Chaka-Akha Dera Niti - The Sakala

ସମ୍ପନ୍ନ ହେଲା ଚକ-ଅଖ ଡେରା ନୀତି
ପୁରୀ: ସୋମବାର ଥିଲା ଶ୍ରୀକ୍ଷେତ୍ର ଭଉଁରୀ। ପରମ୍ପରା ଅନୁଯାୟୀ ଏହି ପବତ୍ର ତିଥିରେ ରଥଖଳାରେ ତିନୋଟି ଅଖ ସହ ଛଅଟି ଚକ ସଂଯୋଗ ପୂର୍ବକ ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ପ୍ରଥମେ ୩ଟି ଅଖ ଏବଂ ୬ଟି ଚକର ଅଖ ବିନ୍ଧରେ ତେଲ ଦିଆଯାଇଥିଲା। ସିଂହଦ୍ୱାର ସମ୍ମୁଖ କୂଅରୁ ପାଣି ଅଣାଯାଇ ଡେରା ପାଇଁ ରହିଥିବା ଚକ ଏବଂ ଅଖକୁ ସ୍ନାନ କରାଯାଇଥିଲା। ୬ଟି ଚକ ପନ୍ଦାରୀରେ କମାର ସେବକମାନେ ନଡ଼ିଆ ଭାଙ୍ଗି ଯୋକିଆ କଣ୍ଟା ବାଡେଇଥିଲେ। ସେପଟେ ଶ୍ରୀମନ୍ଦିରରେ ପୂର୍ବାହ୍ନ ୧୧ଟା ୧୦ରେ ସକାଳ ଧୂପ ଶେଷ ହୋଇଥିଲା। ଏହାପରେ ତିନିବାଡ଼ର ପୂଜାପଣ୍ଡା ସାମନ୍ତ ଛତି, ତରାଶ, କାହାଳୀ ସହ ପଟୁଆରରେ ରତ୍ନସିଂହାସନରୁ ଶ୍ରୀବିଗ୍ରହମାନଙ୍କ ୩ଟି ଆଜ୍ଞାମାଳ ନେଇ ରଥଖଳା ଅଭିମୁଖେ ବାହାରିଥିଲେ। ବଡ଼ଠାକୁରଙ୍କ ବାଡରୁ ଲକ୍ଷ୍ମୀ ନାରାୟଣ ପୂଜାପଣ୍ଡା ସାମନ୍ତ, ଦେବୀ ସୁଭଦ୍ରାଙ୍କ ବାଡରୁ ଗୋପବନ୍ଧୁ ପୂଜାପଣ୍ଡା ସାମନ୍ତ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡରୁ ବିଶ୍ୱନାଥ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଆଣି ଆସିଥିଲେ।

ପ୍ରଥମେ ଶ୍ରୀନଅରକୁ ଯାଇ ନିର୍ଦ୍ଦେଶ ପାଇବା ପରେ ରଥଖଳାରେ ପହଞ୍ଚିଥିଲେ। ଏହାପରେ ଭୋଇ ସେବକମାନେ ପ୍ରଥମେ ତାଳଧ୍ୱଜ ରଥର ଚକ ସହିତ ଅଖ ସଂଯୋଗ କରି ଡେରିଥିଲେ। ପରେ ନନ୍ଦିଘୋଷ ଏବଂ ଶେଷରେ ଦର୍ପଦଳନ ରଥର ଚକ ଡେରା ସମ୍ପନ୍ନ ହୋଇଥିଲା। ରଥ ନିର୍ମାଣକାରୀ ସେବକଙ୍କ ଜୟ ଜଗନ୍ନାଥ, ହରିବୋଲ ଧ୍ୱନିରେ ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଚକ ଡେରା କାର୍ଯ୍ୟ ସମ୍ପନ୍ନ ହେବା ପରେ ତିନିଜଣ ପୂଜାପଣ୍ଡା ସାମନ୍ତ ଡେରା ଯାଇଥିବା ଚକରେ ଆଜ୍ଞାମାଳ ପ୍ରଦାନ କରିଥିଲେ। ପ୍ରଥମେ ତାଳଧ୍ୱଜ ରଥରେ ଆଜ୍ଞାମାଳ ଦିଆଯାଇଥିଲା। ଏହାପରେ ନନ୍ଦିଘୋଷ ରଥ ଏବଂ ଶେଷରେ ଦର୍ପଦଳନ ରଥର ଡେରାଯାଇଥିବା ଚକରେ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା। ଆଜ୍ଞାମାଳ ପ୍ରଦାନ ପରେ ତିନିରଥର ମୁଖ୍ୟ ମହାରଣାମାନେ ମହାପ୍ରଭୁଙ୍କୁ ପ୍ରଣାମ କରି ଚକରେ ଲାଗି ହୋଇଥିବା ଆଜ୍ଞାମାଳକୁ କାଢି ରଥଖଳା ସମ୍ମୁଖରେ ଥିବା ମା’ ଚର୍ଚ୍ଚିକାଙ୍କ ପୀଠକୁ ନେଇଥିଲେ। ତିନୋଟି ଯାକ ଆଜ୍ଞାମାଳ ମା’ ଚର୍ଚ୍ଚିକାଙ୍କୁ ଲାଗି କରାଯାଇଥିଲା। ଏହାପରେ ମହାରଣାମାନେ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରି ଫେରିଥିଲେ।