍ରହମାନେ ରଥାରୁଢ ହେବା ପରେ ମଦନମୋହନ ବିଜେ କରିବେ। ଚିତା ଲାଗି ପରେ ବେଶ ଶେଷ ହେବ। ଅପରାହ୍ନ ସାଢେ ୨ଟାରୁ ୪ଟା ମଧ୍ୟରେ ଛେରାପହଁରା ଶେଷ ହେବା ପରେ ଚାରମାଳ ଫିଟାଯାଇ ଘୋଡା ଓ ସାରଥି ଲାଗିବେ। ଏହାପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି।
ଏହା ପୂର୍ବରୁ ଜୁନ୍‌ ୧୧ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ପୂର୍ବ ରାତି ସାଢେ ୪ଟାରେ ମଙ୍ଗଳାର୍ପଣ ସରି ଭୋର ୫ଟାରୁ ପହଣ୍ଡି ଆରମ୍ଭ ହେବ। ପହଣ୍ଡି ପାଇଁ ୨ ଘଣ୍ଟା ସମୟ ରହିଛି। ଅର୍ଥାତ୍‌ ସକାଳ ୭ଟାରେ ପହଣ୍ଡି ସରି ସକାଳ ୯ଟାରେ ମଙ୍ଗଳ ଆଳତି ହେବ। ମଧ୍ୟାହ୍ନ ସାଢେ ୧୨ଟାରୁ ଅପରାହ୍ନ ୧ଟା ୪୫ମଧ୍ୟରେ ଜଳବିଜେ, ପୂଜା ଓ ଠାକୁରଙ୍କ ସ୍ନାନ ସରିବ। ଅପରାହ୍ନ ସାଢେ ୩ଟାରେ ଛେରାପହଁରା ପରେ ଅପରାହ୍ନ ସାଢେ ୪ଟାରେ ଠାକୁରଙ୍କ ହାତୀବେଶ କରାଯିବ। ସନ୍ଧ୍ୟା ସାଢେ ୭ଟାରୁ ରାତି ସାଢେ ୧୦ଟା ଅର୍ଥାତ୍‌ ୩ ଘଣ୍ଟା ସାହାଣ ମେଲା ଦର୍ଶନ ରହିଛି। ଶ୍ରଦ୍ଧାଳୁମାନେ ସ୍ନାନମଣ୍ଡପ ସମ୍ମୁଖରୁ ଦର୍ଶନ କରିବେ କିନ୍ତୁ ସେହି ଠାକୁରଙ୍କୁ ସ୍ପର୍ଶ କରିପାରିବେ ନାହିଁ। ସ୍ନାନଯାତ୍ରାର ବାହୁଡା ପହଣ୍ଡି ରାତି ସାଢେ ୧୧ଟାରୁ ଆରମ୍ଭ ହୋଇ ରାତି ୨ଟାରେ ଶେଷ ହେବ। ଏହାପରେ ଠାକୁରଙ୍କ ସୁନାଚିତା ଏବଂ ରାହୁରେଖା ମଇଲମ ହେବ।
ସେହିପରି ବୈଠକରେ ଜୁଲାଇ ୫ ତାରିଖ ବାହୁଡ଼ା ଯାତ୍ରା ନୀତି ନିର୍ଘଣ୍ଟ ହୋଇଛି। ମଧ୍ୟାହ୍ନ ୧୨ଟାରୁ ବାହୁଡା ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ସାଢେ ୨ଟାରେ ପହଣ୍ଡି ଶେଷ ହେବ। ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ଶେଷ ହୋଇ ଅପରାହ୍ନ ୪ଟାରେ ରଥଟଣା ଯିବ। ଜୁଲାଇ ୬ ତାରିଖ ଅପରାହ୍ନ ୫ଟାରୁ ସନ୍ଧ୍ୟା ସାଢେ ୬ଟା ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ରାତି ୧୦ରୁ ୧୧ଟା ମଧ୍ୟରେ ବେଶ ମଇଲମ କରାଯିବ। ୭ ତାରିଖ ରାତି ୮ଟାରେ ଅଧରପଣା ନୀତି ସମ୍ପନ୍ନ ହେବ। ୮ତାରିଖରେ ମହାପ୍ରଭୁ ନୀଳାଦ୍ରିବିଜେ ଅର୍ଥାତ୍‌ ରତ୍ନସିଂହାସନକୁ ବିଜେ କରିବେ ବୋଲି ନୀତି ଚୂଡ଼ାନ୍ତ ହୋଇଛି। ଶୃଙ୍ଖଳିତ ରଥଯାତ୍ରା ଏବଂ ଭକ୍ତମାନେ କିପରି ସୁବିଧାରେ ଠାକୁରଙ୍କୁ ଦର୍ଶନ କରିବେ ସେଥିରେ ସେବାୟତମାନେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ୍‌ପି ବିନୀତ୍‌ ଅଗ୍ରୱାଲ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁଙ୍କ ସମେତ ଛତିଶା ନିଯୋଗର କର୍ମକର୍ତ୍ତା ଭାଗ ନେଇଥିଲେ।
ସମ୍ପନ୍ନ ହେଲା ଚକ-ଅଖ ଡେରା ନୀତି
ପୁରୀ: ସୋମବାର ଥିଲା ଶ୍ରୀକ୍ଷେତ୍ର ଭଉଁରୀ। ପରମ୍ପରା ଅନୁଯାୟୀ ଏହି ପବତ୍ର ତିଥିରେ ରଥଖଳାରେ ତିନୋଟି ଅଖ ସହ ଛଅଟି ଚକ ସଂଯୋଗ ପୂର୍ବକ ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ପ୍ରଥମେ ୩ଟି ଅଖ ଏବଂ ୬ଟି ଚକର ଅଖ ବିନ୍ଧରେ ତେଲ ଦିଆଯାଇଥିଲା। ସିଂହଦ୍ୱାର ସମ୍ମୁଖ କୂଅରୁ ପାଣି ଅଣାଯାଇ ଡେରା ପାଇଁ ରହିଥିବା ଚକ ଏବଂ ଅଖକୁ ସ୍ନାନ କରାଯାଇଥିଲା। ୬ଟି ଚକ ପନ୍ଦାରୀରେ କମାର ସେବକମାନେ ନଡ଼ିଆ ଭାଙ୍ଗି ଯୋକିଆ କଣ୍ଟା ବାଡେଇଥିଲେ। ସେପଟେ ଶ୍ରୀମନ୍ଦିରରେ ପୂର୍ବାହ୍ନ ୧୧ଟା ୧୦ରେ ସକାଳ ଧୂପ ଶେଷ ହୋଇଥିଲା। ଏହାପରେ ତିନିବାଡ଼ର ପୂଜାପଣ୍ଡା ସାମନ୍ତ ଛତି, ତରାଶ, କାହାଳୀ ସହ ପଟୁଆରରେ ରତ୍ନସିଂହାସନରୁ ଶ୍ରୀବିଗ୍ରହମାନଙ୍କ ୩ଟି ଆଜ୍ଞାମାଳ ନେଇ ରଥଖଳା ଅଭିମୁଖେ ବାହାରିଥିଲେ। ବଡ଼ଠାକୁରଙ୍କ ବାଡରୁ ଲକ୍ଷ୍ମୀ ନାରାୟଣ ପୂଜାପଣ୍ଡା ସାମନ୍ତ, ଦେବୀ ସୁଭଦ୍ରାଙ୍କ ବାଡରୁ ଗୋପବନ୍ଧୁ ପୂଜାପଣ୍ଡା ସାମନ୍ତ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡରୁ ବିଶ୍ୱନାଥ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଆଣି ଆସିଥିଲେ।
ପ୍ରଥମେ ଶ୍ରୀନଅରକୁ ଯାଇ ନିର୍ଦ୍ଦେଶ ପାଇବା ପରେ ରଥଖଳାରେ ପହଞ୍ଚିଥିଲେ। ଏହାପରେ ଭୋଇ ସେବକମାନେ ପ୍ରଥମେ ତାଳଧ୍ୱଜ ରଥର ଚକ ସହିତ ଅଖ ସଂଯୋଗ କରି ଡେରିଥିଲେ। ପରେ ନନ୍ଦିଘୋଷ ଏବଂ ଶେଷରେ ଦର୍ପଦଳନ ରଥର ଚକ ଡେରା ସମ୍ପନ୍ନ ହୋଇଥିଲା। ରଥ ନିର୍ମାଣକାରୀ ସେବକଙ୍କ ଜୟ ଜଗନ୍ନାଥ, ହରିବୋଲ ଧ୍ୱନିରେ ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଚକ ଡେରା କାର୍ଯ୍ୟ ସମ୍ପନ୍ନ ହେବା ପରେ ତିନିଜଣ ପୂଜାପଣ୍ଡା ସାମନ୍ତ ଡେରା ଯାଇଥିବା ଚକରେ ଆଜ୍ଞାମାଳ ପ୍ରଦାନ କରିଥିଲେ। ପ୍ରଥମେ ତାଳଧ୍ୱଜ ରଥରେ ଆଜ୍ଞାମାଳ ଦିଆଯାଇଥିଲା। ଏହାପରେ ନନ୍ଦିଘୋଷ ରଥ ଏବଂ ଶେଷରେ ଦର୍ପଦଳନ ରଥର ଡେରାଯାଇଥିବା ଚକରେ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା। ଆଜ୍ଞାମାଳ ପ୍ରଦାନ ପରେ ତିନିରଥର ମୁଖ୍ୟ ମହାରଣାମାନେ ମହାପ୍ରଭୁଙ୍କୁ ପ୍ରଣାମ କରି ଚକରେ ଲାଗି ହୋଇଥିବା ଆଜ୍ଞାମାଳକୁ କାଢି ରଥଖଳା ସମ୍ମୁଖରେ ଥିବା ମା’ ଚର୍ଚ୍ଚିକାଙ୍କ ପୀଠକୁ ନେଇଥିଲେ। ତିନୋଟି ଯାକ ଆଜ୍ଞାମାଳ ମା’ ଚର୍ଚ୍ଚିକାଙ୍କୁ ଲାଗି କରାଯାଇଥିଲା। ଏହାପରେ ମହାରଣାମାନେ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରି ଫେରିଥିଲେ।