OperationSindoor - The Sakala
ନୂଆଦିଲ୍ଲୀ: ଭାରତ ପାକିସ୍ତାନର ଆତଙ୍କବାଦୀ ଉପରେ ହମଲା କରି ପହଲଗାମ ଆତଙ୍କୀ ହମଲାର ବଦଲା ନେଇଛି। ଏହାରି ମଧ୍ଯରେ ଏକ ବଡ଼ ଖବର ସାମ୍ନାକୁ ଆସିଛି।  କୁଖ୍ୟାତ ଆତଙ୍କୀ ଅବଦୁଲ ରୌଫ ଆଜହର ଭାରତର ମିସାଇଲ ମାଡାରେ ନିହତ ହୋଇଥିବା ଜଣାପଡ଼ିଛି। ଆବଦୁଲ ରଉଫ ଆଜହର ହେଉଛି ମାସୁଦ ଆଜହରଙ୍କ ସାନ ଭାଇ ଏବଂ ଜୈଶ-ଏ-ମହମ୍ମଦର ଦ୍ୱିତୀୟ ନେତା। ଅବଦୁଲ ରୌଫ ଅପରେସନ ସିନ୍ଦୂରରେ ନିହତ ହୋଇଥିବା ଖବର ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି।
ଅବଦୁଲ ଆଜହର ୧୯୯୯ ମସିହାରେ ଇଣ୍ଡିଆନ୍ ଏୟାରଲାଇନ୍ସ ବିମାନ IC-814 ଅପହରଣର ମୁଖ୍ୟ ସୂତ୍ରଧର ଥିଲା। ଦଶନ୍ଧି ଧରି ଭାରତୀୟ ଗୁଇନ୍ଦା ସଂସ୍ଥାର ରାଡାରରେ ଥିଲା ଏହି ଆତଙ୍କୀ। ଅବଦୁଲର ନିପାତ ଭାରତର ଆତଙ୍କବାଦ ବିରୋଧୀ ଅଭିଯାନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ବିଶେଷକରି ଜାତୀୟ ତଦନ୍ତ ସଂସ୍ଥା (NIA) ଦ୍ୱାରା ମୋଷ୍ଟୱାଣ୍ଟେଡ ତାଲିକରେ ରହିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଥିଲା।
କାନ୍ଦାହାର ଯୋଜନା ଅପହରଣ ବ୍ୟତୀତ, ଆଜହର ୨୦୦୧ ଭାରତୀୟ ସଂସଦ ଆକ୍ରମଣ, ୨୦୦୩ ନାଗ୍ରୋଟା ସେନା କ୍ୟାମ୍ପ ଉପରେ ଆକ୍ରମଣ, ପୁଲୱାମା ଆକ୍ରମଣ (୨୦୧୯) ଏବଂ ଅନ୍ୟାନ୍ୟ ସୀମାପାର ଆତଙ୍କବାଦୀ ଆକ୍ରମଣ ପଛରେ ମଧ୍ୟ ସାମିଲ ଥିଲା।
ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଜମ୍ମୁ-କାଶ୍ମୀର ନିୟନ୍ତ୍ରଣ ରେଖା (ଏଲଓସି)ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୁଧବାର ଚରମ ସୀମାରେ ପହଞ୍ଚିଛି। । ବାୟୁସେନାର ଏହି ଆକ୍ରମଣ ପରେ ବୁଧବାର ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ସେନା ବୁଧବାର ଜମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଅବସ୍ଥିତ ଗ୍ରାମଗୁଡ଼ିକୁ ଟାର୍ଗେଟ କରି ପ୍ରବଳ ଗୁଳିମାଡ଼ ଚଳାଇଛି। ଏହି ଗୁଳିମାଡ଼ରେ ଲାନ୍ସ ନାୟକ ଦିନେଶ କୁମାର ସହିଦ ହୋଇଛନ୍ତି। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଥିଲେ।
ଖବର ଅନୁଯାୟୀ, ଗୁଳିମାଡ଼ରେ ଭାରତୀୟ ଯବାନ ଗୁରୁତର ହୋଇଥିଲେ। ଆହତ ସୈନିକଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଭାରତୀୟ ସେନାଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ। ଭାରତୀୟ ସେନା ପକ୍ଷରୁ ଏହି ବିଷୟରେ ସୂଚନା ଦିଆଯାଇଛି । ସହିଦ ଜଣକ ହେଲେ ଦିନେଶ କୁମାର ଶର୍ମା (୩୨ବର୍ଷ)। ହରିୟାଣାର ପଲୱାଲର ମହମ୍ମଦପୁର ଗାଁର ନିବାସୀ। ତାଙ୍କୁ ୫ମ ଫିଲ୍ଡ ରେଜିମେଣ୍ଟରେ ନିଯୁକ୍ତି ଦିଆଯାଇଥିଲା। ଭାରତୀୟ ସେନାର ହ୍ୱାଇଟ୍ ନାଇଟ୍ କର୍ପସ ତାଙ୍କ ବଳିଦାନକୁ ସଲାମ କରିଛି।ହ୍ୱାଇଟ୍ ନାଇଟ୍ କର୍ପସର ଜିଓସି ଏବଂ ସମସ୍ତ ସୈନିକ ଲାନ୍ସ ନାୟକ ଦିନେଶ କୁମାରଙ୍କୁ ତାଙ୍କ ସାହସିକତା ଏବଂ ଦେଶ ପାଇଁ ତାଙ୍କର ସର୍ବୋଚ୍ଚ ବଳିଦାନ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସେନା ଏହା ମଧ୍ୟ କହିଛି ଯେ, ପୁଞ୍ଚ ସେକ୍ଟରରେ ପାକିସ୍ତାନ ସେନା ଦ୍ୱାରା ନିରୀହ ନାଗରିକଙ୍କ ଉପରେ ଆକ୍ରମଣର ଶିକାର ହୋଇଥିବା ଲୋକଙ୍କ ସହ ଭାରତୀୟ ସେନା ଠିଆ ହୋଇଛି। ଏହି ଆକ୍ରମଣ ଯୋଗୁଁ ଅଞ୍ଚଳରେ ଉତ୍ତେଜନା ଏବଂ ଭୟର ବାତାବରଣ ସୃଷ୍ଟି ହୋଇଛି । ଏଥିସହ ହରିୟାଣା ମୁଖ୍ୟମନ୍ତ୍ରୀ ନାଇବ ସିଂହ ସାଇନି ସହିଦ ଲାନ୍ସ ନାୟକ ଦିନେଶ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
ଭୁବନେଶ୍ବର: ଭାରତର ଅପରେସନ ସିନ୍ଦୂର ପରେ ଭାରତୀୟ ସେନାକୁ ସବୁଆଡୁ ଛୁଟୁଛି ପ୍ରଶଂସାର ସୁଅ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଭାରତୀୟ ସେନାବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି । ଏହାସହ ଏହି ସଫଳ ଏୟାର ଷ୍ଟ୍ରାଇକକୁ ନେଇ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ପ୍ରତିରକ୍ଷା ସଚିବ ସମସ୍ତଙ୍କୁ ମଧ୍ୟ ଅଭିନନ୍ଦନ ଜଣାଯାଇଛି  । ଆତଙ୍କବାଦୀଙ୍କୁ ପାତାଳରୁ ବାହାର କରି ମାରିବା ପାଇଁ ଆହ୍ୱାନ ଦିଆଯାଇଥିଲା, ଆଜି ତାହା ହିଁ ହୋଇଛି । ଆମ ସଂସ୍କୃତିରେ ‘ସିନ୍ଦୂର’କେବଳ ପରମ୍ପରା ନୁହେଁ, ଏହା ତ୍ୟାଗ ଏବଂ ସଂକଳ୍ପର ପ୍ରତୀକ। ଏହି ଭାବନା ଆମ ସୈନିକମାନଙ୍କ ମନରେ ମଧ୍ୟ ରହିଛି। ଭାରତ ବର୍ତ୍ତମାନ କେବଳ ପ୍ରତିରକ୍ଷା କରୁନାହିଁ ବରଂ ସଂପୂର୍ଣ୍ଣ ଭାବରେ ଆତଙ୍କବାଦକୁ ଉଚ୍ଛେଦ କରିବାକୁ ଆଗେଇ ଚାଲିଛି। ସେନାର ସାହସ ଏବଂ ଦମ୍ଭକୁ ସବୁ କ୍ଷେତ୍ରରୁ ପ୍ରସଂଶା କରାଯାଉଛି । ସେନାର ବିଜୟକୁ ଭାରତର ବିଜୟ ବୋଲି କୁହାଯାଉଛି ।
ନିରୀହ ଲୋକଙ୍କୁ ମାରିଥିଲା ପାକିସ୍ତାନ, ଭାରତ ପ୍ରତିଶୋଧ ନେଲା । ଭାରତୀୟ ସେନା ସହ ପୂରା ଭାରତ ଛିଡା ହୋଇଛି । ଏପରି ପରି କହି ସମସ୍ତ ରାଜନେତା, ସେଲିବ୍ରିଟି ତଥା ଭାରତର ସବୁ କୋଣ ଅନୁକୋଣରୁ ପ୍ରଶଂସାର ସୁଅ ଛୁଟିଛି । ଅନେକ ସ୍ଥାନରେ ଏହି ସଫଳ ଅପରେସନକୁ ସେଲିବ୍ରେଶନ ମଧ୍ୟ କରାଯାଉଛି । ଓଡିଶାର ଅନେକ ରାଜନେତା ମଧ୍ୟ ସେନାର ସାହାସକୁ ପ୍ରଶଂସା କରିଛନ୍ତି  । ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭାରତୀୟ ସେନାକୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, “ଭାରତୀୟ ସେନା ଆତଙ୍କବାଦୀଙ୍କ ବିରୁଦ୍ଧରେ ଅଭିଯାନରେ ସଫଳତା ହାସଲ କରିଛନ୍ତି । ମୁଁ ସେମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି” ।