national security - The Sakala

ଭାରତର ନୂତନ ଜାତୀୟ ସୁରକ୍ଷା ନେତୃତ୍ୱର ଦିଗ ନିର୍ଦ୍ଧାରଣ କରିବ କି ପଞ୍ଜାବ?
ଗତ ୪୫ ଦିନ ମଧ୍ୟରେ ଭାରତର ଜାତୀୟ ସୁରକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଭାରତୀୟ ସେନା, ନୌସେନା ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ସମେତ ନୂତନ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (CDS) ଭାବେ ନୂଆ ମୁଖ୍ୟମାନଙ୍କୁ ନିଯୁକ୍ତି ଦିଆଯାଇଛି। ଆଗାମୀ ୭୫ ଦିନ ମଧ୍ୟରେ ବାୟୁସେନା ପାଇଁ ମଧ୍ୟ ଜଣେ ନୂଆ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ନୂତନ ଜାତୀୟ ସୁରକ୍ଷା ନେତୃତ୍ୱ ପାଇଁ ଆଗାମୀ ଦିନରେ ଅନେକ ଆହ୍ୱାନ ରହିଥିବା ବେଳେ ପଞ୍ଜାବ ଏବେ ସବୁଠାରୁ ବଡ଼ ଚିନ୍ତାର କାରଣ ପାଲଟିଛି।

ମୋଦୀ ସରକାରଙ୍କ ଆଗରେ ପଞ୍ଜାବର ନୂଆ ଆହ୍ୱାନ

କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦୀ ସରକାର ଦେଶରେ ମାଓବାଦୀ ସମସ୍ୟା, ଉତ୍ତର-ପୂର୍ବାଞ୍ଚଳ (ମଣିପୁରକୁ ବାଦ୍ ଦେଲେ) ଏବଂ ଜମ୍ମୁ-କାଶ୍ମୀରରେ ଆତଙ୍କବାଦକୁ କମାଇବାରେ ସଫଳତା ହାସଲ କରିଛନ୍ତି। କିନ୍ତୁ ବର୍ତ୍ତମାନ ପଞ୍ଜାବରେ ଏକ ନୂଆ ସୁରକ୍ଷା ସଙ୍କଟ ମୁଣ୍ଡ ଟେକୁଥିବା ଦେଖାଯାଉଛି। ରାଜ୍ୟରେ ଧାର୍ମିକ ମେରୁକରଣ ବୃଦ୍ଧି ପାଉଥିବାରୁ ଭାରତର ଜାତୀୟ ସୁରକ୍ଷା ବ୍ୟବସ୍ଥା ଏହି ଆହ୍ୱାନର ମୁକାବିଲା ପାଇଁ କେତେ ପ୍ରସ୍ତୁତ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ରାଜନୈତିକ ଶୂନ୍ୟସ୍ଥାନ ଏବଂ ଉଗ୍ରବାଦର ଆଶଙ୍କା

ପଞ୍ଜାବରେ ଶିରୋମଣି ଅକାଳୀ ଦଳ (ବାଦଲ) ନିଜର ରାଜନୈତିକ ପ୍ରଭାବ ହରାଉଥିବା ବେଳେ ପନ୍ଥୀକ ଶକ୍ତିଗୁଡ଼ିକ ଉପରେ ଦଳର ନିୟନ୍ତ୍ରଣ ଦୁର୍ବଳ ହୋଇଛି। ଏହି କାରଣରୁ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନର ଫାଇଦା ଉଠାଇବାକୁ ଉଗ୍ରବାଦୀ ଚିନ୍ତାଧାରାର ଗୋଷ୍ଠୀଗୁଡ଼ିକ ଆଗେଇ ଆସୁଛନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ଫାଇଦା ହାସଲ କରିବା ଲାଗି ସେମାନେ ପ୍ରୟାସ ଆରମ୍ଭ କରିଛନ୍ତି। ବିଶେଷ କରି ୧୯୮୦ ଏବଂ ୧୯୯୦ ଦଶକରେ ଦେଖାଦେଇଥିବା ଉଗ୍ରବାଦ ଏବଂ ଅଶାନ୍ତ ପରିସ୍ଥିତିକୁ ପୁନର୍ବାର ସୃଷ୍ଟି କରିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ଉଦ୍ୟମ କରାଯାଉଥିବା ଜାତୀୟ ସୁରକ୍ଷା ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୟୁଏପିଏ (UAPA) ଆଇନ ବଳରେ ୨୩ ପାକିସ୍ତାନୀଙ୍କୁ ଆତଙ୍କବାଦୀ ଘୋଷଣା କଲା ଗୃହ ମନ୍ତ୍ରଣାଳୟ
ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ (MHA) ଶନିବାର ଆତଙ୍କବାଦ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପାକିସ୍ତାନରେ ରହି ଭାରତ ବିରୋଧୀ କାର୍ଯ୍ୟକଳାପ ଚଳାଉଥିବା ୨୩ ଜଣ ବ୍ୟକ୍ତିଙ୍କୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ବା ୟୁଏପିଏ (UAPA) ଅଧୀନରେ ଆତଙ୍କବାଦୀ ଘୋଷଣା କରାଯାଇଛି। ସୀମାପାର ଆତଙ୍କବାଦ ଉପରେ ଲଗାମ ଲଗାଇବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

ଜୈଶ୍ ଏବଂ ଲସ୍କର ସହ ରହିଛି ସମ୍ପୃକ୍ତି

ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଆତଙ୍କବାଦୀ ଘୋଷିତ ହୋଇଥିବା ଏହି ୨୩ ଜଣ ବ୍ୟକ୍ତି ମୁଖ୍ୟତଃ ଜୈଶ-ଏ-ମହମ୍ମଦ (JeM) ଏବଂ ଲସ୍କର-ଏ-ତୋଇବା (LeT) ଭଳି କୁଖ୍ୟାତ ଆତଙ୍କୀ ସଂଗଠନ ସହ ଜଡିତ ଅଛନ୍ତି। ନୂତନ ବିଜ୍ଞପ୍ତି ଅନୁସାରେ ସେମାନଙ୍କ ନାମ ୟୁଏପିଏ ଆଇନର ଚତୁର୍ଥ ଅନୁସୂଚୀରେ କ୍ରମିକ ନମ୍ବର ୫୮ ରୁ ୮୦ ମଧ୍ୟରେ ସାମିଲ କରାଯାଇଛି। ଏହି ସମସ୍ତ ଅପରାଧୀ ବର୍ତ୍ତମାନ ପାକିସ୍ତାନରେ ଆଶ୍ରୟ ନେଇ ସେଠାରୁ ଆତଙ୍କବାଦୀ ଷଡ଼ଯନ୍ତ୍ର ରଚୁଛନ୍ତି।

ଜମ୍ମୁ-କାଶ୍ମୀରରେ ଆକ୍ରମଣ ଓ ଅସ୍ତ୍ରଶସ୍ତ୍ର ଯୋଗାଣ

ଏହି ବ୍ୟକ୍ତିମାନେ ଆତଙ୍କବାଦୀ ନିଯୁକ୍ତି, ସୀମାରେ ଅନୁପ୍ରବେଶ, ଆତଙ୍କୀ ପ୍ରଶିକ୍ଷଣ ଏବଂ ଡ୍ରୋନ୍ ମାଧ୍ୟମରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଯୋଗାଣରେ ସମ୍ପୃକ୍ତ ଥିବା ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ବିଶେଷ କରି ଜମ୍ମୁ-କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଏମାନେ ନିରନ୍ତର ପ୍ରୟାସ କରୁଥିଲେ। ରିପୋର୍ଟ ଅନୁଯାୟୀ, କାଶ୍ମୀରର ନଗ୍ରୋଟା ଏବଂ ସୁଞ୍ଜୱାନ ଆକ୍ରମଣ ଭଳି ବଡ଼ ଘଟଣାରେ ସେମାନଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷ ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡିଛି।

ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି

କେନ୍ଦ୍ର ସରକାରଙ୍କ ଏହି ସଦ୍ୟ ପଦକ୍ଷେପ ଆତଙ୍କବାଦ ବିରୋଧରେ ଭାରତର 'ଜିରୋ ଟଲରାନ୍ସ' (ଶୂନ୍ୟ ସହନଶୀଳତା) ନୀତିକୁ ପୁଣିଥରେ ପ୍ରମାଣିତ କରିଛି। ସୂଚନାଯୋଗ୍ୟ ଯେ, ୨୦୧୯ ମସିହାରେ କେନ୍ଦ୍ର ସରକାର ୟୁଏପିଏ ଆଇନରେ ସଂଶୋଧନ କରି ସଂଗଠନ ବ୍ୟତୀତ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଆତଙ୍କବାଦୀ ଘୋଷଣା କରିବାର ନୂଆ ପ୍ରାବଧାନ ଆଣିଥିଲେ। ଏହି ନୂତନ ଆଇନ ପ୍ରଣୟନ ପରେ ଜାତୀୟ ନିରାପତ୍ତାକୁ ସୁଦୃଢ଼ କରିବା ପାଇଁ ଭାରତ ସରକାର କ୍ରମାଗତ ଭାବେ ଆତଙ୍କବାଦୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି।

ଦିଲ୍ଲୀରେ ହାଇଅଲର୍ଟ: ଲାଲକିଲ୍ଲା ଓ ଚାନ୍ଦିନୀ ଚୌକରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା
ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣର କଳା ବାଦଲ ଘୂରି ବୁଲୁଛି। ଗୁଇନ୍ଦା ବିଭାଗର ସୂଚନା ମୁତାବକ, ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବା (LeT) ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ଏବଂ ଚାନ୍ଦିନୀ ଚୌକ ଅଞ୍ଚଳରେ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଛି। ଏହି ସୂଚନା ମିଳିବା ପରେ ଦିଲ୍ଲୀ ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇଅଲର୍ଟରେ ରଖାଯାଇଛି।

ମନ୍ଦିର ଓ ଭିଡ଼ ଅଞ୍ଚଳ ଟାର୍ଗେଟରେ

ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀମାନେ ଚାନ୍ଦିନୀ ଚୌକରେ ଥିବା ଏକ ପ୍ରମୁଖ ମନ୍ଦିର ଏବଂ ଲାଲକିଲ୍ଲା ନିକଟବର୍ତ୍ତୀ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକୁ ଟାର୍ଗେଟ କରିପାରନ୍ତି। ସୂଚନା ମିଳିଛି ଯେ, ଇସଲାମାବାଦର ଏକ ମସଜିଦରେ ହୋଇଥିବା ବିସ୍ଫୋରଣର ପ୍ରତିଶୋଧ ନେବା ପାଇଁ ଲସ୍କର-ଇ-ତୋଇବା ଭାରତରେ ଏହି ଆକ୍ରମଣର ଷଡ଼ଯନ୍ତ୍ର ରଚୁଛି। ଆତଙ୍କବାଦୀମାନେ IED (Improvised Explosive Device) ବ୍ୟବହାର କରି ବିସ୍ଫୋରଣ ଘଟାଇବାକୁ ଯୋଜନା କରୁଥିବା ଆଶଙ୍କା କରାଯାଉଛି।

କଡ଼ା ସୁରକ୍ଷା ବ୍ୟବସ୍ଥା

ଏହି ଗୁଇନ୍ଦା ସୂଚନା ପରେ ଦିଲ୍ଲୀର ପ୍ରମୁଖ ଧାର୍ମିକ ଓ ଐତିହାସିକ ସ୍ଥଳୀଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଲାଲକିଲ୍ଲା ଏବଂ ଚାନ୍ଦିନୀ ଚୌକ ଅଞ୍ଚଳରେ ପୋଲିସ ପକ୍ଷରୁ ବ୍ୟାପକ ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି। ସନ୍ଦିଗ୍ଧ ବ୍ୟକ୍ତି ଓ ବାହନଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି ଏବଂ ସିସିଟିଭି କ୍ୟାମେରା ମାଧ୍ୟମରେ ନିରନ୍ତର ନିରୀକ୍ଷଣ କରାଯାଉଛି। ଜନସାଧାରଣଙ୍କୁ ମଧ୍ୟ ସତର୍କ ରହିବାକୁ ଏବଂ କୌଣସି ସନ୍ଦେହଜନକ ବସ୍ତୁ ଦେଖିଲେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି।

ମା, ଭଉଣୀଙ୍କ ମୁଣ୍ଡରୁ ସିନ୍ଦୂର ପୋଛିବାର ପରିଣାମ କଣ ଆତଙ୍କବାଦୀ ଜାଣିଲେ : ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବିଗତ ଦିନରେ ଆମେ ଦେଶର ଶକ୍ତି ଏବଂ ଏହାର ସଂଯମତା ଉଭୟ ଦେଖିଛୁ। ସର୍ବପ୍ରଥମେ, ପ୍ରତ୍ୟେକ ଭାରତୀୟଙ୍କ ପକ୍ଷରୁ, ମୁଁ ଭାରତର ଶକ୍ତିଶାଳୀ ନେବା ବାହିନୀ, ସଶସ୍ତ୍ର ବାହିନୀ, ଆମର ଗୁଇନ୍ଦା ସଂସ୍ଥା, ଆମର ବୈଜ୍ଞାନିକମାନଙ୍କୁ ପ୍ରଣାମ କରୁଛି। ଆମର ସାହସୀ ସୈନିକମାନେ ଅପରେସନ ସିନ୍ଦୂରର ଉଦ୍ଦେଶ୍ୟ ହାସଲ କରିବା ପାଇଁ ଅପାର ସାହସ ପ୍ରଦର୍ଶନ କରିଥିଲେ। ଆଜି, ମୁଁ ଏହି ସାହସ ଏବଂ ବୀରତ୍ୱକୁ ଆମ ଦେଶର ପ୍ରତ୍ୟେକ ମାଆ, ଦେଶର ପ୍ରତ୍ୟେକ ଭଉଣୀ ଏବଂ ଦେଶର ପ୍ରତ୍ୟେକ ଝିଅଙ୍କୁ ଉତ୍ସର୍ଗ କରୁଛି।

୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀମାନେ ଯେଉଁ ବର୍ବରତା ଦେଖାଇଥିଲେ ତାହା ଦେଶ ଏବଂ ବିଶ୍ୱକୁ ଚକିତ କରିଦେଇଥିଲା। ଛୁଟି କଟାଇବା ପାଇଁ ପହଲଗାମ ଯାଇଥିବା ନିର୍ଦ୍ଦୋଷ ନାଗରିକଙ୍କୁ ସେମାନଙ୍କ ଧର୍ମ ପଚରା ଯାଇ, ସେମାନଙ୍କ ପରିବାର ଏବଂ ପିଲାମାନଙ୍କ ସାମ୍ନାରେ ନିର୍ମମ ଭାବରେ ହତ୍ୟା କରାଯାଉଥିଲା। ଏହା ଆତଙ୍କର ଏକ ଅତି ଭୟଙ୍କର ଚେହେରା ଥିଲା। ସେଠାରେ ନିଷ୍ଠୁରତା ଥିଲା। ଏହା ମଧ୍ୟ ଦେଶର ସଦଭାବନାକୁ ଭାଙ୍ଗିବା ପାଇଁ ଏକ ଘୃଣ୍ୟ ପ୍ରୟାସ ଥିଲା। ମୋ ପାଇଁ ବ୍ୟକ୍ତିଗତ ଭାବରେ, ଏହି ଯନ୍ତ୍ରଣା ବହୁତ ବଡ଼ ଥିଲା।

ମା-ଭଉଣୀଙ୍କ ମୁଣ୍ଡରୁ ସିନ୍ଦୂର ପୋଛିବାର ପରିଣାମ କଣ ଆତଙ୍କବାଦୀ ଜାଣିଲେ

ଏହି ଆତଙ୍କବାଦୀ ଆକ୍ରମଣ ପରେ, ସମଗ୍ର ଦେଶ, ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ସମାଜ, ପ୍ରତ୍ୟେକ ରାଜନୈତିକ ଦଳ ଆତଙ୍କବାଦ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଏକ ସ୍ୱରରେ ଛିଡ଼ା ହୋଇଥିଲେ। ଆମେ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଭାରତୀୟ ସେନାକୁ ସ୍ବଧିନତା ଦେଇଥିଲୁ। ଆଜି ଆତଙ୍କବାଦୀ ଏବଂ ପ୍ରତ୍ୟେକ ଆତଙ୍କବାଦୀ ସଂଗଠନ ଆମର ମା ଏବଂ ଭଉଣୀଙ୍କ କପାଳରୁ ସିନ୍ଦୁର ପୋଛିବାର ପରିଣାମ କ’ଣ ହେବ ତାହା ଜାଣିଯାଇଥିବେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଅପରେସନ ସିନ୍ଦୂର କେବଳ ଏକ ନାମ ନୁହେଁ। ଏହା ଦେଶର କୋଟି କୋଟି ଲୋକଙ୍କ ଭାବନାର ପ୍ରତିଫଳନ। ଅପରେସନ ସିନ୍ଦୂର ନ୍ୟାୟର ଏକ ଅଖଣ୍ଡ ପ୍ରତିଜ୍ଞା।

ଯେତେବେଳେ ରାଷ୍ଟ୍ର ସର୍ବୋଚ୍ଚ ହୁଏ, ସେତେବେଳେ ଦୃଢ଼ ନିଷ୍ପତ୍ତି ନିଆଯାଏ

ଭାରତୀୟ ସେନା ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡା ଏବଂ ସେମାନଙ୍କ ତାଲିମ କେନ୍ଦ୍ର ଉପରେ ସଠିକତାର ସହିତ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ କଳ୍ପନା ମଧ୍ୟ କରିନଥିଲେ ଯେ ଭାରତ ଏତେ ବଡ଼ ନିଷ୍ପତ୍ତି ନେଇପାରିବ, କିନ୍ତୁ ଯେତେବେଳେ ଦେଶ ଏକଜୁଟ ହୁଏ, ରାଷ୍ଟ୍ର ପ୍ରଥମର ଭାବନାରେ ପରିପୂର୍ଣ୍ଣ ହୁଏ, ରାଷ୍ଟ୍ର ସର୍ବୋଚ୍ଚ, ସେତେବେଳେ ଦୃଢ଼ ନିଷ୍ପତ୍ତି ନିଆଯାଏ। ଫଳାଫଳଗୁଡ଼ିକ ପ୍ରଦର୍ଶିତ ହୁଏ।

ଯେତେବେଳେ ଭାରତର କ୍ଷେପଣାସ୍ତ୍ର ଏବଂ ଡ୍ରୋନ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲେ, ସେତେବେଳେ କେବଳ ଆତଙ୍କବାଦୀ ସଂଗଠନଗୁଡ଼ିକର କୋଠା ଧ୍ୱଂସ ହୋଇନଥିଲା ବରଂ ସେମାନଙ୍କର ମନୋବଳ ମଧ୍ୟ ଭାଙ୍ଗି ଯାଇଥିଲା। ବାହାୱଲପୁର, ମୋରିଡିକ ଆତଙ୍କୀ ଆଡ୍ଡାକୁ ଏକ ପ୍ରକାର ବିଶ୍ୱ ଆତଙ୍କବାଦର ବିଶ୍ୱବିଦ୍ୟାଳୟ ଥିଲା। ବିଶ୍ୱର ଯେକୌଣସି ସ୍ଥାନରେ ଯେକୌଣସି ବଡ଼ ଆତଙ୍କବାଦୀ ଆକ୍ରମଣ ଘଟିଛି, ତାହା ୯/୧୧ ହେଉ, ଲଣ୍ଡନ ଟ୍ୟୁବ୍ ବୋମା ବିସ୍ଫୋରଣ ହେଉ କିମ୍ବା ଦଶନ୍ଧି ଧରି ଭାରତରେ ଘଟିଥିବା ବଡ଼ ଆତଙ୍କବାଦୀ ଆକ୍ରମଣ ହେଉ, ସେସବୁ କେଉଁଠି ନା କେଉଁଠି, ଏହି ଆତଙ୍କବାଦ ସଙ୍ଗଠନ ଗୁଡିକ ଜଡିତ ଥିଲା। ଯାହା ଉପରେ ମିଜାଇଲ୍ ମାଡ଼ କରି ଭାରତ ମାଟିରେ ମିଶାଇଦେଇଥିଲା।

୧୦୦ ରୁ ଅଧିକ ଭୟଙ୍କର ଆତଙ୍କବାଦୀ ନିପାତ ହୋଇଛନ୍ତି

ଆତଙ୍କବାଦୀମାନେ ଆମର ଭଉଣୀମାନଙ୍କର ପୋଛିଥିଲେ। ତେଣୁ ଭାରତ ଆତଙ୍କର ଏହି ମୁଖ୍ୟାଳୟଗୁଡ଼ିକୁ ଧ୍ୱଂସ କରିଛି। ଭାରତର ଏହି ଆକ୍ରମଣରେ ୧୦୦ରୁ ଅଧିକ ଭୟଙ୍କର ଆତଙ୍କବାଦୀ ନିହତ ହୋଇଛନ୍ତି। ଗତ ଅଢ଼େଇରୁ ତିନି ଦଶନ୍ଧି ଧରି ଅନେକ ଆତଙ୍କବାଦୀ ପାକିସ୍ତାନରେ ମୁକ୍ତ ଭାବରେ ବୁଲୁଛନ୍ତି ଏବଂ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। ଭାରତ ସେମାନଙ୍କୁ ଗୋଟିଏ ଝଟକାରେ ଧ୍ୱଂସ କରିଦେଲା।

ପାକିସ୍ତାନ ଆମର ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିଥିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିବା ପରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା। ଆତଙ୍କବାଦ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିବା ପରିବର୍ତ୍ତେ, ପାକିସ୍ତାନ ଭାରତ ଉପରେ ହିଁ ଆକ୍ରମଣ କରିବା ଆରମ୍ଭ କରିଦେଲା। ପାକିସ୍ତାନ ଆମର ସ୍କୁଲ-କଲେଜ, ଗୁରୁଦ୍ୱାର, ମନ୍ଦିର, ସାଧାରଣ ନାଗରିକଙ୍କ ଘରକୁ ଟାର୍ଗେଟ କରିଥିଲା। ପାକିସ୍ତାନ ଆମର ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରିଥିଲା, କିନ୍ତୁ ଏଥିରେ ମଧ୍ୟ ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆସିଥିଲା।

ବିଶ୍ୱ ଦେଖିଲା କିପରି ପାକିସ୍ତାନର ଡ୍ରୋନ୍ ଏବଂ ପାକିସ୍ତାନର କ୍ଷେପଣାସ୍ତ୍ର ଭାରତ ଆଗରେ ଫେଲ୍‌ ମାରିଲା। ଭାରତର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ପାକିସ୍ତାନର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ଆକାଶରେ ହିଁ ଧ୍ୱଂସ କରିଦେଇଥିଲା। ପାକିସ୍ତାନ ସୀମାରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିଲା, କିନ୍ତୁ ଭାରତ ପାକିସ୍ତାନର ଛାତିରେ ଆକ୍ରମଣ କଲା।

ଧ୍ୱଂସ ପରେ, ପାକିସ୍ତାନୀ ସେନା ଆମର DGMO ସହିତ ଯୋଗାଯୋଗ କରିଥିଲା।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତର ଡ୍ରୋନ୍, ଭାରତର କ୍ଷେପଣାସ୍ତ୍ର ସଠିକତାର ସହିତ ଆକ୍ରମଣ କରିଛି। ପାକିସ୍ତାନୀ ବାୟୁସେନାର ଏୟାରବେସଗୁଡ଼ିକୁ କ୍ଷତି ପହଞ୍ଚାଇଲା। ପ୍ରଥମ ତିନି ଦିନରେ, ଭାରତ ପାକିସ୍ତାନକୁ ଏପରି ଶିକ୍ଷା ଦେଲା ଯେ, ଯାହା ସେ କଳ୍ପନା ମଧ୍ୟ କରିନଥିଲା। ତେଣୁ, ଭାରତର ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ପରେ, ପାକିସ୍ତାନ ଖସିବା ପାଇଁ ଉପାୟ ଖୋଜିବା ଆରମ୍ଭ କଲା। ପାକିସ୍ତାନ ସାରା ବିଶ୍ୱକୁ ଉତ୍ତେଜନା ହ୍ରାସ କରିବାକୁ ନିବେଦନ କରିଥିଲା ​​ଏବଂ ମେ ୧୦ ତାରିଖ ଅପରାହ୍ନରେ, ପାକିସ୍ତାନୀ ସେନା ଆମର ଡିଜିଏମଓଙ୍କ ସହିତ ଯୋଗାଯୋଗ କରିଥିଲା।

ସେତେବେଳକୁ ଆମେ ଆତଙ୍କବାଦର ଭିତ୍ତିଭୂମିକୁ ବଡ଼ ପରିମାଣରେ ଧ୍ୱଂସ କରିସାରିଛୁ। ଆମେ ପାକିସ୍ତାନରେ ପ୍ରତିଷ୍ଠିତ ଆତଙ୍କୀ ଶିବିରଗୁଡ଼ିକୁ ଧ୍ୱଂସାବଶେଷରେ ପରିଣତ କରିଥିଲୁ। ତେଣୁ ଯେତେବେଳେ ପାକିସ୍ତାନ ପକ୍ଷରୁ ଏକ ଆବେଦନ କରାଯାଇଥିଲା, ଯେତେବେଳେ ପାକିସ୍ତାନ ପକ୍ଷରୁ କୁହାଯାଇଥିଲା ଯେ ତାଙ୍କ ପକ୍ଷରୁ ଆଉ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ସାମରିକ ଦୁଃସାହସିକତା ହେବ ନାହିଁ, ସେତେବେଳେ ଭାରତ ମଧ୍ୟ ତାହା ଉପରେ ବିଚାର କରିଥିଲା। ମୁଁ ପୁଣି ଥରେ କହୁଛି ଯେ ଆମେ କେବଳ ପାକିସ୍ତାନରେ ଆତଙ୍କବାଦୀ ଏବଂ ସାମରିକ ପ୍ରତିଷ୍ଠାନ ବିରୁଦ୍ଧରେ ଆମର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଛୁ। ଆଗାମୀ ଦିନରେ, ଆମେ ପାକିସ୍ତାନର ପ୍ରତ୍ୟେକ ପଦକ୍ଷେପକୁ ସେ କେଉଁ ମନୋଭାବ ଗ୍ରହଣ କରୁଛି ତାହା ଆଧାରରେ ମାପିବୁ।

ଆତଙ୍କବାଦ ବିରୋଧରେ ଲଢ଼େଇରେ ଅପରେସନ ସିନ୍ଦୁର ଏକ ନୂତନ ରେଖା ଟାଣିଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ତିନି ସଶସ୍ତ୍ର ବାହିନୀ, ବାୟୁସେନା, ସ୍ଥଳସେନା ଏବଂ ନୌସେନା, ଆମର ସୀମା ସୁରକ୍ଷା ବାହିନୀ, ଭାରତର ଅର୍ଦ୍ଧସାମରିକ ବାହିନୀ ନିରନ୍ତର ସଜାଗ ଅଛନ୍ତି। ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ ପରେ, ଏବେ ଅପରେସନ୍ ସିନ୍ଦୂର ହେଉଛି ଆତଙ୍କବାଦ ବିରୋଧରେ ଭାରତର ନୀତି। ଆତଙ୍କବାଦ ବିରୋଧରେ ଲଢ଼େଇରେ ଅପରେସନ ସିନ୍ଦୂର ଏକ ନୂତନ ରେଖା ଟାଣିଛି।

ପ୍ରଥମ- ଯଦି ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ ଉଚିତ ଜବାବ ଦିଆଯିବ। ଆମେ ଆମ ନିଜସ୍ୱ ଉପାୟରେ, ନିଜସ୍ୱ ସର୍ତ୍ତରେ ଜବାବ ଦେବୁ। ଆତଙ୍କବାଦର ମୂଳ ଯେଉଁଠାରୁ ବାହାରିବ, ଆମେ ସେଠାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

ଦ୍ୱିତୀୟ – ଭାରତ କୌଣସି ପରମାଣୁ ବ୍ଲାକମେଲ୍ ସହ୍ୟ କରିବ ନାହିଁ

ତୃତୀୟତଃ, ଆମେ ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ସରକାର ଏବଂ ଆତଙ୍କବାଦର ମୁଖ୍ୟମାନଙ୍କୁ ପୃଥକ ସଂସ୍ଥା ଭାବରେ ଦେଖିବୁ ନାହିଁ।

ଅପରେସନ୍ ସିନ୍ଦୂର ସମୟରେ, ଯେତେବେଳେ ପାକିସ୍ତାନୀ ସେନାର ଉଚ୍ଚ ଅଧିକାରୀମାନେ ନିହତ ଆତଙ୍କବାଦୀଙ୍କୁ ବିଦାୟ ଦେବାକୁ ଧାଇଁ ଆସିଥିଲେ, ସେତେବେଳେ ବିଶ୍ୱ ପାକିସ୍ତାନର କୁତ୍ସିତ ସତ୍ୟ ଦେଖିଥିଲା। ଏହା ପାକ୍‌ ପ୍ରାୟୋଜିତ ଆତଙ୍କବାଦର ଏକ ବଡ଼ ପ୍ରମାଣ। ଆମେ ଭାରତ ଏବଂ ଆମର ନାଗରିକମାନଙ୍କୁ ଯେକୌଣସି ବିପଦରୁ ସୁରକ୍ଷା ଦେବା ପାଇଁ ନିର୍ଣ୍ଣାୟକ ପଦକ୍ଷେପ ନେବା ଜାରି ରଖିବୁ।

ଏକବିଂଶ ଶତାବ୍ଦୀର ଯୁଦ୍ଧରେ ଭାରତରେ ନିର୍ମିତ ପ୍ରତିରକ୍ଷା ଉପକରଣର ସମୟ

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ  ଆମେ ଯୁଦ୍ଧକ୍ଷେତ୍ରରେ ପ୍ରତ୍ୟେକ ଥର ପାକିସ୍ତାନକୁ ପରାସ୍ତ କରିଛୁ ଏବଂ ଏଥର ଅପରେସନ ସିନ୍ଦୂର ଏକ ନୂତନ ପରିମାଣ ଯୋଡ଼ିଛି। ଆମେ ମରୁଭୂମି ଏବଂ ପର୍ବତମାଳାରେ ଆମର କ୍ଷମତାକୁ ଚମତ୍କାର ଭାବରେ ପ୍ରଦର୍ଶନ କରିଛୁ। ଏହା ନୂତନ ଯୁଗର ଯୁଦ୍ଧରେ ମଧ୍ୟ ନିଜର ଶ୍ରେଷ୍ଠତା ପ୍ରମାଣ କରିଛି। ଏହି ଅପରେସନ ସମୟରେ, ଆମର ଭାରତରେ ନିର୍ମିତ ଅସ୍ତ୍ରଶସ୍ତ୍ରର କ୍ଷମତା ପ୍ରମାଣିତ ହୋଇଥିଲା। ଆଜି ବିଶ୍ୱ ଦେଖୁଛି ଯେ ୨୧ ଶତାବ୍ଦୀର ଯୁଦ୍ଧରେ ଭାରତରେ ନିର୍ମିତ ପ୍ରତିରକ୍ଷା ଉପକରଣର ସମୟ ଆସିଯାଇଛି।