Pahalgam - The Sakala
ଫିରୋଜପୁର: ପହଲଗାମ ଆତଙ୍କବାଦୀ ଆକ୍ରମଣର ଦିନକ ପରେ ବିଏସ୍ଏଫ୍‌ ଯବାନ ପିକେ ସ’ ଭୁଲ୍‌ରେ ପାକିସ୍ତାନ ସୀମାକୁ ପଳାଇ ଥିଲେ। ଏହା ଦେଖିବା ପରେ ପାକିସ୍ତାନ ରେଞ୍ଜର୍ସ ତାଙ୍କୁ ଧରି ନେଇଥିଲେ। ଏହି ଘଟଣାକୁ ୪ ଦିନ ବିତି ଯାଇଥିବା ସତ୍ତ୍ବେ ଏହି ଯବାନଙ୍କୁ ପାକିସ୍ତାନ ମୁକ୍ତ କରିନାହିଁ। ୩ ଥର ଫ୍ଲାଗ ବୈଠକ ହୋଇଥିଲେ ହେଁ ପିକେଙ୍କ ମୁକ୍ତିର ମାର୍ଗ ଖୋଲିପାରି ନାହିଁ। ଏହାକୁ ନେଇ ପାକିସ୍ତାନୀ ରେଞ୍ଜର୍ସ କହିଛନ୍ତି ଯେ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ଯବାନଙ୍କୁ ମୁକ୍ତ କରାଯିବ ନାହିଁ। ଏହି ମାମଲା ସାମ୍‌ନାକୁ ଆସିବା ପରେ ଶୁକ୍ରବାର ସନ୍ଧ୍ୟାରେ ବିଏସ୍‌ଏଫ୍‌ ଡିଜି ଦଲଜୀତ ସିଂହ ଚୌଧୁରୀ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ସହ କଥା ହୋଇଥିଲେ। ଉଚ୍ଚସ୍ତରରେ ଏହି ପ୍ରସଙ୍ଗ ଉଠାଇବା ପାଇଁ କହିଥିଲେ।
ଏହି ଯବାନ ପଶ୍ଚିମବଙ୍ଗ ହୁଗୁଳୀ ଜିଲ୍ଲୀ ବାସିନ୍ଦା। ଗର୍ଭବତୀ ପତ୍ନୀ ରଜନୀ ତାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି। ସେ ସ୍ବାମୀଙ୍କୁ ଫେରାଇ ଆଣିବା ପାଇଁ ଫିରୋଜପୁର ଯିବେ ବୋଲି କହିଛନ୍ତି। ତେବେ ତାଙ୍କ ଟ୍ରେନ୍‌ ଟିକଟ୍‌ ଚୂଡ଼ାନ୍ତ ହୋଇ ନାହିଁ। ସେ ଅଧିକାରୀଙ୍କ ସହ କଥା ହୋଇ ଶୀଘ୍ର ସ୍ବାମୀଙ୍କୁ ଫେରାଇ ଆଣିବାକୁ କହିବେ। ଯଦି ଫିରୋଜପୁରରୁ କିଛି ଜବାବ ନ ମିଳେ ତେବେ ଦିଲ୍ଲୀ ଯିବେ ବୋଲି ରଜନୀ କହିଛନ୍ତି। ସୂଚନା ଅନୁଯାୟୀ ପିକେ ବିଏସ୍‌ଏଫର ୨୪ ତମ ବାଟାଲିୟନ ଫିରୋଜପୁରର ମମଦୋଟ ସେକ୍ଟରରେ ମୁତୟନ ଥିଲେ। ଗତ ବୁଧବାର ସକାଳେ ଗହମ କାଟିବାକୁ ଯାଇଥିବା ଚାଷୀଙ୍କ ସହ ସୀମାକୁ ଯାଇଥିଲେ। ଏହି ସମୟରେ ସ୍ବାସ୍ଥ୍ୟାବସ୍ଥା ବିଗିଡିଯିବାରୁ ପିକେ ଏକ ଗଛ ମୂଳେ ଯାଇ ବସି ପଡ଼ିଥିଲେ। ଏହି ଗଛ ସୀମା ଆରପଟେ ଥିବା ଯବାନ ଜାଣି ପାରି ନ ଥିଲେ। ତେଣୁ ପାକିସ୍ତାନ ରେଞ୍ଜର୍ସ ତାଙ୍କୁ ଧରି ନେଇଥିଲେ।
ଅଟ୍ଟାରୀ-ୱାଘା ସୀମାରେ ଭାବାବେଗ ସ୍ଥିତି; ଅଲଗା ହେଉଛନ୍ତି ମାଆ ’ଠୁ ପିଲା; ପତିଠାରୁ ପତ୍ନୀ
ନୂଆଦିଲ୍ଲୀ: ପାକିସ୍ତାନରୁ ନିଜ ସମ୍ପର୍କୀୟଙ୍କ ନିକଟକୁ ଭାରତର ବିଭିନ୍ନ ପ୍ରଦେଶକୁ ଆସିଥିବା ପାକିସ୍ତାନୀ ନାଗରିକଙ୍କୁ ଏବେ ଅତ୍ୟନ୍ତ ଦୁଃସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ପାକିସ୍ତାନରୁ ଲୋକମାନେ ବ୍ୟବସାୟ, ଫିଲ୍ମ, ଶିକ୍ଷା, ପ୍ରଶିକ୍ଷଣ, ପର୍ଯ୍ୟଟନ, ତୀର୍ଥକ୍ଷେତ୍ର ଏବଂ ‘ଭିସା-ଅନ-ଆରାଇଭାଲ’ ଭଳି ୧୨ଟି ଭିସା ଶ୍ରେଣୀରେ ଭାରତ ଆସିଥାଆନ୍ତି। କିନ୍ତୁ ଏପ୍ରିଲ ୨୨ ପହଲଗାମ୍‌ ଆତଙ୍କବାଦ ଘଟଣା ଏବେ ସେମାନଙ୍କ ପାଇଁ କାଳ ହୋଇଛି। ଏହି ଘଟଣା ପରେ ଭାରତ ସରକାର ତୁରନ୍ତ ପାକିସ୍ତାନୀ ନାଗରିକମାନଙ୍କୁ ଭାରତ ଛାଡି ନିଜ ଦୋକୁ ଚାଲିଯିବାକୁ ନିର୍ଦ୍ଦେଶନାମା ଜାରି କରିଥିଲା ବେଳେ ସେମାନଙ୍କୁ ଅପ୍ରତ୍ୟାଶିତ ଭାବେ ପାକିସ୍ତାନ ଫେରିବାକୁ ପଡ଼ିଛି। ଯାହାକୁ ନେଇ ପଞ୍ଜାବର ୱାଘା-ଅଟ୍ଟାରୀ ସୀମାରେ ବିଗତ ତିନି ଦିନ ହେଲା ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଯାହାକି କୌଣସି ଦିଗରୁ ମାନବସଙ୍କଟ ସ୍ଥିତି ଠାରୁ କିଛି କମ୍‌ ନୁହେଁ। ଭାରତରେ ରହିଥିବା ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ଅବଧି ଶେଷ ତାରିଖ ଏପ୍ରିଲ ୨୭ ତାରିଖ ରଖାଯାଇଥିବାରୁ ରବିବାର ଅଟ୍ଟାରୀ-ୱାଘା ସୀମାରେ ଶହ ଶହ ପାକିସ୍ତାନୀ ନାଗରିକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଯେଉଁ ପାକିସ୍ତାନୀ ନାଗରିକ ‘ ସାର୍କ’ ଭିସା ଦ୍ବାରା ଭାରତ ଆସିଥିଲେ ସେମାନଙ୍କ ପାଇଁ ସ୍ବଦେଶ ପ୍ରତ୍ୟାବର୍ତ୍ତନ ସମୟ ସୀମା ଏପ୍ରିଲ ୨୬ ତାରିଖ ରହିଥିଲା। ଯେଉଁମାନେ ଭାରତକୁ ଚିକିତ୍ସା ପାଇଁ ‘ ମେଡିକାଲ ଭିସା’ରେ ଭାରତ ଆସିଥିଲେ ସେମାନଙ୍କ ପାଇଁ ଭାରତ ସରକାର ଭିସା ରଦ୍ଦ ଅବଧି ଦୁଇ ଦିନ ବଢାଇ ଏପ୍ରିଲ ୨୯ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। କିନ୍ତୁ ଅନ୍ୟ ସମସ୍ତଙ୍କ ପାଇଁ ଭିସା ରଦ୍ଦ ଅବଧି ଏବଂ ପାକିସ୍ତାନ ଫେରିଯିବା ସମୟ ଏପ୍ରିଲ ୨୭ ରଖାଯାଇଥିବାରୁ ରବିବାର ୱାଘା ସୀମାରେ ପାକିସ୍ତାନୀ ନାଗରିକଙ୍କ ଭିଡ଼ ଜମିଥିଲା। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ରାଜ୍ୟ ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରି ସେମାନଙ୍କୁ ନିଜ ଦେଶକୁ ଫେରିଯିବାକୁ କହିଥିଲା ବେଳେ ସ୍ବଦେଶ ପ୍ରତ୍ୟାବର୍ତ୍ତନ ଛଡ଼ା ସେମାନଙ୍କ ପାଇଁ ଅନ୍ୟ ବିକଳ୍ପ ନଥିଲା। ନଚେତ ପାକିସ୍ତାନୀ ନାଗରିକମାନଙ୍କୁ ‘ ପ୍ରବାସୀ ଏବଂ ବିଦେଶୀ ଆଇନ-୨୦୨୫’ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଭୋଗିବାକୁ ପଡ଼ିଥାଆନ୍ତା। ତେଣୁ ରବିବାର ହିଁ ସର୍ବାଧିକ ପାକିସ୍ତାନୀ ନାଗରିକ ପାକିସ୍ତାନ ଫେରିଯାଇଛନ୍ତି। ହେଲେ ଏହି ସମୟରେ ସୀମାରେ ଯେଭଳି ପରିସ୍ଥିତି ଦେଖାଯାଇଥିଲା ତାହା ଅତ୍ୟନ୍ତ ଭାବାବେଗ ସୃଷ୍ଟି କରିଥିବା ଦେଖାଯାଇଛି। ଯେଉଁମାନେ ଭାରତ ଛାଡି ପାକିସ୍ତାନ ଫେରୁଥିଲେ ସେମାନଙ୍କୁ ଛାଡିବାକୁ ଆସିଥିବା ସମ୍ପର୍କୀୟମାନଙ୍କ ବୁକୁଭରା ରୋଦନ ସାଙ୍ଗକୁ ଝିଅ କିମ୍ବା ପୁଅ ନିଜ ମାଆ ଠୁ’ ଏବଂ ପତି ପତ୍ନୀ ଠାରୁ ଅଲଗା ହେବା ଘଟଣା ହେବାର ଦୃଶ୍ୟ ମଧ୍ୟ ଭିନ୍ନ ପରିସ୍ଥିତି ସୃଷ୍ଟି କରିଥିବା ଦେଖାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନର ପଞ୍ଜାବ, ସିନ୍ଧ ଏବଂ ଖାଇବର ପଖତୁନଖ୍ବା ଆଦି ପ୍ରଦେଶରୁ ଅନେକ ପାକିସ୍ତାନୀ ନାଗରିକ ଭାରତର ପଞ୍ଜାବ, ଉତ୍ତରପ୍ରଦେଶ,ଦିଲ୍ଲୀ, ତେଲଙ୍ଗାନା, ରାଜସ୍ଥାନ ଏବଂ ଗୁଜରାଟ ଭଳି ଅନେକ ରାଜ୍ୟକୁ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଭେଟିବା ଲାଗି ବିଭିନ୍ନ ସମୟରେ ଆସିଥାଆନ୍ତି। ଏପରିକି ବହୁ ପାକିସ୍ତାନୀ ହିନ୍ଦୁ ନାଗରିକମାନେ ମଧ୍ୟ ରାଜସ୍ଥାନ, ପଞ୍ଜାବ ଏବଂ ଦିଲ୍ଲୀକୁ ବିବାହ କିମ୍ବା ଅନ୍ୟାନ୍ୟ ଉତ୍ସବରେ ଯୋଗ ଦେବାକୁ ଆସିଥାଆନ୍ତି। ଏହାବ୍ୟତୀତ ବହୁ ପାକିସ୍ତାନୀ ନାଗରିକ ଭାରତରେ ବିବାହ କରିଥିଲା ବେଳେ ବହୁ ଭାରତୀୟ ନାଗରିକ ମଧ୍ୟ ପାକିସ୍ତାନରେ ବିବାହ କରିଛନ୍ତି। କିନ୍ତୁ ପୂର୍ବରୁ କୌଣସି ଦମ୍ପତିଙ୍କ ଭିସା ବ୍ୟବସ୍ଥାକୁ ନେଇ କିଛି ସମସ୍ୟା ଦେଖାଯାଇ ନଥିଲା ବେଳେ ସାଂପ୍ରତିକ ସ୍ଥିତି ଏବେ ଭିନ୍ନ ପରିସ୍ଥିତି ଆଣିଛି। ଯଦି ଜଣେ ଭାରତୀୟ ପତ୍ନୀଙ୍କ ସ୍ବାମୀଙ୍କ ନାଗରିକତ୍ବ ପାକିସ୍ତାନର ହୋଇଥାଏ ତେବେ ସାଂପ୍ରତିକ ସ୍ଥିତିରେ ପତ୍ନୀ ନିଜ ପତିଙ୍କ ଠାରୁ ଅଲଗା ହେବାକୁ ପଡ଼ିଛି। ଫଳରେ ସେମାନଙ୍କ ପିଲାମାନେ କାହା ପାଖରେ ରହିବେ ତାହା ମଧ୍ୟ ଅନିଶ୍ଚିତ ହୋଇପଡ଼ିଛି। ଅନ୍ୟପକ୍ଷରେ ଭାରତ ଆସିଥିବା କେତେକ ପାକିସ୍ତାନୀ ନାଗରିକଙ୍କ ଭିସାକୁ ପାକିସ୍ତାନୀ କର୍ତ୍ତୃପକ୍ଷ ଏବେ ଗ୍ରହଣ କରୁ ନଥିବାରୁ ତାହା ମଧ୍ୟ ବଡ଼ ସମସ୍ୟା ଆଣିଛି। ଯେଉଁ କେତେକ ନାଗରିକଙ୍କୁ ପାକିସ୍ତାନ ନିଜ ଦେଶକୁ ନେବାକୁ ମନା କରିଦେଇଛି ସେମାନଙ୍କ ପିଲା ପାକିସ୍ତାନରେ ରହିଛନ୍ତି। ଫଳରେ ବହୁ ପରିବାର ପାଇଁ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ଭଳି ପରିସ୍ଥିତି ଉପୁଜିଛି।
ଓଡ଼ିଶାରେ ପ୍ରାୟ ୩୦ ବର୍ଷ କାଟିଥିବା ୫୫ ବର୍ଷୀୟା ସାରଦା ବାଈଙ୍କୁ ଭାରତ ଛାଡିବାକୁ ସରକାରୀ ନିର୍ଦ୍ଦେଶ ମିଳିଛି। ସାରଦା ୧୯୭୦ରେ ପାକିସ୍ତାନର ସିନ୍ଧ ପ୍ରଦେଶରେ ଜନ୍ମ ହୋଇଥÒଲେ। ପାକିସ୍ତାନୀ ପାସପୋର୍ଟରେ ସେ ଭାରତ ଆସିବା ସହ ଏଠାରେ ଜଣେ ଭାରତୀୟଙ୍କୁ ବିବାହ କରିବା ପରେ ଓଡ଼ିଶାରେ ୩୦ ବର୍ଷ ଧରି ରହିଆସୁଛନ୍ତି। ସେ ଭାରତରେ ରହିବା ପରେ ବହୁବାର ଭାରତ ନାଗରିକତା ପାଇଁ ଆବେଦନ କରିଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ତାଙ୍କୁ ନାଗରିକତ୍ବ ମିଳି ନାହିଁ। ତାଙ୍କୁ ଭାରତ ଛାଡି ପାକିସ୍ତାନ ଯିବାକୁ କୁହାଯାଇଛି। ହେଲେ ସେ ୩୦ ବର୍ଷ ଭାରତରେ ବିତାଇଥିବାରୁ ପାକିସ୍ତାନ ମଧ୍ୟ ତାଙ୍କୁ ଗ୍ରହଣ କରିବ ନାହିଁ। ଏହାଛଡ଼ା ଏବେ ପାକିସ୍ତାନରେ ମଧ୍ୟ ତାଙ୍କର ଆଉ କେହି ନାହାନ୍ତି। ଏଭଳି ସ୍ଥିତିରେ ସାରଦାଙ୍କ ଭବିଷ୍ୟତ କ’ଣ ହେବ ତାହା ପ୍ରଶ୍ନ ସୃଷ୍ଟି କରିଛି। ସାରଦା କେବଳ ଏକ ଉଦାହରଣ। ସାଂପ୍ରତିକ ସ୍ଥିତିରେ ସାରଦାଙ୍କ ଭଳି ଅନେକ ଉଦାହରଣ ରହିଛନ୍ତି।
ଶ୍ରୀନଗର: ସେମାନେ ମାସ ମାସ ଧରି ମଧୁଚନ୍ଦ୍ରିକାର ଯୋଜନା କରିଥିଲେ। ଭୂସ୍ୱର୍ଗ କାଶ୍ମୀରରେ ମଧୁରାତି ବିତାଇବାକୁ କଳ୍ପନା କରିଥିଲେ। ବିବାହର ସମସ୍ତ ବ୍ୟସ୍ତତା ଏବଂ ସମ୍ପର୍କୀୟମାନେ ଚାଲିଯିବା ପରେ ସୁଜାତା ଓ ଶ୍ୟାମଳ (ପରିବର୍ତ୍ତିତ ନାମ) ମଧୁଚନ୍ଦ୍ରିକା ପାଳନ ପାଇଁ କାଶ୍ମୀରର ପାର୍ବତ୍ୟ ଉପତ୍ୟକା ପହଲଗାଓଁରେ ପହଞ୍ଚିଥିଲେ । ଶ୍ୟାମଳ ପାହାଡ଼କୁ ବହୁତ ଭଲ ପାଉଥିଲେ। ସେ ସବୁବେଳେ କହୁଥିଲେ, ଏହି ପର୍ବତଗୁଡ଼ିକ କେତେ ଶକ୍ତିଶାଳୀ, ଝଡ଼ରେ ମଧ୍ୟ ଏଗୁଡ଼ିକ ହଲେ ନାହିଁ। ପ୍ରେମ ଠିକ୍‌ ସେପରିି ହେବା ଉଚିତ ବୋଲି କହୁଥିଲେ।ଏହି ଅଞ୍ଚଳର ଶାନ୍ତ, ସୁନ୍ଦର ଉପତ୍ୟକା ସମସ୍ତଙ୍କୁ ମୁଗ୍ଧ କରେ ବୋଲି ଯାହା ଶୁଣିଥିଲେ, ତାକୁ ଅନୁଭବ କରିବା ଓ ଏକ ଶାନ୍ତ ଶୀତଳ ଅଞ୍ଚଳରୁ ଜୀବନର ନୂଆ ଯାତ୍ରା ଆରମ୍ଭ କରିବାକୁ ଆଶା ବାନ୍ଧିଥିଲେ। ଏକାଠି ବଞ୍ଚିବା ଓ ଏକାଠି ମରିବାକୁ ସେମାନେ ପଣ କରିଥିଲେ।
ଆଜି ସୁଜାତା ଓ ଶ୍ୟାମଳ ପାହାଡ଼ ଉପତ୍ୟକାରେ ବସିଥିଲେ। ସୁଜାତାଙ୍କ କୋଳରେ ମଥା ରଖି ଶ୍ୟାମଳ ଆଖି ବନ୍ଦ କରି ଶୋଇଥିଲେ। ଶ୍ୟାମଳଙ୍କ କେଶକୁ ସୁଜାତା ଧୀରେଧୀରେ ସାଉଁଲେଇ ଦେଉଥିଲେ। ମାତ୍ର ଏତିକି ବେଳେ ଏକ ଅଦ୍‌ଭୁତ ଶବ୍ଦ ଅଞ୍ଚଳର ନିରବତାକୁ ଛିନ୍‌ଭିନ୍‌ କରି ଦେଇଥିଲା। ସେ ଶବ୍ଦ ପକ୍ଷୀଙ୍କର ନ ଥିଲା, ପବନର ନ ଥିଲା;ସେ ଶବ୍ଦ ଥିଲା ଗୁଳିର, ଭୟର ଓ ଆତଙ୍କର । ଆତଙ୍କବାଦୀଙ୍କ ଗୁଳି ଶ୍ୟାମଳଙ୍କ ଦେହରୁ ନିଗାଡ଼ି ଦେଇଥିଲା ସବୁ ରକ୍ତ । ମୁହଁ ଶେତା ପଡ଼ି ଯାଇଥିଲା, ଶରୀର ନିଷ୍ପନ୍ଦ ହୋଇ ଯାଇଥିଲା। ହେଲେ ସୁଜାତା ଭାବୁଥିଲେ ଶ୍ୟାମଳଙ୍କୁ ନିଦ ହୋଇ ଯାଇଛି। ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଥିଲେ। ….ଶୁଣ, କେବଳ ଥରେ ମୋ କଥା ଶୁଣ। ବିବାହ ପୂର୍ବରୁ ତୁମେ କହିଥିଲ ଯେ ବିବାହ ପରେ ଆମେ ଏପରି ଏକ ସ୍ଥାନକୁ ଯିବା; ଯେଉଁଠାରେ ଚାରିପାଖରେ ଥିବ ଉଚ୍ଚଉଚ୍ଚ ପାହାଡ଼…., ଗଛଲତାରେ ଭରପୁର ସବୁଜ ଉପତ୍ୟକା…. ଯେଉଁ ଆଡେ଼ ଚାହିଁଲେ ଖାଲି ଦିଶୁଥିବା ଶୂନ୍ୟତା ଓ ଶୂନ୍ୟତା…., ତୁମେ କହୁଥିବ, ମୁଁ ଶୁଣୁଥିବି…. ମୁଁ କହୁଥିବି, ତୁମେ ଶୁଣୁଥିବ…. ତୁମେ ମୋ କୋଳରେ ମୁଣ୍ଡ ରଖି ସେଠାରେ ବିଶ୍ରାମ ନେବ ବୋଲି କହିଥିଲ… ଦେଖ, ଆଖି ଖୋଲ…. ସବୁକିଛି ଠିକ୍‌ ସେମିତି ଅଛି… ଯେମିତି ତୁମେ କହିଥିଲ…. ଦେଖ ଚାରିଆଡେ଼ ଉପତ୍ୟକା, ଅସୁମାରି ଗଛ, ଚାରିଆଡେ଼ ନିରବତା, ଗଭୀର ନିରବତା… ମାତ୍ର ତୁମେ କାହିଁକି ନିରବ ହୋଇଗଲ….?