Tiger terror - The Sakala

ସାବଧାନ ! ଗାଁରେ ବୁଲୁଛି ବାଘ: ବଳଦକୁ ମାରି ଖାଇଥିବା ଅଭିଯୋଗ, ଲୋକେ ଆତଙ୍କିତ
ମୋହନା: ଗାଁରେ ବାଘ ଆତଙ୍କ । ଚନ୍ଦ୍ରଗିରି ବନାଞ୍ଚଳ କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ । ବଳଦକୁ ମାରି ଖାଇଥିବା ନେଇ ଅଭିଯୋଗ । ଗୋଟିଏ ବଳଦକୁ ମାରି ଖାଇବା ସହ ଆଉ ଗୋଟିଏ ବଳଦକୁ ଆହତ କଲା ବାଘ । ଖବରପାଇ ଗାଁରେ ବନ ବିଭାଗ କର୍ମଚାରୀ ପହଞ୍ଚି ଯାଞ୍ଚ କରୁଥିବା ସୂଚନା । ବାଘ ଭୟରେ ୪ ଦିନ ହେଲାଣି ଗ୍ରାମବାସୀ ଭୟରେ ଗାଈ ଚରାଇବାକୁ ଯାଇନାହାନ୍ତି କି ଜଙ୍ଗଲକୁ ମହୁଲ ସଂଗ୍ରହ ପାଇଁ ଯାଇ ପାରୁ ନାହାଁନ୍ତି ।

ସାତକୋଶିଆ ରିଜର୍ଭ ଜଙ୍ଗଲରେ ମହାବଳ ଆତଙ୍କ; ଖାଇଲା ୨ବଳଦ ଓ ୨ଗାଈ
ବାରିପଦା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବନ୍ୟପ୍ରାଣୀ ବନାଞ୍ଚଳରେ କଲରାପତରିଆ ଆତଙ୍କ ଥିବା ବେଳେ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳରେ ମହାବଳ ବାଘ ଆତଙ୍କ ଖେଳିଯାଇଛି। ୨୧ ତାରିଖ ପୂର୍ବାହ୍ନରେ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ମହୁଲଡିହା ଫରେଷ୍ଟ ବିଟ୍ ଅଧିନ ଭାଲିଆଡାଳ ଗ୍ରାମର ତିନି ଜଣଙ୍କର ୨ଟି ଗାଈ ଓ ୨ଟି ବଳଦ ମାରି ଖାଇଥିବା ଚିହ୍ନଟ କରିଛି ବନବିଭାଗ। ସୂଚନା ଅନୁଯାୟୀ, ସାତକୋଶିଆ ସୁରକ୍ଷିତ ଜଙ୍ଗଲ କମ୍ପାଟମେଣ୍ଟ ନମ୍ବର ୧୪ରେ କ୍ରମାନ୍ୱୟରେ ମହାବଳ ବାଘ ଦୁଇ ଦିନ ଅନ୍ତରରେ ୪ଟି ଗାଈ ଓ ବଳଦ ମାରି ଖାଇଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ଭାଲିଆଡାଳ ଗ୍ରାମ (କିସୁନ ସାହି)ର ଖେଜୁରୀ ପୂର୍ତ୍ତିଙ୍କ ଗୋଟିଏ ବଳଦ ଓ ଗୋଟିଏ ଗାଈ, କୃପା ହେମ୍ବ୍ରମଙ୍କ ଗୋଟିଏ ବଳଦ ଏବଂ କାଣ୍ଡେରାମ ଜଙ୍କଙ୍କ ଗୋଟିଏ ଗାଈ ସାଳନ୍ଦୀ ନଦୀର (ବାଲିଦର) ନିକଟ ନିଘଞ୍ଚ ଜଙ୍ଗଲରେ ଦୁଇ ତିନି ଦିନ ଧରି ଖାଇଚାଲିଛି। ଗାଈ ବଳଦ ଚରିଚରି ବାଲିଦରକୁ ପାଣି ପିଇବାକୁ ଯାଇଥାନ୍ତି। ଲୋକେ ହଜିଥିବା ଗାଈବଳଦକୁ ଖୋଜାଖୋଜି କରି ଜଙ୍ଗଲରେ ଠାବ କରି ବୁଧବାର ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ସାତକୋଶିଆ ରେଞ୍ଜର ରବୀନ୍ଦ୍ର ମହାନ୍ତ, ମହୁଲଡିହା ବନପାଳ ବିଶ୍ୱଜିତ୍ ମହାନ୍ତ, ସାତକୋଶିଆ ବନପାଳ ଗୌତମ ମହାନ୍ତ, ବନରକ୍ଷୀ ମକରଧ୍ବଜ ନାଏକ,ସନତ କୁମାର ମହାନ୍ତ ପ୍ରମୁଖ ଗ୍ରାମବାସୀଙ୍କ ସାହାୟତାରେ ଘଟଣାସ୍ଥଳରେ ପହଞ୍ଚି ମହାବଳ ବାଘ ଖାଇଥିବା ନିଶ୍ଚିତ ହୋଇଛନ୍ତି। ଠାକୁରମୁଣ୍ଡା ଗୋଷ୍ଠୀ ପଶୁଚିକିତ୍ସା ଅଧିକାରୀ ମନୋରଞ୍ଜନ ମହାପାତ୍ର ଏବଂ ସ୍ଥାନୀୟ ପଶୁଚିକିତ୍ସକ ଜୟନ୍ତ ଘଣ୍ଟିଆଳି ବ୍ୟବଚ୍ଛେଦ କରିବା ପରେ ମଢଗୁଡିକୁ ବନବିଭାଗ ପୋଡ଼ି ଦେଇଥିବା ଜଣାପଡିଛି। ଏହା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ ଲାଗି ରହିଥିବାରୁ ମହାବଳ ବାଘର ଆତଙ୍କ ସୃଷ୍ଟି ହୋଇଛି।

ଶୁଳିଆ ଜଙ୍ଗଲରେ ମହାବଳ ବାଘ ଆତଙ୍କ ! ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ
ବାଣପୁର: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ ବିଭାଗ ରେଞ୍ଜ ସଲପଡିହ ବିଟ୍‌ ହାଉସ ଅନ୍ତର୍ଗତ ଶୁଳିଆ ଜଙ୍ଗଲରେ ମହାବଳ ବାଘର ପାଦ ଚିହ୍ନ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ବାଘଟି ଏକ ଷଣ୍ଢକୁ ମାରି ତା ଶରୀରର କିଛି ଅଂଶ ଖାଇଛି। ବାଘକୁ କେହି ଦେଖି ନ ଥିବା ବେଳେ ଜଙ୍ଗଲର ବିଭିନ୍ନ ସ୍ଥାନରେ ତଥା ମୃତ ଷଣ୍ଢ ନିକଟରେ ପଡ଼ିଥିବା ପାଦ ଚିହ୍ନ ମହାବଳର ବୋଲି ସ୍ପଷ୍ଟ ବାରି ହୋଇଛି। ଏହି ଖବର ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡିଛନ୍ତି।

ସୂଚନା ମୁତାବକ ଦୁଇ ଦିନ ପୂର୍ବେ ଟାଙ୍ଗୀ ରେଞ୍ଜ ପକ୍ଷରୁ ଶୁଳିଆ ଜଙ୍ଗଲରେ ପାଟ୍ରୋଲିଂ ଚାଲିଥିବା ବେଳେ ବନ କର୍ମଚାରୀମାନେ ବାଘର ପାଦ ଚିହ୍ନ ଦେଖିବାକୁ ପାଇ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଶୁକ୍ରବାର ଉକ୍ତ ଅଞ୍ଚଳରେ ଏକ ଷଣ୍ଢ ମରି ପଡିଥିବା ସମ୍ପର୍କରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ କର୍ମଚାରୀମାନେ ଅନୁସନ୍ଧାନ କରିବାରେ ଏକ ମହାବଳ ବାଘର ପାଦ ଚିହ୍ନ ବୋଲି ଜାଣିବାକୁ ପାଇଥିଲେ। ଏପରିକି ଆଖପାଖ ୯ ଗୋଟି ଗ୍ରାମର ଲୋକଙ୍କୁ ସତର୍କ କରାଇଛନ୍ତି।

ଗାଁରେ ପଶି ଆତଙ୍କ ଖେଳାଉଥିଲା କଲରାପତରିଆ ବାଘ, ୮ ଘଣ୍ଟା ପରେ କାବୁ କଲା ବନବିଭାଗ
ଦକ୍ଷିଣ ବାଲେଶ୍ୱର/ଖଇରା/ଔପଦା: ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। ଶନିବାର ଖଇରା ବଜାର ନିକଟ ନୟାଖଣ୍ଡି ପଞ୍ଚାୟତ ଗଡ଼ ଗ୍ରାମରେ ଏକ କଲରାପତରିଆ ବାଘ ଆକ୍ରମଣରେ ଔପଦା ଫରେଷ୍ଟର୍‌ କିଶୋର ଚନ୍ଦ୍ର ଭୂୟାଁଙ୍କ ସମେତ ୬ଜଣ ଆହତ ହୋଇଛନ୍ତି। ତେବେ ଦୀର୍ଘ ୮ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ ବନ ବିଭାଗ ଟ୍ରାଙ୍କୁଲାଇଜ୍‌ କରି ବାଘଟିକୁ କାବୁ କରିଛି। ବାଘଟି କଲରାପତରିଆ ପ୍ରଜାତିର ହୋଇଥିବା ବେଳେ ତା’ର ଉଚ୍ଚତା ୩ଫୁଟ୍‌ ଓ ଲମ୍ୱ ୪ଫୁଟ୍‌ରୁ ଅଧିକ ବୋଲି ଜଣାଯାଇଛି। ତେବେ ବିଳମ୍ବିତ ରାତିରେ ବାଘଟି ଧରାପଡ଼ିବା ପରେ ଅଞ୍ଚଳବାସୀ ଆଶ୍ବସ୍ତ ହୋଇଛନ୍ତି।

ସୂଚନାନୁଯାୟୀ, ଗତକାଲି ମଧ୍ୟାହ୍ନ ପ୍ରାୟ ୧୨ଟାରେ ବାଘଟି ଗାଁରେ ପଶି ପ୍ରଥମେ ଗଣନାଥ ନାୟକଙ୍କ ପତ୍ନୀ ସତ୍ୟଭାମା ନାୟକ(୫୦)ଙ୍କୁ ଆକ୍ରମଣ କରିଥିଲା। ପୁଅ ଓ ସ୍ୱାମୀଙ୍କ ସହ ସତ୍ୟଭାମା ନିଜ ବାଡ଼ିରେ କାମ କରୁଥିବା ବେଳେ ବାଘଟି ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ ଚିତ୍କାର ଶୁଣି ପୁଅ ଓ ସ୍ୱାମୀ ଘଟଣାସ୍ଥଳକୁ ଆସିବାରୁ ବାଘଟି ଗର୍ଜନ କରି ସେଠାରୁ ପଳାଇଥିଲା। ଏହି ଖବର ବିଜୁଳି ବେଗରେ ଗାଁରେ ଖେଳିଯିବାରୁ ଗ୍ରାମବାସୀମାନେ ଏକତ୍ର ହୋଇ ବାଘଟିକୁ ଘଉଡ଼ାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ଲୋକଙ୍କୁ ଦେଖି ବାଘଟି ଲୁଚି ଯାଇଥିଲା। ଖବର ପାଇ କୁପାରୀ ବନ ବିଭାଗ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସହା‌ୟତାରେ ଏକ ବଣରେ ବାଘକୁ ଖୋଜିଥିଲେ। ଏହି ସମୟରେ ବାଘଟି ପୁନର୍ବାର ସତ୍ୟଭାମାଙ୍କ ଘର ଆଡ଼କୁ ଆସି ତାଙ୍କ ପୁଅ ରାଧାକାନ୍ତ ନାୟକ(୨୦)ଙ୍କୁ ଆକ୍ରମଣ କରିବା ସହ ସେଠାରେ ଉପସ୍ଥିତ ଥିବା ଗ୍ରାମବାସୀ ଟଙ୍କଧର କେସି (୫୫), କାଡମିୟା ଗ୍ରାମର ନିରଞ୍ଜନ ମୁଖି (୨୦) ଓ ଅର୍ଜୁନପୁର ଗ୍ରାମର ପ୍ରଫୁଲ୍ଲ ଦାସ ଏବଂ ଗୋଟିଏ ଗୋରୁ ଉପରକୁ ଆକ୍ରମଣ କରି ପୁଣିଥରେ ବୁଦାମୂଳରେ ଲୁଚି ଯାଇଥିଲା। ପରେ ବାଘଟି ବନ ଅଧିକାରୀ କିଶୋର ଚନ୍ଦ୍ର ଭୂୟାଁଙ୍କୁ ଆକ୍ରମଣ କରି ଜଣେ ବ୍ୟକ୍ତିଙ୍କ ଗୁହାଳ ଘରେ ଲୁଚି ରହିଥିଲା। ତେବେ ଏସିଏଫ୍‌ ଦିଗନ୍ତ ଭୂୟାଁଙ୍କ ସମେତ ଔପଦା ରେଞ୍ଜର୍‌ ମନୋରଞ୍ଜନ ନାୟକ, ଫରେଷ୍ଟର୍‌ କିଶୋର ଚନ୍ଦ୍ର ଭୂୟାଁ, କୁପାରୀ ଫରେଷ୍ଟର ନରେଶ ଚନ୍ଦ୍ର ଭୂୟାଁ ପ୍ରମୁଖ ଫରେଷ୍ଟ ଗାର୍ଡମାନଙ୍କ ସହା‌ୟତାରେବ ବିଳମ୍ବିତ ରାତିରେ ବାଘଟିକୁ କାବୁ କରିଛନ୍ତି। ବାଘଟିକୁ ଟ୍ରାଙ୍କୁଲାଇଜ୍‌ କରି ଧରାଯାଇଥିବା ଜଣାଯାଇଛି। ଅପରପକ୍ଷେ ସମସ୍ତ ଆହତଙ୍କୁ ପ୍ରଥମେ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ୪ ଜଣଙ୍କୁ ଭଦ୍ରକ ଓ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।

ବାରିପଦା ସହରରେ ବାଘ ଆତଙ୍କ, ଲୋକେ ଭୟଭୀତ
ବାରିପଦା: ଶୁକ୍ରବାର ସକାଳେ ବାରିପଦା ସହରର ଭଞ୍ଜପୁର ସ୍ଥିତ ବୁଢ଼ୀଖମାରୀ ସାହି ଠାରେ ବାଘ ଆତଙ୍କ ଖେଳିଯାଇଛି। ଜଣେ ବ୍ୟକ୍ତି ତାଙ୍କ ପିଲାକୁ ଟ୍ୟୁସନ ଛାଡିବାକୁ ଯାଉଥିବାବେଳେ ବାଘଟିକୁ ଦେଖିଥିଲେ। ଖବର ପ୍ରଚାରିତ ହେବା ପରେ ସ୍ଥାନୀୟଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ସମସ୍ତେ ଭୟଭୀତ ଥିବା ସୂଚନା ପାଇ ବନବିଭାଗ ପହଞ୍ଚି ବାଘକୁ ଖୋଜୁଛି। ବାଘ ପିଞ୍ଜରା ଗାଡି, ଜାଲ ଓ ଟ୍ରାଙ୍କୁଲାଇଜର ଧରି ଯୋଜନାବଦ୍ଧ ଭାବେ ବାଘକୁ ଠାବ ପାଇଁ ଅନୁଧ୍ୟାନ କରୁଛନ୍ତି । ଅଟାକଳ ଗୋଦାମଘରେ ବାଘଟି ଥିବା ସନ୍ଦେହ କରି ଚାରିପଟେ ଜାଲ ଘେରି ଧରିବାକୁ ଯୋଜନା ଚଳାଇଛନ୍ତି।

ସୂଚନା ଅନୁଯାୟୀ, ୨ଦିନ ତଳେ ଶ୍ୟାମାଖୁଣ୍ଟା ବ୍ଲକର ଜଗନ୍ନାଥପୁର ଗ୍ରାମରେ ଏକ କଲରାପତରିଆ ବାଘ ଦେଖାଯାଇଥିଲା । ବନବିଭାଗ ତାକୁ କାବୁ କରିପାରି ନ ଥିଲା । ଗୁରୁବାର ବାଘ ଜଙ୍ଗଲକୁ ପଳାଇଥିବା ବନବିଭାଗ ସୂଚନା ଦେଇଥିଲେ । ତେବେ ସେହି ବାଘଟି ପ୍ରାୟ ଜଙ୍ଗଲ ପରିବର୍ତ୍ତେ ବାରିପଦା ସହର ଅଭିମୁଖେ ପଳାଇଆସିଥିବା କୁହାଯାଉଛି ।

ମୁନିଗୁଡ଼ା ରେଞ୍ଜରେ ମହାରାଷ୍ଟ୍ର ବାଘର ଆତଙ୍କ, ମଇଁଷି ଛୁଆକୁ ଖାଇଗଲା ମହାବଳ ବାଘ
ମୁନିଗୁଡ଼ା: ରାୟଗଡ଼ା ବନଖଣ୍ଡ ମୁନିଗୁଡା ବନାଞ୍ଚଳରେ ମହାରାଷ୍ଟ୍ରରୁ ଆସିଥିବା ମହାବଳ ବାଘର ଉପସ୍ଥିତିକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ୪ ରାଜ୍ୟ ଡେଇଁ ଓଡ଼ିଶାରେ ଆତଙ୍କ ସୃଷ୍ଟି କରିଥିବା ମହାବଳ ଏବେ ମୁନିଗୁଡା ରେଞ୍ଜ ଦହିଖାଲ ଅଞ୍ଚଳରେ ବୁଲୁଛି। ଗତ କିଛିଦିନ ହେବ ଗଜପତି ଓ କନ୍ଧମାଳ ଜିଲ୍ଲାରେ ମହାବଳର ଆତଙ୍କ ଦେଖା ଯାଇଥିବା ବେଳେ ଗତକାଲି ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଉକ୍ତ ବାଘକୁ ଦେଖିବାକୁ ମିଳିଥିଲା। ଆଜି ମୁନିଗୁଡା ରେଞ୍ଜ ଶିବପଦର ପଞ୍ଚାୟତ ବନ୍ଧଗୁଡ଼ା ଜଙ୍ଗଲ ଓ ମୁନିଗୁଡ଼ା ଅମ୍ପାଦଳା ରାସ୍ତା ଜଙ୍ଗଲ ମଧ୍ୟରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଥିଲା। ବାଘଟି ଏକ ମଇଁଷି ଛୁଆକୁ ମାରି ଖାଇଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖବରପାଇ ବନବିଭାଗ ଦହିଖାଲ, ବନ୍ଧଗୁଡା, ଚିଚାଙ୍ଗବୋରି ଓ ଏହାର ଆଖପାଖ ଅଞ୍ଚଳରେ ଲୋକଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଘରୁ ବାହାରକୁ ନବାହାରିବା ପାଇ ସଚେତନ କରାଉଛି।

ଗଜପତିରେ ବୁଲୁଛି ମହାରାଷ୍ଟ୍ରର ବାଘ, ୪ଟି ରାଜ୍ୟ ଡେଇଁ ଓଡ଼ିଶା ଆସିଛି ମହାବଳ
ଗଜପତି: ଗଜପତିରେ ଘୁରି ବୁଲୁଛି ମହାରାଷ୍ଟ୍ରର ମହାବଳ ବାଘ । ୪ଟି ରାଜ୍ୟ ଡେଇଁ ମହାରାଷ୍ଟ୍ରରୁ ଓଡ଼ିଶା ଆସିଲା ମହାବଳ । ପାରଳାଖେମୁଣ୍ଡିରେ ଦେଖାଦେଇଥିବା ମହାବଳ ବାଘଟି ମହାରାଷ୍ଟ୍ର ଚନ୍ଦ୍ରପୁର ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନର ବୋଲି ଜଣାପଡିଛି । ୨୦୨୧ ମସିହାରେ ଏହା ସେଠାକାର କ୍ୟାମେରା ଟ୍ରାପରେ ଆସିଥିଲା । ଏହା ୪ଟି ରାଜ୍ୟର ପାଖାପାଖି ୭୫୦ କିଲୋମିଟର ଅତିକ୍ରମ କରି ଓଡ଼ିଶାରେ ପହଞ୍ଚିଛି ।

ପ୍ରଥମେ ଛତିଶଗଡ଼, ଏହାପରେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଦେଇ ଓଡ଼ିଶାରେ ପହଞ୍ଚିଛି । ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ପାରଳାଖେମୁଣ୍ଡିରେ ଦେଖାଦେଇଥିବା ବାଘ କେଉଁଠୁ ଆସିଛି ବୋଲି ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ପଠାଯାଇଥିଲା । ଏହାର ଷ୍ଟ୍ରାଇପକୁ ଦେଖି ଏହା ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନର ବୋଲି ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ସୁନିଶ୍ଚିତ କରିଛି । ହୁଏତ ଏହି ମହାବଳ ବାଘଟି ନିଜସ୍ଵ ଟେରିଟୋରୀ ସୃଷ୍ଟି କରିବାକୁ ଅଥବା ସାଥୀ ଖୋଜିବାକୁ ଓଡ଼ିଶା ଆସିଥାଇପାରେ । ଏମିତିବି ହୋଇଥାଇ ପାରେ ଆମ ରାଜ୍ୟରେ ଭଲ ପରିବେଶ ଥିବାରୁ ମହାବଳ ବାଘଟି ଓଡ଼ିଶା ମୁହାଁ ହୋଇଛି । ଯାହାବି ହେଉ ଏହା ଓଡ଼ିଶାରେ ମହାବଳ ବଂଶ ବିସ୍ତାର ପାଇଁ ଏକ ଭଲ ଖବର ।

ତେବେ ବାଘକୁ ସୁରକ୍ଷା ଦେବା ସହ ଜନଜୀବନର ଯେପରି କ୍ଷତି ନହୁଏ ଏଥିପାଇଁ ବିଭିନ୍ନ ସ୍ଥାନରେ ବନ କର୍ମଚାରୀ ନିୟୋଜିତ ଅଛନ୍ତି। ଏନେଇ ବାଘ ଚଳପ୍ରଚଳ ହେଉଥିବା ଅଞ୍ଚଳରେ ଲୋକଙ୍କୁ ସଚେତନ କରାଯାଉଛି। ରାତିରେ ବନ କର୍ମଚାରୀମାନେ ଟ୍ରାପ କ୍ୟାମେରା ଲଗାଇବା ସହ ପାଟ୍ରୋଲିଂ ଜାରି ରଖିଛନ୍ତି। ବର୍ତ୍ତମାନ ମହାବଳ ବାଘ ଦେବଗିର ଅଞ୍ଚଳରେ ରହିଥିବା ବନ ଅଧିକାରୀ ସୂଚନା ଦେଇଛନ୍ତି। ବାଘର ପାଦଚିହ୍ନ ଓ ଟ୍ରାପ କ୍ୟାମେରା ଫୁଟେଜ ଜାତୀୟ ଓ୍ବାଇଲ୍ଡ ଲାଇଫ ବିଭାଗ ଡେରାଡୁନକୁ ପଠାଇବା ପରେ, ଏହା ଏକ ଅଣ୍ଡିରା ବାଘ ବୋଲି ଜଣାପଡିଛି।

ଧରାହେଲା ମଣିଷଖିଆ ବାଘ, ଟ୍ରାଙ୍କୁଲାଇଜ୍‌ କରି ଯନ୍ତାରେ ରଖିଲା ବନ ବିଭାଗ
ନୂଆପଡ଼ା: ନୂଆପଡ଼ା ବ୍ଲକ୍‌ ଅଞ୍ଚଳ‌ରେ ମାତିଥିବା ମଣିଷଖିଆ ବାଘକୁ ‌ଶେଷରେ ବନ ବିଭାଗ କାବୁ କରିଛି। ଶନିବାର ବିଳମ୍ବିତ ରାତିରେ ବାଘଟି କାଦୋପାଲି ଗାଁର ଏକ ପରିତ୍ୟକ୍ତ ଘରେ ଲୁଚି ରହିଥିବା ବେଳେ ବନ ବିଭାଗ ଅଧିକାରୀମାନେ ତାଙ୍କୁ ଟ୍ରାଙ୍କୁଲାଇଜ୍‌ କରି ଧରିଛନ୍ତି। ବାଘଟିକୁ ଏକ ଯନ୍ତାରେ ରଖାଯାଇଛି।

ସୂଚନାନୁଯାୟୀ, ସଂଧ୍ୟାରେ ବାଘଟି କାଦୋପାଲି ଗାଁରେ ପଶିଥିଲା। ବଳରାମଙ୍କ ଘର ଅଗଣାରେ ତାଙ୍କର ପୁଅ ନୀଳକଣ୍ଠ ବରିହା ଖେଳୁଥିବା ବେଳେ ବାଘ ତା’ ଉପରକୁ ଝାମ୍ପ ମାରିଥିଲା। କିନ୍ତୁ ଏହା ଦେଖି ସ୍ଥାନୀୟ ଲୋକ ଚିତ୍କାର କରି ତାକୁ ଗୋଡ଼ାଇବାରୁ ସେ ଛୁଆଟିକୁ ଛାଡ଼ି ପଳାଇଥିଲା। କିନ୍ତୁ ମଣିଷ ରକ୍ତ ପାଟିରେ ଲାଗିଥିବାରୁ ସେ ଆଉ ଦୂରକୁ ନଯାଇ ଶିକାର ଅପେକ୍ଷାରେ ସେଠାରେ ଥିବା ଏକ ପୁରୁଣା ଘର ନିକଟରେ ଲୁଚି ରହିଥିଲା। ସଂଧ୍ୟା ପ୍ରାୟ ୭ଟା ବେଳେ ଗାଁ ଲୋକ ଏହା ଦେଖି ବାଘଟିକୁ ଘେରି ଯାଇଥିଲେ। ତେବେ କୌଣସି ଅପ୍ରୀତିକର ଘଟଣା ଘଟିବା ଆଶଙ୍କାରେ ବନ ବିଭାଗର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଲୋକଙ୍କ କବଳରୁ ବର୍ତ୍ତିବା ପାଇଁ ବାଘ ଜିରାଖନ ସାହୁଙ୍କ ଘର ଛାତ ଉପରକୁ ଲମ୍ଫ ମାରିଥିଲା। ସେତିକିବେଳେ ବନ ବିଭାଗର କର୍ମଚାରୀମାନେ ତାଙ୍କୁ ଟ୍ରାଙ୍କୁଲାଇଜ୍‌ କରିଥିଲେ। ପରେ ତାକୁ ଏକ ଯନ୍ତା ଭିତରେ ରଖାଯାଇଥିଲା। ଅପରପକ୍ଷେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ସୁବାଷ ଚନ୍ଦ୍ର ରାଇତା, ନୂଆପଡ଼ା ବିଡିଓ ବିପିନ କୁମାର ଦୀପ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ।

ଶୁକ୍ରବାର ସଂଧ୍ୟାରେ ଏହି ମଣିଷଖିଆ ବାଘଟି ଜଣେ ମହିଳାଙ୍କୁ ମାରି ଖାଇଥିଲା। ମୃତ ମହିଳା ହେଲେ, ଧରମବନ୍ଧା ପଞ୍ଚାୟତର ସିଲିଆରିବାହାରା ଗାଁର ତୁଳାରାମ ମାଝୀଙ୍କ ସ୍ତ୍ରୀ ରାମେଶ୍ୱରୀ ବାଈ ମାଝୀ(୪୫)। ଶୁକ୍ରବାର ସଂଧ୍ୟାରେ ରାମେଶ୍ୱରୀ ଗାଁ ମୁଣ୍ଡକୁ ଶୌଚ ହେବାକୁ ଯାଇଥିବା ବେଳେ ବାଘଟି ତାଙ୍କୁ ଘୋଷାରି ନେଇଥିଲା। ପରିବାରଲୋକ ତାଙ୍କୁ ରାତିସାରା ଖୋଜାଖୋଜି କରିଥିଲେ ହେଁ ପାଇ ନଥିଲେ। ଶନିବାର ପୂର୍ବାହ୍ନରେ ସ୍ଥାନୀୟ ଜଙ୍ଗଲରେ ବାଘଟି ରାମେଶ୍ୱରୀଙ୍କ ମୃତଦେହକୁ ଖାଉଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ଅପରପକ୍ଷେ ଘଟଣାସ୍ଥଳରୁ ଅନତି ଦୂରରେ ଥିବା କାଦୋପାଲି ଗାଁର ବାଳକରାମ ବରିହାଙ୍କ ୮ବର୍ଷର ପୁଅ ନୀଳକଣ୍ଠ ବରିହା ନାମକ ଜଣେ ଶିଶୁ ଗାଁ ମୁଣ୍ଡରେ ଖେଳୁଥିବା ସମୟରେ ବାଘଟି ତାକୁ ଆକ୍ରମଣ କରିଥିଲା। ଲୋକେ ଚିତ୍କାର କରି ଗୋଡ଼ାଇବାରୁ ବାଘ ତାକୁ ଛାଡ଼ି ଚାଲି ଯାଇଥିଲା। ଶିଶୁଟିର କାନ ଏବଂ ଗଳାରେ ଗଭୀର କ୍ଷତ ହୋଇଛି। ତାଙ୍କୁ ସ୍ଥାନୀୟ ପୂର୍ବତନ ସରପଞ୍ଚ କମଳ ଠାକୁର ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିଲେ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବାଘଟି ସ୍ଥାନୀୟ ଅଞ୍ଚଳରେ ଲୁଚିଥିବା ଜାଣିବା ପରେ ତାକୁ ଧରିବା ପାଇଁ ଗ୍ରାମବାସୀମାନେ ଉଦ୍ୟମ କରିଥିଲେ।

ସୂଚନାଯୋଗ୍ୟ, ଆଜିର ଘଟଣାକୁ ମିଶାଇ ଗତ ୬ ମାସ ମଧ୍ୟରେ ବାଘଟି ୩ଜଣ ମଣିଷକୁ ମାରି ଖାଇଥିବା ବେଳେ ୩୦ଟି ଗୋରୁଗାଈଙ୍କୁ ଶିକାର କରିଛି।

ନୂଆପଡ଼ାରେ ବାଘ ଆତଙ୍କ; ନାବାଳକ ପରେ ଆଜି ପୁଣି ଜଣେ ମହିଳାଙ୍କୁ ମାରି ଖାଇଲା କଲରାପତରିଆ ବାଘ
ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ । ସଦର ରେଞ୍ଜ ଅନ୍ତର୍ଗତ ସିଲିଆରିବାହାରା ଗାଁରେ ଜଣେ ମହିଳାଙ୍କୁ ବାଘ ଟାଣି ନେଇ ମାରି ଖାଇଦେଇଥିବା ଅଭିଯୋଗ ହୋଇଛି। ଗତକାଲି ମହିଳାଜଣଙ୍କ ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ । ଆଜି ମହିଳାଙ୍କୁ ବାଘ ମାରି ଖାଉଥିବା ଲୋକେ ଦେଖିଥିଲେ । ଜଙ୍ଗଲରେ ମୃତ ମହିଳାଙ୍କ ମୁଣ୍ଡ ଓ ଗଣ୍ଡି ପଡ଼ିଥିବା ଦେଖି ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି । ଖବର ପାଇ ନୂଆପଡା ବନବିଭାଗ କର୍ମଚାରୀ ଗାଁରେ ପହଞ୍ଚି ତଦନ୍ତ କରୁଛନ୍ତି ।

ସୂଚନାଯୋଗ୍ୟ, ଗତ ୩୦ ତାରିଖରେ ଏକ କଲରାପତରିଆ ବାଘ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗାଁ ଗୋଧସପଡ଼ାରେ ଏକ ୮ ବର୍ଷର ନାବାଳକକୁ ମାରି ଦେଇଥିଲା। ନାବାଳକଟି ଘର ପାଖରେ ଖେଳୁଥିବା ବେଳେ ତାକୁ ବାଘ ଝାମ୍ପି ନେଇଥିଲା। ଗାଁ ଲୋକଙ୍କ ସହାୟତାରେ ପରିବାର ଲୋକେ ବାଘକୁ ଗୋଡ଼ାଇ ଥିଲେ। ଏହାପରେ ବହୁ ଖୋଜାଖୋଜି ପରେ ଏକ ଗୁମ୍ଫାରୁ ଶିଶୁଟିକୁ ଉଦ୍ଧାର କରାଯାଇଥିବା ବେଳେ ତା’ର ମୃତ୍ୟୁ ହୋଇଯାଇଥିଲା।

ସାନଖେମୁଣ୍ଡିରେ ବାଘ ଆତଙ୍କ ! ଲୋକେ ଭୟଭୀତ
ବ୍ରହ୍ମପୁର:ସାବଧାନ! ବୁଲୁଛି ବାଘ । ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ କରାଖଣ୍ଡି-ଗମ୍ଭାରୀଗୁଡା ଅଞ୍ଚଳରେ ଏକ ବାଘ ବୁଲୁଥିବାର ଜଣାପଡ଼ିଛି । ବାଘ ବୁଲୁଥିବା ପ୍ରଚାର ପରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ବନ ବିଭାଗ ତରଫରୁ ସଚେତନ ସହ ସତର୍କ ନିମନ୍ତେ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ଅଞ୍ଚଳବାସୀଙ୍କୁ ସତର୍କ କରାଯାଉଛି । କାଲି ସକାଳ ୯ଘ ୫୮ ମିନଟ୍ ସମୟେ ସାନଖେମୁଣ୍ଡି କରାଖଣ୍ଡି ଗମ୍ଭାରୀଗୁଡା ମିଲ ନିକଟ ସିସିଟିଭିରେ ଏକ ବାଘ ବୁକୁଥିବାର ଦୃଶ୍ୟ କଏଦ ହୋଇଥିଲା । ତେବେ ବନ ବିଭାଗ ପହଂଚି ତଦନ୍ତ କରିଥିବା ବେଳେ ବ୍ରହ୍ମପୁର DFO ମଧ୍ୟ କଲରପତରିଆ ବାଘ ବୋଲି ସୂଚନା ଦେଇଛନ୍ତି । ସ୍ଥାନୀୟ ଅଂଚଳରେ ବନ ବିଭାଗ ପକ୍ଷରୁ ସଚେତନ ସହ ସୁରକ୍ଷା ନିମନ୍ତେ ୮ ଜଣିଆ ଟିମ ରହିଛନ୍ତି ଏବଂ ସତର୍କ କରାଉଥିବା ଦେଖିବାକୁ ମିଳିଛି ।

ବୈପାରୀଗୁଡା ରେ ବାଘ ଆତଙ୍କ
ବୈପାରୀଗୁଡା ବନାଞ୍ଚଳ ଅନ୍ତର୍ଗତ ମାଠପଡା ପଂଚାୟତ ଧଳପୁର ହାଟପଦା ଠାରେ ବାଘ ର ପାଦ ଚି଼ହ୍ନ ସହ ଏକ ବାଛୁରୀ ଟି ର ମର ଶରୀର ପଡି ଥିବା ଦେଖିବାକୁ ମିଳିଛି ଏହା ସହ ବାଛୁରୀ ଟି ର ଶରୀର ଅଧା ଖାଇ ବାଘ ଚାଲିଯାଇଥିବା ଗାଁ ଲୋକ ପ୍ରକାଶ କରିଛନ୍ତି, ଗତ କାଲି ରାତିରେ ବାଘ ର ଗର୍ଜନ ମଧ୍ୟ କିଛି ଲୋକ ଶୁଣିଥିବା ପ୍ରକାଶ କରିଛନ୍ତି, ଏହା ସହ ବିଭିନ୍ନ ସ୍ଥାନ ରେ ବାଘ ର ପାଦ ଚିହ୍ନ ଦେଖିବାକୁ ମିଳୁଛି ତେବେ ସ୍ଥାନୀୟ ଅଞ୍ଚଳ ରେ ଏବେ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି, ତେବେ ତାହା ବାଘ ର ପାଦ ଚି଼ହ୍ନ ନା ଅନ୍ୟ ପଶୁର ତାହା ସ୍ପଷ୍ଟ ହୋଇପାରୁନି ତେବେ ବନବିଭାଗ ଅଧିକାରୀଙ୍କୁ ପଚାରିବାରୁ ଘଟଣାସ୍ଥଳ ଯାଇ ଅନୁଧ୍ୟାନ କରିବା ପରେ ବାଘ ର ଅସ୍ତିତ୍ୱ ଜଣା ପଡିବ ବୋଲି ପ୍ରକାଶ କରିଛନ୍ତି