Jail - The Sakala
ଜେଲ୍‌ରେ ପଡ଼ିଲା ହାତଗଣ୍ଠି, ଜୀବନସାଥୀ ହେଲେ ଦୁଇ ବିଚାରାଧୀନ କଏଦୀ
ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସ୍ୱତନ୍ତ୍ର ଜେଲରେ ୨ ବିଚାରାଧୀନ କଏଦୀ ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି ।  ସୂଚନା ଅନୁଯାୟୀ, ଅଭିଯୁକ୍ତ ନୃସିଂହ ପ୍ରସାଦ ଖମାରୀ ଏବଂ ଯୁବତୀ ନିବେଦିତା ତରାଇଙ୍କର ଗିରଫ ପୂର୍ବରୁ ବିବାହ ପାଇଁ ନିର୍ବନ୍ଧ ହୋଇଥିଲା। ଖୋର୍ଦ୍ଧା ଅଞ୍ଚଳରେ ଉଭୟ ‘ଲିଭ ଇନରେ ଏକାଠି ରହି ଆସୁଥିଲେ। କିନ୍ତୁ ମାଲକାନଗିର ଜିଲ୍ଲାର ବିଭିନ୍ନ ଲ୍ୟାମ୍ପ୍‌ସରୁ ଚାଷୀଙ୍କ ଋଣ ଟଙ୍କା ହଡ଼ପ ଏବଂ ଏ ନେଇ ୧ କୋଟି  ୮ ଲକ୍ଷ ଟଙ୍କା ହଡପ ଅଭିଯୋଗରେ ସଦର ମହକୁମା କୋରାପୁଟ କେନ୍ଦ୍ରୀୟ ସମବାୟ (କେସିସି) ମ୍ୟାନେଜରଙ୍କୁ ସୁଧାଂଶୁ ଖରାଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ବ୍ୟାଙ୍କ ମ୍ୟାନେଜର ଉକ୍ତ ଟଙ୍କା ମଧ୍ୟରୁ ୬୩ ଲକ୍ଷ ଟଙ୍କା  ଅଭିଯୁକ୍ତ ନୃସିଂହ ଏବଂ ନିବେଦିତାଙ୍କ ୧୨ଟି ଜମାଖାତାକୁ ଅନ୍‌ଲାଇନ ମାଧ୍ୟମରେ ପଠାଇଥିଲେ। ତେଣୁ ଭିଜିଲାନ୍ସ ପକ୍ଷରୁ ଦୁଇ ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକ୍‌ କରାଯାଇ ଗତ ମେ ୭ ତାରିଖରେ  ଖୋର୍ଦ୍ଧାରେ ରହିଥିବା ତାଙ୍କ ଦୋକାନ ଉପରେ ଚଢଉ କରାଯାଇ ଗିରଫ କରି   ଜୟପୁର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ହାଜର କରାଯାଇ ଜେଲ ହାଜତକୁ ପଠାଯାଇଥିଲା। ଉଭୟଙ୍କ ନାମରେ ବାଙ୍ଗାଲୁରୁ ପୁଲିସ ସମେତ ଓଡିଶାର ବିଭିନ୍ନ ଜିଲ୍ଲାର ଥାନା ଗୁଡିକରେ ଠକେଇ ମାମଲା ରହିଛି। ଉଭୟ ଏବେ ଜୟପୁର ସ୍ୱତନ୍ତ୍ର ଜେଲରେ ବିଚାରଧିନ କଏଦୀ ଭାବେ ରହୁଛନ୍ତି।
ତେବେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେବା ପରେ ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌, ଜିଲ୍ଲା ପ୍ରଶାସନ ଏବଂ ଜେଲ୍‌ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି କ୍ରମେ ପୁରୋହିତଙ୍କ ଉପସ୍ଥିତିରେ ହିନ୍ଦୁ ରୀତିନୀତିରେ ହୋମଯଜ୍ଞ ସହିତ ବିବାହ ଆୟୋଜନ ହେବା ସହିତ ଭୋଜିଭାତ  କରାଯାଇଥିଲା
ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଉପସ୍ଥିତ ଥିଲେ। ଏହି ଅବସରରେ ଉଭୟ ଯୁବକ ଓ ଯୁବତୀଙ୍କ ପରିବାର ଲୋକଙ୍କ ସମେତ ଜୟପୁର ସଦର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ, ଜେଲ କର୍ମଚାରୀ ଏବଂ ଅନ୍ତେବାସୀ ଉପସ୍ଥିତ ରହିଥିଲେ। ଜେଲ ଅଧିକ୍ଷକ ସନ୍ତୋଷ କୁମାର ପଟ୍ଟନାୟକ କହିଛନ୍ତି, ଉଭୟ ମେ ମାସରୁ ଏକ ଠକେଇ ନେଇ ଭିଜିଲାନ୍ସ ବିଭାଗ ଦ୍ୱାରା  ଗିରଫ ହୋଇ  ଜୟପୁର ସ୍ୱତନ୍ତ୍ର ଜେଲରେ ବିଚାରଧିନ କଏଦୀ ଭାବେ ରହୁଛନ୍ତି।  ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌, ଜିଲ୍ଲା ପ୍ରଶାସନ ଏବଂ ଜେଲ୍‌ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି କ୍ରମେ ଏହି ବିବାହ ଉତ୍ସବ ଆୟୋଜିତ ହୋଇଛି।
Chameli Ojha Arrested: ଜାମିନ ନାମଞ୍ଜୁର ପରେ ଜେଲ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
କେନ୍ଦ୍ରାପଡା: ଜେଲ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା । ବିଡିଓ ଓ ପୋଲିସକୁ ଦୁର୍ବ୍ୟବାହର କରିବା ଓ ଆଙ୍ଗୁଠି କାମୁଡ଼ିବା ଘଟଣାରେ ଚାମେଲିଙ୍କୁ ଜେଲ ପଠାଇ ଦିଆଯାଇଛି । ଚାମେଲିଙ୍କ ବିରୋଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିବା ସହିତ ବାରିମୂଳ ଜେଲକୁ ପଠାଇ ଦିଆଯାଇଛି । ଗିରଫ ପରେ ଆଜି ତାଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ପରେ ଜେଲ ହାଜତକୁ ଗଲେ ମହାକାଳପଡ଼ା ବ୍ଲକ୍ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ।
ଗତ ଗୁରୁବାର ମହାକାଳପଡ଼ା ବିଡ଼ିଓ ଚାମେଲିଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲା । ସେହିପରି ଗତକାଲି ମହାକାଳପଡ଼ା ଥାନା ଏସଆଇ ସନ୍ଧ୍ୟାରାଣୀ ବିଶ୍ୱାଳ ତାଙ୍କ ନାମରେ ଅଭିଯୋଗ କରିଥିଲେ । ଯାହାକୁ ନେଇ ପୋଲିସ ମାମଲା ରୁଜୁ କରିଥିଲା । ଆଉ ଆଜି ଡାକ୍ତରଙ୍କ ସହ ପରାମର୍ଶ ପରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରୁ ଚାମେଲିଙ୍କୁ ଉଠାଇ ଆଣି କୋର୍ଟ ଚାଲାଣ କରିଥିଲା । ଆଜି ଛୁଟି ଥିବାରୁ ଜେଏମଏଫସିଙ୍କ ବାସଭବନରେ ହାଜର କରାଇ ଜାମିନ ନାମଞ୍ଜୁର ହେବାରୁ ଜେଲକୁ ପଠାଇଥିଲା ପୋଲିସ ।
ଚାମେଲିଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ବିକ୍ଷୋଭ
ସେପଟେ ଚାମେଲି ଓଝାଙ୍କୁ ଉଚିତ ନ୍ୟାୟ ଦାବିରେ କଂଗ୍ରେସ ପକ୍ଷରୁ ମହାକାଳପଡ଼ା ଥାନା ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଦେବସ୍ମିତା ଶର୍ମାଙ୍କ ନେତୃତ୍ବରେ ସମସ୍ତ ବ୍ଲକ ସଭାପତି ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଚାମେଲି ଓଝା ନିଜ ପଞ୍ଚାୟତ ସମସ୍ୟା ନେଇ ବିଡିଓଙ୍କୁ ଭେଟିବା ପାଇଁ ଆସିଥିଲେ, କିନ୍ତୁ ତାଙ୍କ ପ୍ରତି ବିଜେପି କର୍ମୀଙ୍କ ଦୁର୍ବ୍ୟବହାର ଓ ପୋଲିସ ଚାମେଲିଙ୍କୁ ଉଠାଇ ନେବା ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି । ଅନ୍ୟପଟରେ ବିଜେପି ନେତା ସୌଭାଗ୍ୟ ପରିଡା ସମର୍ଥକଙ୍କୁ ନେଇ ଏକ ବିଶାଳ ରାଲିରେ ଯାଇ ମହାକାଳପଡ଼ା ଆଇଆଇସିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ମୃତଦେହ ରଖି ବିକ୍ଷୋଭ କଲେ ୫ ବର୍ଷ ଜେଲ୍‌...
ଜୟପୁର: ରାଜସ୍ଥାନରେ ଏବେ ମୃତ ଶରୀରକୁ ରଖି ବିକ୍ଷୋଭ ପ୍ରଦର୍ଶନ, ମୃତଦେହକୁ ନେଇ ରାଜନୀତି ଓ ବିନା କାରଣରେ ଅନ୍ତିମ ସଂସ୍କାରକୁ ବିଳମ୍ବିତ କରିବା ମହଙ୍ଗା ପଡ଼ିପାରେ। କାରଣ ରାଜ୍ୟରେ ଏବେ ‘ମୃତକ ଶରୀର ସମ୍ମାନ ଆଇନ୍‌’ ଲାଗୁ ହୋଇଛି। ଏହି ନିୟମ ଅନୁସାରେ କୌଣସି ବ୍ୟକ୍ତି ମୃତ୍ୟୁବରଣ କରିବା ପରେ ୨୪ ଘଣ୍ଟା ମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ଯଦି ମୃତ ବ୍ୟକ୍ତିଙ୍କ ଶରୀରକୁ ସଡ଼କରେ ରଖି ବିକ୍ଷୋଭ ପ୍ରଦର୍ଶନ କରାଯାଇ ଅଯଥାରେ ଭିଡ଼ ସୃଷ୍ଟି କରାଯାଏ, ତେବେ ବିକ୍ଷୋଭକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନଙ୍କୁ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯିବ। ଏଭଳି ବିକ୍ଷୋଭକୁ ଅପରାଧ ବୋଲି ବିବେଚନା କରାଯିବ। ଯଦି ବିନା କାରଣରେ  ଅନ୍ତିମ ସଂସ୍କାରକୁ ବିଳମ୍ବିତ କରାଯାଏ, ତେବେ ପୁଲିସ ମୃତଦେହକୁ ଜବତ କରି ସଂସ୍କାର କରିବ ବୋଲି କୁହାଯାଇଛି। ୨୦୨୩ ଜୁଲାଇ ୨୦ରେ ଗତ ଅଶୋକ ଗେହଲଟ ସରକାରଙ୍କ କର୍ଯ୍ୟକାଳରେ ଏହି ଆଇନ ବିଧାନସଭାରେ ପାରିତ ହୋଇଥିଲା।
ଲକ୍ଷ୍ନୌ: ଉପଯୁକ୍ତ ପୋଷାକ ପିନ୍ଧି ଏବଂ ସାର୍ଟ ବଟନ୍‌ ନ ଦେଇ କୋର୍ଟକୁ ଆସିବା ସମ୍ବନ୍ଧିତ ଅବମାନନା ମାମଲାରେ ସ୍ଥାନୀୟ ଓକିଲ ଅଶୋକ ପାଣ୍ଡେଙ୍କୁ ଆହ୍ଲାବାଦ ହାଇକୋର୍ଟ ୬ ମାସ ଜେଲ୍‌ଦଣ୍ଡ ଶୁଣାଇଛନ୍ତି। ଏହା ସହିତ ୨ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି। ଏହି ରାଶି ନ ଦେଲେ ଆଉ ଗୋଟେ ମାସ ଜେଲ୍‌ଦଣ୍ଡ ଭୋଗିବେ ବୋଲି ହାଇକୋର୍ଟ କହିଛନ୍ତି। ଏହା ସହିତ ଲକ୍ଷ୍ନୌର ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଚାରି ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲା ୨୦୨୧ର। ଓକିଲଙ୍କ ବିରୋଧରେ ଲାଗିଥିବା ସଙ୍ଗୀନ ଅଭିଯୋଗ ଲାଗିଥିଲା। ସେ କୋର୍ଟରେ ଖରାପ ଆଚରଣ କରିଥିଲେ। କୋର୍ଟ କାର୍ଯ୍ୟରେ ସାମିଲ ହେବାକୁ ମଧ୍ୟ ମନା କରି ଦେଇଥିଲେ। ଜଷ୍ଟିସ ବିବେକ ଚୌଧୁରୀ ଏବଂ ବିଆର ସିଂହଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଗୁରୁବାର ଏହି ଦଣ୍ଡ ଘୋଷଣା କରିଥିଲେ। ମାମଲାର ଗୁରୁତ୍ବକୁ ଦେଖି ଓକିଲଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ ବୋଲି କୋର୍ଟ କହିଥିଲେ। ଏହା ସହିତ ଓକିଲ ପାଣ୍ଡେଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଥିଲେ। ଆହ୍ଲାବାଦ ହାଇକୋର୍ଟ ଏବଂ ଲକ୍ଷ୍ନୌ ଖଣ୍ଡପୀଠରେ ଆଇନ ଅଭ୍ୟାସ ପାଇଁ ତାଙ୍କୁ କାହିଁକି ନିଷିଦ୍ଧ କରାଯିବ ନାହିଁ ବୋଲି ଏଥିରେ ପଚରା ଯାଇଛି। ମେ’ ମାସ ସୁଦ୍ଧା ଏହା ଉପରେ ଜବାବ ଦେବାକୁ କୁହାଯାଇଛି। ୨୦୨୧ ଅଗଷ୍ଟ ୧୮ରେ ଓକିଲ ପାଣ୍ଡେ ଉଚିତ ପୋଷାକ ନ ପିନ୍ଧି କୋର୍ଟରେ ପହଞ୍ଚି ଥିଲେ। ସେ ସାର୍ଟ ବଟନ୍‌ ଦେଇ ନ ଥିଲେ। ଏହାକୁ ନେଇ ବିଚାରପତି ତାଙ୍କ ଉପରେ ପ୍ରଶ୍ନ ଉଠାଇ ଥିଲେ। କୋର୍ଟରୁ ବାହାରି ଯିବାକୁ କହିବାରୁ ଓକିଲ ବିଚାରପତିଙ୍କୁ ଖରାପ ବ୍ୟବହାର କରି ଗୁଣ୍ଡା କହିଥିଲେ। ପରେ କୋର୍ଟ ନିଜ ଆଡୁ ଅବମାନନା ମାମଲା ରୁଜୁ କରି ଓକିଲଙ୍କୁ ନୋଟିସ ଜାରି କରିଥିଲେ।
ବହୁ ଚର୍ଚ୍ଚିତ ଜଟଣୀ ହତ୍ୟାକାଣ୍ଡ ଘଟଣା, ୪ ହତ୍ୟାକରୀଙ୍କୁ ଆଜୀବନ ଜେଲ୍
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଜଟଣୀ ହତ୍ୟାକାଣ୍ଡ ଘଟଣାରେ ଆଜି ୪ ହତ୍ୟାକରୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଏଡିଜେ କୋର୍ଟ-୨ । ୨୦୧୭ ମାର୍ଚ୍ଚ ୨ ତାରିଖରେ ଘଟିଥିବା ଜଟଣୀ ଅନୁପ ବେହେରା ହତ୍ୟାକାଣ୍ଡ ମାମଲାରେ ରାୟ ପ୍ରକାଶ ପାଇଛି। ଏଡିଜେ କୋର୍ଟ-୨ ପକ୍ଷରୁ ପ୍ରକାଶିତ ରାୟରେ ଦୋଷୀ ହାଲୁ ବେହେରା, ମୃଣାଲ ବେହେରା, ଗୋପୀନାଥ ବେହେରା ଏବଂ ନାଲୁ ବେହେରାଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦିଆଯାଇଛି। ଜଟଣୀରେ ୨୦୧୭ ମାର୍ଚ୍ଚ ୨ରେ ଘଟିଥିଲା ଏହି ହତ୍ୟାକାଣ୍ଡ। ହାଲୁ ବେହେରା, ମୃଣାଲ ବେହେରା, ଗୋପୀନାଥ ବେହେରା ଏବଂ ନାଲୁ ବେହେରା ମାରଣାସ୍ତ୍ର ଓ ଲୁହାରଡରେ ଅନୁପଙ୍କୁ ପିଟିପିଟି ହତ୍ୟା କରିଥିଲେ।
ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡ
ଅନୁଗୁଳ: ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ । ନାଲକୋନଗର ଥାନା ନାଲୋକର ଇଲେକ୍ଟ୍ରିକାଳ ଇଂଜିନିୟର ସନ୍ଦୀପ ପ୍ରେବୋଧ କେର୍କେଟା ନିଜ ସ୍ତ୍ରୀ ନିଲମ ସୁଚିତା କୁଜୁରୁକୁ ନିର୍ଯାତନା ଦେଇ ହତ୍ୟା କରିଥିଲେ। ଗତ ୧୯/୦୮/୨୦୨୩ ରେ ହୋଇଥିଲା ହତ୍ୟାକାଣ୍ଡ । ୨୧ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ସନ୍ଦିପଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ପେସିଆଲ ଜଜ (ଭିଜିଲାନ୍ସ ) ।
ଅନୁଗୁଳ: ଘର ଭିତରୁ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଜଜ (ଫାଷ୍ଟଟ୍ରାକ ) । ୨୦୨୦ ମସିହା ଅଗଷ୍ଟ ୭ ତାରିଖରେ ଅଭିଯୁକ୍ତ ରୁଦ୍ର ନାରାୟଣ ଭୁତିଆ ଘରେ ଶୋଇଥିବା ବେଳେ ଜଣେ ନାବାଳିକାଙ୍କୁ ଅପହରଣ କରି ନେଇଥିଲେ। ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅଞ୍ଚଳର ଏଭଳି ଅଭାବନୀୟ ଘଟଣା ଘଟିଥିଲା। ୧୨ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।
ପୁଅ ହତ୍ୟାକାରୀ ବାପାକୁ ଆଜୀବନ କାରାଦଣ୍ଡ
ଭୁବନେଶ୍ବର: ପୁଅକୁ ହତ୍ୟାକାରୀ ବାପାକୁ ଆଜୀବନ କାରାଦଣ୍ଡ । ଭୁବନେଶ୍ୱର ଏଡିଜେ ୨ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଅଭିଯୁକ୍ତ ଦାସରଥୀ ଟୁଡୁ ନିଜ ପୁଅକୁ ହତ୍ୟା କରିଥିଲା । ୧୧ ମାର୍ଚ୍ଚ ୨୦୧୯ ରେ ଏହି ହତ୍ୟାକାଣ୍ଡ ଘଟିଥିଲା । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ମୁଣ୍ଡାସାହିରେ ଘଟିଥିଲା ହତ୍ୟାକାଣ୍ଡ । ନିଜ ସାବତ ପୁଅକୁ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲା ଅଭିଯୁକ୍ତ। ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ପୁଲିସ ଓ ପରେ ହତ୍ୟାକାଣ୍ଡ ମାମଲା ରୁଜୁ କରାଯାଇଥିଲା ।
ସ୍ତ୍ରୀକୁ ୩୩ ଥର ଛୁରୀ ଭୂଷି ହତ୍ୟା କରିଥିଲା, ହତ୍ୟାକାରୀ ସ୍ବାମୀକୁ ଫାଶୀ ଦଣ୍ଡ ଶୁଣାଇଲେ କୋର୍ଟ
ଭୁବନେଶ୍ବର: ପତ୍ନୀହନ୍ତାକୁ ଫାଶୀ ଦଣ୍ଡାଦେଶ। ଅଭିଯୁକ୍ତ ସଞ୍ଜିତ ଦାସକୁ ଫାଶୀ ଦଣ୍ଡ ଶୁଣାଇଲେ କୋର୍ଟ। ୨୦୨୨ ଜୁନ ୯ ରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଘାଟିକିଆରେ ସ୍ତ୍ରୀକୁ ବିଭତ୍ସ ଭାବେ ହତ୍ୟା କରିଥିଲା ସ୍ୱାମୀ । ୧୫ ଜଣ ସାକ୍ଷୀ, ସାଇଣ୍ଟିଫିକ ଏଭିଡ଼େନ୍ସ, ଫିଙ୍ଗର ପ୍ରିଣ୍ଟ ଓ ୧୮ ଟି ଡକ୍ୟୁମେଣ୍ଟ ଆଧାରରେ ଏହି ଦଣ୍ଡବିଧାନ ହୋଇଛନ୍ତି । ୩୩ ଥର ଛୁରୀ ଭୂଷି ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ଅଭିଯୁକ୍ତର ଝିଅ, ଅଭିଯୁକ୍ତର ମା’ ଓ ଭାଉଜ ଏହି ଲୋମହର୍ଷଣକାରୀ କାହାଣୀ ବଖାଣିବା ପରେ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର କୋର୍ଟ ।
ବାପା ହତ୍ୟାକାରୀ ପୁଅକୁ ଆଜୀବନ ସଜା
କଟକ: ବାପା ହତ୍ୟାକାରୀ ପୁଅକୁ ଆଜୀବନ ସଜା। କଟକ ଜିଲ୍ଲା ଦ୍ଵିତୀୟ ଦୌରା ଜଜ କୋର୍ଟ ଦେଲେ ଏହି ସଜା। ଆଜୀବନ ସଜା ସହ ୧୦ ହଜାର ଟଙ୍କାର ଜରିମାନା ଦେବା ପାଇଁ ନିର୍ଦ୍ଦେଶ।
ଜରିମାନା ଅନାଦେୟ ଅଧିକ ଏକ ବର୍ଷ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସନ୍ତୋଷ ସାହୁକୁ ଏହି ଆଜୀବନ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁଯାୟୀ, ଅଗଷ୍ଟ ୨୦୧୮ ମସିହାରେ ସିଡିଏ ସେକ୍ଟର-୭ରେ ଘଟିଥିଲା ଏହି ହତ୍ୟାକାଣ୍ଡ ଘଟଣା। ବାପାକୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ହତ୍ୟା କରିଥିଲା ପୁଅ।ଏ ନେଇ ମର୍କତନଗର ଥାନାରେ ଏତଲା ଦିଆଯାଇଥିଲା। କୋର୍ଟ ୨୪ ଟି ଡକ୍ୟୁମେଣ୍ଟ ଓ ୨୮ ଜଣ ସାକ୍ଷୀଙ୍କ ଆଧାରରେ ଏହି କାରାଦଣ୍ଡାଦେଶ ସଜା ଶୁଣେଇଛନ୍ତି। ଏ ନେଇ ଆଡ଼ିଶନାଲ ପବ୍ଲିକ ପ୍ରୋସେକ୍ୟୁଟର ବିଶ୍ୱଜିତ୍ ବରାଳ ସୂଚନା ଦେଇଛନ୍ତି।
ଆମେରିକାରେ ୨୦ ହଜାର ଭାରତୀୟଙ୍କୁ ବେଆଇନ ଜେଲ୍‌, କଏଦୀଙ୍କୁ କାମ କରାଇ ୯୧ ହଜାର କୋଟି ଆୟ
ୱାଶିଂଟନ: ବିଶ୍ବର ଅନ୍ୟ ଦେଶକୁ ମାନବାଧିକାର ପାଠ ପଢ଼ାଉଥିବା ଆମେରିକା ନିଜେ ଏହାକୁ ଭୁଲିଯାଇଛି। ମାନବାଧିକାର ସୁରକ୍ଷାର ଡିଣ୍ଡିମ ପିଟୁଥିବା ଏହି ଦେଶ ‘ଦୀପ ତଳ ଅନ୍ଧାର’ ପରି ଅନ୍ୟମାନଙ୍କ ଅଧିକାରକୁ ଉଲ୍ଲଙ୍ଘନ କରିଚାଲିଛି। ଆମେରିକା ଜେଲ୍‌ରେ ୨୦ ହଜାରରୁ ଊର୍ଦ୍ଧ୍ବ ଭାରତୀୟ ବେଆଇନ ଭାବେ ବନ୍ଦୀ ଅଛନ୍ତି। ଏହି ଜେଲ୍‌ ଗୁଡ଼ିକରେ କାଗଜପତ୍ର ନ ଥିବା ବନ୍ଦୀଙ୍କୁ ଜୋରଜବରଦସ୍ତ କାମରେ ଲଗାଯାଉଛି। ଏହା ମାଧ୍ୟମରେ ଜେଲ୍‌ କର୍ତ୍ତୃପକ୍ଷ ମୋଟା ଅଙ୍କର ଅର୍ଥ ଆୟ କରୁଛନ୍ତି। ତେବେ କଏଦୀମାନଙ୍କୁ ସମାନ ମୂଲ ଦେଉନାହାନ୍ତି। କାମ କରିବାକୁ ମନା କରୁଥିବା କଏଦୀଙ୍କୁ ଅନ୍ଧାର କୋଠରିରେ ବନ୍ଦୀ କରିଦିଆଯାଉଛି। ଏକ ମାନବାଧିକାର ଯାଞ୍ଚରୁ ଜଣାପଡିଛି ଯେ ଆମେରିକା ଜେଲ୍‌ ଉଦ୍ୟୋଗ ପାଲଟି ଯାଇଛି। କଏଦୀଙ୍କୁ କାମ କରାଇ ବର୍ଷକୁ ୧୧ ବିଲିୟନ ଡଲାର ଅର୍ଥାତ୍‌ ୯୧ ହଜାର କୋଟି ଟଙ୍କା ଆୟ କରାଯାଉଛି। ମାତ୍ର ସେମାନଙ୍କୁ କେବଳ ଘଣ୍ଟାକର ଦରମା ଦିଆଯାଉଛି। ଶ୍ରମ ପାଇଁ ବର୍ଷକୁ ମାତ୍ର ୪୫୦ ଡଲାର ପ୍ରଦାନ କରାଯାଉଛି।
ସୂଚନା ଅନୁଯାୟୀ ଜେଲ୍‌ରେ ବନ୍ଦୀ ଥିବା କଏଦୀଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ ରହିଛି। ସାବୁନ କିଣିବାକୁ ମଧ୍ୟ ସେମାନଙ୍କ ପାଖରେ ଅର୍ଥ ନାହିଁ। କଏଦୀ ଉଚିତ ଦରମା ଦେବାକୁ ପାଖରେ ପାଣ୍ଠି ନାହିଁ ବୋଲି ଜେଲ୍‌ଗୁଡିକ ଦାବି କରୁଛନ୍ତି। କିନ୍ତୁ କଏଦୀଙ୍କୁ କାମରେ ଲଗାଇ କୋଟି କୋଟି ଡଲାର ଆୟ କରୁଥିବା ଯାଞ୍ଚରୁ ଜଣାପଡିଛି। ଏହା ସତ୍ତ୍ବେ ବି ବନ୍ଦୀଙ୍କୁ ନିର୍ଯାତନା ଦିଆଯାଉଛି।
ଆମେରିକାରେ ଘରୋଇ କମ୍ପାନୀ ଜେଲ୍‌ ଚଲାଉଛି। ଏହି ଜେଲ୍‌ରେ ଯେତେ ଅଧିକ ବନ୍ଦୀ ରହିବେ କମ୍ପାନୀଙ୍କୁ ସରକାରଙ୍କଠାରୁ ସେତେ ଅଧିକ ଲାଭ ମିଳିବ। ଜେଲ୍‌ର ୮୦ ପ୍ରତିଶତ କାମ କଏଦୀଙ୍କ ଦ୍ବାରା କରାଯାଉଛି। ଏଥିରେ ସଫାସୁତୁରା, ମରାମତି କାର୍ଯ୍ୟ, ପୋଷାକ ସଫା ଆଦି ସାମିଲ ରହିଛି। ଏହା ସହିତ ବାହାର କମ୍ପାନୀ ମଧ୍ୟ ଜେଲ୍‌କୁ ଆସବାବପତ୍ର ବନାଇବାକୁ ଠିକା ଦେଉଛି। ତେଣୁ କାମ କରିବାକୁ ମନା କରୁଥିବା କଏଦୀକୁ ଏକାକି ଅନ୍ଧାର କୋଠରିରେ ଛଡ଼ା ଯାଉଛି। ପରିବାର ସଦସ୍ୟଙ୍କୁ ମଧ୍ୟ ଭେଟିବାକୁ ଦିଆଯାଉନାହିଁ। ମେକ୍ସିକୋ ଦେଇ ଆମେରିକା ସୀମାରେ ପ୍ରବେଶ କରିଥିବା ଜଣେ ଭାରତୀୟ ବଂଶୋଦ୍ଭବ କହିଛନ୍ତି ଯେ ସେ କାଲିଫର୍ଣ୍ଣିଆ ଜେଲ୍‌ରେ ବର୍ଷ ପର୍ଯ୍ୟନ୍ତ ବନ୍ଦୀ ଥିଲେ। ଏହା ତାଙ୍କ ଜୀବନର ସବୁଠାରୁ କଠିନ ସମୟ ଥିଲା। ସେଠାରେ ଶାକାହାରୀ ଲୋକଙ୍କୁ ମାଂସ ଖାଇବାକୁ ବାଧ୍ୟ କରାଯାଉଥିଲା। ଶିଖ୍‌ଙ୍କୁ ପଗଡ଼ି ପିନ୍ଧିବାକୁ ଦିଆଯାଉ ନ ଥିଲା। ସୀମାପାର ମାମଲାରେ କଏଦୀଙ୍କୁ ବର୍ଷେ ଭିତରେ ଜାମିନ ମିଳିଯାଇଥାଏ। ତେବେ ଅନେକ କଏଦୀଙ୍କ ପାଖରେ ଓକିଲ ନିଯୁକ୍ତ କରିବାକୁ ମଧ୍ୟ ଅର୍ଥ ନ ଥାଏ। ସେଥିପାଇଁ ସେମାନେ ଜେଲ୍‌ରେ ରହିବାକୁ ବାଧ୍ୟ ହୋଇଥାନ୍ତି। ୨୦୨୨ରେ ଆମେରିକାରେ ୬୦ ହଜାର ଭାରତୀୟଙ୍କୁ ଗିରଫ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୪୦ ହଜାରଙ୍କୁ ଜାମିନ ମିଳିସାରିଛି। ଅନ୍ୟମାନେ ଏବେ ବି ଜେଲ୍‌ରେ ବନ୍ଦୀ ଅଛନ୍ତି।
ଜେଲ ଭିତରେ ସଂକୀର୍ତ୍ତନ ସାଙ୍ଗକୁ ନାଚ ଗୀତର ଆସର ସହ ଗଞ୍ଜେଇ ଚିଲମର ଧୂଆଁ
ଭୁବନେଶ୍ୱର : ରାଜଧାନୀର ଗୋଟିଏ ପଟେ ଜେଲ ଭିତରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏଭଳି ଗୀତର ଆସର ସାଧାରଣରେ ଚିନ୍ତାର କାରଣ ପାଲଟିଛି। ସୂଚନା ଅନୁଯାୟୀ ଏ ଭିଡିଓଟି ଖୋଦ ରାଜଧାନୀ ଛାତି ଉପରେ ଥିବା ଏକ ଜେଲର ଭିତରର। ଜେଲ୍ ଭିତରର ୩ଟି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ଆଉ ଗୋଟିଏ ଭିଡ଼ିଓରେ ୨ ଜଣଙ୍କ ଠାରୁ ଟଙ୍କା ନେଇ କିଛି ଜିନିଷ ଦେଉଥିବା ନଜର ଆସୁଛି । ଯଦିଓ ଭିଡ଼ିଓଟି କେବେ ସୁଟିଂ କରାଯାଇଛି ତାହା ସ୍ପଷ୍ଟ ହୋଇନି । ତଥାପି ଗତ ମାସ ପଣା ସଂକ୍ରାନ୍ତିରେ ଏଭଳି ନାଚ ଗୀତ ଆସର ହୋଇଥିବା ସନ୍ଦେହ କରାଯାଉଛି । ଗତ କିଛିଦିନ ହେବ ଅପରେସନ କ୍ଲିନ ଅପରେ ଚଢ଼ାଉ ବେଳେ ୧୩ଟି ମୋବାଇଲ ଜବତ କରିଛି ଜେଲ ବିଭାଗର ସ୍ବତନ୍ତ୍ର ଟିମ୍ ।