Pahalgam terror attack - The Sakala
‘ଅପରେସନ ସିନ୍ଦୂର’ ପାକିସ୍ତାନର ଆଣବିକ ଧମକକୁ ଚୁରମାର କରିଛି: ସ୍ଥଳସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ
ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସେନା ଦିବସ ପୂର୍ବରୁ ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ‘ଅପରେସନ ସିନ୍ଦୂର’ ସମ୍ପର୍କରେ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ସେନାର ଏହି ସାହସିକ ପଦକ୍ଷେପ ପାକିସ୍ତାନର ଦୀର୍ଘ ଦିନର ‘ଆଣବିକ ଧମକ’ ବା ନ୍ୟୁକ୍ଲିୟର ବ୍ଲଫକୁ ଭାଙ୍ଗି ଚୁରମାର କରିଦେଇଛି।
ସେନାଧ୍ୟକ୍ଷଙ୍କ ସୂଚନା ଅନୁଯାୟୀ, ପାହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ପକ୍ଷରୁ ଏକ ଦୃଢ଼ ନିଷ୍ପତ୍ତି ନିଆଯାଇଥିଲା। ଏହାର ଜବାବରେ ‘ଅପରେସନ ସିନ୍ଦୂର’ର ପରିକଳ୍ପନା କରାଯାଇଥିଲା। ଗତ ବର୍ଷ ମେ ୭ ତାରିଖରେ ମାତ୍ର ୨୨ ମିନିଟ୍‌ରେ ଆତଙ୍କୀ ଆଡ୍ଡା ଧ୍ବଂସ କରିଥିଲା ଭାରତ । ଏହି ସମୟ ମଧ୍ୟରେ ଭାରତୀୟ ସେନା ପାକିସ୍ତାନ ସୀମା ଭିତରକୁ ପଶି ଆତଙ୍କବାଦୀଙ୍କ ଭିତ୍ତିଭୂମି ଉପରେ ଜୋରଦାର ଆକ୍ରମଣ କରିଥିଲା।
ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ, ଏହି ଅପରେସନ ଅତ୍ୟନ୍ତ ସଠିକତାର ସହ ପରିଚାଳିତ ହୋଇଥିଲା। ସେନା ପକ୍ଷରୁ ଚିହ୍ନଟ କରାଯାଇଥିବା ୯ଟି ଆତଙ୍କବାଦୀ ଟାର୍ଗେଟ ମଧ୍ୟରୁ ୭ଟିକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରାଯାଇଛି। ପାକିସ୍ତାନର ଆଣବିକ ଶକ୍ତିର ଭୟ ଦେଖାଇବା ରଣନୀତିକୁ ଏହି ଅପରେସନ ସମ୍ପୂର୍ଣ୍ଣ ରୂପେ ବିଫଳ କରିଦେଇଛି।
‘ଅପରେସନ ସିନ୍ଦୂର’କୁ ସେନାଧ୍ୟକ୍ଷ ତିନି ସେନାର ସମନ୍ୱୟ ବା 'ଟ୍ରାଇ-ସର୍ଭିସ ସିନର୍ଜି'ର ଶ୍ରେଷ୍ଠ ଉଦାହରଣ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ ଠାରୁ ମିଳିଥିବା ସ୍ପଷ୍ଟ ରାଜନୈତିକ ନିର୍ଦ୍ଦେଶ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ମିଳିଥିବା ପୂର୍ଣ୍ଣ ସ୍ୱାଧୀନତା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଏହି ସଫଳତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେପ୍ଟେମ୍ବର ୨୦୨୫ର ‘ଜୟ’ (JAI - Jointness, Atmanirbharta, Innovation) ଲକ୍ଷ୍ୟ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ସଂସ୍କାରକୁ ପ୍ରତିଫଳିତ କରୁଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହା ପଛରେ ଚୀନ୍‌ର ବଡ଼ ଭୂମିକା ଥିଲା। ଏହି ଦେଶ ଘନିଷ୍ଠ ସହଯୋଗୀ ପାକିସ୍ତାନକୁ ଗୁଇନ୍ଦା ସୂଚନା ପ୍ରଦାନ କରିଥିଲା। ଏୟାର ଡିଫେନ୍ସ ସହିତ ଉପଗ୍ରହ ଚିତ୍ର ମଧ୍ୟ ଦେଇଥିଲା। ଭାରତର ଏକ ପ୍ରତିରକ୍ଷା ଗୋଷ୍ଠୀ ଏହି ଦାବି କରିଛି। ଏହି ସଂଘର୍ଷରେ ଚୀନ୍‌ ପ୍ରତ୍ୟକ୍ଷ ଭାବେ ସାମିଲ ଥିଲା ବୋଲି କୁହାଯାଇଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ନୂଆଦିଲ୍ଲୀ ସ୍ଥିତ ସେଣ୍ଟର ଫର୍‌ ଜଏଣ୍ଟ ୱାରଫେୟାର ଷ୍ଟଡିଜର ମହାନିର୍ଦ୍ଦେଶକ ଅଶୋକ କୁମାର ଏକ ସାକ୍ଷାତକାରରେ କହିଥିଲେ ଯେ ପାକିସ୍ତାନକୁ ଚୀନ୍‌ ନିଜ ରାଡାର ଏବଂ ଏୟାର ଡିଫେନ୍ସ ସିଷ୍ଟମକୁ ପୁନର୍ଗଠନ କରିବାରେ ସହାୟତା କରିଥିଲା। ଭାରତର ସୈନିକ ଏବଂ ଅସ୍ତ୍ରଶସ୍ତ୍ର ବିଷୟରେ ଜାଣିବା ପାଇଁ ଚୀନ୍‌ ସହଯୋଗ କରିଥିଲା। ଏହା ବ୍ୟତୀତ ପହଲଗାମର ୧୫ ଦିନ ପରେ ବେଜିଂ ନିଜ ଉପଗ୍ରହକୁ ପାକିସ୍ତାନ ସହ ସଂଯୋଗ କରିବାରେ ମଧ୍ୟ ସହାୟତା କରିଥିଲା।
ଏହି ପଦକ୍ଷେପ ଦ୍ବାରା ନିଜ ଏୟାର ଡିଫେନ୍ସ ରାଡାରକୁ ପୁଣିଥରେ ମୁତୟନ କରିବା ପାଇଁ ଚୀନ୍‌କୁ ସହାୟତା ମିଳିଥିଲା। ଭାରତ ଆକାଶ ମାର୍ଗରୁ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ମଧ୍ୟ ଚୀନ୍‌ ଜାଣିବାକୁ ଚାହୁଁଥିଲା। ତେବେ ଭାରତ ପକ୍ଷରୁ ଚୀନ୍‌ ସହ ସହଯୋଗିତାକୁ ନେଇ ସାର୍ବଜନୀନ ଭାବେ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। କିନ୍ତୁ ପାକିସ୍ତାନ ଏହା ସ୍ବୀକାର କରିଛି। ଭାରତ ବିରୋଧରେ ଚୀନ୍‌ ଅସ୍ତ୍ରଶସ୍ତର ବ୍ୟବହାର କରିଥିବା ମାନିଛି। ଭାରତ ବିରୋଧୀ ସଂଘର୍ଷରେ ଚୀନର ସମ୍ପୃକ୍ତି ଅଧିକ ବୃଦ୍ଧି ପାଇଛି ବୋଲି ଏହା ଦର୍ଶାଉଛି। ଏଥିରେ ପାକିସ୍ତାନକୁ ଲଜିଷ୍ଟିକ୍ ଏବଂ ଗୁଇନ୍ଦା ସହାୟତା ଯୋଗାଇବା ମଧ୍ୟ ସାମିଲ ରହିଛି।
ପାକିସ୍ତାନ ଦାବି କରିଥିଲା ​​ଯେ ଭାରତ ବିପକ୍ଷରେ ସଂଘର୍ଷରେ ସେ ଚୀନ୍ ଯୁଦ୍ଧ ବିମାନ ଜେ-୧୦ସି ଏବଂ ପିଏଲ-୧୫ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା। ଭାରତୀୟ ସେନା ମଧ୍ୟ ଚୀନର ପିଏଲ-୧୫ କ୍ଷେପଣାସ୍ତ୍ରର ଅବଶେଷ ପ୍ରଦର୍ଶନ କରିଥିଲା। ଏହି ବିବାଦ ସମୟରେ ଚୀନ୍‌ ପାକିସ୍ତାନର ସାର୍ବଭୌମତ୍ତ୍ବକୁ ସମର୍ଥନ କରିଥିଲା ଏବଂ ପହଲଗାମ ଆକ୍ରମଣର ଅନ୍ତର୍ଜାତୀୟ ତଦନ୍ତ ପାଇଁ ଭାରତକୁ ଆହ୍ୱାନ ଦେଇଥିଲା। ଏହା ବ୍ୟତୀତ ଜାତିସଂଘ ସୁରକ୍ଷା ପରିଷଦରେ ଆତଙ୍କବାଦ ସମ୍ପର୍କରେ ପାକିସ୍ତାନକୁ ସମାଲୋଚନାରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥିଲା।
ପହଲଗାମ ଆକ୍ରମଣ ସହ ଜଡ଼ିତ ଫଟୋ, ଭିଡିଓ ଥିଲେ ସେୟାର କରିବାକୁ NIAର ଅପିଲ୍
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ତଦନ୍ତ କରୁଛି ଏନଆଇଏ। ଏହାରି ମଧ୍ୟରେ ଏନଆଇଏ ଆକ୍ରମଣ ସମୟରେ ପହଲଗାମରେ ଥିବା ସମସ୍ତ ପର୍ୟ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କୁ ଏକ ଅପିଲ କରିଛି। ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସହିତ ଜଡିତ କୌଣସି ସୂଚନା, ଫଟୋଗ୍ରାଫ୍ କିମ୍ବା ଭିଡିଓ ଥିଲେ ତୁରନ୍ତ ଏଜେନ୍ସି ସହିତ ଯୋଗାଯୋଗ କରିବାକୁ ଅପିଲ୍ କରିଛି ଏନଆଇଏ। ଏ ସମ୍ପର୍କରେ ସୂଚନା ପ୍ରଦାନ କରିବା ପାଇଁ ଜାରି ହୋଇଛି ମୋବାଇଲ୍ ଏବଂ ଫୋନ୍ ନମ୍ବର । ଜାରି ହୋଇଥିବା ମୋବାଇଲ ନମ୍ବର- 9654958816 ଓ ଲ୍ୟାଣ୍ଡଲାଇନ ନମ୍ବର- 011-24368800।
ପହଲଗାମରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ରେକି କରିଥିଲା ଆତଙ୍କୀ, ଶେଷରେ ଆକ୍ରମଣ ପାଇଁ ବାଛିଥିଲା ବୈସାରଣ ଉପତ୍ୟକା..
ନୂଆଦିଲ୍ଲୀ: ୭ ଦିନ ଧରି ପହଲଗାମରେ ଲୁଚିଥିଲେ ଆତଙ୍କବାଦୀ। ଏପ୍ରିଲ ୧୫ରୁ ଆସି ସେମାନେ ଆସି ଲୁଚିଥିଲେ। ଆକ୍ରମଣ ଆଗରୁ ପହଲଗାମର ପ୍ରମୁଖ ପର୍ଯ୍ୟଟନସ୍ଥଳୀର ରେକି କରିଥିଲେ। ଏନଆଇଏର ତଦନ୍ତରୁ ଏହା ଜଣାପଡ଼ିଛ। NIA ତଦନ୍ତରୁ ଏହା ଜଣାପଡ଼ିଛି। ଅନେକ OGW ଙ୍କୁ ପଚରା ଉଚରା କରିବା ପରେ ଏନଆଇଏ ଏହା ଜାଣିପାରିଛି। ପହଲଗାମ ଆକ୍ରମଣର ସପ୍ତାହେ ପୂର୍ବରୁ ଜମ୍ମୁ-କାଶ୍ମୀରରେ ପହଞ୍ଚିଥିଲେ ଆତଙ୍କବାଦୀ। ବୈସାରଣ ଉପତ୍ୟକାକୁ ସେମାନେ ଟାର୍ଗେଟ ଭାବରେ ବାଛିଥିଲେ। ଅନେକ ପର୍ଯ୍ୟଟନ ସ୍ଥଳର ରେକି କରିବା ପରେ ପହଲଗାମର ‘ବୈସାରଣ ଉପତ୍ୟକା’ ରେ ଆକ୍ରମଣ ପାଇଁ ସେମାନେ ଟାର୍ଗେଟ କରିଥିଲେ। ବର୍ତ୍ତମାନ ଏହାର ଖୁଲାସା ହୋଇଛି।
ଆତଙ୍କବାଦୀମାନେ ପୂର୍ବରୁ ପହଲଗାମର ସମସ୍ତ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଯେପରିକି ଆରୁ ଭ୍ୟାଲି, ବେତାବ ଭ୍ୟାଲି ଏବଂ ବୈସାରନକୁ ବୁଲି ଦେଖିଥିଲେ। ଏହି ରେକିରେ ସାମିଲ ଥିଲେ ଦୁଇ ଜଣ ସ୍ଥାନୀୟ ଆତଙ୍କବାଦୀ ଏବଂ ପାଞ୍ଚ ଜଣ ଓଭର ଗ୍ରାଉଣ୍ଡ ୱାର୍କର (OGW)। ସେମାନେ ପ୍ରାୟ ଏକ ସପ୍ତାହ ଧରି ପହଲଗାମର ଜଙ୍ଗଲରେ ଘୂରି ବୁଲୁଥିବା ଦେଖିବାକୁ ମିଳିଥିଲା।
କୁହାଯାଉଛି, ଆତଙ୍କବାଦୀମାନେ ବେତାବ ଉପତ୍ୟକାକୁ ଟାର୍ଗେଟ କରିବାକୁ ପ୍ରଥମେ ଯୋଜନା କରିଥିଲେ। ଶେଷ ମୁହୂର୍ତ୍ତରେ, ଯୋଜନା ପରିବର୍ତ୍ତନ କରାଯାଇଥିଲା, ଏବଂ ବୈସାରନରେ ଆକ୍ରମଣ  କରିଥିଲେ। କାରଣ ଆକ୍ରମଣ ପରେ ଏଠାରୁ ଖସିଯିବା ସହଜ ଥିଲା। କେବଳ କିଛି OGW, ପାକିସ୍ତାନୀ ହ୍ୟାଣ୍ଡଲର୍ ଏବଂ ଦୁଇ ପାକିସ୍ତାନୀ ଆତଙ୍କବାଦୀ ଏହା ଜାଣିଥିଲେ।
ଏପ୍ରିଲ ୨୦ରେ ସେମାନେ ବୈସାରନ ଅଭିମୁଖେ  ବାହାରିଥିଲେ। ୨ ଦିନ ପଦଯାତ୍ରା ପରେ ବୈସାରନରେ ପହଞ୍ଚିଥିଲେ। ସେମାନେ ସ୍ଥାନୀୟ ଆତଙ୍କବାଦୀମାନଙ୍କୁ ଭେଟିଥିଲେ। ୨୨ ଏପ୍ରିଲ୍ ସକାଳେ, OGW ମାନଙ୍କୁ ସୂଚନା ଦିଆଯାଇଥିଲା ଯେ ଆକ୍ରମଣ ଏବେ ବୈସାରଣରେ ହେବ। ଏହା ଅପରାହ୍ନରେ କରାଯିବ ଯାହା ଦ୍ଵାରା ଅନ୍ଧାର ଶୀଘ୍ର ହୋଇଯିବ। ଫଳରେ ଆକ୍ରମଣକାରୀମାନେ ରାତିରେ ଜଙ୍ଗଲ ଭିତରକୁ ପଳାଇଯିବା ସହଜ ହେବ। ସେହି ଷଡ଼ଯନ୍ତ୍ର ଅନୁସାରେ ୨୨ ତାରିଖରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ। ଏପର୍ଯ୍ୟନ୍ତ ପ୍ରାୟ ୨୫୦୦ ଲୋକଙ୍କୁ ପଚରା ଉଚରା କରିଛି ଏନଆଇଏ। ପ୍ରାୟ ୨୦୦ ଲୋକଙ୍କୁ ଅଟକ ରଖାଯାଇଛି।
ନୂଆଦିଲ୍ଲୀ: ଏପ୍ରିଲ ୨୨ ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପ୍ରାୟ ପରିସ୍ଥିତି ସୃଷ୍ଟି ହୋଇଛି। ପହଲଗାମ୍‌ ପର୍ଯ୍ୟଟକ ଆକ୍ରମଣ ଘଟଣାରେ କଶ୍ମୀରରେ ସକ୍ରିୟ ରହିଥିବା ‘ ଦି ରେଜିଷ୍ଟାଣ୍ଟ ଫ୍ରଣ୍ଟ’ ନିଜକୁ ଦାୟୀ କରିଥିଲା। ଏହି ସଂଗଠନ ପାକିସ୍ତାନର ଲସ୍କର ଆତଙ୍କୀ ସଂଗଠନ ସହିତ କାର୍ଯ୍ୟ କରୁଥିବାରୁ ଆକ୍ରମଣ ଘଟଣା ପଛରେ ପାକିସ୍ତାନର ହାତ ରହିଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ଭାରତ ସରକାରଙ୍କ ପକ୍ଷରୁ ସିନ୍ଧୁ ନଦୀ ଜଳ ଚୁକ୍ତିନାମା ରଦ୍ଦ କରାଯିବା ସହିତ ପାକିସ୍ତାନ ବିରୋଧରେ ଅନ୍ୟାନ୍ୟ ୫ଟି ପଦକ୍ଷେପ ନିଆଯାଇଥିଲା। କିନ୍ତୁ ଏତିକିରେ ବି କଥା ଶେଷ ହୋଇ ନାହିଁ। ପାକିସ୍ତାନର ଆତଙ୍କବାଦ ଇଲାକାକୁ ଧୂଳିସାତ୍‌ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁଙ୍କାର ଦେବା ପରେ ଏବେ ପାକିସ୍ତାନ ବିରୋଧରେ ଯୁଦ୍ଧ ଆଶଙ୍କା ବଢିଛି। ସେପଟେ ପାକିସ୍ତାନ ମଧ୍ୟ ଭାରତ ବିରୋଧରେ ହୁଙ୍କାର ଦେବାକୁ ପଛାଇ ନାହିଁ। ଯଦି ଭାରତ କିଛି ପଦକ୍ଷେପ ନେବ ତେବେ ପାକିସ୍ତାନ କ’ଣ ଚୁପ୍‌ ହୋଇ ବସିବ କି ବୋଲି ସେଠାକାର ବହୁ ନେତା ପ୍ରଶ୍ନ କରିଛନ୍ତି। ଏପରିକି ଘୋରୀ,ସାହିନ ଏବଂ ଗଜନଭି ଭଳି ୧୩୦ ପରମାଣୁ ଅସ୍ତ୍ରକୁ ପାକିସ୍ତାନ କ’ଣ ପ୍ରଦର୍ଶନ ପାଇଁ ରଖିଛି କି ବୋଲି ପାକିସ୍ତାନ ରେଳମନ୍ତ୍ରୀ ହାନିଫ୍‌ ଆବାସୀ ଭାରତକୁ ଧମକ ଦେଇ କହିଛନ୍ତି।
ତେବେ ଭାରତ –ପାକିସ୍ତାନ ମଧ୍ୟରେ ଯଦି ଯୁଦ୍ଧ ହୁଏ ତେବେ ଏହାର ପରିଣତି ଦ୍ବିତୀୟ ବିଶ୍ବଯୁଦ୍ଧ ଠାରୁ ଭୟଙ୍କର ହେବ ବୋଲି ଏବେ ସାମରିକ ବିଶେଷଜ୍ଞମାନେ ଆକଳନ କରିବା ଆରମ୍ଭ କରିଛନ୍ତି। ‘ଫେଡେରସନ ଅଫ୍‌ ଆମେରିକାନ ସାଇଣ୍ଟିଷ୍ଟ’ର ବୈଜ୍ଞାନିକମାନେ କହିଛନ୍ତି ଯେ, ଉଭୟ ଦେଶ ମଧ୍ୟରେ ପ୍ରାୟ ସମାନ ସଂଖ୍ୟକ ପରମାଣୁ ଅସ୍ତ୍ର ରହିଛି। ପାକିସ୍ତାନ ନିକଟରେ ୧୭୦ ପରମାଣୁ ଅସ୍ତ୍ର ରହିଥିଲା ବେଳେ ଭାରତ ନିକଟରେ ୧୮୦ ପରମାଣୁ ଅସ୍ତ୍ର ରହିଛି। ଯଦିଓ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ହେବାର ସମ୍ଭାବନା କମ୍‌ ରହିଛି, ତଥାପି କୌଣସି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ଯଦି ଯୁଦ୍ଧ ଆରମ୍ଭ ହୁଏ ତେବେ ପରିଣତି ଅତ୍ୟନ୍ତ ଭୟଙ୍କର ହେବ ଏବଂ ଦ୍ବିତୀୟ ବିଶ୍ବଯୁଦ୍ଧ ପରିଣତିକୁ ବଳିଯିବ ବୋଲି ସେମାନେ କହିଛନ୍ତି।
ସେହିପରି ୟୁନିଭର୍ସିଟି ଅଫ୍‌ କଲୋରାଡୋର ବିଶେଷଜ୍ଞମାନେ କହିଛନ୍ତି ଯେ, ଯଦି ଯୁଦ୍ଧ ଆରମ୍ଭ ହୁଏ ତେବେ ସପ୍ତାହକ ମଧ୍ୟରେ ଅନ୍ୟୂନ ୭ ଲକ୍ଷ ଲୋକଙ୍କ ମୃତ୍ୟୁ ହେବ। ଏହାପରେ ପରମାଣୁ ଅସ୍ତ୍ର ପ୍ରାୟୋଗରେ ପ୍ରାୟ ୮୦ ବିଲିୟନ ପାଉଣ୍ଡ କଳାଧୂଆଁ ସୃଷ୍ଟି ହେବ ଯାହାକି ବାୟୁମଣ୍ଡଳକୁ ଭାରୀ ମାତ୍ରାରେ ପ୍ରଭାବିତ କରିବ। ସ୍ଥିତି ଏଭଳି ହେବ ଯେ, ମାସ ମାସ ଧରି ଧରା ପୃଷ୍ଠରେ ସୂର୍ଯ୍ୟକିରଣ ପଡ଼ିବ ନାହିଁ ଏବଂ ତାପମାତ୍ରା ଅହେତୁକ ଭାବେ ହ୍ରାସ ପାଇବ। ଯାହା ପୁଣି ଏକ ବରଫ ଯୁଗ ସୃଷ୍ଟି କରିବ। ଏଭଳି ସ୍ଥିତିରେ ୫୦ରୁ ୧୨୫ ନିୟୁତ ଲୋକଙ୍କ ମୃତ୍ୟୁ ହେବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି।
ଆତଙ୍କୀଙ୍କ ସାମ୍ନା ପାଇଁ ଭୁବନେଶ୍ଵର ଷ୍ଟେସନରେ RPF ପକ୍ଷରୁ ଫ୍ଳାଗ୍ ମାର୍ଚ୍ଚ
ଭୁବନେଶ୍ବର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ହାଇ ଆଲର୍ଟ। ସବୁ ଷ୍ଟେସନରେ ଫ୍ଳାଗ୍ ମାର୍ଚ୍ଚ କରିବା ସହ ଲୋକଙ୍କୁ ସତର୍କ କରାଯାଉଛି। ଏହି କ୍ରମରେ ଭୁବନେଶ୍ଵରରେ ଷ୍ଟେସନରେ RPF ପକ୍ଷରୁ ଫ୍ଳାଗ୍ ମାର୍ଚ୍ଚ କରାଯିବା ସହ ଲୋକଙ୍କୁ ସଚେତନ କରାଯାଉଛି । କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଜିନିଷ ଦେଖିବା ମାତ୍ରେ ତୁରନ୍ତ GRP କିମ୍ବା RPF କୁ ସୂଚନା ଦେବା ପାଇଁ ଲୋକଙ୍କୁ କୁହାଯାଉଛି। ସେହିଭଳି କୌଣସି ଲୋକ ସନ୍ଦେହଜନକ କାର୍ଯ୍ୟ କରୁଥିବା ଦେଖିଲେ ତୁରନ୍ତ ଖବର ଦେବା ପାଇଁ RPF ପକ୍ଷରୁ କୁହାଯାଉଛି । ସମସ୍ତ୍ ଯାତ୍ରୀଙ୍କର ଲଗେଜ୍ ସ୍କାନ୍ କରିବା ସହ ବ୍ୟାଗ୍ ଚେକିଂ କରାଯାଉଛି। ଡାକବାଜି ଯନ୍ତ୍ର ଦ୍ଵାରା ସମସ୍ତ୍ ରେଳ ଯାତ୍ରୀଙ୍କୁ ଏହିଭଳି ଆଲର୍ଟ କରାଯାଉଛି ।
ନୂଆଦିଲ୍ଲୀ: ଜାମୁ ଓ କାଶ୍ମୀର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଅନୁ​‌ଷ୍ଠିତ ହୋଇଯାଇଛି। ପହଲଗାମ୍‌‌ ଆତଙ୍କବାଦୀ ଆକ୍ରମଣକୁ ନେଇ ସ୍ୱତନ୍ତ୍ର ଅଧିବେଶନ। ବିଧାନସଭାରେ ପହଲଗାମ ଆକ୍ରମଣକୁ ନିନ୍ଦା କରାଯାଇଛି। ସ୍ୱତନ୍ତ୍ର ଅଧିବେଶନରେ ଆକ୍ରମଣ ବିରୋଧରେ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ କୂଟନୈତିକ ପଦକ୍ଷେପକୁ ସମର୍ଥନ ଏବଂ ସାମ୍ପ୍ରଦାୟିକ ସଦ୍ଭାବନା ବଜାୟ ରଖିବା ପାଇଁ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଥିଲା। ଏଥିରେ ସାରା ଭାରତର ନାଗରିକଙ୍କ ସୁରକ୍ଷା ପାଇଁ ନିବେଦନ କରାଯାଇଥିଲା। ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ୨୬ ଜଣଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଜମ୍ମୁ ଓ କାଶ୍ମୀର ବିଧାନସଭାର ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।
ଅଟ୍ଟାରୀ-ୱାଘା ସୀମାରେ ଭାବାବେଗ ସ୍ଥିତି; ଅଲଗା ହେଉଛନ୍ତି ମାଆ ’ଠୁ ପିଲା; ପତିଠାରୁ ପତ୍ନୀ
ନୂଆଦିଲ୍ଲୀ: ପାକିସ୍ତାନରୁ ନିଜ ସମ୍ପର୍କୀୟଙ୍କ ନିକଟକୁ ଭାରତର ବିଭିନ୍ନ ପ୍ରଦେଶକୁ ଆସିଥିବା ପାକିସ୍ତାନୀ ନାଗରିକଙ୍କୁ ଏବେ ଅତ୍ୟନ୍ତ ଦୁଃସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ପାକିସ୍ତାନରୁ ଲୋକମାନେ ବ୍ୟବସାୟ, ଫିଲ୍ମ, ଶିକ୍ଷା, ପ୍ରଶିକ୍ଷଣ, ପର୍ଯ୍ୟଟନ, ତୀର୍ଥକ୍ଷେତ୍ର ଏବଂ ‘ଭିସା-ଅନ-ଆରାଇଭାଲ’ ଭଳି ୧୨ଟି ଭିସା ଶ୍ରେଣୀରେ ଭାରତ ଆସିଥାଆନ୍ତି। କିନ୍ତୁ ଏପ୍ରିଲ ୨୨ ପହଲଗାମ୍‌ ଆତଙ୍କବାଦ ଘଟଣା ଏବେ ସେମାନଙ୍କ ପାଇଁ କାଳ ହୋଇଛି। ଏହି ଘଟଣା ପରେ ଭାରତ ସରକାର ତୁରନ୍ତ ପାକିସ୍ତାନୀ ନାଗରିକମାନଙ୍କୁ ଭାରତ ଛାଡି ନିଜ ଦୋକୁ ଚାଲିଯିବାକୁ ନିର୍ଦ୍ଦେଶନାମା ଜାରି କରିଥିଲା ବେଳେ ସେମାନଙ୍କୁ ଅପ୍ରତ୍ୟାଶିତ ଭାବେ ପାକିସ୍ତାନ ଫେରିବାକୁ ପଡ଼ିଛି। ଯାହାକୁ ନେଇ ପଞ୍ଜାବର ୱାଘା-ଅଟ୍ଟାରୀ ସୀମାରେ ବିଗତ ତିନି ଦିନ ହେଲା ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଯାହାକି କୌଣସି ଦିଗରୁ ମାନବସଙ୍କଟ ସ୍ଥିତି ଠାରୁ କିଛି କମ୍‌ ନୁହେଁ। ଭାରତରେ ରହିଥିବା ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ଅବଧି ଶେଷ ତାରିଖ ଏପ୍ରିଲ ୨୭ ତାରିଖ ରଖାଯାଇଥିବାରୁ ରବିବାର ଅଟ୍ଟାରୀ-ୱାଘା ସୀମାରେ ଶହ ଶହ ପାକିସ୍ତାନୀ ନାଗରିକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଯେଉଁ ପାକିସ୍ତାନୀ ନାଗରିକ ‘ ସାର୍କ’ ଭିସା ଦ୍ବାରା ଭାରତ ଆସିଥିଲେ ସେମାନଙ୍କ ପାଇଁ ସ୍ବଦେଶ ପ୍ରତ୍ୟାବର୍ତ୍ତନ ସମୟ ସୀମା ଏପ୍ରିଲ ୨୬ ତାରିଖ ରହିଥିଲା। ଯେଉଁମାନେ ଭାରତକୁ ଚିକିତ୍ସା ପାଇଁ ‘ ମେଡିକାଲ ଭିସା’ରେ ଭାରତ ଆସିଥିଲେ ସେମାନଙ୍କ ପାଇଁ ଭାରତ ସରକାର ଭିସା ରଦ୍ଦ ଅବଧି ଦୁଇ ଦିନ ବଢାଇ ଏପ୍ରିଲ ୨୯ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। କିନ୍ତୁ ଅନ୍ୟ ସମସ୍ତଙ୍କ ପାଇଁ ଭିସା ରଦ୍ଦ ଅବଧି ଏବଂ ପାକିସ୍ତାନ ଫେରିଯିବା ସମୟ ଏପ୍ରିଲ ୨୭ ରଖାଯାଇଥିବାରୁ ରବିବାର ୱାଘା ସୀମାରେ ପାକିସ୍ତାନୀ ନାଗରିକଙ୍କ ଭିଡ଼ ଜମିଥିଲା। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ରାଜ୍ୟ ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରି ସେମାନଙ୍କୁ ନିଜ ଦେଶକୁ ଫେରିଯିବାକୁ କହିଥିଲା ବେଳେ ସ୍ବଦେଶ ପ୍ରତ୍ୟାବର୍ତ୍ତନ ଛଡ଼ା ସେମାନଙ୍କ ପାଇଁ ଅନ୍ୟ ବିକଳ୍ପ ନଥିଲା। ନଚେତ ପାକିସ୍ତାନୀ ନାଗରିକମାନଙ୍କୁ ‘ ପ୍ରବାସୀ ଏବଂ ବିଦେଶୀ ଆଇନ-୨୦୨୫’ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଭୋଗିବାକୁ ପଡ଼ିଥାଆନ୍ତା। ତେଣୁ ରବିବାର ହିଁ ସର୍ବାଧିକ ପାକିସ୍ତାନୀ ନାଗରିକ ପାକିସ୍ତାନ ଫେରିଯାଇଛନ୍ତି। ହେଲେ ଏହି ସମୟରେ ସୀମାରେ ଯେଭଳି ପରିସ୍ଥିତି ଦେଖାଯାଇଥିଲା ତାହା ଅତ୍ୟନ୍ତ ଭାବାବେଗ ସୃଷ୍ଟି କରିଥିବା ଦେଖାଯାଇଛି। ଯେଉଁମାନେ ଭାରତ ଛାଡି ପାକିସ୍ତାନ ଫେରୁଥିଲେ ସେମାନଙ୍କୁ ଛାଡିବାକୁ ଆସିଥିବା ସମ୍ପର୍କୀୟମାନଙ୍କ ବୁକୁଭରା ରୋଦନ ସାଙ୍ଗକୁ ଝିଅ କିମ୍ବା ପୁଅ ନିଜ ମାଆ ଠୁ’ ଏବଂ ପତି ପତ୍ନୀ ଠାରୁ ଅଲଗା ହେବା ଘଟଣା ହେବାର ଦୃଶ୍ୟ ମଧ୍ୟ ଭିନ୍ନ ପରିସ୍ଥିତି ସୃଷ୍ଟି କରିଥିବା ଦେଖାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନର ପଞ୍ଜାବ, ସିନ୍ଧ ଏବଂ ଖାଇବର ପଖତୁନଖ୍ବା ଆଦି ପ୍ରଦେଶରୁ ଅନେକ ପାକିସ୍ତାନୀ ନାଗରିକ ଭାରତର ପଞ୍ଜାବ, ଉତ୍ତରପ୍ରଦେଶ,ଦିଲ୍ଲୀ, ତେଲଙ୍ଗାନା, ରାଜସ୍ଥାନ ଏବଂ ଗୁଜରାଟ ଭଳି ଅନେକ ରାଜ୍ୟକୁ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଭେଟିବା ଲାଗି ବିଭିନ୍ନ ସମୟରେ ଆସିଥାଆନ୍ତି। ଏପରିକି ବହୁ ପାକିସ୍ତାନୀ ହିନ୍ଦୁ ନାଗରିକମାନେ ମଧ୍ୟ ରାଜସ୍ଥାନ, ପଞ୍ଜାବ ଏବଂ ଦିଲ୍ଲୀକୁ ବିବାହ କିମ୍ବା ଅନ୍ୟାନ୍ୟ ଉତ୍ସବରେ ଯୋଗ ଦେବାକୁ ଆସିଥାଆନ୍ତି। ଏହାବ୍ୟତୀତ ବହୁ ପାକିସ୍ତାନୀ ନାଗରିକ ଭାରତରେ ବିବାହ କରିଥିଲା ବେଳେ ବହୁ ଭାରତୀୟ ନାଗରିକ ମଧ୍ୟ ପାକିସ୍ତାନରେ ବିବାହ କରିଛନ୍ତି। କିନ୍ତୁ ପୂର୍ବରୁ କୌଣସି ଦମ୍ପତିଙ୍କ ଭିସା ବ୍ୟବସ୍ଥାକୁ ନେଇ କିଛି ସମସ୍ୟା ଦେଖାଯାଇ ନଥିଲା ବେଳେ ସାଂପ୍ରତିକ ସ୍ଥିତି ଏବେ ଭିନ୍ନ ପରିସ୍ଥିତି ଆଣିଛି। ଯଦି ଜଣେ ଭାରତୀୟ ପତ୍ନୀଙ୍କ ସ୍ବାମୀଙ୍କ ନାଗରିକତ୍ବ ପାକିସ୍ତାନର ହୋଇଥାଏ ତେବେ ସାଂପ୍ରତିକ ସ୍ଥିତିରେ ପତ୍ନୀ ନିଜ ପତିଙ୍କ ଠାରୁ ଅଲଗା ହେବାକୁ ପଡ଼ିଛି। ଫଳରେ ସେମାନଙ୍କ ପିଲାମାନେ କାହା ପାଖରେ ରହିବେ ତାହା ମଧ୍ୟ ଅନିଶ୍ଚିତ ହୋଇପଡ଼ିଛି। ଅନ୍ୟପକ୍ଷରେ ଭାରତ ଆସିଥିବା କେତେକ ପାକିସ୍ତାନୀ ନାଗରିକଙ୍କ ଭିସାକୁ ପାକିସ୍ତାନୀ କର୍ତ୍ତୃପକ୍ଷ ଏବେ ଗ୍ରହଣ କରୁ ନଥିବାରୁ ତାହା ମଧ୍ୟ ବଡ଼ ସମସ୍ୟା ଆଣିଛି। ଯେଉଁ କେତେକ ନାଗରିକଙ୍କୁ ପାକିସ୍ତାନ ନିଜ ଦେଶକୁ ନେବାକୁ ମନା କରିଦେଇଛି ସେମାନଙ୍କ ପିଲା ପାକିସ୍ତାନରେ ରହିଛନ୍ତି। ଫଳରେ ବହୁ ପରିବାର ପାଇଁ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ଭଳି ପରିସ୍ଥିତି ଉପୁଜିଛି।
ଓଡ଼ିଶାରେ ପ୍ରାୟ ୩୦ ବର୍ଷ କାଟିଥିବା ୫୫ ବର୍ଷୀୟା ସାରଦା ବାଈଙ୍କୁ ଭାରତ ଛାଡିବାକୁ ସରକାରୀ ନିର୍ଦ୍ଦେଶ ମିଳିଛି। ସାରଦା ୧୯୭୦ରେ ପାକିସ୍ତାନର ସିନ୍ଧ ପ୍ରଦେଶରେ ଜନ୍ମ ହୋଇଥÒଲେ। ପାକିସ୍ତାନୀ ପାସପୋର୍ଟରେ ସେ ଭାରତ ଆସିବା ସହ ଏଠାରେ ଜଣେ ଭାରତୀୟଙ୍କୁ ବିବାହ କରିବା ପରେ ଓଡ଼ିଶାରେ ୩୦ ବର୍ଷ ଧରି ରହିଆସୁଛନ୍ତି। ସେ ଭାରତରେ ରହିବା ପରେ ବହୁବାର ଭାରତ ନାଗରିକତା ପାଇଁ ଆବେଦନ କରିଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ତାଙ୍କୁ ନାଗରିକତ୍ବ ମିଳି ନାହିଁ। ତାଙ୍କୁ ଭାରତ ଛାଡି ପାକିସ୍ତାନ ଯିବାକୁ କୁହାଯାଇଛି। ହେଲେ ସେ ୩୦ ବର୍ଷ ଭାରତରେ ବିତାଇଥିବାରୁ ପାକିସ୍ତାନ ମଧ୍ୟ ତାଙ୍କୁ ଗ୍ରହଣ କରିବ ନାହିଁ। ଏହାଛଡ଼ା ଏବେ ପାକିସ୍ତାନରେ ମଧ୍ୟ ତାଙ୍କର ଆଉ କେହି ନାହାନ୍ତି। ଏଭଳି ସ୍ଥିତିରେ ସାରଦାଙ୍କ ଭବିଷ୍ୟତ କ’ଣ ହେବ ତାହା ପ୍ରଶ୍ନ ସୃଷ୍ଟି କରିଛି। ସାରଦା କେବଳ ଏକ ଉଦାହରଣ। ସାଂପ୍ରତିକ ସ୍ଥିତିରେ ସାରଦାଙ୍କ ଭଳି ଅନେକ ଉଦାହରଣ ରହିଛନ୍ତି।
ନୂଆଦିଲ୍ଲୀ: ଘାଟି ରାଜ୍ୟ ଜମ୍ମୁ ଓ କାଶ୍ମୀରରେ ଆରମ୍ଭ ହୋଇଗଲା ଆତଙ୍କବାଦୀଙ୍କ କାଉଣ୍ଟ ଡାଉନ୍।  ପହଲଗାମ୍‌ ଆକ୍ରମଣ ପରେ ଭାରତ ଆତଙ୍କବାଦୀଙ୍କୁ ସଫା କରିବାକୁ ଅପରେସନ ଆରମ୍ଭ କରି ଦେଇଛି । ବର୍ତ୍ତମାନ ସୁଦ୍ଧା ୭ ଆତଙ୍କବାଦୀଙ୍କ ଘର ଧ୍ବଂସ କରାଯାଇଥିବା ବେଳେ ଦୁଇ ଜଣଙ୍କୁ ନର୍କର ବାଟ ଦେଖାଇ ସାରିଛି ଭାରତୀୟ ସେନା । ଏବେ ସେନା ପକ୍ଷରୁ ଜମ୍ମୁ ଓ କାଶ୍ମୀରରେ ଆକ୍ଟିଭ ଥିବା ୧୪ ଆତଙ୍କବାଦୀଙ୍କ ଲିଷ୍ଟ ଜାରି କରିଛି ।
ସେନା ପକ୍ଷରୁ ଘାଟିରେ ଆକ୍ଟିଭ ଥିବା ୧୪ ସ୍ଥାନୀୟ ଆତଙ୍କବାଦୀଙ୍କ ତାଲିକା ପ୍ରକାଶ କରାଯାଇଛି । ଏମାନଙ୍କ ସମ୍ପୂର୍ଣ୍ଣ ଡାଟା ଏବେ ସେନା ପାଖରେ ରହିଛି ।  ସେନା ଲିଷ୍ଟ ଅନୁସାରେ ଅବନ୍ତିପୁରାରେ ଜୈସ-ଏ-ମହମ୍ମଦର ଜଣେ ଆତଙ୍କବାଦୀ ଆକ୍ଟିଭ ଅଛି । ସେହିପରି ପୁଲଓ୍ବାମାରେ ଲସ୍କର ଓ ଜୈସର ଦୁଇ ଜଣ ଲେଖାଏଁ ସ୍ଥାନୀୟ ଆତଙ୍କବାଦୀ ସକ୍ରିୟ ଅଛନ୍ତି । ସୋଫିୟାନାରେ ହିଜବୁଲଓ ଜଣେ, ଲସ୍କରର ୪ ଜଣ, ଅନନ୍ତନାଗରେ ହିଜବୁଲର ୨ ଜଣ, କୁଲଗାଓଁରେ ଲସ୍କରର ଜଣେ ସ୍ଥାନୀୟ ଆତଙ୍କବାଦୀ ଆକ୍ଟିଭ ଅଛନ୍ତି ।