IndiaPakistanWar - The Sakala
ନୂଆଦିଲ୍ଲୀ: ଭାରତ-ପାକ ଉତ୍ତେଜନା ଭିତରେ ହେଉଛି ଗୁଳିବର୍ଷା। ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ।  ଜମ୍ମୁ କାଶ୍ମୀର ଉରିରେ ଆରମ୍ଭ ହେଲା ଗୁଳି ବର୍ଷଣ । ପାକିସ୍ତାନ ପଟୁ ଗୁଳିମାଡ଼ ହେଉଥିବା ସୂଚନା ।
ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ସେନା ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି। ସିଡିଏସ୍‌‌ ଏବଂ ୩ ସେନା ମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। ଏନଏସଏ ଅଜିତ ଡୋଭାଲ ମଧ୍ୟ ବୈଠକରେ ସାମିଲ ହୋଇଛନ୍ତି। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ରହିଛନ୍ତି। ପ୍ରଧାନମନ୍ତ୍ରୀଭ୍‌‌କ ବାସ ଭବନରେ ୩ଜଣ ସେନା ମୁଖ୍ୟ ଆଲୋଚନା କରିଛନ୍ତି। ଫଳରେ ପାକିସ୍ତାନ ଉପରେ ବଡ଼ ଆକ୍ରମଣ ନେଇ ଭାରତର ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି।
ଏହାରି ମଧ୍ଯରେ ସାମ୍ପ୍ରତିକ ସ୍ଥିତିକୁ ନେଇ ଛୁଟି ବାତିଲ କଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ । ଏନେଇ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ସର୍କୁଲାର୍ । ମେଡିକାଲ୍ ଗ୍ରାଉଣ୍ଡ ବ୍ୟତୀତ ସମସ୍ତ ଛୁଟି ମନା। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଛୁଟି ମନା। ଛୁଟି ମଞ୍ଜୁର ହୋଇଥିଲେ ବାତିଲ୍ ସହ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି।
ତୁର୍କୀ ଡ୍ରୋନରେ ଭାରତକୁ ଟାର୍ଗେଟ କରିଥିଲା ପାକିସ୍ତାନ: MEA
ନୂଆଦିଲ୍ଲୀ: ଅପରେସନ ‘ସିନ୍ଦୂର’କୁ ନେଇ ଆଜି  MEA ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ଅନୁଯାୟୀ,  ପାକିସ୍ତାନ ଷଡଯନ୍ତ୍ର କରି ଭାରତ ସୀମୀରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି । ଏଥିପାଇଁ ପାକିସ୍ତାନ ୩୦୦ରୁ ୪୦୦ଡ୍ରୋନ ବ୍ୟବହାର କରିଥିବାବେଳେ, ଭାରତୀୟ ସଶସ୍ତ୍ର ବଳ କାଇନାଇଟିକ୍ ଓ ନନକାଇନାଇଟିକ୍ ଟେକନିକ ବିନିଯୋଗ କରି ଏହାକୁ ପ୍ରତିହତ କରିଛି । ଡ୍ରୋନଗୁଡିକୁ ଖସାଇ ପକାଇଛି । ଖସିପଡିଥିବା ପାକ୍ ଡ୍ରୋନ ଗୁଡିକର ଭଗ୍ନାଂଶକୁ  ଫରେନ୍ସିକ ଯାଞ୍ଚ କରାଯାଉଛି।
ପାରମ୍ଭିକ ରିପୋର୍ଟ ମୁତାବକ, ଏସବୁ ଡ୍ରୋନ ତୁର୍କୀର ଡ୍ରୋନ ବୋଲି ଜଣାପଡିଛି । ଏହାପରେ ରାତିରେ ପାକିସ୍ତାନ ଭଟିଣ୍ଡାର ଏକ ସଶସ୍ତ୍ର ସୈନ୍ୟ ଷ୍ଟେସନକୁ ଟାର୍ଗେଟ କରିଥିଲା , ଯାହାକୁ ଲୋକେଟ୍ କରିବା ସହ ନିଷ୍କ୍ରିୟ କରାଯାଇଥିଲା । ସୀମାବର୍ତ୍ତୀ ଇଲାକାର ଅଧିକାଂଶ ସ୍ଥାନରେ ଆର୍ଟିଲାରୀ ଗନ୍, ସଶସ୍ତ୍ର ଡ୍ରୋନ ସାହାଯ୍ୟରେ ନିୟନ୍ତ୍ରଣ ରେଖା ପାଖରେ ପ୍ରବଳ ଗୁଳିମାଡ ବି କରିଥିଲା । ଯାହାର ପରିଣାମ ସ୍ବରୂପ ଭାରତର କିଛି ଯବାନ ସହିଦ ହେବା ସହ ଆଉ କିଛି ଯବାନ ଆହତ ହୋଇଛନ୍ତି । ଏହା ପାକିସ୍ତାନର ଜିଦଖୋର ମନୋଭାବକୁ ପ୍ରକାଶ କରିଛି ।
ମେ ୭ରେ ରାତି ସାଢେ ୭ଟାରେ ନିଜ ନାଗରିକ ବିମାନ ସେବା ବନ୍ଦ ନ କରି ବରଂ ଏହାକୁ ଭାରତ ବିରୋଧରେ ଢାଲ ଭାବେ ବ୍ୟବହାର କରୁଛି । ପାକିସ୍ତାନ ଜାଣିଛି ଭାରତ ଯେଉଁଭଳି ପ୍ରତିଆକ୍ରମଣ କରୁଛି ତା ଫଳରେ ଦୁଇ ଦେଶର ଆକାଶ ପଥରେ ଗଭୀର ପ୍ରଭାବ ପଡିବ, ଯାହା ନିଜ ନିଜ ଦେଶର ବିମାନ ଉଡାଣ ସହ ବିଦେଶ ଉଡାଣ ପାଇଁ ଆଦୌ ସୁରକ୍ଷିତ ନୁହେଁ । ତଥାପି ବିମାନ ଉଡାଣ ଜାରି ରଖିଛି । ଅନ୍ୟପଟେ ଭାରତୀୟ ବାୟୁସେନା ନିଜର ପୂର୍ଣ୍ଣ ସଞ୍ଜମତା ଦେଖାଇଛି ଏବଂ ଏହି ଭାବରେ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ସେବାରେ ସୁରକ୍ଷାକୁ ସୁନିଶ୍ଚିତ କରିଛି।
ଆମ ସୈନ୍ୟ ଠିକଣାକୁ ଟାର୍ଗେଟ୍ କରିଛି ପାକିସ୍ତାନ । LOCରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି।  ଧାର୍ମିକ ଅନୁଷ୍ଠାନ ଉପରେ ଆକ୍ରମଣ କରୁଛି ପାକିସ୍ତାନ।ପାକିସ୍ତାନ ଗୁରୁଦ୍ବାରା, ଚର୍ଚ୍ଚ ଉପରେ ଆକ୍ରମଣ କରୁଛି । ଏକ ଖ୍ରୀଷ୍ଟିଆନ୍ ସ୍କୁଲକୁ ଟାର୍ଗେଟ କରିଛି ପାକିସ୍ତାନ। ଯେଉଁଥିରେ ୨ ଜଣ ପ୍ରାଣ ହରାଇଛନ୍ତି । ସାଂପ୍ରଦାୟିକ ହିଂସା ସୃଷ୍ଟି କରିବାକୁ ଚାହୁଁଛି ପାକିସ୍ତାନ।
ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଜମ୍ମୁ-କାଶ୍ମୀର ନିୟନ୍ତ୍ରଣ ରେଖା (ଏଲଓସି)ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୁଧବାର ଚରମ ସୀମାରେ ପହଞ୍ଚିଛି। । ବାୟୁସେନାର ଏହି ଆକ୍ରମଣ ପରେ ବୁଧବାର ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ସେନା ବୁଧବାର ଜମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଅବସ୍ଥିତ ଗ୍ରାମଗୁଡ଼ିକୁ ଟାର୍ଗେଟ କରି ପ୍ରବଳ ଗୁଳିମାଡ଼ ଚଳାଇଛି। ଏହି ଗୁଳିମାଡ଼ରେ ଲାନ୍ସ ନାୟକ ଦିନେଶ କୁମାର ସହିଦ ହୋଇଛନ୍ତି। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଥିଲେ।
ଖବର ଅନୁଯାୟୀ, ଗୁଳିମାଡ଼ରେ ଭାରତୀୟ ଯବାନ ଗୁରୁତର ହୋଇଥିଲେ। ଆହତ ସୈନିକଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଭାରତୀୟ ସେନାଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ। ଭାରତୀୟ ସେନା ପକ୍ଷରୁ ଏହି ବିଷୟରେ ସୂଚନା ଦିଆଯାଇଛି । ସହିଦ ଜଣକ ହେଲେ ଦିନେଶ କୁମାର ଶର୍ମା (୩୨ବର୍ଷ)। ହରିୟାଣାର ପଲୱାଲର ମହମ୍ମଦପୁର ଗାଁର ନିବାସୀ। ତାଙ୍କୁ ୫ମ ଫିଲ୍ଡ ରେଜିମେଣ୍ଟରେ ନିଯୁକ୍ତି ଦିଆଯାଇଥିଲା। ଭାରତୀୟ ସେନାର ହ୍ୱାଇଟ୍ ନାଇଟ୍ କର୍ପସ ତାଙ୍କ ବଳିଦାନକୁ ସଲାମ କରିଛି।ହ୍ୱାଇଟ୍ ନାଇଟ୍ କର୍ପସର ଜିଓସି ଏବଂ ସମସ୍ତ ସୈନିକ ଲାନ୍ସ ନାୟକ ଦିନେଶ କୁମାରଙ୍କୁ ତାଙ୍କ ସାହସିକତା ଏବଂ ଦେଶ ପାଇଁ ତାଙ୍କର ସର୍ବୋଚ୍ଚ ବଳିଦାନ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସେନା ଏହା ମଧ୍ୟ କହିଛି ଯେ, ପୁଞ୍ଚ ସେକ୍ଟରରେ ପାକିସ୍ତାନ ସେନା ଦ୍ୱାରା ନିରୀହ ନାଗରିକଙ୍କ ଉପରେ ଆକ୍ରମଣର ଶିକାର ହୋଇଥିବା ଲୋକଙ୍କ ସହ ଭାରତୀୟ ସେନା ଠିଆ ହୋଇଛି। ଏହି ଆକ୍ରମଣ ଯୋଗୁଁ ଅଞ୍ଚଳରେ ଉତ୍ତେଜନା ଏବଂ ଭୟର ବାତାବରଣ ସୃଷ୍ଟି ହୋଇଛି । ଏଥିସହ ହରିୟାଣା ମୁଖ୍ୟମନ୍ତ୍ରୀ ନାଇବ ସିଂହ ସାଇନି ସହିଦ ଲାନ୍ସ ନାୟକ ଦିନେଶ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।