Balochistan - The Sakala

ପାକିସ୍ତାନର ବେଲୁଚିସ୍ତାନରେ ଗ୍ୟାସ୍ ପାଇପଲାଇନ୍ ବିସ୍ଫୋରଣ: କ୍ୱେଟା ସମେତ ଅନେକ ଜିଲ୍ଲାରେ ଯୋଗାଣ ଠପ୍
ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟା ଉପକଣ୍ଠରେ ଏକ ବଡ଼ ଧରଣର ଗ୍ୟାସ୍ ପାଇପଲାଇନ୍ ବିସ୍ଫୋରଣ ଘଟିଛି। ଅଜ୍ଞାତ ଦୁର୍ବୃତ୍ତଙ୍କ ଦ୍ୱାରା ଘଟାଯାଇଥିବା ଏହି ଆକ୍ରମଣ ଫଳରେ ଏକ ପ୍ରମୁଖ ପ୍ରାକୃତିକ ଗ୍ୟାସ ପାଇପଲାଇନ୍ ନଷ୍ଟ ହୋଇଯାଇଛି। ଏହା ଯୋଗୁଁ କ୍ୱେଟା ସମେତ ପ୍ରଦେଶର ଅତିକମରେ ପାଞ୍ଚଟି ଜିଲ୍ଲାରେ ଗ୍ୟାସ୍ ଯୋଗାଣ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି।

ଭୟଙ୍କର ବିସ୍ଫୋରଣ ଏବଂ ଅଗ୍ନିକାଣ୍ଡ

ସୁଇ ସଦର୍ନ ଗ୍ୟାସ୍ କମ୍ପାନୀ (SSGC) ର ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ଅଖତରାବାଦର ୱେଷ୍ଟର୍ଣ୍ଣ ବାଇପାସ୍ ନିକଟରେ ୧୮ ଇଞ୍ଚ ବ୍ୟାସ ବିଶିଷ୍ଟ ଏକ ମୁଖ୍ୟ ଗ୍ୟାସ୍ ସପ୍ଲାଏ ପାଇପଲାଇନକୁ ବିସ୍ଫୋରକ ଲଗାଇ ଉଡ଼ାଇ ଦିଆଯାଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏହାର ଅଗ୍ନିଶିଖା ବହୁ ଦୂରରୁ ଦେଖିବାକୁ ମିଳିଥିଲା ଏବଂ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି ମୃତାହତ ହୋଇଥିବାର ଖବର ମିଳିନାହିଁ କିମ୍ବା କୌଣସି ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି।

ପ୍ରଭାବିତ ଅଞ୍ଚଳ

ଗ୍ୟାସ୍ ପାଇପଲାଇନ୍ ନଷ୍ଟ ହେବା କାରଣରୁ କ୍ୱେଟାର ହଜାରା ଟାଉନ୍, ହଜରଗଞ୍ଜି, ଖରୋଟାବାଦ, ପଶ୍ତୁନ୍ ବାଗ୍ ଏବଂ ଅନ୍ୟାନ୍ୟ ଅଞ୍ଚଳ ସମେତ ବେଲୁଚିସ୍ତାନର ମସ୍ତୁଙ୍ଗ, କଲାତ, ପିଶିନ, କୁଚଲାକ ଏବଂ ଜିଆରତ ଜିଲ୍ଲାରେ ଗ୍ୟାସ୍ ଯୋଗାଣ ଠପ୍ ହୋଇଯାଇଛି। ହଠାତ୍ ଗ୍ୟାସ୍ ଯୋଗାଣ ବନ୍ଦ ହେବା କାରଣରୁ ଉଭୟ ଘରୋଇ ଏବଂ ବ୍ୟବସାୟିକ ଗ୍ରାହକମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଜାରି

ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ (Bomb Disposal Squad) ପହଞ୍ଚି ଅଞ୍ଚଳକୁ ସୁରକ୍ଷିତ ଘୋଷଣା କରିବା ପରେ SSGC ର ବୈଷୟିକ ଦଳ ତୁରନ୍ତ ସେଠାରେ ପହଞ୍ଚିଥିଲେ। ମୁଖ୍ୟ ଭଲ୍‌ବ୍ ବନ୍ଦ କରି ନିଆଁକୁ ଆୟତ୍ତ କରାଯିବା ସହ ପାଇପଲାଇନର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ସୂଚନାଯୋଗ୍ୟ ଯେ, ବେଲୁଚିସ୍ତାନରେ ସକ୍ରିୟ ଥିବା ବିଚ୍ଛିନ୍ନତାବାଦୀ ଗୋଷ୍ଠୀମାନେ ପ୍ରାୟତଃ ସରକାରୀ ସମ୍ପତ୍ତି ଏବଂ ଗ୍ୟାସ୍ ପାଇପଲାଇନ୍ ଗୁଡିକୁ ନିଜର ଟାର୍ଗେଟ କରିଆସୁଛନ୍ତି। ପୋଲିସ ଓ ସୁରକ୍ଷା ବାହିନୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଆତଙ୍କୀ ଆତ୍ମଘାତୀ ବିସ୍ଫୋରଣରେ ଥରିଲା କ୍ୱେଟ୍ଟା: ୧୦ ମୃତ, ୩୫ରୁ ଅଧିକ ଆହତ
କ୍ୱେଟ୍ଟା, ପାକିସ୍ତାନ (ବାଲୁଚିସ୍ତାନ) - ପାକିସ୍ତାନର ଅସ୍ଥିରତାପୂର୍ଣ୍ଣ ବାଲୁଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟ୍ଟାରେ ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଏକ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏହି ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ଅତିକମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଅଧିକ ଲୋକ ଆହତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି।

ଆକ୍ରମଣକାରୀ ବିସ୍ଫୋରକ ବୋଝେଇ ଏକ କାର୍ ସାହାଯ୍ୟରେ ପାକିସ୍ତାନୀ ପାରାମିଲିଟାରୀ ଫୋର୍ସ 'ଫ୍ରଣ୍ଟିଅର କର୍ପସ୍' (Frontier Corps- FC) ହେଡକ୍ୱାର୍ଟର ବାହାରେ ଧକ୍କା ଦେଇଥିଲା। ବିସ୍ଫୋରଣର ଶକ୍ତି ଏତେ ପ୍ରଚଣ୍ଡ ଥିଲା ଯେ ପୂରା ଅଞ୍ଚଳ ଥରି ଉଠିଥିଲା। ଅଧିକାଂଶ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି।

ବିସ୍ଫୋରଣ ପରେ ଘଟଣାସ୍ଥଳରେ ତୁରନ୍ତ ଗୁଳି ବିନିମୟର ଶବ୍ଦ ଶୁଣିବାକୁ ମିଳିଥିଲା। ଏହି ଧମାକା କାରଣରୁ ଆଖପାଖ ଅନେକ ବିଲ୍ଡିଂର ଝରକା ଏବଂ କବାଟ ଭାଙ୍ଗି ଯାଇଛି। ଭୟଭୀତ ଲୋକମାନେ ଜୀବନ ବଞ୍ଚାଇବାକୁ ଏଣେତେଣେ ଦୌଡ଼ିଥିଲେ।

ତୁରନ୍ତ ପୋଲିସ ଓ ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ ଘେରି କର୍ଡନ (Cordon) କରିଛନ୍ତି। ଉଦ୍ଧାରକାରୀ ଦଳ ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ରାଜ୍ୟ ସରକାର ସହରର ସମସ୍ତ ହସ୍ପିଟାଲରେ ଜରୁରୀକାଳୀନ ପରିସ୍ଥିତି (Emergency) ଘୋଷଣା କରିବା ସହ ଡାକ୍ତର, ନର୍ସ ଏବଂ ପାରାମେଡିକାଲ ଷ୍ଟାଫଙ୍କୁ ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଘଟଣାସ୍ଥଳରୁ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି, ଯେଉଁଥିରେ ବିସ୍ଫୋରଣ ସମୟରେ ବହଳ ଧୂଆଁ ବାହାରୁଥିବାର ଦେଖାଯାଉଛି। ତେବେ ଏହି ଆତ୍ମଘାତୀ ଆକ୍ରମଣ ପଛରେ କେଉଁ ଗୋଷ୍ଠୀର ହାତ ରହିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବିସ୍ଫୋରଣର କାରଣ ଏବଂ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।

ବାଲୁଚିସ୍ତାନ ହେଉଛି ପାକିସ୍ତାନର ସବୁଠାରୁ ବଡ଼ ପ୍ରଦେଶ, ଯାହାକି ଦୀର୍ଘ ଦିନ ଧରି ହିଂସା ଏବଂ ବିଦ୍ରୋହର କେନ୍ଦ୍ର ପାଲଟିଛି। ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ବିଚ୍ଛିନ୍ନତାବାଦୀ ଗୋଷ୍ଠୀ, ବିଶେଷ କରି ବାଲୁଚ ଲିବେରେସନ ଆର୍ମି (BLA), ସରକାରୀ ପ୍ରତିଷ୍ଠାନ ଓ ସୁରକ୍ଷା ବାହିନୀକୁ ବାରମ୍ବାର ଟାର୍ଗେଟ କରି ଆସୁଛନ୍ତି। ତେଣୁ, ଏହି ଆକ୍ରମଣ ପଛରେ ବିଦ୍ରୋହୀ ଗୋଷ୍ଠୀର ହାତ ଥିବାର ସନ୍ଦେହ କରାଯାଉଛି।

ଆଇଇଡି ବିସ୍ଫୋରଣରେ ୧୨ ପାକିସ୍ତାନୀ ସୈନିକ ନିହତ
ଶ୍ରୀନଗର: ପାକିସ୍ତାନର ବେଳା ଖରାପ୍ । ଗତକାଲି ବୁଧବାର ଦିନ ଭାରତୀୟ ସଶସ୍ତ୍ର ବାହିନୀର ଅପରେସନ ସିନ୍ଦୂର ପାକିସ୍ତାନକୁ ବିପୁଳ କ୍ଷତି ପହଞ୍ଚାଇଥିଲା । ଏବେ ବେଲୁଚ୍ ଲିବରେସନ ଆର୍ମି IED ସାହାଯ୍ୟରେ ପାକିସ୍ତାନୀ ସେନାର ଗାଡ଼ି ଉପରେ ଆକ୍ରମଣ କରିଥିଲା ​​ଯେଉଁଥିରେ ୧୨ ଜଣ ପାକ୍ ସେନାଙ୍କ ମୃତ୍ୟୁ ହୋଇଛି । ବେଲୁଚ୍ ଲିବରେସନ ଆର୍ମିର ସ୍ପେଶାଲ୍ ଟାକ୍ଟିକାଲ୍ ଅପରେସନ୍ସ ସ୍କ୍ୱାଡ୍ (STOS) ବୋଲାନର ମାଚ୍ କୁଣ୍ଡ ଅଞ୍ଚଳରେ ରିମୋଟ୍-କଣ୍ଟ୍ରୋଲ୍ ଆଇଇଡି ସାହାଯ୍ୟରେ ଏକ ବଡ଼ ବିସ୍ଫୋରଣ କରିଥିଲା । ଏହି ବିସ୍ଫୋରଣ ମାଧ୍ୟମରେ ସେମାନେ ପାକିସ୍ତାନୀ ସେନାର ଗାଡ଼ିକୁ ଟାର୍ଗେଟ କରିଥିଲେ, ଯେଉଁଥିରେ ୧୨ ଜଣ ସେନାଙ୍କ ମୃତ୍ୟୁ ହୋଇଛି । ଯବାନମାନେ ଏକ ସାମରିକ ଅଭିଯାନ ପାଇଁ ଯାଉଥିବା ସମୟରେ ଏହି ଆକ୍ରମଣ କରାଯାଇଥିଲା ।