violating covid rule - The Sakala

କୋଭିଡ ନିୟମ ଉଲଂଘନ କରି ଜରିମାନା ଗଣିଲେ ଦୋକାନ ମାଲିକ
ଧର୍ମଶାଳା : ଗତ ୫ ତାରିଖରୁ ଲକ ଡାଉନ ବଳବତ୍ତର ରହିଛି। ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସହିତ, ଆମିଷ, ଫଳ, କ୍ଷୀର, ପରିବା, ଗ୍ୟାରେଜ୍, ଗ୍ୟାସ, ବହି ଦୋକାନ ସହ ସରକାରଙ୍କ ଦ୍ୱାରା ସ୍ଥିରିକୁତ କେତେକ ନିର୍ଦ୍ଧିଷ୍ଟ କଟକଣା ମୁକ୍ତ ଦୋକାନ ଖୋଲା ରହିବ। ଲୋକମାନେ ଚାଲିଚାଲି ଆସି ନିଜର ଜିନିଷ ପତ୍ର କିଣିପାରିବେ। ମାତ୍ର ସରକାରଙ୍କ ଏସବୁ କଟକଣା ଧର୍ମଶାଳା ବ୍ଲକର ଜାରକା ଅଞ୍ଚଳରେ ଲାଗୁନଥିବା ପରି ମନେହୁଏ। ସକାଳ ୬ରୁ ଦିନ ୧୨ ପର୍ଯ୍ୟନ୍ତ ଜାରକା ବଜାର ଗହଳି ଚହଳି ଦେଖିବାକୁ ମିଳୁଛି। ଅମାନିଆଙ୍କ କାମ ଥାଉ ନଥାଉ ବଜାରରେ ୧୨ ପର୍ଯ୍ୟନ୍ତ ବୁଲାବୁଲି କରୁଛନ୍ତି। ଯାନବାହାନ ଯାତାୟତ ପ୍ରତି କୌଣସି କଟକଣା ନାହିଁ। ଯିଏ ଯେଉଁଠି ପାଇଲା ବାଇକ ଚଢି ଗଲା। କୌଣସି ଦୋକାନ ଆଗରେ ସାମାଜିକ ଦୂରତା ରହୁ ନାହିଁ। ବଜାରରେ ପୁଲିସ ପ୍ରହରା ଥାଇବି କଟକଣାକୁ ପାଳନ କରିବା କ୍ଷେତ୍ରରେ କୋହଳ ମନଭାବ ରଖୁଛି। ଲକ ଡାଉନର ପ୍ରଥମ ଦୁଇତିନି ଦିନ ଲୋକେ ସଚେତନ ହୋଇ ବାହାରକୁ ବାହାରି ନଥିଲେ। କିନ୍ତୁ ଏବେ ସବୁ ଖୁଲମଖୁଲା।

ସଟ ଡାଉନରେ ସବୁ ଦୋକାନ ବଜାର ବନ୍ଦ ରହୁଥିବାରୁ ଶନିବାର ଓ ରବିବାର ବନ୍ଦର ପ୍ରଭାବ ରହୁଛି। କିନ୍ତୁ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଲକ ଡାଉନର କୌଣସି ପ୍ରଭାବ ଦେଖିବାକୁ ମିଳୁ ନାହିଁ। ଏହାବାଦ କଟକଣା ମୁକ୍ତ ନଥିବା କେତେକ ଦୋକାନ ଖୁଲମଖୁଲା ଦୋକାନ ଖୋଲି ବେପାର କରୁଛନ୍ତି। ବିଶେଷ କରି ଜାରକା ଅଞ୍ଚଳରେ ଥିବା ଲୁଗା, ଡ୍ରେସ, ଜୋତା ଓ ସୁନା ଦୋକାନ ଆଦି ଆଗ ବନ୍ଦ ରଖି ପଛ ବାଟରେ ବେପାର କରୁଛନ୍ତି। କେହି କେହି ଗ୍ରାହକଙ୍କୁ ଭିତରେ ପଶାଇ ଆଗ ସଟର ବନ୍ଦ ରଖି ବେପାର କରୁଥିବା ଦେଖାଦେଇଛି। ଏ ନେଇ ଆଜି ପ୍ରଶାସନ ପକ୍ଷରୁ ଚଢାଉକୁ ଯୋରଦାର କରାଯାଇଥିଲା। ଜାରକା ଠାରେ ଶ୍ରୀମାନ ଶ୍ରୀମତୀ ଲୁଗା ଦୋକାନ ଉପରେ ପ୍ରଶାସନ ପକ୍ଷରୁ ଦୋକାନ ଖୋଲି ବେପାର କରୁଥିବା ଅଭିଯୋଗରେ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ସୁଭଦ୍ରା ଡ୍ରେସ ହାଉସ ଓ ସାବିତ୍ରୀ ଷ୍ଟେସନାରୀ ଦୋକାନ ଠାରୁ ଠାରୁ ୫ଶହ ଟଙ୍କା ଲେଖାଏ ଜରିମାନା ଆଦାୟ ହୋଇଥିବା ସୂଚନା ମିଳିଛି। ସେହିପରି ଶାନ୍ତି ବଜାର ଠାରେ ଏକ ମାଂସ ଦୋକାନରେ ସାମାଜିକ ଦୂରତା ନଥିବାରୁ ଦୋକାନୀ ଠାରୁ ମଧ୍ୟ ପ୍ରଶାସନ ୨ଶହ ଟଙ୍କା ଜରିମାନା ଆଦାୟ କରିଥିବା ଜଣାଯାଇଛି। ଏହାବାଦ ଆରୁହା ହାଟ ଓ ଗାଁ ଗହଳିରେ ମଧ୍ୟ ଚଢାଉ କରାଯାଇ ମାକ୍ସ ପାଇଁ ଜରିମାନା ଆଦାୟ କରାଯାଇଥିବା ଜଣାଯାଇଛି।

ବିବାହ ଭୋଜିରେ କୋଭିଡ୍ ନିୟମ ଉଲ୍ଲଂଘନ କରି ୮୫୦୦ ଫାଇନ୍ ଦେଲେ ଆୟୋଜକ
ମହାମାରୀ କରୋନା ସଂକ୍ରମଣର ଭୟାଭୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ କଟକଣା ଜାରି କରିଛନ୍ତି । ବିବାହ କାର୍ଯ୍ୟ ପାଇଁ କେତେ ଲୋକ ଯୋଗ ଦେବେ ତାହା ମଧ୍ୟ ନିର୍ଦ୍ଧାରଣ କରିଛନ୍ତି । ମାତ୍ର ୫୦ ଜଣ ଲୋକଙ୍କୁ ନେଇ ବିବାହ କାର୍ଯ୍ୟ ସମ୍ପାଦନା କରିବା ପାଇଁ ନିୟମ ରହିଛି । ମାତ୍ର କିଛି ଅମାନିଆ ଅଛନ୍ତି ଯେଉଁମାନେ କି ଏହି ନିୟମକୁ ମାନୁନାହାନ୍ତି, ସବୁ ନିୟମକୁ ଫୁ କରି ଦେଉଛନ୍ତି । ଏକ ବିବାହ ଭୋଜିରେ ଶତାଧିକ ଲୋକ ଯୋଗ ଦେଇଥିବାରୁ ଆୟୋଜକ ଗଣିଛନ୍ତି ତଣ୍ଡ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆମ୍ବଝର ନୂଆପଲ୍ଲୀ ଗ୍ରାମରେ ।

ସୂଚନା ଅନୁଯାୟୀ, ଆମ୍ବଝର ନୂଆପଲ୍ଲୀ ଗ୍ରାମରେ ଦୟା ବିଶୋଇଙ୍କ ପୁଅ ନୀଳକଣ୍ଠଙ୍କର ଗତ ୮ ତାରିଖରେ ବାହାଘର ହୋଇଥିବା ବେଳେ ଆଜି ସେମାନେ ପୁରା ଗାଁ ଲୋକଙ୍କୁ ଭୋଜି ଦେବା ପାଇଁ ଆୟୋଜନ କରିଥିଲେ । ତେବେ କୌଣସି ସୂତ୍ରରୁ ଖବର ପାଇ ଭୋଜି ପାଖରେ ପହଞ୍ଚି ଥିଲେ ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ ଓ ଖଲ୍ଲିକୋଟ ଥନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ।

ପାଖାପାଖି ୨୦୦୦ ହଜାର ଲୋକଙ୍କ ପାଇଁ ରୋଷେଇ କରିଯାଇଥିଲା । ଭୋଜି ସ୍ଥଳରେ ରନ୍ଧା ଯାଇଥିବା ଚିକେନ, ଭାତ, ଡାଲି, ତରକାରି, ପାଏସ, ଖଟା ପ୍ରଭୁତି ସମସ୍ତ ଖାଦ୍ୟ ସାମଗ୍ରୀକୁ ନଷ୍ଟ କରାଯିବା ସହିତ ୮୫୦୦ ଟଙ୍କା ଫାଇନ ମଧ୍ୟ ଆଦାୟ କରାଯାଇଛି। ଆଗାମୀ ଦିନରେ ଏଭଳି କୋଭିଡ ନିୟମ ଉଲଂଘନ କରୁଥିବା ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କହିଛନ୍ତି।