Lockdwon - The Sakala

ସଟ୍‍ଡାଉନ୍‍ରେ ସଟର୍‍ ତଳେ ବେପାର
କୋଭିଡ୍‍ ସଂକ୍ରମଣ ରୋକିବା ପାଇଁ ପୁଲିସ ଦୋକାନ ଖୋଲିବା ଉପରେ ଶନିବାର, ରବିବାର ସପ୍ତାହାନ୍ତ ସଟଡାଉନ୍‍ କଟକଣା ଜାରି କରିଛି । କିନ୍ତୁ ଦୋକାନୀମାନେ ସିନା ଦୋକାନ ବନ୍ଦ କରିଛନ୍ତି ହେଲେ ସଟର୍‍ ତଳେ ଚାଲିଛି ବେପାର। ଅନେକ ମଧ୍ୟ ଦୋକାନ କ୍ୟାବିନ୍‍ ପଛପଟେ ଖୁଲମଖୁଲା ପାନ୍‍, ଗୁଟୁଖା, ଚା, ସିଗାରେଟ ସବୁ ବିକ୍ରି କରୁଛନ୍ତି। ଏପରିକି ପୁଲିସ ମଧ୍ୟ ନିଜେ ଗ୍ରାହକ ହୋଇ ନେଉଛନ୍ତି। କେବଳ ପାନ, ସିଗାରେଟ ନୁହେଁ ମଦ ଠାରୁ ଆରମ୍ଭ କରି ଗଞ୍ଜେଇ ମଧ୍ୟ ସଟର୍‍ ତଳେ ବେପାର ହେଉଛି। ଲୋକଙ୍କୁ ଦୋକାନ ପଛକୁ ଗଲେ ସବୁ କିଛି ମିଳି ଯାଉଛି।

ଆଗରେ ଦୋକାନ ବନ୍ଦ ଥିବା ଦେଖି ପାଟ୍ରୋଲିଂ କରୁଥିବା ପୁଲିସ କର୍ମଚାରୀ ପଳାଇ ଯାଉଛନ୍ତି। ବିଶେଷକରି ବସ୍ତିର ଗଳିକନ୍ଦିରେ ବରା, ପକୁଡ଼ି ଆଦି ଛଣା ମଧ୍ୟ ଚାଲିଛି। ଅନେକ ମଧ୍ୟ ସଟର ପକାଇ ଦୋକାନ ଭିତରେ ଖାଇବାକୁ ମଧ୍ୟ ଦେଉଛନ୍ତି। କହିବାକୁ ଗଲେ କେବଳ ନାମକୁ ମାତ୍ର ଏବେ ସଟ୍‍ଡାଉନ୍‍ ଏବଂ ଲକ୍‍ଡାଉନ୍‍ ଚାଲିଛି। କିନ୍ତୁ ସବୁ କିଛି ଗଳା ବାଟରେ ଚାଲିଛି। ଅନେକ ସ୍ଥାନରେ ପୁଲିସ ସହରର ବିଭିନ୍ନ ସ୍ଥାନରେ ନାକା କରି ଜଗିଛି। ସେପଟରେ ଅନେକ ପଡ଼ିଆରେ ପିଲା ବିନା ମାସ୍କରେ କ୍ରିକେଟ ଖେଳୁଛନ୍ତି। ଯଦି ଜଣଙ୍କୁ କୋଭିଡ୍‍ ହୋଇଥିବ ତେବେ ଖେଳୁଥିବା ସମସ୍ତ ପିଲାଙ୍କୁ ଏହା ସଂକ୍ରମଣ କରିବ। ତେଣୁ ପୁଲିସକୁ ଏହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବ ବୋଲି ଅନେକ ମତ ଦେଲେଣି। ଅନ୍ୟପଟରେ ଦେଖିବାକୁ ଗଲେ ଯେଉଁଠି ଅନ୍‍ଲାଇନ୍‍ କାରବାର ହେଉଛି ସେଠାରେ ମଧ୍ୟ ଅଫ୍‍ଲାଇନ୍‍ ବେପାର ଚାଲିଛି। ଅଫ୍‍ଲାଇନ୍‍ ବେପାର ଉପରେ କଟକଣା ଥିଲେ ମଧ୍ୟ ଦୋକାନୀମାନେ ଏହାକୁ ମାନୁନାହାନ୍ତି। ସେମାନେ ଅଫ୍‍ଲାଇନ୍‍ରେ ଖୁଲମଖୁଲା ବେପାର କରୁଛନ୍ତି। ପୁଲିସ ପହଞ୍ଚି ପଚାରିଲେ ଅନ୍‍ଲାଇନ୍‍ରେ ଅର୍ଡର ଆସିଛି ଆମେ ଦେଉଛୁ। ତେଣୁ ଏବେ ସବୁ କିଛି ଗଳାବାଟରେ ଚାଲିଛି। ତେଣୁ ଏହା ଉପରେ ଯଦି ରୋକ ଲଗା ନ ଯାଏ ତେବେ ଆଗକୁ ପରିସ୍ଥିତି ଜଟିଳ ହେବ ବୋଲି କୁହାଯାଉଛି।

କରୋନା ମାଡ଼ ସାଙ୍ଗକୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଉପରେ ବ୍ୟାଙ୍କର ଜୁଲୁମ
ବାଲେଶ୍ୱର : ରାଜ୍ୟରେ କରୋନା ମହାମାରୀର ଦ୍ଵିତୀୟ ଲହର ଦେଖାଦେଇଛି। ପ୍ରତ୍ୟେକ ଦିନ କରୋନା ସଂକ୍ରମଣ ସଂଖ୍ୟା ୧୦ ହଜାର ଉପରେ ରହୁଥିବାରୁ ଏହାକୁ ବ୍ରେକ ଦେବାପାଇଁ ରାଜ୍ୟସରକାର ଲକଡାଉନ କରିଛନ୍ତି । ଏହି ସମୟରେ ସକାଳ ୬ରୁ ଦିନ ୧୨ ପଯ୍ୟନ୍ତ କେବଳ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ବିକ୍ରି ଦୋକାନ ଖୋଲା ରହିବ ବୋଲି ସରକାର ନିୟମ କରିଛନ୍ତି । ଗାଁ ଗୁଡିକରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକ ବ୍ୟାଙ୍କରୁ ଋଣ ଆଣି ବିଭିନ୍ନ ପ୍ରକାର ବ୍ୟବସାୟରେ ଲଗାଇଥିଲାବେଳେ କରୋନା ମହାମାରୀ ପାଇଁ ସେଗୁଡିକ ବନ୍ଦହେବାକୁ ବସିଲାଣି। ଫଳରେ ଗୃପର ମହିଳା ମାନେ ଋଣ ସୁଝିବା ପାଇଁ କଷ୍ଟ ସାଧ୍ୟ ହୋଇ ପଡୁଛନ୍ତି । ଫଳରେ ବ୍ୟାଙ୍କ ଗୁଡିକରେ ଥିବା କର୍ମଚାରୀ ମାନେ ଗୃପର ମହିଳା ମାନଙ୍କ ଉପରେ ଜୁଲୁମ କରିବା ସହିତ ବିଭିନ୍ନ ଖରାପ ଭାଷା ପ୍ରୟୋଗ କରୁଥିବାର ଦେଖିବାକୁ ମିଳୁଛି । ଶେଷରେ ବ୍ୟାଙ୍କର ଜୁଲୁମ ସହିନପାରି ଘରେ ଥିବା ଛେଳି ,ଧାନ ,ଚାଉଳ ଏପରିକି ଘରର ଆସବା ପତ୍ର ବିକିବାପାଇଁ ବାଧ୍ୟହେଉଛନ୍ତି ।

ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଶ୍ୟାମନଗର ପଂଚାୟତର ବେଗୁନିଆ ଗ୍ରାମରେ। ଉକ୍ତ ଗ୍ରାମର ସମସ୍ତ ଲୋକ ପ୍ରାୟ ଆଦିବାସୀ ଓ ହରିଜନ ସମ୍ପ୍ରଦାୟର। ମୂଲ ଲାଗି ପେଟ ପୋଷନ୍ତି । ଏହି ଗ୍ରାମରେ ଦୁଇଟି ମହିଳା ଗ୍ରୁପ ମା ଦୁର୍ଗା ଏସଏସଜି ଗୃପ ଏବଂ ତ୍ରାହି ଅଚ୍ୟୁତ ଏସଏସଜି ଗୃପ ପାଖ ବରଡ଼ିହା ପଞ୍ଚାୟତରେ ଥିବା ଏକ ବ୍ୟାଙ୍କରୁ କିଛି ଋଣ ଆଣି ଥିଲେ ବେପାର ବାଣିଜ୍ୟ କରିବେ ବୋଲି । ମାତ୍ର ଲକଡାଉନ ଫଳରେ ଏବେ ବେପାର ବାଣିଜ୍ୟ ବନ୍ଦ ଫଳରେ ଋଣ ପରିଶୋଧ କରିବାକୁ କଷ୍ଟସାଧ୍ୟ ହୋଇପଡୁଥିଲା ବେଳେ ବ୍ୟାଙ୍କ କର୍ମଚାରୀ ମାନେ ଋଣ ପରିଶୋଧ ପାଇଁ ନିରୀହ ମହିଳାଙ୍କ ଉପରେ ଜୁଲୁମ କରୁଛନ୍ତି।ଏପରିକି ସେମାନଙ୍କର ନିଜସ୍ୱ ବ୍ୟାଙ୍କ ଆକାଉଣ୍ଡକୁ ମଧ୍ୟ ବନ୍ଦ କରିଦେଇଛନ୍ତି। ଫଳରେ ରାଜ୍ୟସରକାରଙ୍କ ପାଖରୁ ମିଳିଥିବା କାଳିଆ ଯୋଜନାର ଟଙ୍କା ଏବଂ ମହାତ୍ମା ଗାନ୍ଧୀ କର୍ମନିଯୁକ୍ତିରେ ମିଳିଥିବା ଟଙ୍କା ଏବେ ପାଇବାରୁ ବଂଚିତ ହେଉଛନ୍ତି । ତେଣୁ ଅନ୍ୟ କିଛି ଉପାୟ ନ ପାଇଁ ଋଣ ଶୁଝିବା ପାଇଁ ଶେଷରେ ଛେଳି ,ଧାନ ,ଚାଉଳ ବିକିବାକୁ ବାଧ୍ୟ ହେଉଥିବାର କହିଛନ୍ତି ଏହି ଏସଏସଜି ଗୃପର ମହିଳାମାନେ । ଏସଏସଜି ମହିଳାମାନେ ବ୍ୟାଙ୍କ କର୍ମଚାରୀଙ୍କର ଜୁଲୁମ ବିରୋଧରେ ମାନ୍ୟବର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।