Jagannath Dham - The Sakala
ଦୀଘା ମନ୍ଦିରରୁ ଧାମ ଶବ୍ଦ ହଟୁ: ଗଜପତି ମହାରାଜା
ପୁରୀ: ଦୀଘା ଜଗନ୍ନାଥ ଧାମ ନାମକରଣ ପରମ୍ପରା ବିରୁଦ୍ଧ। ଏହା ମଧ୍ୟ ଜଗନ୍ନାଥ ସଂସ୍କୃତି ବିରୁଦ୍ଧ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଦୀଘା ଜଗନ୍ନାଥ ଧାମକୁ ନେଇ ଲାଗି ରହିଥିବା ବିବାଦ ସମ୍ପର୍କରେ ଗଜପତି ମହାରାଜା କହିଥିଲେ, ଦୀଘାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ “ଜଗନ୍ନାଥ ଧାମ’ ତଥା “ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର’ ଭାବରେ ନାମିତ କରାଯାଇଛି, ଯାହା ସମସ୍ତଙ୍କୁ ବ୍ୟଥିତ କରିଛି। କାରଣ ଏହା ପରାମ୍ପରା ବିରୁଦ୍ଧ। ଜଗନ୍ନାଥ ଧାମ କହିଲେ କେବଳ ପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର, ପୁରୀକୁ ବୁଝାଏ। ନୀଳାଚଳ ଧାମ, ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର, ପୁରୁଷୋତ୍ତମ କ୍ଷେତ୍ର, ଜଗନ୍ନାଥ ଧାମ ଏହା କେବଳ ଶ୍ରୀଜଗନ୍ନାଥ ପୁରୀକୁ ହିଁ ବୁଝାଇବ। ବିଶ୍ୱରେ ଅନେକ ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଛି। କିନ୍ତୁ ଏଭଳି ନାମକରଣ କେହି କରିନାହାନ୍ତି। ଏହା ଶୁଣିବା ପରେ ସଙ୍ଗେ ସଙ୍ଗେ ମୁକ୍ତିମଣ୍ଡପର ପରାମର୍ଶ ନେଇଥିଲୁ। ଶଙ୍କରାଚାର୍ଯ୍ୟ ମଧ୍ୟ ତାଙ୍କ ପ୍ରତିକ୍ରିୟା ଦେଇସାରିଛନ୍ତି, କେବଳ ଶ୍ରୀକ୍ଷେତ୍ର ପୁରୀ ହେଉଛି ଜଗନ୍ନାଥ ଧାମ। ବିଶ୍ୱରେ ଆଉ କେଉଁ ସ୍ଥାନକୁ ଜଗନ୍ନାଥ ଧାମ ଆଖ୍ୟା ଦିଆଯାଇପାରିବ ନାହିଁ। ଆମ ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।
ସେଠାକର ସରକାରଙ୍କ ନିର୍ଦ୍ଦେଶରେ ହିଁ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାମକରଣ କରାଯାଇଛି। ଶ୍ରୀଜଗନ୍ନାଥ ଧାମ ଶବ୍ଦ ଯେଭଳି ଦୀଘା ମନ୍ଦିରରୁ ତୁରନ୍ତ ହଟିବ ସେ ନେଇ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକତା ରହିଛି। ଇସ୍କନ ସଂସ୍ଥାକୁ ସେବାପୂଜା ଦାୟିତ୍ୱ ଦିଆଯାଇଛି। ସେମାନେ ଜାଣିଛନ୍ତି ଜଗନ୍ନାଥ ଧାମ ପୁରୀ। ହେଲେ ଆଶ୍ଚର୍ଯ୍ୟ ଲାଗୁଛି ସେମାନେ କିପରି ଏଥିରେ ଆପତ୍ତି କରିନାହାନ୍ତି, ଯାହାକି ଚିନ୍ତାର ବିଷୟ। ମହାପ୍ରଭୁଙ୍କ ପରମ୍ପରାକୁ ବିକୃତ ଓ ଉଲ୍ଲଂଘନ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଗଜପତି ମହାରାଜା।
ଭୁବନେଶ୍ବର: ଜିଦରେ ଅଟଳ ଦିଦି ଅର୍ଥାତ ପଶ୍ଚିମବଙ୍ଗ ସରକାର। କୋଟିକୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ ଆଗରେ ମୁଣ୍ଡ ନୁଆଁଇବାକୁ ନାରାଜ। ଦୀଘାରେ ଜଗନ୍ନାଥ ଧାମକୁ ନେଇ ଚର୍ଚ୍ଚା ବଢୁଥିବା ବେଳେ ପୁଣି ମନ୍ଦିର ସମ୍ମୁଖରେ ଗତକାଲି ରାତିରେ ବଡ ବଡ ଅକ୍ଷରରେ ପ୍ରସ୍ତୁତ କରି ମରା ଯାଇଛି ଜଗନ୍ନାଥ ଧାମ । ରାତାରାତି ଜଗନ୍ନାଥ ଧାମ ଲେଖିବା ସହ ଏକ ସେଲ୍ଫି ପଏଣ୍ଟ କରାଯାଇଛି।
ସୂଚନା ଅନୁଯାୟୀ, ଦିଘା ଜଗନ୍ନାଥ ମନ୍ଦିର ଉଦଘାଟନ ସମୟରେ ଯେଉଁ ଅସ୍ଥାୟୀ କାଗଜ ଓ ଥର୍ମାକୋଲରେ ସେଲ୍ଫି ପଏଣ୍ଟ କରାଯାଇଥିଲା ସେଥିରେ ଦୀଘା ଜଗନ୍ନାଥ ଧାମ ବୋଲି ଲେଖା ଯାଇଥିଲା।  ଯାହା ୩୦ ତାରିଖ ଉଦଘାଟନ ସରିବା ପରେ ୧ ତାରିଖ ଦିନ ଟେଣ୍ଡ ମାଲିକ ଖୋଲି ନେଇଥିଲେ। କିନ୍ତୁ ପରବର୍ତ୍ତି ସମୟରେ ଜଗନ୍ନାଥ ଧାମ ଶବ୍ଦକୁ ପ୍ରତ୍ୟବର୍ତ୍ତନ କରିବା ନେଇ ଜୋରଦାର ପ୍ରତିବାଦ ଓଡ଼ିଶାରେ ଦେଖିବାକୁ ମିଳିଥିଲା। ଏହାରି ଭିତରେ ଗତକାଲି ଖବର ଆସିଥିଲା ଯେ, ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କହିବା ଏବଂ ସେଠାରେ ଲଗାଯାଇଥିବା ହୋର୍ଡିଂକୁ ପ୍ରତ୍ୟାହାର କରି ନିଆଯାଇଛି।। କିନ୍ତୁ ପ୍ରକୃତରେ ତାହା ସ୍ଥାୟୀ ନ ଥିଲା କେବେଳ ଦୁଇ ଦିନ ପାଇଁ ଟେଣ୍ଟ ମାଲିକ ସେଲ୍ଫି ପାଇଁ ଲଗାଇ ଥିଲେ। ତେବେ ଦିଦି ମୁଣ୍ଡ ନୂଆଇଁ ଜଗନ୍ନାଥ ଧାମ ହୋର୍ଡିଂକୁ ଉଠାଇ ନେଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ପରେ ଗତକାଲି ରାତିରେ ପୁଣି ସ୍ଥାୟୀ ଭାବେ ମନ୍ଦିର ସମ୍ମୁଖରେ ଜଗନ୍ନାଥ ଧାମ ବୋଲି ଲଗା ଯାଇଛି ।
ଖବର ଅନୁଯାୟୀ, ପବିତ୍ର ଅକ୍ଷୟ ତୃତୀୟା ତିଥିରେ ପଶ୍ଚିମବଙ୍ଗ ଦୀଘାରେ ନୂଆ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ଏହି ମନ୍ଦିର ପ୍ରତିଷ୍ଠା ପରେ ପରେ ଆରମ୍ଭ ହୋଇଥିଲା ବିବାଦ। ଦୀଘା ମନ୍ଦିର ପାଇଁ ପଶ୍ଚିମବଙ୍ଗ ସରକାର ଦେଇଥିବା ବିଜ୍ଞାପନ, ଏପରିକି ମନ୍ଦିର ନିକଟରେ ଲଗାଇଥିବା ‘ଜଗନ୍ନାଥ ଧାମ’ ସାଇନେଜ୍‌କୁ ନେଇ ଓଡ଼ିଶାରେ ବିଶେଷକରି ପୁରୀରେ ତୀବ୍ର ବିରୋଧ ଦେଖିବାକୁ ମିଳିଥିଲା। ବିଶ୍ୱବ୍ୟାପୀ ଥିବା ଜଗନ୍ନାଥପ୍ରେମୀ ଦୀଘାକୁ ଜଗନ୍ନାଥ ଧାମ ବୋଲି ଲେଖାଯିବାକୁ ଗ୍ରହଣ କରିପାରିନଥିଲେ। କୋଟିକୋଟି ଜଗନ୍ନାଥପ୍ରେମୀ ଭକ୍ତଙ୍କୁ ଏହା ଆଘାତ ଦେଇଥିଲା। ଫଳସ୍ୱରୂପ ସବୁଆଡ଼ୁ ମମତା ସରକାରଙ୍କୁ ତୀବ୍ର ବିରୋଧ ଏବଂ କଡ଼ା ସମାଲୋଚନା କରାଯାଇଥିଲା। ଜଗନ୍ନାଥ ମନ୍ଦିର ତିଆରି କରିବାରେ କୌଣସି ଅସୁବିଧା ନାହିଁ। ହେଲେ ଦୀଘାକୁ ‘ଜଗନ୍ନାଥ ଧାମ’ ଲେଖାକୁ ନେଇ ତାତିଥିଲେ ଓଡ଼ିଶାବାସୀ। ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ବୁଝାଏ। ଭାରତର ଚାରିଧାମ ମଧ୍ୟରୁ ଶ୍ରୀକ୍ଷେତ୍ର ପୁରୀ ହେଉଛି ଅନ୍ୟତମ। ଯେଉଁଠି ସ୍ୱୟଂ ଜଗନ୍ନାଥ ଆବିର୍ଭାବ କରିଛନ୍ତି ବୋଲି ମତ ଦେଇଥିଲେ। ଏହାକୁ କେବଳ ବିରୋଧ ନୁହେଁ, ବିଭିନ୍ନ ସଂଗଠନ ରାଜରାସ୍ତାକୁ ଓହ୍ଲାଇଥିଲେ। ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଥିବା ବେଳେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗଜପତି ମହାରାଜାଙ୍କୁ ଚିଠି ଲେଖିଥିଲେ। ଏପରିକି, ଥାନାରେ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ଏତଲା ଦିଆଯାଇଥିଲା।