Bhawanipatna - The Sakala
ଧାନମଣ୍ଡି ଅବ୍ୟବସ୍ଥା ଓ କଟନୀ ଛଟନୀ ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ
ଭବାନୀପାଟଣା: ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ । ଧାନମଣ୍ଡି ଅବ୍ୟବସ୍ଥା ଓ କଟନୀ ଛଟନୀ ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ ଡାକରା ଦେଇଛି କଂଗ୍ରେସ । ବନ୍ଦ ରହିଛି ସମସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ। ସରକାରୀ ଓ ବେସରକାରୀ ଅଫିସ ବି ବନ୍ଦ ରହିଛି। ପିକେଟିଂ କରୁଛନ୍ତି କଂଗ୍ରେସ କର୍ମୀ। ବନ୍ଦ ଯୋଗୁଁ ବରଗଡ଼- ବରିଗୁମା ଜାତୀୟ ରାଜପଥ ୨୬ କୁ କେସିଙ୍ଗା ଓ ଉତ୍କେଲା ନିକଟରେ ଅବରୋଧ କରିଛନ୍ତି କଂଗ୍ରେସ କର୍ମୀ। ଜିଲ୍ଲାରେ ମଣ୍ଡି ସମସ୍ୟାର ସମାଧାନ, ଧାନ ମଣ୍ଡିରେ କଟନୀ ଛଟନୀ ବନ୍ଦ, ଏନାଲାଇଯାର ମେସିନ ବ୍ୟବହାର ବନ୍ଦ, ମଣ୍ଡିକୁ ମିଲର୍ସଙ୍କ ପ୍ରବେଶ ବନ୍ଦ ଆଦି ଦାବୀ ନେଇ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡ଼ାକରା ଦିଆଯାଇଛି।
ବର୍ଷା ଯୋଗୁଁ ଫସଲ ନଷ୍ଟ, ମଣ୍ଡିରେ ଅବ୍ୟସ୍ଥା ଓ କଟନିଛଟନିକୁ ନେଇ ସ୍ଥାନୀୟ ବିଧାୟକ ସାଗର ଚରଣ ଦାସ ସିଧାସଳଖ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମଣ୍ଡିରେ ଖୁଲମଖୁଲା ଚାଷୀଙ୍କୁ ୭କେଜି ଧାନ କାଟି ଲୁଟ ଚାଲିଛି । ବସ୍ତା, ଶୁତୁଳି ନାରେ ବି ଲୁଟର ଶିକାର ହେଉଛନ୍ତି ଚାଷୀ । ସବୁ ମଣ୍ଡି ଠିକ ଭାବରେ ଖୋଲି ନାହିଁ । ମନ୍ତ୍ରୀ ପ୍ରତିଶ୍ରୁତି ସବୁ ଧୂଆଁ ବାଣ ବୋଲି ବିଧାୟକ କହିଛନ୍ତି । ତେଣୁ ମଣ୍ଡି ବ୍ୟବସ୍ଥା ସଠିକ୍ କରିବା ସହ ତୁରନ୍ତ ଚାଷୀଙ୍କୁ ସବୁ ସୁବିଧା ଯୋଗାଇଦେବାକୁ ଦାବି କରିଛନ୍ତି ।
ବନ୍ଦ ଡ଼ାକରା ଫଳର ବରଗଡ଼ ବାରୀଗୁମା ଜାତିୟ ରାଜପଥ ୨୬କୁ କେସିଙ୍ଗା ଓ ଉତ୍କେଲା ନିକଟର ଅବରୋଧ କରିଛନ୍ତି କଂଗ୍ରେସ୍ କର୍ମୀ । ଏହାସହ ଭବାନୀପାଟଣା ରାୟପୁର ରାସ୍ତାକୁ ମଧ୍ଯ ବୋର୍ଡ଼ା ଓ କର୍ଲାପଡା ନିକଟର ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି କଂଗ୍ରେସ କର୍ମୀ ।
ଆଧ୍ୟାତ୍ମିକ ଚେତନାର ଉତ୍କର୍ଷ ପୀଠ ସିଦ୍ଧବାବା ରତ୍ନମଣି ଅଲେଖ ମହିମା ଆଶ୍ରମ
ଭବାନୀପାଟଣା(ସ୍ୱାଧୀନ ପାତ୍ର): ଧରିତ୍ରୀକୁ ଯାହା ଧରି ରଖିଥାଏ, ତାହାକୁ ଧର୍ମ ବୋଲି ଅନେକ ବିବେଚନା କରନ୍ତି। ତେବେ ଧର୍ମ ଯାହା ହେଉନା କାହିଁକି ମଣିଷକୁ ସତ୍‌ମାର୍ଗରେ ପରିଚାଳିତ କରିବା ତାର ମୁଖ୍ୟ ଉଦ୍ଦେଶ୍ୟ। ସେହିପରି ଓଡ଼ିଶାରେ ବହୁଜନ ଆଦୃତ ଏକ ପ୍ରସିଦ୍ଧ ଧର୍ମୀୟ ଭାବନା ଓ ଆଧ୍ୟାତ୍ମିକ ଚେତନା ହେଉଛି ଅଲେଖ ମହିମା ଧର୍ମ। ଓଡ଼ିଶା ତଥା ଦେଶର ବିଭିନ୍ନ ସ୍ଥାନରେ ଏହା ଗ୍ରହଣୀୟ ହୋଇଥିଲେ ହେଁ ପଶ୍ଚିମ ଓଡ଼ିଶାରେ ଅନେକ ଲୋକ ଦୀକ୍ଷିତ ହୋଇଛନ୍ତି।
ପ୍ରାୟ ସ୍ଥାନରେ ଅଲେଖ ଧର୍ମାବଲମ୍ୱୀ ରହୁଥିବା ବେଳେ ଭବାନୀପାଟଣା ସହରର ଗୋଦାମପଡ଼ାରେ ରହିଥିବା ସିଦ୍ଧବାବା ରତ୍ନମଣି ଅଲେଖ ମହିମା ଆଶ୍ରମ ଏକ ପୁରାତନ ଅଲେଖ ମହିମା ପୀଠ। ପ୍ରାୟ ୧୫୦ ବର୍ଷ ତଳେ ରାଜକୀୟ ଶାସନ ସମୟରେ ଏହା ସ୍ଥାପିତ ହୋଇଥିଲା। ମହାରାଜ ପ୍ରତାପକେଶରୀ ଦେଓଙ୍କ ଜେଜେମା ତଥା ମହାରାଣୀ ରାମଚନ୍ଦ୍ର ପ୍ରିୟା ଦେବୀଙ୍କ ସୌଜନ୍ୟରୁ ଏହି ଜାଗାଟି ପ୍ରଦତ୍ତ ହୋଇଥିଲା। ମହାରାଣୀ ପୁତ୍ରର ସୁସ୍ଥତା କାମନା କରି ଅଲେଖ ବାବାଙ୍କ ଦ୍ୱାରା ଆରୋଗ୍ୟ ଲାଭ କରିଥିବା ହେତୁ ସେ ମହିମା ଧର୍ମଧାରୀଙ୍କୁ ଏଠାରେ ରହିବା ପାଇଁ ସୁବିଧା ଯୋଗାଇ ଦେଇଥିଲେ। ସେବେଠୁ କିଛି ମହିମା ଧର୍ମାବଲମ୍ୱୀ ଏଠାରେ ରହିଆସୁଥିଲେ। ଅନେକ ସମୟରେ ବାବାମାନେ ଭ୍ରମଣରେ ଚାଲିଯାଉଥିବାରୁ ଭଗ୍ନ ଅବସ୍ଥାରେ ଆଶ୍ରମଟି ରହିଥିଲା। ସେତେବେଳେ ଏହା ଝାଟିମାଟିରେ ତିଆରି ହୋଇଥିଲା। ସମୟକ୍ରମେ ସିଦ୍ଧବାବା ରତ୍ନମଣି ଓଡ଼ିଶାର ବିଭିନ୍ନ ସ୍ଥାନ ପରିଭ୍ରମଣ କରିସାରିଲା ପରେ ଏଠାରେ ସ୍ଥାୟୀ ଭାବେ ରହିବାର ଯୋଜନା କରିଥିଲେ। ବାବାଙ୍କ ସହ ତାଙ୍କର ଅନୁଗାମୀ ଓ ଶିଷ୍ୟମାନେ ମଧ୍ୟ କ୍ରମେ ତାଙ୍କ ସହ ରହିବାକୁ ଲାଗିଲେ। ଏଠାରେ ଅଲେଖ ଦର୍ଶନ ସହ ଜ୍ଞାନର ଅଲୋଚନା ଚାଲିଲା। ପ୍ରାରମ୍ଭିକ ଭାବେ ଏହା ୨୦ଏକର ପରିମିତ ଜାଗା ଥିଲା। କାଳକ୍ରମେ ଏହା ବର୍ତ୍ତମାନ ବିଭିନ୍ନ କାରଣରୁ ଗୋଟିଏ ଏକରରୁ କମ ଜାଗା ବିଶିଷ୍ଟ ହୋଇଯାଇଛି।
ଏହି ସ୍ଥାନଟି ୧୯୮୫ ମସିହାବେଳକୁ ଅମରିବଣ ପରିପୂର୍ଣ୍ଣ ଥିଲା। ସେହି ସମୟରେ ସିଦ୍ଧବାବା ରତ୍ନମଣିଙ୍କ ସୁଯୋଗ୍ୟ ଉତ୍ତରାଧିକାରୀ ତଥା ବାବା ଭଗବାନ ଦାସ ଯୋରନ୍ଦାରେ ଦୀର୍ଘଦିନ ରହିବା ପରେ ଏହି ଆଶ୍ରମକୁ ଆସିଥିଲେ। ଗୁରୁଙ୍କ ଆଜ୍ଞାରେ ଗୁରୁଙ୍କ ପାଖେ ପାଖେ ରହିବାକୁ ମନସ୍ଥ କରିଥିଲେ। ସ୍ଥାନୀୟ ବାସିନ୍ଦା ନକୁଳ ମାଝୀ ଆଶ୍ରମର ଦୁରାବସ୍ଥା ଦେଖି ଦୁଇଟି କୁଡ଼ିଆ ନିର୍ମାଣ କରିଦେଇଥିଲେ, ଯିଏ କି ଜଣେ ଅଲେଖ ଧର୍ମର ସାଧକ ଥିଲେ। ୧୯୮୭ ମସିହାରେ ଅସୁସ୍ଥତା କାରଣରୁ ରତ୍ନମଣି ବାବାଙ୍କ ଦେହାନ୍ତ ପରେ ବାବା ଭଗବାନ ଦାସ ଆଶ୍ରମର ଦାୟିତ୍ୱ ନେଇଥିଲେ। ବାଲ୍ୟକାଳରୁ ବୈରାଗୀ ସାଜିଥିବା ବାବା ଭଗବାନ ବଲାଙ୍ଗୀରର ଯୋଗୀମୁଣ୍ଡାରେ ଜନ୍ମଗ୍ରହଣ କରିଥିଲେ। ଅଲେଖ ପ୍ରଭୁଙ୍କ କୃପାରୁ ସେ ଜନ୍ମ ହୋଇଥିବା ବେଳେ ୧୨ବର୍ଷ ବୟସରୁ ଅଲେଖ ମହିମା ଧର୍ମରେ ଦୀକ୍ଷିତ ହୋଇଥିଲେ। ପ୍ରାରମ୍ଭିକ ଭାବେ ବୈରାଗୀ ହୋଇ ଗୁରୁ ରତ୍ନମଣି ବାବାଙ୍କ ମାର୍ଗଦର୍ଶନରେ ସେ ଅନ୍ୟମାନଙ୍କୁ ମଧ୍ୟ ଦୀକ୍ଷିତ କରିଆସୁଛନ୍ତି। ଗୁରୁ ଆଜ୍ଞା-“ଗ୍ରାମକୁ ରାତିଏ, ଘରକୁ ମୁଠିଏ, ଆଜ୍ଞା ପାଳିଥିବ, ପିଣ୍ଡେ ପ୍ରାଣ ଥିବା ଯାଏଁ, ରହିବାକୁ ଭଙ୍ଗାଘର ଚାଟଶାଳ, ଅସମୟେ ବୃକ୍ଷମୂଳକୁ ଆଧାର କରି ସେ ନିଜର ଧର୍ମୀୟ ଜୀବନ ଅତିବାହିତ କରିଆସୁଛନ୍ତି। ଗୁରୁ ରତ୍ନମଣି ବାବାଙ୍କ ଦେହତ୍ୟାଗ ପରେ ଆଶ୍ରମର ଉନ୍ନତି ପାଇଁ ସେ ବିଶେଷ ଉଦ୍ୟମ କରିଥିଲେ। ଭବାନୀପାଟଣା ପୁରୁଣାପଡ଼ାର ଘାସିରାମ ପ୍ରଧାନଙ୍କ ସହାୟତାରେ ମଣ୍ଡପ ନିର୍ମାଣ ସହ ଅନ୍ୟ ଗୃହ ମଧ୍ୟ ନିର୍ମିତ ହୋଇଥିଲା। ସେହିପରି ତତ୍କାଳୀନ ଭବାନୀପାଟଣା ବିଧାୟକ ଭକ୍ତଚରଣ ଦାସଙ୍କ ସହଯୋଗରେ ଦୁଇଟି ମନ୍ଦିର ଓ ବର୍ତ୍ତମାନ ଦୃଷ୍ଟିଗୋଚର ହେଉଥିବା ପୁରୁଣାଘର ନିର୍ମିତ ହୋଇଥିଲା। ବାବା ଭଗବାନ ଦାସ ଅହୋରାତ୍ର ଆଶ୍ରମର ଉନ୍ନତି ଦିଗରେ ମନୋନିବେଶ କରିଥିଲେ। ବର୍ତ୍ତମାନ ସେ ୭୬ବର୍ଷ ବୟସରେ ଉପନୀତ। ଅନେକ ବ୍ୟକ୍ତି, ଦାତା ତଥା ଶୁଭେଚ୍ଛୁଙ୍କ ସହଯୋଗରେ ଆଶ୍ରମର ଅନେକ ଉନ୍ନତି ସମ୍ଭବପର ହୋଇପାରିଛି। ସେହିପରି ଭବାନୀପାଟଣା ବିଧାୟକ ପ୍ରଦୀପ ନାଏକ ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି। ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ଅନେକ ସାଧକ, ବୈରାଗୀ ଓ ଦୀକ୍ଷିତ ବ୍ୟକ୍ତି ଏଠାରେ ରହୁଥିବା ବେଳେ ବିକାଶର ଆବଶ୍ୟକତା ରହିଛି।
ଭବାନୀପାଟଣା(ସ୍ୱାଧୀନ ପାତ୍ର): ପ୍ରାୟ ଦୁଇ ଦଶନ୍ଧି ଭିତରେ ଭବାନୀପାଟଣାର ସର୍ବବୃହତ ପୁଷ୍କରିଣୀ ଆଶା ସାଗରର ଭାଗ୍ୟ ଓ ଭବିଷ୍ୟତ ଅନ୍ଧାରୀ ଇଲାକାରେ ପରିଣତ ହେବାକୁ ଯାଉଥିଲା। କିନ୍ତୁ ଏ କ୍ଷେତ୍ରରେ ସଦୁପଯୋଗ ଓ ସୁପରିଚାଳନାକୁ ନିଜର ପରମ କର୍ତ୍ତବ୍ୟ ଭାବିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ଶୁଭ ଦୃଷ୍ଟି ପଡ଼ିବାପରେ ଆଶା ସାଗର ଏବେ ପୁନଃ ଜୀବନ ପାଇବାକୁ ଯାଉଛି।
ଭବାନୀପାଟଣା ସହରବାସୀଙ୍କ ପାଇଁ ଜୀବନରେଖା କୁହାଯାଉଥିବା ସର୍ବବୃହତ ପୁଷ୍କରିଣୀ “ଆଶା ସାଗର’ ହେବ ପୁନରୁଦ୍ଧାର। ସାଗରର ପ୍ରାୟ ୬୦ ଏକରରେ ଜଳପୂର୍ଣ୍ଣ ହୋଇ ରହିବ। ଚତୁଃପାଶ୍ୱର୍ରେ ହେବ ସୌନ୍ଦର୍ଯ୍ୟକରଣ। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗତ ନଭେମ୍ୱର ୨୧ତାରିଖ ‘ଆଶା ସାଗର ପୁନରୁଦ୍ଧାର ପ୍ରକଳ୍ପ’ର ପ୍ରଶାସନିକ ଅନୁମୋଦନ ନେଇ ବିଜ୍ଞପ୍ତି ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ୨୦୨୩ ମସିହା ମେ ୨୦ ତାରିଖରେ ଭବାନୀ ପାଟଣା ଗସ୍ତ କରି ‘ଆଶା ସାଗର’ ପୁନରୁଦ୍ଧାର ଓ ନବୀକରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଯାହାକି ନିକଟରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି।
କଳାହାଣ୍ଡିର ଐତିହ୍ୟ ସମ୍ପନ୍ନ “ଆଶା ସାଗର’ ପୁନରୁଦ୍ଧାର କାର୍ଯ୍ୟରେ ମୋଟ ୬ କୋଟି ୬୮ଲକ୍ଷ ୬୧ହଜାର ଟଙ୍କା ବ୍ୟୟ ଅଟକଳକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ସହରାଞ୍ଚଳ ଜଳାଶୟ ନବୀକରଣ କାର୍ଯ୍ୟକ୍ରମ ତଥା ‘ଆମ ପୋଖରୀ’ ଯୋଜନା ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ହେଉଛି। ଆଶା ସାଗରର ନବୀକରଣ ପାଇଁ ଆସିଥିବା ଅର୍ଥ ବିନିମୟରେ ପ୍ରାଥମିକ ପର୍ଯ୍ୟାୟରେ ଜଳ ନିଷ୍କାସନ, ଘାସ ଦଳ ସଫା କରିବା, ପଙ୍କଉଦ୍ଧାର, ବନ୍ଧ ସୁଦୃଢ଼ୀକରଣ, ଗାବିଆନ ପ୍ରାଚୀର, ପ୍ରାକୃତିକ ସମାଧାନ ଜଳାଶୟରେ ଆର୍ଦ୍ରଭୂମି ପ୍ରସ୍ତୁତ ପରେ ଲେକ ମଡେଲ ନିର୍ମାଣ ପଦ୍ଧତି ପ୍ରତି ଗୁରୁତ୍ୱ ଦିଆଯିବ। ପରବର୍ତ୍ତୀ ସମୟରେ ଆଶା ସାଗରର ସୌନ୍ଦର୍ଯ୍ୟକରଣ ସମସ୍ତ ଦିଗ ଉପରେ ଧ୍ୟାନ ଦିଆଯିବ ବୋଲି ପୌର ପରିଷଦ ପକ୍ଷରୁ ସୂଚନ ମିଳିଛି।
ତେବେ ଏହି ସମସ୍ତ କାର୍ଯ୍ୟର ସୁଗମ ଅଗ୍ରଗତି ପାଇଁ ମିଶନ ଶକ୍ତି ସହଯୋଗ କରିବେ। ଭବାନୀପାଟଣା ପୌରପାଳିକା ଅଧୀନରେ ମୋଟ ୨୫ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆଶା ସାଗର ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଭୁବନେଶ୍ୱରରୁ ଆସିଥିବା ବିଶେଷଜ୍ଞ ଟିମ୍‌ ଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ତାଲିମ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି। ଭୁବନେଶ୍ୱରରୁ ଦୁଇଟି ପର୍ଯ୍ୟାୟରେ ବୈଷୟିକ ଟିମ୍‌ ସର୍ଭେ ପରେ ଆଶା ସାଗର ପୁନରୁଦ୍ଧାର ପ୍ରକଳ୍ପକୁ ଅନୁମୋଦନ କରାଯାଇଥିଲା। ସାଗରର ଜଳ ଧାରଣ କ୍ଷମତା ବୃଦ୍ଧି କରାଯିବା, ଚତୁଃପାଶ୍ୱର୍ରେ ସୌନ୍ଦର୍ଯ୍ୟକରଣ, ପାର୍କ ନିର୍ମାଣ, ମର୍ଣ୍ଣିଂ ୱାକ ଟ୍ରାକ୍‌ ଭଳି ଅନେକ ଯୋଜନା କରାଯିବାକୁ ପରିକଳ୍ପନା କରାଯାଇଛି।
ପ୍ରକାଶ ଥାଉକି, ସିପାହୀ ବିଦ୍ରୋହ ବେଳେ କଳାହାଣ୍ଡିରର ତତ୍କାଳୀନ ମହାରାଜା ଉଦିତ ପ୍ରତାପ ଦେଓ ଲୋକଙ୍କ ସାମୁହିକ ସୁବିଧା ପାଇଁ “ଆଶା ସାଗର’ ଖନନ କରିଥିଲେ। ଐତିହାସିକ ଓ ଗବେଷକଙ୍କ ଅନୁଯାୟୀ ୧୮୫୭ ପରଠାରୁ ୧୮୭୩ ମସିହା ମଧ୍ୟରେ ଦୁଇ ଦୁଇ ଥର ଆଶା ସାଗର ଖନନ କରାଯାଇଥିଲା। ଏକର ଏକର ଚାଷ ଜମିରେ ଜଳସେଚନ ଓ ପାନୀୟ ଜଳର ସୁବିଧା ଯୋଗାଇବା ଆଶା ସାଗରର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଭବାନୀପାଟଣା ସହର ମଧ୍ୟଭାଗ କାଳୀ ମନ୍ଦିରଠାରୁ ଖନନ ହୋଇଥିଲା। ଦୀର୍ଘ ୧୭ ବର୍ଷ ଧରି ଶତାଧିକ ଶ୍ରମିକ କଠିନ ପରିଶ୍ରମ କରିଥିଲେ। ୯୯ ଏକର ପରିମିତ ଜଳାଶୟର ଗଭୀରତା ୪୦ ଫୁଟ୍‌ ଥିଲା। ମହାରାଜା ତାଙ୍କ ଧର୍ମପତ୍ନୀ ଆଶାକୁମାରୀ ଦେବୀଙ୍କ ସ୍ମୃତିକୁ ଜୀବନ୍ତ ରଖିବା ପାଇଁ ‘ଆଶା ସାଗର’ ନାମରେ ଏହାର ନାମକରଣ କରିଥିଲେ। ଦୁର୍ଭାଗ୍ୟର ବିଷୟ ଏହି କି ଯେ ୧୦୬ ଏକର ପରିମିତ ଜମିରେ ଯେଉଁ ଆଶା ସାଗର ନିର୍ମାଣ ହୋଇଥିଲା ତାହାକୁ ଚାରିପଟୁ ଜବରଦଖଲ କରାଯାଇଛି। ଏବେ କେହି ବି ନିଶ୍ଚିତ ହୋଇ ପାରୁ ନାହାନ୍ତି ଆଶା ସାଗର ବର୍ତ୍ତମାନ କେତେ ଏକର ଜମିରେ ଶ୍ରୀହୀନ ଅବସ୍ଥାରେ ପଡିରହିଛି। ପୌର ପରିଷଦ ତରଫରୁ ୬୨ ଏକର ଜମି ଥିବା କଥା ଆଉ କେହି କେହି ତାଠୁ ଯଥେଷ୍ଟ କମ୍‌ ଜମି ବର୍ତ୍ତମାନ ଅଛି ବୋଲି ପ୍ରକାଶ କରିଛନ୍ତି। ସେ ଯାହା ହେଉ, ଐତିହାସିକ ଗୁରୁତ୍ୱ ବହନ କରିଥିବା ଆଶା ସାଗର ପୁଣି ଜୀବନ ଫେରି ପାଇବ ତାହାକୁ ନେଇ ସମସ୍ତେ ଖୁସି। ୧୪୦ ହେକ୍ଟର ଜମିକୁ ଜଳସେଚିତ କରିପାରୁଥିବା ଏହି ‘ଆଶା ସାଗର’ ହରାଇଥିବା ଅସ୍ଥିତ୍ୱକୁ ରାଜ୍ୟ ସରକାର ଉଚିତ ବିଚାର କରି ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହାର ସଠିକ୍‌ କାର୍ଯ୍ୟକାରିତାକୁ ନେଇ ଭବାନୀପାଟଣା ସହରବାସୀଙ୍କ ମଧ୍ୟରେ ଏବେ ‘ଆଶା ସାଗର’ ଆଶା ସଞ୍ଚାର କରିଛି।
‘୫-ଟି’ଅଧକ୍ଷ ଓ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ୨୦ ମେ ୨୦୨୩ ତାରିଖ ଦିନ ଭବାନୀପାଟଣା ସହରସ୍ଥିତ ପ୍ରସ୍ତାବିତ ଆଶା ସାଗର ନବୀକରଣ ନିମନ୍ତେ ପରିଦର୍ଶନ କରିଥିଲେ। ପରବର୍ତ୍ତୀ ସମୟରେ ଭବାନୀପାଟଣା ପୌରପାଳିକା ତାର ସମ୍ପୂର୍ଣ୍ଣ ବିବରଣୀ ସହ ବୈଷୟିକ ତଥ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଓଡ଼ିଶା ସରକାରଙ୍କୁ ପ୍ରଦାନ କରିଥିଲେ। ବହୁ ଦିନରୁ ପଡ଼ିରହିଥିବା ଆବର୍ଜନା ପୂର୍ଣ୍ଣ ଆଶା ସାଗରକୁ ଏକ ସ୍ୱଚ୍ଛ, ସୁନ୍ଦର ଏବଂ ମନୋରମ ସ୍ଥଳି ରୂପରେ ପରିଣତ କରାଯିବାକୁ ପଦକ୍ଷେପ ନେଇଛନ୍ତି।
-ସଂଯୁକ୍ତା ବେହେରା ପୌରାଧ୍ୟକ୍ଷା, ଭବାନୀପାଟଣା
ତକ୍ରାଳୀନ ୨୮ତମ ନାଗବଂଶୀ ମହାରାଜା ଉଦିତ ପ୍ରତାପ ଦେଓ ଆଶାସାଗର ଖନନ କରିବା ପଛରେ ଅନେକ ଜନହିତକର ଉଦ୍ଦେଶ୍ୟ ରହିଥିଲା। ବିଶେଷଭାବେ ଚାଷ ପାଇଁ ଜଳସେଚନ ଓ ପାନୀୟ ଜଳ। କେବଳ ତାହା ନୁହଁ, ପ୍ରଚୁର ମାଛ ଆଶା ସାଗରରେ ମିଳୁଥିବା ଯୋଗୁଁ ମାଛ ଚାଷ ମଧ୍ୟ ପ୍ରମୁଖ ଭୂମିକା ନିଭେଇ ଆସୁଥିଲା। ସେ ସମୟରେ ସାଧାରଣତଃ ଘରେ କୂଅ କିମ୍ୱା ପୋଖରୀ ଖୋଳା ଯାଉ ନ ଥିଲା। ଆଶା ସାଗର ହିଁ ସେଥିପାଇଁ ସମସ୍ତଙ୍କ ଆଶା ଓ ଭରସା ପାଲଟିଥିଲା।
-ଡଃ. ଉମେଶ ଚନ୍ଦ୍ର ଶତପଥୀ, ଗବେଷକ ଓ ଶିକ୍ଷାବିତ୍‌, ଭବାନୀପାଟଣା
ଭବାନୀପାଟଣା ସହରରେ ଆଶା ସାଗର ସବୁ ଠାରୁ ବଡ଼ ଥିଲା। କାଳକ୍ରମେ ଉଭୟ କାଳି ମନ୍ଦିର ଏବଂ ଅର୍କାବାହେଲି ଆଡୁ ଅନଧିକାର ପ୍ରବେଶ ହେଇ ତାର ପରିସର କମି ଯାଇଛି ତଥା ଜଳ ଧାରଣ କ୍ଷମତା କମିଛି। ୨୦୦୬ରେ ତକ୍ରାଳିନ ଜିଲ୍ଲାପାଳ ଏହାର ଇଣ୍ଟେକ ନାଳକୁ ଅଲଗା କରିବାରୁ ଜଳ ପ୍ରବେଶ କମିଗଲା। କିନ୍ତୁ ମୁଖ୍ୟମନ୍ତ୍ରୀ ଓ ‘୫-ଟି’ ଅଧ୍ୟକ୍ଷଙ୍କ ପରିଦର୍ଶନ ପରେ ଯେଉଁ ଅର୍ଥ ଆସିଛି ତାର ସଦବିନିଯୋଗ ପାଇଁ ସ୍ୱତନ୍ତ୍ର କମିଟି ହେଲେ କାର୍ଯ୍ୟ ସୁଚାରୁ ଭାବେ ହେବ ବୋଲି ମୁଁ ବିଶ୍ୱାସ କରେ। ସହରବାସୀ ଏହାକୁ ସ୍ୱାଗତ କରିବେ କାରଣ ଏହା ସହରର ମାନ ବୃଦ୍ଧି କରିବ।
-ଡଃ. ଅଜୟ ମିଶ୍ର, ଶିକ୍ଷାବିତ୍‌, ଭବାନୀପାଟଣା
‘ଆଶା ସାଗର’ର ନବକଳେବର ହେଲେ ପାରିପାଶ୍ୱିର୍କ ଅବସ୍ଥାରେ ପରିବର୍ତ୍ତନ ଆସିବ। ସାଗରର ଚତୁଃପାଶ୍ୱର୍ରେ ସୌନ୍ଦର୍ଯ୍ୟକରଣ, ପାର୍କ ଦ୍ୱାରା ଅଞ୍ଚଳର ଅନେକ ବ୍ୟକ୍ତିଙ୍କୁ ‘ଆଶା ସାଗର’ ଆକୃଷ୍ଟ କରିବା ସହିତ ପର୍ଯ୍ୟଟନ କ୍ଷେତ୍ରରେ ରୂପାନ୍ତରିତ ହେବ। ତେବେ ନିଶ୍ଚିତ ରୂପେ ଭବାନୀପାଟଣା ସୌନ୍ଦର୍ଯ୍ୟ ପୃଷ୍ଠାରେ ଆଉ ଏକ ନୂତନ ଫର୍ଦ୍ଦ ଯୋଡ଼ି ହେବ। ବିଭିନ୍ନ ଅଞ୍ଚଳରୁ ଶହ ଶହ ଲୋକ ଓ ଯୁବ ସମ୍ପ୍ରଦାୟ ପାଇଁ ଆମୋଦ ପ୍ରମୋଦର କାରଣ ସାଜିବ। ଭବାନୀପାଟଣା ସହରବାସୀଙ୍କ ପାଇଁ “ଆଶା ସାଗର’ ଜୀବନରେଖା ପାଲଟିବ।
-ଆଶୁତୋଷ ପୁରୋହିତ, ଯୁବ ସାହିତ୍ୟିକ, ଭବାନୀପାଟଣା
ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
କଳାହାଣ୍ଡି: ପ୍ରତିଷ୍ଠା ଦିବସରେ କଳାହାଣ୍ଡି ଜିଲ୍ଲାବାସୀ ଦେଖିଲେ ବିକାଶର ନୂଆ ସୂର୍ଯ୍ୟୋଦୟ । କଳାହାଣ୍ଡି ଯାଇ ରୂପାନ୍ତରଣ ପ୍ରକ୍ରିୟାକୁ ଆଗେଇ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାବାସୀଙ୍କୁ ୧୨୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ନବୀନ । କଳାହାଣ୍ଡିରେ ନବନିର୍ମିତ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ପାଠପଢ଼ା ସହିତ ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଛନ୍ତି ମୁଖ୍ରମନ୍ତ୍ରୀ । ଦୀର୍ଘ ଦୁଇ ଦଶନ୍ଧି ଧରି ଜିଲ୍ଲାବାସୀଙ୍କ ମେଡିକାଲ କଲେଜ ଆଶା ପୂରଣ ହୋଇଛି ।
୪୮୧ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଛି ଭବାନୀପାଟଣା ମେଡିକାଲ କଲେଜ ଓ ହସ୍ପିଟାଲ । ୧୦୦ ସିଟରେ ନାମଲେଖା ପାଇଁ ଘଗଉ ଠାରୁ ଅନୁମତି ଦେଇଛି । ଏହି ମେଡିକାଲ କଲେଜ ଓ ହସ୍ପିଟାଲଟିର ନାମ କଳାହାଣ୍ଡି ଜିଲ୍ଲାର ମହାନ ସ୍ଵାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ ରଖାଯାଇଛି ।
ଭାରସାମ୍ଯ ହରାଇ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର; ଗ୍ୟାସ ନିର୍ଗତ ହେବା ପରେ ଯାତାୟାତ ବନ୍ଦ
କଳାହାଣ୍ଡି: ଭାରସାମ୍ଯ ହରାଇ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର । ଭବାନିପାଟଣା ରାୟପୁର ୧୬ ନମ୍ବର ରାଜ୍ଯ ରାଜପଥ ପାଷ୍ଟିପଡା ନିକଟରେ ଭାରସାମ୍ଯ ହରାଇ ଗ୍ୟାସ ବୋଝେଇ ଟ୍ୟାଙ୍କରଟି ଓଲଟି ପଡିଛି । ଦୁର୍ଘଟଣା ପରେ ଟ୍ୟାଙ୍କରରୁ ଗ୍ୟାସ ନିର୍ଗତ ହେଉଛି । ଗ୍ୟାସ୍ ନିର୍ଗତ ହୋଇ ପୁରା ଅଞ୍ଚଳର ଧୂଆଁମୟ ହୋଇଛି । ଫଳରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ୍ ଲିକ୍ ବନ୍ଦ କରିବାକୁ ଉଦ୍ୟମ ଚଳାଇଛନ୍ତି । ଗ୍ୟାସ୍ ଲିକ ହେବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅଛନ୍ତି । ପାଖ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ କିଛି ସମୟ ପାଇଁ ରନ୍ଧା ବଢା କରିବା ପାଇଁ ପାଇଁ ମନା କରାଯାଇଛି । ଏହା ସହିତ ସେହି ସ୍ଥାନକୁ ଅବା ଆଖ ପାଖ ସ୍ଥାନକୁ ନ ଯିବା ପାଇଁ ମନା କରାଯାଇଛି ।
ଦାନ ମାଝୀଙ୍କ ଝିଅ ପାଇଁ ଗାଁ ରେ ଖୁସିର ମାହୋଲ, ଗାଁର ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା ସୁଧାରିବେ ଚାନ୍ଦିନୀ
ଭବାନୀପାଟଣା : କଳାହାଣ୍ଡି ଜିଲା ବଣ ପାହାଡ଼ ଘେରା ଥୁଆମୂଳ ରାମପୁରର ଦୁର୍ଗମ ଅଞ୍ଚଳ ମେଲଘରା ଗାଁ ରେ ଖୁସିର ମାହୋଲ। କାରଣ ଏହି ଗାଁର ବିଶ୍ୱ ଚର୍ଚ୍ଚିତ ଦାନ ମାଝୀଙ୍କ ଝିଅ ଚାନ୍ଦିନୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେ ଭୁବନେଶ୍ୱର କିସରେ ପଢୁଥିଲେ। ଗ୍ରାମବାସୀ ଶନିବାର ଚାନ୍ଦିନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏବଂ ଗ୍ରାମରେ ମିଠା ବାଣ୍ଟିଛନ୍ତି। ନିପଟ ମଫସଲ ଗାଁର ଆଦିବାସୀ ଝିଅ ଭୁବନେଶ୍ୱରରେ ପଢ଼ି କୃତକାର୍ଯ୍ୟ ହୋଇଥିବାରୁ ଗ୍ରାମବାସୀ ବହୁତ ଖୁସି ଥିବା କହିଛନ୍ତି।
ପ୍ରକାଶ ଯେ ଗତ ୨୦୧୬ ମସିହାରେ ଦାନ ମାଝୀ ନିଜ ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହି ଦୀର୍ଘ ୧୦ କିମି ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲେ। ପରେ କିଛି ସାମାଜିକ କର୍ମୀଙ୍କ ସହଯୋଗରେ ତାଙ୍କୁ ଆମ୍ବୁଲାନ୍ସ ପ୍ରଦାନ କରାଯାଇଥିଲା। ଏହି ଘଟଣା ସେତେବେଳେ ବିଶ୍ୱ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଥିଲା ଓ ଦାନ ମାଝୀଙ୍କ ନିକଟକୁ ଦେଶ ବିଦେଶରୁ ସହଯୋଗର ସୁଅ ଛୁଟିଥିଲା। ସେତେବେଳେ ପ୍ରଶାସନ ମଧ୍ୟ ଦାନ ମାଝୀଙ୍କ ଗାଁ କୁ ଯାଇ ଗାଁର ଚିତ୍ର ବଦଳାଇବାକୁ ଉଦ୍ୟମ କରିଥିଲେ। ଇତି ମଧ୍ୟରେ ୫ ବର୍ଷରୁ ଉର୍ଦ୍ଧ ସମୟ ବିତିଗଲାଣି। ହେଲେ ମେଲଘରା ଆଜିବି ଅବହେଳିତ ହୋଇ ରହିଛି।
ସୂଚନାଯୋଗ୍ୟ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସାଇସୁରନି ଠାରୁ ମେଲଘରା ପର୍ଯ୍ୟନ୍ତ ଆଜି ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଏହି ପରି ରାସ୍ତାର ପୋଲ ଗୁଡିକ ନଷ୍ଟ ହେଲାଣି। ବର୍ଷା ଦିନେ ଏହି ଗ୍ରାମବାସୀ ବିଛିନାଞ୍ଚଳ ଯନ୍ତ୍ରଣା ଭୋଗିଥାନ୍ତି। ଏହି ଗାଁ ର ଲୋକ ଆଜିବି ସ୍ୱାସ୍ଥ୍ୟ ସେବା ପାଇଁ ବହୁ ହଇରାଣ ହେଉଥିବା ଜଣାପଡିଛି। ସେହିପରି ଗାଁ ରେ ଥିବା ପ୍ରାଥମିକ ବିଦ୍ୟାଳୟ ବିପଦ ସଂକୁଳ ହୋଇ ରହିଛି। ତେବେ ଆଗକୁ ଉଚ୍ଚ ଶିକ୍ଷା ପରେ ଗାଁ ର ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା ସୁଧାରିବା ପାଇଁ କାର୍ଯ୍ୟ କରିବେ ବୋଲି ଦାନ ମାଝୀଙ୍କ ଝିଅ ଚାନ୍ଦିନୀ କହିଛନ୍ତି।
ଭବାନୀପାଟଣାରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ କଳାହାଣ୍ଡିର ଭବାନୀପାଟଣାଠାରେ ନିର୍ମିତ ଏକ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ଉଦ୍‌ଘାଟନ କରିଛନ୍ତି। ବେଦାନ୍ତ ଗ୍ରୁପ୍‌ ଏହି କୋଭିଡ ହସ୍ପିଟାଲ ପରିଚାଳନା କରିବ । ଏଥିରେ ୧୬ଟି ଆଇସିୟୁ ଓ ୧୬ଟି ଏଚଡିୟୁ ଶଯ୍ୟା ସହିତ ଏକ ସ୍ୱତନ୍ତ୍ର ଶିଶୁ ଚିକିତ୍ସା ୱାର୍ଡ ମଧ୍ୟ ରହିଛି । ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବେଦାନ୍ତ ଚେୟାରମ୍ୟାନ୍‌ ଅନୀଲ ଅଗ୍ରଓ୍ବାଲ ପ୍ରମୁଥ ଉପସ୍ଥିତ ଥିଲେ ।
ଏହାଦ୍ବାରା କଳାହାଣ୍ଡି ଓ ଆଖପାଖ ଅଞ୍ଚଳର ଲୋକମାନେ ଉନ୍ନତମାନର କୋଭିଡ ଚିକିତ୍ସା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ହସପିଟାଲ ପାଇଁ ବେଦାନ୍ତ ଗ୍ରୁପ ତଥା ଏହାର ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ହସପିଟାଲରେ ଚିକିତ୍ସା ଠାରୁ ଆରମ୍ଭ କରି ରୋଗ ନିରୂପଣ, ଔଷଧ, ଖାଦ୍ୟ ଆଦି ସବୁ ମାଗଣାରେ ଯୋଗାଇ ଦିଆଯିବ।
ପୋଲିସ ବାବୁଙ୍କ ଜୁଲମ : ୨କେଜି ମାଂସ ନ ସିଝିବାରୁ ମାଂସ ବିକାଳୀକୁ ଥାନାକୁ ଡାକି ମାଗିଲେ ଆଉ ୧୦ କେଜି
ଭବାନୀପାଟଣା : କଳାହାଣ୍ଡି ଜିଲା ପୋଲିସ କିଛିଦିନ ହେବ ଚର୍ଚ୍ଚାରେ ରହିଛି। ସେ ଅଟୋ ଡ୍ରାଇଭରଙ୍କୁ ଟ୍ରାଫିକ କର୍ମଚାରୀଙ୍କ ମାଡ଼ ଘଟଣା ହେଉ କିମ୍ବା ଡ୍ରଗ୍ସ ବେପାରୀ ଓ ବାଇକ ଲୁଟେରା ଗ୍ୟାଙ୍ଗକୁ ଠାବ କରି ହେଉ। ତେବେ ଜଣେ ମାଂସ ବିକାଳୀଙ୍କ ଉପରେ ଜୁଳୁମ କରି ପୁଣିଥରେ ଚର୍ଚ୍ଚାକୁ ଆସିଛି ଜିଲା ପୋଲିସ। ଜଣେ ମାଂସ ବିକାଳୀଙ୍କୁ ଗିରଫ ଭୟ ଦେଖାଇ ଗିରଫ ବଦଳରେ ଖାସି ମାଂସ ନେଇ ଭୋଜିଭାତର ଆସର ଜମେଇଛି କୋକସରା ପୋଲିସ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ପୋଲିସ ଚାପି ଦେବାକୁ ଉଦ୍ୟମ କରୁଥିବା ବେଳେ ମାଂସ ବିକାଳୀ ଜଣକ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି ଓ ତାଙ୍କୁ ନ୍ୟାୟ ଦେବାକୁ ଅନୁରୋଧ କରିଛନ୍ତି।
ଅଭିଯୋଗ ଅନୁସାରେ କୋକସରା ଥାନା ଅଧିନ ମୋଟେର ଠାରେ ଶେଖ ସରିଫ ନାମକ ଜଣେ ବ୍ୟକ୍ତି ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ ସମୟ ହେବ ମୋଟେର ଛକରେ ଖାସି ମାଂସ ବ୍ୟବସାୟ କରନ୍ତି। ଗତ ୨୯ ତାରିଖରେ କୋକସରା ଥାନାର ଜଣେ କର୍ମଚାରୀ ତାଙ୍କ ଦୋକାନକୁ ଆସି ୨ କେଜି ଖାସି ମାଂସ ନେଇଥିଲେ। ଏହାର ଦିନକ ପରେ ଅର୍ଥାତ ୩୦ ତାରିଖରେ ପୁଣି ଜଣେ କର୍ମଚାରୀ ଆସି ଥାନାକୁ ଯିବାକୁ କହିଥିଲେ। ସେ କାରଣ ପଚାରିବାରୁ କାରଣ ନ କହି ତୁରନ୍ତ ଥାନାକୁ ଯିବାକୁ ବାଧ୍ୟ କରିଥିଲେ। ଏହାପରେ ସେ ଥାନାକୁ ଯିବାରୁ ତାଙ୍କୁ ପ୍ରଥମେ ସେଠି ଜଣେ ଅପରାଧୀ ଭଳି ବ୍ୟବହାର କରାଯାଇଥିଲା। ପରେ ଥାନା ଅଧିକାରୀ ଆସି ତାଙ୍କୁ ଧମକ ଚମକ କରିବା ସହ ସେ ଦେଇ ଥିବା ୨ କେଜି ମାଂସ ଖରାପ ଥିଲା ବୋଲି କହିଥିଲେ। ଏଥିପାଇଁ କିଛି ପୋଲିସ ଅଧିକାରୀଙ୍କ ସ୍ୱାଥ୍ୟବସ୍ଥା ବିଗିଡି ଥିବା କୁହାଯାଇଥିଲା। ଏବଂ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସଦୃଶ ମାମଲା ରୁଜୁ କରାଯାଇ ଗିରଫ ଧମକ ଦିଆଯାଇଥିଲା। ତେବେ ମାଂସ ଖରାପ ଥିବା ନେଇ ଅନ୍ୟ କାହାର ଏଭଳି ଅଭିଯୋଗ ନାହିଁ ବୋଲି ଶେଖ ସରିଫ ଯୁକ୍ତି ବାଢ଼ିଥିଲେ । ପରେ ତାଙ୍କ ବିରୁଦ୍ଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦିଆଯାଇଥିଲା। ଏଥିରେ ସେ ଡ଼ରିଯାଇଥିଲେ। ତେବେ ୧୦ କେଜି ଖାସି ମାଂସ ଦେଲେ ତାଙ୍କୁ ଛାଡିବ ବୋଲି ପୋଲିସ ଅଧିକାରୀ ତାଙ୍କୁ କହିଥିଲେ। ସେ ଏଥିରେ ରାଜି ହୋଇ ତୁରନ୍ତ ୧୦ କେଜି ଖାସି ମାଂସର ବ୍ୟବସ୍ଥା କରିଥିଲେ। ଏ ବାବଦକୁ ପୋଲିସ କୌଣସି ଟଙ୍କା ଦେଇ ନଥିଲା। ତେବେ ପୋଲିସ ତାଙ୍କୁ ମାନସିକ ନିର୍ଯ୍ୟାତନା ସହିତ ଆର୍ଥିକ ଶୋଷଣ କରିଥିବାରୁ ସେ ନ୍ୟାୟ ଦାବି କରିଛନ୍ତି।
ଏନେଇ କୋକସରା ଥାନା ଅଧିକାରୀ ବାସୁଦେବ ଛାତ୍ରୀଆଙ୍କୁ ପଚାରିବାରୁ ସେ କହିଥିଲେ ଯେ ସମ୍ପୃକ୍ତ ମାଂସ କଟାଳିଙ୍କ ଠାରୁ ଅଣାଯାଇଥିବା ୨ କେଜି ମାଂସ ଠିକ ଭାବେ ସିଝି ନଥିଲା ଏଣୁ ତାଙ୍କୁ ଥାନାକୁ ଡକାଯାଇଥିଲା। ତେବେ ପରେ ଅଣାଯାଇଥିବା ୧୦ କେଜି ମାଂସ ବାବଦକୁ ଟଙ୍କା ଦେଇଥିବା କହିଛନ୍ତି।
୩୮.୭୨ ଗ୍ରାମ ଡ୍ରଗ୍ସ ଜବତ, ଦୁଇ ଗିରଫ
ଭବାନୀପାଟଣା : ଭବାନୀପାଟଣା ସଦର ଥାନା ପୋଲିସ ସହରରେ ଚାଲୁଥିବା ଏକ ଡ୍ରଗ୍ସ ନେଟୱାର୍କକୁ ଧରିବାରେ ସଫଳ ହୋଇଛି। ଏଥିରେ ୩୮.୭୨ ଗ୍ରାମର ଡ୍ରଗ୍ସ ଜବତ ହେବା ସହ ଦୁଇ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ଏକ କାର ଓ ଦୁଇଟି ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି।
ସଦର ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏକ କାରକୁ ଅଟକାଇ ଯାଞ୍ଚ କରି ଏହି ଡ୍ରଗ୍ସ ଜବତ କରିଥିଲା। ଏହି ଡ୍ରଗ୍ସ ସମ୍ବଲପୁର ଅଞ୍ଚଳରୁ ଏଠାକୁ ଆସୁଥିବା ବେଳେ ଏହି ଜାଲରେ ଭବାନୀପାଟଣା ସହରର ଯୁବଗୋଷ୍ଠୀ ଙ୍କୁ ଟାର୍ଗେଟ କରାଯାଉ ଥିଲା ବୋଲି ଏସପି ଶ୍ରଭଣା ବିବେକ ଏମ କହିଛନ୍ତି। ଏବଂ ଜବତ ଡ୍ରଗ୍ସ କୁ ପରୀକ୍ଷା ପାଇଁ ଫରେନସିକ ଲ୍ୟାବ କୁ ପଠା ଯାଇଛି। ସେହିପରି କେଉଁ ମାନେ ଏହି ବ୍ୟକ୍ତି ଙ୍କ ଠାରୁ ଡ୍ରଗ୍ସ ନେଉଥିଲେ, ସେମାନଙ୍କୁ ଚିହ୍ନଟ କରାଯିବ ବୋଲି ମଧ୍ୟ ଏସପି କହିଛନ୍ତି।
ତିନି ଜଣିଆ ବାଇକ ଚୋର ଗ୍ୟାଙ୍ଗ ଠାବ, ୫ ବାଇକ ଜବତ
ଭବାନୀପାଟଣା : ଭବାନୀପାଟଣା ସଦର ଥାନା ପୋଲିସ ଏକ ବାଇକ ଚୋର ଗ୍ୟାଙ୍ଗକୁ ଠାବ କରିଛି। ଏହା ସହ ସେମାନଙ୍କ ଠାରୁ ୫ ଟି ଚୋରୀ ମଟର ସାଇକେଲ ଉଦ୍ଧାର କରିଛି। ଏବଂ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରିଛି। ପ୍ରକାଶ ଯେ ଭବାନୀପାଟଣା ସହର ପୁରୁଣା ପଡାର ସ୍ନେହାସିସ ପାତ୍ରଙ୍କ ମଟରସାଇକଲ ଗତ ୭ ମେ ରେ ଚୋରି ହୋଇଥିଲା। ଏନେଇ ସେ ଭବାନୀପାଟଣା ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ. ୧୫୩/୨୦୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ସଦର ଥାନା ଅଧିନ ଠେମରା ଗ୍ରାମର ୨୧ ବର୍ଷୀୟ ଯୁବକ, କେଗାଁ ଥାନା ଅଧିନ କନ୍ଦାଖାଲ ଗ୍ରାମର ୩୧ ବର୍ଷୀୟ ଯୁବକ ଓ ସଦର ଥାନା ଅଧୀନ ତେନ୍ତୁଲିପଡାର ୩୦ ବର୍ଷୀୟ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୫ ଟି ବାଇକ ଉଦ୍ଧାର ହୋଇଛି। ଗିରଫ ଅଭିଯୁକ୍ତ ମାନେ ଭବାନୀପାଟଣା ଟାଉନ ଥାନାର ୩ ଟି ଚୋରି ମାମଲାରେ ସମ୍ପୃକ୍ତ ଥିବା ପୋଲିସ କହିଛି।
ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର ଓ ହତ୍ୟା ଉଦ୍ୟମ
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଅଞ୍ଚଳର ଡମ୍ବରୁ ଧର ଗୌଡ଼ ନିଜ ଗାଁ ନିକଟରେ ରହୁଥିବା ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ରାତି ୧୧ ଟାରେ ଘରୁ ଡାକି ନେଇ ଟାସିଗୁଡା ମଦ ଭାଡ଼ି ନିକଟରେ ଏକ ଚାଷ ଜମିରେ ଦୁଷ୍କର୍ମ କରିଥିଲେ। ପରେ ଲୁହାରଡ଼ ଏବଂ ପଥର ସହଯ୍ୟରେ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସଙ୍କଟାପନ୍ନ ଅବସ୍ଥାରେ ଯୁବତୀ ଜଣକ ଜିଲ୍ଲା ମୂଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।