trade - The Sakala
ଆମେରିକା କୃଷି ଉତ୍ପାଦ ଲାଗି ବଜାର ଖୋଲିବ ଭାରତ; ଶୁଳ୍କମୁକ୍ତ ହେଲା ମକା, ଦୁଗ୍ଧ, ସୋୟାବିନ ...
ନୂଆଦିଲ୍ଲୀ: ବାଣିଜ୍ୟ ଚୁକ୍ତି କ୍ଷେତ୍ରରେ ଟାରିଫ୍‌କୁ ନେଇ ଶେଷରେ ଆମେରିକା ଆଗରେ ମୁଣ୍ଡ ନୁଇଁଲା ଭାରତ। ଟ୍ରମ୍ପ୍‌ ପ୍ରଶାସନ ଆଗରେ କୃଷି ଉତ୍ପାଦରେ ଶୁଳ୍କ ଲାଗୁ କ୍ଷେତ୍ରରେ ସାଲିସ୍‌ କଲା ଭାରତ। ଭାରତ ଏବେ ଆମେରିକା ପାଇଁ କୃଷି କ୍ଷେତ୍ରରେ ନିଜର ବଜାର ଖୋଲିଦେଇଛି। ଏହାଫଳରେ ଆମେରିକାରୁ ଭାରତ ଆସୁଥିବା ସୋୟାବିନ୍‌,ମକା ଏବଂ କିଛି ଦୁଗ୍‌ଧ ଉତ୍ପାଦ ଉପରେ ଆଉ ଶୁଳ୍କ ଲାଗୁ ହେବ ନାହିଁ। ଭାରତ ଏସବୁ ଉତ୍ପାଦ ଉପରୁ ଶୁଳ୍କ ହଟାଇଦେଇଛି। ଯଦିବା କୃଷି କ୍ଷେତ୍ରରେ ଟାରିଫ୍‌ ପ୍ରସଙ୍ଗରେ ଭାରତ ଆମେରିକା ଆଗରେ ମୁଣ୍ଡ ନୁଇଁବ ନାହିଁ ବୋଲି କେନ୍ଦ୍ର ସରକାର ବାରମ୍ବର କହୁଥିଳେ, ଶେଷରେ ଏ କ୍ଷେତ୍ରରେ ଟ୍ରମ୍ପ୍‌ଙ୍କ ସହ ସାଲିସ୍‌ କରିଛନ୍ତି। ଏହାପରେ ଖୁବ୍‌ଶୀଘ୍ର ହେବ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି। ଏହାକୁ ନେଇ ବର୍ତ୍ତମାନ ସକାରାତ୍ମକ ସଙ୍କେତ ମିଳିବାରେ ଲାଗିଛି। ଅପରପକ୍ଷେ ଟାରିଫ୍‌କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟାଣ ଭାଙ୍ଗିବାରେ ଲାଗିଛି। ଧୀରେ ଧୀରେ ନରମ ସ୍ବଭାବ ଦେଖାଉଛନ୍ତି ଟ୍ରମ୍ପ୍‌।
ଚଳିତମାସ ଶେଷ ଭାଗରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ହେବା ନେଇ ଆଶା କରାଯାଉଛି। ଏ ସମ୍ପର୍କରେ ଜଣେ ଭାରତୀୟ ଅଧିକାରୀ କହିଛନ୍ତି ଯେ,  ରୁଷଠାରୁ ତୈଳ ଆମଦାନୀ ପ୍ରସଙ୍ଗ ସମ୍ପୂର୍ଣ୍ଣ ଭାବେ ସମାଧାନ ହୋଇସାରିଛି। ଏହାକୁ ଟ୍ରମ୍ପ୍ ମଧ୍ୟ ସ୍ବୀକାର କରିସାରିଛନ୍ତି। ସେ କହିଛନ୍ତି ଯେ, ଭାରତ ଉପରେ ରୁଷଠାରୁ ତୈଳ ଆମଦାନୀ କ୍ଷେତ୍ରରେ ଲାଗୁ କରାଯାଇଥ଄ବା ଦଣ୍ଡାତ୍ମକ ଶୁଳ୍କ ପ୍ରତ୍ୟାହାର କରିନିଆଯିବ। ଅପରପକ୍ଷେ ଭାରତ-ଆମେରିକା ମଧ୍ୟରେ ଦ୍ବିପାକ୍ଷିତ ବାଣିଜ୍ୟ ଚୁକ୍ତି (ବିଟିଏ) ର ପ୍ରଥମ ପର୍ଯ୍ୟାୟ ସମ୍ପୂର୍ଣ୍ଣ ହେବାର ନିକଟତର। ଭାରତ-ଆମେରିକା ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୬ ପର୍ଯ୍ୟାୟ ଆଲୋଚନା ହୋଇସାରିଛି। ଚଳିତବର୍ଷ ଶେଷ ସୁଦ୍ଧା ଆଲୋଚନାର ପ୍ରଥମ ପର୍ଯ୍ୟାୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏ କ୍ଷେତ୍ରରେ ଜଟିଳ ପ୍ରସଙ୍ଗଗୁଡିକରେ ଆଲୋଚନା ଜାରି ରହିବ।
ରିପୋର୍ଟ ଅନୁଯାୟୀ, ଭାରତ ସୋୟାବିନ୍‌, ମକ୍କା ସମେତ କିଛି ଦୁଗ୍‌ଧ ଜାତୀୟ ଉତ୍ପାଦ ଉପରେ ଆମଦାନୀ ଶୁଳ୍କ ମୁକତ କରିବାକୁ ନିଜର ବଜାର ଆମେରିକା ପାଇଁ ଖୋଲିଦେବେ। ଦୁଇ ଦେଶ ବର୍ତ୍ତମାନ ଶୁଳ୍ପ ଏବଂ କୃଷି ଉତ୍ପାଦ ଉପରେ ପାରସ୍ପରିକ ଶୁଳ୍କ ହାରକୁ ଅନ୍ତିମ ରୂପ ଦେବା ଉପରେ କାମ କରୁଛି। ଉଭୟ ପକ୍ଷ ଶୁଳ୍କ ମୁକ୍ତ ଏବଂ କମ୍‌ ଶୁଳ୍କ ଲାଗୁ ଥିବା ଆମଦାନୀ ପାଇଁ ଉତ୍ପାଦଗୁଡିକର ସୂଚୀ ସହ ଜଡିତ ଅଧିକାଂଶ ବାବାଦୀୟ ପ୍ରସଙ୍ଗର ସମାଧାନ କରିସାରିଛନ୍ତି। ନିକଟରେ ଭାରତ ପାଇଁ ନୂତନ ନିଯୁକ୍ତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ଙ୍କ ଶପଥଗ୍ରହଣ ଉତ୍ସବରେ ଟ୍ରମ୍ପ୍‌ କହିଥିଲେ ଯେ, ଭାରତ ସହ ଆମେ ଏମିତି ଏକ ବୁଝାମଣା ଚୁକ୍ତି କରୁଛୁ ଯାହା ପୂର୍ବରୁ ହୋଇଥିବା ଚୁକ୍ତି ତୁଳନାରେ ଭିନ୍ନ ରହିବ। ରପୋର୍ଟ ଅନୁଯାୟୀ, ଭାରତ- ଆମେରିକା ଉଚ୍ଚ ସ୍ତରୀୟ ଆଲୋଚନାର ଲକ୍ଷ୍ୟ ଥିଲା କିଛି ଭାରତୀୟ ଉତ୍ପାଦର ରପ୍ତାନି ଉପରେ ୫୦% ଟାରଇଫ୍ ଲାଗିବା ପରେ ମଧ୍ୟ ବାଣିଜ୍ୟ ଉତ୍ତେଜନା ଶେଷ କରିବା।
ସୂଚନାଯୋଗ୍ୟ ଯେ,  ଟ୍ରମ୍ପ୍‌ ଏ ପର୍ଯ୍ୟନ୍ତ ଭାରତ ଉପରେ ମୋଟ ୫୦% ଶୁଳ୍କ ଲାଗୁ କରିଛନ୍ତି। ଏଥିରେ ୨୫% ପାରସ୍ପରିକ ଶୁଳ୍କ ଏବଂ ରୁଷରୁ ତେଲ କିଣିବା ପାଇଁ ୨୫% ଜରିମାନା ଅନ୍ତର୍ଭୁକ୍ତ। ପାରସ୍ପରିକ ଶୁଳ୍କ ଅଗଷ୍ଟ ୭ ରୁ ଲାଗୁ ହୋଇଛି ଏବଂ ଅଗଷ୍ଟ ୨୭ରୁ ଜୋରିମାନା ଲାଗୁ ହୋଇଛି। ଆମେରିକା ରୁଷ ଉପରେ ଚାପ ପକାଇବା ପାଇଁ ଭାରତ ଉପରେ ଆର୍ଥିକ କଟକଣା ଲଗାଇଛି। ଟ୍ରମ୍ପ୍‌ ଅନେକ ଥର ଦାବି କରିଛନ୍ତି ଯେ ରୁଷ ଭାରତରୁ ତେଲ କିଣିବା ଦ୍ୱାରା ପାଉଥିବା ଟଙ୍କାରେ ୟୁକ୍ରେନରେ ଯୁଦ୍ଧକୁ ପ୍ରୋତ୍ସାହିତ କରୁଛି।
ୱାଶିଂଟନ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତୃତୀୟ ଥର ପାଇଁ ଶ୍ରେୟ ନେବାକୁ ଚେଷ୍ଟା କରିଛନ୍ତି। ଗତ ୧୦ ତାରିଖ ସନ୍ଧ୍ୟାରେ ଭାରତ-ପାକିସ୍ତାନ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ନେଇ ଘୋଷଣା କରିଥିଲେ।ଏହା ପରେ, ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଏବଂ ଭାରତୀୟ ବୈଦେଶିକ ସଚିବ ଏ ସମ୍ପର୍କରେ ଏକ ଆନୁଷ୍ଠାନିକ ଘୋଷଣା କରିଥିଲେ। କିନ୍ତୁ ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେ କହିବାରୁ ପରିସ୍ଥିତି ଶାନ୍ତ ହୋଇଛି ବୋଲି କହିଥିଲେ। ହେଲେ , ଭାରତ ସ୍ପଷ୍ଟ କରିଛି ଯେ ଏହି କଥା-ବାର୍ତ୍ତା ଦୁଇ ଦେଶ ମଧ୍ୟରେ ହୋଇଛି ଏବଂ ଏଥିରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ନାହିଁ।
#WATCH | US President Donald Trump says, "…I'm very proud to let you know that the leadership of Indian and Pakistan was unwavering and powerful, but unwavering in both cases – they really were from the standpoint of having the strength and the wisdom and fortitude to fully… pic.twitter.com/rFbznHMJDF
— ANI (@ANI) May 12, 2025
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଏହି କ୍ରେଡିଟ୍‌(ଶ୍ରେୟ) ଲୋଭ ଏତିକିରେ ସରି ନଥିଲା। ଗତକାଲି ମଧ୍ୟ ସେ ସୋସିଆଲ ମିଡିଆରେ ଆମେରିକା ପାଇଁ ସବୁକିଛି ଶାନ୍ତ ହୋଇଥିବା କହିଥିବା ବେଳେ ଆଜି ପୁଣି କହିଛନ୍ତି ଯେ ମୋ ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେ ଭାରତ ଏବଂ ପାକିସ୍ତାନକୁ କହିଥିଲୁ ଯେ ଯଦି ବିବାଦ ବନ୍ଦ ନହୁଏ, ତେବେ ଆମେ ବାଣିଜ୍ୟ କରିବୁ ନାହିଁ। ଟ୍ରମ୍ପ କହିଛନ୍ତି, ‘ଶନିବାର ମୋ ପ୍ରଶାସନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତୁରନ୍ତ ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିଥିଲା, ମୁଁ ଭାବୁଛି ଏହା ଏକ ସ୍ଥାୟୀ ଯୁଦ୍ଧବିରତି ହେବ… ଉଭୟ ଦେଶ ପାଖରେ ପ୍ରଚୁର ପରମାଣୁ ଅସ୍ତ୍ର ଅଛି।’ ଭାରତ ଏବଂ ପାକିସ୍ତାନ ପରମାଣୁ ଯୁଦ୍ଧ ଆଡ଼କୁ ମୁହାଁଉଥିଲେ। ଯେଉଁଥିରେ ଲକ୍ଷ ଲକ୍ଷ ନୀରିହ ଲୋକଙ୍କ ଜୀବନ ଯାଇଥାନ୍ତା। ଏଥି ପାଇଁ  ଯୁଦ୍ଧ ବିରାମ ପାଇଁ ଆମେ କଥା ହେଲୁ।
#WATCH | On India-Pakistan understanding, US President Donald Trump says, "…We stopped a nuclear conflict. I think it could have been a bad nuclear war. Millions of people could have been killed. I also want to thank VP JD Vance and Secretary of State, Marco Rubio, for their… pic.twitter.com/9upYIqKzd1
— ANI (@ANI) May 12, 2025
ସେ କହିଥିଲେ, ମୁଁ ଗର୍ବର ସହିତ କହୁଛି ଯେ ଭାରତ ଏବଂ ପାକିସ୍ତାନ ଉଭୟର ନେତାଙ୍କ ମନୋଭାବ ପରିସ୍ଥିତିର ଗୁରୁତ୍ୱକୁ ବୁଝିବାରେ ଦୃଢ଼ ଏବଂ ପ୍ରଭାବଶାଳୀ ଥିଲା। ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ଆମେରିକା ଶାନ୍ତି ଫେରାଇ ଆଣିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଛି ଏବଂ ବାଣିଜ୍ୟକୁ ଏକ ଅସ୍ତ୍ର ଭାବରେ ମଧ୍ୟ ବ୍ୟବହାର କରିଛି। ଆମେ ବହୁତ ସାହାଯ୍ୟ କରିଛୁ ଏବଂ ବାଣିଜ୍ୟ ମାଧ୍ୟମରେ ମଧ୍ୟ ସାହାଯ୍ୟ କରିଛୁ। ମୁଁ ଉଭୟ ଦେଶକୁ କହିଥିଲି – ଯଦି ତୁମେମାନେ ଯୁଦ୍ଧ ବନ୍ଦ କର, ତେବେ ଆମେ ବାଣିଜ୍ୟ କରିବୁ। ଯଦି ତୁମେ ଏହା ନ କର, ତେବେ କୌଣସି ବ୍ୟବସାୟ ହେବ ନାହିଁ। ଟ୍ରମ୍ପ ଦାବି କରିଥିଲେ ଯେ ମୋ ପରି ଅନ୍ୟ କେହି ବ୍ୟବସାୟ ବ୍ୟବହାର କରିନାହାଁନ୍ତି। ଏବଂ ତା’ପରେ ହଠାତ୍ ସେମାନେ କହିଲେ, ଠିକ୍ ଅଛି, ଆମେ ବନ୍ଦ କରିଦେବୁ, ଏବଂ ସେମାନେ ପ୍ରକୃତରେ ବନ୍ଦ କଲେ।
#WATCH | US President Donald Trump says, "We're going to do a lot of trade with Pakistan. We're going to do a lot of trade with India. We're negotiating with India right now. We're going to be soon negotiated with Pakistan…"
(Source – White House/Youtube) pic.twitter.com/MU22ivYOu8
— ANI (@ANI) May 12, 2025
ଏହାତ ଥିଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଆଜିର ବୟାନ ଗତକାଲି ସେ କହିଥିଲେ “ମୁଁ ଭାରତ ଏବଂ ପାକିସ୍ତାନ ଉଭୟର ଦୃଢ଼ ଏବଂ ଅଟଳ ଶକ୍ତିଶାଳୀ ନେତୃତ୍ୱ ପାଇଁ ବହୁତ ଗର୍ବିତ, କାରଣ ସେମାନଙ୍କ ପାଖରେ ଜାଣିବା ଏବଂ ଅନୁଭବ କରିବାର ଶକ୍ତି, ଜ୍ଞାନ ଏବଂ ଧର୍ଯ୍ୟ ଅଛି ଯେ ବର୍ତ୍ତମାନର ସଂଘର୍ଷକୁ ବନ୍ଦ କରିବାର ସମୟ ଆସିଛି, ଯାହା ଫଳରେ ଏତେ ଲୋକଙ୍କ ମୃତ୍ୟୁ ଏବଂ ବିନାଶ ହୋଇପାରେ। ଲକ୍ଷ ଲକ୍ଷ ଭଲ ଏବଂ ନିରୀହ ଲୋକଙ୍କୁ ହତ୍ୟା କରାଯାଇପାରିଥାନ୍ତା! ତୁମର ସାହସିକ କାର୍ୟ୍ୟ ମାଧ୍ୟମରେ ତୁମର ଐତିହ୍ୟ ଅତ୍ୟନ୍ତ ବୃଦ୍ଧି ପାଇଛି। ମୁଁ ଗର୍ବିତ ଯେ ଆମେରିକା ଆପଣଙ୍କୁ ଏହି ଐତିହାସିକ ଏବଂ ସାହସିକ ନିଷ୍ପତ୍ତି ନେବାରେ ସାହାଯ୍ୟ କରିଛି। ଏହା ଉପରେ ଏପର୍ଯ୍ୟନ୍ତ ଆଲୋଚନା ହୋଇନାହିଁ, କିନ୍ତୁ ମୁଁ ଏହି ଦୁଇଟି ମହାନ ଦେଶ ସହିତ ବାଣିଜ୍ୟକୁ ଯଥେଷ୍ଟ ବୃଦ୍ଧି କରିବାକୁ ଯାଉଛି। ଏହା ବ୍ୟତୀତ, ହଜାର ବର୍ଷ ପରେ କାଶ୍ମୀର ସମ୍ପର୍କରେ କୌଣସି ସମାଧାନ ମିଳିପାରିବ କି ନାହିଁ ତାହା ଦେଖିବା ପାଇଁ ମୁଁ ତୁମ ଉଭୟଙ୍କ ସହିତ କାମ କରିବି। ଭଗବାନ ଭାରତ ଏବଂ ପାକିସ୍ତାନର ନେତୃତ୍ୱଙ୍କୁ ଭଲ କାମ ପାଇଁ ଆଶୀର୍ବାଦ କରନ୍ତୁ!!!’